Do not have an account?
Already have an account?

1. ଅବଲୋକନ

କର ପରିହାର ଏବଂ ଚୋରିକୁ ନିରୁତ୍ସାହିତ କରିବା ପାଇଁ, 1984ର ବିତ୍ତ ଅଧିନିୟମ ଦ୍ୱାରା ଏକ କର ଅଡିଟ୍ ପ୍ରୟୋଜନୀୟତା ପ୍ରବର୍ତ୍ତିତ ହୋଇଥିଲା, ଯେଉଁଥିରେ ମୂଲ୍ୟାୟନ ବର୍ଷ 1985-86 ଠାରୁ କାର୍ଯ୍ୟକ୍ଷମ ଏକ ନୂତନ ଧାରା 44AB ସନ୍ନିବେଶ କରାଯାଇଥିଲା।

ଏକ କର ଅଡିଟ୍‌ ସମସ୍ତ ଭତ୍ତା, ରିହାତି, କ୍ଷତି, ସମାଯୋଜନ, ଛାଡ଼ ଇତ୍ୟାଦି ବିବେଚନା କରି ସମୁଦାୟ ଆୟର ସଠିକ୍‌ ମୂଲ୍ୟାଙ୍କନ ସକ୍ଷମ କରିବା ପାଇଁ କରଦାତାଙ୍କ ଦ୍ୱାରା ଆୟକର କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଥିବା ନିର୍ଦ୍ଦିଷ୍ଟ ତଥ୍ୟଗତ ବିବରଣୀର ସତ୍ୟତା ଏବଂ ସଠିକତା ଉପରେ କର ଅଡିଟର୍‌ଙ୍କର ଏକ ପରିପ୍ରକାଶ ଅନ୍ତର୍ଭୁକ୍ତ କରିଥାଏ। ଏହା ନିମ୍ନଲିଖିତ ଉଦ୍ଦେଶ୍ୟ ହାସଲ କରିବା ପାଇଁ କରାଯାଇଥାଏ:

  • କରଦାତାଙ୍କ ଦ୍ୱାରା ଆକାଉଣ୍ଟ୍ ବହିଗୁଡ଼ିକର ସଠିକ୍ ରକ୍ଷଣାବେକ୍ଷଣ ଏବଂ ସଠିକତା ସୁନିଶ୍ଚିତ କରିବା ଏବଂ CA ଦ୍ୱାରା ଏହାର ପ୍ରମାଣିକରଣ ସୁନିଶ୍ଚିତ କରିବା
  • ଅଡିଟ୍‌ ସମୟରେ CAଙ୍କ ଦ୍ୱାରା ଉଲ୍ଲେଖ କରାଯାଇଥିବା ପର୍ଯ୍ୟବେକ୍ଷଣ/ ଅସଙ୍ଗତିଗୁଡ଼ିକ ସୂଚିତ କରେ
  • ଫର୍ମ 3CD ରେ ସୂଚିତ ହୋଇଥିବା ଅନୁଯାୟୀ ଆୟକର ଅଧିନିୟମର ବିଭିନ୍ନ ବ୍ୟବସ୍ଥାଗୁଡ଼ିକର ଅନୁପାଳନରେ ଅନୁମୋଦିତ ସୂଚନା ସୂଚିତ କରେ।

ଏହି ଫର୍ମ ଜଣେ CAଙ୍କ ଦ୍ୱାରା ସେମାନଙ୍କର DSC ବ୍ୟବହାର କରି ଅପଲୋଡ୍ କରିବାକୁ ହେବ।

ନିୟମ 6G ସୂଚନା ପ୍ରଦାନର ଶୈଳୀ ଏବଂ ଧାରା 44AB ଅଧୀନରେ ପ୍ରଦାନ କରାଯିବାକୁ ଥିବା ଆକାଉଣ୍ଟର ଅଡିଟ୍‌ ରିପୋର୍ଟ ସଂଯୁକ୍ତ କରିବା ଅନୁମୋଦନ କରିଥାଏ। ଦୁଇ ପ୍ରକାରର ଫର୍ମ ଅଛି: 3CA-3CD ଏବଂ 3CB -3CD. ତେଣୁ, ପ୍ରତ୍ୟେକ କରଦାତାଙ୍କ ପାଇଁ ଦୁଇଟି ମଧ୍ୟରୁ କେବଳ ଗୋଟିଏ ପ୍ରଯୋଜ୍ୟ ହେବ।

