ଫର୍ମ 1 ଉପଭୋକ୍ତା ମାନୁଆଲ୍
1. ଫର୍ମର ସଂକ୍ଷିପ୍ତ ବିବରଣୀ ଏବଂ ଉଦ୍ଦେଶ୍ୟ
ଡେରିଭେଟିଭ୍ସ ଟ୍ରେଡିଂ ପାଇଁ କୌଣସି ଷ୍ଟକ୍ ଏକ୍ସଚେଞ୍ଜ ଅଧିନିୟମର ଧାରା 2(92) ଅନୁଯାୟୀ ଯୋଗ୍ୟ ହେବାକୁ କିଛି ସର୍ତ୍ତ ପୂରଣ କରିବା ଆବଶ୍ୟକ। ଏହା ପାଖରେ SEBIର ଅନୁମୋଦନ ଥିବା ସହିତ SEBIର ସମସ୍ତ ନିର୍ଦ୍ଦେଶାବଳୀ ପାଳନ କରିବା ଆବଶ୍ୟକ। ଏହାକୁ ୟୁନିକ୍ କ୍ଲାଏଣ୍ଟ ID ଏବଂ ପ୍ୟାନ୍ ନମ୍ବର ସମେତ ସମ୍ପୂର୍ଣ୍ଣ କ୍ଲାଏଣ୍ଟ ବିବରଣୀ ରେକର୍ଡ ଏବଂ ସଂରକ୍ଷଣ କରିବାକୁ ପଡ଼ିବ ଏବଂ ସମସ୍ତ କ୍ୟାଶ୍ ଏବଂ ଡେରିଭେଟିଭ୍ସ କାରବାରର ସମ୍ପୂର୍ଣ୍ଣ ଅଡିଟ୍ ଟ୍ରେଲ୍ ରକ୍ଷଣାବେକ୍ଷଣ କରିବାକୁ ପଡ଼ିବ। ଥରେ କୌଣସି କାରବାର ସିଷ୍ଟମ୍ରେ ପ୍ରବେଶ କରାଯିବା ପରେ ତାହାକୁ ବିଲୋପ କିମ୍ବା ସଂଶୋଧନ କରାଯାଇପାରିବ ନାହିଁ।
ତଥାପି, ଯଦି କୌଣସି କ୍ଲାଏଣ୍ଟ କୋଡ୍ରେ ପରିବର୍ତ୍ତନ କରାଯାଏ, ତେବେ ଷ୍ଟକ୍ ଏକ୍ସଚେଞ୍ଜକୁ ସିଷ୍ଟମ୍ରେ ପ୍ରଥମେ ପ୍ରବେଶ କରାଯିବା ପରେ କ୍ଲାଏଣ୍ଟ କୋଡ୍ ପରିବର୍ତ୍ତନ ହୋଇଥିବା ସମସ୍ତ କାରବାରର ବିବରଣୀ ଫର୍ମ ନଂ.1 ଦାଖଲ କରି ରିପୋର୍ଟ କରିବାକୁ ପଡ଼ିବ। ଏହି ଫର୍ମ, ଯେଉଁ ମାସରେ ଏପରି ପରିବର୍ତ୍ତନ କରାଯାଇଥାଏ ସେହି ମାସ ଶେଷ ହେବାର 15 ଦିନ ମଧ୍ୟରେ ଦାଖଲ କରିବା ଆବଶ୍ୟକ।
2.ଏହି ସେବା ପାଇଁ ପ୍ରାକ୍ ଆବଶ୍ୟକତା
• ଉପଭୋକ୍ତା ଇ-ଫାଇଲିଂପୋର୍ଟାଲ୍ରେ ଜଣେ ପଞ୍ଜୀକୃତ ଉପଭୋକ୍ତା ହୋଇଥିବା ଆବଶ୍ୟକ।
• ଉପଭୋକ୍ତାଙ୍କ ପ୍ୟାନ୍ର ସ୍ଥିତି "ସକ୍ରିୟ" ହୋଇଥିବା ଉଚିତ।
• ଯଦି ଉପଭୋକ୍ତା DSC ମାଧ୍ୟମରେ ଫର୍ମ ଯାଞ୍ଚ କରିବାକୁ ଚାହାଁନ୍ତି, ତେବେ ସେମାନଙ୍କ ପାଖରେ ଏକ ବୈଧ DSC ଥିବା ଆବଶ୍ୟକ, ଏବଂ ଏହା ଇ-ଫାଇଲିଂ ପୋର୍ଟାଲ୍ରେ ପଞ୍ଜୀକୃତ ହୋଇଥିବା ସହ ଏହାର ଅବଧି ଶେଷ ହୋଇନଥିବା ଜରୁରୀ।
3. କିଏ ଏହି ସେବା ବ୍ୟବହାର କରିପାରିବେ?
