Do not have an account?
Already have an account?

1. ଅବଲୋକନ

ଏହି ସଂଶୋଧନ ଅନୁରୋଧ ସେବା ନିମ୍ନୋକ୍ତ ପାଇଁ ଉପଲବ୍ଧ:

  • ଇ-ଫାଇଲିଂ ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା ସମସ୍ତ କରଦାତା
  • ପଞ୍ଜୀକୃତ ERI ଉପଭୋକ୍ତା / ପଞ୍ଜୀକୃତ ଅଧିକୃତ ସ୍ୱାକ୍ଷରକାରୀ / ପଞ୍ଜୀକୃତ ପ୍ରତିନିଧିମୂଳକ କରଦାତା (କେବଳ ଯଦି କରଦାତା ଜଣକୁ ନିୟୋଜିତ କରିବାକୁ ଚାହାଁନ୍ତି ତେବେ ପ୍ରଯୋଜ୍ୟ)

ଇ-ଫାଇଲିଂ ପୋର୍ଟାଲ୍‌ରେ ଲଗ୍‌ଇନ୍‌ କରିବା ପରେ ହିଁ ଏହି ସେବା ଉପଲବ୍ଧ ହୋଇଥାଏ। ଏହା ପ୍ରକ୍ରିୟାକୃତ ରିଟର୍ଣ୍ଣ ନିମନ୍ତେ CPC ଦ୍ୱାରା ପଠାଯାଇଥିବା ସୂଚନା କିମ୍ବା ପାରିତ ଆଦେଶରେ ରେକର୍ଡରୁ ମିଳୁଥିବା କୌଣସି ତ୍ରୁଟି ସଂଶୋଧନ କରିବାକୁ ଅନୁମତି ଦେଇଥାଏ।

2. ଏହି ସେବା ପ୍ରାପ୍ତ କରିବା ପାଇଁ ପ୍ରାକ୍ ଆବଶ୍ୟକତା

  • ବୈଧ ଉପଭୋକ୍ତା ID ଏବଂ ପାସ୍‌ୱାର୍ଡ ସହିତ ଇ-ଫାଇଲିଂ ପୋର୍ଟାଲରେ ପଞ୍ଜିକୃତ ଉପଭୋକ୍ତା
  • ପଞ୍ଜୀକୃତ କରଦାତା (କିମ୍ବା କରଦାତାଙ୍କ ପକ୍ଷରୁ ଅଧିକୃତ ସ୍ୱାକ୍ଷରକାରୀ/ ପ୍ରତିନିଧି କରଦାତା)ଙ୍କ ପାଇଁ:
    • ଆୟକର ଅଧିନିୟମ, 1961 ର ଧାରା 143(1) ଅଧୀନରେ କିମ୍ବା ସମ୍ପତ୍ତି କର ଅଧିନିୟମର ଧାରା 16(1) ଅଧୀନରେ CPC, ବେଙ୍ଗାଲୁରୁଙ୍କଠାରୁ ସୂଚନା ପ୍ରାପ୍ତ
    • ମୋ ERI ସେବା ବ୍ୟବହାର କରି ERI ଯୋଡ଼ନ୍ତୁ (କେବଳ ଯଦି କରଦାତା ଜଣକ ERI ନିୟୋଜିତ କରିବାକୁ ଚାହାଁନ୍ତି ତେବେ ପ୍ରଯୁଜ୍ୟ)
  • ପଞ୍ଜୀକୃତ ERI ଉପଭୋକ୍ତାମାନଙ୍କ ପାଇଁ:
    • କ୍ଲାଏଣ୍ଟ ଯୋଡ଼ନ୍ତୁ ସେବା ବ୍ୟବହାର କରି ଜଣେ କରଦାତାଙ୍କୁ ଜଣେ କ୍ଲାଏଣ୍ଟ ଭାବରେ ଯୋଡ଼ନ୍ତୁ
    • ERI ସ୍ଥିତି ସକ୍ରିୟ ଅଛି
  • ଉଭୟ ପଞ୍ଜୀକୃତ କରଦାତା ଏବଂ ପଞ୍ଜୀକୃତ ERI ଉପଭୋକ୍ତା:
    • ଡିଜିଟାଲ୍‌ ସ୍ୱାକ୍ଷର ପ୍ରମାଣପତ୍ର (DSC) ବିକଳ୍ପ ବ୍ୟବହାର କରି କାର୍ଯ୍ୟକାରୀ କରିବା ପାଇଁ ଇ-ଫାଇଲିଂରେ ବୈଧ DSC (ସମୟ ଶେଷ ହୋଇନଥିବା) ପଞ୍ଜୀକୃତ କରନ୍ତୁ; କିମ୍ବା
    • EVC ସୃଷ୍ଟି କରନ୍ତୁ