  • ଫର୍ମ 3CA-3CD ସେହି ବ୍ୟକ୍ତିଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ଯାହାଙ୍କର କୌଣସି ଆଇନ ଦ୍ୱାରା କିମ୍ବା ଏହା ଅଧୀନରେ ତାଙ୍କର ଆକାଉଣ୍ଟ ଅଡିଟ୍‌ କରିବାର ଆବଶ୍ୟକତା ରହିଛି।
  • ଫର୍ମ 3CB-3CD ସେହି ବ୍ୟକ୍ତିଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ଯାହାଙ୍କୁ ଉପରେ ସୂଚିତ କରାଯାଇନାହିଁ ଅର୍ଥାତ୍‌ ଯେଉଁଠାରେ କୌଣସି ଆଇନ ଅଧୀନରେ ଆକାଉଣ୍ଟଗୁଡ଼ିକ ଅଡିଟ୍‌ ହେବା ଆବଶ୍ୟକ ନାହିଁ।

2. ଏହି ସେବା ପ୍ରାପ୍ତ କରିବା ପାଇଁ ପ୍ରାକ୍ ଆବଶ୍ୟକତା

  • ବୈଧ ଉପଭୋକ୍ତା ID ଏବଂ ପାସ୍‌ୱାର୍ଡ ସହିତ ଇ-ଫାଇଲିଂ ପୋର୍ଟାଲରେ କରଦାତା ଏବଂ CA ପଞ୍ଜୀକୃତ ହୋଇଥାନ୍ତି
  • କରଦାତା ଏବଂ CAଙ୍କର PANର ସ୍ଥିତି ସକ୍ରିୟ ରହିଥିବ
  • କରଦାତା ଫର୍ମ 3CA-CD ପାଇଁ CA ନ୍ୟସ୍ତ କରିଛନ୍ତି
  • CA ଏବଂ କରଦାତାଙ୍କର ଏକ ବୈଧ ଏବଂ ସକ୍ରିୟ ଡିଜିଟାଲ୍ ସ୍ୱାକ୍ଷର ପ୍ରମାଣପତ୍ର ଅଛି
  • ବ୍ୟକ୍ତିଗତ କରଦାତାଙ୍କ କ୍ଷେତ୍ରରେ କରଦାତାଙ୍କ PAN ସହିତ ଆଧାର ସଂଯୁକ୍ତ (ସୁପାରିଶକୃତ)

3. ଏହି ଫର୍ମ ସମ୍ପର୍କରେ

3.1. ଉଦ୍ଦେଶ୍ୟ

କର ପରିହାର ଏବଂ ଚୋରିକୁ ନିରୁତ୍ସାହିତ କରିବା ପାଇଁ 1984ର ବିତ୍ତ ଅଧିନିୟମ ଦ୍ୱାରା ଏକ ନୂତନ ଧାରା 44AB ସନ୍ନିବେଶିତ କରାଯାଇ ଏକ କର ଅଡିଟ୍‌ ଆବଶ୍ୟକତା ପ୍ରବର୍ତ୍ତିତ ହୋଇଥିଲା, ଯାହା ମୂଲ୍ୟାୟନ ବର୍ଷ 1985-86 ଠାରୁ ଲାଗୁ କରାଯାଇଥିଲା।

ଫର୍ମ 3CA-3CD ସେହି ବ୍ୟକ୍ତିଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ଯାହାଙ୍କର କୌଣସି ଆଇନ ଦ୍ୱାରା କିମ୍ବା ଏହା ଅଧୀନରେ ତାଙ୍କର ଆକାଉଣ୍ଟ ଅଡିଟ୍‌ କରିବାର ଆବଶ୍ୟକତା ରହିଛି।

3.2. କିଏ ଏହାକୁ ବ୍ୟବହାର କରିପାରିବେ?

