Do not have an account?
Already have an account?

1. ଅବଲୋକନ

ଏହି ପ୍ରାକ୍-ଲଗ୍‌ଇନ୍ ସେବା ଇ-ଫାଇଲିଂ ପୋର୍ଟାଲ୍‌ରେ ପଞ୍ଜିକରଣ ଓ ଆକ୍ସେସ କରିବାକୁ ଚାହୁଁଥିବା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (CA)ମାନଙ୍କ ପାଇଁ ଉପଲବ୍ଧ। ପଞ୍ଜିକରଣ ସେବା ଉପଭୋକ୍ତାଙ୍କୁ କର-ସମ୍ବନ୍ଧିତ ସମସ୍ତ କାର୍ଯ୍ୟକଳାପକୁ ଆକ୍ସେସ ଓ ଟ୍ରାକ୍ କରିବାରେ ସାହାଯ୍ୟ କରିଥାଏ।

2. ଏହି ସେବା ପ୍ରାପ୍ତ କରିବା ପାଇଁ ପ୍ରାକ୍ ଆବଶ୍ୟକତା
 

  • CA ସଦସ୍ୟତା ସଂଖ୍ୟା
  • CA ଭାବେ ପଞ୍ଜିକରଣ କରିବା ପାଇଁ ନାମାଙ୍କନ ତାରିଖ
  • ଇ-ଫାଇଲିଂ ପୋର୍ଟାଲ୍‌ରେ PAN ପଞ୍ଜୀକୃତ ହୋଇଛି
  • ନିର୍ଦ୍ଦିଷ୍ଟ କରାଯାଇଥିବା PAN ସହିତ ବୈଧ ଓ ସକ୍ରିୟ DSC ପଞ୍ଜୀକୃତ ହୋ‍ଇଛି

3. ସୋପାନ-କ୍ରମିକ ମାର୍ଗଦର୍ଶନ


ସୋପାନ 1: ଇ-ଫାଇଲିଂ ପୋର୍ଟାଲ୍ ମୂଳପୃଷ୍ଠାକୁ ଯାଆନ୍ତୁ, ପଞ୍ଜିକରଣ କରନ୍ତୁରେ କ୍ଲିକ୍ କରନ୍ତୁ।

Data responsive


ସୋପାନ 2: ଅନ୍ୟାନ୍ୟରେ କ୍ଲିକ୍‍ କରନ୍ତୁ ଓ ଚାର୍ଟାର୍ଡ ଆକାଉଣ୍ଟାଣ୍ଟକୁ ବର୍ଗ ଭାବରେ ଚୟନ କରନ୍ତୁ ଓ ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ।

Data responsive


ସୋପାନ 3: ମୌଳିକ ବିବରଣୀ ପୃଷ୍ଠାରେ PAN, ନାମ, DOB, ସଦସ୍ୟତା ନମ୍ଵର୍ ଏବଂ ନାମାଙ୍କନ ତାରିଖ ପରି ସମସ୍ତ ବାଧ୍ୟତାମୂଳକ ବିବରଣୀ ଭରନ୍ତୁ ଏବଂ ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ।

Data responsive


ଧ୍ୟାନ ଦିଅନ୍ତୁ:

