ଫର୍ମ 41 ଉପଭୋକ୍ତା ମାନୁଆଲ୍‌

 

1. ସଂକ୍ଷିପ୍ତ ବିବରଣୀ

ଦ୍ୱିଗୁଣ କର ରିହାତି ସେହି କରଦାତାମାନଙ୍କ ପାଇଁ ଉପଲବ୍ଧ, ଯେଉଁମାନଙ୍କର ଆୟ ଭାରତ ଏବଂ ଅନ୍ୟ ଏକ ଦେଶରେ କର ଚୁକ୍ତି ଅନୁଯାୟୀ ଉଭୟ ସ୍ଥାନରେ କରଯୋଗ୍ୟ ହୋଇଥାଏ। ଏପରି ଦାବିଗୁଡ଼ିକର ଯାଞ୍ଚ କରିବାକୁ ଆୟକର ବିଭାଗକୁ ସୁବିଧା ପ୍ରଦାନ କରିବା ପାଇଁ, ଅଣ-ବାସିନ୍ଦା କରଦାତାମାନଙ୍କୁ କିଛି ଅତିରିକ୍ତ ସୂଚନା ଦାଖଲ କରିବା ଆବଶ୍ୟକ।

ଫର୍ମ 41 ହେଉଛି ଏହି ବିବରଣୀଗୁଡ଼ିକ ପ୍ରଦାନ କରିବା ପାଇଁ ଅନୁମୋଦିତ ଫର୍ମ। ଯେତେବେଳେ ଜଣେ ଅଣ-ବାସିନ୍ଦା ଆୟକର ଅଧିନିୟମର ଧାରା 159 ଅନୁଯାୟୀ ଏକ ଦ୍ୱିଗୁଣ କର ପରିହାର ଚୁକ୍ତି (ଡି.ଟି.ଏ.ଏ.) ଅଧୀନରେ ରିହାତି ଦାବି କରିବାକୁ ଚାହାଁନ୍ତି, ସେତେବେଳେ ଏହି ଫର୍ମ ଦାଖଲ କରିବା ଆବଶ୍ୟକ। ଫର୍ମ 41 ଦାଖଲ କରିବା ଦ୍ୱାରା ନିୟମ 75 ଅନୁଯାୟୀ ଆବଶ୍ୟକ ସହାୟକ ସୂଚନା ଯଥାର୍ଥ ଭାବରେ ପ୍ରଦାନ ହୋଇଥାଏ, ଯାହାଦ୍ୱାରା ରିହାତି ପାଇଁ ଦାବି ସଠିକ ଭାବରେ କରାଯାଇପାରେ।

ଫର୍ମ 41 ଇ-ଫାଇଲିଂ ପୋର୍ଟାଲରେ ଉପଲବ୍ଧ ଅଛି ଏବଂ ଏହାକୁ କେବଳ ଅନଲାଇନ୍ ମାଧ୍ୟମରେ ଦାଖଲ କରାଯାଇପାରିବ।