ଇ-ଫାଇଲିଂ ପୋର୍ଟାଲ୍ରେ ପଞ୍ଜୀକୃତ ହୋଇଥିବା ଏବଂ ବୈଧ ପ୍ୟାନ୍ ଥିବା ଯେକୌଣସି କମ୍ପାନୀ, କ୍ଲାଏଣ୍ଟ କୋଡ୍ଗୁଡ଼ିକ ବଦଳାଇବା ପାଇଁ ଫର୍ମ ନଂ.1 ଦାଖଲ କରିପାରିବେ।
4.ସୋପାନ ଅନୁଯାୟୀ ମାର୍ଗଦର୍ଶିକା
ସୋପାନ 1:ପଞ୍ଜୀକୃତ ଉପଭୋକ୍ତା ID ଏବଂ ପାସ୍ୱାର୍ଡ ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲ୍ରେ ଲଗଇନ୍ କରନ୍ତୁ।
ସୋପାନ 2:ଉପଭୋକ୍ତା ID (ପ୍ୟାନ୍) ଏବଂ ପାସ୍ୱାର୍ଡ ଭରନ୍ତୁ ଏବଂ ‘ଜାରି ରଖନ୍ତୁ’ ଉପରେ କ୍ଲିକ୍ କରନ୍ତୁ।
ସୋପାନ 3:ତା’ପରେ, ଇ-ଫାଇଲ୍ > ଆୟକର ଫର୍ମଗୁଡ଼ିକ > "ଆୟକର ଫର୍ମ ଦାଖଲ କରନ୍ତୁ" କୁ ଯାଆନ୍ତୁ।
ସୋପାନ 4:"ଆୟକର ଅଧିନିୟମ 2025 ଅନୁଯାୟୀ ଫର୍ମଗୁଡ଼ିକ" ଟ୍ୟାବ୍କୁ ଚୟନ କରନ୍ତୁ।
ଆୟକର ଅଧିନିୟମ, 2025 ଅନୁଯାୟୀ ଫର୍ମଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ, "ଫର୍ମ ନଂ.1" ଚୟନ କରନ୍ତୁ ଏବଂ ଏବେ "ଫାଇଲ୍ କରନ୍ତୁ" ଉପରେ କ୍ଲିକ୍ କରନ୍ତୁ।
ସୋପାନ 5:ଉପଭୋକ୍ତା ପ୍ରଯୁଜ୍ୟ କର ବର୍ଷ (କ.ବ) ଏବଂ ମାସ ଚୟନ କରି "ଜାରି ରଖନ୍ତୁ" ବଟନ୍ରେ କ୍ଲିକ୍ କରିବେ।
ସୋପାନ 6:"ଆରମ୍ଭ କରନ୍ତୁ" ଉପରେ କ୍ଲିକ୍ କରନ୍ତୁ।
ସୋପାନ 7:'ଆରମ୍ଭ କରନ୍ତୁ' ଉପରେ କ୍ଲିକ୍ କରିବା ପରେ, ଉପଭୋକ୍ତାଙ୍କୁ ଫର୍ମ ସ୍କ୍ରିନ୍କୁ ନିଆଯିବ।
ଫର୍ମ ସ୍କ୍ରିନ୍ରେ, ଉପଭୋକ୍ତା ଫର୍ମ ଭିତରେ ମଗାଯାଇଥିବା ଆବଶ୍ୟକୀୟ ବିବରଣୀ ଭରିବେ। ଫର୍ମରେ ଥିବା କେତେକ ଫିଲ୍ଡ ଯଥାସମ୍ଭବ ପୂର୍ବରୁ ପୂରଣ ହୋଇ ରହିଥାଏ।
ଟିପ୍ପଣୀ: ଦୟାକରି ନିଶ୍ଚିତ କରନ୍ତୁ ଯେ "ମୋ ପ୍ରୋଫାଇଲ୍" ବିଭାଗ ଅଧୀନରେ ଠିକଣା ସମେତ ସମସ୍ତ ବାଧ୍ୟତାମୂଳକ ବିବରଣୀ ପୂରଣ ହୋଇଛି। ଯଦି ଉପଭୋକ୍ତା "ମୋ ପ୍ରୋଫାଇଲ୍" ବିଭାଗରେ କୌଣସି ବିବରଣୀ ଅଦ୍ୟତନ କରନ୍ତି, ତେବେ ପୂର୍ବରୁ ଥିବା ଡ୍ରାଫ୍ଟକୁ ଡିଲିଟ୍ କରି ପୁନର୍ବାର ନୂତନ ଭାବରେ ଫର୍ମ ଦାଖଲ କରନ୍ତୁ, ଯାହାଦ୍ୱାରା କରାଯାଇଥିବା ପରିବର୍ତ୍ତନଗୁଡ଼ିକ ସଠିକ୍ ଭାବରେ ପ୍ରତିଫଳିତ ହୋଇପାରିବ।

ଏହି ଫର୍ମରେ ତିନୋଟି CSV ଫାଇଲ୍ ରହିଛି ଏବଂ ବ୍ୟବହାରକାରୀ ଚେକବକ୍ସରେ ଟିକ୍ ଚିହ୍ନ ଦେଇ ନିଜ ପାଇଁ ପ୍ରଯୁଜ୍ୟ CSV ଫାଇଲ୍ ଚୟନ କରିପାରିବେ। CSV ଫାଇଲ୍ଟି ଚୟନ ହେବା ପରେ, 'ଡାଉନଲୋଡ୍ ଟେମ୍ପଲେଟ୍' ବଟନ୍ ଉପରେ କ୍ଲିକ୍ କରି ତାହାକୁ ଡାଉନଲୋଡ୍ କରନ୍ତୁ। CSV ପୂରଣ କରିବା ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ ଫର୍ମରେ ଦିଆଯାଇଥିବା ନୋଟ୍ର ପଏଣ୍ଟ 1ରେ ଉପଲବ୍ଧ ଅଛି।
