Do not have an account?
Already have an account?

1. ଅବଲୋକନ


ଇ-ଫାଇଲିଂ ପୋର୍ଟାଲ୍‌ରେ ପଞ୍ଜୀକୃତ ଉପଭୋକ୍ତାମାନଙ୍କ ପାଇଁ ସେବା ଅନୁରୋଧ ସୁବିଧା ଉପଲବ୍ଧ ରହିଛି। ଏହି ସୁବିଧା ସହିତ, ଆପଣ ନିମ୍ନଲିଖିତ ସେବାଗୁଡ଼ିକ ପାଇଁ ଏକ ଅନୁରୋଧ ଉତ୍ଥାପନ କରିପାରିବେ:

  • ରିଫଣ୍ଡ ପୁନଃ ଜାରି କରିବା (ଜାରି କରାଯାଇଥିବା ରିଫଣ୍ଡ ବିଫଳ ହେବା କ୍ଷେତ୍ରରେ)
  • ITR-Vର ବିଳମ୍ବ ଦାଖଲ ହେତୁ କ୍ଷମାପ୍ରାର୍ଥନା (ଯଦି ଆପଣ ITR ଦାଖଲ କରିବାର 120 / 30 ଦିନ ପରେ ITR-V ଦାଖଲ କରନ୍ତି)
  • ସମୟ-ସମାପ୍ତ ହେବା ପରେ ITR ଫାଇଲ୍‍ କରିବା ପାଇଁ କ୍ଷମାଦାନ ଅନୁରୋଧ (ଯଦି ଆପଣ ଶେଷ ତାରିଖ ପୂର୍ବରୁ ଆପଣଙ୍କର ITR ଫାଇଲ୍ କରିବାରେ ବିଫଳ ହୁଅନ୍ତି)

ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ:

ଦୟାକରି ଧ୍ୟାନ ଦିଅନ୍ତୁ ଯେ, 01/08/2022ରୁ କାର୍ଯ୍ୟକାରୀ ହେଉଥିବା ବିଜ୍ଞପ୍ତି ସଂ 5/2022, ଦିନାଙ୍କିତ 29.07.2022 ଅନୁସାରେ ଇ-ସତ୍ୟାପନ କିମ୍ବା ITR-V ଦାଖଲ ପାଇଁ ସମୟ ସୀମା ଆୟର ରିଟର୍ଣ୍ଣ ଫାଇଲ୍‌ କରିବାର ତାରିଖଠାରୁ 30 ଦିନ ହେବ।

ତଥାପି, ଯେଉଁଠାରେ 31.07.2022ରେ କିମ୍ବା ପୂର୍ବରୁ ରିଟର୍ଣ୍ଣ ଦାଖଲ କରାଯାଏ, ସେଠାରେ 120 ଦିନର ପୂର୍ବ ସମୟ ସୀମା ଜାରି ରହିବ।

2. ଏହି ସେବା ପ୍ରାପ୍ତ କରିବା ପାଇଁ ପ୍ରାକ୍ ଆବଶ୍ୟକତା

  • ବୈଧ ଉପଭୋକ୍ତା ID ଏବଂ ପାସ୍‌ୱାର୍ଡ ସହିତ ଇ-ଫାଇଲିଂ ପୋର୍ଟାଲରେ ପଞ୍ଜିକୃତ ଉପଭୋକ୍ତା
  • ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ EVC ଜେନେରେଟ୍ କରିବା ପାଇଁ ଇ-ଫାଇଲିଂରେ ବୈଧିକୃତ ଏବଂ EVC ସକ୍ଷମ ହୋଇଥିବା ବ୍ୟାଙ୍କ ଆକାଉଣ୍ଟ
  • ଡିମାଟ୍‍ ଆକାଉଣ୍ଟ ମାଧ୍ୟମରେ EVC ଜେନେରେଟ୍ କରିବା ପାଇଁ ଇ-ଫାଇଲିଂରେ ବୈଧିକୃତ ଏବଂ EVC ସକ୍ଷମ ହୋଇଥିବା ଡିମାଟ୍‌ ଆକାଉଣ୍ଟ
  • ନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ EVC ଜେନେରେଟ୍ କରିବା ପାଇଁ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ୍ ହୋଇଥିବା PAN