2. ଏହି ସେବାର ଲାଭ ନେବା ପାଇଁ ପୂର୍ବାବଶ୍ୟକତା

  • ଆପଣ ଇ-ଫାଇଲିଂ ପୋର୍ଟାଲରେ ବୈଧ ଉପଭୋକ୍ତା ID ଏବଂ ପାସୱାର୍ଡ ସହିତ ଜଣେ ପଞ୍ଜୀକୃତ ଉପଭୋକ୍ତା ହୋଇଥିବା ଉଚିତ।
  • PAN ଧାରଣ କରୁନଥିବା ଏବଂ PAN ରଖିବା ଆବଶ୍ୟକ ନଥିବା ଅଣ-ବାସିନ୍ଦାମାନେ ("ଅଣ-ବାସିନ୍ଦା କରଦାତା") ଏହି ଶ୍ରେଣୀର କରଦାତାମାନଙ୍କ ପାଇଁ ବିଶେଷ ଭାବରେ ସୃଷ୍ଟି କରାଯାଇଥିବା ଭିନ୍ନ ଲଗ୍‌ଇନ୍‌ ମାଧ୍ୟମରେ ଏହି ଫର୍ମ ଦାଖଲ କରିବେ।
  • ଆବେଦନକାରୀଙ୍କ ନିବାସସ୍ଥାନ ଥିବା ଦେଶ କିମ୍ବା ଅଞ୍ଚଳରେ ତାଙ୍କର କର ପରିଚୟ ସଂଖ୍ୟା
  • ଧାରା 159(8) ରେ ସନ୍ଦର୍ଭିତ ପ୍ରମାଣପତ୍ରର ନକଲ
  • ଯଦି ଆପଣ ଡି.ଏସ୍.ସି.ମାଧ୍ୟମରେ ଫର୍ମକୁ ଯାଞ୍ଚ କରିବାକୁ ଚୟନ କରନ୍ତି, ତେବେ ଫର୍ମକୁ ଯାଞ୍ଚ କରିବା ପାଇଁ ଆପଣଙ୍କ ପାଖରେ ଏକ ବୈଧ ଡି.ଏସ୍.ସି. ଥିବା ଉଚିତ ଏବଂ ଏହା ଇ-ଫାଇଲିଂ ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା ସହିତ ଏହାର ବୈଧତା ଅବଧି ଶେଷ ହୋଇନଥିବା ଆବଶ୍ୟକ (PAN ଲଗ୍‌ଇନ୍‌ କ୍ଷେତ୍ରରେ)।

3. ଫର୍ମ ସମ୍ବନ୍ଧୀୟ ସୂଚନା

3.1 ଉଦ୍ଦେଶ୍ୟ

ଆୟକର ଅଧିନିୟମ, 2025 ଅନୁଯାୟୀ, ଜଣେ ଅଣ-ବାସିନ୍ଦା କରଦାତା ସେତେବେଳେ ରିହାତି ଦାବି କରିପାରିବେ, ଯେତେବେଳେ ଏକେ ଆୟ ଭାରତ ଏବଂ ଅନ୍ୟ ଏକ ଦେଶରେ କର ଚୁକ୍ତି ଅନୁଯାୟୀ ଉଭୟ ସ୍ଥାନରେ କରଯୋଗ୍ୟ ହୋଇଥାଏ। ଏପରି ଦାବିକୁ ସମର୍ଥନ କରିବା ପାଇଁ, ନିର୍ଧାରିତ ବ୍ୟକ୍ତିଙ୍କୁ କର କର୍ତ୍ତୃପକ୍ଷଙ୍କ ନିକଟରେ ନିର୍ଦ୍ଦିଷ୍ଟ ସୂଚନା ଏବଂ ଦସ୍ତାବିଜ ପ୍ରଦାନ କରିବାକୁ ପଡ଼ିବ।

ଫର୍ମ 41 ହେଉଛି ଏହି ବିବରଣୀଗୁଡ଼ିକ ପ୍ରଦାନ କରିବା ପାଇଁ ଅନୁମୋଦିତ ଫର୍ମ। ଏହା ଜଣେ ଅଣ-ବାସିନ୍ଦାଙ୍କୁ ଧାରା 159 ଏବଂ ନିୟମ 75 ଅନୁଯାୟୀ ଆବଶ୍ୟକ ଥିବା ବିବରଣୀ ପ୍ରଦାନ କରିବାର ସୁବିଧା ଦିଏ, ଯାହାଦ୍ୱାରା ସେ ଦ୍ୱିଗୁଣ କର ପରିହାର ଚୁକ୍ତି (ଡି.ଟି.ଏ.ଏ.) ଅନ୍ତର୍ଗତ ଉପଲବ୍ଧ ରିହାତି ଦାବି କରିପାରିବେ।

3.2 କିଏ ଏହାକୁ ବ୍ୟବହାର କରିପାରିବେ?

