Do not have an account?
Already have an account?

1. ଅବଲୋକନ

ପ୍ରତ୍ୟକ୍ଷ କର ବିବାଦରୁ ବିଶ୍ୱାସ ସ୍କିମ୍‌, 2024(DTVSV ଲ୍ରିମ୍‌, 2024) ହେଉଛି ଆୟକର ବିବାଦ କ୍ଷେତ୍ରରେ ବିଚାରାଧୀନ ଅପିଲଗୁଡ଼ିକର ସମାଧାନ ପାଇଁ 20 ସେପ୍ଟେମ୍ବର, 2024ରେ ଭାରତ ସରକାରଙ୍କ ଦ୍ୱାରା ବିଜ୍ଞାପିତ ଏକ ଯୋଜନା। DTVSV ସ୍କିମ୍‌, 2024 ବିତ୍ତ (ସଂ.2) ଅଧିନିୟମ, 2024 ଦ୍ୱାରା ପ୍ରବର୍ତ୍ତନ ହୋଇଥିବା। ଉକ୍ତ ସ୍କିମ୍‌ 01.10.2024ରୁ କାର୍ଯ୍ୟକାରୀ ହେବ। ବିଜ୍ଞାପନ ସଂ.104/2024 ଦିନାଙ୍କିତ 20.09.2024 ମାଧ୍ୟମରେ ସ୍କିମ୍‌କୁ ସକ୍ଷମ କରାଯିବା ପାଇଁ ନିୟମ ଓ ଫର୍ମାନ ବିଜ୍ଞାପିତ ହୋଇଛି। ଏହି ସ୍କିମ୍‌ ଉଦ୍ଦେଶ୍ୟ ପାଇଁ ଚାରୋଟି ପୃଥକ ଫର୍ମ ବିଜ୍ଞାପିତ ହୋଇଛି। ଏଗୁଡ଼ିକ ନିମ୍ନରେ ଦିଆଯାଇଛି:

  1. ଫର୍ମ -1: ଘୋଷଣାକାରୀଙ୍କ ଦ୍ୱାରା ଘୋଷଣାନାମା ଓ ପ୍ରତିଶ୍ରୁତି ପତ୍ର ଫାଇଲ କରାଯିବା ପାଇଁ ଫର୍ମ
  2. ଫର୍ମ -2: ମନୋନୀତ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଦାନ କରାଯିବାକୁଥିବା ପ୍ରମାଣପତ୍ର ପାଇଁ ଫର୍ମ
  3. ଫର୍ମ -3: ଘୋଷଣାପତ୍ର ଦ୍ୱାରା ଦେୟ ପୈଠ ସୂଚନା ପାଇଁ ଫର୍ମ
  4. ଫର୍ମ -4: ମନୋନୀତ କର୍ତ୍ତୃପକ୍ଷଙ୍କ ଦ୍ୱାରା କର ବକେୟାର ସମ୍ପୁର୍ଣ୍ଣ ଏବଂ ଚୂଡ଼ାନ୍ତ ବନ୍ଦୋବସ୍ତ ପାଇଁ ଆଦେଶ

 

କରଦାତା ଫର୍ମ -3ରେ ଦେୟ ପ୍ରଦାନର ସୂଚନା ପ୍ରଦାନ କରିବାକୁ ପଡିବ, ଯେପରି ଫର୍ମ -2 ରେ ସ୍ଥିର ହୋଇଛି ଏବଂ ଅପିଲ ପ୍ରତ୍ୟାହାର, ଆପତ୍ତି, ଆବେଦନ, ରିଟ୍ ପିଟିସନ୍, ସ୍ୱତନ୍ତ୍ର ଛୁଟି ଆବେଦନ କିମ୍ବା ଦାବି ପ୍ରତ୍ୟାହାରର ପ୍ରମାଣ ସହିତ ମନୋନୀତ କତ୍ତୃପକ୍ଷଙ୍କୁ ପ୍ରଦାନ କରିବାକୁ ହେବ।

ପ୍ରମାଣପତ୍ର ପ୍ରାପ୍ତ କରିବାର 'ପନ୍ଦର ଦିନ' ମଧ୍ୟରେ ଘୋଷଣାକାରୀ ନିଶ୍ଚିତ ଭାବେ ନିର୍ଦ୍ଧାରିତ ରାଶି ପ୍ରଦାନ କରିବାକୁ ହୋଇଥାଏ।

ଫର୍ମ 1 ଏବଂ ଫର୍ମ 3 ଆୟକର ବିଭାଗର ଇ-ଫାଇଲିଂ ପୋର୍ଟାଲ୍ ଅର୍ଥାତ୍www.incometax.gov.inରେ ଘୋଷଣାକାରୀ ଦ୍ୱାରା ଇଲେକ୍ଟ୍ରୋନିକ୍‌ ମାଧ୍ୟମରେ ପ୍ରଦାନ କରାଯିବ।