ଇ-ଫାଇଲିଂ ପୋର୍ଟାଲ୍‌ରେ ପଞ୍ଜୀକୃତ ହୋଇଥିବା ଏବଂ କରଦାତାଙ୍କ ଦ୍ୱାରା ଫର୍ମ 3CA-3CD ଅଡିଟ୍‌ କରିବା ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଥିବା ଜଣେ CA ଏହି ଫର୍ମକୁ ଆକ୍ସେସ୍ କରିବା ପାଇଁ ହକ୍‌ଦାର।

4. ଗୋଟିଏ ନଜରରେ ଏହି ଫର୍ମ

ଫର୍ମ 3CA-3CD ର ଏହି ଫର୍ମ ଦାଖଲ କରିବା ପୂର୍ବରୁ 2ଟି ବିଭାଗ ପୂରଣ କରିବାକୁ ହେବ। ଏଗୁଡ଼ିକ ହେଉଛି:

  1. ଫର୍ମ ସଂ. 3CA
  2. ଫର୍ମ ସଂ. 3CD

ଏଠାରେ 3CA-3CD ଉପରେ ଏକ ଦ୍ରୁତ ନଜର ପକାନ୍ତୁ।

  • ତାହାର ପ୍ରଥମ ପୃଷ୍ଠା ଆପଣଙ୍କୁ ଫର୍ମ 3CA ଏବଂ ଫର୍ମ 3CDକୁ ନେଇଯିବ।
  • ଫର୍ମ ନଂ 3CA ପୃଷ୍ଠା ହେଉଛି ତାହା ଯେଉଁଠାରେ CA ଜଣକ କରଦାତାଙ୍କ ବ୍ୟବସାୟ କିମ୍ବା ବୃତ୍ତିର ଆକାଉଣ୍ଟ ଅଡିଟ୍‌ ବିବରଣୀ ପୂରଣ କରନ୍ତି। ଉପଭୋକ୍ତାଙ୍କୁ ପ୍ରଥମେ ଫର୍ମ ସଂ. 3CA ରେ ବିବରଣୀ ଭରିବାକୁ ହେବ ଯାହା ପରେ ସେ ଫର୍ମ ସଂ. 3CDକୁ ଯାଇପାରିବେ।
  • ଫର୍ମ 3CDରେ ଆଉ 5 ଟି ବିଭାଗ ରହିଛି ଯେଉଁଠାରେ ଆୟକର ଅଧିନିୟମର ଧାରା 44AB ଅଧୀନରେ CA ପ୍ରଦାନ କରାଯିବାକୁ ଥିବା ସବିଶେଷ ବିବରଣୀ ଭରିବା ଆବଶ୍ୟକ କରିବେ। ଫର୍ମ 3CDକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି, ଭାଗ A ଏବଂ ଭାଗ B:
    • ଫର୍ମ 3CDର ଭାଗ A (ଖଣ୍ଡ 1 ରୁ 8) CAଙ୍କୁ କରଦାତାଙ୍କ ମୌଳିକ ବିବରଣୀ ପ୍ରଦାନ କରିବା ଆବଶ୍ୟକ କରିଥାଏ। ଫର୍ମର ଭାଗ A ପୂରଣ କରାଯାଇ ସେଭ୍‌ ହୋଇସାରିବା ପରେ ହିଁ କେବଳ ଉପଭୋକ୍ତା ଆଗକୁ ବଢ଼ିପାରିବେ।
    • ଫର୍ମ 3CDର ଭାଗ Bରେ ଖଣ୍ଡ 9 ରୁ 44 ଆଧାରରେ ଆହୁରି ଅନେକ ବିଭାଜନ ରହିଛି। ସମସ୍ତ ଖଣ୍ଡର ସବିଶେଷ ବିବରଣୀ ଏଠାରେ ପୂରଣ ହେବା ଆବଶ୍ୟକ।

5. କିପରି ଆକ୍ସେସ୍‌ ଓ ଦାଖଲ କରାଯିବ

ଆପଣ ଫର୍ମ CAଙ୍କୁ ପ୍ରଦାନ କରିପାରିବେ ଏବଂ ଅନ୍‌ଲାଇନ୍‌ ମୋଡ୍‌ରେ ଦାଖଲ କରାଯାଇଥିବା ଫର୍ମକୁ ଯାଞ୍ଚ କରିପାରିବେ। CA କେବଳ ଅଫ୍‌ଲାଇନ୍‌ ଉପଯୋଗିତା ମାଧ୍ୟମରେ ଫର୍ମ ପୂରଣ କରିବା ଆବଶ୍ୟକ।