ଇ-ଫାଇଲିଂ ପୋର୍ଟାଲରେ ପଞ୍ଜୀକୃତ ସମସ୍ତ ଅଣ-ବାସିନ୍ଦା ଉପଭୋକ୍ତା ଆୟକର ଅଧିନିୟମ, 2025 ର ଧାରା 159(8) ଅନୁଯାୟୀ ବାଧ୍ୟତାମୂଳକ ଥିବା ସୂଚନା ପ୍ରଦାନ କରିବା ପାଇଁ ଫର୍ମ 41 ରେ ଆବଶ୍ୟକ ବିବରଣୀ ଦାଖଲ କରିପାରିବେ।

3.3 ଫର୍ମର ସଂକ୍ଷିପ୍ତ ଅବଲୋକନ

ଫର୍ମ 41 ରେ ତିନୋଟି ପ୍ୟାନେଲ୍ ରହିଛି:

1. ଭାଗ A: ଆବେଦନକାରୀଙ୍କ ବିବରଣୀ
2. ଭାଗ B: ବାସସ୍ଥାନ ସମ୍ବନ୍ଧୀୟ ସୂଚନା
3. ଘୋଷଣାନାମା ଏବଂ ସତ୍ୟାପନ

4. ପର୍ଯ୍ୟାୟକ୍ରମିକ ମାର୍ଗଦର୍ଶିକା

ସୋପାନ 1: ଆପଣଙ୍କ ଉପଭୋକ୍ତା ID ଏବଂ ପାସୱାର୍ଡ ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲରେ ଲଗଇନ୍ କରନ୍ତୁ।

Data responsive

ସୋପାନ 2: ଉପଭୋକ୍ତା ID ଭାବରେ (PAN – PAN ଥିବା ଅଣ-ବାସିନ୍ଦାଙ୍କ କ୍ଷେତ୍ରରେ ଏବଂ NR ID – PAN ନଥିବା ଅଣ-ବାସିନ୍ଦା ଶ୍ରେଣୀରେ ପଞ୍ଜୀକୃତ ବ୍ୟବହାରକାରୀଙ୍କ କ୍ଷେତ୍ରରେ) ପ୍ରବେଶ କରନ୍ତୁ ଏବଂ ପାସ୍‌ୱାର୍ଡ ପ୍ରବେଶ କରନ୍ତୁ।

Data responsive

ସୋପାନ 3: ଇ-ଫାଇଲ୍ > ଆୟକର ଫର୍ମଗୁଡ଼ିକ > ଆୟକର ଫର୍ମ ଦାଖଲ କରନ୍ତୁ କୁ ଯାଆନ୍ତୁ।

Data responsive

ସୋପାନ 4: ଆୟକର ଅଧିନିୟମ 2025 ଅନୁଯାୟୀ ଫର୍ମଗୁଡ଼ିକ ଟ୍ୟାବ୍‌କୁ ଚୟନ କରନ୍ତୁ, ଫର୍ମ 41 ସନ୍ଧାନ କରନ୍ତୁ ଏବଂ ଏବେ ଫାଇଲ୍ କରନ୍ତୁ ବଟନ୍‌ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 5: ପ୍ରଯୋଜ୍ୟ କର ବର୍ଷ (T.Y.) ଚୟନ କରନ୍ତୁ ଏବଂ ଜାରି ରଖନ୍ତୁ ବଟନ୍‌ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 6: ଆରମ୍ଭ କରନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 7: ଆରମ୍ଭ କରନ୍ତୁ ବଟନ୍‌ ଉପରେ କ୍ଲିକ୍ କରିବା ପରେ, ଉପଭୋକ୍ତାଙ୍କୁ ପ୍ୟାନେଲ୍ ସ୍କ୍ରିନ୍‌କୁ ନିଆଯିବ। ସେଠାରେ ପ୍ରଥମ ପ୍ୟାନେଲ୍ "ଭାଗ A: ଉପଭୋକ୍ତାଙ୍କ ବିବରଣୀ" ଚୟନ କରନ୍ତୁ।

