Do not have an account?
Already have an account?

1. ସମୀକ୍ଷା

ମୂଲ୍ୟାୟନ ଅଧିକାରୀ, CPC କିମ୍ବା ଅନ୍ୟ କୌଣସି ଆୟକର କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି / ଅବଗତି ପତ୍ର / ଚିଠି ଆଦି ଦେଖିବା ଏବଂ ପ୍ରତିକ୍ରିୟା ଦାଖଲ କରିବା ପାଇଁ ସମସ୍ତ ପଞ୍ଜୀକୃତ ଉପଭୋକ୍ତାଙ୍କ ପାଇଁ ଇ-କାର୍ଯ୍ୟପ୍ରକ୍ରିୟା ସେବା ଉପଲବ୍ଧ। ଇ-କାର୍ଯ୍ୟପ୍ରକ୍ରିୟା ସେବା ବ୍ୟବହାର କରି ନିମ୍ନୋକ୍ତ ବିଜ୍ଞପ୍ତି / ଅବଗତି ପତ୍ର / ଚିଠିଗୁଡିକ ଦେଖିହେବ ଏବଂ ପ୍ରତିକ୍ରିୟା ପ୍ରଦାନ କରାଯାଇପାରିବ:

  • ଧାରା 139(9) ଅଧୀନରେ ତ୍ରୁଟିପୂର୍ଣ୍ଣ ବିଜ୍ଞପ୍ତି
  • ଧାରା 245 ଅଧୀନରେ ସୂଚନା - ଦାବି ବିପରୀତରେ ସମାଯୋଜନ
  • ଧାରା 143(1)(a) ଅଧୀନରେ ପ୍ରଥମ ଦୃଷ୍ଟିରେ ସମାଯୋଜନ
  • ଧାରା 154 ଅଧୀନରେ ସ୍ୱତଃ ସଂଶୋଧନ
  • ମୂଲ୍ୟାୟନ ଅଧିକାରୀ କିମ୍ବା ଅନ୍ୟ କୌଣସି ଆୟକର କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିଗୁଡ଼ିକ
  • ସ୍ପଷ୍ଟୀକରଣ ଯୋଗାଯୋଗ ଆବଶ୍ୟକତା

ଏଥିସହ, ଜଣେ ପଞ୍ଜୀକୃତ ଉପଭୋକ୍ତା ଉପରୋକ୍ତ ତାଲିକାଭୁକ୍ତ ବିଜ୍ଞପ୍ତି / ଅବଗତି ପତ୍ର / ଚିଠିଗୁଡ଼ିକର ଉତ୍ତର ଦେବା ପାଇଁ ଜଣେ ଅଧିକୃତ ପ୍ରତିନିଧୀଙ୍କୁ ମଧ୍ୟ ଯୋଡିପାରିବେ କିମ୍ବା ପ୍ରତ୍ୟାହାର କରିପାରିବେ।

2. ଏହି ସେବା ଉପଲବ୍ଧ ହେବାର ପ୍ରାକ୍‌ ଆବଶ୍ୟକତାଗୁଡ଼ିକ

  • ଏକ ବୈଧ ଉପଭୋକ୍ତା ID ଏବଂ ପାସ୍‌ୱାର୍ଡ୍ ସହିତ ଇ-ଫାଇଲିଂ ପୋର୍ଟାଲ୍‌ରେ ପଞ୍ଜୀକୃତ ଉପଭୋକ୍ତା
  • ସକ୍ରିୟ PAN
  • ବିଭାଗରୁ ବିଜ୍ଞପ୍ତି / ଅବଗତି ପତ୍ର / ଚିଠି (AO / CPC / ଅନ୍ୟ କୌଣସି ଆୟକର କର୍ତ୍ତୃପକ୍ଷ)
  • ଅଧିକୃତ ପ୍ରତିନିଧି ଭାବରେ କାର୍ଯ୍ୟ କରିବାକୁ ଅଧିସ୍ୱୀକୃତ (ଅଧିକୃତ ପ୍ରତିନିଧି କରଦାତାଙ୍କ ତରଫରୁ ପ୍ରତିକ୍ରିୟା ଦେବାକୁ ଚାହିଁବା କ୍ଷେତ୍ରରେ)
  • ସକ୍ରିୟ TAN (TAN ପ୍ରକ୍ରିୟାକରଣ କ୍ଷେତ୍ରରେ)

3.ପର୍ଯ୍ୟାୟକ୍ରମିକ ମାର୍ଗଦର୍ଶନ

ସୋପାନ 1: ଆପଣଙ୍କର ଉପଭୋକ୍ତା ID ଏବଂ ପାସ୍‌ୱାର୍ଡ୍ ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲ୍‌ରେ ଲଗ୍ଇନ୍ କରନ୍ତୁ।

 

Data responsive


 

ସୋପାନ 2: ଆପଣଙ୍କ ଡ୍ୟାଶ୍‌ବୋର୍ଡରେ, ସ୍ଥଗିତ କାର୍ଯ୍ୟଗୁଡିକ > ଇ-କାର୍ଯ୍ୟପ୍ରକ୍ରିୟାରେ କ୍ଲିକ୍ କରନ୍ତୁ।

 

Data responsive


 

ସୋପାନ 3: ଇ-କାର୍ଯ୍ୟପ୍ରକ୍ରିୟା ପୃଷ୍ଠାରେ, ସ୍ୱୟଂ ରେ କ୍ଲିକ୍‌ କରନ୍ତୁ।

 

Data responsive

 


ଟିପ୍ପଣୀ:

  • ଯଦି ଆପଣ ଏକ ଅଧିକୃତ ପ୍ରତିନିଧି ଭାବରେ ଲଗ୍ଇନ୍ କରନ୍ତି, ଅଧିକୃତ ପ୍ରତିନିଧି ଭାବରେ କ୍ଲିକ୍ କରନ୍ତୁ, ଏବଂ ଆପଣ ବିଜ୍ଞପ୍ତିର ବିବରଣୀ ଦେଖିବାକୁ ସମର୍ଥ ହେବେ।
  • ଯଦି ଆପଣଙ୍କୁ ବିଜ୍ଞପ୍ତିର ଧାରା 133(6) କିମ୍ବା 131 ଅନୁଯାୟୀ ସ୍ୱ - PAN/TAN ପ୍ରତି ଅନୁପାଳନର ଏକ ଅଂଶ ଭାବରେ ଜାରି ହୋଇଥିବା ଏକ ବିଜ୍ଞପ୍ତିର ପ୍ରତିକ୍ରିୟା ଦେବା ଆବଶ୍ୟକ, ତେବେ ଅନ୍ୟ PAN/TANରେ କ୍ଲିକ୍‌ କରନ୍ତୁ।
ଧାରା 139(9) ଅଧୀନରେ ତ୍ରୁଟିପୂର୍ଣ୍ଣ ବିଜ୍ଞପ୍ତି ଧାରା 3.1 ଦେଖନ୍ତୁ
ଧାରା 143(1)(a) ଅଧୀନରେ ପ୍ରଥମ ଦୃଷ୍ଟିରେ ସମାଯୋଜନ ଧାରା 3.2 ଦେଖନ୍ତୁ
ଧାରା 154 ଅଧୀନରେ ସ୍ୱତଃ ସଂଶୋଧନ ଧାରା 3.3 ଦେଖନ୍ତୁ
ମୂଲ୍ୟାୟନ ଅଧିକାରୀ କିମ୍ବା ଅନ୍ୟ କୌଣସି ଆୟକର କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିଗୁଡ଼ିକ ଧାରା 3.4 ଦେଖନ୍ତୁ
ସ୍ପଷ୍ଟୀକରଣ ଯୋଗାଯୋଗ ଆବଶ୍ୟକତା ଧାରା 3.5 ଦେଖନ୍ତୁ
ଅଧିକୃତ ପ୍ରତିନିଧିଙ୍କୁ ଯୋଡିବା/ପ୍ରତ୍ୟାହାର କରିବା ଧାରା 3.6 ଦେଖନ୍ତୁ

