Do not have an account?
Already have an account?

1. ଅବଲୋକନ


ଇ-ଫାଇଲିଂ ପୋର୍ଟାଲ୍‌ରେ ସମସ୍ତ ପଞ୍ଜୀକୃତ ଉପଭୋକ୍ତା (ERI ମାନଙ୍କୁ ଅନ୍ତର୍ଭୁକ୍ତ କରି)ଙ୍କ ପାଇଁ କର ଜମା ଅମେଳ ସେବା ଉପଲବ୍ଧ ରହିଛି। ଏହି ସେବା ସହିତ, ଆପଣ ଯେ କୌଣସି ସଂଖ୍ୟକ ରେକର୍ଡ ପାଇଁ ପ୍ରାସଙ୍ଗିକ ମୂଲ୍ୟାୟନ ବର୍ଷର ଆୟକର ରିଟର୍ଣ୍ଣ ଅପଲୋଡ୍ କରିବା ପରେ ତୁରନ୍ତ ଆପଣ ଇ-ଫାଇଲ୍ କରିଥିବା ଆୟକର ରିଟର୍ଣ୍ଣର କର ଜମା ଅମେଳ ଦେଖିପାରିବେ।

ଏହି ସେବା ଉତ୍ସରୁ କଟାଯାଇଥିବା କର, ଉତ୍ସରୁ ସଂଗୃହିତ କର, ଅଗ୍ରୀମ କର କିମ୍ବା ଆୟକର ରିଟର୍ଣ୍ଣ ଫାଇଲ୍‍ କରିବା ସମୟରେ ଆପଣଙ୍କ ଦ୍ୱାରା ରିପୋର୍ଟ କରାଯାଇଥିବା ନିୟମିତ ମୂଲ୍ୟାୟନ କର ପରିମାଣରେ କିଛି ଅମେଳ ଥିଲେ ତାହା ଦର୍ଶାଇଥାଏ। ଅମେଳ ଥିବା କ୍ଷେତ୍ରରେ, ଆପଣ ନିଜ ତରଫରୁ ତ୍ରୁଟିଗୁଡ଼ିକୁ ସଂଶୋଧନ କରିପାରିବେ କିମ୍ବା 24Q, 26Q, 27Q, 27EQ (ଏକ ସଂଶୋଧନ ଅନୁରୋଧ ଦାଖଲ କରି କିମ୍ବା ଏକ ସଂଶୋଧିତ ରିଟର୍ଣ୍ଣ ଫାଇଲ୍‍ କରି) ପରି TDS ରିଟର୍ଣ୍ଣ / ଫର୍ମରେ ସଂଶୋଧନ କରି କର ଡିଡକ୍ଟରଙ୍କ ଦ୍ୱାରା ତାହା ସଂଶୋଧନ କରିପାରିବେ।

2. ଏହି ସେବା ପ୍ରାପ୍ତ କରିବା ପାଇଁ ପ୍ରାକ୍ ଆବଶ୍ୟକତା
 

  • ବୈଧ ଉପଭୋକ୍ତା ID ଏବଂ ପାସ୍‌ୱାର୍ଡ ସହିତ ଇ-ଫାଇଲିଂ ପୋର୍ଟାଲରେ ପଞ୍ଜିକୃତ ଉପଭୋକ୍ତା
  • ବୈଧ ଏବଂ ସକ୍ରିୟ PAN
  • ସେହି ବର୍ଷର କର ଜମା ଅମେଳ ହେବା ଯାଞ୍ଚ କରିବା ପାଇଁ ପ୍ରାସଙ୍ଗିକ ମୂଲ୍ୟାୟନ ବର୍ଷ (AY) ପାଇଁ ଅତି କମ୍‌ରେ ଗୋଟିଏ ଆୟକର ରିଟର୍ଣ୍ଣ ଫାଇଲ୍‌ କରାଯାଇଛି
  • ଇ-ଫାଇଲିଂ ପୋର୍ଟାଲ୍‌ରେ ଫର୍ମ 26AS ରେ ଦିଆଯାଇଥିବା TDS ଏବଂ/କିମ୍ବା TCS ଏବଂ/କିମ୍ବା ଆୟକର ପ୍ରତିଫଳିତ ହେଉଛି
  • ERIମାନଙ୍କ ପାଇଁ: ERIମାନେ ସଂଯୁକ୍ତ ହେବା ଆବଶ୍ୟକ ଏବଂ ERIମାନେ ଏହି କରଦାତାଙ୍କୁ ଜଣେ ଗ୍ରାହକ ଭାବରେ ଯୋଡିବା ଆବଶ୍ୟକ
  • ERIମାନଙ୍କ ପାଇଁ: ERIଙ୍କ ସ୍ଥିତି ସକ୍ରିୟ ଥିବା ଆବଶ୍ୟକ