'ଡାଉନଲୋଡ୍ ଟେମ୍ପଲେଟ୍' ବଟନ୍ ଉପରେ କ୍ଲିକ୍ କରିବା ପରେ, ଡେରିଭେଟିଭ୍ ମାର୍କେଟ୍ (ସ୍କ୍ରିପ୍ସ ପାଇଁ) ଏବଂ/କିମ୍ବା କ୍ୟାସ୍ ମାର୍କେଟ୍ ଅଧୀନରେ ଏକ ଏକ୍ସେଲ୍ ଫାଇଲ୍ ଡାଉନଲୋଡ୍ ହୋଇଯିବ, ଯେଉଁଥିରେ ନିମ୍ନଲିଖିତ କ୍ଷେତ୍ରଗୁଡ଼ିକ ରହିଥିବ।

ଯଦି ବ୍ୟବହାରକାରୀ ଡେରିଭେଟିଭ୍ ମାର୍କେଟ୍ (କମୋଡିଟି ପାଇଁ) ଚୟନ କରନ୍ତି, ତେବେ ନିମ୍ନଲିଖିତ ଏକ୍ସେଲ୍ ଟେମ୍ପଲେଟ୍ ଡାଉନଲୋଡ୍ ହୋଇଯିବ।

ଉପରୋକ୍ତ CSV ଫାଇଲ୍ଗୁଡ଼ିକୁ ପୂରଣ କରିବା ପାଇଁ ନିର୍ଦ୍ଦେଶାବଳୀ ନିମ୍ନରେ ଦିଆଯାଇଛି।
ଡେରିଭେଟିଭ୍ ମାର୍କେଟ୍ (ସ୍କ୍ରିପ୍ସ ପାଇଁ) ଏବଂ କ୍ୟାସ୍ ମାର୍କେଟ୍-
| କ୍ରମିକ ନଂ |
ଫିଲ୍ଡ ନାମ |
ନିର୍ଦ୍ଦେଶାବଳୀ |
ବାଧ୍ୟତାମୂଳକ ଫିଲ୍ଡ (ହଁ/ନାହିଁ) |
ଫିଲ୍ଡର ଦୈର୍ଘ୍ୟ |
|
1 |
କ୍ରମିକ ନଂ |
କ୍ରମିକ ସଂଖ୍ୟାକୁ କ୍ରମାନୁସାରେ ପ୍ରବେଶ କରନ୍ତୁ। |
ହଁ |
14 ଅଙ୍କ ବିଶିଷ୍ଟ, ସଂଖ୍ୟାତ୍ମକ, ଅଣ-ନକାରାତ୍ମକ |
|
2 |
ଟ୍ରାଞ୍ଜାକ୍ସନ୍ ID |
ସମ୍ପାଦିତ ହୋଇଥିବା ବାଣିଜ୍ୟ କାରବାର ପାଇଁ ସୃଷ୍ଟି ହୋଇଥିବା ଟ୍ରାଞ୍ଜାକ୍ସନ୍ ID ଭରନ୍ତୁ। |
ହଁ |
ସର୍ବାଧିକ 100ଟି ଅକ୍ଷର |
|
3 |
ବ୍ରୋକରଙ୍କ ନାମ |
ଷ୍ଟକ୍ ଏକ୍ସଚେଞ୍ଜ୍ ସହିତ ପଞ୍ଜୀକୃତ ହୋଇଥିବା ବ୍ରୋକରଙ୍କ ନାମ ପ୍ରବେଶ କରନ୍ତୁ। |
ହଁ |
ସର୍ବାଧିକ 250ଟି ଅକ୍ଷର |
|
4 |
ବ୍ରୋକରଙ୍କ ID |
ଷ୍ଟକ୍ ଏକ୍ସଚେଞ୍ଜ୍ ସହିତ ପଞ୍ଜୀକୃତ ହୋଇଥିବା ବ୍ରୋକରଙ୍କୁ ପ୍ରଦାନ କରାଯାଇଥିବା ୟୁନିକ୍ କୋଡ୍ ଭରନ୍ତୁ। |
ହଁ |
ସର୍ବାଧିକ 100ଟି ଅକ୍ଷର |
|
5 |
ମୂଳ କ୍ଲାଏଣ୍ଟ କୋଡ୍ |
ବ୍ୟାପାର/କାରବାର ସମ୍ପାଦନ କରିଥିବା ବ୍ୟକ୍ତିଙ୍କ ମୌଳିକ କ୍ଲାଏଣ୍ଟ କୋଡ୍ ଭରନ୍ତୁ। |
ହଁ |
ସର୍ବାଧିକ 100ଟି ଅକ୍ଷର |
|
6 |
ମୂଳ କ୍ଲାଏଣ୍ଟଙ୍କ ନାମ |
ବ୍ୟାପାର ସମ୍ପାଦନ କରିଥିବା କ୍ଲାଏଣ୍ଟଙ୍କ ନାମ ଭରନ୍ତୁ। |
ହଁ |
ସର୍ବାଧିକ 250ଟି ଅକ୍ଷର |
|
7 |
ମୂଳ କ୍ଲାଏଣ୍ଟଙ୍କ ପ୍ୟାନ୍ |
ବ୍ୟାପାର ସମ୍ପାଦନ କରିଥିବା କ୍ଲାଏଣ୍ଟଙ୍କ ପ୍ୟାନ୍ ଭରନ୍ତୁ। |
ହଁ |
