Do not have an account?
Already have an account?
ସଦ୍ଯତମ ସମ୍ବାଦ
31-ଡିସେମ୍ବର-2024

ପ୍ରତ୍ୟକ୍ଷ କର ବିବାଦ ସେ ବିଶ୍ୱାସ ସ୍କିମ୍‌, 2024

CBDT ପରିପତ୍ର ସଂ. 20/2024 ଦିନାଙ୍କିତ ଡିସେମ୍ୱର 30,2024 ଜାରି କରିଛି ଯେଉଁଥିରେ ପ୍ରତ୍ୟକ୍ଷ କର ବିବାଦ ସେ ବିଶ୍ୱାସ ସ୍କିମ୍, 2024ର ଧାରା 90ରେ ବିନିର୍ଦ୍ଦିଷ୍ଟ ସାରଣୀର ସ୍ତମ୍ଭ (3) ଅନୁସାରେ ଦେୟ ରାଶି ନିର୍ଦ୍ଧାରଣ କରିବା ପାଇଁ ଧାର୍ଯ୍ୟ ତାରିଖ 31 ଡିସେମ୍ୱର 2024ରୁ 31, ଜାନୁଆରୀ2025କୁ ଘୁଞ୍ଚାଇ ଦିଆଯାଇଛି। ତଦନୁଯାୟୀ, ପ୍ରତ୍ୟକ୍ଷ କର ବିବାଦ ସେ ବିଶ୍ୱାସ ସ୍କିମ୍, 2024ର ନିୟମ କିମ୍ବା ମାର୍ଗଦର୍ଶନ ନୋଟ୍ ରେ ଯାହା କିଛି ଥିବା ସତ୍ତ୍ଵେ, ଏପରି କ୍ଷେତ୍ରରେ ଯେଉଁଠାରେ 31 ଜାନୁଆରୀ, 2025ରେ କିମ୍ବା ପୂର୍ବରୁ ଘୋଷଣାପତ୍ର ଫାଇଲ କରାଯାଇଛି, ସେହି କ୍ଷେତ୍ରରେ ସ୍କିମ୍‌ ଧାରା 90ରେ ବିନିର୍ଦ୍ଦିଷ୍ଟ ହୋଇଥିବା ସାରଣୀର ସ୍ତମ୍ଭ (3) ଅନୁଯାୟୀ ଦେୟ ରାଶି ନିର୍ଦ୍ଧାରଣ କରାଯିବ ଏବଂ ଯେଉଁଠାରେ 01ଫେବୃଆରୀ, 2025ରେ କିମ୍ବା ପରେ ଘୋଷଣା ଫାଇଲ କରାଯାଇଛି, ଦେୟ ରାଶି ଉପରୋକ୍ତ ସାରଣୀର ସ୍ତମ୍ଭ (4)ରେ ଅନୁସାରେ ନିର୍ଦ୍ଧାରିତ ହେବ।

31-ଡିସେମ୍ବର-2024

ଆୟକର ଅଧିନିୟମ 1961ର ଧାରା 139(4) ଅଧୀନରେ ବିଳମ୍ୱିତ ରିଟର୍ଣ୍ଣ ଏବଂ ଧାରା 139(5) ଅଧୀନରେ ସଂଶୋଧିତ ରିଟର୍ଣ୍ଣ ଫାଇଲ କରିବା ପାଇଁ ଧାର୍ଯ୍ୟ ତାରିଖ, ନିର୍ଦ୍ଧାରଣ ବର୍ଷ 2024-25 ପାଇଁ ନିବାସୀ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ 31 ଡିସେମ୍ୱର, 2024ରୁ 15 ଜାନୁଆରୀ, 2025 କୁ ବୃଦ୍ଧି କରାଯାଇଛି। ସବିଶେଷ ବିବରଣୀ ପାଇଁ ଦୟାକରି CBDT ପରିପତ୍ର ସଂ. 21/2024 ଦିନାଙ୍କିତ 31 ଡିସେମ୍ୱର, 2024 ଦେଖନ୍ତୁ।

