ଫର୍ମ 145

 

1. ସଂକ୍ଷିପ୍ତ ବିବରଣୀ

ଫର୍ମ 145 ହେଉଛି ଏକ ନୂତନ ଫର୍ମ, ଯାହା ଭାରତ ବାହାରକୁ ଟଙ୍କା ପଠାଇବା ପାଇଁ ପୂର୍ବରୁ ବ୍ୟବହାର କରାଯାଉଥିବା ପୁରୁଣା ଫର୍ମ 15CA ବଦଳରେ ଅଣାଯାଇଛି। ବିଦେଶକୁ ଅର୍ଥ ପ୍ରଦାନ କରିବାକୁ ଚାହୁଁଥିବା ଯେକୌଣସି ବ୍ୟକ୍ତିଙ୍କ ପାଇଁ ଏହି ଫର୍ମ ପୂରଣ କରିବାର ଆବଶ୍ୟକତା ରହିଛି, ଏବଂ ଟଙ୍କା ପଠାଇବା ପୂର୍ବରୁ ହିଁ ଏହାକୁ ଦାଖଲ କରିବାକୁ ହେବ। ଏହି ଫର୍ମ ମାଧ୍ୟମରେ ଆୟକର ବିଭାଗ ଜାଣିପାରେ ଯେ ଟଙ୍କା କେଉଁ ଉଦ୍ଦେଶ୍ୟରେ ପଠାଯାଉଛି ଏବଂ ସେହି ଟଙ୍କା ଉପରେ କୌଣସି କର ଦେବାକୁ ପଡ଼ିବ କି ନାହିଁ। ଫର୍ମ 145ରେ ପଇସା ପଠାଇବାର ଉଦ୍ଦେଶ୍ୟ ସ୍ପଷ୍ଟ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ତାଲିକା ଦିଆଯାଇଛି, ଯାହାଦ୍ୱାରା ଏହି ପ୍ରକ୍ରିୟା ଅଧିକ ସହଜ ହୋଇଥାଏ ଏବଂ ଭୁଲ୍ ହେବାର ସମ୍ଭାବନା କମିଯାଏ। କେତେକ ପରିସ୍ଥିତିରେ, ଆପଣ ଫର୍ମ 145 ଦାଖଲ କରିବା ପୂର୍ବରୁ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ପ୍ରଥମେ ଫର୍ମ 146 (ଯାହା ପୂର୍ବରୁ ଫର୍ମ 15CB ଥିଲା) ପ୍ରଦାନ କରିବା ଆବଶ୍ୟକ। ଯଦି ଆପଣଙ୍କର ବିନିମୟର ସମୁଦାୟ ପରିମାଣ ନିର୍ଦ୍ଧାରିତ ସୀମା (୫ ଲକ୍ଷ ଟଙ୍କା) ଅତିକ୍ରମ କରୁଥାଏ ଏବଂ ସେଥିରେ କରର ପ୍ରଭାବ ରହିଥାଏ, ତେବେ ତାହା ଭାଗ-B ଅଧୀନରେ ଆସୁ ନଥିବାରୁ, ଭାଗ- Cରେ ଦର୍ଶାଯାଇଥିବା ନିୟମ ଅନୁଯାୟୀ ଏହାକୁ ପୂରଣ କରିବାକୁ ହେବ। ଆପଣ ଆୟକର ବିଭାଗର ପୋର୍ଟାଲ୍‌ରେ ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ ଦୁଇଟିଯାକ ମାଧ୍ୟମରେ ଫର୍ମ 145 ଦାଖଲ କରିପାରିବେ।

