1. ଅବଲୋକନ
ଇ-ନିବାରଣ ହେଉଛି ଇ-ଫାଇଲିଂ ପୋର୍ଟାଲରେ ବିଭିନ୍ନ ବିଭାଗ ଯେପରିକି ଇ-ଫାଇଲିଂ, CPC-ITR, ନିର୍ଦ୍ଧାରଣ ଅଧିକାରୀ ଏବଂ CPC-TDS ସମ୍ୱନ୍ଧରେ ରହିଥିବା ଅଭିଯୋଗର ସମାଧାନ ପାଇଁ ଏକ ଅଭିଯୋଗ ମୋଡ୍ୟୁଲ।
2. କିଏ ଅଭିଯୋଗ କରିପାରିବେ?
ଇ-ଫାଇଲିଂ ପୋର୍ଟାଲରେ ପଞ୍ଜିକୃତ କିମ୍ବା ଅଣପଞ୍ଜିକୃତ ଉପଭୋକ୍ତା।
3. ଇ-ନିବାରଣରେ ଯେଉଁ ସବୁ ବିଭାଗରେ ଅଭିଯୋଗ କରାଯାଇ ପାରିବ
1. ଇ-ଫାଇଲିଂ: ଆୟକର ରିଟର୍ଣ୍ଣ କିମ୍ବା ବୈଧାନିକ ଫର୍ମର ଇ-ଫାଇଲିଂ ଏବଂ ଅନ୍ୟାନ୍ୟ ମୂଲ୍ୟଯୁକ୍ତ ସେବା ଯେପରିକି ଇ-ସତ୍ୟାପନ ଏବଂ ଇ-କାର୍ଯ୍ୟପ୍ରକ୍ରିୟା ଇତ୍ୟାଦି ସମ୍ବନ୍ଧୀୟ ଅଭିଯୋଗ ଇ-ଫାଇଲିଂ ବିଭାଗରେ ନିମ୍ନଲିଖିତ ବର୍ଗ ଅଧୀନରେ କରାଯାଇପାରିବ:
ଇ-ଫାଇଲିଂ ବିଭାଗର ବର୍ଗଗୁଡିକ:
| ଯୋଗାଯୋଗ | DCS ସମ୍ବନ୍ଧିତ | ଇ-PAN | ITR ଫାଇଲ୍ କରିବା | ସମ୍ବନ୍ଧିତ ଫର୍ମଗୁଡିକ |
| ITDREIN |
ତତ୍କାଳ ଇ-PAN (ଆଧାର ଜରିଆରେ ତତ୍କାଳ ଇ-PAN)
|
JSON ଉପଯୋଗିତା ସମ୍ବନ୍ଧିତ | ମୋବାଇଲ୍ ଆପ୍ | ପାସ୍ୱାର୍ଡ |
| ପ୍ରୋଫାଇଲ୍ |
ସଂଶୋଧନ ସମ୍ବନ୍ଧିତ
|
ପଞ୍ଜିକରଣ | TAN ସମ୍ବନ୍ଧିତ | TIN 2.0 |
| ଟ୍ୟାକ୍ସଜେନି/ଚାଟ୍ବଟ୍ ସେବା |
ଇ-ସତ୍ୟାପନ କରିବାରେ ଅସମର୍ଥ
|
ଇ-ଫାଇଲିଂ ପୋର୍ଟାଲ୍କୁ ପ୍ରବେଶ | ଇ-କାର୍ଯ୍ୟ ପ୍ରକ୍ରିୟାଗୁଡ଼ିକ |
2. AO: ନିର୍ଦ୍ଧାରଣ ଅଧିକାରୀ ହେଉଛନ୍ତି ଜଣେ ମନୋନୀତ ଆୟକର ଅଧିକାରୀ ଯିଏ ନିଜର କ୍ଷେତ୍ରାଧିକାର ଅଧୀନରେ ଥିବା କରଦାତାଙ୍କ କର ନିର୍ଦ୍ଧାରଣ କରନ୍ତି ଓ ନିମ୍ନ ବର୍ଗ ଅଧୀନରେ ଯେକୌଣସି ଚାହିଦା, ଅପିଲ, PAN ସମ୍ୱନ୍ଧିତ ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଏହାଙ୍କ ସହିତ ଯୋଗାଯୋଗ କରାଯାଇ ପାରିବ:
AO ବିଭାଗରେ ଥିବା ବିଭିନ୍ନ ବର୍ଗଗୁଡିକ:
