Do not have an account?
Already have an account?

1. ଅବଲୋକନ

ଫର୍ମ 29B ଆୟକର ଅଧିନିୟମ, 1961ର ଧାରା 115JB ଅଧୀନରେ ପ୍ରସ୍ତୁତ କରାଯାଇଥିବା ବ୍ୟବସ୍ଥା ଅନୁଯାୟୀ ଗୋଟିଏ ନିର୍ଦ୍ଧାରଣ ବର୍ଷରେ ଜଣେ CAଙ୍କ ଦ୍ୱାରା ପ୍ରମାଣିତ କରାଯାଇଥିବା ବୁକ୍‌ ପ୍ରଫିଟ୍‌ସ ପ୍ରକାଶ କରିବାକୁ କମ୍ପାନୀଗୁଡ଼ିକୁ ସକ୍ଷମ କରିଥାଏ। ଏହି ଫର୍ମ ଉଭୟ ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ ପଦ୍ଧତିରେ ଫାଇଲ୍‌ କରାଯାଇପାରିବ। ଫର୍ମ 29B ଧାରା 139(1) ଅଧୀନରେ ରିଟର୍ଣ୍ଣ ଫାଇଲ୍‌ କରିବା ନିମନ୍ତେ ଧାର୍ଯ୍ୟ ତାରିଖର ଏକ ମାସ ପୂର୍ବରୁ କିମ୍ବା ଧାରା 142(1)(i) ଅଧୀନରେ ଏକ ବିଜ୍ଞପ୍ତି ପ୍ରତି ପ୍ରତିକ୍ରିୟାରେ ପ୍ରଦାନ କରାଯାଇଥିବା ଆୟକର ରିଟର୍ଣ୍ଣ ସହିତ ଫାଇଲ୍‌ କରାଯିବା ଉଚିତ୍‌।


2. ଏହି ସେବା ପ୍ରାପ୍ତ କରିବା ପାଇଁ ପ୍ରାକ୍ ଆବଶ୍ୟକତା

  • କରଦାତା ଏବଂ CA ବୈଧ ଉପଭୋକ୍ତା ID ଏବଂ ପାସ୍‌ୱାର୍ଡ ସହିତ ଇ-ଫାଇଲିଂ ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା ଉଚିତ୍‌
  • କରଦାତା ଏବଂ CAଙ୍କର PANର ସ୍ଥିତି ସକ୍ରିୟ ଅଛି
  • କରଦାତା ନିଶ୍ଚିତ ଭାବରେ ମୋ CA ଅଧୀନରେ 29B ଫର୍ମ ପାଇଁ CAଙ୍କୁ ନ୍ୟସ୍ତ କରିବା ଉଚିତ୍‌
  • CAଙ୍କର ଏକ ବୈଧ ଡିଜିଟାଲ୍ ସ୍ୱାକ୍ଷର ପ୍ରମାଣପତ୍ର (DSC) ଇ-ଫାଇଲିଂ ପୋର୍ଟାଲ୍‌ରେ ପଞ୍ଜୀକୃତ ହୋଇଥିବା ଏବଂ ଏହାର ସମୟ ଶେଷ ହୋଇନଥିବା ଆବଶ୍ୟକ


3. ଏହି ଫର୍ମ ସମ୍ପର୍କରେ


3.1. ଉଦ୍ଦେଶ୍ୟ


ଆୟକର ଅଧିନିୟମ, 1961ର ବ୍ୟବସ୍ଥା ଅନୁଯାୟୀ ବୁକ୍‌ ପ୍ରଫିଟ୍‌ ହିସାବ କରାଯାଇଛି ତାହା ପ୍ରମାଣିତ କରିବା ପାଇଁ ସମସ୍ତ କମ୍ପାନୀକୁ ଜଣେ ଅଧିକୃତ CAଙ୍କ ଦ୍ୱାରା ଫର୍ମ 29Bରେ ଏକ ରିପୋର୍ଟ ପ୍ରାପ୍ତ କରିବାକୁ ହେବ।


3.2. କିଏ ଏହାକୁ ବ୍ୟବହାର କରିପାରିବେ?