  • ଯଦି ଆପଣଙ୍କ PAN ଇ-ଫାଇଲିଂ ପୋର୍ଟାଲ୍‌ରେ ପଞ୍ଜୀକୃତ ହୋଇନାହିଁ, ତେବେ ଏକ ତ୍ରୁଟି ସନ୍ଦେଶ ପ୍ରଦର୍ଶିତ ହୋଇଥାଏ। ଯଦି ଆପଣଙ୍କର PAN ପଞ୍ଜୀକୃତ ହୋଇଛି ତେବେ ଆପଣ ଜଣେ CA ଭାବରେ ପଞ୍ଜୀକୃତ ହୋ‍ଇପାରିବେ।
  • ଏହି ପର୍ଯ୍ୟାୟରେ, ନିର୍ଦ୍ଦିଷ୍ଟ କରାଯାଇଥିବା PAN ସହିତ DSC ସଂଯୁକ୍ତ ହୋ‍ଇଛି କି ନାହିଁ, ତାହା ସିଷ୍ଟମ୍ ଯାଞ୍ଚ କରେ। ଯଦି DSC ପଞ୍ଜୀକୃତ ହୋଇନଥାଏ କିମ୍ବା ଯଦି PAN ସହିତ ଲିଙ୍କ୍ ହୋଇଥିବା DSCର ସମୟସୀମା ସମାପ୍ତ ହୋଇଥାଏ, ଏକ ତ୍ରୁଟି ସନ୍ଦେଶ ପ୍ରଦର୍ଶିତ ହୁଏ। ଆଗକୁ ବଢିବା ପାଇଁ ଆପଣଙ୍କର DSCକୁ PANରେ ପଞ୍ଜିକରଣ/ଅଦ୍ୟତନ କରନ୍ତୁ।


ସୋପାନ 4: ICAI ଡାଟାବେସ୍ ସହିତ ସଫଳ ବୈଧିକରଣ ପରେ, ଯୋଗାଯୋଗ ବିବରଣୀ ପୃଷ୍ଠା ପ୍ରଦର୍ଶିତ ହୁଏ। ସମସ୍ତ ବାଧ୍ୟତାମୂଳକ ବିବରଣୀ ଯେପରିକି ପ୍ରାଥମିକ ମୋବାଇଲ ନମ୍ବର, ଇମେଲ୍ ID ଠିକଣା ଭରନ୍ତୁ ଓ ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ।

Data responsive


ସୋପାନ 5: ଦୁଇଟି ପୃଥକ OTP ସୋପାନ 4ରେ ଭରା ଯାଇଥିବା ପ୍ରାଥମିକ ମୋବାଇଲ ନମ୍ବର ଏବଂ ଇମେଲ୍ IDକୁ ପଠାଯାଏ। ଆପଣଙ୍କ ମୋବାଇଲ ନମ୍ବର ଓ ଇମେଲ୍ IDରେ ପ୍ରାପ୍ତ ହୋ‍ଇଥିବା ପୃଥକ୍‍ 6-ଅଙ୍କ ବିଶିଷ୍ଟ OTP ଭରନ୍ତୁ ଓ ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ।

Data responsive



ଧ୍ୟାନ ଦିଅନ୍ତୁ:

  • OTP କେବଳ 15 ମିନିଟ୍ ପାଇଁ ବୈଧ ରହିବ।
  • ସଠିକ୍ OTP ଭରିବାକୁ ଆପଣଙ୍କ ପାଖରେ 3ଟି ପ୍ରୟାସ ରହିବ।
  • ସ୍କ୍ରିନରେ ଥିବା OTP ଏକ୍ସପ୍ୟାରି କାଉଣ୍ଟଡାଉନ ଟାଇମର କେତେବେଳେ OTPର ସମୟ ସୀମା ସମାପ୍ତ ହେବ ତାହା ଆପଣଙ୍କୁ ଜଣାଇଥାଏ।
  • OTP ପୁନଃପ୍ରେରଣ କରନ୍ତୁରେ କ୍ଲିକ୍‍ କଲେ, ଏକ ନୂଆ OTP ଜେନେରେଟ୍‍ ହେବ ଓ ପଠାଯିବ।


ସୋପାନ 6: ଭରାଯାଇଥିବା ସମସ୍ତ ବିବରଣୀ ଠିକ୍ ଅଛି କି ନାହିଁ ଯାଞ୍ଚ କରନ୍ତୁ। ଯଦି ଆବଶ୍ୟକ ହୁଏ, ସ୍କ୍ରିନ୍‌ରେ ବିବରଣୀ ସଂପାଦନା କରନ୍ତୁ, ଏହାପରେ ନିଶ୍ଚିତ କରନ୍ତୁରେ କ୍ଲିକ୍ କରନ୍ତୁ।