| ଅପିଲ ପ୍ରଭାବ ଆଦେଶ ପ୍ରାପ୍ତ ହୋଇନାହିଁ | TDS କାଟଣକାରୀଙ୍କ ଦ୍ୱାରା ପୂର୍ବନିର୍ଦ୍ଧାରିତ | AOଙ୍କ ଦ୍ୱାରା ସଂଶୋଧିତ ତ୍ରୁଟିଯୁକ୍ତ ଦାବି | AOଙ୍କ ଦ୍ୱାରା ସଂଶୋଧିତ ତ୍ରୁଟିଯୁକ୍ତ ଦାବି |
ବିବିଧ ଆବେଦନ ବିଚାରାଧୀନ ଅଛି |
| AOଙ୍କୁ PAN ସମ୍ୱନ୍ଧିତ ଆବେଦନ | PAN ସ୍ଥିତି | AOଙ୍କ ନିକଟରେ ବିଚାରାଧୀନ ରହିଥିବା ସଂଶୋଧନ ହେବାକୁ ଥିବା ପ୍ରସଙ୍ଗ | ଫେରସ୍ତ ପ୍ରାପ୍ତ ହୋଇନାହିଁ |
ଅନ୍ୟାନ୍ୟ
|
3. CPC-ITR: ଏହି ବିଭାଗ ଆୟକର ରିଟର୍ଣ୍ଣ ପ୍ରକ୍ରିୟାକରଣ ପରିଚାଳନା କରିଥାଏ। ITR-V ସହିତ ସମ୍ୱନ୍ଧିତ ଅଭିଯୋଗ, ଫେରସ୍ତ, ଆୟକର ପ୍ରିକ୍ରିୟାକରଣ ସମ୍ୱନ୍ଧିତ ପ୍ରକ୍ରିୟାଗୁଡ଼ିକ ଆଦି CPC-ITR ବିଭାଗରେ ନିମ୍ନଲିଖିତ ବର୍ଗ ଅଧୀନରେ ପ୍ରବେଶ କରାଯାଇ ପାରିବ:
CPC-ITR ବିଭାଗରେ ବର୍ଗଗୁଡିକ:
|
ଯୋଗାଯୋଗ |
ଦାବି କରିବା | ITR-V |
| ପ୍ରକ୍ରିୟାକରଣ |
ସଂଶୋଧନ |
ରିଫଣ୍ଡ |
4. CPC-TDS: ଏହି ବିଭାଗ ଇ-TDS ସ୍କିମ୍ ସହିତ ଜଡ଼ିତ TAN ପାଇଁ TDS ସମ୍ୱନ୍ଧିତ କୌଣସି ଅଭିଯୋଗ, 26QB/26QC/26QD/26QE, ଫର୍ମ 26AS/ATS ସମ୍ୱନ୍ଧିତ, ଡିଫଲ୍ଟ, TDS/TCS ବିବୃତି ସମ୍ୱନ୍ଧିତ ସମସ୍ୟା ଏବଂ ସମ୍ପତ୍ତି ବିକ୍ରି ଉପରେ TDS ଆଦି ନିମ୍ନ ବର୍ଗ ଅଧୀନରେ ଏହି ବିଭାଗରେ ପ୍ରବେଶ କରାଯିବ।
CPC-TDS ବିଭାଗରେ ବର୍ଗଗୁଡିକ:
| 26QB/26QC/26QD/26QE ସମ୍ୱନ୍ଧିତ ସମସ୍ୟାଗୁଡ଼ିକ | ଚାଲାଣ/BIN ସମ୍ୱନ୍ଧିତ | ପୂର୍ବନିର୍ଦ୍ଧାରିତ ସମ୍ବନ୍ଧିତ |
TDS/TCS ପ୍ରମାଣପତ୍ର ସମ୍ବନ୍ଧୀୟ ସମସ୍ୟାଗୁଡ଼ିକ ଡାଉନଲୋଡ୍ ହେଉଛି |
| ଫର୍ମ 13 / ଫର୍ମ 15E / ଫର୍ମ 15C ଏବଂ15D | ଫର୍ମ 26A/27BA | ଫର୍ମ 26AS/ATS ସମ୍ବନ୍ଧିତ | KYC |
| TAN ପାଇଁ TDS ଫେରସ୍ତ | TDS/TCS ବିବୃତି ସମ୍ୱନ୍ଧିତ ସମସ୍ୟାଗୁଡ଼ିକ |
RACES ପଞ୍ଜୀକରଣ / ଲଗଇନ୍ ସମ୍ବନ୍ଧିତ ପ୍ରଶ୍ନଗୁଡିକ |
ଅନ୍ୟାନ୍ୟ |
4. କିପରି ଅଭିଯୋଗ ଉତ୍ଥାପନ କରିବେ ଏବଂ ଦାଖଲ କରିବେ