3.1. ଧାରା 139(9) ଅଧିନରେ ତ୍ରୁଟିପୂର୍ଣ୍ଣ ବିଜ୍ଞପ୍ତି ଦେଖିବା ଏବଂ ପ୍ରତିକ୍ରିୟା ଦାଖଲ କରିବା ପାଇଁ:

ସୋପାନ 1: ଧାରା 139(9) ଅଧିନରେ ତ୍ରୁଟିପୂର୍ଣ୍ଣ ବିଜ୍ଞପ୍ତି ସମ୍ପର୍କରେ ବିଜ୍ଞପ୍ତି ଦେଖନ୍ତୁ ରେ କ୍ଲିକ୍‌ କରନ୍ତୁ ଏବଂ ଆପଣ ନିମ୍ନୋକ୍ତଗୁଡ଼ିକ କରିପାରିବେ:

ବିଜ୍ଞପ୍ତି ଦେଖନ୍ତୁ ଏବଂ ଡାଉନ୍‌ଲୋଡ୍ କରନ୍ତୁ ସୋପାନ 2 ଏବଂ ସୋପାନ 3 ଅନୁସରଣ କରନ୍ତୁ
ପ୍ରତିକ୍ରିୟା ଦାଖଲ କରନ୍ତୁ ସୋପାନ 4ରୁ ସୋପାନ 7 ଅନୁସରଣ କରନ୍ତୁ

 

Data responsive


ବିଜ୍ଞପ୍ତି ଦେଖିବା ଏବଂ ଡାଉନ୍‌ଲୋଡ୍ କରିବା ପାଇଁ

ସୋପାନ 2:
ବିଜ୍ଞପ୍ତି/ ଚିଠି PDF ରେ କ୍ଲିକ୍ କରନ୍ତୁ।

 

Data responsive

 

ସୋପାନ 3: ଆପଣଙ୍କୁ ଜାରି ହୋଇଥିବା ବିଜ୍ଞପ୍ତି ଦେଖିବାକୁ ଆପଣ ସମର୍ଥ ହେବେ। ଯଦି ଆପଣ ବିଜ୍ଞପ୍ତି ଡାଉନ୍‌ଲୋଡ୍ କରିବାକୁ ଚାହାଁନ୍ତି, ଡାଉନ୍‌ଲୋଡ୍ ରେ କ୍ଲିକ୍ କରନ୍ତୁ।

 

Data responsive

 


ପ୍ରତିକ୍ରିୟା ଦାଖଲ କରିବା ପାଇଁ

ସୋପାନ 4: ପ୍ରତିକ୍ରିୟା ଦାଖଲ କରନ୍ତୁ ରେ କ୍ଲିକ୍‌ କରନ୍ତୁ।

 

Data responsive

 


ସୋପାନ 5: ଆପଣ ସହମତ କିମ୍ବା ଅସହମତ ଯେ କୌଣସିଟି ଚୟନ କରିପାରିବେ।

 

Data responsive

 


ସୋପାନ 5a: ଯଦି ଆପଣ ସହମତ ଚୟନ କରୁଛନ୍ତି, ତେବେ ପ୍ରତିକ୍ରିୟାର ମୋଡ୍ (ଅଫ୍‌ଲାଇନ୍) ଚୟନ କରନ୍ତୁ, ITR ପ୍ରକାର ଚୟନ କରନ୍ତୁ ଏବଂ ପ୍ରଯୋଜ୍ୟ ଅନୁଯାୟୀ ସଠିକ୍ JSON ଫାଇଲ୍ ଅପଲୋଡ୍ କରନ୍ତୁ ଏବଂ ଦାଖଲ କରନ୍ତୁରେ କ୍ଲିକ୍ କରନ୍ତୁ।

 

Data responsive



ସୋପାନ 5b: ଯଦି ଆପଣ ଅସହମତି ଚୟନ କରନ୍ତି, ତ୍ରୁଟି ସହିତ ଅସହମତ ହେବାର କାରଣ ଲେଖନ୍ତୁ ଏବଂ ଦାଖଲ କରନ୍ତୁରେ କ୍ଲିକ୍ କରନ୍ତୁ।

 

Data responsive


ସୋପାନ 6: ଘୋଷଣାନାମା ଚେକ୍‌ବକ୍ସ ଚୟନ କରନ୍ତୁ।

ସଫଳ ଦାଖଲ ପରେ, ଏକ ବିନିମୟ ID ସହିତ ଏକ ସଫଳତା ସନ୍ଦେଶ ପ୍ରଦର୍ଶିତ ହୁଏ। ଭବିଷ୍ୟତ ସନ୍ଦର୍ଭ ପାଇଁ ଦୟାକରି ବିନିମୟ IDର ଏକ ଟିପ୍ପଣୀ ଲେଖି ରଖନ୍ତୁ। ଇ-ଫାଇଲିଂ ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା ଆପଣଙ୍କ ଇମେଲ୍ ID ରେ ଆପଣ ମଧ୍ୟ ଏକ ନିଶ୍ଚିତକରଣ ସନ୍ଦେଶ ପ୍ରାପ୍ତ କରିବେ।

 

Data responsive


ସୋପାନ 7: ଯଦି ଆପଣ ଦାଖଲ ହୋଇଥିବା ପ୍ରତିକ୍ରିୟା ଦେଖିବାକୁ ଚାହାଁନ୍ତି, ତେବେ ସଫଳତା ପୂର୍ବକ ଦାଖଲ ପୃଷ୍ଠାରେ ପ୍ରତିକ୍ରିୟା ଦେଖନ୍ତୁରେ କ୍ଲିକ୍‌ କରନ୍ତୁ। ଆପଣ ବିଜ୍ଞପ୍ତି, ପ୍ରଦାନ କରାଯାଇଥିବା ପ୍ରତିକ୍ରିୟା/ମନ୍ତବ୍ଯଗୁଡ଼ିକ ଦେଖିବାକୁ ସମର୍ଥ ହେବେ।