10 ଅକ୍ଷର-ସଂଖ୍ୟା ବିଶିଷ୍ଟ: ପ୍ରଥମ 5ଟି ଅକ୍ଷର, ପରବର୍ତ୍ତୀ 4ଟି ଅଙ୍କ ଏବଂ ଶେଷରେ 1ଟି ଅକ୍ଷର। |
|
8 |
ସଂଶୋଧିତ କ୍ଲାଏଣ୍ଟ କୋଡ୍ |
ସଂଶୋଧିତ କୋଡ୍ ପ୍ରବେଶ କରନ୍ତୁ। |
ହଁ |
ସର୍ବାଧିକ 100ଟି ଅକ୍ଷର |
|
9 |
ସଂଶୋଧିତ କ୍ଲାଏଣ୍ଟଙ୍କ ନାମ |
ଯଦି କୌଣସି ସଂଶୋଧନ ହୋଇଥାଏ, ତେବେ କ୍ଲାଏଣ୍ଟଙ୍କ ସଂଶୋଧିତ ନାମ ପ୍ରବେଶ କରନ୍ତୁ, ନଚେତ୍ ମୂଳ ନାମ ସହିତ ସମାନ ରଖନ୍ତୁ। |
ହଁ |
ସର୍ବାଧିକ 250ଟି ଅକ୍ଷର |
|
10 |
ସଂଶୋଧିତ କ୍ଲାଏଣ୍ଟଙ୍କ ପ୍ୟାନ୍ |
ଯଦି କୌଣସି ସଂଶୋଧନ ହୋଇଥାଏ, ତେବେ କ୍ଲାଏଣ୍ଟଙ୍କ ସଂଶୋଧିତ ପ୍ୟାନ୍ ଭରନ୍ତୁ, ନଚେତ୍ ମୂଳ ପ୍ୟାନ୍ ସହିତ ସମାନ ରଖନ୍ତୁ। |
ହଁ |
10 ଅକ୍ଷର-ସଂଖ୍ୟା ବିଶିଷ୍ଟ, ଯେଉଁଥିରେ ରହିବ: ପ୍ରଥମ 5ଟି ଅକ୍ଷର, ପରବର୍ତ୍ତୀ 4ଟି ଅଙ୍କ ଏବଂ ଶେଷରେ 1ଟି ଅକ୍ଷର। |
|
11 |
ସ୍କ୍ରିପ୍ର ନାମ |
କାରବାର ସମ୍ପାଦିତ ହୋଇଥିବା ସ୍କ୍ରିପ୍ (ଶେୟାର/ସିକ୍ୟୁରିଟି)ର ନାମ ଭରନ୍ତୁ। |
ହଁ |
ସର୍ବାଧିକ 100ଟି ଅକ୍ଷର |
|
12 |
ସ୍କ୍ରିପ୍ କୋଡ୍ |
କାରବାର ସମ୍ପାଦିତ ହୋଇଥିବା ସ୍କ୍ରିପ୍ (ଶେୟାର/ସିକ୍ୟୁରିଟି)ର କୋଡ୍ ଭରନ୍ତୁ। |
ହଁ |
ସର୍ବାଧିକ 100ଟି ଅକ୍ଷର |
|
13 |
ପରିମାଣ |
ସମ୍ପାଦିତ ହୋଇଥିବା କାରବାରର ମୋଟ ପରିମାଣ ଭରନ୍ତୁ। |
ହଁ |
14 ଅଙ୍କ ବିଶିଷ୍ଟ ସଂଖ୍ୟା, ଋଣାତ୍ମକ ନୁହେଁ ଏବଂ ଦଶମିକ ବିନା। |
|
14 |
ହାର |
ପ୍ରତି ସ୍କ୍ରିପ୍ (ଶେୟାର/ସିକ୍ୟୁରିଟି) ପିଛା କାରବାର ସମ୍ପାଦିତ ହୋଇଥିବା ଦର ₹ ରେ ଭରନ୍ତୁ। |
ହଁ |
14 ଅଙ୍କ ବିଶିଷ୍ଟ ସଂଖ୍ୟା କେବଳ ସଂଖ୍ୟାବାଚକ, ଅଣ-ଋଣାତ୍ମକ- |
|
15 |
ମୋଟ କାରବାର ମୂଲ୍ୟ |
ମୋଟ କାରବାର ମୂଲ୍ୟ ₹ ରେ ଭରନ୍ତୁ। (ପରିମାଣ * ଦର) |
ହଁ |
14 ଅଙ୍କ ବିଶିଷ୍ଟ ସଂଖ୍ୟା |
|
16 |
କ୍ରୟ କିମ୍ବା ବିକ୍ରୟ |
ଡ୍ରପ୍-ଡାଉନ୍ ମେନୁରେ ଦିଆଯାଇଥିବା ବିକଳ୍ପ ଅନୁଯାୟୀ, କାରବାରର ପ୍ରକୃତି କ୍ରୟ କିମ୍ବା ବିକ୍ରୟ ଅଟେ, ତାହା ଚୟନ କରନ୍ତୁ। |
ହଁ |
- |
|
17 |
କାରବାରର ତାରିଖ |
ଯେଉଁ ତାରିଖରେ କାରବାରଟି କରାଯାଇଛି ହୋଇଛି, ଦୟାକରି ସେହି ତାରିଖ ଭରନ୍ତୁ। କାରବାରର ତାରିଖ , ସଂଶୋଧନ ତାରିଖ ଦିନ କିମ୍ବା ତା’ ପୂର୍ବର ହୋଇପାରିବ। |
ହଁ |
ଦୟାକରି ଏହି ଫର୍ମାଟ୍ରେ |
|