3. ସୋପାନ-କ୍ରମିକ ମାର୍ଗଦର୍ଶନ

ସୋପାନ 1: ଆପଣଙ୍କର ବୈଧ ଉପଭୋକ୍ତା ID ଏବଂ ପାସ୍‌ୱାର୍ଡ ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲ୍‌ରେ ଲଗ୍‌ଇନ୍ କରନ୍ତୁ।

Data responsive


ସୋପାନ 2: ସେବାଗୁଡ଼ିକ > ସଂଶୋଧନରେ କ୍ଲିକ୍‌ କରନ୍ତୁ।

Data responsive


ସୋପାନ 3: ସଂଶୋଧନ ପୃଷ୍ଠାରେ, ନୂତନ ଅନୁରୋଧ ରେ କ୍ଲିକ୍‌ କରନ୍ତୁ,।

Data responsive


ସୋପାନ 4a: ନୂତନ ଅନୁରୋଧ ପୃଷ୍ଠାରେ, ଆପଣଙ୍କ PAN ସ୍ୱତଃ ପୂରଣ ହୋଇଯିବ। ଆୟକର କିମ୍ବା ସମ୍ପତ୍ତି କର ଚୟନ କରନ୍ତୁ ।

Data responsive


ସୋପାନ 4b: ଡ୍ରପ୍‌ଡାଉନ୍‌ରୁ ମୂଲ୍ୟାୟନ ବର୍ଷ ଚୟନ କରନ୍ତୁ। ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ।

Data responsive


ଟିପ୍ପଣୀ: ଯଦି ଆପଣ ସମ୍ପତ୍ତି କର ବିକଳ୍ପ ଚୟନ କରନ୍ତି, ତେବେ ଆପଣଙ୍କୁ ମଧ୍ୟ ସଦ୍ୟତମ ସୂଚନା ସନ୍ଦର୍ଭ ସଂଖ୍ୟା ପ୍ରବେଶ କରିବାକୁ ହେବ ଏବଂ ଜାରି ରଖନ୍ତୁ ରେ କ୍ଲିକ୍‌ କରିବାକୁ ହେବ।

Data responsive


ସୋପାନ 5: ସଂଶୋଧନ ଅନୁରୋଧଗୁଡ଼ିକରେ ନିମ୍ନୋକ୍ତ ବର୍ଗୀକରଣ ରହିଛି:
 

ଆୟକର ସଂଶୋଧନ

ରିଟର୍ଣ୍ଣର ପୁନଃପ୍ରକ୍ରିୟାକରଣ

ଧାରା 5.1 ଦେଖନ୍ତୁ

କର କ୍ରେଡିଟ୍ ଅମେଳକ ସଂଶୋଧନ

ଧାରା 5.2 ଦେଖନ୍ତୁ

234C ସୁଧ ପାଇଁ ଅତିରିକ୍ତ ସୂଚନା

ଧାରା 5.3 ଦେଖନ୍ତୁ

ସ୍ଥିତି ସଂଶୋଧନ

ଧାରା 5.4 ଦେଖନ୍ତୁ

ଛାଡ଼ ଧାରା ସଂଶୋଧନ

ଧାରା 5.5 ଦେଖନ୍ତୁ

ରିଟର୍ଣ୍ଣ ତଥ୍ୟ ସଂଶୋଧନ (ଅଫ୍‌ଲାଇନ୍‌)

ଧାରା 5.6a ଅନୁସରଣ କରନ୍ତୁ

ରିଟର୍ଣ୍ଣ ତଥ୍ୟ ସଂଶୋଧନ (ଅନ୍‌ଲାଇନ୍‌)

ଧାରା 5.6b ଅନୁସରଣ କରନ୍ତୁ

ସମ୍ପତ୍ତି କର ସଂଶୋଧନ

ରିଟର୍ଣ୍ଣର ପୁନଃପ୍ରକ୍ରିୟାକରଣ

ଧାରା 5.7 ଦେଖନ୍ତୁ

କର କ୍ରେଡିଟ୍ ଅମେଳକ ସଂଶୋଧନ

ଧାରା 5.8 ଅନୁସରଣ କରନ୍ତୁ

ରିଟର୍ଣ୍ଣ ତଥ୍ୟ ସଂଶୋଧନ (XML)