 

2. ଏହି ସେବା ପ୍ରାପ୍ତ କରିବା ପାଇଁ ପ୍ରାକ୍ ଆବଶ୍ୟକତା

  • ଫର୍ମ 3 ଅପଲୋଡ୍ କରିବାକୁ, ଉପଭୋକ୍ତାଙ୍କ ପାଖରେ ଫର୍ମ 2ରେ ମନୋନୀତ କତ୍ତୃପକ୍ଷଙ୍କ ଦ୍ୱାରା କରଦାତାଙ୍କ ଦ୍ୱାରା ଦେୟଯୋଗ୍ୟ ରାଶି ନିର୍ଦ୍ଧାରଣ ପାଇଁ ଜାରି କରାଯାଇଥିବା ପ୍ରମାଣପତ୍ର ରହିବା ଆବଶ୍ୟକ।
  • ଏକ ବୈଧ ଡିଜିଟାଲ ସ୍ୱାକ୍ଷର ପ୍ରମାଣପତ୍ର, ଯଦି ଆୟର ରିଟର୍ଣ୍ଣ ଡିଜିଟାଲ ସ୍ୱାକ୍ଷର ଅଧୀନରେ ଦେବାକୁ ଥାଏ କିମ୍ୱା ଅନ୍ୟ କ୍ଷେତ୍ରରେ ଇଲେକ୍ଟ୍ରୋନିକ ସତ୍ୟାପନ କୋଡ୍‌।

 

 

3. ଫର୍ମ ବିଷୟରେ

 

3.1. ଉଦ୍ଦେଶ୍ୟ

କରଦାତା ଫର୍ମ -3ରେ ଦେୟ ପ୍ରଦାନର ସୂଚନା ପ୍ରଦାନ କରିବାକୁ ପଡିବ, ଯେପରି ଫର୍ମ-2 ରେ ସ୍ଥିର ହୋଇଛି, ମନୋନୀତ କତ୍ତୃପକ୍ଷଙ୍କୁ ପ୍ରଦାନ କରିବାକୁ ହେବ। ପ୍ରମାଣପତ୍ର ପ୍ରାପ୍ତ କରିବାର 'ପନ୍ଦର ଦିନ' ମଧ୍ୟରେ ଘୋଷଣାକାରୀ ନିଶ୍ଚିତ ଭାବେ ନିର୍ଦ୍ଧାରିତ ରାଶି ପ୍ରଦାନ କରିବାକୁ ହେବ।

 

3.2. କିଏ ଏହାକୁ ବ୍ୟବହାର କରିପାରିବେ?

ଯେକୌଣସି ବ୍ୟକ୍ତି ଯାହାଙ୍କ ପାଖରେ ମନୋନୀତ କତ୍ତୃପକ୍ଷଙ୍କ ଦ୍ୱାରା ଫର୍ମ 2ରେ କରଦାତାଙ୍କ ଦ୍ୱାରା ଦେୟଯୋଗ୍ୟ ରାଶିର ପରିମାଣ ନିର୍ଦ୍ଧାରଣ କରିବାକୁ ପ୍ରମାଣପତ୍ର ଜାରି କରାଯାଇଛି।

 

 

4. ଗୋଟିଏ ନଜରରେ ଏହି ଫର୍ମ

ଫର୍ମ 3, DTVSV ର ଦୁଇଟି ଅଂଶ ରହିଛି -

  1. ଦେୟ ବିବରଣୀ
  2. ଅନୁସଂଲଗ୍ନଗୁଡ଼ିକ

 

Data responsive

ଫର୍ମ 3 DTVsV, 2024 ଉପରେ ସଂକ୍ଷେପରେ ଆସନ୍ତୁ ଜାଣିବା:

4.1.ଦେୟ ବିବରଣୀ

ଏହି ବିଭାଗରେ ଅପିଲ ବିବରଣୀ ଏବଂ ଦେୟ ବିବରଣୀ ରହିଛି।

 

Data responsiveData responsive

 

4.2 ସଂଲଗ୍ନକ

ଏହି ବିଭାଗରେ ପ୍ରତ୍ୟାହାରର ପ୍ରମାଣ ରହିଛି।

 

Data responsive

 

 

 

5. ଫର୍ମକୁ କିପରି ପ୍ରାପ୍ତ କରିବେ ଏବଂ ଦାଖଲ କରିବେ

ସୋପାନ 1: ବୈଧ ପ୍ରତ୍ୟୟପତ୍ର ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲରେ ଲଗ୍‌ଇନ୍‌ କରନ୍ତୁ।