 

Data responsive


3.2. ଧାରା 143(1)(a)ଅଧୀନରେ ସ୍ୱତଃ ସମାଯୋଜନକୁ ଦେଖିବା ଏବଂ ପ୍ରତିକ୍ରିୟା ଦାଖଲ କରିବା ପାଇଁ

ସୋପାନ 1: ଧାରା 245 ଅଧିନରେ ସମାଯୋଜନ ସମ୍ପର୍କିତ ବିଜ୍ଞପ୍ତି ଦେଖନ୍ତୁ ରେ କ୍ଲିକ୍‌ କରନ୍ତୁ ଏବଂ ଆପଣ ନିମ୍ନୋକ୍ତଗୁଡ଼ିକ କରିପାରିବେ:

ବିଜ୍ଞପ୍ତି ଦେଖନ୍ତୁ ଏବଂ ଡାଉନ୍‌ଲୋଡ୍ କରନ୍ତୁ ସୋପାନ 2 ଏବଂ ସୋପାନ 3 ଅନୁସରଣ କରନ୍ତୁ
ପ୍ରତିକ୍ରିୟା ଦାଖଲ କରନ୍ତୁ ସୋପାନ 4ରୁ ସୋପାନ 11 ଅନୁସରଣ କରନ୍ତୁ
Data responsive



ସୋପାନ2: ବିଜ୍ଞପ୍ତି/ ଚିଠି pdf ରେ କ୍ଲିକ୍ କରନ୍ତୁ।

ସୋପାନ 3: ଆପଣଙ୍କୁ ଜାରି ହୋଇଥିବା ବିଜ୍ଞପ୍ତି ଦେଖିବାକୁ ଆପଣ ସମର୍ଥ ହେବେ। ଯଦି ଆପଣ ବିଜ୍ଞପ୍ତି ଡାଉନ୍‌ଲୋଡ୍ କରିବାକୁ ଚାହାଁନ୍ତି, ଡାଉନ୍‌ଲୋଡ୍ କରନ୍ତୁ ରେ କ୍ଲିକ୍ କରନ୍ତୁ।

 

Data responsive



ପ୍ରତିକ୍ରିୟା ଦାଖଲ କରିବା ପାଇଁ

ସୋପାନ 4: ପ୍ରତିକ୍ରିୟା ଦାଖଲ କରନ୍ତୁ ରେ କ୍ଲିକ୍‌ କରନ୍ତୁ।

 

Data responsive


ସୋପାନ 5: : ଆପଣ ଫାଇଲ୍ କରିଥିବା ITRରେ CPC ଦ୍ୱାରା ମିଳିଥିବା ସ୍ୱତଃ ସମାଯୋଜନଗୁଡିକର ବିବରଣୀ ଦେଖିବାକୁ ସମର୍ଥ ହେବେ। ପ୍ରତିକ୍ରିୟା ପ୍ରଦାନ କରିବା ପାଇଁ ପ୍ରତିଟି ପ୍ରକାର ଉପରେ କ୍ଲିକ୍‌ କରନ୍ତୁ।

 

Data responsive


ସୋପାନ 6: ପାର୍ଥକ୍ଯ ଉପରେ କ୍ଲିକ୍ କରିବା ପରେ, ପାର୍ଥକ୍ଯଗୁଡ଼ିକର ବିବରଣୀ ପ୍ରଦର୍ଶିତ ହେବ। ନିର୍ଦ୍ଦିଷ୍ଟ ପାର୍ଥକ୍ଯ ପାଇଁ ପ୍ରତିକ୍ରିୟା ପ୍ରଦାନ କରିବାକୁ, ପ୍ରତିକ୍ରିୟା ପ୍ରଦାନ କରନ୍ତୁରେ କ୍ଲିକ୍ କରନ୍ତୁ।

 

Data responsive



ସୋପାନ 7: ପ୍ରସ୍ତାବିତ ସମାଯୋଜନ ପାଇଁ ସହମତ କିମ୍ବା ଅସହମତ ଚୟନ କରନ୍ତୁ ଏବଂ ପ୍ରତ୍ୟେକ ସ୍ୱତଃ ସମାଯୋଜନ ପ୍ରତି ପ୍ରତିକ୍ରିୟା ପ୍ରଦାନ କରିବା ପରେ ସେଭ୍ ରେ କ୍ଲିକ୍ କରନ୍ତୁ।

 

Data responsiveData responsive

 

ସୋପାନ 8:ଥରେ ସମସ୍ତ ପ୍ରତିକ୍ରିୟା ପ୍ରଦାନ କରାଯିବା ପରେ, ପଛକୁ ଫେରନ୍ତୁରେ କ୍ଲିକ୍ କରନ୍ତୁ।

 

Data responsive


ସୋପାନ 9:ପଛକୁ ଫେରନ୍ତୁରେ କ୍ଲିକ୍ କରିବା ପରେ, ଆପଣଙ୍କୁ ଆପଣଙ୍କ ଫାଇଲ୍ ହୋଇଥିବା ITRରେ CPC ଦ୍ୱାରା ମିଳିଥିବା ସ୍ୱତଃ ସମାଯୋଜନର ବିବରଣୀକୁ ଫେରାଇ ନିଆଯିବ। ପ୍ରତ୍ୟେକ ପାର୍ଥକ୍ଯ ପ୍ରତି ପ୍ରତିକ୍ରିୟା ପ୍ରଦାନ କରିବା ପରେ, ଘୋଷଣା ଚେକ୍‌ବକ୍ସ ଚୟନ କରନ୍ତୁ ଏବଂ ଦାଖଲ କରନ୍ତୁରେ କ୍ଲିକ୍ କରନ୍ତୁ

 

Data responsive

 

ସୋପାନ 10: ସଫଳ ଦାଖଲ ପରେ, ଏକ ବିନିମୟ ID ସହିତ ଏକ ସଫଳତା ସନ୍ଦେଶ ପ୍ରଦର୍ଶିତ ହୁଏ। ଭବିଷ୍ୟତ ସନ୍ଦର୍ଭ ପାଇଁ ଦୟାକରି ବିନିମୟ IDର ଏକ ଟିପ୍ପଣୀ ଲେଖି ରଖନ୍ତୁ। ଇ-ଫାଇଲିଂ ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା ଆପଣଙ୍କ ଇମେଲ୍ ID ରେ ଆପଣ ମଧ୍ୟ ଏକ ନିଶ୍ଚିତକରଣ ସନ୍ଦେଶ ପ୍ରାପ୍ତ କରିବେ।