2. ଏହି ସେବା ଉପଲବ୍ଧ କରିବା ପାଇଁ ପ୍ରାକ୍ ଆବଶ୍ୟକତାଗୁଡିକ

• ବୈଧ ୟୁଜର୍‌ ID ଏବଂ ପାସ୍‌‌ୱାର୍ଡ ଥିବା ଇ-ଫାଇଲିଂ ପୋର୍ଟାଲ୍‌ର ଜଣେ ପଞ୍ଜୀକୃତ ଉପଭୋକ୍ତା ।
• CA ଫର୍ମ 146 (କେବଳ ଭାଗ - C ପାଇଁ) ଫାଇଲ୍ କରିଥିବା ଆବଶ୍ୟକ।

3. ଫର୍ମ ସମ୍ବନ୍ଧୀୟ ସୂଚନା

3.1 ଉଦ୍ଦେଶ୍ୟ

ଏହି ଫର୍ମ ମାଧ୍ୟମରେ ଜଣେ ଉପଭୋକ୍ତା କୌଣସି ଅଣ-ବାସିନ୍ଦା ଯିଏ କମ୍ପାନୀ ହୋଇନଥିବେ କିମ୍ବା ବିଦେଶୀ କମ୍ପାନୀଙ୍କୁ କରାଯାଉଥିବା ଦେୟ ସମ୍ବନ୍ଧୀୟ ସୂଚନାକୁ ଫାଇଲ୍ କରିବାକୁ ସକ୍ଷମ କରେ। ଅର୍ଥ ପ୍ରେରଣ ପୂର୍ବରୁ, ଏପରି ପ୍ରେରଣ ପାଇଁ ଦାୟୀ ବ୍ୟକ୍ତିଙ୍କୁ ପ୍ରତ୍ୟେକ ପ୍ରେରଣ ପାଇଁ ପୃଥକ ଭାବେ ଫର୍ମ 145 ଫାଇଲ୍ କରିବା ଆବଶ୍ୟକ। କେତେକ କ୍ଷେତ୍ରରେ, ଫର୍ମ 145କୁ ଅନ୍‌ଲାଇନ୍‌ରେ ଅପଲୋଡ୍ କରିବା ପାଇଁ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଠାରୁ ଫର୍ମ 146ରେ ପ୍ରମାଣପତ୍ର ପ୍ରାପ୍ତ କରିବା ଆବଶ୍ୟକ ହୋଇପାରେ।

3.2 କିଏ ଏହାକୁ ବ୍ୟବହାର କରିପାରିବେ?

ଯେକୌଣସି ଶ୍ରେଣୀର କରଦାତା, ଅଧିସ୍ୱୀକୃତ ସ୍ୱାକ୍ଷରକାରୀ ଏବଂ ମୂଲ୍ୟାଙ୍କନକାରୀ ପ୍ରତିନିଧି, କମ୍ପାନୀ ବ୍ୟତୀତ କୌଣସି ଅଣ-ବାସିନ୍ଦା କିମ୍ବା ବିଦେଶୀ କମ୍ପାନୀଙ୍କୁ କରାଯାଇଥିବା ଦେୟ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିବା ପାଇଁ ଫର୍ମ 145 ବ୍ୟବହାର କରିପାରିବେ।

3.3 ଫର୍ମର ସଂକ୍ଷିପ୍ତ ଅବଲୋକନ

"ଫର୍ମ 145ର ଚାରୋଟି ବିଭାଗ ରହିଛି:

  1. ଭାଗ A - ଯଦି ପଠାଯାଉଥିବା ଟଙ୍କା ଆୟକର ନିୟମ ଅନୁଯାୟୀ କରଯୋଗ୍ୟ ଅଟେ ଏବଂ ଚଳିତ ଆର୍ଥିକ ବର୍ଷରେ ମୋଟ ପଠାଯାଇଥିବା ଟଙ୍କାର ପରିମାଣ ₹ 5,00,000ରୁ ଅଧିକ ହୋଇନଥାଏ, ତେବେ ଏହି ଭାଗଟି ପୂରଣ କରନ୍ତୁ।
  2. ଭାଗ B- ଯଦି ଆୟକର ଅଧିନିୟମ ("IT ଅଧିନିୟମ") ଅନୁଯାୟୀ ବିଦେଶକୁ ପଠାଯାଉଥିବା ଅର୍ଥ ଟିକସଯୋଗ୍ୟ ଅଟେ ଏବଂ ଚଳିତ ଆର୍ଥିକ ବର୍ଷରେ ଅର୍ଥ ପ୍ରେରଣ କିମ୍ବା ତାହାର ସମୁଦାୟ ଅର୍ଥ ପ୍ରେରଣ ଯେପରି ସ୍ଥିତିରେ, ଏହିପରି ପଠାଯାଇଥିବା ମୋଟ ଅର୍ଥର ପରିମାଣ ₹ 5,00,000 ରୁ ଅଧିକ ହେଉଥାଏ, ଏବଂ ମୂଲ୍ୟାୟନ ଅଧିକାରୀଙ୍କଠାରୁ ଅଧିନିୟମର ଧାରା 395(1)/ 395(2) ଅନୁଯାୟୀ ପ୍ରମାଣପତ୍ର ହାସଲ କରାଯାଇଥାଏ, ତେବେ ଏହି ଭାଗଟି ପୂରଣ କରାଯିବ।
  3. ଭାଗ C- ଯଦି ଅର୍ଥ ପ୍ରେରଣ ଆୟକର ଅଧିନିୟମ ("IT ଅଧିନିୟମ") ଅନୁଯାୟୀ କରଯୋଗ୍ୟ ଅଟେ ଏବଂ କର ବର୍ଷ ମଧ୍ୟରେ ଅର୍ଥ ପ୍ରେରଣ କିମ୍ବା ଏପରି ସମସ୍ତ ଅର୍ଥ ପ୍ରେରଣର ମୋଟ ପରିମାଣ, ପ୍ରଯୁଜ୍ୟ ଅନୁଯାୟୀ, ₹ 5,00,000ରୁ ଅଧିକ ହୋଇଥାଏ ଏବଂ ଅଧିନିୟମର ଧାରା 515(3)(b)ରେ ଆକାଉଣ୍ଟାଣ୍ଟଙ୍କଠାରୁ ଫର୍ମ ସଂଖ୍ୟା. 146ରେ ପ୍ରମାଣପତ୍ର ପ୍ରାପ୍ତ କରାଯାଇଥାଏ, ତେବେ ଏହି ଭାଗ ପୂରଣ କରାଯିବ।
  4. ଭାଗ D- ଯଦି ଅର୍ଥ ପ୍ରେରଣ, ନିୟମ 220(3)ରେ ଉଲ୍ଲେଖିତ ଦେୟ ବ୍ୟତୀତ, ଆୟକର ଅଧିନିୟମ ଅନୁଯାୟୀ କରଯୋଗ୍ୟ ନୁହେଁ, ତେବେ ନିୟମ 220(2)ରେ ଉଲ୍ଲେଖିତ ବ୍ୟକ୍ତିଙ୍କ ଦ୍ୱାରା ଏହି ଭାଗ ପୂରଣ କରାଯିବ।
Data responsive

3.3.1 ଭାଗ A:

ଅର୍ଥ ପ୍ରେରଣକାରୀ, ଅର୍ଥ ପ୍ରାପକ ଏବଂ ଅର୍ଥ ପ୍ରେରଣର ସବିଶେଷ ବିବରଣୀ ପ୍ରବେଶ କରନ୍ତୁ। ଭାଗ-Aରେ ଫର୍ମ 145 ଦାଖଲ କରୁଥିବା ବ୍ୟକ୍ତିଙ୍କ ଘୋଷଣାନାମା ମଧ୍ୟ ସାମିଲ ଅଛି।

Data responsive

3.3.2 ଭାଗ B:

ଅର୍ଥ ପ୍ରେରଣକାରୀ, ଅର୍ଥ ପ୍ରାପକ, AO ପ୍ରମାଣପତ୍ର ଏବଂ ଅର୍ଥ ପ୍ରେରଣର ସବିଶେଷ ବିବରଣୀ ପ୍ରବେଶ କରନ୍ତୁ। ଭାଗ-Bରେ ଫର୍ମ 145 ଦାଖଲ କରୁଥିବା ବ୍ୟକ୍ତିଙ୍କ ଘୋଷଣାନାମା ମଧ୍ୟ ସାମିଲ ଅଛି।

Data responsive

3.3.3 ଭାଗ C:

ଅର୍ଥ ପ୍ରେରଣକାରୀ ଓ ପ୍ରାପକଙ୍କ ବିଶେଷତା, ଆକାଉଣ୍ଟାଣ୍ଟଙ୍କ ସୂଚନା, ଅର୍ଥ ପ୍ରେରଣର ବିଶେଷତା(ପାଣ୍ଠି ସ୍ଥାନାନ୍ତର), ଆୟକର ଅଧିନିୟମ ଅନୁଯାୟୀ ଦୀର୍ଘମିୟାଦି ଅର୍ଥ[ଦ୍ୱିଗୁଣ କର ଏଡ଼ାଇବା ଚୁକ୍ତି କିମ୍ବା “DTAA”କୁ ବିଚାରକୁ ନନେଇ], ଦ୍ୱିଗୁଣ କର ଏଡ଼ାଇବା ଚୁକ୍ତି("DTAA") ଅନୁଯାୟୀ ଦୀର୍ଘମିୟାଦି ଅର୍ଥ, ଉତ୍ସରୁ କଟାଯାଇଥିବା କରର ବିବରଣୀ ଏବଂ ଘୋଷଣାନାମା ଭଳି ସମସ୍ତ ପ୍ୟାନେଲ୍‌ଗୁଡ଼ିକ, ପୂର୍ବରୁ ଫାଇଲ୍ ହୋଇଥିବା ଫର୍ମ 146ର ARN ବିବରଣୀ ଆଧାରରେ ପ୍ରାକ୍‌ ପୂରଣ ହୋଇଥିବ।

Data responsive

3.3.4 ଭାଗ D:

ଅର୍ଥ ପ୍ରେରଣକାରୀ, ଅର୍ଥ ପ୍ରାପକ ଏବଂ ଅର୍ଥ ପ୍ରେରଣର ବିବରଣୀ ପ୍ରବେଶ କରନ୍ତୁ। ଭାଗ-Dରେ ଫର୍ମ 145 ଦାଖଲ କରୁଥିବା ବ୍ୟକ୍ତିଙ୍କ ଘୋଷଣାନାମା ମଧ୍ୟ ସାମିଲ ଅଛି।

Data responsive

4. ଆକ୍ସେସ୍ ଏବଂ ଦାଖଲ କେମିତି କରିବେ

ଆପଣ ନିମ୍ନଲିଖିତ ପଦ୍ଧତିଗୁଡ଼ିକ ମାଧ୍ୟମରେ ଫର୍ମ 145 ପୂରଣ ଏବଂ ଦାଖଲ କରିପାରିବେ:

• ଅନ୍‌ଲାଇନ୍ ପଦ୍ଧତି – ଇ-ଫାଇଲିଂ ପୋର୍ଟାଲ୍ ମାଧ୍ୟମରେ।
• ଅଫ୍‌ଲାଇନ୍‌ ପଦ୍ଧତି - ଅଫ୍‌ଲାଇନ୍ ଉପଯୋଗୀତା ମାଧ୍ୟମରେ

ଟିପ୍ପଣୀ: ଅଧିକ ଜାଣିବା ପାଇଁ ଅଫ୍‌ଲାଇନ୍ ଉପଯୋଗୀତା (ବୈଧାନିକ ଫର୍ମସ୍) ଉପଭୋକ୍ତା ମାନୁଆଲ୍‌ର ସହାୟତା ନିଅନ୍ତୁ। ଅନ୍‌ଲାଇନ୍‌ ପଦ୍ଧତିରେ ଫର୍ମ 145 ପୂରଣ ଏବଂ ଦାଖଲ କରିବା ପାଇଁ ନିମ୍ନଲିଖିତ ସୋପାନଗୁଡ଼ିକୁ ଅନୁସରଣ କରନ୍ତୁ।