4.1. ଯଦି ଆପଣ ଇ-ଫାଇଲିଂ ପୋର୍ଟାଲରେ ପଞ୍ଜିକୃତ ହୋଇଛନ୍ତି:
ସୋପାନ 1: ଇ-ଫାଇଲିଂ ପୋର୍ଟାଲ କୁ ଯାଆନ୍ତୁ ଏବଂ ଲଗଇନ୍ ରେ କ୍ଲିକ୍ କରନ୍ତୁ।
ସୋପାନ 2: ଲଗଇନ୍ ପୃଷ୍ଠାରେ ଆପଣଙ୍କର ଉପଭୋକ୍ତା ID ଏବଂ ପାସୱାର୍ଡ ଭରନ୍ତୁ।
ସୋପାନ 3:ଆପଣଙ୍କ ଡ୍ୟାଶ୍ବୋର୍ଡରେ ଅଭିଯୋଗ ମେନ୍ୟୁକୁ ଯାଆନ୍ତୁ > ଅଭିଯୋଗ ଦାଖଲ କରନ୍ତୁ।
ସୋପାନ 4: ଅଭିଯୋଗ ପୃଷ୍ଠାରେ ପ୍ରାସଙ୍ଗିକ ବିଭାଗ ଚୟନ କରନ୍ତୁ। ବିକଳ୍ପ ଭାବରେ, ଅଭିଯୋଗ କରିବା ପାଇଁ ସର୍ଚ୍ଚ ବକ୍ସରେ ସମସ୍ୟା ସନ୍ଧାନ କରନ୍ତୁ।
ସୋପାନ 5: ପ୍ରାସଙ୍ଗିକ ବିଭାଗ ଚୟନ କରିବା ପରେ ଡ୍ରପ୍ଡାଉନ୍ ମେନ୍ୟୁରୁ ଅଭିଯୋଗର ବର୍ଗ ଏବଂ ଉପ ବର୍ଗ ଚୟନ କରନ୍ତୁ ଏବଂ ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ।
ସୋପାନ 6: ଅନ୍ୟ ସୂଚନା ଭରନ୍ତୁ। (AY ଇତ୍ୟାଦି) ଅଭିଯୋଗର ବର୍ଗ ଉପରେ ଆଧାର କରି ଅଭିଯୋଗ ବର୍ଣ୍ଣନା (ଅନ୍ୟୁନ 100 ଅକ୍ଷର ବିଶିଷ୍ଟ) ଅଭିଯୋଗ ବର୍ଣ୍ଣନା ବାକ୍ସରେ ଲେଖନ୍ତୁ ଏବଂ ପ୍ରାସଙ୍ଗିକ ଦସ୍ତାବିଜଗୁଡ଼ିକ ଅପଲୋଡ୍ କରନ୍ତୁ (ବାଧ୍ୟତାମୂଳକ ନୁହେଁ) ଏବଂ ଅଭିଯୋଗ ଦାଖଲ ଉପରେ କ୍ଲିକ୍ କରନ୍ତୁ।
ସୋପାନ 7: ବର୍ତ୍ତମାନ, ଅଭିଯୋଗ ଦାଖଲ ହୋଇଛି । ଅଭିଯୋଗର ସ୍ଥିତି ଯାଞ୍ଚ କରିବାକୁ ଅଭିଯୋଗ ସ୍ୱୀକୃତି ସଂଖ୍ୟାକୁ ଟିପି ରଖନ୍ତୁ।
ଏହା ବ୍ୟତୀତ, ଆପଣ ଆୟକର ଅଭିଯୋଗ ଇମେଲ୍ ID ମାଧ୍ୟମରେ ମଧ୍ୟ ଆପଣଙ୍କର ସମସ୍ୟାର ସମାଧାନ କରିପାରିବେ, ଯାହା ହେଉଛି: webmanager@incometax.gov.in।
ଟିପ୍ପଣୀ: ଅଭିଯୋଗର କାର୍ଯ୍ୟକାରିତା ବ୍ୟବହାର କରି ଲଗଇନ୍ ପରେ ଇ-ଫାଇଲିଂ ପୋର୍ଟାଲରେ ଅଭିଯୋଗ କରିବା ପାଇଁ ଆୟକର ବିଭାଗ କରଦାତାମାନେ ସୁପାରିଶ କରନ୍ତି
4.2. ଯଦି ଆପଣ ଇ-ଫାଇଲିଂ ପୋର୍ଟାଲରେ ପଞ୍ଜିକୃତ ହୋଇନାହାଁନ୍ତି:
ସୋପାନ 1: ଇ-ଫାଇଲିଂ ପୋର୍ଟାଲ୍କୁ ଯାଆନ୍ତୁ, ତଳକୁ ସ୍କ୍ରଲ୍ କରନ୍ତୁ ଏବଂ ଆମ ସହିତ ଯୋଗାଯୋଗ କରନ୍ତୁ ବିଭାଗ ଅଧୀନରେ ଅଭିଯୋଗ ଉପରେ କ୍ଲିକ୍ କରନ୍ତୁ।
ସୋପାନ 2:"ମୋର PAN/TAN ନାହିଁ" ଚୟନ କରନ୍ତୁ ଏବଂ ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ
ସୋପାନ 3: ବିବରଣୀ ଯେପରିକି ନାମ, ଇମେଲ୍ ID ମୋବାଇଲ ନମ୍ୱର ଆଦି ଭରନ୍ତୁ ଓ ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ।
ସୋପାନ 4: ମୋବାଇଲ ନମ୍ୱରେ ପ୍ରାପ୍ତ ହୋଇଥିବା ଏକକାଳୀନି ପାସ୍ୱାର୍ଡ (OTP) ଓ ଉପର ସୋପାନରେ ଭରିଥିବା ଇମେଲ୍ ID ଭରନ୍ତୁ ଓ ଦାଖଲ କରନ୍ତୁରେ କ୍ଲିକ୍ କରନ୍ତୁ।
ସୋପାନ 5: ବର୍ତ୍ତମାନ ଇ-ଫାଇଲିଂ ପୋର୍ଟାଲରେ ଜଣେ ପଞ୍ଜିକୃତ ଉପଭୋକ୍ତା ଭଳି ଅଭିଯୋଗ କରନ୍ତୁ।
5. ଅଭିଯୋଗର ସ୍ଥିତି କିପରି ଯାଞ୍ଚ କରିବେ
ଅଭିଯୋଗର ସ୍ଥିତି ପ୍ରାକ୍-ଲଗଇନ୍ ଏବଂ ଲଗଇନ୍ ପରବର୍ତ୍ତୀ ମୋଡ୍ରେ ଯାଞ୍ଚ କରାଯାଇପାରିବ।
ପ୍ରାକ୍-ଲଗ୍ଇନ୍ ମୋଡ୍
ସୋପାନ 1: ଇ-ଫାଇଲିଂ ପୋର୍ଟାଲ୍କୁ ଯାଆନ୍ତୁ, ତଳକୁ ସ୍କ୍ରଲ୍ କରନ୍ତୁ ଏବଂ ଆମ ସହିତ ଯୋଗାଯୋଗ କରନ୍ତୁ ବିଭାଗ ଅଧୀନରେ ଅଭିଯୋଗ ଦେଖନ୍ତୁ ଉପରେ କ୍ଲିକ୍ କରନ୍ତୁ।
ସୋପାନ 2: ଅଭିଯୋଗ ପ୍ରାପ୍ତିସ୍ୱୀକୃତି ସଂଖ୍ୟା ଏବଂ ଅଭିଯୋଗ ଦାଖଲ କରିବାରେ ବ୍ୟବହୃତ ମୋବାଇଲ୍ ନମ୍ବର ଭରନ୍ତୁ ଏବଂ ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ।
ଲଗଇନ୍-ପରବର୍ତ୍ତୀ ମୋଡ୍
ସୋପାନ 1: ଇ-ଫାଇଲିଂ ପୋର୍ଟାଲ କୁ ଯାଆନ୍ତୁ ଏବଂ ଲଗଇନ୍ରେ କ୍ଲିକ୍ କରନ୍ତୁ।
ସୋପାନ 2: ଲଗଇନ୍ ପୃଷ୍ଠାରେ ଆପଣଙ୍କର ଉପଭୋକ୍ତା ID ଏବଂ ପାସୱାର୍ଡ ଭରନ୍ତୁ।
ସୋପାନ 3:ଆପଣଙ୍କ ଡ୍ୟାଶ୍ବୋର୍ଡରେ ଅଭିଯୋଗ ମେନ୍ୟୁକୁ ଯାଆନ୍ତୁ > ଅଭିଯୋଗ ସ୍ଥିତି ଦେଖନ୍ତୁ।
ସୋପାନ 4: ଆପଣଙ୍କ ଅଭିଯୋଗର ସ୍ଥିତି ଯାଞ୍ଚ କରନ୍ତୁ। ଆପଣ ପ୍ରବେଶ କରିଥିବା ତାରିଖ, ବିଭାଗ ଓ ସ୍ଥିତିର ଫିଲ୍ଟର ବ୍ୟବହାର କରିପାରିବେ।