Data responsive


ସୋପାନ 7: ପାସ୍‌‍ୱାର୍ଡ ସେଟ୍‍ କରନ୍ତୁ ପୃଷ୍ଠାରେ, ଉଭୟ ପାସ୍‌‍ୱାର୍ଡ ସେଟ୍‍ କରନ୍ତୁପାସ୍‌‍ୱାର୍ଡ ନିଶ୍ଚିତ କରନ୍ତୁ ଟେକ୍ସଟବକ୍ସରେ ଆପଣଙ୍କ ପସନ୍ଦର ପାସ୍‌‍ୱାର୍ଡ ଭରନ୍ତୁ, ଆପଣଙ୍କର ବ୍ୟକ୍ତିକରଣ ହୋ‍ଇଥିବା ସନ୍ଦେଶ ସେଟ୍ କରନ୍ତୁ ଓ ପଞ୍ଜିକରଣ କରନ୍ତୁରେ କ୍ଲିକ୍ କରନ୍ତୁ।

Data responsive


ଧ୍ୟାନ ଦିଅନ୍ତୁ:

  • ରିଫ୍ରେଶ୍ କରନ୍ତୁ କିମ୍ବା ପଛକୁ ଫେରନ୍ତୁ ରେ କ୍ଲିକ୍ କରନ୍ତୁ ନାହିଁ।
  • ଆପଣଙ୍କର ନୂତନ ପାସ୍‌ୱାର୍ଡ ଭରିବା ସମୟରେ, ପାସ୍‌ୱାର୍ଡ ନୀତି ପ୍ରତି ସତର୍କ ରୁହନ୍ତୁ:
    • ଏହା ଅତି କମ୍‌ରେ 8 ଟି ବର୍ଣ୍ଣ ଏବଂ ସର୍ବାଧିକ 14ଟି ବର୍ଣ୍ଣ ହେବା ଆବଶ୍ୟକ।
    • ଏଥିରେ ଉଭୟ ଅପର୍‌ କେସ୍ ଏବଂ ଲୋୟରକେସ୍ ଅକ୍ଷର ଅନ୍ତର୍ଭୁକ୍ତ ଥିବା ଆବଶ୍ୟକ।
    • ଏଥିରେ ଗୋଟିଏ ସଂଖ୍ୟା ରହିବା ଆବଶ୍ୟକ।
    • ଏଥିରେ ଏକ ବିଶେଷ ବର୍ଣ୍ଣ ରହିବା ଉଚିତ (ଯେମିତିକି @#$%)।


ସୋପାନ 8: ଲଗ୍‌ଇନ୍ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଲଗ୍‌ଇନ୍ ପାଇଁ ଆଗକୁ ବଢନ୍ତୁରେ କ୍ଲିକ୍‍ କରନ୍ତୁ। ଆପଣଙ୍କର ଲଗ୍‌ଇନ୍ ବିବରଣୀ ଆପଣଙ୍କ ପ୍ରାଥମିକ ଇମେଲ୍‍ IDରେ ଇମେଲ୍‍ ହୋଇଯିବ।

Data responsive


ଟିପ୍ପଣି: ଇ-ଫାଇଲିଂ ପୋର୍ଟାଲ୍‌ରେ ଆପଣଙ୍କ ପାଇଁ ଉପଲବ୍ଧ ସମସ୍ତ ବୈଶିଷ୍ଟ୍ୟ ଆକ୍ସେସ କରିବାକୁ ଆପଣଙ୍କ ପ୍ରୋଫାଇଲ୍ ଲଗ୍ ଇନ୍ ଏବଂ ଅପ୍‌ଡେଟ୍ କରନ୍ତୁ।

4. ସମ୍ବନ୍ଧିତ ପ୍ରସଙ୍ଗଗୁଡ଼ିକ