1. ଅବଲୋକନ
ଏହି ପ୍ରାକ୍-ଲଗ୍ଇନ୍ ସେବା ସମସ୍ତ କରଦାତାଙ୍କ ପାଇଁ ଉପଲବ୍ଧ। ଏହି ମାନୁଆଲ ସମସ୍ତ କରଦାତାଙ୍କ ପାଇଁ ଉଦ୍ଦିଷ୍ଟ (ଯେଉଁସବୁ କମ୍ପାନିର ଇ-ଫାଇଲିଂ ପୋର୍ଟାଲରେ ଖାସ୍ ଏକ ଉପଭୋକ୍ତା ମାନୁଆଲ ରହିଛି, ସେଗୁଡ଼ିକ ବ୍ୟତତୀ) ଯେଉଁମାନେ ଫ-ଫାଇଲିଂ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ଓ ଏଥିରେ ପ୍ରବେଶଲାଭ କରିବାକୁ ଇଚ୍ଛା କରୁଛନ୍ତି। ପଞ୍ଜୀକରଣ ସେବା କରଦାତାଙ୍କୁ କର ସମ୍ୱନ୍ଧୀୟ ସମସ୍ତ କାର୍ଯ୍ୟକଳାପକୁ ପ୍ରବେଶ ଓ ଟ୍ରାକ୍ କରିପାରିବେ।
2. ଏହି ସେବା ପ୍ରାପ୍ତ କରିବା ପାଇଁ ପ୍ରାକ୍ ଆବଶ୍ୟକତା
- ବୈଧ ଏବଂ ସକ୍ରିୟ PAN
- ବୈଧ ମୋବାଇଲ୍ ନମ୍ବର
- ବୈଧ ଇମେଲ୍ ID
3. ସୋପନ କ୍ରମିକ ମାର୍ଗଦର୍ଶନ
ସୋପାନ 1: ଇ-ଫାଇଲିଂ ପୋର୍ଟାଲ୍ ମୂଳପୃଷ୍ଠାକୁ ଯାଆନ୍ତୁ, ପଞ୍ଜିକରଣ କରନ୍ତୁରେ କ୍ଲିକ୍ କରନ୍ତୁ।
ସୋପାନ 2: ଜଣେ କରଦାତା ଭାବରେ ପଞ୍ଜିକରଣ କରନ୍ତୁ ବିକଳ୍ପ ଅଧିନରେ ଆପଣଙ୍କର PAN ଭରନ୍ତୁ ଏବଂ ବୈଧିକରଣ କରନ୍ତୁରେ କ୍ଲିକ୍ କରନ୍ତୁ। ଯଦି PAN ପୂର୍ବରୁ ପଞ୍ଜିକରଣ କିମ୍ୱା ଅବୈଧ ହୋଇଥାଏ, ଏକ ତ୍ରୁଟି ବାର୍ତ୍ତା ପ୍ରଦର୍ଶିତ ହୋଇଥାଏ।
ଯଦି PAN ଏବଂ ଆଧାର ଲିଙ୍କ୍ ହୋଇଛି ତାହାହେଲେ ଅପ୍ରତ୍ୟାଶିତ ଭାବେ ପ୍ରକଟ ହୋଇଥିବା ସନ୍ଦେଶରେ UIDAI ଡାଟାବେସ୍ରେ ବିବରଣୀ ବୈଧିକୃତ କରିବାକୁ ନିଶ୍ଚିତ କରିବାକୁ ଚେକ୍ବକ୍ସ ଚୟନ କରନ୍ତୁ।
ସୋପାନ 3: ମୌଳିକ ବିବରଣୀ ପୃଷ୍ଠାରେ ଆପଣଙ୍କ PAN ଅନୁଯାୟୀ ନାମ, DOB / DOI, ଲିଙ୍ଗ (ଯଦି ପ୍ରଜୁଯ୍ୟ ଅଟେ) ଏବଂ ଆବାସିକ ସ୍ଥିତି ସମେତ ସମସ୍ତ ଅନିବା ବିବରଣୀ ଭରନ୍ତୁ ଓ ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।
ସୋପାନ 4:PAN ବୈଧିକୃତ ହେବା ପରେ, ବ୍ୟକ୍ତିଗତ କରଦାତାଙ୍କ ପାଇଁ ଯୋଗାଯୋଗ ବିବରଣୀ ପୃଷ୍ଠା ଆସିଥାଏ। ଆପଣଙ୍କ ପ୍ରାଥମିକ ମୋବାଇଲ ନମ୍ୱର ସହିତ ଯୋଗାଯୋଗ ବିବରଣୀ, ଇମେଲ୍ ID ଏବଂ ଠିକଣା ଭରନ୍ତୁ।ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ।