ଟିପ୍ପଣୀ: ଅଧିକ ଜାଣିବା ପାଇଁ ବୈଧାନିକ ଫର୍ମଗୁଡ଼ିକ ନିମନ୍ତେ ଅଫ୍‌ଲାଇନ୍‌ ଉପଯୋଗିତା ଉପଭୋକ୍ତା ମାନୁଆଲ୍‌ ଅନୁସରଣ କରନ୍ତୁ।

5.1 ଜଣେ CAଙ୍କୁ ଫର୍ମ ନ୍ୟସ୍ତ କରିବା

ସୋପାନ 1: ଆପଣଙ୍କର ଉପଭୋକ୍ତା ID ଏବଂ ପାସ୍‌ୱାର୍ଡ୍ ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲ୍‌ରେ ଲଗ୍ଇନ୍ କରନ୍ତୁ।

Data responsive

ବ୍ୟକ୍ତିଗତ ଉପଭୋକ୍ତାଙ୍କ ପାଇଁ, ଯଦି PAN ସହିତ ଆଧାର ସଂଯୁକ୍ତ ହୋଇନଥାଏ, ତେବେ ଆପଣ ଏକ ପପ୍ -ଅପ୍ ସନ୍ଦେଶ ଦେଖିବେ ଯେ ଆପଣଙ୍କ PAN ନିଷ୍କ୍ରିୟ ହୋଇଯାଇଛି କାରଣ ଏହା ଆପଣଙ୍କ ଆଧାର ସହିତ ସଂଯୁକ୍ତ ହୋଇନାହିଁ।

ଆଧାର ସହିତ PAN ସଂଯୁକ୍ତ କରିବାକୁ, ବର୍ତ୍ତମାନ ଲିଙ୍କ୍ କରନ୍ତୁ ରେ କ୍ଲିକ୍ କରନ୍ତୁ ଅନ୍ୟଥା ଜାରି ରଖନ୍ତୁରେ କ୍ଲିକ୍‌ କରନ୍ତୁ।

Data responsive

ସୋପାନ 2: ଆପଣଙ୍କ ଡ୍ୟାଶ୍‌ବୋର୍ଡରେ ଇ-ଫାଇଲ୍‌ > ଆୟକର ଫର୍ମଗୁଡ଼ିକ > ଆୟକର ଫର୍ମଗୁଡ଼ିକ ଫାଇଲ୍‌ କରନ୍ତୁରେ କ୍ଲିକ୍‌ କରନ୍ତୁ।

Data responsive


ସୋପାନ 3: ଆୟକର ଫାଇଲ୍‌ କରନ୍ତୁ ପୃଷ୍ଠାରେ, ଫର୍ମ 3CA-3CD କ୍ଲିକ୍‌ କରନ୍ତୁ। ବୈକଳ୍ପିକ ଭାବରେ, ଫର୍ମ ପୂରଣ କରିବାକୁ ସର୍ଚ୍ଚ ବକ୍ସରେ ଫର୍ମ 3CA-3CD ପ୍ରବେଶ କରନ୍ତୁ।

Data responsive


ସୋପାନ 4: ଫର୍ମ 3CA-3CD ପୃଷ୍ଠାରେ, ଫାଇଲିଂ ପ୍ରକାର ଏବଂ ମୂଲ୍ୟାୟନ ବର୍ଷ (A.Y.) ଚୟନ କରନ୍ତୁ, ଚାଟାର୍ଡ ଆକାଉଣ୍ଟାଣ୍ଟ ନିୟୋଜିତ କରନ୍ତୁ ଏବଂ ଯେକୌଣସି ସହାୟକ ଦସ୍ତାବିଜ ସଂଲଗ୍ନ କରନ୍ତୁ। ଆଗକୁ ବଢ଼ିବା ପାଇଁ ଜାରି ରଖନ୍ତୁ ରେ କ୍ଲିକ୍ କରନ୍ତୁ।

Data responsive


ଟିପ୍ପଣୀ:

  • ଯଦି ଆପଣ ପୂର୍ବରୁ ଜଣେ CAଙ୍କୁ ନିୟୋଜିତ କରିଛନ୍ତି, ତେବେ ଫାଇଲ୍‌ କରିବା କିମ୍ବା ସ୍ବୀକାର କରିବା ପାଇଁ CAଙ୍କ ନିକଟରେ ସ୍ଥଗିତ ଫର୍ମ 3CA-3CDର ବିବରଣୀ ପ୍ରଦର୍ଶିତ ହେବ।
  • ଯଦି CA ନିୟୋଜିତ ହୋଇନାହାଁନ୍ତି, ଆପଣ ବିଦ୍ୟମାନ CA ଲିଙ୍କ୍‌ରୁ ପୂର୍ବରୁ ନିୟୋଜିତ CAର ବିଦ୍ୟମାନ ତାଲିକାରୁ ଜଣେ CAଙ୍କୁ ନିୟୋଜିତ କରିପାରିବେ।
  • ଯଦି କୌଣସି CAଙ୍କୁ ଯୋଡ଼ାଯାଇନଥାଏ ଆପଣ ଡ୍ୟାଶ୍‌ବୋର୍ଡ > ଅଧିସ୍ୱୀକୃତ ସହଭାଗୀ > ମୋ CA > ନୂତନ CA ଯୋଡ଼ନ୍ତୁ କ୍ଲିକ୍‌ କରି ଜଣେ CA ଯୋଡ଼ିପାରିବେ।

CAଙ୍କୁ ଫର୍ମ ନ୍ୟସ୍ତ ହେବା ପରେ, ବିନିମୟ ଇଡ ସହିତ ଏକ ସଫଳତା ସନ୍ଦେଶ ପ୍ରଦର୍ଶିତ ହୁଏ। ଭବିଷ୍ୟତ ସନ୍ଦର୍ଭ ପାଇଁ ଦୟାକରି ବିନିମୟ ID ଟିପି ରଖନ୍ତୁ।

Data responsive

5.2 CAଙ୍କ ଦ୍ୱାରା ଫର୍ମ ପୂରଣ କରାଯିବା

ସୋପାନ 1: ଆପଣଙ୍କର ଉପଭୋକ୍ତା ID ଏବଂ ପାସ୍‌ୱାର୍ଡ୍ ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲ୍‌ରେ ଲଗ୍ଇନ୍ କରନ୍ତୁ।

Data responsive


ସୋପାନ 2: ଆପଣଙ୍କର ଡ୍ୟାଶ୍‌ବୋର୍ଡରେ, ସ୍ଥଗିତ କାର୍ଯ୍ୟଗୁଡିକ > କାର୍ଯ୍ୟତାଲିକାରେ କ୍ଲିକ୍ କରନ୍ତୁ ଯେଉଁଠାରେ ସ୍ଥଗିତ କାର୍ଯ୍ୟଗୁଡିକର ତାଲିକା ପ୍ରଦର୍ଶିତ ହୋଇଛି।

Data responsive


ସେପାନ 3: ଆପଣଙ୍କ କାର୍ଯ୍ୟାନୁଷ୍ଠାନ ପାଇଁ ଟାବ୍‌ ଅଧୀନରେ, ଆପଣଙ୍କୁ ନ୍ୟସ୍ତ କରାଯାଇଥିବା ଫର୍ମ3 CA-CD ବିପକ୍ଷରେ, ଗ୍ରହଣ କରନ୍ତୁରେ କ୍ଲିକ୍‌ କରନ୍ତୁ।

Data responsive

ଯଦି କରଦାତାଙ୍କ PAN ଆଧାର ସହିତ ସଂଯୋଗ ହୋଇନଥାଏ, ତେବେ CA ଫର୍ମ ସ୍ବୀକାର କରିବା କିମ୍ବା ପ୍ରତ୍ୟାଖ୍ୟାନ କରିବା ପାଇଁ ସ୍କ୍ରିନ୍‌ରେ ଏକ ପପ୍-ଅପ୍ ସନ୍ଦେଶ ଦେଖିପାରିବେ। ଏହି ସନ୍ଦେଶ ଦର୍ଶାଇବ ଯେ କରଦାତାଙ୍କ PAN ନିଷ୍କ୍ରିୟ କାରଣ ଏହା ଆଧାର ସହିତ ସଂଯୁକ୍ତ ନୁହେଁ।