କମ୍ପାନୀଗୁଡ଼ିକୁ ଜଣେ CA (ଲଗ୍‌ଇନ୍‌ କରିବା ପରେ ମୋ CA ସେବା ବ୍ୟବହାର କରି) ନ୍ୟସ୍ତ କରିବାକୁ ହେବ ଯିଏ କି ଫର୍ମ 29B ରେ ଏକ ଅଡିଟ୍‌ ରିପୋର୍ଟ ପ୍ରଦାନ କରିବେ। ଏହା ପରେ ଜଣେ ପଞ୍ଜୀକୃତ CA ଏକ ଅଡିଟ୍‌ ରିପୋର୍ଟ ପ୍ରଦାନ କରିବା ପାଇଁ ଅନୁରୋଧ ଗ୍ରହଣ କିମ୍ବା ପ୍ରତ୍ୟାଖ୍ୟାନ କରିପାରିବେ ଏବଂ (ଯଦି ଗ୍ରହଣ କରାଯାଇଥାଏ) ତେବେ ପ୍ରସ୍ତୁତ କରିବାକୁ ଏବଂ ଫର୍ମ 29B ଦାଖଲ କରିବା ଆବଶ୍ୟକ କରିବେ।


4. ଗୋଟିଏ ନଜରରେ ଏହି ଫର୍ମ

ଫର୍ମ 29B ତିନୋଟି ଭାଗ- ଭାଗ A, ଭାଗ B / ଭାଗ C ଏବଂ ଏକ ଅଡିଟ୍ ରିପୋର୍ଟ। ଫର୍ମରେ ତିନୋଟି ଭାଗ ସହିତ ଅନୁବନ୍ଧଗୁଡ଼ିକ ଅଛି। ପ୍ରଥମ ଭାଗ ସମସ୍ତ କମ୍ପାନୀ ପାଇଁ ପ୍ରଯୋଜ୍ୟ ହୋଇଥିବା ବେଳେ ଦ୍ୱିତୀୟ ଏବଂ ତୃତୀୟ ଭାଗ କିଛି ସର୍ତ୍ତ ଉପରେ ଆଧାର କରି ପ୍ରଯୋଜ୍ୟ।


ଫର୍ମ ପୂରଣ କରିବା ଆରମ୍ଭ କରିବା ପୂର୍ବରୁ ପଞ୍ଜୀକୃତ CAଙ୍କୁ ଭାଗ B ଏବଂ ଭାଗ C ଗୁଡ଼ିକ ପ୍ରଯୋଜ୍ୟ ନା ନାହିଁ ପଚରାଯିବ, ସେହି ଅନୁଯାୟୀ ସେହି ଭାଗଗୁଡ଼ିକ ପୂରଣ କରିବା ପାଇଁ ଉପଲବ୍ଧ ହେବ।
 

Data responsive

 

4.1 ଭାଗ A

ପ୍ରଥମ ଭାଗ ବୁକ୍ ପ୍ରଫିଟ୍‌ସର ସାଧାରଣ ବିବରଣୀ ଧାରଣ କରିଥାଏ ଯାହାକି ସମସ୍ତ କମ୍ପାନୀ ପାଇଁ ପ୍ରଯୋଜ୍ୟ।

Data responsive


4.2 ଭାଗ B / ଭାଗ C


ଭାଗ B ଧାରା 115JBର ଉପ-ଧାରା (2A) ଅନୁଯାୟୀ ଯେଉଁ ରାଶି ହ୍ରାସ/ ବୃଦ୍ଧି କରାଯିବା ଆବଶ୍ୟକ ତାହାର ବିବରଣୀ ଧାରଣ କରିଥାଏ। ଭାଗ C ଧାରା 115JBର ଉପ-ଧାରା (2C) ଅନୁଯାୟୀ ଯେଉଁ ରାଶି ହ୍ରାସ/ ବୃଦ୍ଧି କରାଯିବା ଆବଶ୍ୟକ ତାହାର ବିବରଣୀ ଧାରଣ କରିଥାଏ।