5.ସୋପାନ ଅନୁଯାୟୀ ମାର୍ଗଦର୍ଶିକା

5.1 ଭାଗ- A, B ଏବଂ D ଦାଖଲ କରିବା ପାଇଁ ସୋପାନ ଅନୁଯାୟୀ ମାର୍ଗଦର୍ଶିକା

ସୋପାନ 1: ଆପଣଙ୍କ ଉପଭୋକ୍ତା ID ଏବଂ ପାସ୍‌ୱାର୍ଡ ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲରେ ଲଗ୍ଇନ୍ କରନ୍ତୁ।

Data responsiveData responsive

ସୋପାନ 2: ଇ-ଫାଇଲ୍ > ଆୟକର ଫର୍ମଗୁଡ଼ିକ > ଆୟକର ଫର୍ମଗୁଡ଼ିକ ଦାଖଲ କରନ୍ତୁକୁ ଯାଆନ୍ତୁ ।

Data responsive

ସୋପାନ 3: "ଆୟକର ଅଧିନିୟମ 2025 ଅନୁଯାୟୀ ଫର୍ମସ୍" ଟ୍ୟାବ୍‌କୁ ଚୟନ କରନ୍ତୁ।

Data responsive

ସୋପାନ 4: ଫର୍ମ 145 ଚୟନ କରନ୍ତୁ/ ଖୋଜନ୍ତୁ ।

Data responsive

ସୋପାନ 5: ଅନ୍‌ଲାଇନ୍‌ ମାଧ୍ୟମ ଏବଂ କରବର୍ଷ ଚୟନ କରନ୍ତୁ, ଏହାପରେ ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 6: ଚାଲନ୍ତୁ ଆରମ୍ଭ କରିବା ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 7: ଚାଲନ୍ତୁ ଆରମ୍ଭ କରିବା ଉପରେ କ୍ଲିକ୍ କରିବା ମାତ୍ରେ, ଫର୍ମ 145 ସ୍କ୍ରିନ୍‌ରେ ଦେଖାଯିବ। ଆପଣଙ୍କ ପାଇଁ ପ୍ରଯୁଜ୍ୟ ବିଭାଗ ଚୟନ କରନ୍ତୁ ଏବଂ ସମସ୍ତ ଆବଶ୍ୟକୀୟ ବିବରଣୀ ପୂରଣ କରନ୍ତୁ। ଏହାପରେ ଆଗକୁ ବଢ଼ନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

ଭାଗ 7.1: ଆପଣ ବାଛିଥିବା ଭାଗର ପ୍ରତ୍ୟେକ ପ୍ୟାନେଲ୍‌କୁ ସମ୍ପୂର୍ଣ୍ଣ କରନ୍ତୁ। ଭାଗ- A କିମ୍ବା ଭାଗ-B କିମ୍ବା ଭାଗ- Dର ସମସ୍ତ ପ୍ୟାନେଲ୍ ପୂରଣ ହେବା ପରେ ହିଁ ପ୍ରାକ୍‌ ଦୃଶ୍ୟ ବଟନ୍‌ଟି ସକ୍ରିୟ ହେବ। (ଉଦାହରଣ ସ୍ୱରୂପ: ତଳେ ଭାଗ A ପାଇଁ ଦର୍ଶାଯାଇଛି)

Data responsive

ସୋପାନ 7.2: ପ୍ରତ୍ୟେକ ପ୍ୟାନେଲ୍‌ରେ ଆବଶ୍ୟକୀୟ ବିବରଣୀ ପୂରଣ କରନ୍ତୁ ଏବଂ ସେଭ୍ ଉପରେ କ୍ଲିକ୍ କରନ୍ତୁ।

