ପ୍ରଶ୍ନ -1 କେଉଁ ଅବସରରେ କ୍ଷମା ପ୍ରାର୍ଥନା ଆବେଦନ ପ୍ରତ୍ୟାଖ୍ୟାନ ହୋଇଥାଏ?
ଆପଣଙ୍କର କ୍ଷମା ପ୍ରାର୍ଥନା ଅନୁରୋଧ ଯେ ଗ୍ରହଣ କରାଯିବ, ଏହାର କୌଣସି ଗ୍ୟାରେଣ୍ଟି ନାହିଁ। ଏହା ପୂର୍ଣ୍ଣଭାବେ ଆୟକର ବିଭାଗର ବିବେକାଧୀନ ଅଟେ। ଯଦି ଆୟକର ବିଭାଗ ବିଳମ୍ୱ ହେବା ପାଇଁ ଆପଣ ଜଣାଇଥିବା କାରଣ ବାସ୍ତବ ଅଟେ ବୋଲି ଜାଣିବାକୁ ପାଆନ୍ତି, ତେବେ ଏହା ଆପଣଙ୍କ ବିଳମ୍ୱ ପାଇଁ କ୍ଷମା ପ୍ରାର୍ଥନାକୁ ମଞ୍ଜୁରି ଦେଇ ଦେଇପାରିବ।
କର କର୍ତ୍ତୃପକ୍ଷ ନିମ୍ନୋକ୍ତ କେତେକ କାରଣ ହେତୁ ବିଳମ୍ବ ପାଇଁ କ୍ଷମା ପ୍ରଦାନ କରିପାରିବେ ନାହିଁ:
- ଯଦି କରଦାତା ବିଳମ୍ୱର ବୈଧ ଓ ଉପଯୁକ୍ତ କାରଣ ପ୍ରଦାନ କରିବାରେ ବିଫଳ ହୁଅନ୍ତି;
- ଯଦି କରଦାତା ବାରମ୍ୱାର ଅନୁପାଳନରେ ଅବହେଳା କରୁଥିବା ଇତିହାସ ରହିଛି କିମ୍ୱା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ରିଟର୍ଣ୍ଣ ଫାଇଲ କରିବାକୁ କୌଣସି ପ୍ରୟାସ କରିନାହାନ୍ତି କିମ୍ୱା ଠିକ୍ ସମୟରେ କର ପୈଠ କରିବାରେ ବିଫଳ ହୋଇଛନ୍ତି ;
- ଯଦି କରଦାତା କ୍ଷମା ପ୍ରାର୍ଥନା ଆବେଦନ ସହିତ ଆବଶ୍ୟକ ସହାୟକ ଦସ୍ତାବିଜ କିମ୍ୱା ପ୍ରମାଣ ଦାଖଲ କରିନାହାନ୍ତି, ତେବେ ଆବେଦନ ପ୍ରତ୍ୟାଖ୍ୟାନ ହୋଇପାରିବ। ଏହା ଗୁରୁତ୍ୱପୂର୍ଣ୍ଣ ଯେ, ସମସ୍ତ ଆବଶ୍ୟକ ଦସ୍ତାବିଜ ଯେପରି ଯେଉଁ ପ୍ରସଙ୍ଗ କାରଣରୁ ବିଳମ୍ୱ ହୋଇଛି, ତାହାର ପ୍ରମାଣ, ଆଦି ପ୍ରଦାନ କରାଯିବା ଆବଶ୍ୟକ।
ପ୍ରଶ୍ନ -2 ଆୟକର କତ୍ତୃପକ୍ଷଙ୍କ ଠାରୁ କ୍ଷମା ପ୍ରାର୍ଥନା ଅନୁରୋଧ ପାଇଁ ମଞ୍ଜୁରୀ ପ୍ରାପ୍ତ ହେବା ପରେ କରଦାତା କଣ କରିବା ଉଚିତ?
ଆୟକର କର୍ତ୍ତୃପକ୍ଷଙ୍କ ଠାରୁ କ୍ଷମା ପ୍ରାର୍ଥନା ଅନୁରୋଧ ପାଇଁ ମଞ୍ଜୁରୀ ଆଦେଶ ପ୍ରାପ୍ତ କରିବା ପରେ କରଦାତା ଆୟକର ରିଟର୍ଣ୍ଣ ଦାଖଲ କରିବା ଆବଶ୍ୟକ।
ପ୍ରଶ୍ନ -3 ବିଳମ୍ୱ ପାଇଁ କ୍ଷମା ପ୍ରାର୍ଥନା ଅନୁରୋଧ ମଞ୍ଜୁର ହେବା ପରେ ITR ଫାଇଲ କରିବା ପାଇଁ ରହିଥିବା ସୋପାନଗୁଡ଼ିକ କ'ଣ ଅଟେ?
ବିଳମ୍ୱ ପାଇଁ ଆପଣଙ୍କର କ୍ଷମା ପ୍ରାର୍ଥନା ଅନୁରୋଧ ଥରେ ମଞ୍ଜୁର ହେବା ପରେ ଆପଣ ନିମ୍ନ ଲିଖିତ ସୋପାନ ଅନୁସରଣ କରି ଆଗକୁ ବଢ଼ି ପାରିବେ:
- ଆପଣଙ୍କର ଆୟକର ରିଟର୍ଣ୍ଣ କରନ୍ତୁ
- ଅପଲୋଡ୍ ହୋଇଥିବା ରିଟର୍ଣ୍ଣକୁ ଇ-ସତ୍ୟାପନ କରନ୍ତୁ