18 |
ସଂଶୋଧନ ତାରିଖ |
ଯେଉଁ ତାରିଖରେ ସଂଶୋଧନ କରାଯାଇଛି, ଦୟାକରି ସେହି ତାରିଖ ଭରନ୍ତୁ। ଏହି ତାରିଖଟି ଆପଣ ଫର୍ମ ଦାଖଲ କରୁଥିବା ନିର୍ବାଚିତ ମାସ ମଧ୍ୟରେ ହୋଇଥିବା ବାଧ୍ୟତାମୂଳକ। |
ହଁ |
ଦୟାକରି ଏହି ଫର୍ମାଟ୍ରେ |
ନୋଟ୍: କ୍ରମିକ ସଂଖ୍ୟା 9 ଏବଂ 10ରେ, ଯଦି କ୍ଲାଏଣ୍ଟଙ୍କ ନାମ କିମ୍ବା ପ୍ୟାନ୍ ନମ୍ବରରେ କୌଣସି ପରିବର୍ତ୍ତନ ହୋଇନାହିଁ, ତେବେ କ୍ରମିକ ସଂଖ୍ୟା 6 ଏବଂ 7ରେ ଭରାଯାଇଥିବା ମୂଳ କ୍ଲାଏଣ୍ଟଙ୍କ ନାମ କିମ୍ବା ପାନ୍ର ସମାନ ବିବରଣୀ ଭରାଯାଇପାରିବ।
ଡେରିଭେଟିଭ୍ ବଜାର (କମୋଡିଟି/ଦ୍ରବ୍ୟ ପାଇଁ) -
|
କ୍ରମିକ ସଂଖ୍ୟା |
ଫିଲ୍ଡ ନାମ |
ନିର୍ଦ୍ଦେଶାବଳୀ |
ବାଧ୍ୟତାମୂଳକ ଫିଲ୍ଡ (ହଁ/ନାହିଁ) |
ଫିଲ୍ଡର ସୀମା |
|
1 |
କ୍ରମିକ ସଂଖ୍ୟା |
ଦୟାକରି କ୍ରମିକ ସଂଖ୍ୟାକୁ କ୍ରମାନୁସାରେ ଭରନ୍ତୁ। |
ହଁ |
14 ଅଙ୍କ ବିଶିଷ୍ଟ, କେବଳ ସଂଖ୍ୟା, ଅଣ-ଋଣାତ୍ମକ |
|
2 |
ଟ୍ରାଞ୍ଜାକ୍ସନ୍ ID |
କରାଯାଇଥିବା ବ୍ୟାପାର ପାଇଁ ଜେନେରେଟ୍ ହୋଇଥିବା କାରବାର ID ଭରନ୍ତୁ। |
ହଁ |
ସର୍ବାଧିକ 100ଟି ଅକ୍ଷର |
|
3 |
ବ୍ରୋକର୍ଙ୍କ ନାମ |
ଷ୍ଟକ୍ ଏକ୍ସଚେଞ୍ଜରେ ପଞ୍ଜୀକୃତ ବ୍ରୋକର୍ଙ୍କ ନାମ ଭରନ୍ତୁ। |
ହଁ |
ସର୍ବାଧିକ 250ଟି ଅକ୍ଷର |
|
4 |
ବ୍ରୋକର୍ଙ୍କ ID |
ଷ୍ଟକ୍ ଏକ୍ସଚେଞ୍ଜ୍ରେ ପଞ୍ଜୀକୃତ ହୋଇଥିବା ବ୍ରୋକର୍ଙ୍କୁ ପ୍ରଦାନ କରାଯାଇଥିବା ୟୁନିକ୍ କୋଡ୍ ଭରନ୍ତୁ। |
ହଁ |
ସର୍ବାଧିକ 100ଟି ଅକ୍ଷର |
|
5 |
ମୌଳିକ କ୍ଲାଏଣ୍ଟ କୋଡ୍ |
ଟ୍ରେଡ୍ କରିଥିବା ପ୍ରକୃତ କ୍ଲାଏଣ୍ଟ୍ଙ୍କ କୋଡ୍ ଭରନ୍ତୁ। |
ହଁ |
ସର୍ବାଧିକ 100ଟି ଅକ୍ଷର |
|
6 |
ମୂଳ କ୍ଲାଏଣ୍ଟ୍ଙ୍କ ନାମ |
ଟ୍ରେଡ୍ କରିଥିବା କ୍ଲାଏଣ୍ଟ୍ଙ୍କ ନାମ ଭରନ୍ତୁ। |
ହଁ |
ସର୍ବାଧିକ 250ଟି ଅକ୍ଷର |
|
7 |
ମୂଳ କ୍ଲାଏଣ୍ଟଙ୍କ ପ୍ୟାନ୍ |
ବ୍ୟବସାୟ କରିଥିବା ଗ୍ରାହକଙ୍କ ପ୍ୟାନ୍ ଭରନ୍ତୁ। |
ହଁ |
10 ଅକ୍ଷର-ସଂଖ୍ୟା ବିଶିଷ୍ଟ: ପ୍ରଥମ 5ଟି ଅକ୍ଷର, ପରବର୍ତ୍ତୀ 4ଟି ଅଙ୍କ ଏବଂ ଶେଷରେ 1ଟି ଅକ୍ଷର। |
|
8 |
ସଂଶୋଧିତ କ୍ଲାଏଣ୍ଟ କୋଡ୍ |
ସଂଶୋଧିତ କୋଡ୍ ଭରନ୍ତୁ। |
ହଁ |
ସର୍ବାଧିକ 100ଟି ଅକ୍ଷର |
|
9 |
ସଂଶୋଧିତ କ୍ଲାଏଣ୍ଟଙ୍କ ନାମ |