3. ସୋପାନ-କ୍ରମିକ ମାର୍ଗଦର୍ଶନ


3.1. କର ଜମା ଅମେଳ ଦେଖନ୍ତୁ
 

ସୋପାନ 1: ଆପଣଙ୍କର ଉପଭୋକ୍ତା ID ଏବଂ ପାସ୍‌ୱାର୍ଡ୍ ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲ୍‌ରେ ଲଗ୍ଇନ୍ କରନ୍ତୁ।

Data responsive


ସୋପାନ 2: ଆପଣଙ୍କ ଡ୍ୟାଶ୍‌ବୋର୍ଡରେ ସେବାଗୁଡ଼ିକ > କର ଜମା ଅମେଳରେ କ୍ଲିକ୍‍ କରନ୍ତୁ।

Data responsive


ସୋପାନ 3: କର ଜମା ଅମେଳ ପୃଷ୍ଠାରେ, ମୂଲ୍ୟାୟନ ବର୍ଷ [ଯେଉଁଥିପାଇଁ ଆପଣ ଅମେଳ ବିବରଣୀ ଦେଖିବାକୁ ଚାହାଁନ୍ତି] ଚୟନ କରନ୍ତୁ ଏବଂ ଦାଖଲ କରନ୍ତୁରେ କ୍ଲିକ୍‍ କରନ୍ତୁ।

Data responsive


ଧ୍ୟାନ ଦିଅନ୍ତୁ: PAN ବିକଳ୍ପ ଅଧୀନରେ ଆପଣଙ୍କର PAN ପ୍ରାକ୍‌-ପୂରଣ ହୋଇଯିବ।

ସୋପାନ 4: ଆୟକର ରିଟର୍ଣ୍ଣ ଏବଂ ଆପଣଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା TDS ଏବଂ/କିମ୍ବା TCS ଏବଂ/କିମ୍ବା ପୈଠ ହୋ‍ଇଥିବା ଆୟକରର ବିବରଣୀ ଭିତରେ ଥିବା ଅମେଳ ଏବଂ ଫର୍ମ 26AS ରେ ଯେପରି ଦର୍ଶାଯାଇଛି ତାହା ପ୍ରଦର୍ଶିତ ହୁଏ।

Data responsive


ଟିପ୍ପଣୀ:

  • ଯଦି ଅମେଳର 10ରୁ ଅଧିକ ରେକର୍ଡ ଥାଏ, ତେବେ ଏହାକୁ ଡାଉନଲୋଡ୍ (PDF /XLS ଫର୍ମାଟରେ) କରିବା ପାଇଁ ଡାଉନଲୋଡ୍ କରନ୍ତୁରେ କ୍ଲିକ୍ କରନ୍ତୁ।
  • ଯଦି ଅମେଳର 10ଟି କିମ୍ବା ଏହାଠାରୁ କମ୍‍ ହୋଇଥାଏ, ତେବେ ଆପଣ ସେଗୁଡ଼ିକୁ କର ଜମା ଅମେଳ ପୃଷ୍ଠାରେ ଦେଖିପାରିବେ। ଆପଣ ଏହାକୁ ଡାଉନଲୋଡ୍ କରନ୍ତୁରେ କ୍ଲିକ୍ କରି ଡାଉନଲୋଡ୍ (PDF / XLS ଫର୍ମାଟରେ) ମଧ୍ୟ କରିପାରିବେ।
Data responsive