18-ଡିସେମ୍ବର-2024

ପ୍ରତ୍ୟକ୍ଷ କର ବିବାଦ ସେ ବିଶ୍ୱାସ ସ୍କିମ୍‌,2024ର ବ୍ୟବସ୍ଥା ବିଷୟରେ ମାର୍ଗଦର୍ଶନ ଟିପ୍ପଣୀ 2/2024ଡାଉନ୍‌ଲୋଡ୍ କରିବାକୁଏଠାରେ କ୍ଲିକ୍ କରନ୍ତୁ

06-ଡିସେମ୍ବର-2024

ଫର୍ମ 3CEFA (ସୁରକ୍ଷିତ ଆଶ୍ରୟ ବିକଳ୍ପ ନେବାକୁ ଆବେଦନ) ବର୍ତ୍ତମାନ ଇ-ଫାଇଲିଂ ପୋର୍ଟାଲ୍‌ରେ ଫାଇଲିଂ ପାଇଁ ଉପଲବ୍ଧ ଅଟେ। ଦୟାକରି CBDTର ବିଜ୍ଞପ୍ତି ଦେଖନ୍ତୁ ବିଜ୍ଞପ୍ତି ସଂଖ୍ୟା 124/2024

ବିଜ୍ଞପ୍ତି

06-ଡିସେମ୍ବର-2024

ଇନ୍‌ସାଇଟ 2.0ପାଇଁ ପରିଚାଳିତ ସେବା ପ୍ରଦାନକାରୀ (MSP) ଚୟନ କରିବାକୁ ଟେଣ୍ଡର ଆହ୍ୱାନକାରୀ ବିଜ୍ଞପ୍ତି (NIT)। ସମସ୍ତ ଦସ୍ତାବିଜର ଫର୍ମାଟ ଓ ଅନ୍ୟ ବିବରଣୀ https://eprocure.gov.in/eprocure/appରେ ଟେଣ୍ଡର ID:2024 _DREV_838109_1ରେ ଉପଲବ୍ଧ

NIT

30-ନଭେମ୍ବର-2024

ଆୟକର ଅଧିନିୟମ, 1961 ର ଧାରା 139(1) ଅଧୀନରେ ରିଟର୍ଣ୍ଣ ଫାଇଲ କରିବା ପାଇଁ ନିମ୍ନ ଶ୍ରେଣୀଭୁକ୍ତ କରଦାତାଙ୍କ ପାଇଁ ଧାର୍ଯ୍ୟ ତାରିଖକୁ 30 ନଭେମ୍ୱର, 2024 ରୁ 15 ଡିସେମ୍ୱର, 2024କୁ ଘୁଞ୍ଚାଯାଇଛି, ଯେଉଁମାନଙ୍କୁ ଅଧିନିୟମର ଧାରା 139 ଉପଧାରା (1)ର ବ୍ୟାଖ୍ୟା 2ର ଖଣ୍ଡ (aa)ରେ ସନ୍ଦର୍ଭିତ କରାଯାଇଛି। ଆୟକର ଅଧିନିୟମ ଧାରା 139(1), 1961 ଖଣ୍ଡ (aa) ବ୍ୟାଖ୍ୟା 2 ଅନୁସାରେ:
aa) ଜଣେ କରଦାତାଙ୍କ କ୍ଷେତ୍ରରେ, ଫାର୍ମର ସହଭାଗୀ କିମ୍ୱା ଏହିପରି ସହଭାଗୀଙ୍କ ଜୀବନସାଥୀଙ୍କ ସମେତ (ଯଦି ଧାରା 5Aର ବ୍ୟବସ୍ଥା ଏହିପରି ଜୀବନସାଥୀଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ), ଜଣେ କରଦାତା ହୋଇଥିବାରୁ, ଯିଏ କି ଧାରା 92Eରେ ସନ୍ଦର୍ଭିତ ଏକ ରିପୋର୍ଟ ନିର୍ଦ୍ଧାରଣ ବର୍ଷର ନଭେମ୍ୱରର 30ତମ ଦିବସରେ ପ୍ରଦାନ କରିବା ଆବଶ୍ୟକ ଅଟେ; CBDT ପରିପତ୍ର ସଂଖ୍ୟା 18/2024 ଦିନାଙ୍କିତ 30 ନଭେମ୍ୱର 2024।

