ରିଫଣ୍ଡ ପୁନଃଜାରି ଉପଭୋକ୍ତା ମାନୁଆଲ୍

1. ସମୀକ୍ଷା

ରିଫଣ୍ଡ ପୁନଃଜାରି ଅନୁରୋଧ ସୁବିଧା ଇ-ଫାଇଲିଂଗ ପୋର୍ଟାଲରେ ପଞ୍ଜୀକୃତ ୟୁଜରମାନଙ୍କ ପାଇଁ ଉପଲବ୍ଧ ଅଟେ। ଏହି ସୁବିଧା ସହିତ, ଯଦି ଜାରି କରାଯାଇଥିବା ରିଫଣ୍ଡ ବିଫଳ ହୁଏ, ତେବେ ଆପଣ ଏକ ରିଫଣ୍ଡ ପୁନଃଜାରି ଅନୁରୋଧ ଉତ୍ଥାପନ କରିପାରିବେ।

2. ଏହି ସେବାର ଲାଭ ଉଠାଇବା ପାଇଁ ପୂର୍ବାବଶ୍ୟକତାଗୁଡ଼ିକ

  1. ଇ-ଫାଇଲିଂଗ ପୋର୍ଟାଲରେ ବୈଧ ୟୁଜର୍ ID ଏବଂ ପାସ୍‌ୱାର୍ଡ ସହିତ ପଞ୍ଜୀକୃତ ହୋଇଥିବା ୟୁଜର୍
  2. ଆୟକର ରିଟର୍ଣ୍ଣ ଫାଇଲ୍‌ କରାଯାଇଛି ଏବଂ ରିଫଣ୍ଡ ହେବାରେ ବିଫଳତା ଦେଖାଦେଇଛି।
  3. ଇ-ଫାଇଲିଂଗ ପୋର୍ଟାଲରେ ବୈଧତା ନିର୍ଦ୍ଧାରିତ ବ୍ୟାଙ୍କ ଆକାଉଣ୍ଟ।
  4. ସତ୍ୟାପନ ପଦ୍ଧତିଗୁଡ଼ିକ ମଧ୍ୟରୁ ଯେକୌଣସି ଗୋଟିଏକୁ ଆକ୍ସେସ୍:

• ଆଧାର ପଞ୍ଜୀକୃତ ମୋବାଇଲ୍ ନମ୍ବର।
• ବୈଧ ଏବଂ ଇ-ଫାଇଲିଂଗ ପଞ୍ଜୀକୃତ DSC
• ବ୍ୟାଙ୍କ ଆକାଉଣ୍ଟ / ଡିମାଟ୍ ଆକାଉଣ୍ଟ / ନେଟ୍‌ବ୍ୟାଙ୍କିଙ୍ଗ୍ ମାଧ୍ୟମରେ EVC।

3.ସୋପାନ ଅନୁଯାୟୀ ମାର୍ଗଦର୍ଶିକା

ରିଫଣ୍ଡ ପୁନଃଜାରି ଅନୁରୋଧ

ସୋପାନ 1: ଆପଣଙ୍କ ୟୁଜର୍ ID ଏବଂ ପାସ୍‌ୱାର୍ଡ ବ୍ୟବହାର କରି ଇ-ଫାଇଲିଂଗ ପୋର୍ଟାଲରେ ଲଗଇନ୍ କରନ୍ତୁ।

Data responsive

ସୋପାନ 2: ଆପଣଙ୍କ ଡ୍ୟାସବୋର୍ଡରେ, ସେବାଗୁଡ଼ିକ କୁ ଯାଆନ୍ତୁ ଏବଂ ରିଫଣ୍ଡ ପୁନଃଜାରି ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 3: ରିଫଣ୍ଡ ପୁନଃଜାରି ପାଇଁ ଏକ ନୂତନ ଅନୁରୋଧ ସୃଷ୍ଟି କରିବାକୁ, ‘+ରିଫଣ୍ଡ ପୁନଃଜାରି ଅନୁରୋଧ ସୃଷ୍ଟି କରନ୍ତୁ’ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 4: ରିଫଣ୍ଡ ପୁନଃଜାରି ଅନୁରୋଧ ସୃଷ୍ଟି କରନ୍ତୁ ପୃଷ୍ଠାରେ, ଆପଣ ଯେଉଁଥିପାଇଁ ଅନୁରୋଧ ଦାଖଲ କରିବାକୁ ଚାହୁଁଛନ୍ତି ସେହି ଅଭିଲେଖ ଚୟନ କରନ୍ତୁ ଏବଂ 'ଜାରି ରଖନ୍ତୁ' ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 5: ବ୍ୟାଙ୍କ ଆକାଉଣ୍ଟ ଚୟନ କରନ୍ତୁ ପୃଷ୍ଠାରେ, ଆପଣ ଯେଉଁ ବ୍ୟାଙ୍କ ଆକାଉଣ୍ଟରେ ରିଫଣ୍ଡ ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତାହା ଚୟନ କରନ୍ତୁ ଏବଂ ‘ସତ୍ୟାପନ ପାଇଁ ଆଗକୁ ବଢ଼ନ୍ତୁ’ ଉପରେ କ୍ଲିକ୍ କରନ୍ତୁ।