ଫର୍ମକୁ ସ୍ବୀକାର କରିବା କିମ୍ବା ପ୍ରତ୍ୟାଖ୍ୟାନ କରିବା ପାଇଁ ଜାରି ରଖନ୍ତୁ ବଟନ୍‌ରେ କ୍ଲିକ୍ କରନ୍ତୁ।

Data responsive


ଟିପ୍ପଣୀ: ଯଦି ଆପଣ ଅନୁରୋଧ ପ୍ରତ୍ୟାଖାନ କରିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ସେବା ଅନୁରୋଧ ପ୍ରତ୍ୟାଖାନ କରିବାର କାରଣ ପ୍ରଦାନ କରିବାକୁ ହେବ।

ସୋପାନ 4: ଅନୁରୋଧର ସଫଳ ଗ୍ରହଣୀୟତା ଉପରେ, ଏକ ବିନିମୟ ID ସହିତ ଏକ ସଫଳତା ସନ୍ଦେଶ ପ୍ରଦର୍ଶିତ ହୁଏ। ଭବିଷ୍ୟତ ସନ୍ଦର୍ଭ ପାଇଁ ଦୟାକରି ବିନିମୟ ID କୁ ଟିପି ରଖନ୍ତୁ। ଫର୍ମ ପୂରଣ କରିବାକୁ କାର୍ଯ୍ୟତାଲିକାକୁ ଫେରନ୍ତୁ ରେ କ୍ଲିକ୍ କରନ୍ତୁ।

Data responsive


ସୋପାନ 5: ଆପଣଙ୍କ କାର୍ଯ୍ୟ ତାଲିକାରେ, ଫାଇଲ୍‌ କରିବା ପାଇଁ ବାକି ଥିବା ଟ୍ୟାବ୍‌ ଅଧୀନରେ, ଆପଣଙ୍କ ଦ୍ୱାରା ସ୍ୱୀକାର କରାଯାଇଥିବା ଫର୍ମ 3CA-3CD ବିପକ୍ଷରେ ଫର୍ମ ଫାଇଲ୍‌ କରନ୍ତୁରେ କ୍ଲିକ୍‌ କରନ୍ତୁ।

Data responsive

ଯଦି କରଦାତାଙ୍କ PAN ଆଧାର ସହିତ ଲିଙ୍କ୍ ହୋଇନଥାଏ, ତେବେ CA ଫର୍ମ ଫାଇଲ୍ କରିବା/ଅପ୍‌ଲୋଡ୍ କରିବା ସମୟରେ କରଦାତାଙ୍କ PAN ଆଧାର ସହିତ ଲିଙ୍କ୍ ହୋଇନଥିବାରୁ କରଦାତାଙ୍କ PAN ନିଷ୍କ୍ରିୟ ଅଛି ବୋଲି ଏକ ପପ୍ -ଅପ୍ ସନ୍ଦେଶ ଦେଖିବେ। ଫର୍ମକୁ ଫାଇଲ୍ କରିବା/ଅପ୍‌ଲୋଡ୍ କରିବା ପାଇଁ ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ।

Data responsive


ସୋପାନ 6: ଫର୍ମ 3CA-3CD ପୃଷ୍ଠାରେ, ଆଗକୁ ବଢିବା ପାଇଁ ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ।

Data responsive


ସୋପାନ 7: ଅଫ୍‌ଲାଇନ୍‌ ଉପଯୋଗିତା ଡାଉନ୍‌ଲୋଡ୍‌ କରନ୍ତୁ (ଆପଣଙ୍କ ମୂଳ ପୃଷ୍ଠାର ଡାଉନ୍‌ଲୋଡ୍‌ସ ବିଭାଗ ଅଧୀନରେ ମଧ୍ୟ ଉପଲବ୍ଧ ହେଉଥିବା) ଏବଂ ଏହି ଉପଯୋଗିତା ବ୍ୟବହାର କରି ଫର୍ମ ଦାଖଲ କରନ୍ତୁ। ଫର୍ମ 3CA-3CD ପୃଷ୍ଠାରେ ଅଫ୍‌ଲାଇନ୍‌ ଉପଯୋଗିତା ବ୍ୟବହାର କରି ପ୍ରସ୍ତୁତ ହୋଇଥିବା JSON ଫାଇଲ୍‌ ଅପ୍‌ଲୋଡ୍‌ କରନ୍ତୁ। ଆବଶ୍ୟକ ସହାୟକ ଦସ୍ତାବିଜ୍‌ଗୁଡ଼ିକ ସଂଲଗ୍ନ କରନ୍ତୁ ଏବଂ ଦାଖଲ କରନ୍ତୁରେ କ୍ଲିକ୍‌ କରନ୍ତୁ।