27-ନଭେମ୍ବର-2024

ଇ-ଫାଇଲିଂ ପୋର୍ଟାଲରେ କର ଇ-ପୈଠ କରନ୍ତୁ ସେବା ପାଇଁ ଉପଲବ୍ଧ ବ୍ୟାଙ୍କଗୁଡ଼ିକର ତାଲିକା।

କର ଦେୟ ପୈଠ ପାଇଁ ବ୍ୟାଙ୍କଗୁଡିକର ତାଲିକା

 

26-ନଭେମ୍ବର-2024

ଫର୍ମ 42 (ଏକ ଭବିଷ୍ୟନିଧି ପାଣ୍ଠିକୁ ସ୍ୱୀକୃତି ପ୍ରଦାନ କରିବାକୁ ମନା କରିବା କିମ୍ୱା ଏହାର ସ୍ୱୀକୃତି ପ୍ରତ୍ୟାହାର କରିବା ବିରୋଧରେ ଅପିଲ ଫାଇଲ କରିବା ପାଇଁ ଆବେଦନ), ଫର୍ମ 43 (ଏକ ସେବାନିବୃତ୍ତି ନିଧି ଅନୁମୋଦନକୁ ପ୍ରତ୍ୟାଖ୍ୟାନ କିମ୍ୱା ଅନୁମୋଦନ ପ୍ରତ୍ୟାହାର କରିବା ବିରୋଧରେ ଏକ ଅପିଲ ଫାଇଲ କରିବା ପାଇଁ ଆବେଦନ) ଏବଂ ଫର୍ମ 44 (ଏକ ଆନୁତୋଷିକ ନିଧି ଅନୁମୋଦନକୁ ପ୍ରତ୍ୟାଖ୍ୟାନ କିମ୍ୱା ଅନୁମୋଦନ ପ୍ରତ୍ୟାହାର କରିବା ବିରୋଧରେ ଏକ ଅପିଲ ଫାଇଲ କରିବା ପାଇଁ ଆବେଦନ) ଆଦି ଇ-ଫାଇଲିଂ ପୋର୍ଟାଲ୍‌ରେ ଫାଇଲିଂ ପାଇଁ ବର୍ତ୍ତମାନ ଉପଲବ୍ଧ ଅଟେ। ଦୟାକରି DGIT(S) ବିଜ୍ଞପ୍ତି 06/2024ରେ ଦେଖନ୍ତୁ।

ବିଜ୍ଞପ୍ତି-6-2024-19-11-24

13-ନଭେମ୍ବର-2024

ବିଦେଶୀ ସମ୍ପତ୍ତି ଏବଂ ଆୟ ଉପରେ କର ପାରଦର୍ଶିତା ବୃଦ୍ଧି

ଅନୁବନ୍ଧ ଓ ପର୍ଯ୍ୟାୟ କ୍ରମିକ ମାର୍ଗଦର୍ଶକ ଦେଖନ୍ତୁ

07-ନଭେମ୍ବର-2024

ଫର୍ମ 3CEDA (ଅଗ୍ରିମ ମୂଲ୍ୟ ନିର୍ଦ୍ଧାରଣ ଚୁକ୍ତିନାମା ପୂର୍ବବର୍ତ୍ତୀ ସମୟରୁ ପ୍ରଭାବୀ କରିବା ) ଏବଂ ଫର୍ମ 3C-O ( ଆୟକର ଅଧିନିୟମ ଧାରା 35CCCର ଉପଧାରା (1) ଅଧୀନରେ ଅନୁମୋଦନ ପାଇଁ ଆବେଦନ) ବର୍ତ୍ତମାନ ଇ-ଫାଇଲିଂ ପୋର୍ଟାଲରେ ଫାଇଲ କରିବା ପାଇଁ ଉପଲବ୍ଧ ଅଛି। ଦୟାକରି DGIT(S) ବିଜ୍ଞପ୍ତି 05/2024ରେ ଦେଖନ୍ତୁ।