ଅତିରିକ୍ତ ଭାବରେ, ପ୍ରତ୍ୟେକ ଅନୁରୋଧ ପ୍ରକାର ପାଇଁ ପ୍ରାକ୍‌ ଆବଶ୍ୟକତା ନିମନ୍ତେ ନିମ୍ନ ସାରଣୀକୁ ଅନୁସରଣ କରନ୍ତୁ:

ଅନୁରୋଧ ପ୍ରକାର ପ୍ରାକ୍ ଆବଶ୍ୟକତା
ରିଫଣ୍ଡ ପୁନଃ ଜାରି ଅନୁରୋଧ ନିମନ୍ତେ
  • ଆୟକର ରିଟର୍ନ ଫାଇଲ୍‍ ହୋ‍ଇଛି ଏବଂ ଏକ ରିଫଣ୍ଡ୍ ବିଫଳତା ରହିଛି

ITR-V ଦାଖଲରେ ବିଳମ୍ବ ପାଇଁ କ୍ଷମାଦାନ ଅନୁରୋଧ ଦାଖଲ କରିବା ପାଇଁ
  • ରିଟର୍ଣ୍ଣ ଦାଖଲ କରିବାର 120 / 30 ଦିନ ପରେ ଆୟକର ରିଟର୍ଣ୍ଣ ଏବଂ ITR-V ଦାଖଲ କରାଯାଏ।
ସମୟ ସମାପ୍ତି ତାରିଖ ପରେ ITR ଫାଇଲ୍‍ କରିବା ପାଇଁ କ୍ଷମାଦାନ ଅନୁରୋଧ ଦାଖଲ କରିବା ନିମନ୍ତେ
  • ପ୍ରାସଙ୍ଗିକ ମୂଲ୍ୟାୟନ ବର୍ଷ (AY) ଶେଷ ହେବା ପୂର୍ବରୁ ଆପଣଙ୍କର ITR ଫାଇଲ୍‍ କରିବାରେ ବିଫଳତା

3. ସୋପାନ-କ୍ରମିକ ମାର୍ଗଦର୍ଶନ


3.1. ରିଫଣ୍ଡ ପୁନଃ ଜାରି କରିବା ପାଇଁ ଅନୁରୋଧ


ସୋପାନ 1: ଆପଣଙ୍କର ଉପଭୋକ୍ତା ID ଏବଂ ପାସ୍‌ୱାର୍ଡ୍ ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲ୍‌ରେ ଲଗ୍ଇନ୍ କରନ୍ତୁ।

Data responsive


ସୋପାନ 2: ଆପଣଙ୍କର ଡ୍ୟାଶ୍‌ବୋର୍ଡରେ ସେବାଗୁଡ଼ିକ > ରିଫଣ୍ଡ୍ ପୁନଃ ଜାରି କରନ୍ତୁରେ କ୍ଲିକ୍‍ କରନ୍ତୁ।

Data responsive



ସୋପାନ 3: ରିଫଣ୍ଡ ପୁନଃ ଜାରି କରନ୍ତୁ ପୃଷ୍ଠାରେ, ଆପଣ ଉତ୍ଥାପନ କରିଥିବା ରିଫଣ୍ଡ୍‍ ପୁନଃ ଜାରି କରିବା ଅନୁରୋଧର ବିବରଣୀ ଓ ସ୍ଥିତି ପ୍ରଦର୍ଶିତ ହୁଏ। ରିଫଣ୍ଡ ପୁନଃ ଜାରି କରିବା ନିମନ୍ତେ ନୂଆ ଅନୁରୋଧ ସୃଷ୍ଟି କରିବା ପାଇଁ, ରିଫଣ୍ଡ୍ ପୁନଃ ଜାରି କରିବା ଅନୁରୋଧ ସୃଷ୍ଟି କରନ୍ତୁରେ କ୍ଲିକ୍‍ କରନ୍ତୁ।

Data responsive


ସୋପାନ 4: ରିଫଣ୍ଡ ପୁନଃ ଜାରି ପାଇଁ ଅନୁରୋଧ ସୃଷ୍ଟି କରନ୍ତୁ ପୃଷ୍ଠାରେ, ସେହି ରେକର୍ଡ ବାଛନ୍ତୁ ଯାହା ପାଇଁ ଆପଣ ରିଫଣ୍ଡ ପୁନଃ ଜାରି ପାଇଁ ଅନୁରୋଧ ଦାଖଲ କରିବାକୁ ଚାହୁଁଛନ୍ତି ଏବଂ ଜାରି ରଖନ୍ତୁରେ କ୍ଲିକ୍‍ କରନ୍ତୁ।