ଯଦି କ୍ଲାଏଣ୍ଟଙ୍କ ନାମରେ କୌଣସି ସଂଶୋଧନ ହୋଇଥାଏ, ତେବେ ସେହି ସଂଶୋଧିତ ନାମ ଭରନ୍ତୁ, ନଚେତ୍ ମୂଳ ନାମ ଭରନ୍ତୁ। |
ହଁ |
ସର୍ବାଧିକ 250ଟି ଅକ୍ଷର |
|
10 |
ସଂଶୋଧିତ କ୍ଲାଏଣ୍ଟଙ୍କ ପ୍ୟାନ୍ |
ଯଦି କ୍ଲାଏଣ୍ଟଙ୍କ ପ୍ୟାନ୍ ରେ କୌଣସି ସଂଶୋଧନ ହୋଇଥାଏ, ତେବେ ସେହି ସଂଶୋଧିତ ପ୍ୟାନ୍ ଭରନ୍ତୁ, ନଚେତ୍ ମୂଳ ପ୍ୟାନ୍ ଭରନ୍ତୁ। |
ହଁ |
10 ଅକ୍ଷର-ସଂଖ୍ୟା ବିଶିଷ୍ଟ, ଯାହାରେ ପ୍ରଥମ 5ଟି ଅକ୍ଷର, ପରବର୍ତ୍ତୀ 4ଟି ଅଙ୍କ ଏବଂ ଶେଷରେ 1ଟି ଅକ୍ଷର ରହିଛି। |
|
11 |
କମୋଡିଟି ଡେରିଭେଟିଭ୍ ନାମ |
ଯେଉଁ କମୋଡିଟି ଡେରିଭେଟିଭ୍ ରେ କାରବାର ହୋଇଛି, ତାର ନାମ ଭରନ୍ତୁ। |
ହଁ |
ସର୍ବାଧିକ 100ଟି ଅକ୍ଷର |
|
12 |
କମୋଡିଟି ଡେରିଭେଟିଭ୍ କୋଡ୍ |
ଯେଉଁ କମୋଡିଟି ଡେରିଭେଟିଭ୍ ରେ କାରବାର ହୋଇଛି, ତାର କୋଡ୍ ଭରନ୍ତୁ। |
ହଁ |
ସର୍ବାଧିକ 100ଟି ଅକ୍ଷର |
|
13 |
ପରିମାଣ |
ଯେଉଁ ପରିମାଣ ପାଇଁ କାରବାରଟି ହୋଇଛି, ସେହି ପରିମାଣ ଭରନ୍ତୁ। |
ହଁ |
14 ଅଙ୍କ ବିଶିଷ୍ଟ ସଂଖ୍ୟା, ଋଣାତ୍ମକ ନୁହେଁ ଏବଂ ଦଶମିକ ବିନା। |
|
14 |
ଦର |
ଯେଉଁ ଦରରେ କାରବାରଟି ହୋଇଛି, ସେହି ଅନୁଯାୟୀ ପ୍ରତି କମୋଡିଟିର ଦର ₹ ରେ ଭରନ୍ତୁ। |
ହଁ |
14 ବିଶିଷ୍ଟ ସଂଖ୍ୟା, ଯାହା ଋଣାତ୍ମକ ହୋଇନଥିବ- |
|
15 |
କାରବାରର ମୋଟ ମୂଲ୍ୟ |
କାରବାରର ମୋଟ ମୂଲ୍ୟ ₹ ରେ ଭରନ୍ତୁ। (ପରିମାଣ * ଦର) |
ହଁ |
14 ବିଶିଷ୍ଟ ସଂଖ୍ୟା, ଯାହା ଋଣାତ୍ମକ ହୋଇନଥିବ- |
|
16 |
କ୍ରୟ କିମ୍ବା ବିକ୍ରୟ |
ଡ୍ରପ୍-ଡାଉନ୍ ରେ ଦିଆଯାଇଥିବା ବିକଳ୍ପ ଅନୁଯାୟୀ, କାରବାରଟି କ୍ରୟ କିମ୍ବା ବିକ୍ରୟ ପ୍ରକୃତିର, ତାହା ଚୟନ କରନ୍ତୁ। |
ହଁ |
- |
|
17 |
କାରବାରର ତାରିଖ |
ଯେଉଁ ତାରିଖରେ କାରବାରଟି କରାଯାଇଛି, ଦୟାକରି ସେହି ତାରିଖ ଭରନ୍ତୁ। କାରବାରର ତାରିଖ, ସଂଶୋଧନ ତାରିଖ ଦିନ କିମ୍ବା ତା’ ପୂର୍ବର ହୋଇପାରିବ। |
ହଁ |
ଦୟାକରି ଏହି ଫର୍ମାଟ୍ରେ |
|
18 |
ସଂଶୋଧନ ତାରିଖ |
ଯେଉଁ ତାରିଖରେ ସଂଶୋଧନ କରାଯାଇଛି, ଦୟାକରି ସେହି ତାରିଖ ଭରନ୍ତୁ। ଏହି ତାରିଖଟି ଆପଣ ଫର୍ମ ଦାଖଲ କରୁଥିବା ନିର୍ବାଚିତ ମାସ ମଧ୍ୟରେ ହୋଇଥିବା ବାଧ୍ୟତାମୂଳକ। |
ହଁ |
ଦୟାକରି ଏହି ଫର୍ମାଟ୍ରେ |