Data responsive


4.3 ଜଣେ ଆକାଉଣ୍ଟାଣ୍ଟଙ୍କ ରିପୋର୍ଟ


ଅନ୍ତିମ ଭାଗ ହେଉଛି CAଙ୍କ ଅଡିଟ୍ ରିପୋର୍ଟ।

Data responsive


5. କିପରି ଆକ୍ସେସ୍‌ ଓ ଦାଖଲ କରାଯିବ


ଫର୍ମ 29B ନିମ୍ନଲିଖିତ ପଦ୍ଧତିଗୁଡ଼ିକ ମାଧ୍ୟମରେ ପୂରଣ ଏବଂ ଦାଖଲ କରାଯାଇପାରିବ:

  • ଅନ୍‌ଲାଇନ୍‌ ପଦ୍ଧତି - ଇ-ଫାଇଲିଂ ପୋର୍ଟାଲ୍ ମାଧ୍ୟମରେ
  • ଅଫ୍‌ଲାଇନ୍‌ ପଦ୍ଧତି - ଅଫ୍‌ଲାଇନ୍‌ ଉପଯୋଗିତା ମାଧ୍ୟମରେ

ଟିପ୍ପଣୀ: ଅଧିକ ଜାଣିବା ପାଇଁ ଅଫ୍‌ଲାଇନ୍‌ ଉପଯୋଗିତା (ବୈଧାନିକ ଫର୍ମଗୁଡ଼ିକ) ଉପଭୋକ୍ତା ମାନୁଆଲ୍‌ ଅନୁସରଣ କରନ୍ତୁ।

ଅନ୍‌ଲାଇନ୍‌ ପଦ୍ଧତି ଜରିଆରେ ଫର୍ମ 29B ପୂରଣ ଏବଂ ଦାଖଲ କରିବା ପାଇଁ ନିମ୍ନ ସୋପାନଗୁଡ଼ିକ ଅନୁସରଣ କରନ୍ତୁ:


5.1. କରଦାତାଙ୍କ ଦ୍ୱାରା ଫର୍ମ 29B ନ୍ୟସ୍ତ କରିବା


ସୋପାନ 1: ଆପଣଙ୍କର ଉପଭୋକ୍ତା ID ଏବଂ ପାସ୍‌ୱାର୍ଡ ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲରେ ଲଗ୍‌ଇନ୍ କରନ୍ତୁ।

Data responsive

ସୋପାନ 2: ଆପଣଙ୍କ ଡ୍ୟାଶ୍‌ବୋର୍ଡରେ, ଇ-ଫାଇଲ୍‌ > ଆୟକର ଫର୍ମଗୁଡ଼ିକ > ଆୟକର ଫର୍ମଗୁଡ଼ିକ ଫାଇଲ୍‌ କରନ୍ତୁରେ କ୍ଲିକ୍‌ କରନ୍ତୁ।

Data responsive

ସୋପାନ 3: ଉପଲବ୍ଧ ଫର୍ମ ଟାଇଲ୍‌ଗୁଡ଼ିକରୁ ଫର୍ମ 29B ଚୟନ କରନ୍ତୁ। ମୋ CA ସେବା ବ୍ୟବହାର କରି ଜଣେ CA ନ୍ୟସ୍ତ କରନ୍ତୁ(ଯଦି ଆପଣ କୌଣସି CA ନ୍ୟସ୍ତ କରିନାହାନ୍ତି)।

Data responsive


ଟିପ୍ପଣୀ: ଅଧିକ ଜାଣିବା ପାଇଁ ମୋ CA ଉପଭୋକ୍ତା ମାନୁଆଲକୁ ଅନୁସରଣ କରନ୍ତୁ।

ସୋପାନ 4: ନିର୍ଦ୍ଧାରଣ ବର୍ଷ ପ୍ରଦାନ କରନ୍ତୁ ଏବଂ ମୋ CA ସେବା ବ୍ୟବହାର କରି CA ନ୍ୟସ୍ତ କରନ୍ତୁ। ସହାୟକ ଦସ୍ତାବିଜ୍‌ଗୁଡ଼ିକ ସଂଲଗ୍ନ କରନ୍ତୁ ଏବଂ ଜାରି ରଖନ୍ତୁରେ କ୍ଲିକ୍‌ କରନ୍ତୁ।

