Do not have an account?
Already have an account?

1. ଅବଲୋକନ

 

କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (CBDT) ଦିନାଙ୍କିତ 1,2024ରେ ପରିପତ୍ର ସଂ.11/2024 ଜାରି କରିଛନ୍ତି, ଯାହା ଆୟକର ରିଟର୍ଣ୍ଣ ଫାଇଲ କରିବା, ଫେରସ୍ତ ଦାବି କରିବା କିମ୍ୱା କ୍ଷତିକୁ ଅଗ୍ରେଷିତ କରିବାରେ ଆୟକର ଅଧିନିୟମ, 1961ର ଧାରା 119(2)(b) ଅଧୀନରେ ବିଳମ୍ୱ ହେତୁ କ୍ଷମା ପ୍ରାର୍ଥନା ସମ୍ୱନ୍ଧରେ ଥିବା ପୂର୍ବର ସମସ୍ତ ନିର୍ଦ୍ଦେଶକୁ ବାତିଲ କରେ। ପରିପତ୍ର ଏକ ବ୍ୟାପକ ନିର୍ଦ୍ଦେଶାବଳୀ ପ୍ରଦାନ କରେ, ଯାହା ବିଭିନ୍ନ କତ୍ତୃପକ୍ଷଙ୍କୁ ଅର୍ଥ ସୀମା ଆଧାରରେ ଏହିପରି ଦାବି ଗ୍ରହଣ କିମ୍ୱା ପ୍ରତ୍ୟାଖ୍ୟାନ କରିବାକୁ ସଶକ୍ତ କରେ।

 

ଆୟକର ଅଧିନିୟମ, 1961ର ଧାରା 139(1) /139(4) ଅନୁଯାୟୀ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରତ୍ୟେକ କରଦାତା ନିଜର ଆୟକର ରିଟର୍ଣ୍ଣ ଦାଖଲ କରିବା ଆବଶ୍ୟକ। ଅଥଚ, ଏପରି ହେବା ସମ୍ଭବ ଯେ କରଦାତା କୌଣସି ବାସ୍ତବ ଦୁରାବସ୍ଥା କିମ୍ୱା କାରଣ ହେତୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଆୟକର ରିଟର୍ଣ୍ଣ ଫାଇଲ କରବାକୁ ସମର୍ଥ ହୋଇନପାରନ୍ତି ଓ ଅତ୍ୟଧିକ ସୁଧ କିମ୍ୱା ଜୋରିମାନା ଦେବାକୁ ପଡ଼ିପାରେ।

 

ଏଭଳି ପରିସ୍ଥିତିରେ କରଦାତାଙ୍କ ପାଖରେ ଦୁଇଟି ବିକଳ୍ପ ରହିଛି:

1. ଧାରା 139(8A) ଅଧୀନରେ ITR ଫାଇଲ କରନ୍ତୁ, କିମ୍ୱା

2.ଧାରା 139(9A) ଅଧୀନରେ ITR ଫାଇଲ କରିବାରେ ବିଳମ୍ୱ ହେତୁ କ୍ଷମା ପ୍ରାର୍ଥନା ଅନୁରୋଧ ମଞ୍ଜୁର ହେବା ପରେ।

 

ITR-U ଫାଇଲ୍ କରିବା କ୍ଷେତ୍ରରେ କରଦାତା ପ୍ରାସଙ୍ଗିକ ନିର୍ଦ୍ଧାରଣ ବର୍ଷର ଶେଷରୁ ଚାରିବର୍ଷ ପରେ ରିଟର୍ଣ୍ଣ ଫାଇଲ କରିପାରିବେ ନାହିଁ ଏବଂ ତାଙ୍କୁ ଦେୟ ପ୍ରଦାନ କରିବାକୁ ମଧ୍ୟ ପଡ଼ିବ ଅର୍ଥାତ୍‌ ଧାରା 139(8 A) ଅନୁଯାୟୀ 25%/50%/60%/70% ଅତିରିକ୍ତ କର। ତଥାପି, ବାସ୍ତବ ଦୁରାବସ୍ଥା କ୍ଷେତ୍ରରେ କରଦାତା ଧାରା119(2)(b) ଅଧୀନରେ ଏକ କ୍ଷମା ପ୍ରାର୍ଥନା ଅନୁରୋଧ ଫାଇଲ କରିପାରିବେ।

 

ଯଦି ସକ୍ଷମ ଆୟକର କତ୍ତୃପକ୍ଷଙ୍କ କ୍ଷମା ପ୍ରାର୍ଥନା ଅନୁରୋଧ ଗ୍ରହଣ କରନ୍ତି, ତାହାହେଲେ କୌଣସି ଅତିରିକ୍ତ କର, ସୁଧ କିମ୍ୱା ଅର୍ଥଦଣ୍ଡ ପୈଠ କରିବା ଆବଶ୍ୟକ ହୋଇନଥାଏ।

 