ଧାରା 5.9 ଦେଖନ୍ତୁ


ଟିପ୍ପଣୀ: କେବଳ ମୂଲ୍ୟାୟନ ବର୍ଷ 2014-15 ଏବଂ ମୂଲ୍ୟାୟନ ବର୍ଷ 2015-16 ପାଇଁ ଏହି ସେବା ବ୍ୟବହାର କରି ସମ୍ପତ୍ତି କର ରିଟର୍ଣ୍ଣର ସଂଶୋଧନ ଫାଇଲ୍‌ କରାଯାଇପାରିବ।

ଆୟକର ସଂଶୋଧନ ଅନୁରୋଧ

5.1 ଆୟକର ସଂଶୋଧନ: ରିଟର୍ଣ୍ଣ ପୁନଃ ପ୍ରକ୍ରିୟାକରଣ କରନ୍ତୁ

ସୋପାନ 1: ଅନୁରୋଧର ପ୍ରକାରକୁ ରିଟର୍ଣ୍ଣ ପୁନଃ ପ୍ରକ୍ରିୟାକରଣ କରନ୍ତୁ ଭାବରେ ଚୟନ କରନ୍ତୁ।

Data responsive


ସୋପାନ 2: ଏହି ବିକଳ୍ପ ସହିତ ଆପଣଙ୍କୁ କେବଳ ସଂଶୋଧନ ଅନୁରୋଧ କରିବାକୁ ପଡିବ - ଅନୁରୋଧ ଦାଖଲ କରିବା ପାଇଁ ଜାରି ରଖନ୍ତୁ ରେ କ୍ଲିକ୍‌ କରନ୍ତୁ।

ସୋପାନ 3: ଆପଣଙ୍କ ଅନୁରୋଧ ଦାଖଲ ହେବା ପରେ, ଆପଣଙ୍କୁ ଇ-ସତ୍ୟାପନ ପୃଷ୍ଠାକୁ ନିଆଯିବ।

ଟିପ୍ପଣୀ: ଅଧିକ ଜାଣିବା ପାଇଁ ଇ-ସତ୍ୟାପନ କିପରି କରିବେ ଉପଭୋକ୍ତା ମାନୁଆଲ୍ ଅନୁସରଣ କରନ୍ତୁ।


5.2: ଆୟକର ସଂଶୋଧନ: କର କ୍ରେଡିଟ୍‌ ଅମେଳର ସଂଶୋଧନ

ସୋପାନ 1: ଅନୁରୋଧର ପ୍ରକାରକୁ କର କ୍ରେଡିଟ୍‌ ଅମେଳର ସଂଶୋଧନ ଭାବରେ ଚୟନ କରନ୍ତୁ।

Data responsive


ସୋପାନ 2: ଏହି ଅନୁରୋଧ ପ୍ରକାର ଅଧୀନରେ ଥିବା ଅନୁସୂଚୀଗୁଡ଼ିକ ସଂପୃକ୍ତ ପ୍ରକ୍ରିୟାକରଣ ରିଟର୍ଣ୍ଣରେ ଉପଲବ୍ଧ ରେକର୍ଡ ଆଧାରରେ ସ୍ୱୟଂ ପୁରଣ ହୋଇଥାଏ। ଯଦି ଆପଣ ଏକ ଅନୁସୂଚୀ ସମ୍ପାଦନ କିମ୍ବା ବିଲୋପ କରିବାକୁ ଚାହାଁନ୍ତି, ତେବେ ଅନୁସୂଚୀ ଚୟନ କରନ୍ତୁ, ଏହା ପରେ ସମ୍ପାଦନା କରନ୍ତୁ କିମ୍ବା ବିଲୋପ କରନ୍ତୁ ରେ କ୍ଲିକ୍‌ କରନ୍ତୁ।

Data responsive


ସୋପାନ 3: ନିମ୍ନୋକ୍ତ ଅନୁସୂଚୀ ଅଧୀନରେ ବିବରଣୀଗୁଡ଼ିକ ଭରନ୍ତୁ: ବେତନ ବିବରଣୀ ଉପରେ ଉତ୍ସରେ କଟାଯାଇଥିବା କର (TDS), ବେତନ ବିବରଣୀ ଭିନ୍ନ ଅନ୍ୟ ଉପରେ ଉତ୍ସରେ କଟାଯାଇଥିବା କର (TDS), ଅଚଳ ସମ୍ପତ୍ତି/ ଭଡ଼ାର ସ୍ଥାନାନ୍ତର ଉପରେ ଉତ୍ସଠାରେ କଟାଯାଇଥିବା କର (TDS), ଉତ୍ସଠାରେ ଆଦାୟ କରାଯାଉଥିବା କର (TCS), ଅଗ୍ରୀମ କର କିମ୍ବା ସ୍ବ ମୂଲ୍ୟାୟନ କର ବିବରଣୀ। ଡ୍ରାଫ୍ଟ ଭାବରେ ସେଭ୍‌ କରନ୍ତୁରେ କ୍ଲିକ୍‌ କରନ୍ତୁ।