Data responsive


ସୋପାନ 5: ଏକ ବ୍ୟାଙ୍କ ଆକାଉଣ୍ଟ ବାଛନ୍ତୁ ପୃଷ୍ଠାରେ, ସେହି ବ୍ୟାଙ୍କ ଆକାଉଣ୍ଟ ବାଛନ୍ତୁ ଯେଉଁଥିରେ ଆପଣ ରିଫଣ୍ଡ ପ୍ରାପ୍ତ କରିବାକୁ ଚାହୁଁଛନ୍ତି ଏବଂ ସତ୍ୟାପନ ପାଇଁ ଆଗକୁ ବଢନ୍ତୁରେ କ୍ଲିକ୍‍ କରନ୍ତୁ।

Data responsive


ଟିପ୍ପଣୀ:

  • ଯଦି ଚୟନିତ ବ୍ୟାଙ୍କ ଆକାଉଣ୍ଟ ପୂର୍ବରୁ ବୈଧିକୃତ ହୋଇସାରିଛି ତେବେ ଆପଣ ସିଧାସଳଖ ସତ୍ୟାପନ ପାଇଁ ଆଗକୁ ବଢ଼ିପାରିବେ।
  • ଯଦି ଆପଣଙ୍କ ଦ୍ୱାରା ଚୟନିତ ବ୍ୟାଙ୍କ ଆକାଉଣ୍ଟ ବୈଧ ହୋ‍ଇନାହିଁ, ତେବେ ଆପଣ ଇ-ଫାଇଲିଂ ପୋର୍ଟାଲ୍ ମାଧ୍ୟମରେ ଅନ୍‌ଲାଇନ୍‌ରେ ବ୍ୟାଙ୍କ ଆକାଉଣ୍ଟକୁ ପ୍ରାକ୍‌-ବୈଧିକରଣ କରିପାରିବେ।
  • ଆପଣ ଏହାକୁ ଅଫ୍‌ଲାଇନ୍‌ରେ ମାଣ୍ଡେଟ୍‌ ଫର୍ମ ମାଧ୍ୟମରେ ବୈଧିକୃତ କରିପାରିବେ। ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଅଫ୍‌ଲାଇନ୍‌ରେ ବୈଧିକୃତ କରିବା ପାଇଁ ନିମ୍ନଲିଖିତ ସୋପାନ ଗୁଡ଼ିକୁ ଅନୁସରଣ କରନ୍ତୁ:
    1. ECS ମାଣ୍ଡେଟ୍‌ ଫର୍ମ ଡାଉନଲୋଡ୍ କରନ୍ତୁ।
    2. ଫର୍ମ୍‌ର ପ୍ରିଣ୍ଟ ବାହାର କରନ୍ତୁ ଏବଂ ଆବଶ୍ୟକ ଥିବା ବିବରଣୀ ପୂରଣ କରନ୍ତୁ।
    3. ଅଧିକାରିକ ବ୍ୟାଙ୍କରୁ ବ୍ୟାଙ୍କ ମୋହର ସହିତ ଦସ୍ତଖତ ହୋଇଥିବା ଫର୍ମ ନିଅନ୍ତୁ।
    4. ଦସ୍ତଖତ ହୋଇଥିବା ଫର୍ମ୍‌ର ସ୍କାନ୍ ହୋଇଥିବା ନକଲ ଅପଲୋଡ୍ କରନ୍ତୁ।
  • ପୁନଃ ବୈଧ କରନ୍ତୁ ଉପରେ କ୍ଲିକ୍ କରି ଆପଣ ପୁନର୍ବାର ବ୍ୟାଙ୍କ ଆକାଉଣ୍ଟକୁ ବୈଧକରଣ କରିବା ପାଇଁ ବାଛିପାରିବେ।