ତେଣୁ, ITR ଫାଇଲିଂରେ ବିଳମ୍ୱ ହେତୁ କ୍ଷମା ପ୍ରାର୍ଥନା ହେଉଛି ସ୍ୱତନ୍ତ୍ର ଆଶ୍ୱସ୍ତି ଯାହା ଧାରା 119(2)(b) ଅଧୀନରେ ପ୍ରଦାନ କରାଯାଏ।

 

ଏହି ଉପଭୋକ୍ତା ମାନୁଆଲରେ ଆମେ କର କତ୍ତୃପକ୍ଷଙ୍କ ଦ୍ୱାରା କ୍ଷମା ପ୍ରାର୍ଥନା ଅନୁରୋଧ ଗ୍ରହଣ କରାଯିବା ପରେ ITR ଫାଇଲ କରିବା ପାଇଁ ସୋପାନ ଭିତ୍ତିକ ପକ୍ରିୟା ବିଷଟରେ ଆଲୋଚନା କରିବା ଓ ଆହୁରିମଧ୍ୟ ଏହା ସହିତ ଜଡ଼ିତ କେତକ ବାରମ୍ୱାର ପଚରାଯାଉଥିବା ପ୍ରଶ୍ନ ମଧ୍ୟ ଆଲୋଚନା କରିବା।

2. ଏହି ସେବା ପ୍ରାପ୍ତ କରିବା ପାଇଁ ପ୍ରାକ୍ ଆବଶ୍ୟକତା

  • ବୈଧ ଉପଭୋକ୍ତା ID ଏବଂ ପାସ୍‌ୱାର୍ଡ
  • ଅନନ୍ୟ ସଂଖ୍ୟା ଯୁକ୍ତ ବିଳମ୍ୱ ହେତୁ କ୍ଷମା ପ୍ରାର୍ଥନା ଆଦେଶ କରୁଥିବା PCIT ଆଦେଶ ( କ୍ଷମା ପ୍ରାର୍ଥନା ଆଦେଶର DIN)
  • ବୈଧ ବ୍ୟାଙ୍କ ଖାତା ବିବରଣୀ
  • ଫର୍ମ 26AS ଏବଂ AIS

 

3. ସୋପନ କ୍ରମିକ ମାର୍ଗଦର୍ଶନ


3.1. ଧାରା 119(2B) ଅଧୀନରେ ବିଳମ୍ୱ ହେତୁ କ୍ଷମା ପ୍ରାର୍ଥନା ପରେ ଧାରା 139(9A) ଅଧୀନରେ ITR ଫାଇଲିଂ

ପ୍ରାସଙ୍ଗିକ ନିର୍ଦ୍ଧାରଣ ବର୍ଷ, ଯାହାପାଇଁ PCIT ବିଳମ୍ୱ ପାଇଁ କ୍ଷମା ପ୍ରଦାନ କରିଛନ୍ତି, ଧାରା 139 (9A) ଅଧୀନରେ ITR ଫାଇଲିଂ। (ଦୟାକରି ଧ୍ୟାନ ଦିଅନ୍ତୁ ଯେ ଧାରା 139(9A) ଅଧୀନରେ ITR କେବଳ ଅଫ୍‌ଲାଇନ୍‌ ଉପଯୋଗିତା ବ୍ୟବହାର କରି ଫାଇଲ କରାଯାଇ ପାରିବ, ଅନ୍‌ଲାଇନ୍‌ ଫାଇଲ କରିବା ବିକଳ୍ପ ଉପଲବ୍ଧ ନାହିଁ)


ସୋପାନ 1: ଇ-ଫାଇଲିଂ ପୋର୍ଟାଲ୍ ମୂଳପୃଷ୍ଠାକୁ ଯାଆନ୍ତୁ।

 

1


ସୋପାନ 2: ଉପଭୋକ୍ତା ID ଏବଂ ପାସୱାର୍ଡ ଭରନ୍ତୁ।

 

2


ସୋପାନ 3:"ଇ-ଫାଇଲ୍" ଟ୍ୟାବକୁ ଯାଆନ୍ତୁ ଏବଂ "ଆୟକର ରିଟର୍ଣ୍ଣ" ଚୟନ କରନ୍ତୁ ।

 

3


ସୋପାନ 4: ଯେଉଁ ନିର୍ଦ୍ଧାରଣ ବର୍ଷ ପାଇଁ ରିଟର୍ଣ୍ଣ ଫାଇଲ କରିବାକୁ ଯାଉଛନ୍ତି ତାହା ଚୟନ କରନ୍ତୁ।

 

4


ସୋପାନ 5: "ଧାରା 139(9) ଅଧୀନରେ ଫାଇଲ କରିବା ପ୍ରକାର ବାଛନ୍ତୁ - ଧାରା119(2)(b) ଅଧୀନରେ ବିଳମ୍ୱ ହେତୁ କ୍ଷମା ପ୍ରାର୍ଥନା ପରେ"

 

