1.ଅବଲୋକନ
ପ୍ରତ୍ୟକ୍ଷ ଟିକସ ବିବାଦ ସେ ବିଶ୍ୱାସ ଯୋଜନା, 2024 (DTVsV ଯୋଜନା, 2024) ହେଉଛି ଆୟକର ବିବାଦ କ୍ଷେତ୍ରରେ ବିଚାରାଧୀନ ଆବେଦନଗୁଡ଼ିକର ସମାଧାନ ପଇଁ 20 ସେପ୍ଟେମ୍ବର, 2024 ରେ ଭାରତ ସରକାରଙ୍କ ଦ୍ୱାରା ବିଜ୍ଞାପିତ ଏକ ଯୋଜନା। DTVSV ସ୍କିମ୍, 2024 ବିତ୍ତ (ସଂ.2) ଅଧିନିୟମ, 2024 ଦ୍ୱାରା ପ୍ରବର୍ତ୍ତନ ହୋଇଥିବା। ଉକ୍ତ ସ୍କିମ୍ 01.10.2024ରୁ କାର୍ଯ୍ୟକାରୀ ହେବ। ବିଜ୍ଞାପନ ସଂ.104/2024 ଦିନାଙ୍କିତ 20.09.2024 ମାଧ୍ୟମରେ ସ୍କିମ୍କୁ ସକ୍ଷମ କରାଯିବା ପାଇଁ ନିୟମ ଓ ଫର୍ମାନ ବିଜ୍ଞାପିତ ହୋଇଛି। ଏହି ସ୍କିମ୍ ଉଦ୍ଦେଶ୍ୟ ପାଇଁ ଚାରୋଟି ପୃଥକ ଫର୍ମ ବିଜ୍ଞାପିତ ହୋଇଛି। ଏଗୁଡ଼ିକ ନିମ୍ନରେ ଦିଆଯାଇଛି:
- ଫର୍ମ -1: ଘୋଷଣାକାରୀଙ୍କ ଦ୍ୱାରା ଘୋଷଣାନାମା ଓ ପ୍ରତିଶ୍ରୁତି ପତ୍ର ଫାଇଲ କରାଯିବା ପାଇଁ ଫର୍ମ
- ଫର୍ମ -2: ମନୋନୀତ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଦାନ କରାଯିବାକୁଥିବା ପ୍ରମାଣପତ୍ର ପାଇଁ ଫର୍ମ
- ଫର୍ମ -3: ଘୋଷଣାପତ୍ର ଦ୍ୱାରା ଦେୟ ପୈଠ ସୂଚନା ପାଇଁ ଫର୍ମ
- ଫର୍ମ -4: ମନୋନୀତ କର୍ତ୍ତୃପକ୍ଷଙ୍କ ଦ୍ୱାରା କର ବକେୟାର ସମ୍ପୁର୍ଣ୍ଣ ଏବଂ ଚୂଡ଼ାନ୍ତ ବନ୍ଦୋବସ୍ତ ପାଇଁ ଆଦେଶ
ଏହି ଯୋଜନାରେ ବ୍ୟବସ୍ଥା ରହିଛି ଯେ ପ୍ରତ୍ୟେକ ବିବାଦ ପାଇଁ ଫର୍ମ -1 ପୃଥକ ଭାବରେ ଦାଖଲ କରାଯିବ ପରନ୍ତୁ ଯେଉଁଠି ଅପିଲକାରୀ ଏବଂ ଆୟକର କର୍ତ୍ତୃପକ୍ଷ, ଉଭୟ ସମାନ ଆଦେଶ ସମ୍ବନ୍ଧରେ ଏକ ଅପିଲ ଫାଇଲ କରନ୍ତି, ଏହିପରି ମାମଲାରେ ଏକକ ଫର୍ମ -1 ଏ ଫାଇଲ କରାଯିବ।
ଫର୍ମ 1 ଏବଂ ଫର୍ମ 3 ଆୟକର ବିଭାଗର ଇ-ଫାଇଲିଂ ପୋର୍ଟାଲ୍ ଅର୍ଥାତ୍ www.incometax.gov.inରେ ଘୋଷଣାକାରୀଙ୍କ ଦ୍ୱାରା ଇଲେକ୍ଟ୍ରୋନିକ ମାଧ୍ୟମରେ ପ୍ରଦାନ କରାଯିବ।
2. ଏହି ସେବା ପ୍ରାପ୍ତ କରିବା ପାଇଁ ପ୍ରାକ୍ ଆବଶ୍ୟକତା
- ଫର୍ମ 1 ଅପଲୋଡ୍ କରିବାକୁ, ଉପଭୋକ୍ତାଙ୍କର ଇ-ଫାଇଲିଂ ପୋର୍ଟାଲରେ ଏକ ପଞ୍ଜିକୃତ PAN ରହିଥିବା ଆବଶ୍ୟକ
- ଏକ ବୈଧ ଡିଜିଟାଲ ସ୍ୱାକ୍ଷର ପ୍ରମାଣପତ୍ର, ଯଦି ଆୟର ରିଟର୍ଣ୍ଣ ଡିଜିଟାଲ ସ୍ୱାକ୍ଷର ଅଧୀନରେ ଦେବାକୁ ଥାଏ କିମ୍ୱା ଅନ୍ୟ କ୍ଷେତ୍ରରେ ଇଲେକ୍ଟ୍ରୋନିକ ସତ୍ୟାପନ କୋଡ୍।
3. ଫର୍ମ ବିଷୟରେ
3.1. ଉଦ୍ଦେଶ୍ୟ
ଫର୍ମ 1 ହେଉଛି DTVsV ଯୋଜନା, 2024ର ବ୍ୟବସ୍ଥା ଅନୁଯାୟୀ ଫାଇଲ ହୋଇଥିବା ଘୋଷଣାନାମା, ଯାହା କର ବକେୟା ଓ ଏହି ଯୋଜନା ଅନ୍ତର୍ଗତ ଘୋଷଣାକାରୀଙ୍କୁ ପୈଠ କରିବାକୁ ଥିବା ରାଶି ସନ୍ଦର୍ଭରେ ମନୋନୀତ କତ୍ତୃପକ୍ଷଙ୍କ ନିକଟରେ କରାଯାଇଥିବା ଘୋଷଣାନାମା।
3.2. କିଏ ଏହାକୁ ବ୍ୟବହାର କରିପାରିବେ?