Data responsive


ଫର୍ମଟି ସଫଳତାର ସହିତ CA ଙ୍କ ନିକଟରେ ଦାଖଲ ହୋଇଛି। ବିନିମୟ ID ସହିତ ଏକ ସଫଳତା ବାର୍ତ୍ତା ପ୍ରଦର୍ଶିତ ହୁଏ। ଭବିଷ୍ୟତ ସନ୍ଦର୍ଭ ପାଇଁ ଦୟାକରି ବିନିମୟ IDର ଏକ ଟିପ୍ପଣୀ ରଖନ୍ତୁ।

Data responsive


5.2. CAଙ୍କ ଦ୍ୱାରା ଫର୍ମ 29B ପୂରଣ କରାଯିବା


ସୋପାନ1 : ଆପଣଙ୍କର ଉପଭୋକ୍ତା ID ଏବଂ ପାସ୍‌‌ୱାର୍ଡ୍ ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲରେ ଲଗ୍ ଇନ୍ କରନ୍ତୁ।

Data responsive

ସୋପାନ 2: ଆପଣଙ୍କ ଡ୍ୟାଶ୍‌ବୋର୍ଡରେ ବାକିଥିବା କାର୍ଯ୍ୟଗୁଡ଼ିକ> କାର୍ଯ୍ୟତାଲିକାରେ କ୍ଲିକ୍‌ କରନ୍ତୁ।

Data responsive


ସୋପାନ 3: ଫର୍ମ 29B ଫାଇଲ୍‌ କରିବା ପାଇଁ ଅନୁରୋଧ ଗ୍ରହଣ କରନ୍ତୁ କିମ୍ବା ପ୍ରତ୍ୟାଖ୍ୟାନ କରନ୍ତୁରେ କ୍ଲିକ୍‌ କରନ୍ତୁ।

Data responsive


ଟିପ୍ପଣୀ:

  • ଯଦି ଆପଣ ପ୍ରତ୍ୟାଖ୍ୟାନ କରିବାକୁ ବାଛନ୍ତି, ଆପଣ ସେ ସମ୍ପର୍କିତ କାରଣ ପ୍ରଦାନ କରିପାରିବେ।
  • ପ୍ରତ୍ୟାଖ୍ୟାନ କରିବା କ୍ଷେତ୍ରରେ, ଇ-ଫାଇଲିଂ ପୋର୍ଟାଲ୍‌ରେ ପଞ୍ଜୀକୃତ ହୋଇଥିବା ଇମେଲ୍ ଈଦ ଏବଂ ମୋବାଇଲ୍ ନମ୍ବରରେ ପ୍ରତ୍ୟାଖ୍ୟାନର କାରଣର ବିବରଣୀ ସହିତ ଇମେଲ୍‌ ଏବଂ SMS ଯୋଗାଯୋଗ କରଦାତାଙ୍କ ନିକଟକୁ ପଠାଇ ଦିଆଯାଏ।

ଗ୍ରହଣ କରିବା ପରେ ଏକ ସଫଳତା ସନ୍ଦେଶ ପ୍ରଦର୍ଶିତ ହୁଏ।

Data responsive

 

ସୋପାନ 4: ଆପଣଙ୍କ କାର୍ଯ୍ୟତାଲିକାରେ ଫର୍ମ ଫାଇଲ୍‌ କରନ୍ତୁ ଚୟନ କରନ୍ତୁ।

Data responsive


ସୋପାନ 5: ବିବରଣୀଗୁଡ଼ିକ ଯାଞ୍ଚ କରନ୍ତୁ ଏବଂ ଜାରି ରଖନ୍ତୁରେ କ୍ଲିକ୍‌ କରନ୍ତୁ।

Data responsive


ସୋପାନ 6: ନିର୍ଦ୍ଦେଶାବଳୀ ପୃଷ୍ଠାରେ, ଆସନ୍ତୁ ଆରମ୍ଭ କରିବାରେ କ୍ଲିକ୍‌ କରନ୍ତୁ।

 