Data responsive


ସୋପାନ 4: ଅନୁରୋଧ ଦାଖଲ କରିବା ପାଇଁ ଜାରି ରଖନ୍ତୁରେ କ୍ଲିକ୍‌ କରନ୍ତୁ।

Data responsive


ସୋପାନ 5: ଦାଖଲ ପରେ, ଆପଣଙ୍କୁ ଇ-ସତ୍ୟାପନ ପୃଷ୍ଠାକୁ ନିଆଯିବ।

ଟିପ୍ପଣୀ: ଅଧିକ ଜାଣିବା ପାଇଁ ଇ-ସତ୍ୟାପନ କିପରି କରିବେ ଉପଭୋକ୍ତା ମାନୁଆଲ୍ ଅନୁସରଣ କରନ୍ତୁ।


5.3 ଆୟକର ସଂଶୋଧନ: 234C ସୁଧ ନିମନ୍ତେ ଅତିରିକ୍ତ ସୂଚନା

ସୋପାନ 1: ଅନୁରୋଧ ପ୍ରକାରକୁ 234C ସୁଧ ନିମନ୍ତେ ଅତିରିକ୍ତ ସୂଚନା ଭାବରେ ଚୟନ କରନ୍ତୁ।

Data responsive


ସୋପାନ 2: ଏହିସବୁ ରେକର୍ଡଗୁଡ଼ିକ ମଧ୍ୟରୁ ଆପଣଙ୍କ ପାଇଁ ପ୍ରଯୋଜ୍ୟ ହୋଇଥିବା ଯେ କୌଣସିଟିରେ ବିବରଣୀ ଯୋଡ଼ନ୍ତୁରେ କ୍ଲିକ୍‌ କରନ୍ତୁ:

  • ପ୍ରଥମ ଥର ପାଇଁ, PGBP ରୁ ଅର୍ଜିତ କିମ୍ବା ବୃଦ୍ଧି ହୋଇଥିବା ଆୟ (2016-17 ପରଠାରୁ ପ୍ରଯୁଜ୍ୟ)
  • 2(24)(ix) ରେ ଉଲ୍ଲେଖ କରାଯାଇଥିବା ଧାରା 115B ଅଧୀନରେ କରଯୋଗ୍ୟ ବିଶେଷ ଆୟ
  • ଧାରା 115BBDA ରେ ସନ୍ଦର୍ଭିତ ଆୟ (2017-18 ପରଠାରୁ ପ୍ରଯୁଜ୍ୟ)
Data responsive


ସୋପାନ 3: ଯଦି ଆପଣ ଏକ ସମ୍ପୂର୍ଣ୍ଣ ହୋଇଥିବା ରେକର୍ଡ ସମ୍ପାଦନା କିମ୍ବା ବିଲୋପ କରିବା ଆବଶ୍ୟକ କରନ୍ତି, ତେବେ ସମ୍ପାଦନା କରନ୍ତୁ କିମ୍ବା ବିଲୋପ କରନ୍ତୁରେ କ୍ଲିକ୍‌ କରନ୍ତୁ।

Data responsive


ସୋପାନ 4: ଆପଣଙ୍କ ଅନୁରୋଧ ଦାଖଲ କରିବା ପାଇଁ ଜାରି ରଖନ୍ତୁରେ କ୍ଲିକ୍‌ କରନ୍ତୁ।

Data responsive


ସୋପାନ 5: ଆପଣଙ୍କ ଅନୁରୋଧ ଦାଖଲ ହେବା ପରେ, ଆପଣଙ୍କୁ ଇ-ସତ୍ୟାପନ ପୃଷ୍ଠାକୁ ନିଆଯିବ।

ଟିପ୍ପଣୀ: ଅଧିକ ଜାଣିବା ପାଇଁ ଇ-ସତ୍ୟାପନ କିପରି କରିବେ ଉପଭୋକ୍ତା ମାନୁଆଲ୍ ଅନୁସରଣ କରନ୍ତୁ।

5.4 ଆୟକର ସଂଶୋଧନ ଅନୁରୋଧ: ସ୍ଥିତି ସଂଶୋଧନ

ସୋପାନ 1: ଅନୁରୋଧ ପ୍ରକାରକୁ ସ୍ଥିତି ସଂଶୋଧନ ଭାବରେ ଚୟନ କରନ୍ତୁ।

Data responsive


ଟିପ୍ପଣୀ: ସ୍ଥିତି ସଂଶୋଧନ କେବଳ ITR-5 ଏବଂ ITR-7 ନିମନ୍ତେ ମୂଲ୍ୟାୟନ ବର୍ଷ 2018 -19 ପର୍ଯ୍ୟନ୍ତ ପ୍ରଯୁଜ୍ୟ।