 

Data responsive


ସୋପାନ 11: ଯଦି ଆପଣ ଦାଖଲ ହୋଇଥିବା ପ୍ରତିକ୍ରିୟା ଦେଖିବାକୁ ଚାହାଁନ୍ତି, ତେବେ ସଫଳ ଦାଖଲ ପୃଷ୍ଠାରେ ପ୍ରତିକ୍ରିୟା ଦେଖନ୍ତୁ ଉପରେ କ୍ଲିକ୍ କରନ୍ତୁ। ଆପଣ ବିଜ୍ଞପ୍ତି, ପ୍ରଦାନ କରାଯାଇଥିବା ପ୍ରତିକ୍ରିୟା/ମନ୍ତବ୍ଯଗୁଡ଼ିକ ଦେଖିବାକୁ ସମର୍ଥ ହେବେ।

 

Data responsive

 


3.3. ଧାରା 154(a) ଅଧୀନରେ ସ୍ୱତଃ ସଂଶୋଧନର ପ୍ରତିକ୍ରିୟା ଦେଖିବା ଏବଂ ଦାଖଲ କରିବା ପାଇଁ

ସୋପାନ 1: ଧାରା 143(1)(a) ଅଧିନରେ ସମାଯୋଜନ ସମ୍ପର୍କିତ ବିଜ୍ଞପ୍ତି ଦେଖନ୍ତୁ ରେ କ୍ଲିକ୍‌ କରନ୍ତୁ ଏବଂ ଆପଣ ନିମ୍ନୋକ୍ତଗୁଡ଼ିକ କରିପାରିବେ:

ବିଜ୍ଞପ୍ତି ଦେଖନ୍ତୁ ଏବଂ ଡାଉନ୍‌ଲୋଡ୍ କରନ୍ତୁ ସୋପାନ 2 ଏବଂ ସୋପାନ 3 ଅନୁସରଣ କରନ୍ତୁ
ପ୍ରତିକ୍ରିୟା ଦାଖଲ କରନ୍ତୁ ସୋପାନ 4ରୁ ସୋପାନ 7 ଅନୁସରଣ କରନ୍ତୁ
Data responsive


ସୋପାନ 2: ବିଜ୍ଞପ୍ତି/ ଚିଠି pdfରେ କ୍ଲିକ୍ କରନ୍ତୁ।

Data responsive


ସୋପାନ 3: ଆପଣଙ୍କୁ ଜାରି ହୋଇଥିବା ବିଜ୍ଞପ୍ତି ଦେଖିବାକୁ ଆପଣ ସମର୍ଥ ହେବେ। ଯଦି ଆପଣ ବିଜ୍ଞପ୍ତି ଡାଉନ୍‌ଲୋଡ୍ କରିବାକୁ ଚାହାଁନ୍ତି, ଡାଉନ୍‌ଲୋଡ୍ କରନ୍ତୁ ରେ କ୍ଲିକ୍ କରନ୍ତୁ।

 

Data responsive



ପ୍ରତିକ୍ରିୟା ଦାଖଲ କରିବା ପାଇଁ

ସୋପାନ 4: ପ୍ରତିକ୍ରିୟା ଦାଖଲ କରନ୍ତୁ ରେ କ୍ଲିକ୍‌ କରନ୍ତୁ।

Data responsive


ସୋପାନ 5: ସଂଶୋଧିତ ହେବାକୁ ଥିବା ପ୍ରସ୍ତାବିତ ତ୍ରୁଟିଗୁଡ଼ିକର ବିବରଣୀ ପ୍ରଦର୍ଶିତ ହେବ। ସଂଶୋଧିତ ହେବାକୁ ଥିବା ପ୍ରତ୍ୟେକ ପ୍ରସ୍ତାବିତ ତ୍ରୁଟି ପାଇଁ ପ୍ରତିକ୍ରିୟା ଚୟନ କରନ୍ତୁ। ଆପଣ ସହମତି ଏବଂ ସଂଶୋଧନ ପାଇଁ ଆଗକୁ ବଢନ୍ତୁ ଚୟନ କରିପାରିବେ କିମ୍ବା ଅସହମତ ଏବଂ ସଂଶୋଧନ ପାଇଁ ଆପତ୍ତି କରି ପାରନ୍ତି

Data responsive


ସୋପାନ 5a: ଯଦି ଆପଣ ପ୍ରସ୍ତାବିତ ସଂଶୋଧନ ସହିତ ସହମତ ହୁଅନ୍ତି, ତେବେ ସହମତ ହୁଅନ୍ତୁ ଏବଂ ସଂଶୋଧନ ସହିତ ଆଗକୁ ବଢ଼ନ୍ତୁ ଏବଂ ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ।

Data responsive

 

ସୋପାନ 5b: ଯଦି ଆପଣ ପ୍ରସ୍ତାବିତ ସଂଶୋଧନ ସହିତ ଅସହମତି ପ୍ରକାଶ କରନ୍ତି, ଅସହମତ ଏବଂ ସଂଶୋଧନ ପାଇଁ ଆପତ୍ତି ଚୟନ କରନ୍ତୁ, ଡ୍ରପଡାଉନ୍ ରୁ କାରଣ ଚୟନ କରନ୍ତୁ ଏବଂ ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ।

 

Data responsive

ସୋପାନ 6: ଘୋଷଣାନାମା ଚେକ୍‌ବକ୍ସ ଚୟନ କରନ୍ତୁ।

 

Data responsive

ସଫଳ ଦାଖଲ ପରେ, ଏକ ବିନିମୟ ID ସହିତ ଏକ ସଫଳତା ସନ୍ଦେଶ ପ୍ରଦର୍ଶିତ ହୁଏ। ଭବିଷ୍ୟତ ସନ୍ଦର୍ଭ ପାଇଁ ଦୟାକରି ବିନିମୟ IDର ଏକ ଟିପ୍ପଣୀ ଲେଖି ରଖନ୍ତୁ। ଇ-ଫାଇଲିଂ ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା ଆପଣଙ୍କ ଇମେଲ୍ ID ରେ ଆପଣ ମଧ୍ୟ ଏକ ନିଶ୍ଚିତକରଣ ସନ୍ଦେଶ ପ୍ରାପ୍ତ କରିବେ।

 

Data responsive

 


ସୋପାନ 7: ଯଦି ଆପଣ ଦାଖଲ ହୋଇଥିବା ପ୍ରତିକ୍ରିୟା ଦେଖିବାକୁ ଚାହାଁନ୍ତି, ତେବେ ସଫଳ ଦାଖଲ ପୃଷ୍ଠାରେ ପ୍ରତିକ୍ରିୟା ଦେଖନ୍ତୁରେ କ୍ଲିକ୍ କରନ୍ତୁ। ଆପଣ ବିଜ୍ଞପ୍ତି, ପ୍ରଦାନ କରାଯାଇଥିବା ପ୍ରତିକ୍ରିୟା/ମନ୍ତବ୍ଯଗୁଡ଼ିକ ଦେଖିବାକୁ ସମର୍ଥ ହେବେ।