ନୋଟ୍: କ୍ରମିକ ସଂଖ୍ୟା 9 ଏବଂ 10ରେ, ଯଦି କ୍ଲାଏଣ୍ଟ ନାମ କିମ୍ବା ପ୍ୟାନ୍ ନମ୍ବରରେ କୌଣସି ପରିବର୍ତ୍ତନ ହୋଇନଥାଏ, ତେବେ କ୍ରମିକ ସଂଖ୍ୟା 6 ଏବଂ 7ରେ ଦିଆଯାଇଥିବା ମୂଳ ଗ୍ରାହକଙ୍କ ସମାନ ନାମ କିମ୍ବା ପ୍ୟାନ୍ ନମ୍ବର ଏଠାରେ ପୂରଣ ଭରାଯାଇପାରିବ।
ଡାଉନଲୋଡ୍ ହୋଇଥିବା ଏକ୍ସେଲ୍ ଟେମ୍ପଲେଟ୍କୁ ଭରିବା ପରେ, ଉପଭୋକ୍ତା ସେହି ଏକ୍ସେଲ୍ ଟେମ୍ପଲେଟ୍ରେ ଡାଟା ସେଭ୍ କରନ୍ତି। ଏହାପରେ ଫାଇଲ୍ > ସେଭ୍ ଆଜ୍ ଉପରେ କ୍ଲିକ୍ କରନ୍ତୁ କିମ୍ବା Alt+F+A କିବୋର୍ଡ ସର୍ଟକଟ୍ ବ୍ୟବହାର କରନ୍ତୁ। 'ସେଭ୍ ଆଜ୍ ଟାଇପ୍' ଡ୍ରପ୍-ଡାଉନ୍ ମେନୁରୁ ‘CSV (Comma delimited)’ ବିକଳ୍ପକୁ ଚୟନ କରନ୍ତୁ ଏବଂ ତା’ପରେ ସେଭ୍ ଉପରେ କ୍ଲିକ୍ କରନ୍ତୁ। ପୂରଣ ହୋଇଥିବା ଏକ୍ସେଲ୍ ଫାଇଲ୍ଟି ବର୍ତ୍ତମାନ CSV ଫର୍ମାଟ୍ରେ ସେଭ୍ ହୋଇଯିବ। ପୋର୍ଟାଲରେଥିବା "(ଅପଲୋଡ୍ ଟେମ୍ପଲେଟ୍)"ବଟନ୍ ଉପରେ କ୍ଲିକ୍ କରି ଆପଣ ଏହି CSV ଫର୍ମାଟ୍ ଫାଇଲ୍କୁ ଅପଲୋଡ୍ କରିପାରିବେ।
ଫର୍ମରେ ସମସ୍ତ ବିବରଣୀ ପୂରଣ କରିବା ପରେ, ଉପଭୋକ୍ତା ଫର୍ମକୁ ସେଭ୍ କରିପାରିବେ କିମ୍ବା ଦାଖଲ କରିବା ପାଇଁ ପୂର୍ବାବଲୋକନ ପେଜ୍କୁ ଯାଇପାରିବେ।
ସମସ୍ତ ବାଧ୍ୟତାମୂଳକ ବିବରଣୀ ପୂରଣ ହେବା ପରେ ହିଁ ପୂର୍ବାବଲୋକନ ବଟନ୍ଟି ସକ୍ରିୟ ହେବ। ଆଗକୁ ବଢ଼ିବା ପାଇଁ ଉପଭୋକ୍ତାମାନେ ପୂର୍ବାବଲୋକନ ଉପରେ କ୍ଲିକ୍ କରିବାକୁ ହେବ।
ସୋପାନ 8:“ପୂର୍ବାବଲୋକନ” ବଟନ୍ ଉପରେ କ୍ଲିକ୍ କରିବା ପରେ, ଉପଭୋକ୍ତା ପୂର୍ବାବଲୋକନ ସ୍କ୍ରିନ୍କୁ ଯିବେ ଯେଉଁଠାରେ ସେ ନିଜ ପ୍ରଦାନ କରିଥିବା ବିବରଣୀଗୁଡ଼ିକୁ ଯାଞ୍ଚ କରିପାରିବେ ଏବଂ ପରେ “ଇ-ସତ୍ୟାପନ ପାଇଁ ଆଗକୁ ବଢ଼ନ୍ତୁ” ଉପରେ କ୍ଲିକ୍ କରିବେ।
ଫର୍ମରେ ଉପଭୋକ୍ତାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସମସ୍ତ କ୍ଷେତ୍ର ଏବଂ ସୂଚନା ପୂର୍ବାବଲୋକନ ସ୍କ୍ରିନ୍ରେ ପ୍ରଦର୍ଶିତ ହେବ। ଆଗକୁ ବଢ଼ିବା ପୂର୍ବରୁ ଉପଭୋକ୍ତାଙ୍କୁ ଏହି ବିବରଣୀଗୁଡ଼ିକ ଯାଞ୍ଚ କରିବା ଉଚିତ। ଯଦି କୌଣସି ପରିବର୍ତ୍ତନ ଆବଶ୍ୟକ ହୁଏ, ୟୁଜର୍ ଫର୍ମରେ ଥିବା ସୂଚନାକୁ ସଂଶୋଧନ କରିବା ପାଇଁ“ଏଡିଟ୍” ବଟନ୍ରେ କ୍ଲିକ୍ କରିପାରିବେ। ଉପଭୋକ୍ତାଙ୍କ ପାଖରେପୂର୍ବାବଲୋକନ ସ୍କ୍ରିନ୍କୁ PDF ଭାବରେ ଡାଉନଲୋଡ୍କରିବାର ବିକଳ୍ପ ମଧ୍ୟ ରହିଛି, କିନ୍ତୁ ଏହି PDF କେବଳଦାଖଲ ପୂର୍ବର ଦୃଶ୍ୟ ର ଏକ ପ୍ରତିଲିପି ଏବଂ ଏହା ଅନ୍ତିମ ଦାଖଲ ହୋଇଥିବା ଫର୍ମ ନୁହେଁ।