ସୋପାନ 2: ତାଲିକାରୁ ଆପଣଙ୍କ ପାଇଁ ପ୍ରଯୁଜ୍ୟ ସ୍ଥିତି ଚୟନ କରନ୍ତୁ:

  • ଘରୋଇ ବିବେକାଧିନ ଟ୍ରଷ୍ଟ
  • ସମିତି ପଞ୍ଜିକରଣ ଅଧିନିୟମ 1860 କିମ୍ବା ରାଜ୍ୟର ସଂଶ୍ଲିଷ୍ଟ ଅଧିନିୟମ ଅଧୀନରେ ପଞ୍ଜୀକୃତ ହୋଇଥିବା ସମିତି
  • ମୃତ ବ୍ୟକ୍ତିଙ୍କ ସମ୍ପତ୍ତି
  • ଅନ୍ୟ କୌଣସି ଟ୍ରଷ୍ଟ କିମ୍ବା ଅନୁଷ୍ଠାନ
  • ପ୍ରାଥମିକ କୃଷି ଋଣ ସମିତି/ ପ୍ରାଥମିକ ସମବାୟ କୃଷି ବ୍ୟାଙ୍କ
  • ଗ୍ରାମୀଣ ବିକାଶ ବ୍ୟାଙ୍କ
  • ଅନ୍ୟାନ୍ୟ ସମବାୟ ବ୍ୟାଙ୍କ
Data responsive


ସୋପାନ 3: ବିବରଣୀ ଯୋଡ଼ନ୍ତୁ ପୃଷ୍ଠାରେ, ପ୍ରଯୁଜ୍ୟ ହୋଇଥିବା ଅନୁଯାୟୀ ହଁ / ନା ବିକଳ୍ପ ଚୟନ କରି ତାଲିକାଭୁକ୍ତ ହୋଇଥିବା ଅତିରିକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ। ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ।

Data responsive


ଆପଣଙ୍କ ଦ୍ୱାରା ଚୟନ କରାଯାଇଥିବା ସ୍ଥିତି ସଂଶୋଧନ ପାଇଁ ଆପଣଙ୍କୁ ସହାୟକ ଦସ୍ତାବିଜ୍‌ ଅପ୍‌ଲୋଡ୍‌ କରିବା ଆବଶ୍ୟକ ହୋଇପାରେ। ବିବରଣୀ ଯୋଡ଼ନ୍ତୁ ପୃଷ୍ଠାରେ, ସଂଲଗ୍ନକ ରେ କ୍ଲିକ୍‌ କରନ୍ତୁ ଏବଂ ଆବଶ୍ୟକ ଦସ୍ତାବିଜ୍‌(ଗୁଡ଼ିକ) ଅପ୍‌ଲୋଡ୍‌ କରନ୍ତୁ ଯାହା PDF ଫର୍ମାଟ୍‌ରେ ରହିବା ଆବଶ୍ୟକ। ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ।

Data responsive


ଟିପ୍ପଣୀ:

  • ଗୋଟିଏ ସଂଲଗ୍ନକର ସର୍ବାଧିକ ଆକାର 5 MB ହେବା ଉଚିତ୍।
  • ଯଦି ଆପଣଙ୍କ ପାଖରେ ଅପ୍‌ଲୋଡ୍ କରିବାକୁ ଏକାଧିକ ଦସ୍ତାବିଜ୍‌ ଅଛି, ତେବେ ସେଗୁଡ଼ିକୁ ଏକ ଜିପ୍‌ ଫୋଲ୍ଡରରେ ଏକତ୍ର ରଖନ୍ତୁ ଏବଂ ଫୋଲ୍ଡର୍ ଅପ୍‌ଲୋଡ୍ କରନ୍ତୁ। ଏକ ଜିପ୍ ହୋଇଥିବା ଫୋଲ୍ଡରରେ ଥିବା ସମସ୍ତ ସଂଲଗ୍ନକର ସର୍ବାଧିକ ଆକାର 50 MB ହେବା ଉଚିତ୍।