Data responsiveData responsive
Data responsiveData responsive

ସୋପାନ 7.3: ଯେତେବେଳେ ଗୋଟିଏ ପ୍ୟାନେଲ୍‌ର ସମସ୍ତ ଆବଶ୍ୟକୀୟ କ୍ଷେତ୍ର ପୂରଣ ହୋଇଯିବ, ସେଠାରେ 'ସମ୍ପୂର୍ଣ୍ଣ ହେଲା' ବୋଲି ଏକ ଚିହ୍ନ ଦେଖାଯିବ। ସମସ୍ତ ପ୍ୟାନେଲ୍ ସମ୍ପୂର୍ଣ୍ଣ ହେବା ପରେ ହିଁ ପ୍ରାକ୍‌ ଦୃଶ୍ୟ ବଟନ୍‌ଟି ସକ୍ରିୟ ହେବ।

Data responsive

ସୋପାନ 8: ପ୍ରାକ୍‌ ଦୃଶ୍ୟ ପେଜ୍‌ରେ ସମସ୍ତ ବିବରଣୀ ଭଲଭାବେ ଯାଞ୍ଚ କରିନିଅନ୍ତୁ ଏବଂ ଏହାପରେ ଇ-ଯାଞ୍ଚ କରିବା ପାଇଁ ଆଗକୁ ବଢ଼ନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsiveData responsiveData responsive

ସୋପାନ 9: ଦାଖଲ କରିବା ପାଇଁ "ହଁ" ଉପରେ କ୍ଲିକ୍ କରନ୍ତୁ। "ହଁ" ଉପରେ କ୍ଲିକ୍ କରିବା ମାତ୍ରେ, ଆପଣଙ୍କୁ ଇ-ଯାଞ୍ଚ ପେଜ୍‌କୁ ନିଆଯିବ।

ସୋପାନ 10: ଆପଣ ସତ୍ୟାପନର ଯେକୌଣସି ଉପଲବ୍ଧ ମାଧ୍ୟମ ବ୍ୟବହାର କରି ଫର୍ମଟିର ଇ-ଯାଞ୍ଚ କରିପାରିବେ।

Data responsive

ଟିପ୍ପଣୀ: ଅଧିକ ସୂଚନା ପାଇଁ କିପରି ଇ-ସତ୍ୟାପନ କରିବେ ଉପଭୋକ୍ତା ମାନୁଆଲ୍‌କୁ ଦେଖନ୍ତୁ।

ସଫଳତାର ସହ ଇ-ସତ୍ୟାପନ ସରିବା ପରେ, ସ୍କ୍ରିନ୍‌ରେ ଏକ ସଫଳତା ସନ୍ଦେଶ ସହିତ ବିନିମୟ ID ଏବଂ ପ୍ରାପ୍ତିସ୍ବୀକାର ସଂଖ୍ୟା ଦେଖାଯିବ। ଭବିଷ୍ୟତ ସନ୍ଦର୍ଭ ପାଇଁ ଦୟାକରି ଏହି ବିନିମୟ ID ଏବଂ ପ୍ରାପ୍ତିସ୍ବୀକାର ସଂଖ୍ୟାକୁ ନୋଟ୍ କରି ରଖନ୍ତୁ। ଏହା ସହିତ ଇ-ଫାଇଲିଂ ପୋର୍ଟାଲ୍‌ରେ ପଞ୍ଜୀକୃତ ହୋଇଥିବା ଆପଣଙ୍କ ଇମେଲ୍ ID ଏବଂ ମୋବାଇଲ୍ ନମ୍ବରରେ ମଧ୍ୟ ଏକ ନିଶ୍ଚିତକରଣ ସନ୍ଦେଶ ପଠାଇ ଦିଆଯିବ।