Data responsive


ସୋପାନ 8: ଏକକ ପରିଚୟ ସଂଖ୍ୟା ପୃଷ୍ଠାରେ ଆଗକୁ ବଢ଼ନ୍ତୁରେ କ୍ଲିକ୍‌ କରନ୍ତୁ।

Data responsive


ସୋପାନ 9: ଯଦି ଆପଣ ଆଗକୁ ବଢ଼ନ୍ତୁ ଚୟନ କରନ୍ତି, ତେବେ ଆପଣଙ୍କୁ ଇ-ସତ୍ୟାପନ କରନ୍ତୁ ପୃଷ୍ଠାକୁ ନିଆଯିବ ଯେଉଁଠାରେ ଆପଣ ଡିଜିଟାଲ୍ ସ୍ୱାକ୍ଷର ପ୍ରମାଣପତ୍ର ବ୍ୟବହାର କରି ସତ୍ୟାପନ କରିପାରିବେ।

ଟିପ୍ପଣୀ: ଅଧିକ ଜାଣିବା ପାଇଁ କିପରି ଇ-ସତ୍ୟାପନ କରିବେ ଉପଭୋକ୍ତା ମାନୁଆଲ୍ ଅନୁସରଣ କରନ୍ତୁ।

ସଫଳ ଇ-ସତ୍ୟାପନ ପରେ, ଏକ ବିନିମୟ ID ସହିତ ଏକ ସଫଳତା ସନ୍ଦେଶ ପ୍ରଦର୍ଶିତ ହୁଏ। ଭବିଷ୍ୟତ ସନ୍ଦର୍ଭ ପାଇଁ ଦୟାକରି ବିନିମୟ IDର ଏକ ଟିପ୍ପଣୀ ଲେଖି ରଖନ୍ତୁ। କରଦାତା ମଧ୍ୟ ଇ-ଫାଇଲିଂ ପୋର୍ଟାଲରେ ପଞ୍ଜୀକୃତ ମୋବାଇଲ୍ ନମ୍ବର ଏବଂ ଇମେଲ୍ IDରେ ଏକ ନିଶ୍ଚିତକରଣ ସନ୍ଦେଶ ପାଇବେ।

Data responsive

5.3. କରଦାତାଙ୍କ ଦ୍ୱାରା ସତ୍ୟାପନ

ସୋପାନ 1: ଆପଣଙ୍କର ଉପଭୋକ୍ତା ID ଏବଂ ପାସ୍‌ୱାର୍ଡ୍ ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲ୍‌ରେ ଲଗ୍ଇନ୍ କରନ୍ତୁ।

Data responsive

ବ୍ୟକ୍ତିଗତ ଉପଭୋକ୍ତାଙ୍କ ପାଇଁ, ଯଦି PAN ସହିତ ଆଧାର ସଂଯୁକ୍ତ ହୋଇନଥାଏ, ତେବେ ଆପଣ ଏକ ପପ୍ -ଅପ୍ ସନ୍ଦେଶ ଦେଖିବେ ଯେ ଆପଣଙ୍କ PAN ନିଷ୍କ୍ରିୟ ହୋଇଯାଇଛି କାରଣ ଏହା ଆପଣଙ୍କ ଆଧାର ସହିତ ସଂଯୁକ୍ତ ହୋଇନାହିଁ।

ଆଧାର ସହିତ PAN ସଂଯୋଗ କରିବାକୁ, ବର୍ତ୍ତମାନ ଲିଙ୍କ୍ କରନ୍ତୁ ବଟନ୍ ଉପରେ କ୍ଲିକ୍ କରନ୍ତୁ ଅନ୍ୟଥା ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ ।

Data responsive


ସୋପାନ 2: ଆପଣଙ୍କ ଡ୍ୟାଶ୍‌ବୋର୍ଡରେ, ବାକିଥିବା କାର୍ଯ୍ୟଗୁଡ଼ିକ >କାର୍ଯ୍ୟତାଲିକାରେ କ୍ଲିକ୍‌ କରନ୍ତୁ।