ସୋପାନ 4: ଆପଣଙ୍କ ଅନୁରୋଧ ଦାଖଲ ହେବା ପରେ, ଆପଣଙ୍କୁ ଇ-ସତ୍ୟାପନ ପୃଷ୍ଠାକୁ ନିଆଯିବ।

ଟିପ୍ପଣୀ: ଅଧିକ ଜାଣିବା ପାଇଁ କିପରି ଇ-ସତ୍ୟାପନ କରିବେ ଉପଭୋକ୍ତା ମାନୁଆଲ୍ ଅନୁସରଣ କରନ୍ତୁ।

5.5 ଆୟକର ସଂଶୋଧନ: ଛାଡ଼ ଧାରା ସଂଶୋଧନ

ସୋପାନ 1: ଅନୁରୋଧ ପ୍ରକାରକୁ ଛାଡ଼ ଧାରା ସଂଶୋଧନ ଭାବରେ ଚୟନ କରନ୍ତୁ।

Data responsive


ଟିପ୍ପଣୀ: ଛାଡ଼ ଧାରା ସଂଶୋଧନ ବିବରଣୀ କେବଳ ITR-7 ନିମନ୍ତେ ମୂଲ୍ୟାୟନ ବର୍ଷ 2013-14 ରୁ ମୂଲ୍ୟାୟନ ବର୍ଷ 2018-19 ପର୍ଯ୍ୟନ୍ତ ପ୍ରଯୁଜ୍ୟ।


ସୋପାନ 2: ବିବରଣୀ ଯୋଡ଼ନ୍ତୁ ପୃଷ୍ଠାରେ, ନିମ୍ନୋକ୍ତ ସମସ୍ତ କ୍ଷେତ୍ରରେ ଆପଣଙ୍କ ବିବରଣୀ ପ୍ରବେଶ କରନ୍ତୁ: ପ୍ରକଳ୍ପ/ ଅନୁଷ୍ଠାନର ନାମ, ଅନୁମୋଦନ/ ବିଜ୍ଞପ୍ତି/ ପଞ୍ଜିକରଣ ସଂଖ୍ୟା, ଅନୁମୋଦନକାରୀ/ ପଞ୍ଜିକରଣକାରୀ କର୍ତ୍ତୃପକ୍ଷ, ଏବଂ ଯେଉଁ ଧାରା ଅଧୀନରେ ଏହି ଅନୁଷ୍ଠାନ ଛାଡ଼ ଦାବି କରିଛି। PDF ଫର୍ମାଟ୍‌ରେ ଆବଶ୍ୟକ ସହାୟକ ଦସ୍ତାବିଜ୍‌(ଗୁଡ଼ିକ) ଅପ୍‌ଲୋଡ୍‌ କରିବା ପାଇଁ ସଂଲଗ୍ନକରେ କ୍ଲିକ୍‌ କରନ୍ତୁ। ଅନୁରୋଧ ଦାଖଲ କରିବା ପାଇଁ ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ।

Data responsive


ଟିପ୍ପଣୀ: ଗୋଟିଏ ସଂଲଗ୍ନକର ସର୍ବାଧିକ ଆକାର 5 MB ହେବା ଉଚିତ୍।

ସୋପାନ 3: ଆପଣଙ୍କ ଅନୁରୋଧ ଦାଖଲ କରିବା ପରେ, ଆପଣଙ୍କୁ ଇ - ସତ୍ୟାପନ ପୃଷ୍ଠାକୁ ନିଆଯିବ।

ଟିପ୍ପଣୀ: ଅଧିକ ଜାଣିବା ପାଇଁ ଇ-ସତ୍ୟାପନ କିପରି କରିବେ ଉପଭୋକ୍ତା ମାନୁଆଲ୍ ଅନୁସରଣ କରନ୍ତୁ।


5.6a ଆୟକର ସଂଶୋଧନ: ରିଟର୍ଣ୍ଣ ତଥ୍ୟ ସଂଶୋଧନ (ଅଫ୍‌ଲାଇନ୍‌)