Data responsive

 


3.4. ମୂଲ୍ୟାୟନ ଅଧିକାରୀ କିମ୍ବା ଅନ୍ୟ କୌଣସି ଆୟକର କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି ପାଇଁ ପ୍ରତିକ୍ରିୟା ଦେଖିବା/ ଦାଖଲ କରିବା କିମ୍ବା ପ୍ରତିକ୍ରିୟା ଧାର୍ଯ୍ୟ ତାରିଖ ସ୍ଥଗିତକରଣ କରିବାକୁ ଚାହିଁବା ନିମନ୍ତେ (ଅନ୍ୟ PAN/TAN ସମ୍ପର୍କିତ ଅନୁପାଳନର ଅଂଶ ଭାବରେ ପ୍ରତିକ୍ରିୟା ଅନ୍ତର୍ଭୁକ୍ତ କରି)

ସୋପାନ 1: ଆୟକର ଅଧିକାରୀଙ୍କ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି ସମ୍ପର୍କରେ ବିଜ୍ଞପ୍ତି ଦେଖନ୍ତୁରେ କ୍ଲିକ୍‌ କରନ୍ତୁ ଏବଂ ଆପଣ ନିମ୍ନୋକ୍ତ ଗୁଡ଼ିକ କରିପାରିବେ:

ବିଜ୍ଞପ୍ତି ଦେଖନ୍ତୁ ଏବଂ ଡାଉନ୍‌ଲୋଡ୍ କରନ୍ତୁ ସୋପାନ 2 ଏବଂ ସୋପାନ 3 ଅନୁସରଣ କରନ୍ତୁ
ପ୍ରତିକ୍ରିୟା ଦାଖଲ କରନ୍ତୁ ସୋପାନ 4ରୁ ସୋପାନ 10 ଅନୁସରଣ କରନ୍ତୁ
ଅନ୍ୟ PAN/TAN ପ୍ରତି ଅନୁପାଳନର ଏକ ଅଂଶ ଭାବରେ ପ୍ରତିକ୍ରିୟା ପ୍ରଦାନ ସୋପାନ 4ରୁ ସୋପାନ 10 ଅନୁସରଣ କରନ୍ତୁ

 

 

Data responsive


ସୋପାନ2: ବିଜ୍ଞପ୍ତି/ ଚିଠି pdf ରେ କ୍ଲିକ୍ କରନ୍ତୁ।

Data responsive


ସୋପାନ 3: ଆପଣଙ୍କୁ ଜାରି ହୋଇଥିବା ବିଜ୍ଞପ୍ତି ଦେଖିବାକୁ ଆପଣ ସମର୍ଥ ହେବେ। ଯଦି ଆପଣ ବିଜ୍ଞପ୍ତି ଡାଉନ୍‌ଲୋଡ୍ କରିବାକୁ ଚାହାଁନ୍ତି, ଡାଉନ୍‌ଲୋଡ୍ କରନ୍ତୁ ରେ କ୍ଲିକ୍ କରନ୍ତୁ।

Data responsive


ପ୍ରତିକ୍ରିୟା ଦାଖଲ କରିବା ପାଇଁ

ସୋପାନ 4: ପ୍ରତିକ୍ରିୟା ଦାଖଲ କରନ୍ତୁ ରେ କ୍ଲିକ୍‌ କରନ୍ତୁ।

Data responsive


ସୋପାନ 5: ଦସ୍ତାବିଜ୍‌ ସଂଲଗ୍ନ କରିବା ପାଇଁ ନିର୍ଦ୍ଦେଶାବଳୀ ପଢ଼ନ୍ତୁ ଏବଂ ଜାରି ରଖନ୍ତୁ ରେ କ୍ଲିକ୍ କରନ୍ତୁ।

Data responsive


ଟିପ୍ପଣୀ: ଯଦି ଆପଣ ଏକ ବିଜ୍ଞପ୍ତି ପାଇଁ ପ୍ରତିକ୍ରିୟା ଦେଉଛନ୍ତି ଯାହା ଆପଣ ITR ଦାଖଲ କରିବା ଆବଶ୍ୟକ କରେ, ITR ଫାଇଲ୍‌ କରିବା ପାଇଁ ଏକ ସନ୍ଦେଶ ପ୍ରଦର୍ଶିତ ହେବ। ଆଗକୁ ବଢ଼ନ୍ତୁରେ କ୍ଲିକ୍‌ କରନ୍ତୁ ଏବଂ ଡ୍ରପ୍‌ଡାଉନ୍‌ରୁ ITR ପ୍ରକାର ଚୟନ କରନ୍ତୁ ଏବଂ ଜାରି ରଖନ୍ତୁରେ କ୍ଲିକ୍‌ କରନ୍ତୁ।

ସୋପାନ 6: ଆପଣ ଆଂଶିକ ପ୍ରତିକ୍ରିୟା (ଯଦି ଆପଣ ପ୍ରତିକ୍ରିୟା ଏକାଧିକ ଦାଖଲରେ ଦାଖଲ କରିବାକୁ ଚାହାଁନ୍ତି କିମ୍ବା ଯଦି ବର୍ଗର ସଂଖ୍ୟା 10 ଅତିକ୍ରମ କରେ) କିମ୍ବା ସମ୍ପୂର୍ଣ୍ଣ ପ୍ରତିକ୍ରିୟା (ଯଦି ଆପଣ ପ୍ରତିକ୍ରିୟା ଗୋଟିଏ ଦାଖଲରେ ଦାଖଲ କରିବାକୁ ଚାହାଁନ୍ତି କିମ୍ବା ବର୍ଗଗୁଡ଼ିକର ସଂଖ୍ୟା 10ଠାରୁ କମ୍‌) ଚୟନ କରିପାରିବେ।

Data responsive


ସୋପାନ 7: ଲିଖିତ ପ୍ରତିକ୍ରିୟା/ମନ୍ତବ୍ଯ ଯୋଡ଼ନ୍ତୁ (4000 ବର୍ଣ୍ଣ ପର୍ଯ୍ୟନ୍ତ) ଭରନ୍ତୁ, ଦସ୍ତାବିଜ୍‌ଗୁଡ଼ିକ ସଂଲଗ୍ନ କରିବା ପାଇଁ ବର୍ଗଗୁଡ଼ିକ ଚୟନ କରନ୍ତୁ ଏବଂ ଆବଶ୍ୟକ ସଂଲଗ୍ନକ ଅପ୍‌ଲୋଡ୍‌ କରିବା ପାଇଁ ଦସ୍ତାବିଜ୍‌ ଯୋଡ଼ନ୍ତୁ ରେ କ୍ଲିକ୍‌ କରନ୍ତୁ। ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ।