ସୋପାନ 5: ଦୁଇଟି ପୃଥକ OTP ଉଲ୍ଲେଖ ହୋଇଥିବାପ୍ରାଥମିକ ମୋବାଇଲ ନମ୍ୱର ଓ ଇମେଲ୍ IDରେ ପଠାଯାଇଛି, ମୋବାଇଲ ନମ୍ୱର ଓ ଇମେଲ୍ IDରେ ପ୍ରାପ୍ତ ହୋଇଥିବା ପୃଥକ 6ଅଙ୍କ ବିଶିଷ୍ଟ OTP ଭରନ୍ତୁ ଓ ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ।
ଟିପ୍ପଣୀ:
- OTP କେବଳ 15 ମିନିଟ୍ ପାଇଁ ବୈଧ ରହିବ।
- ସଠିକ୍ OTP ପ୍ରବେଶ କରିବାକୁ ଆପଣଙ୍କର 3 ଟି ପ୍ରୟାସ ରହିଛି।
- ସ୍କ୍ରିନରେ ଥିବା OTP ମିଆଦ ସମାପ୍ତ କାଉଣ୍ଟଡାଉନ୍ ଟାଇମର୍ ଆପଣଙ୍କୁ କେତେବେଳ OTPର ସମୟ ସୀମା ସମାପ୍ତ ହେବ ତାହା ଜଣାଇଥାଏ।
- OTP ପୁନଃ ପ୍ରେରଣ କରନ୍ତୁରେ କ୍ଲିକ୍ କରିବା ପରେ, ଏକ ନୂତନ OTP ସୃଷ୍ଟି ହେବ ଏବଂ ପଠାଯିବ।
ସୋପାନ 6: ଯଦି ଆବଶ୍ୟକ ହୁଏ, ପୃଷ୍ଠାରେ ଥିବା ବିବରଣୀ ସମ୍ପାଦନା କରନ୍ତୁ ଓ ନିଶ୍ଚିତ କରନ୍ତୁରେ କ୍ଲିକ୍ କରନ୍ତୁ।
ସୋପାନ 7: ପାସୱାର୍ଡ ସେଟ୍ କରନ୍ତୁ ପୃଷ୍ଠାରେ, ଉଭୟ ସେଟ୍ ପାସ୍ୱାର୍ଡ ଓ ପାସ୍ୱାର୍ଡ ନିଶ୍ଚିତ କରନ୍ତୁ ପାଠ୍ୟ ବକ୍ସରେ ଆପଣଙ୍କର ବାଞ୍ଛିତ ପାସ୍ୱାର୍ଡ ଭରନ୍ତୁ। ଆପଣଙ୍କର ବ୍ୟକ୍ତିଗତ ସନ୍ଦେଶ ଭରନ୍ତୁ ଏବଂ ପଞ୍ଜୀକରଣ କରନ୍ତୁରେ କ୍ଲିକ୍ କରନ୍ତୁ।
ଟିପ୍ପଣୀ:
- ରିଫ୍ରେଶ୍ କିମ୍ବା ପଛକୁ ଫେରନ୍ତୁରେ କ୍ଲିକ୍ କରନ୍ତୁ ନାହିଁ।
- ଆପଣଙ୍କର ନୂତନ ପାସ୍ୱାର୍ଡ ଭରିବା ସମୟରେ, ପାସ୍ୱାର୍ଡ ନୀତି ବିଷୟରେ ସତର୍କ ରୁହନ୍ତୁ:
- ଏହା ଅତି କମ୍ରେ 8 ଟି ବର୍ଣ୍ଣ ଏବଂ ସର୍ବାଧିକ 14ଟି ବର୍ଣ୍ଣ ହେବା ଆବଶ୍ୟକ।
- ଏଥିରେ ଉଭୟ ଅପର୍ କେସ୍ ଏବଂ ଲୋୟରକେସ୍ ଅକ୍ଷର ଅନ୍ତର୍ଭୁକ୍ତ ଥିବା ଆବଶ୍ୟକ।
- ଏଥିରେ ଗୋଟିଏ ସଂଖ୍ୟା ରହିବା ଆବଶ୍ୟକ।
- ଏଥିରେ ଏକ ବିଶେଷ ବର୍ଣ୍ଣ ରହିବା ଉଚିତ (ଯେମିତିକି @#$%)।
ସୋପାନ 8: ଯେତେବେଳେ ଆପଣ ସଫଳତାର ସହ ପଞ୍ଜୀକୃତ ହୁଅନ୍ତି, ଲଗ୍ଇନ୍ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଲଗ୍ଇନ୍ କରିବା ପାଇଁ ଆଗକୁ ବଢ଼ନ୍ତୁରେ କ୍ଲିକ୍ କରନ୍ତୁ।
4. ସମ୍ବନ୍ଧିତ ବିଷୟଗୁଡ଼ିକ
- ଲଗ୍ଇନ୍ କରନ୍ତୁ
- ଡ୍ୟାଶ୍ବୋର୍ଡ
- PAN ଆଧାର ଲିଙ୍କ୍
- ଆୟକର ରିଟର୍ଣ୍ଣ