DTVsV ଯୋଜନା, 2024 ଅଧୀନରେ ଘୋଷଣାନାମା ଫାଇଲ କରୁଥିବା ଯେକୌଣସି ବ୍ୟକ୍ତି।
4. ଗୋଟିଏ ନଜରରେ ଏହି ଫର୍ମ
ଫର୍ମ 1 DTVsV ହେଉଛି ଛଅ ଭାଗ ଏବଂ 27 ଅନୁସୂଚୀ ବିଶିଷ୍ଟ –
ଭାଗ A- ସାଧାରଣ ସୂଚନା
ଭାଗ ଖ - ବିବାଦ ସମ୍ୱନ୍ଧିତ ସୂଚନ
ଭାଗ ଗ - କର ବକେୟା ସମ୍ୱନ୍ଧିତ ସୂଚନା
ଭାଗ ଘ - ଦେୟଯୋଗ୍ୟ ରାଶି ସହିତ ସମ୍ୱନ୍ଧିତ ସୂଚନା
ଭାଗ ଙ - କର ବକେୟା ବିପକ୍ଷରେ କରିବାକୁ ଥିବା ଦେୟ ପୈଠ ସମ୍ୱନ୍ଧିତ ସୂଚନା
ଭାଗ ଚ - ମୋଟ ଦେୟଯୋଗ୍ୟ/ଫେରସ୍ତଯୋଗ୍ୟ ରାଶି
27 ଅନୁସୂଚୀ
ଫର୍ମ 1 DTVsV, 2024 ଉପରେ ସଂକ୍ଷେପରେ ଆସନ୍ତୁ ଜାଣିବା:
4.1. ଭାଗ କ - ସାଧାରଣ ସୂଚନା
ଏହି ବିଭାଗରେ ଘୋଷଣାକାରୀଙ୍କ ବିଷୟରେ ସାଧାରଣ ସୂଚନା ରହିଥାଏ (ନାମ, ଇମେଲ୍ ID, ମୋବାଇଲ ନମ୍ୱର, ଅପିଲ ସନ୍ଦର୍ଭ ସଂଖ୍ୟା ଆଦି)
4.2 ଭାଗ ଖ - ବିବାଦ ସମ୍ୱନ୍ଧିତ ସୂଚନା
ଏହି ବିଭାଗରେ କର ବକେୟାର ପ୍ରକୃତି, ଆଦେଶର ବିବରଣୀ ଯେପରିକି ଆୟକର କତ୍ତୃପକ୍ଷ / ଅପିଲକାରୀ ଫୋରମ ଯିଏ ଆଦେଶ ପାରିତ କରିଛନ୍ତି, ଆଦେଶ ହେବା ତାରିଖ ଆଦି ରହିଛି
4.3 ଭାଗ ଗ - କର ବକେୟା ସମ୍ୱନ୍ଧିତ ସୂଚନା, ଭାଗ ଘ - ଦେୟଯୋଗ୍ୟ ରାଶି ସମ୍ୱନ୍ଧିତ ସୂଚନା, ଭାଗ ଙ - କର ବକେୟା ବିପକ୍ଷରେ ଦେୟ ପୈଠ ସମ୍ୱନ୍ଧିତ ସୂଚନା ଏବଂ ଭାଗ ଚ- ଦେୟଯୋଗ୍ୟ/ଫେରସ୍ତଯୋଗ୍ୟ ମୋଟ ରାଶି
4.4 27 ଅନୁସୂଚୀ ଫର୍ମରେ ପ୍ରଦାନ କରାଯାଇଥିବା ବିବାଦିତ କର, ଅପିଲକାରୀ କତ୍ତୃପକ୍ଷ ଓ କରଦାତାଙ୍କ ସମ୍ୱନ୍ଧିତ ସୂଚନା ଉପରେ ଆଧାରିତ

5. ଫର୍ମକୁ କିପରି ପ୍ରାପ୍ତ କରିବେ ଏବଂ ଦାଖଲ କରିବେ
ସୋପାନ 1: ବୈଧ ପ୍ରତ୍ୟୟପତ୍ର ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲରେ ଲଗ୍ଇନ୍ କରନ୍ତୁ।
ସୋପାନ 2:ଆପଣଙ୍କର ଡ୍ୟାଶ୍ବୋର୍ଡରେ, ଇ-ଫାଇଲ୍ > ଆୟକର ଫର୍ମ ଫାଇଲ କରନ୍ତୁରେ କ୍ଲିକ୍ କରନ୍ତୁ।