Data responsive


ସୋପାନ 3: ଆପଣଙ୍କ କାର୍ଯ୍ୟତାଲିକାରେ, ସ୍ୱୀକାର କରିବା ବାକି ରହିଛି ଅଧୀନରେ ଆପଣଙ୍କ CAଙ୍କ ଦ୍ୱାରା ଦାଖଲ କରାଯାଇଥିବା ଫର୍ମ 3CA-3CD ବିପକ୍ଷରେ ଗ୍ରହଣ କରନ୍ତୁରେ କ୍ଲିକ୍‌ କରନ୍ତୁ।

Data responsive


ଟିପ୍ପଣୀ: ଯଦି ଆପଣ ଅନୁରୋଧ ପ୍ରତ୍ୟାଖାନ କରିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ସେବା ଅନୁରୋଧ ପ୍ରତ୍ୟାଖାନ କରିବାର କାରଣ ପ୍ରଦାନ କରିବାକୁ ହେବ।

ସୋପାନ 4: ଯଦି ଆପଣ ଅନୁରୋଧ ଗ୍ରହଣ କରନ୍ତି, ତେବେ ଆପଣଙ୍କୁ ଇ-ସତ୍ୟାପନ କରନ୍ତୁ ପୃଷ୍ଠାକୁ ନିଆଯିବ ଯେଉଁଠାରେ ଆପଣ ଡିଜିଟାଲ୍ ସ୍ୱାକ୍ଷର ପ୍ରମାଣପତ୍ର ବ୍ୟବହାର କରି ସତ୍ୟାପ କରିପାରିବେ।

ଟିପ୍ପଣୀ: ଅଧିକ ଜାଣିବା ପାଇଁ ଇ-ସତ୍ୟାପନ କିପରି କରାଯିବ ଉପଭୋକ୍ତା ମାନୁଆଲୁ ଅନୁସରଣ କରନ୍ତୁ।

ସଫଳ ଇ-ସତ୍ୟାପନ ପରେ ଏକ ବିନିମୟ ID ଏବଂ ପ୍ରାପ୍ତିସ୍ୱୀକାର ରସିଦ୍‌ ସଂଖ୍ୟା ସହିତ ଏକ ସଫଳତା ବାର୍ତ୍ତା ପ୍ରଦର୍ଶିତ ହୋଇଥାଏ। ଭବିଷ୍ୟତର ସନ୍ଦର୍ଭ ପାଇଁ ଦୟାକରି ବିନିମୟ ID ଏବଂ ପ୍ରାପ୍ତିସ୍ୱୀକାର ରସିଦ୍‌ ସଂଖ୍ୟାର ଉଲ୍ଲେଖ ରଖନ୍ତୁ। ଆପଣ ଇ-ଫାଇଲିଂ ପୋର୍ଟାଲରେ ପଞ୍ଜୀକୃତ ଆପଣଙ୍କର ଇମେଲ୍ ID ଏବଂ ମୋବାଇଲ୍ ନମ୍ବରରେ ଏକ ନିଶ୍ଚିତକରଣ ସନ୍ଦେଶ ମଧ୍ୟ ପାଇବେ।

Data responsive


6. ସମ୍ବନ୍ଧିତ ବିଷୟଗୁଡ଼ିକ

ଟିପ୍ପଣୀ: ଏହା କେବଳ ଏକ ସାହାଯ୍ୟକାରୀ ଦସ୍ତାବିଜ୍‌। ଆଇନଗତ ବ୍ୟବସ୍ଥାଗୁଡ଼ିକ ପାଇଁ ଦୟାକରି ସମୟ ସମୟରେ CBDT (ପ୍ରତ୍ୟକ୍ଷ କର ନିମନ୍ତେ କେନ୍ଦ୍ରୀୟ ବୋର୍ଡ) ଦ୍ୱାରା ଜାରି ହୋଇଥିବା ଆୟକର ଅଧିନିୟମ 1961, ଆୟକର ନିୟମ, ବିଜ୍ଞପ୍ତି, ସର୍କୁଲାରଗୁଡ଼ିକ ଅନୁସରଣ କରନ୍ତୁ।