ଦାଖଲ ପ୍ରକ୍ରିୟାରେ ଆଗକୁ ବଢ଼ିବା ପାଇଁ, ୟୁଜର୍ଙ୍କୁ“ଇ-ସତ୍ୟାପନ ପାଇଁ ଆଗକୁ ବଢ଼ନ୍ତୁ”ବଟନ୍ରେ କ୍ଲିକ୍ କରିବାକୁ ପଡ଼ିବ।

ସୋପାନ 9:‘ଇ-ସତ୍ୟାପନ ପାଇଁ ଆଗକୁ ବଢ଼ନ୍ତୁ’ ବଟନ୍ ଉପରେ କ୍ଲିକ୍ କରିବା ପରେ, ଉପଭୋକ୍ତା ‘ଇ-ସତ୍ୟାପନ’ ପେଜ୍କୁ ଯିବେ ଯେଉଁଠାରେ ସେ DSC ବ୍ୟବହାର କରି ଫର୍ମ ନ.1କୁ ଯାଞ୍ଚ କରିପାରିବେ। ଫର୍ମ ଦାଖଲ କରିବା ପାଇଁ ଉପଭୋକ୍ତାଙ୍କୁ ‘ଜାରି ରଖନ୍ତୁ’ ବଟନ୍ ଉପରେ କ୍ଲିକ୍ କରିବାକୁ ହେବ।
ଷ୍ଟେପ୍10: ଫର୍ମଟି ସଫଳତାର ସହ ଦାଖଲ ହେବା ପରେ, ସ୍କ୍ରିନରେ ଏକ ନିଶ୍ଚିତକରଣ ବାର୍ତ୍ତା ଦେଖାଯିବ।
ସଫଳ ଇ-ଯାଞ୍ଚ ପରେ, ଏକ ସଫଳତା ବାର୍ତ୍ତା ସହିତ ଟ୍ରାଞ୍ଜାକ୍ସନ ଆଇଡି ଏବଂ ଆକ୍ନଲେଜମେଣ୍ଟ ରିସିପ୍ଟ ନମ୍ବର ଦେଖାଯିବ। ଭବିଷ୍ୟତର ସନ୍ଦର୍ଭ ପାଇଁ ଦୟାକରି ଟ୍ରାଞ୍ଜାକ୍ସନ ID ଏବଂ ସ୍ୱୀକୃତି ରସିଦ ନମ୍ବରକୁ ନୋଟ୍ କରି ରଖନ୍ତୁ। ଆପଣ ଇ-ଫାଇଲିଂ ପୋର୍ଟାଲରେ ପଞ୍ଜିକୃତ ହୋଇଥିବା ଆପଣଙ୍କର ଇମେଲ୍ ID ଏବଂ ମୋବାଇଲ୍ ନମ୍ବରରେ ମଧ୍ୟ ଏକ ନିଶ୍ଚିତକରଣ ବାର୍ତ୍ତା ପାଇବେ।
ସ୍ୱୀକୃତି ରସିଦ ଡାଉନଲୋଡ୍ କରିବା ପାଇଁ ଡାଉନଲୋଡ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
ସୋପାନ 11:ଫର୍ମ ନଂ.1 ସଫଳତାର ସହ ଦାଖଲ ହେବା ପରେ, ଉପଭୋକ୍ତା ଦାଖଲ ହୋଇଥିବା ଫର୍ମକୁ ନିମ୍ନଲିଖିତ ପଥରେ ଦେଖିପାରିବେ – ଆପଣଙ୍କ ଡ୍ୟାଶ୍ବୋର୍ଡରେ, ଇ-ଫାଇଲ୍ > ଆୟକର ଫର୍ମ ଦାଖଲ କରନ୍ତୁ > ଦାଖଲ ହୋଇଥିବା ଫର୍ମଗୁଡ଼ିକ ଦେଖନ୍ତୁ > ଆୟକର ଅଧିନିୟମ 2025 ଅଧୀନରେ ଥିବା "ଦାଖଲ ହୋଇଥିବା ଫର୍ମ ଦେଖନ୍ତୁ" ଟ୍ୟାବ୍କୁ ଯାଆନ୍ତୁ|
ନୋଟ୍:ଅଧିକ ସୂଚନା ପାଇଁ "ଭ୍ୟୁ ଫାଇଲ୍ଡ ଫର୍ମ" ୟୁଜର୍ ମାନୁଆଲ୍କୁ ଦେଖନ୍ତୁ।
ଟିପ୍ପଣୀ: ଅଧିକ ସୂଚନା ପାଇଁ ଇ-ସତ୍ୟାପନ କିପରି କରିବେ ଉପଭୋକ୍ତା ମାନୁଆଲ୍କୁ ଦେଖନ୍ତୁ।
5.ସମ୍ପର୍କିତ ବିଷୟବସ୍ତୁ
6.ଶବ୍ଦକୋଷ
| ସଂକ୍ଷିପ୍ତ ରୂପ/ସଂକ୍ଷେପ | ବିବରଣୀ/ପୂର୍ଣ୍ଣ ରୂପ |
| DSC | ଡିଜିଟାଲ୍ ସ୍ବାକ୍ଷର ପ୍ରମାଣପତ୍ର |
| EVC | ଇଲେକ୍ଟ୍ରୋନିକ ଯାଞ୍ଚ ପ୍ରମାଣପତ୍ର |
| ARN | ସ୍ୱୀକୃତି ରସିଦ ସଂଖ୍ୟା |
| PY | ପୂର୍ବ ବର୍ଷ |
| FY | ଆର୍ଥିକ ବର୍ଷ |
| TY | କର ବର୍ଷ |