Data responsive


ଟିପ୍ପଣୀ:

  • ଆପଣଙ୍କୁ ପ୍ରତ୍ୟେକ ବର୍ଗ ପାଇଁ ଆବଶ୍ୟକ ଦସ୍ତାବିଜ୍‌ ସଂଲଗ୍ନ କରିବାକୁ ହେବ।
  • ଗୋଟିଏ ସଂଲଗ୍ନକର ସର୍ବାଧିକ ଆକାର 5 MB ହେବା ଉଚିତ୍।
Data responsive

ସଫଳ ଦାଖଲ ପରେ, ଏକ ବିନିମୟ ID ଏବଂ ପ୍ରାପ୍ତିସ୍ୱୀକୃତି ସଂଖ୍ୟା ସହିତ ଏକ ସଫଳତା ସନ୍ଦେଶ ପ୍ରଦର୍ଶିତ ହୁଏ। ଦୟାକରି ବିନିମୟ‌ ID ଟିପି ରଖନ୍ତୁ ଏବଂ ପ୍ରାପ୍ତିସ୍ୱୀକୃତି ସଂଖ୍ୟା ପ୍ରଦର୍ଶିତ ହେବ ଆପଣ ଇ-ଫାଇଲିଂ ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା ଆପଣଙ୍କ ଇ-ମେଲ୍‌ ID ରେ ଏକ ନିଶ୍ଚିତକରଣ ସନ୍ଦେଶ ପ୍ରାପ୍ତ କରିବେ।


ସୋପାନ 9: ଯଦି ଆପଣ ଦାଖଲ ହୋଇଥିବା ପ୍ରତିକ୍ରିୟା ଦେଖିବାକୁ ଚାହାଁନ୍ତି, ତେବେ ସଫଳତା ପୂର୍ବକ ଦାଖଲ ପୃଷ୍ଠାରେ ପ୍ରତିକ୍ରିୟା ଦେଖନ୍ତୁରେ କ୍ଲିକ୍‌ କରନ୍ତୁ। ଆପଣ ବିଜ୍ଞପ୍ତି, ପ୍ରଦାନ କରାଯାଇଥିବା ପ୍ରତିକ୍ରିୟା/ମନ୍ତବ୍ଯଗୁଡ଼ିକ ଦେଖିବାକୁ ସମର୍ଥ ହେବେ।

ସ୍ଥଗିତକରଣ ଦେଖିବା/ଅନୁରୋଧ କରିବା ପାଇଁ

ସୋପାନ 1: ଯଦି ଆପଣ ସ୍ଥଗିତକରଣ କରିବାକୁ ଚାହାଁନ୍ତି କିମ୍ବା ଦେଖିବାକୁ ଚାହାଁନ୍ତି ମୂଲତବି ଅନୁରୋଧ କରନ୍ତୁ/ ଦେଖନ୍ତୁ ରେ କ୍ଲିକ୍‌ କରନ୍ତୁ।

Data responsive


ସୋପାନ 2: କେଉଁ ତାରିଖ ପର୍ଯ୍ୟନ୍ତ ସ୍ଥଗିତକରଣ ଆବଶ୍ୟକ, ସ୍ଥଗିତକରଣ ଆବଶ୍ୟକ କରିବାର କାରଣ ଚୟନ କରନ୍ତୁ, ମନ୍ତବ୍ଯ/କାରଣ ଭରନ୍ତୁ, ଫାଇଲ୍‌ ସଂଲଗ୍ନ କରନ୍ତୁ (ଯଦି କିଛି ଥାଏ) ଏବଂ ଦାଖଲ କରନ୍ତୁରେ କ୍ଲିକ୍‌ କରନ୍ତୁ।

Data responsive


ସଫଳତାର ସହ ଦାଖଲ ହୋଇସାରିବା ପରେ, ଏକ ବିନିମୟ ID ପ୍ରଦର୍ଶିତ ହେବ। ଭବିଷ୍ୟତର ସନ୍ଦର୍ଭ ପାଇଁ ଦୟାକରି ବିନିମୟ ID ଟିପି ରଖନ୍ତୁ। ଆପଣ ଇ-ଫାଇଲିଂ ପୋର୍ଟାଲରେ ପଞ୍ଜୀକୃତ ଆପଣଙ୍କର ଇମେଲ୍ ID ଏବଂ ମୋବାଇଲ୍ ନମ୍ବରରେ ଏକ ନିଶ୍ଚିତକରଣ ସନ୍ଦେଶ ମଧ୍ୟ ପ୍ରାପ୍ତ କରିବେ।

Data responsive


ଭିଡିଓ କନଫରେନ୍ସିଂ ଅନୁରୋଧ କରିବା ପାଇଁ

ସୋପାନ1: ଯଦି ଆପଣ ଭିଡିଓ କନ୍‌ଫରେନ୍ସିଂ ପାଇଁ ଅନୁରୋଧ କରିବାକୁ ଚାହାଁନ୍ତି ଭିଡିଓ କନ୍‌ଫରେନ୍ସିଂ ଆବଶ୍ୟକରେ କ୍ଲିକ୍‌ କରନ୍ତୁ।

 

Data responsive


ଟିପ୍ପଣୀ: ଏହା କେବଳ ସେତେବେଳେ ଉପଲବ୍ଧ ହେବ, ଯଦି ମୂଲ୍ୟାୟନ ଅଧିକାରୀ ଏହି ବିଜ୍ଞପ୍ତିକୁ ଏକ ଭିଡିଓ କନ୍‌ଫରେନ୍ସିଂ ଅନୁରୋଧ ଉତ୍‌ଥାପନ କରିବା ପାଇଁ ଜାରି କରିଛନ୍ତି।

ସୋପାନ 2: ଭିଡିଓ କନ୍‌ଫରେନ୍ସିଂ ପାଇଁ ଅନୁରୋଧ କରିବା ନିମନ୍ତେ କାରଣ ଚୟନ କରନ୍ତୁ, ମନ୍ତବ୍ୟ/କାରଣ ଭରନ୍ତୁ, ଫାଇଲ୍‌ ସଂଲଗ୍ନ କରନ୍ତୁ (ଯଦି କିଛି ଥାଏ) ଏବଂ ଦାଖଲ କରନ୍ତୁରେ କ୍ଲିକ୍‌ କରନ୍ତୁ।

 

