ଏକ ସମୟରେ ଏକାଧିକ PAN/TAN ସତ୍ୟାପନ
ଏକ ସମୟରେ ଏକାଧିକ PAN /TAN ସତ୍ୟାପନ ପାଇଁ ଲଗ୍ଇନ୍ ପରବର୍ତ୍ତୀ ସେବା। ଏହି ସେବାକୁ ବ୍ୟବହାର କରୁଥିବା ବାହ୍ୟ ସଂସ୍ଥା ବ୍ଯବହାରକାରୀ PAN/TAN ବିବରଣୀ ସହିତ ଏକ ଟେମ୍ପଲେଟ୍ ପ୍ରସ୍ତୁତ କରିପାରିବେ ଏବଂ ଏଥିପାଇଁ JSON ଫାଇଲ୍ ଅପଲୋଡ୍ କରିପାରିବେ। ଫାଇଲ୍ର ସଫଳ ପ୍ରକ୍ରିୟାକରଣରେ, ବ୍ୟବାହାରକାରୀ ଫାଇଲ୍ ଡାଉନଲୋଡ୍ କରିପାରିବେ ଏବଂ PAN /TAN ପାଇଁ ସ୍ଥିତିଗୁଡ଼ିକ ଦେଖିପାରିବେ।
TAN ସତ୍ୟାପନ ୱେବ୍ସର୍ଭିସ୍
ବାହ୍ୟ ସଂସ୍ଥା ଏହି ସେବାର ଆକ୍ସେସ୍ ପାଇଁ ଅନୁରୋଧ କରିପାରିବେ। ଥରେ ITD ଦ୍ୱାରା ଅନୁମୋଦିତ ହେବା ପରେ, ବାହ୍ୟ ସଂସ୍ଥା ବ୍ୟବହାରକାରୀ TAN ବିବରଣୀ ଯାଞ୍ଚ ପାଇଁ ଏହି ୱେବ୍ସାଇଟ୍କୁ ଯୋଗାଯୋଗ କରିପାରିବେ। TAN, TAN ଓ PAN ଅନୁଯାୟୀ ନାମ ସତ୍ୟାପନ କରାଯାଇପାରିବ।
PAN ସତ୍ୟାପନ ୱେବ୍ସର୍ଭିସ୍
ବାହ୍ୟ ସଂସ୍ଥା ଏହି ସେବାର ଆକ୍ସେସ୍ ପାଇଁ ଅନୁରୋଧ କରିପାରିବେ। ଥରେ ITD ଦ୍ୱାରା ଅନୁମୋଦିତ ହେବା ପରେ, ବାହ୍ୟ ସଂସ୍ଥା ବ୍ୟବହାରକାରୀ PAN ବିବରଣୀ ସତ୍ୟାପନ ପାଇଁ ଏହି ୱେବ୍ସାଇଟ୍କୁ ଯୋଗାଯୋଗ କରିପାରିବେ। PAN, PAN ଅନୁଯାୟୀ ନାମ, ଜନ୍ମ ତାରିଖ ଏବଂ ଲିଙ୍ଗ ସତ୍ୟାପନ କରାଯାଇପାରିବ।