ସୋପାନ 3: ଆୟକର ଫର୍ମ ପୃଷ୍ଠାରେ, ବିବାଦ ସେ ବିଶ୍ୱାସ ଯୋଜନା, 2024 ଫର୍ମ 1 ସମ୍ୱନ୍ଧିତ ଚୟନ କରନ୍ତୁ। ବିକଳ୍ପ ଭାବରେ, ଫର୍ମ ପାଇଲ କରିବାକୁ ଫର୍ମ 1 DTVsV ସର୍ଚ୍ଚ ବକ୍ସରେ ଭରନ୍ତୁ। ବର୍ତ୍ତମାନ କ୍ଲିକ୍ କରନ୍ତୁରେ କ୍ଲିକ୍ କରନ୍ତୁ
ସୋପାନ 4: ଫର୍ମ 1 ପୃଷ୍ଠାରେ, ଘୋଷଣାନାମା ଧାରା 194-1A / 194-1B / 194- M ଅଧୀନରେ TDS ବିବାଦ ସହିତ ଜଡିତ କି ନୁହେଁ ଚୟନ କରନ୍ତୁ ଏବଂ ଜାରି ରଖିନ୍ତୁରେ କ୍ଲିକ୍ କରନ୍ତୁ।
ସୋପାନ 5: ଚାଲନ୍ତୁ ଆରମ୍ଭ କରିବା ରେ କ୍ଲିକ୍ କରନ୍ତୁ।
ସୋପାନ 6: ଭାଗ କ ଏବଂ ଭାଗ ଖ ଏବଂ ଭାଗ ଗ,ଘ,ଙ ଏବଂ ଚ ପାଇଁ ବିବରଣୀ ପ୍ରଦାନ କରନ୍ତୁ।
ସୋପାନ 7: ପ୍ରଯୁଜ୍ୟ ଅନୁସୂଚୀରେ ବିବରଣୀ ପ୍ରଦାନ କରନ୍ତୁ।
ସୋପାନ 8: ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବା ପରେ, ସତ୍ୟାପନ କରନ୍ତୁ ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ
ସୋପାନ 9: ସତ୍ୟାପନ କରିବା ପରେ ଅଣ୍ଡରଟେକିଂ ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ।
ସୋପାନ 10: ବର୍ତ୍ତମାନ, ଫର୍ମର ସମସ୍ତ ବିଭାଗ ସମ୍ପୂର୍ଣ୍ଣ ହୋଇଛି। ପୂର୍ବାବଲୋକନ ବଟନ୍ରେ କ୍ଲିକ୍ କରନ୍ତୁ।
ସୋପାନ 11: ଏହା ହେଉଛି ଫର୍ମର ପ୍ରାକ୍ ଦୃଶ୍ୟ ଇ-ସତ୍ୟାପନ କରିବାକୁ ଆଗକୁ ବଢ଼ନ୍ତୁରେ କ୍ଲିକ୍ କରନ୍ତୁ
ସୋପାନ 12: ଇଇ-ସତ୍ୟାପନ କରିବାକୁ ଆଗକୁ ବଢ଼ନ୍ତୁ ଓ ଫର୍ମ ଇ-ସତ୍ୟାପନ କରନ୍ତୁ ପପ୍ ସନ୍ଦେଶର ହଁ ରେ କ୍ଲିକ୍ କରନ୍ତୁ
ସୋପାନ 13: ଫର୍ମ ସତ୍ୟାପିତ କରିବାକୁ ସତ୍ୟାପନର ମୋଡ୍ ଚୟନ କରନ୍ତୁ ଓ ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ।
ଇ-ସତ୍ୟାପନ ପରେ ଫର୍ମ ଦାଖଲ ହେବ ଏବଂ ଆପଣଙ୍କୁ ଆପଣଙ୍କ ପଞ୍ଜିକୃତ ମେଲ୍ ID ଏବଂ ମୋବାଇଲ୍ ନମ୍ବରରେ ଫର୍ମର ପ୍ରାପ୍ତିସ୍ୱୀକାର ସଂଖ୍ୟା ପ୍ରାପ୍ତ ହେବ। ଦାଖଲ ହୋଇଥିବା ଫର୍ମ ଫାଇଲ ହୋଇଥିବା ଫର୍ମ ଦେଖନ୍ତୁ କାର୍ଯ୍ୟକାରିତାରେ ଦେଖିହେବ ଏବଂ ଡାଉନଲୋଡ୍ କରିହେବ।