Data responsive


ସଫଳତାର ସହ ଦାଖଲ ହୋଇସାରିବା ପରେ, ଏକ ବିନିମୟ ID ପ୍ରଦର୍ଶିତ ହେବ। ଭବିଷ୍ୟତର ସନ୍ଦର୍ଭ ପାଇଁ ଦୟାକରି ବିନିମୟ ID ଟିପି ରଖନ୍ତୁ। ଇ-ଫାଇଲିଂ ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା ଆପଣଙ୍କ ଇମେଲ୍ IDରେ ଆପଣ ଏକ ନିଶ୍ଚିତକରଣ ସନ୍ଦେଶ ପ୍ରାପ୍ତ କରିବେ।

 

Data responsive

 

3.5. ସ୍ପଷ୍ଟୀକରଣ ଯୋଗାଯୋଗ ଆବଶ୍ୟକ ନିମନ୍ତେ ପ୍ରତିକ୍ରିୟା ଦେଖିବା ଓ ଦାଖଲ କରିବା ପାଇଁ

ସୋପାନ 1: ସ୍ପଷ୍ଟିକରଣ ଆବଶ୍ୟକ ସମ୍ପର୍କରେ ବିଜ୍ଞପ୍ତି ଦେଖନ୍ତୁ ରେ କ୍ଲିକ୍‌ କରନ୍ତୁ ଏବଂ ଆପଣ ନିମ୍ନୋକ୍ତଗୁଡ଼ିକ କରିପାରିବେ:

ବିଜ୍ଞପ୍ତି ଦେଖନ୍ତୁ ଏବଂ ଡାଉନ୍‌ଲୋଡ୍ କରନ୍ତୁ ସୋପାନ 2 ଏବଂ ସୋପାନ 3 ଅନୁସରଣ କରନ୍ତୁ
ପ୍ରତିକ୍ରିୟା ଦାଖଲ କରନ୍ତୁ ସୋପାନ 4ରୁ ସୋପାନ 6 ଅନୁସରଣ କରନ୍ତୁ

 

Data responsive


ସୋପାନ2: ବିଜ୍ଞପ୍ତି/ ଚିଠି pdf ରେ କ୍ଲିକ୍ କରନ୍ତୁ।

 

Data responsive


ସୋପାନ 3: ଆପଣଙ୍କୁ ଜାରି ହୋଇଥିବା ବିଜ୍ଞପ୍ତି ଦେଖିବାକୁ ଆପଣ ସମର୍ଥ ହେବେ। ଯଦି ଆପଣ ବିଜ୍ଞପ୍ତି ଡାଉନ୍‌ଲୋଡ୍ କରିବାକୁ ଚାହାଁନ୍ତି, ଡାଉନ୍‌ଲୋଡ୍ କରନ୍ତୁ ରେ କ୍ଲିକ୍ କରନ୍ତୁ।

Data responsive


ପ୍ରତିକ୍ରିୟା ଦାଖଲ କରିବା ପାଇଁ

ସୋପାନ 4: ପ୍ରତିକ୍ରିୟା ଦାଖଲ କରନ୍ତୁ ରେ କ୍ଲିକ୍‌ କରନ୍ତୁ।

Data responsive


ସୋପାନ 5: ପ୍ରତିକ୍ରିୟା ଦାଖଲ କରନ୍ତୁ ପୃଷ୍ଠାରେ, ରାଜି ହୁଅନ୍ତୁ କିମ୍ବା ଅସହମତି ପ୍ରକାଶ କରନ୍ତୁ ଏବଂ ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ।

Data responsive

 

ଯଦି ଆପଣ ଅସହମତି ପ୍ରକାଶ କରନ୍ତି, ତେବେ ଆପଣଙ୍କୁ ମନ୍ତବ୍ୟ ପ୍ରଦାନ କରିବାକୁ ହେବ।

 

Data responsive

 

 

ସୋପାନ 6: ଘୋଷଣାନାମା ଚେକ୍ ବକ୍ସ ଚୟନ କରନ୍ତୁ ଏବଂ ଦାଖଲ କରନ୍ତୁରେ କ୍ଲିକ୍ କରନ୍ତୁ

 

Data responsive

ସଫଳ ଦାଖଲ ପରେ, ଏକ ବିନିମୟ ID ସହିତ ଏକ ସଫଳତା ସନ୍ଦେଶ ପ୍ରଦର୍ଶିତ ହେବ। ଭବିଷ୍ୟତର ସନ୍ଦର୍ଭ ପାଇଁ ଦୟାକରି ବିନିମୟ ID ଟିପି ରଖନ୍ତୁ। ଇ-ଫାଇଲିଂ ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା ଆପଣଙ୍କ ଇମେଲ୍ IDରେ ଆପଣ ଏକ ନିଶ୍ଚିତକରଣ ସନ୍ଦେଶ ମଧ୍ୟ ପ୍ରାପ୍ତ କରିବେ ।

 

Data responsive


ସୋପାନ 7: ଯଦି ଆପଣ ଆପଣଙ୍କ ଦ୍ୱାରା ଦାଖଲ କରାଯାଇଥିବା ପ୍ରତିକ୍ରିୟା ଦେଖିବାକୁ ଚାହାଁନ୍ତି, ସଫଳତା ପୂର୍ବକ ଦାଖଲ ପୃଷ୍ଠାରେ ପ୍ରତିକ୍ରିୟା ଦେଖନ୍ତୁରେ କ୍ଲିକ୍ କରନ୍ତୁ ଏବଂ ଆପଣଙ୍କ ପ୍ରତିକ୍ରିୟା ପ୍ରଦର୍ଶିତ ହେବ..

 

Data responsiveData responsive



3.6. ଗୋଟିଏ ବିଜ୍ଞପ୍ତି ପ୍ରତି ପ୍ରତିକ୍ରିୟା ଦେବା ପାଇଁ ଅଧିକୃତ ପ୍ରତିନିଧି ଯୋଡ଼ିବା/ ପ୍ରତ୍ୟାହାର କରିବା ପାଇଁ

(ଆପଣଙ୍କ ତରଫରୁ ବିଭିନ୍ନ ପ୍ରକାରର ଇ-କାର୍ଯ୍ୟପ୍ରକ୍ରିୟାର ପ୍ରତିକ୍ରିୟା ଦେବା ପାଇଁ ଆପଣ ଜଣେ ପ୍ରାଧିକୃତ ପ୍ରତିନିଧି ଯୋଗ କରିପାରିବେ)

ସୋପାନ 1: ଆପଣଙ୍କ ବୈଧ ୟୁଜର୍ ID ଏବଂ ପାସ୍‌ୱାର୍ଡ୍ ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲ୍‌ରେ ଲଗ୍ଇନ୍ କରନ୍ତୁ।

Data responsive


ସୋପାନ 2: ଆପଣଙ୍କ ଡ୍ୟାଶ୍‌ବୋର୍ଡରେ, ସ୍ଥଗିତ କାର୍ଯ୍ୟଗୁଡିକ > ଇ-କାର୍ଯ୍ୟପ୍ରକ୍ରିୟାରେ କ୍ଲିକ୍ କରନ୍ତୁ।
 