ସୋପାନ 1: ଅନୁରୋଧ ପ୍ରକାରକୁ ରିଟର୍ଣ୍ଣ ତଥ୍ୟ ସଂଶୋଧନ (ଅଫ୍‌ଲାଇନ୍‌) ଭାବରେ ଚୟନ କରନ୍ତୁ।

Data responsive


ସୋପାନ 2: ପ୍ରଯୁଜ୍ୟ ସଂଶୋଧନ କାରଣଗୁଡ଼ିକ ଚୟନ କରନ୍ତୁ - ଯଦି ପ୍ରଯୋଜ୍ୟ ହୁଏ, ଆପଣ ପ୍ରତ୍ୟେକ ବର୍ଗ ଅଧୀନରେ ଏକାଧିକ କାରଣ ଚୟନ କରିପାରିବେ। ଏହାପରେ ଜାରି ରଖନ୍ତୁ ରେ କ୍ଲିକ୍ କରନ୍ତୁ।

Data responsive


ସୋପାନ 3: ଯେଉଁ ଅନୁସୂଚୀଗୁଡ଼ିକ ପରିବର୍ତ୍ତନ ହେବା ଆବଶ୍ୟକ ତାହା ଚୟନ କରନ୍ତୁ, ଏହା ପରେ ଜାରି ରଖନ୍ତୁ ରେ କ୍ଳିକ୍‌ କରନ୍ତୁ।

Data responsive


ସୋପାନ 4: ସଂଲଗ୍ନକରେ କ୍ଲିକ୍‌ କରନ୍ତୁ ଏବଂ ITR ଅଫ୍‌ଲାଇନ୍‌ ଉପଯୋଗିତାରୁ ପ୍ରସ୍ତୁତ ହୋଇଥିବା ସଂଶୋଧନ XML / JSON ଅପ୍‌ଲୋଡ୍‌ କରନ୍ତୁ।

Data responsive


ଟିପ୍ପଣୀ: ଗୋଟିଏ ସଂଲଗ୍ନକର ସର୍ବାଧିକ ଆକାର 5 MB ହେବା ଉଚିତ୍।

ସୋପାନ 5: ଯଦି ପ୍ରଯୁଜ୍ୟ ତେବେ ଦାନ ଏବଂ ପୁଞ୍ଜି ଲାଭର ବିବରଣୀ ପ୍ରବେଶ କରନ୍ତୁ।

Data responsive


ସୋପାନ 6: ଅନୁରୋଧ ଦାଖଲ କରିବା ପାଇଁ ଜାରି ରଖନ୍ତୁରେ କ୍ଲିକ୍‌ କରନ୍ତୁ।

Data responsive


ସୋପାନ 7: ଦାଖଲ ହେବା ପରେ, ଏହା ଆପଣଙ୍କୁ ଇ-ସତ୍ୟାପନ ପୃଷ୍ଠାକୁ ନେଇଯିବ।

ଟିପ୍ପଣୀ: ଅଧିକ ଜାଣିବା ପାଇଁ ଇ-ସତ୍ୟାପନ କିପରି କରିବେ ଉପଭୋକ୍ତା ମାନୁଆଲ୍‌ ଅନୁସରଣ କରନ୍ତୁ।


ସୋପାନ 5.6b ଆୟକର ସଂଶୋଧନ: ରିଟର୍ଣ୍ଣ ତଥ୍ୟ ସଂଶୋଧନ (ଅନ୍‌ଲାଇନ୍‌)

ସୋପାନ 1: ଅନୁରୋଧ ପ୍ରକାରକୁ ରିଟର୍ଣ୍ଣ ତଥ୍ୟ ସଂଶୋଧନ (ଅନ୍‌ଲାଇନ୍‌) ଭାବରେ ଚୟନ କରନ୍ତୁ।

Data responsive


ସୋପାନ 2: ସଂଶୋଧନ କାରଣ ଚୟନ କରନ୍ତୁ - ଯଦି ପ୍ରଯୁଜ୍ୟ, ଆପଣ ପ୍ରତ୍ୟେକ ବର୍ଗ ଅଧୀନରେ ଏକାଧିକ କାରଣ ଚୟନ କରିପାରିବେ। ଏହାପରେ ଜାରି ରଖନ୍ତୁ ରେ କ୍ଲିକ୍ କରନ୍ତୁ।

Data responsive


ସୋପାନ 3: ପ୍ରଯୁଜ୍ୟ ଅନୁସୂଚୀ(ଗୁଡ଼ିକ) ଅଧୀନରେ ଥିବା ବିବରଣୀ ସଂଶୋଧନ କରିବା ପାଇଁ ବିବରଣୀ ଯୋଡ଼ନ୍ତୁ ରେ କ୍ଲିକ୍‌ କରନ୍ତୁ।

