ସଙ୍ଗ୍ରହ କରାଯାଇଥିବା ଆଇନ ଫର୍ମ ଦାଖଲ ପାଇଁ କ୍ଷମା ପ୍ରାର୍ଥନା_ ୟୁଜର୍ ମାନୁଆଲ୍
1.ସମୀକ୍ଷା
ବେଳେବେଳେ ଏପରି ହୋଇପାରେ ଯେ ଅପରିହାର୍ଯ୍ୟ ପରିସ୍ଥିତି ଯୋଗୁଁ ଆମେ ନିର୍ଦ୍ଧାରିତ ସମୟ ମଧ୍ୟରେ ଆୟକର ବୈଧାନିକ ଫର୍ମସ ଦାଖଲ କରିପାରିଲୁ ନାହିଁ। ଏଭଳି ପରିସ୍ଥିତିରେ, ସିଷ୍ଟମ୍ ସେହି ଅବଧି ପାଇଁ ବୈଧାନିକ ଫର୍ମ ଦାଖଲ କରିବାକୁ ଅନୁମତି ଦିଏ ନାହିଁ।
ଆୟକର ବିଭାଗର ଉପଯୁକ୍ତ ସକ୍ଷମ ଅଧିକାରୀଙ୍କ ଅନୁମତି ସାପେକ୍ଷ। ଯେଉଁ ବ୍ୟକ୍ତି ନିଜ ନିୟନ୍ତ୍ରଣ ବାହାରେ ଥିବା ପରିସ୍ଥିତି ଯୋଗୁଁ ନିଜର ଆୟକର ବୈଧାନିକ ଫର୍ମସ ଦାଖଲ କରିପାରି ନାହାନ୍ତି, ସେ ଏହି ବୈଧାନିକ ଫର୍ମସ ଦାଖଲ କରିପାରିବେ ।
ଆୟକର ଇ-ଫାଇଲିଂ ପୋର୍ଟାଲରେ ଉପଲବ୍ଧ ଥିବା ଏହି ବିଳମ୍ବ କ୍ଷମା ପ୍ରାର୍ଥନା ଅନୁରୋଧ ସୁବିଧା, ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ଫର୍ମ ଦାଖଲ କରିପାରି ନଥିବା କରଦାତାଙ୍କ ଦ୍ୱାରା ବ୍ୟବହାର କରାଯାଇପାରିବ।
2. ଏହି ସେବାର ଲାଭ ଉଠାଇବା ପାଇଁ ପ୍ରାକ୍ ଆବଶ୍ୟକତାଗୁଡ଼ିକ
- ବୈଧ ୟୁଜର୍ ନାମ ଏବଂ ପାସୱାର୍ଡ ସହ ଇ-ଫାଇଲିଂ ପୋର୍ଟାଲରେ ପଞ୍ଜୀକୃତ ବ୍ୟବହାରକାରୀ ।
- କରଦାତା ସମୟ ସୀମା ମଧ୍ୟରେ ବୈଧାନିକ ଫର୍ମସ ଦାଖଲ କରିନାହାନ୍ତି।
3.ସୁବିଧା ବିଷୟରେ
3.1 ଉଦ୍ଦେଶ୍ୟ
3.2 ଏହାକୁ କିଏ ବ୍ୟବହାର କରିପାରିବେ?