3.2. କର ଜମା ଅମେଳ [ERIମାନଙ୍କ ପାଇଁ] ଦେଖନ୍ତୁ
 

ସୋପାନ 1: ଆପଣଙ୍କର ଉପଭୋକ୍ତା ID ଏବଂ ପାସ୍‌ୱାର୍ଡ୍ ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲ୍‌ରେ ଲଗ୍ଇନ୍ କରନ୍ତୁ।

Data responsive


ସୋପାନ 2: ଆପଣଙ୍କ ଡ୍ୟାଶ୍‌ବୋର୍ଡରେ ସେବାଗୁଡ଼ିକ > କର ଜମା ଅମେଳରେ କ୍ଲିକ୍‍ କରନ୍ତୁ।

Data responsive


ସୋପାନ 3: କର ଜମା ଅମେଳ ପୃଷ୍ଠାରେ, PAN ଭରନ୍ତୁ (ଯାହାଙ୍କର ବିବରଣୀ ଆପଣ ଯାଞ୍ଚ କରିବାକୁ ଚାହୁଁଛନ୍ତି), ମୂଲ୍ୟାୟନ ବର୍ଷ ଚୟନ କରନ୍ତୁ (ଯାହା ପାଇଁ ଆପଣ ଅମେଳର ବିବରଣୀ ଦେଖିବାକୁ ଚାହାଁନ୍ତି) ଏବଂ ଦାଖଲ କରନ୍ତୁରେ କ୍ଲିକ୍ କରନ୍ତୁ।

Data responsive


ସୋପାନ 4: TDS ଏବଂ/କିମ୍ବା TCS ଏବଂ/କିମ୍ବା ପୈଠ ହୋ‍ଇଥିବା ଆୟକର (TDS / TCS ଛଡ଼ା) ଭିତରେ ଥିବା ଅମେଳର ବିବରଣୀ ଯାହା ଚୟନିତ PAN ପାଇଁ ଫାଇଲ୍‍ କରାଯାଇଥିବା ITRରେ ପ୍ରଦାନ କରାଯାଇଛି ଏବଂ ଯାହା ଫର୍ମ 26AS ରେ ଦର୍ଶାଯାଇଛି, ତାହା ପ୍ରଦର୍ଶିତ ହୁଏ।

Data responsive

ଟିପ୍ପଣୀ:

  • ଯଦି ଅମେଳ 10ରୁ ଅଧିକ ହୋଇଥାଏ, ତେବେ ଏହାକୁ ଡାଉନଲୋଡ୍ (PDF / XLS ଫର୍ମାଟରେ) କରିବା ପାଇଁ ଡାଉନଲୋଡ୍ କରନ୍ତୁରେ କ୍ଲିକ୍ କରନ୍ତୁ।
  • ଯଦି ଅମେଳ 10 କିମ୍ବା ଏହାଠାରୁ କମ୍‍ ହୋଇଥାଏ, ତେବେ ଆପଣ ସେଗୁଡ଼ିକୁ କର ଜମା ଅମେଳ ପୃଷ୍ଠାରେ ଦେଖିପାରିବେ। ଆପଣ ଏହାକୁ ଡାଉନଲୋଡ୍ କରନ୍ତୁରେ କ୍ଲିକ୍ କରି ଡାଉନଲୋଡ୍ (PDF / XLS ଫର୍ମାଟରେ) ମଧ୍ୟ କରିପାରିବେ।
Data responsive


4. ସମ୍ବନ୍ଧିତ ବିଷୟଗୁଡ଼ିକ