ସୋପାନ 2: ଆପଣଙ୍କର ଡ୍ୟାଶ୍‌ବୋର୍ଡରେ ଇ-ଫାଇଲ୍ରେ କ୍ଲିକ୍‌ କରନ୍ତୁ >ଫାଇଲ୍ ହୋଇଥିବା ଫର୍ମଗୁଡିକ ଦେଖନ୍ତୁ >ଫର୍ମ 1 DTVSV 2024 >ସମସ୍ତ ଦେଖନ୍ତୁ > ଫର୍ମ 3 ଦାଖଲ କରନ୍ତୁ। ଫର୍ମ -3 ଦାଖଲ କରନ୍ତୁରେ କ୍ଲିକ୍ କରନ୍ତୁ।

 

Data responsive

 

 

 

ସୋପାନ 3: ଫର୍ମ 3 ପୃଷ୍ଠାରେ, ଦେୟ ବିବରଣୀ ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ

 

 

Data responsive

 

ସୋପାନ 4: ଦେୟ ବିବରଣୀ ଟ୍ୟାବ୍ରେ, ଅପିଲ୍ ବିବରଣୀ ଏବଂ ଦେୟ ବିବରଣୀ ଭରନ୍ତୁ ଏବଂ ସେଭ୍‌ କରନ୍ତୁରେ କ୍ଲିକ୍ କରନ୍ତୁ।

 

Data responsive

 

ସୋପାନ 5: ବର୍ତ୍ତମାନ ଦେୟ ବିବରଣୀ ଟ୍ୟାବ୍ ନିଶ୍ଚିତ ହୋଇଛି। ସଂଲଗ୍ନକ ଟ୍ୟାବରେ କ୍ଲିକ୍ କରନ୍ତୁ

 

Data responsive

 

ସୋପାନ 6: ସଂଲଗ୍ନକ ଟ୍ୟାବରେ, ଅପିଲ୍ ପ୍ରତ୍ୟାହାରର ପ୍ରମାଣ ସଂଲଗ୍ନ କରନ୍ତୁ ଏବଂ ସେଭ୍‌ କରନ୍ତୁ କ୍ଲିକ୍ କରନ୍ତୁ।

 

Data responsive

 

 

 

ସୋପାନ 7: ବର୍ତ୍ତମାନ, ଫର୍ମର ସମସ୍ତ ବିଭାଗ ସମାପ୍ତ ହୋଇଛି ଅବଲୋକନ କରନ୍ତୁ ବଟନ୍ରେ କ୍ଲିକ୍ କରନ୍ତୁ।

 

Data responsive

 

ସୋପାନ 8: ଏହା ହେଉଛି ଫର୍ମର ପ୍ରାକ୍‌-ଦର୍ଶନ ଇ-ସତ୍ୟାପନ ପାଇଁ ଆଗକୁ ବଢ଼ନ୍ତୁ

 

Data responsive

 

ସୋପାନ 9: ଇ-ସତ୍ୟାପନପାଇଁ ଆଗକୁ ବଢ଼ନ୍ତୁରେ କ୍ଲିକ୍‌ କରନ୍ତୁ ଓ ଫର୍ମ ଇ-ସତ୍ୟାପନ କରନ୍ତୁ ପାଇଁ ଆସିଥିବା ପପ୍‌-ଅପ୍‌ ସନ୍ଦେଶରେ କ୍ଲିକ୍‌ କରନ୍ତୁ।

 

Data responsive

 

ସୋପାନ 10: ଫର୍ମ ସତ୍ୟାପିତ କରିବା ପାଇଁ ସତ୍ୟାପନ ମୋଡ୍ ଚୟନ କରନ୍ତୁ ଏବଂ ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ।

 

Data responsive

 

ଇ-ସତ୍ୟାପନ ପରେ ଫର୍ମ ଦାଖଲ ହେବ ଏବଂ ଆପଣଙ୍କୁ ଆପଣଙ୍କ ପଞ୍ଜିକୃତ ମେଲ୍ ID ଏବଂ ମୋବାଇଲ୍ ନମ୍ବରରେ ଫର୍ମର ପ୍ରାପ୍ତିସ୍ୱୀକାର ସଂଖ୍ୟା ପ୍ରାପ୍ତ ହେବ। ଦାଖଲ ହୋଇଥିବା ଫର୍ମ ଫାଇଲ ହୋଇଥିବା ଫର୍ମ ଦେଖନ୍ତୁ କାର୍ଯ୍ୟକାରିତାରେ ଦେଖିହେବ ଏବଂ ଡାଉନଲୋଡ୍‌ କରିହେବ।