Data responsive

ସୋପାନ 8: ବିବରଣୀଗୁଡ଼ିକୁ ନିଶ୍ଚିତ କରନ୍ତୁ ଏବଂ ସେଭ୍ ଉପରେ କ୍ଲିକ୍ କରନ୍ତୁ।

ଟିପ୍ପଣୀ: ଦୟାକରି ନିଶ୍ଚିତ କରନ୍ତୁ ଯେ "ମାଇଁ ପ୍ରୋଫାଇଲ୍‌" ବିଭାଗ ଅଧୀନରେ ଥିବା ଠିକଣା ସମେତ ସମସ୍ତ ବାଧ୍ୟତାମୂଳକ ବିବରଣୀ ପୂରଣ କରାଯାଇଛି। "ମାଇଁ ପ୍ରୋଫାଇଲ୍‌" ହାଇପରଲିଙ୍କ ଉପରେ କ୍ଲିକ୍ କରି ଆପଣ ନିଜର ଯୋଗାଯୋଗ ଏବଂ ଠିକଣା ସମ୍ବନ୍ଧୀୟ ବିବରଣୀ ଅପଡେଟ୍ କରିପାରିବେ।

Data responsive

ସୋପାନ 9: ପ୍ରଥମ ପ୍ୟାନେଲ୍‌କୁ ସେଭ୍ କରିବା ପରେ, ପ୍ୟାନେଲ୍‌ର ସ୍ଥିତି ସମ୍ପୂର୍ଣ୍ଣ ହେଲା ଭାବରେ ପ୍ରଦର୍ଶିତ ହେବ। ଏହାପରେ ଦ୍ୱିତୀୟ ପ୍ୟାନେଲ୍ "ଭାଗ B: ବାସସ୍ଥାନ ସମ୍ବନ୍ଧୀୟ ସୂଚନା" ଚୟନ କରନ୍ତୁ।

Data responsive

ସୋପାନ 10: ଦ୍ୱିତୀୟ ପ୍ୟାନେଲ୍‌ରେ ଆବଶ୍ୟକ ବିବରଣୀଗୁଡ଼ିକ ପୂରଣ କରନ୍ତୁ ଏବଂ ସେଭ୍ ଉପରେ କ୍ଲିକ୍ କରନ୍ତୁ।

Data responsive

 

Data responsive

ସୋପାନ 11: ଦ୍ୱିତୀୟ ପ୍ୟାନେଲ୍‌କୁ ସେଭ୍ କରିବା ପରେ, ପ୍ୟାନେଲ୍‌ର ସ୍ଥିତି ସମ୍ପୂର୍ଣ ହେଲା ଭାବରେ ପ୍ରଦର୍ଶିତ ହେବ। ଏହାପରେ ତୃତୀୟ ପ୍ୟାନେଲ୍ "ଘୋଷଣାନାମା ଏବଂ ସତ୍ୟାପନ" ଚୟନ କରନ୍ତୁ।

Data responsive

ସୋପାନ 12: ତୃତୀୟ ପ୍ୟାନେଲ୍‌ରେ ଆବଶ୍ୟକ ବିବରଣୀଗୁଡ଼ିକ ପୂରଣ କରନ୍ତୁ ଏବଂ ସେଭ୍ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 13: ତୃତୀୟ ପ୍ୟାନେଲ୍‌କୁ ସେଭ କରିବା ପରେ, ପ୍ୟାନେଲ୍‌ର ସ୍ଥିତି ସମ୍ପୂର୍ଣ ହେଲା ଭାବରେ ପ୍ରଦର୍ଶିତ ହେବ। ଏହାପରେ ପ୍ରାକ୍‌ ଦୃଶ୍ୟ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 14: ପ୍ରାକ୍‌ ଦୃଶ୍ୟ ପୃଷ୍ଠାରେ ବିବରଣୀଗୁଡ଼ିକୁ ଯାଞ୍ଚ କରନ୍ତୁ ଏବଂ ଇ-ସତ୍ୟାପନ ପାଇଁ ଆଗକୁ ବଢନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

 