ସୋପାନ 6: ବ୍ୟାଙ୍କ ବିବରଣୀର ସଫଳ ସତ୍ୟାପନ ପରେ, ଇ-ସତ୍ୟାପନ କରନ୍ତୁ ପୃଷ୍ଠାରେ ଆପଣଙ୍କର ପସନ୍ଦର ବିକଳ୍ପ ଚୟନ କରନ୍ତୁ।

ଟିପ୍ପଣୀ: ଅଧିକ ଜାଣିବା ପାଇଁ କିପରି ଇ-ସତ୍ୟାପନ କରିବେ ଉପଭୋକ୍ତା ମାନୁଆଲ୍ ଅନୁସରଣ କରନ୍ତୁ।

ସଫଳତାର ସହିତ ଇ-ସତ୍ୟାପନ ପରେ, ଏକ ବିନିମୟ ID ସହିତ ଏକ ସଫଳତା ସନ୍ଦେଶ ପ୍ରଦର୍ଶିତ ହେବ। ଭବିଷ୍ୟତର ସନ୍ଦର୍ଭ ପାଇଁ ଦୟାକରି ବିନିମୟ ID ଟିପି ରଖନ୍ତୁ। ଇ-ଫାଇଲିଂ ପୋର୍ଟାଲ୍‌ରେ ପଞ୍ଜୀକୃତ ହୋ‍ଇଥିବା ଇମେଲ୍ ID ଏବଂ ମୋବାଇଲ୍ ନମ୍ବରରେ ଆପଣ ଏକ ନିଶ୍ଚିତକରଣ ସନ୍ଦେଶ ମଧ୍ୟ ପ୍ରାପ୍ତ କରିବେ।

Data responsive


ଟିପ୍ପଣୀ: ଯଦି ଆପଣ ରିଫଣ୍ଡ ପୁନଃ ଜାରି କରିବା ଅନୁରୋଧ ଦେଖନ୍ତୁ ଉପରେ କ୍ଲିକ୍ କରନ୍ତି, ତେବେ ଆପଣଙ୍କୁ ରିଫଣ୍ଡ ପୁନଃ ଜାରି କରିବା ଅନୁରୋଧ ଦେଖନ୍ତୁ ପୃଷ୍ଠାକୁ ନିଆଯିବ ଯେଉଁଠାରେ ଆପଣ ଦାଖଲ ହୋଇଥିବା ଅନୁରୋଧଗୁଡ଼ିକର ସ୍ଥିତି ମଧ୍ୟ ଦେଖିପାରିବେ।


3.2. ଆପଣଙ୍କର ITR ସତ୍ୟାପନରେ ବିଳମ୍ବ ପାଇଁ କ୍ଷମାଦାନ ଅନୁରୋଧ


ସୋପାନ 1: ଆପଣଙ୍କର ଉପଭୋକ୍ତା ID ଏବଂ ପାସ୍‌‌ୱାର୍ଡ୍ ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲରେ ଲଗ୍‌ଇନ୍‌ କରନ୍ତୁ।

Data responsive


ସୋପାନ 2: ଆପଣଙ୍କ ଡ୍ୟାଶ୍‌ବୋର୍ଡରେ, ସେବାଗୁଡ଼ିକ > କ୍ଷମାଦାନ ଅନୁରୋଧରେ କ୍ଲିକ୍‍ କରନ୍ତୁ।

Data responsive


ସୋପାନ 3: କ୍ଷମାଦାନ ଅନୁରୋଧ ପୃଷ୍ଠାରେ, ITR-V ଜମା କରିବାରେ ବିଳମ୍ବ ବିକଳ୍ପ ବାଛନ୍ତୁ ଓ ଜାରି ରଖନ୍ତୁରେ କ୍ଲିକ୍‍ କରନ୍ତୁ।

Data responsive


ଟିପ୍ପଣୀ: ଫାଇଲ୍ କରିବାର 120 / 30 ଦିନ ମଧ୍ୟରେ ଯଦି ଆପଣ ଇ-ସତ୍ୟାପନ କରିନାହାନ୍ତି ତାହାହେଲେ ITR-V ଦାଖଲ କରିବାରେ ବିଳମ୍ବ ଚୟନ କରନ୍ତୁ।


ସୋପାନ 4: ITR-V ଜମା କରିବାରେ ବିଳମ୍ବ ପୃଷ୍ଠାରେ, କ୍ଷମାଦାନ ଅନୁରୋଧ ସୃଷ୍ଟି କରନ୍ତୁ ଉପରେ କ୍ଲିକ୍‍ କରନ୍ତୁ।