Data responsive


ସୋପାନ 3: ବିଜ୍ଞପ୍ତି/ ଅବଗତି ପତ୍ର/ ଚିଠି ଚୟନ କରନ୍ତୁ ଏବଂ ଅଧିକୃତ ପ୍ରତିନିଧି ଯୋଡ଼ନ୍ତୁ/ ଦେଖନ୍ତୁ ରେ କ୍ଲିକ୍‌ କରନ୍ତୁ।

ବିଜ୍ଞପ୍ତି ଦେଖନ୍ତୁ ଏବଂ ଡାଉନ୍‌ଲୋଡ୍ କରନ୍ତୁ ଧାରା 3.6.1 ଅନୁସରଣ କରନ୍ତୁ
ପ୍ରତିକ୍ରିୟା ଦାଖଲ କରନ୍ତୁ ଧାରା 3.6.2 ଦେଖନ୍ତୁ
Data responsive


3.6.1 ଗୋଟିଏ ବିଜ୍ଞପ୍ତି ପ୍ରତି ପ୍ରତିକ୍ରିୟା ଦେବା ପାଇଁ ଅଧିକୃତ ପ୍ରତିନିଧି ଯୋଡ଼ିବା ପାଇଁ:

ସୋପାନ 1: ଯଦି ପୂର୍ବରୁ କୌଣସି ଅଧିକୃତ ପ୍ରତିନିଧି ଯୋଡ଼ା ଯାଇ ନାହାଁନ୍ତି, ଅଧିକୃତ ପ୍ରତିନିଧି ଯୋଡ଼ନ୍ତୁରେ କ୍ଲିକ୍ କରନ୍ତୁ।

 

Data responsive


ଟିପ୍ପଣୀ: ଆପଣ ପୂର୍ବରୁ ନିଜ ପସନ୍ଦର ଅଧିକୃତ ପ୍ରତିନିଧି ଯୋଡ଼ିଥିବା କ୍ଷେତ୍ରରେ ସକ୍ରିୟ କରନ୍ତୁକୁ ଚୟନ କରନ୍ତୁ ଏବଂ ନିଶ୍ଚିତ କରନ୍ତୁରେ କ୍ଲିକ୍‌ କରନ୍ତୁ।

 

Data responsive


ସୋପାନ 3: ଇ-ଫାଇଲିଂ ପୋର୍ଟାଲ୍‌ରେ ପଞ୍ଜୀକୃତ ହୋଇଥିବା ଆପଣଙ୍କ ପ୍ରାଥମିକ ମୋବାଇଲ୍‌ ନମ୍ବର ଏବଂ ଇ-ମେଲ୍‌ IDକୁ ଏକ 6-ଅଙ୍କ ବିଶିଷ୍ଟ OTP ପଠାଯାଏ। 6-ଅଙ୍କ ବିଶିଷ୍ଟ ମୋବାଇଲ୍ କିମ୍ବା ଇମେଲ୍ OTP ପ୍ରବେଶ କରନ୍ତୁ ଏବଂ ଦାଖଲ କରନ୍ତୁ ରେ କ୍ଲିକ୍ କରନ୍ତୁ।

 

Data responsive


ଟିପ୍ପଣୀ:

  • OTP କେବଳ 15 ମିନିଟ୍ ପାଇଁ ବୈଧ ରହିବ।
  • ସଠିକ୍ OTP ପ୍ରବେଶ କରିବାକୁ ଆପଣଙ୍କର 3 ଟି ପ୍ରୟାସ ରହିଛି।
  • ସ୍କ୍ରିନରେ ଥିବା OTP ମିଆଦ ସମାପ୍ତ କାଉଣ୍ଟଡାଉନ୍ ଟାଇମର ଆପଣଙ୍କୁ କେତେବେଳେ OTPର ସମୟ ସୀମା ଶେଷ ହେବ ତାହା ଜଣାଇଥାଏ।
  • ପୁନର୍ବାର OTP ପଠାନ୍ତୁରେ କ୍ଲିକ୍ କଲେ, ଏକ ନୂତନ OTP ଜେନେରେଟ୍ ହେବ ଏବଂ ପଠାଯିବ।

ସଫଳ ବୈଧକରଣ ପରେ, ଏକ ବିନିମୟ ID ସହିତ ଏକ ସଫଳତା ବାର୍ତ୍ତା ପ୍ରଦର୍ଶିତ ହୁଏ। ଭବିଷ୍ୟତ ସନ୍ଦର୍ଭ ପାଇଁ ଦୟାକରି ବିନିମୟ IDର ଏକ ଟିପ୍ପଣୀ ଲେଖି ରଖନ୍ତୁ। ଇ-ଫାଇଲିଂ ପୋର୍ଟାଲ୍‌ରେ ପଞ୍ଜୀକୃତ ହୋଇଥିବା ଆପଣଙ୍କର ଇମେଲ୍ ID ଏବଂ ମୋବାଇଲ୍ ନମ୍ବରରେ ଆପଣ ଏକ ନିଶ୍ଚିତକରଣ ସନ୍ଦେଶ ମଧ୍ୟ ପାଇବେ।

3.6.2. ଅଧିକୃତ ପ୍ରତିନିଧିଙ୍କୁ ପ୍ରତ୍ୟାହାର କରିବା ପାଇଁ

ସୋପାନ 1: ସମ୍ପୃକ୍ତ ଅଧିକୃତ ପ୍ରତିନିଧିଙ୍କ ବିବରଣୀ ବିପକ୍ଷରେ ପ୍ରତ୍ୟାହାର କରନ୍ତୁ ରେ କ୍ଲିକ୍‌ କରନ୍ତୁ ଏବଂ ସ୍ଥିତି ବାତିଲ୍‌ ହୋଇଛି କୁ ପରିବର୍ତ୍ତିତ ହୋଇଯିବ।

Data responsive


ଟିପ୍ପଣୀ: ଆପଣ କେବଳ ଜଣେ ସକ୍ରିୟ ଅଧିକୃତ ପ୍ରତିନିଧିଙ୍କୁ ପ୍ରତ୍ୟାହାର କରିବାକୁ ସମର୍ଥ ହେବେ। ଏହି ସ୍ଥିତି ଅନୁରୋଧ ଗ୍ରହଣ କରାଯାଇଛିକୁ ପରିବର୍ତ୍ତିତ ହେବା କ୍ଷେତ୍ରରେ ଆପଣଙ୍କୁ କାରଣ ପ୍ରଦାନ କରିବାକୁ ହେବ ଏବଂ ଅଧିକୃତ ପ୍ରତିନିଧି ଅପସାରିତ ହୋଇଯିବେ।

4. ସମ୍ବନ୍ଧିତ ବିଷୟଗୁଡ଼ିକ