Data responsive

ସୋପାନ 15: ଇ-ସତ୍ୟାପନ ପାଇଁ ଆଗକୁ ବଢନ୍ତୁ ବଟନ୍‌ ଉପରେ କ୍ଲିକ୍ କରିବା ପରେ, ଆପଣ ଇ-ସତ୍ୟାପନ ପ୍ରକ୍ରିୟାକୁ ଆଗେଇ ନେବାକୁ ଚାହୁଁଛନ୍ତି ବୋଲି ଦର୍ଶାଉଥିବା ଏକ ନିଶ୍ଚିତକରଣ ପପ୍-ଅପ୍ ପ୍ରଦର୍ଶିତ ହେବ। ହଁ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 16: ହଁ ଉପରେ କ୍ଲିକ୍ କରିବା ପରେ, ଆପଣଙ୍କୁ ଇ-ସତ୍ୟାପନ ପୃଷ୍ଠାକୁ ନିଆଯିବ, ଯେଉଁଠାରେ ଆପଣ ନିଜର ଲଗ୍‌ଇନ୍‌ ପ୍ରକାର ଅନୁଯାୟୀ ଫର୍ମ 41କୁ ସତ୍ୟାପନ କରିପାରିବେ।

1. PAN ଲଗ୍‌ଇନ୍‌: ଇ.ଭି.ସି କିମ୍ବା ଡି.ଏସ୍.ସି (ଯେଉଁଟି ପ୍ରଯୋଜ୍ୟ) ବ୍ୟବହାର କରି ସତ୍ୟାପନ କରନ୍ତୁ।
2.NR ID ଲଗ୍‌ଇନ୍‌: ଆପଣଙ୍କ ଇ-ମେଲ୍ ଏବଂ ମୋବାଇଲ୍ ନମ୍ବରକୁ ପଠାଯାଇଥିବା OTP ବ୍ୟବହାର କରି ସତ୍ୟାପନ କରନ୍ତୁ।

ଟିପ୍ପଣୀ: ଅଧିକ ଜାଣିବା ପାଇଁ ଇ-ସତ୍ୟାପନ କିପରି କରିବେ ଉପଭୋକ୍ତା ମାନୁଆଲ୍‌କୁ ଅନୁସରଣ କରନ୍ତୁ।

ସଫଳ ଇ-ସତ୍ୟାପନ ପରେ, ଏକ ସଫଳତା ସନ୍ଦେଶ ସହିତ ବିନିମୟ ID ଏବଂ ପ୍ରାପ୍ତିସ୍ୱୀକାର ରସିଦ ନମ୍ବର ପ୍ରଦର୍ଶିତ ହେବ। ଭବିଷ୍ୟତ ପାଇଁ ଦୟାକରି ବିନିମୟ ID ଏବଂ ପ୍ରାପ୍ତିସ୍ୱୀକାର ରସିଦ ନମ୍ବରକୁ ସୁରକ୍ଷିତ ରଖନ୍ତୁ। ଆପଣ ଇ-ଫାଇଲିଂ ପୋର୍ଟାଲ୍‌ରେ ପଞ୍ଜୀକୃତ ହୋଇଥିବା ନିଜର ଇମେଲ୍ ID ଏବଂ ମୋବାଇଲ୍ ନମ୍ବରରେ ମଧ୍ୟ ଏକ ନିଶ୍ଚିତକରଣ ବାର୍ତ୍ତା ପାଇବେ।

Data responsive

5. ସମ୍ପର୍କିତ ବିଷୟମାନ

6. ଶବ୍ଦାବଳୀ

ସଂକ୍ଷିପ୍ତ ରୂପ / ସଂକ୍ଷେପ ବର୍ଣ୍ଣନା/ ପୂର୍ଣ୍ଣ ରୂପ
ଡି.ଏସ୍.ସି. ଡିଜିଟାଲ୍ ସ୍ୱାକ୍ଷର ପ୍ରମାଣପତ୍ର
ଇ.ଭି.ସି ଇଲେକ୍ଟ୍ରୋନିକ୍ ଭେରିଫିକେସନ୍ ପ୍ରମାଣପତ୍ର
ଏ.ଆର୍ .ଏନ ପ୍ରାପ୍ତିସ୍ୱୀକାର ରସିଦ ନମ୍ବର
ଏଫ୍ୱା.ଇ ଆର୍ଥିକ ବର୍ଷ