Data responsive


ସୋପାନ 5: ITR ଚୟନ କରନ୍ତୁ ପୃଷ୍ଠାରେ, ସେହି ରେକର୍ଡ ଚୟନ କରନ୍ତୁ ଯାହା ପାଇଁ ଆପଣ ITR-Vରେ ବିଳମ୍ବ ପାଇଁ ଏକ କ୍ଷମାଦାନ ଅନୁରୋଧ ଉତ୍ଥାପନ କରିବାକୁ ଚାହୁଁଛନ୍ତି ଏବଂ ଜାରି ରଖନ୍ତୁରେ କ୍ଲିକ୍‍ କରନ୍ତୁ।

Data responsive


ସୋପାନ 6: ବିଳମ୍ବ ପାଇଁ କାରଣ ପ୍ରଦାନ କରନ୍ତୁ ପୃଷ୍ଠାରେ, ଆପଣଙ୍କ ବିଳମ୍ବର କାରଣ ବାଛନ୍ତୁ ଏବଂ ଦାଖଲ କରନ୍ତୁରେ କ୍ଲିକ୍‍ କରନ୍ତୁ।

Data responsive


ଏକ ବିନିମୟ ID ସହିତ ଏକ ସଫଳତା ସନ୍ଦେଶ ପ୍ରଦର୍ଶିତ ହୁଏ।ଭବିଷ୍ୟତର ସନ୍ଦର୍ଭ ପାଇଁ ଦୟାକରି ବିନିମୟ ID ଟିପି ରଖନ୍ତୁ। ଇ-ଫାଇଲିଂ ପୋର୍ଟାଲ୍‌ରେ ପଞ୍ଜୀକୃତ ହୋ‍ଇଥିବା ଇମେଲ୍ ID ଏବଂ ମୋବାଇଲ୍ ନମ୍ବରରେ ଆପଣ ଏକ ନିଶ୍ଚିତକରଣ ସନ୍ଦେଶ ମଧ୍ୟ ପ୍ରାପ୍ତ କରିବେ।

Data responsive


3.3. ସମୟ-ସମାପ୍ତି ପରେ ITR ଫାଇଲ୍‍ କରିବା ପରେ କ୍ଷମାଦାନ ଅନୁରୋଧ


ସୋପାନ 1: ଆପଣଙ୍କର ଉପଭୋକ୍ତା ID ଏବଂ ପାସ୍‌‌ୱାର୍ଡ୍ ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲରେ ଲଗ୍‌ଇନ୍‌ କରନ୍ତୁ।

Data responsive


ସୋପାନ 2: ଆପଣଙ୍କ ଡ୍ୟାଶ୍‌ବୋର୍ଡରେ, ସେବାଗୁଡ଼ିକ > କ୍ଷମାଦାନ ଅନୁରୋଧରେ କ୍ଲିକ୍‍ କରନ୍ତୁ।

Data responsive


ସୋପାନ 3: କ୍ଷମାଦାନ ଅନୁରୋଧ ପୃଷ୍ଠାରେ, ସମୟ-ଶେଷ ହେବା ପରେ ITR ଫାଇଲ୍‍ କରିବା ପାଇଁ ଅନୁମତି ଦିଅନ୍ତୁ ବିକଳ୍ପ ଚୟନ କରନ୍ତୁ ଏବଂ ଜାରି ରଖନ୍ତୁରେ କ୍ଲିକ୍‍ କରନ୍ତୁ।

Data responsive


ସୋପାନ 4: ସମୟ-ଶେଷ ହେବା ପରେ ଫାଇଲ୍‍ କରିବା [ଧାରା 119[2](b)] ଅଧୀନରେ] ପୃଷ୍ଠାରେ, କ୍ଷମାଦାନ ଅନୁରୋଧ ସୃଷ୍ଟି କରନ୍ତୁରେ କ୍ଲିକ୍‍ କରନ୍ତୁ।