5


ସୋପାନ 6: ଦୟାକରି ନିଶ୍ଚିତ କରନ୍ତୁ ଯେ ITR ଫାଇଲ କରିବା ପୂର୍ବରୁ କ୍ଷମା ପ୍ରାର୍ଥନା ଅନୁରୋଧ ମଞ୍ଜୁର ହୋଇଛି।

 

6


ସୋପାନ 7: ITR ପ୍ରକାର ଚୟନ କରନ୍ତୁ ଏବଂ ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ।

 

 

7


ସୋପାନ 8: ବିଭାଗ ସଂ.4 ରେ ଥିବା ସୋପାନ ଅନୁଯାୟୀ JSON ଅପଲୋଡ୍‌ କରନ୍ତୁ ଓ ଏହାକୁ ସତ୍ୟାପିତ କରି ଆପଣଙ୍କ ରିଟର୍ଣ୍ଣ ଫାଇଲ କରନ୍ତୁ। ଆପଣଙ୍କୁ ଏକ ସଫଳ ହୋଇଥିବା ସନ୍ଦେଶ ପ୍ରାପ୍ତ ହେବ। ଭବିଷ୍ୟତ ସନ୍ଦର୍ଭ ପାଇଁ ବିନିମୟ ID ଲେଖି ରଖନ୍ତୁ।

(ଅଫ୍‌ଲାଇନ୍‌ ଉପଯୋଗିତାରେ କିପରି ITR ପ୍ରସ୍ତୁତ କରିବେ ଓ JSON ଉତ୍ପନ୍ନ କରିବେ, ତାହା ବିଭାଗ ସଂ.4ରେ ଦେଖନ୍ତୁ)

 

8

 


4. ଉପଯୋଗିତାରେ କିପରି ITR ପ୍ରସ୍ତୁତ କରିବେ ଓ JSON ଫାଇଲ ଉତ୍ପନ୍ନ କରିବେ


ସୋପାନ 1: ଇ-ଫାଇଲିଂ ପୋର୍ଟାଲର ହୋମ୍‌ପେଜ୍ କୁ ଯାଆନ୍ତୁ।

 

4.1


ସୋପାନ 2: ହୋମ୍‌ପେଜ୍‌ରେ ଡାଉନଲୋଡ୍ ଉପରେ କ୍ଲିକ୍ କରନ୍ତୁ।

 

4.2


ସୋପାନ 3:ଆୟକର ରିଟର୍ଣ୍ଣ ବର୍ଗରେ, ପ୍ରାସଙ୍ଗିକ ନିର୍ଦ୍ଧାରଣ ବର୍ଷ ଚୟନ କରନ୍ତୁ ଯାହା ପାଇଁ ଆପଣ ITR ଫାଇଲ୍ କରିବାକୁ ଯାଉଛନ୍ତି।

 

4.3


ସୋପାନ 4: ବର୍ତ୍ତମାନ ଆପଣଙ୍କ ସିଷ୍ଟମରେ ଏକ୍ସେଲ୍‌ ଉପଯୋଗିତା ଇନଷ୍ଟାଲ କରନ୍ତୁକୁ ଡାଉନଲୋଡ୍‌ କରନ୍ତୁ।

 

4.4


ସୋପାନ 5: ଏକ୍ସେଲ ଉପଯୋଗିତା ପ୍ରସ୍ତୁତ କରନ୍ତୁ।

 

4.5


ସୋପାନ 6: ସୂଚନା ଫାଇଲ କରିବାବେଳେ ଅନନ୍ୟ ସଂଖ୍ୟା / ଦସ୍ତାବିଜ ଚିହ୍ନଟ ସଂଖ୍ୟା ଏବଂ କ୍ଷମା ପ୍ରାର୍ଥନା ଆଦେଶର ଆଦେଶ ହୋଇଥିବା ତାରିଖ ଉଲ୍ଲେଖ କରନ୍ତୁ।

 

4.6

 

ସୋପାନ 7: ଉପଯୋଗିତାରେ ITR ପ୍ରସ୍ତୁତ କରନ୍ତୁ ଏବଂ JSON ସୃଷ୍ଟି କରନ୍ତୁ।

 

5. ସମ୍ବନ୍ଧିତ ବିଷୟଗୁଡ଼ିକ

ଶବ୍ଦକୋଷ

ଆକ୍ରୋନିମ / ଶବ୍ଦ ସଂକ୍ଷେପ

ବର୍ଣ୍ଣନା/ପୂର୍ଣ୍ଣ ସ୍ୱରୂପ

AO

ମୂଲ୍ୟାୟନ ଅଧିକାରୀ

AY

ନିର୍ଦ୍ଧାରଣ ବର୍ଷ

CA

ଚାର୍ଟାର୍ଡ ଆକାଉଣ୍ଟାଣ୍ଟ

CPC

କେନ୍ଦ୍ରୀକୃତ ପ୍ରକ୍ରିୟାକରଣ କେନ୍ଦ୍ର

EVC

ଇଲେକ୍ଟ୍ରୋନିକ୍ ସତ୍ୟାପନ କୋଡ୍