Data responsive


ସୋପାନ 7: ସମ୍ପୃକ୍ତ ବିକଳ୍ପଗୁଡ଼ିକରେ କ୍ଲିକ୍‌ କରିବା ଦ୍ୱାରା ଫର୍ମ 29B ର ଭାଗ B ଏବଂ C ର ପ୍ରଯୋଜ୍ୟତା ଚୟନ କରନ୍ତୁ ଏବଂ ଆଗକୁ ବଢ଼ନ୍ତୁରେ କ୍ଲିକ୍‌ କରନ୍ତୁ।
 

Data responsive


ଟିପ୍ପଣୀ: ଆପଣଙ୍କ ଚୟନ ଅନୁଯାୟୀ କେବଳ ପ୍ରଯୋଜ୍ୟ ଭାଗଗୁଡ଼ିକ ଫର୍ମ ସଂ. 29B ପୃଷ୍ଠାରେ ଦେଖାଯିବ।

 

ସୋପାନ 8: ପ୍ରଯୋଜ୍ୟ ବିଭାଗଗୁଡ଼ିକ ନିମନ୍ତେ ଆବଶ୍ୟକ କ୍ଷେତ୍ରଗୁଡ଼ିକ ପୂରଣ କରନ୍ତୁ – ଭାଗ A, ଭାଗ B / ଭାଗ C ଏବଂ ଜଣେ ଆକାଉଣ୍ଟାଣ୍ଟଙ୍କ ରିପୋର୍ଟ ଓ ପୂର୍ବାବଲୋକନରେ କ୍ଲିକ୍‌ କରନ୍ତୁ।

Data responsive


ସୋପାନ 9: ପୂର୍ବାବଲୋକନ ପୃଷ୍ଠାରେ ଇ-ସତ୍ୟାପନ ପାଇଁ ଆଗକୁ ବଢ଼ନ୍ତୁରେ କ୍ଲିକ୍‌ କରନ୍ତୁ।

Data responsive


ସୋପାନ 10: ନିଶ୍ଚିତ କରିବା ପାଇଁ ହଁ ରେ କ୍ଲିକ୍‌ କରନ୍ତୁ।

Data responsive


ସୋପାନ 11: ହଁ ରେ କ୍ଲିକ୍‌ କରିବା ପରେ, ଆପଣ ଇ-ସତ୍ୟାପନ ପୃଷ୍ଠାରେ ପହଞ୍ଚିବେ।


ଟିପ୍ପଣୀ: ଅଧିକ ଜାଣିବା ପାଇଁ କିପରି କରାଯିବ ଉପଭୋକ୍ତା ମାନୁଆଲକୁ ଅନୁସରଣ କରନ୍ତୁ।


ସଫଳ ଇ-ସତ୍ୟାପନ ପରେ, ବିନିମୟ ID ସହିତ ଏକ ସଫଳତା ବାର୍ତ୍ତା ପ୍ରଦର୍ଶିତ ହୁଏ। ସଫଳ ଦାଖଲ ପରେ, କରଦାତାଙ୍କ ଗ୍ରହଣ / ପ୍ରତ୍ୟାଖ୍ୟାନ ପାଇଁ ଇ-ଫାଇଲିଂ ପୋର୍ଟାଲରେ ପଞ୍ଜୀକୃତ କରଦାତାଙ୍କ ଇମେଲ୍ ID ଏବଂ ମୋବାଇଲ୍ ନମ୍ବରକୁ ଏକ ନିଶ୍ଚିତକରଣ ବାର୍ତ୍ତା ପଠାଯାଏ।

Data responsive


5.3. କରଦାତାଙ୍କ ଦ୍ୱାରା ଫାଇଲ୍‌ କରାଯାଇଥିବା ଫର୍ମ 29B ଗ୍ରହଣ


ସୋପାନ 1: ଉପଭୋକ୍ତା ID ଏବଂ ପାସ୍‌ୱାର୍ଡ ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲରେ ଲଗ୍‌ଇନ୍ କରନ୍ତୁ।