କ୍ଷମା ପ୍ରାର୍ଥନା ଆବେଦନର ଏହି ସୁବିଧା ସେହି କରଦାତାମାନଙ୍କ ଦ୍ୱାରା ବ୍ୟବହାର କରାଯାଇପାରିବ, ଯେଉଁମାନେ ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ଫର୍ମସ ଦାଖଲ କରିନାହାନ୍ତି ।
4.ଫର୍ମସ ଫାଇଲ୍ କରିବା ପାଇଁ କ୍ଷମା ପ୍ରାର୍ଥନା ଆବେଦନ କିପରି ଉତ୍ଥାପନ କରିବେ
ସୋପାନ 1: ଆପଣଙ୍କ ୟୁଜର୍ ID ଏବଂ ପାସୱାର୍ଡ ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲରେ ଲଗ୍ ଇନ୍ କରନ୍ତୁ।
ସୋପାନ 2: ଆପଣଙ୍କ ଡ୍ୟାସବୋର୍ଡରେ,'ସେବାଗୁଡ଼ିକ' > 'କ୍ଷମା ପ୍ରାର୍ଥନା ଅନୁରୋଧ' ଉପରେ କ୍ଲିକ୍ କରନ୍ତୁ।
ସୋପାନ 3: କ୍ଷମା ପ୍ରାର୍ଥନା ଅନୁରୋଧ ପେଜ୍ରେ 'ବୈଧାନିକ ଫର୍ମସ ପାଇଁ ଆବେଦନ' ଚୟନ କରନ୍ତୁ ଏବଂ 'ଆଗକୁ ବଢ଼ନ୍ତୁ' ଉପରେ କ୍ଲିକ୍ କରନ୍ତୁ।
ସୋପାନ 4: ଅନୁରୋଧ ଉତ୍ଥାପନ କରିବା ପାଇଁ 'କ୍ଷମା ପ୍ରାର୍ଥନା ଅନୁରୋଧ ତିଆରି କରନ୍ତୁ' ଉପରେ କ୍ଲିକ୍ କରନ୍ତୁ।
ସୋପାନ 5: 'ନୂତନ ଫାଇଲିଂ ଆରମ୍ଭ କରନ୍ତୁ' ଉପରେ କ୍ଲିକ୍ କରନ୍ତୁ।
ସୋପାନ 6: ଆବଶ୍ୟକୀୟ ସୂଚନା ଦେଇ (ଆବାସିକ ସ୍ଥିତି, ଫାଇଲ୍ ହୋଇନଥିବା ଫର୍ମ ସମ୍ବନ୍ଧୀୟ ବିବରଣୀ, ଫର୍ମ ଦାଖଲରେ ବିଳମ୍ବ ହେବାର କାରଣ ଲେଖନ୍ତୁ ଏବଂ ଆବଶ୍ୟକୀୟ ଦସ୍ତାବିଜ ସଂଲଗ୍ନ କରନ୍ତୁ) 'ଇ-ଯାଞ୍ଚ ପାଇଁ ଆଗକୁ ବଢ଼ନ୍ତୁ' ଉପରେ କ୍ଲିକ୍ କରନ୍ତୁ।
ସୋପାନ 7:ସତ୍ୟାପନ ପାଇଁ ଉପଯୁକ୍ତ ପଦ୍ଧତି ଚୟନ କରନ୍ତୁ ଏବଂ 'ଜାରି ରଖନ୍ତୁ' ଉପରେ କ୍ଲିକ୍ କରନ୍ତୁ।
ସୋପାନ 8:ସତ୍ୟାପନ ପରେ ଆପଣଙ୍କ ଅନୁରୋଧ ଦାଖଲ କରାଯିବ ଏବଂ ଏକ ବିନିମୟ Id ପ୍ରସ୍ତୁତ ହେବ। ଏହା ସହିତ ଆପଣଙ୍କ ପଞ୍ଜୀକୃତ ଇମେଲ୍ Id ଏବଂ ମୋବାଇଲ୍ ନମ୍ବରରେ ମଧ୍ୟ ଏକ ନିଶ୍ଚିତକରଣ ବାର୍ତ୍ତା ପ୍ରାପ୍ତ ହେବ ।
'କ୍ଷମା ପ୍ରାର୍ଥନା ଅନୁରୋଧ ଦେଖନ୍ତୁ' ଉପରେ କ୍ଲିକ୍ କରି ଆପଣ କ୍ଷମାପ୍ରାର୍ଥନା ଅନୁରୋଧ ଦେଖିପାରିବେ ।
ସୋପାନ 9:ଏଠାରେ ଆପଣଙ୍କ ଦ୍ୱାରା କରାଯାଇଥିବା କ୍ଷମାପ୍ରାର୍ଥନା ଅନୁରୋଧଗୁଡ଼ିକ ରହିଛି, କ୍ଷମାପ୍ରାର୍ଥନା ଅନୁରୋଧର ବିବରଣୀ ଦେଖିବା ପାଇଁ 'ବିବରଣୀ ଦେଖନ୍ତୁ' ଉପରେ କ୍ଲିକ୍ କରନ୍ତୁ।
ଦୟାକରି ଚେକ୍ବକ୍ସ ଉପରେ କ୍ଲିକ୍ କରନ୍ତୁ ଏବଂ ସେଭ୍ ଉପରେ କ୍ଲିକ୍ କରନ୍ତୁ।
ସୋପାନ 10: ଏଠାରେ କ୍ଷମାପ୍ରାର୍ଥନା ଅନୁରୋଧର ବିବରଣୀ ରହିଛି। 'ଡାଉନଲୋଡ୍ ଅନୁମୋଦନ ପତ୍ର' ଉପରେ କ୍ଲିକ୍ କରି ଆପଣ ଅନୁମୋଦନ ପତ୍ର ମଧ୍ୟ ଡାଉନଲୋଡ୍ କରିପାରିବେ।
4. ସମ୍ପର୍କିତ ବିଷୟଗୁଡ଼ିକ