Do not have an account?
Already have an account?
26-ଅକ୍ଟୋବର-2024

ଆୟକର ଅଧିନିୟମ, 1961 ର ଧାରା 139(1) ଅଧୀନରେ ରିଟର୍ଣ୍ଣ ଫାଇଲ କରିବା ପାଇଁ ନିମ୍ନ ଶ୍ରେଣୀଭୁକ୍ତ କରଦାତାଙ୍କ ପାଇଁ ଧାର୍ଯ୍ୟ ତାରିଖକୁ 31 ଅକ୍ଟୋବର, 2024 ରୁ 15 ନଭେମ୍ବର, 2024କୁ ଘୁଞ୍ଚାଯାଇଛି, ଯେଉଁମାନଙ୍କୁ ଅଧିନିୟମର ଧାରା 139ର ଉପଧାରା (1)ର ବ୍ୟାଖ୍ୟା 2ର ଖଣ୍ଡ (a)ରେ ସନ୍ଦର୍ଭିତ କରାଯାଇଛି। ଆୟକର ଅଧିନିୟମ 1961ର ଧାରା 139(1) କୁ ବ୍ୟାଖ୍ୟା 2 ଅଧୀନରେ:

(a) କର୍ପୋରେଟ୍ କରଦାତା; କିମ୍ବା

(b) ଅଣ-କର୍ପୋରେଟ୍ କରଦାତା ଯାହାର ଆକାଉଣ୍ଟ ଖାତାଗୁଡ଼ିକ ଆୟକର ଅଧିନିୟମ କିମ୍ୱା ପ୍ରଚଳିତ ସମୟରେ ବଳବତ୍ତର ଥିବା ଅନ୍ୟ ଆଇନ ଅଧୀନରେ ଅଡିଟ ହେବା ଆବଶ୍ୟକ ହୋଇଥାଏ; କିମ୍ୱା                                        

(c)କୌଣସି ଫାର୍ମର ଅଂଶୀଦାର ଯାହାର ଆକାଉଣ୍ଟ ଖାତାଗୁଡ଼ିକ ଆୟକର ଅଧିନିୟମ କିମ୍ୱା ପ୍ରଚଳିତ ସମୟରେ ବଳବତ୍ତର ଥିବା ଅନ୍ୟ ଆଇନ ଅଧୀନରେ ଅଡିଟ ହେବା ଆବଶ୍ୟକ ହୋଇଥାଏ କିମ୍ବା ଏହିପରି ଅଂଶୀଦାରଙ୍କର ଜୀବନସାଥୀ ଯଦି ଧାରା 5A ( ପର୍ତ୍ତୁଗୀଜ ସିଭିଲ୍‌ କୋଡ୍‌ ନିୟନ୍ତ୍ରାଧୀନ ପତି-ପତ୍ନୀଙ୍କ ମଧ୍ୟରେ ଆୟ ବଣ୍ଟନ) ବ୍ୟବସ୍ଥା ଏହିପରି ଜୀବନସାଥୀଙ୍କ କ୍ଷେତ୍ରରେ ଲାଗୁ ହୁଏ। CBDT ପରିପତ୍ର ସଂଖ୍ୟା 13/2024 ଦିନାଙ୍କିତ 26 ଅକ୍ଟୋବର, 2024 ଦେଖନ୍ତୁ।