Data responsive

ସୋପାନ 2: ଆପଣଙ୍କ ଡ୍ୟାଶ୍‌ବୋର୍ଡରେ ବାକିଥିବା କାର୍ଯ୍ୟଗୁଡ଼ିକ> କାର୍ଯ୍ୟତାଲିକାରେ କ୍ଲିକ୍‌ କରନ୍ତୁ।

Data responsive


ସୋପାନ 3: CAଙ୍କ ଦ୍ୱାରା ଅପ୍‌ଲୋଡ୍‌ କରାଯାଇଥିବା ଫର୍ମ ଗ୍ରହଣ କରିବା ପାଇଁ ଗ୍ରହଣ କରନ୍ତୁ ଚୟନ କରନ୍ତୁ / ପ୍ରତ୍ୟାଖ୍ୟାନ ଚୟନ କରନ୍ତୁ ଏବଂ ଫର୍ମ ପ୍ରତ୍ୟାଖ୍ୟାନ କରିବା ପାଇଁ ପ୍ରତ୍ୟାଖ୍ୟାନ ମନ୍ତବ୍ୟ ପ୍ରଦାନ କରନ୍ତୁ।

Data responsive


ଟିପ୍ପଣୀ:

  • ଯଦି ଆପଣ ପ୍ରତ୍ୟାଖ୍ୟାନ କରିବାକୁ ବାଛନ୍ତି, ଆପଣ ସେ ସମ୍ପର୍କିତ କାରଣ ପ୍ରଦାନ କରିପାରିବେ।
  • ପ୍ରତ୍ୟାଖ୍ୟାନ କରିବା କ୍ଷେତ୍ରରେ, ଇ-ଫାଇଲିଂ ପୋର୍ଟାଲ୍‌ରେ ପଞ୍ଜୀକୃତ ହୋଇଥିବା ଇମେଲ୍ ID ଏବଂ ମୋବାଇଲ୍ ନମ୍ବରରେ ପ୍ରତ୍ୟାଖ୍ୟାନର କାରଣର ବିବରଣୀ ସହିତ ଇମେଲ୍‌ ଏବଂ SMS ଯୋଗାଯୋଗ CAଙ୍କ ନିକଟକୁ ପଠାଇ ଦିଆଯାଏ।

ସୋପାନ 5: ଗ୍ରହଣ କରନ୍ତୁ ଚୟନ କରିବାରେ, ଆପଣ ଇ-ସତ୍ୟାପନ ପୃଷ୍ଠାରେ ପହଞ୍ଚିବେ ଯେଉଁଠାରେ ଆପଣ ଅପ୍‌ଲୋଡ୍‌ ହୋଇଥିବା ଫର୍ମ ସତ୍ୟାପନ କରିପାରିବେ।

ଟିପ୍ପଣୀ: ଅଧିକ ଜାଣିବା ପାଇଁ କରାଯିବ ଉପଭୋକ୍ତା ମାନୁଆଲକୁ ଅନୁସରଣ କରନ୍ତୁ।


ସଫଳ ଇ-ସତ୍ୟାପନ ପରେ ଏକ ବିନିମୟ ID ଏବଂ ପ୍ରାପ୍ତିସ୍ୱୀକାର ରସିଦ୍‌ ସଂଖ୍ୟା ସହିତ ଏକ ସଫଳତା ସନ୍ଦେଶ ପ୍ରଦର୍ଶିତ ହୋଇଥାଏ। ଇ-ଫାଇଲିଂ ପୋର୍ଟାଲ୍‌ରେ ପଞ୍ଜୀକୃତ ହୋଇଥିବା କରଦାତା ଏବଂ CAଙ୍କ ଇମେଲ୍‌ ID ଏବଂ ମୋବାଇଲ୍‌ ନମ୍ବରକୁ ଆପଣଙ୍କ ଫର୍ମ ସଫଳତାର ସହ ଦାଖଲ ହୋଇଥିବା ନିଶ୍ଚିତ କରି ଏକ ଇମେଲ ପଠାଯାଏ।

Data responsive


6. ସମ୍ବନ୍ଧିତ ବିଷୟଗୁଡ଼ିକ