ସୋପାନ 11: ଫର୍ମଟି ଦାଖଲ କରିବା ପାଇଁ 'ହଁ' ଉପରେ କ୍ଲିକ୍‌ କରନ୍ତୁ।

 
Data responsive

ସୋପାନ 12: ଆପଣ ଫର୍ମଟିକୁ ଦାଖଲ କରିବା ମାତ୍ରେ ହିଁ ଆପଣଙ୍କର ଆବେଦନ ପ୍ରକ୍ରିୟା ସଫଳତାର ସହ ସମ୍ପୂର୍ଣ୍ଣ ହେବ।

Data responsive

5.2 ଯଦି ଆପଣ ଫର୍ମ 145 - ଭାଗ C ପୂରଣ କରିବାକୁ ଚାହୁଁଛନ୍ତି

ସୋପାନ 1: ଫର୍ମର ଭାଗ Cକୁ ଚୟନ କରନ୍ତୁ।

 
Data responsive

ସୋପାନ 2: "ଯଦି ଆପଣ କୌଣସି CAଙ୍କୁ ଯୋଡ଼ି ନାହାନ୍ତି, ତେବେ ଦୟାକରି ଏହି ଫର୍ମ ଦାୟିତ୍ୱ ଦେବା ପାଇଁ ଜଣେ CAଙ୍କୁ ଚୟନ କରନ୍ତୁ। ସହାୟତା ପାଇଁ ଆପଣ 'ମୋ CA' ଉପଭୋକ୍ତା ମାନୁଆଲ୍‌ର ସାହାଯ୍ୟ ନେଇପାରିବେ। CAଙ୍କୁ ଯୋଡ଼ିବା ପରେ, ସେମାନେ ଫର୍ମ 146 ପୂରଣ କରିବେ। ଫର୍ମ 146 ଦାଖଲ ହେବା ପରେ, ଏକ ପ୍ରାପ୍ତିସ୍ୱୀକାର ରସିଦ ପ୍ରସ୍ତୁତ ହେବ। ସେହି ରସିଦ୍‌ରେ ଥିବା ପ୍ରାପ୍ତିସ୍ୱୀକାର ନମ୍ବର ବ୍ୟବହାର କରି, ଆପଣ ଫର୍ମ 145 ଭାଗ C ଦାଖଲ କରିବା ପାଇଁ ଆଗକୁ ବଢ଼ିପାରିବେ।"

ସୋପାନ 3: ଲଗ୍‌ଇନ୍‌ କରିଥିବା ଉପଭୋକ୍ତାଙ୍କ ପାଇଁ ଚାଟାର୍ଡ ଆକାଉଟାଣ୍ଟଙ୍କ ଦ୍ୱାରା ପୂରଣ କରାଯାଇଥିବା ଫର୍ମର ପ୍ରାପ୍ତିସ୍ବୀକାର ସଂଖ୍ୟା ପ୍ରବେଶ କରନ୍ତୁ।

Data responsive

ସୋପାନ 4: ପ୍ରତ୍ୟେକ ପ୍ୟାନେଲ୍‌କୁ ଖୋଲନ୍ତୁ, CAଙ୍କ ଦ୍ୱାରା ଦାଖଲ କରାଯାଇଥିବା ଫର୍ମ 146ରୁ ପୂର୍ବରୁ ପୂରଣ ହୋଇ ରହିଥିବା ସୂଚନାଗୁଡ଼ିକୁ ସମୀକ୍ଷା କରନ୍ତୁ ଏବଂ ପ୍ୟାନେଲ୍‌କୁ ସେଭ୍ କରନ୍ତୁ। ସମସ୍ତ ପ୍ୟାନେଲ୍ ସମ୍ପୂର୍ଣ୍ଣ କରିବା ପରେ, CA ଫର୍ମ 146ରେ ଦେଇଥିବା ବିବରଣୀକୁ ଭଲଭାବେ ଯାଞ୍ଚ କରିବା ପାଇଁ ପ୍ରାକ୍‌ ଦୃଶ୍ୟ ଉପରେ କ୍ଲିକ୍ କରନ୍ତୁ।

