Do not have an account?
Already have an account?

1. ଅବଲୋକନ

ଫାଇଲ୍‍ ହୋଇଥିବା ଫର୍ମଗୁଡ଼ିକ ଦେଖନ୍ତୁ ସେବା ଇ-ଫାଇଲିଂ ପୋର୍ଟାଲ୍‌ରେ ପଞ୍ଜୀକୃତ ହୋଇଥିବା ସମସ୍ତ ଉପଭୋକ୍ତାଙ୍କ ପାଇଁ ସେମାନେ ଲଗ୍‌ଇନ୍‌ କରିସାରିବା ପରେ ପୂର୍ବରୁ ଫାଇଲ୍‍ କରାଯାଇଥିବା ସମସ୍ତ ଆୟକର ଫର୍ମଗୁଡ଼ିକ ଦେଖିବା ପାଇଁ ଉପଲବ୍ଧ ରହିଛି। ଏହି ସେବା ଆପଣଙ୍କୁ ଏଥିପାଇଁ ଅନୁମତି ଦେଇଥାଏ:

  • ଆୟକର ଫର୍ମଗୁଡ଼ିକ PDFରେ ଦେଖିବା
  • ପ୍ରାପ୍ତିସ୍ୱୀକାର ପତ୍ର [ରସିଦ] ଦେଖିବା
  • ଅପଲୋଡ୍‍ ହୋ‍ଇଥିବା JSON ଦେଖିବା [ଯେଉଁଠାରେ ପ୍ରଯୁଜ୍ୟ]
  • ଫର୍ମର ସ୍ଥିତି ଟ୍ରାକ୍‍ କରିବା
  • ଅନ୍ୟ ଅନୁସଂଲଗ୍ନଗୁଡ଼ିକ ଦେଖିବା

2. ଏହି ସେବା ପ୍ରାପ୍ତ କରିବା ପାଇଁ ପ୍ରାକ୍ ଆବଶ୍ୟକତା
 

  • ବୈଧ ଉପଭୋକ୍ତା ID ଏବଂ ପାସ୍‌ୱାର୍ଡ ସହିତ ଇ-ଫାଇଲିଂ ପୋର୍ଟାଲରେ ପଞ୍ଜିକୃତ ଉପଭୋକ୍ତା

3. ସୋପାନକ୍ରମିକ ମାର୍ଗଦର୍ଶନ

ସୋପାନ 1: ଆପଣଙ୍କର ଉପଭୋକ୍ତା ID ଏବଂ ପାସ୍‌ୱାର୍ଡ୍ ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲ୍‌ରେ ଲଗ୍ଇନ୍ କରନ୍ତୁ।

Data responsive

ସୋପାନ 2: ଆପଣଙ୍କ ଡ୍ୟାଶ୍‌ବୋର୍ଡରେ, ଇ-ଫାଇଲ୍ > ଆୟକର ଫର୍ମ > ଫାଇଲ୍‍ ହୋଇଥିବା ଫର୍ମଗୁଡ଼ିକ ଦେଖନ୍ତୁରେ କ୍ଲିକ୍‍ କରନ୍ତୁ।

Data responsive


ସୋପାନ 3: ଯଦି ଆପଣଙ୍କର ଅନେକ ଫର୍ମ ଥାଏ, ତେବେ ଫାଇଲ୍‍ ହୋଇଥିବା ଫର୍ମଗୁଡ଼ିକ ଦେଖନ୍ତୁ ପୃଷ୍ଠାରେ, ଫର୍ମ ନାମ କିମ୍ବା ଫର୍ମ ନମ୍ବର ପ୍ରବେଶ କରନ୍ତୁ ଏବଂ ସନ୍ଧାନ କରନ୍ତୁ। ଆପଣ କିମ୍ବା CAଙ୍କ ଦ୍ୱାରା ଫାଇଲ୍‍ କରାଯାଇଥିବା ସମସ୍ତ ଫର୍ମଗୁଡିକ ଗ୍ରହଣ କରାଯାଇଛି କିମ୍ବା ପ୍ରତ୍ୟାଖ୍ୟାନ କରାଯାଇଛି କିମ୍ବା CA ଙ୍କ ଦ୍ୱାରା ସତ୍ୟାପିତ ହୋ‍ଇଛି ଭାବରେ ଫର୍ମ ସ୍ଥିତି ସହିତ ଦେଖିବାକୁ ସକ୍ଷମ ହେବେ।

Data responsive


ସୋପାନ 4: ଆପଣଙ୍କ ଦ୍ୱାରା ପୂର୍ବରୁ ଫାଇଲ୍‍ କରାଯାଇଥିବା ଫର୍ମଗୁଡ଼ିକର ତାଲିକାରୁ, ଆପଣ ଦେଖିବାକୁ ଚାହୁଁଥିବା ଫର୍ମରେ କ୍ଲିକ୍‍ କରନ୍ତୁ।

Data responsive


ସୋପାନ 5: ଚୟନ କରାଯାଇଥିବା ଫର୍ମ ପାଇଁ, ଫର୍ମ ଫାଇଲ୍‍ କରାଯାଇଥିବା ମୂଲ୍ୟାୟନ ବର୍ଷ ଏକ ଡାଉନଲୋଡ୍‍ ବିକଳ୍ପ ସହିତ ପ୍ରଦର୍ଶିତ ହୁଏ। ଫର୍ମ ସହିତ ଜମା ହୋଇଥିବା ଫର୍ମ / ରସିଦ / ଅନୁସଂଲଗ୍ନଗୁଡିକ ଡାଉନଲୋଡ୍ କରିବା ଆରମ୍ଭ କରିବାକୁ ଡାଉନଲୋଡ୍ କରନ୍ତୁରେ କ୍ଲିକ୍ କରନ୍ତୁ।

Data responsive


ଟିପ୍ପଣୀ:

  • ଯଦି ଆପଣଙ୍କ ପାଖରେ ଏକ TAN ଲଗଇନ୍ କିମ୍ବା CA ଲଗ୍‌ଇନ୍ ଅଛି, ତେବେ ପୃଥକ ଭାବରେ ଫାଇଲ୍‍ କରାଯାଇଥିବା ବଲ୍‌କ 15CA ଏବଂ 15CB ଦେଖିବା ପାଇଁ ଏବଂ ଏଥି ସହିତ ଟୋକନ୍ ନମ୍ବର ଅଧୀନରେ ଦେଖିବା ପାଇଁ ସମାନ ପ୍ରକ୍ରିୟା ଅନୁସରଣ କରନ୍ତୁ।
  • ଆପଣ ସଂପୃକ୍ତ ଫର୍ମ ସହିତ ଜଡିତ ବିଭିନ୍ନ ମାନଦଣ୍ଡ ଉପରେ ଆଧାର କରି ଫିଲ୍ଟର କରିବା ପାଇଁ ଫିଲ୍ଟର ବିକଳ୍ପ ବ୍ୟବହାର କରିପାରିବେ।

4. ସମ୍ବନ୍ଧିତ ବିଷୟଗୁଡ଼ିକ