Data responsive



ସୋପାନ 5: ବିବରଣୀ ଭରନ୍ତୁ ଏବଂ ITR ଅପଲୋଡ୍‍ କରନ୍ତୁ ପୃଷ୍ଠାରେ, ନିମ୍ନଲିଖିତ ବିସ୍ତୃତ ବିବରଣୀ ଭରନ୍ତୁ ଏବଂ ଦାଖଲ କରନ୍ତୁରେ କ୍ଲିକ୍‍ କରନ୍ତୁ:

  • ବିକଳ୍ପଗୁଡ଼ିକରୁ ଅନୁରୋଧ ବର୍ଗ, ମୂଲ୍ୟାୟନ ବର୍ଷ, ITR, ଦାବି ମୂଲ୍ୟ, ଫାଇଲ୍ କରିବା ପ୍ରକାର, ବିଳମ୍ବ ହେବାର କାରଣ ଏବଂ ITR ପ୍ରକାର ଚୟନ କରନ୍ତୁ।
  • ଆପଣଙ୍କର ITR (PDF / XLS) ଅପଲୋଡ୍ କରନ୍ତୁ ଯେଉଁଥିପାଇଁ ଆପଣ ITR ବିକଳ୍ପ ଅପଲୋଡ୍‍ କରନ୍ତୁରେ କ୍ଲିକ୍‍ କରି ବିଳମ୍ବର କ୍ଷମାଦାନ ଅନୁରୋଧ ଦାଖଲ କରିବାକୁ ଚାହୁଁଛନ୍ତି (ସର୍ବାଧିକ ଆକାର 5 MB ହେବା ଉଚିତ)
  • ଡକ୍ୟୁମେଣ୍ଟଗୁଡ଼ିକ ଅପଲୋଡ୍‍ କରନ୍ତୁ ବିକଳ୍ପ ଉପରେ କ୍ଲିକ୍‍ କରି ସହାୟକ ଦସ୍ତାବିଜଗୁଡ଼ିକ (PDF / XLS) ଅପଲୋଡ୍ କରନ୍ତୁ ଯେଉଁଥିପାଇଁ ଆପଣ ବିଳମ୍ବର କ୍ଷମାଦାନ ଅନୁରୋଧ ଦାଖଲ କରିବାକୁ ଚାହୁଁଛନ୍ତି ଏବଂ ଦସ୍ତାବିଜ ବର୍ଣ୍ଣନା ଚୟନ କରନ୍ତୁ (ସର୍ବାଧିକ 5ଟି ଫାଇଲ୍ ଅପଲୋଡ୍ ହୋଇପାରିବ ଯେଉଁଥିରେ ପ୍ରତ୍ୟେକ 5 MB ରୁ ଅଧିକ ନ ହୋ‍ଇଥିବା ଆବଶ୍ୟକ)
Data responsive


ସୋପାନ 6: ସଫଳତାର ସହିତ ଦାଖଲ କରାଯିବା ପରେ, ଇ-ସତ୍ୟାପନ କରନ୍ତୁ ପୃଷ୍ଠାରେ ଆପଣଙ୍କର ପସନ୍ଦର ବିକଳ୍ପ ବାଛନ୍ତୁ।


ଟିପ୍ପଣୀ: ଅଧିକ ଜାଣିବା ପାଇଁ କିପରି ଇ-ସତ୍ୟାପନ କରିବେ ଉପଭୋକ୍ତା ମାନୁଆଲ୍ ଅନୁସରଣ କରନ୍ତୁ।

ସଫଳତାର ସହିତ ଇ-ସତ୍ୟାପନ ପରେ, ଏକ ବିନିମୟ ID ସହିତ ଏକ ସଫଳତା ସନ୍ଦେଶ ପ୍ରଦର୍ଶିତ ହୁଏ।ଭବିଷ୍ୟତର ସନ୍ଦର୍ଭ ପାଇଁ ଦୟାକରି ବିନିମୟ ID ଟିପି ରଖନ୍ତୁ। ଇ-ଫାଇଲିଂ ପୋର୍ଟାଲ୍‌ରେ ପଞ୍ଜୀକୃତ ହୋ‍ଇଥିବା ଇମେଲ୍ ID ରେ ଆପଣ ଏକ ନିଶ୍ଚିତକରଣ ସନ୍ଦେଶ ମଧ୍ୟ ପାଇବେ।

Data responsive

 

4. ସମ୍ବନ୍ଧିତ ବିଷୟଗୁଡ଼ିକ