Data responsive

ଟିପ୍ପଣୀ: ଏଠାରେ କେବଳ ବୈଧ ବ୍ୟାଙ୍କ ଆକାଉଣ୍ଟ ବିବରଣୀ ପ୍ରଦର୍ଶିତ ହେବ । ଯଦି ଆପଣ ବୈଧ ଆକାଉଣ୍ଟ ବ୍ୟତୀତ ଅନ୍ୟ ବ୍ୟାଙ୍କ ଆକାଉଣ୍ଟରେ ରିଫଣ୍ଡ୍ ଚାହୁଁଛନ୍ତି, ତେବେ ଦୟାକରି ଉପରୋକ୍ତ ସ୍କ୍ରିନ୍ ରେ ହାଇଲାଇଟ୍ ହୋଇଥିବା “ବ୍ୟାଙ୍କ ଆକାଉଣ୍ଟ ଯୋଡନ୍ତୁ” ଲିଙ୍କ ଉପରେ କ୍ଲିକ୍‌ କରନ୍ତୁ କିମ୍ବା ଇ-ଫାଇଲିଂ ପୋର୍ଟାଲ୍‌ରେ ଥିବା “ବ୍ୟାଙ୍କ ଆକାଉଣ୍ଟ ଯୋଡନ୍ତୁ” ସୁବିଧାକୁ ବ୍ୟବହାର କରନ୍ତୁ।

ସୋପାନ 6: ଏକ ବ୍ୟାଙ୍କ ଆକାଉଣ୍ଟ ଚୟନ କରିବା ପରେ, ‘ଇ-ସତ୍ୟାପନ’ ପୃଷ୍ଠାରେ ସତ୍ୟାପନ ପାଇଁ ଆପଣଙ୍କ ପସନ୍ଦ କରାଯାଇଥିବା ବିକଳ୍ପ ଚୟନ କରନ୍ତୁ। ‘ଜାରି ରଖନ୍ତୁ’ ଉପରେ କ୍ଲିକ୍‌ କରନ୍ତୁ।

Data responsive

ଟିପ୍ପଣୀ: ଅଧିକ ଜାଣିବା ପାଇଁ  ଇ-ସତ୍ୟାପନ କିପରି କରିବେ ୟୁଜର୍ ମାନୁଆଲ୍ ଦେଖନ୍ତୁ।

ସଫଳ ଇ-ସତ୍ୟାପନ ପରେ, ଏକ କାରବାର ID ସହିତ ଏକ ସଫଳତା ସନ୍ଦେଶ ପ୍ରଦର୍ଶିତ ହେବ । ଦୟାକରି ଭବିଷ୍ୟତ ସନ୍ଦର୍ଭ ପାଇଁ କାରବାର ID କୁ ଟିପି ରଖନ୍ତୁ । ଆପଣ ଇ-ଫାଇଲିଂଗ ପୋର୍ଟାଲରେ ପଞ୍ଜୀକୃତ ଇମେଲ୍ ID ଏବଂ ମୋବାଇଲ ନମ୍ବରରେ ଏକ ନିଶ୍ଚିତକରଣ ସନ୍ଦେଶ ମଧ୍ୟ ପ୍ରାପ୍ତ କରିବେ ।

Data responsive

ଟିପ୍ପଣୀ: ଯଦି ଆପଣ ରିଫଣ୍ଡ ପୁନଃଜାରି ଅନୁରୋଧ ଦେଖିବାକୁ ଚାହୁଁଛନ୍ତି, ତେବେ ‘ରିଫଣ୍ଡ ପୁନଃଜାରି ଅନୁରୋଧ ଦେଖନ୍ତୁ’ ଉପରେ କ୍ଲିକ୍ କରନ୍ତୁ, ଆପଣଙ୍କୁ ରିଫଣ୍ଡ ପୁନଃଜାରି ଅନୁରୋଧ ପୃଷ୍ଠାକୁ ନିଆଯିବ ଯେଉଁଠାରେ ଆପଣ ଦାଖଲ କରାଯାଇଥିବା ଅନୁରୋଧଗୁଡ଼ିକର ସ୍ଥିତି ଦେଖିପାରିବେ ।

4. ସମ୍ପର୍କିତ ବିଷୟଗୁଡ଼ିକ