ସୋପାନ 5: ଚିତ୍ରରେ ଦେଖାଯାଇଥିବା ଭଳି ପ୍ରାକ୍‌ ଦୃଶ୍ୟ ପେଜ୍‌ଟି ଆପଣଙ୍କ ସ୍କ୍ରିନ୍‌ରେ ଆସିଯିବ। ସମସ୍ତ ବିବରଣୀକୁ ଆଉ ଥରେ ଭଲଭାବେ ଯାଞ୍ଚ କରିନିଅନ୍ତୁ ଏବଂ ଏହାପରେ ଇ-ଯାଞ୍ଚ କରିବା ପାଇଁ ଆଗକୁ ବଢ଼ନ୍ତୁ ଉପରେ କ୍ଲିକ୍ କରନ୍ତୁ।

ସୋପାନ 6: ଇ-ଯାଞ୍ଚ କରିବା ପାଇଁ ସ୍କ୍ରିନ୍‌ରେ ଆସିଥିବା ନିଶ୍ଚିତକରଣ ପପ୍ ଅପ୍‌ରେ 'ହଁ' ଉପରେ କ୍ଲିକ୍ କରନ୍ତୁ।

ସୋପାନ 7: ଆପଣ ସତ୍ୟାପନର ଯେକୌଣସି ଉପଲବ୍ଧ ମାଧ୍ୟମ ବ୍ୟବହାର କରି ଫର୍ମଟିର ଇ-ଯାଞ୍ଚ କରିପାରିବେ।

Data responsive

ଟିପ୍ପଣୀ: ଅଧିକ ଜାଣିବା ପାଇଁ ଇ-ଯାଞ୍ଚ କିପରି କରିବେ ଉପଭୋକ୍ତା ମାନୁଆଲ୍‌ ଦେଖନ୍ତୁ।

ସଫଳତାର ସହ ଇ-ସତ୍ୟାପନ ସରିବା ପରେ, ସ୍କ୍ରିନ୍‌ରେ ଏକ ସଫଳତା ସନ୍ଦେଶ ସହିତ ବିନିମୟ ID ଏବଂ ପ୍ରାପ୍ତିସ୍ବୀକାର ସଂଖ୍ୟା ଦେଖାଯିବ। ଭବିଷ୍ୟତ ସନ୍ଦର୍ଭ ପାଇଁ ଦୟାକରି ଏହି ବିନିମୟ ID ଏବଂ ପ୍ରାପ୍ତିସ୍ବୀକାର ସଂଖ୍ୟାକୁ ନୋଟ୍ କରି ରଖନ୍ତୁ। ଏହା ସହିତ ଇ-ଫାଇଲିଂ ପୋର୍ଟାଲ୍‌ରେ ପଞ୍ଜୀକୃତ ହୋଇଥିବା ଆପଣଙ୍କ ଇମେଲ୍ ID ଏବଂ ମୋବାଇଲ୍ ନମ୍ବରରେ ମଧ୍ୟ ଏକ ନିଶ୍ଚିତକରଣ ସନ୍ଦେଶ ପଠାଇ ଦିଆଯିବ।

 

ସୋପାନ 8: ଫର୍ମଟି ଦାଖଲ କରିବା ପାଇଁ ହଁ ଉପରେ କ୍ଲିକ୍‌ କରନ୍ତୁ।

Data responsive

ସୋପାନ 9: ଆପଣ ଫର୍ମଟିକୁ ଦାଖଲ କରିବା ମାତ୍ରେ ହିଁ ଆପଣଙ୍କର ଆବେଦନ ପ୍ରକ୍ରିୟା ସଫଳତାର ସହ ସମ୍ପୂର୍ଣ୍ଣ ହେବ।

Data responsive