Data responsive


ସୋପାନ 4: ଆପଣ ସମସ୍ତ ଅନୁସୂଚୀ ଅଦ୍ୟତନ କରିବା ଶେଷ କରିବା ପରେ, ଜାରି ରଖନ୍ତୁ ରେ କ୍ଲିକ୍‌ କରନ୍ତୁ।

Data responsive


ସୋପାନ 5: ଦାଖଲ ପରେ, ଆପଣଙ୍କୁ ଇ-ସତ୍ୟାପନ ପୃଷ୍ଠାକୁ ନିଆଯିବ।

ଟିପ୍ପଣୀ: ଅଧିକ ଜାଣିବା ପାଇଁ କିପରି ଇ-ସତ୍ୟାପନ କରିବେ ଉପଭୋକ୍ତା ମାନୁଆଲ୍‌ ଦେଖନ୍ତୁ।

 

ସମ୍ପତ୍ତି କର ସଂଶୋଧନ ଅନୁରୋଧ


5.7 ସମ୍ପତ୍ତି କର ସଂଶୋଧନ: ରିଟର୍ଣ୍ଣ ପୁନଃ ପ୍ରକ୍ରିୟାକରଣ କରନ୍ତୁ

ସୋପାନ 1: ଅନୁରୋଧ ପ୍ରକାରକୁ ରିଟର୍ଣ୍ଣ ପୁନଃ ପ୍ରକ୍ରିୟାକରଣ କରନ୍ତୁ ଭାବରେ ଚୟନ କରନ୍ତୁ।

Data responsive


ଟିପ୍ପଣୀ: ଏହି ଅନୁରୋଧ କେବଳ ମୂଲ୍ୟାୟନ ବର୍ଷ 2014-15 ଏବଂ 2015-16 ପାଇଁ ଉପଲବ୍ଧ, କାରଣ କେନ୍ଦ୍ରୀୟ ବଜେଟ୍‌ 2016-17 ରେ ସମ୍ପତ୍ତି କର ଉଚ୍ଛେଦ କରାଯାଇଥିଲା।

ସୋପାନ 2: କର / ସୁଧ ହିସାବ ଚୟନ କରନ୍ତୁ ଏବଂ ଦାଖଲ କରନ୍ତୁ ରେ କ୍ଲିକ୍‌ କରନ୍ତୁ।

Data responsive


ସୋପାନ 3: ଦାଖଲ ହେବା ପରେ, ଏହା ଆପଣଙ୍କୁ ଇ-ସତ୍ୟାପନ ପୃଷ୍ଠାକୁ ନେଇଯିବ।

ଟିପ୍ପଣୀ: ଅଧିକ ଜାଣିବା ପାଇଁ କିପରି ଇ-ସତ୍ୟାପନ କରିବେ ଉପଭୋକ୍ତା ମାନୁଆଲ୍‌ ଦେଖନ୍ତୁ।


5.8 ସମ୍ପତ୍ତି କର ସଂଶୋଧନ: କର କ୍ରେଡିଟ୍ ଅମେଳର ସଂଶୋଧନ

ସୋପାନ 1:
ଅନୁରୋଧ ପ୍ରକାରକୁ କର କ୍ରେଡିଟ୍ ଅମେଳର ସଂଶୋଧନ ଭାବରେ ଚୟନ କରନ୍ତୁ।

Data responsive


ସୋପାନ 2: ପ୍ରକ୍ରିୟାକୃତ ହୋଇଥିବା ଆପଣଙ୍କ ରିଟର୍ଣ୍ଣରୁ ବିବରଣୀ ସମ୍ପାଦନ ଏବଂ ସଂଶୋଧନ ପାଇଁ ପ୍ରଦର୍ଶିତ ହେବ। ଯଦି ଆପଣ ଏକ ରେକର୍ଡ ସମ୍ପାଦନା କିମ୍ବା ବିଲୋପ କରିବା ଆବଶ୍ୟକ କରନ୍ତି, ସମ୍ପାଦନା କରନ୍ତୁ କିମ୍ବା ବିଲୋପ କରନ୍ତୁରେ କ୍ଲିକ୍‌ କରନ୍ତୁ। ଯଦି ଆପଣଙ୍କ ରେକର୍ଡ ଅସମ୍ପୂର୍ଣ୍ଣ ଅଟେ, ତେବେ ବିବରଣୀ ଯୋଡ଼ନ୍ତୁ ରେ କ୍ଲିକ୍‌ କରନ୍ତୁ।

Data responsive


ସୋପାନ 3: ଅନୁରୋଧ ଦାଖଲ କରିବା ପାଇଁ ଜାରି ରଖନ୍ତୁରେ କ୍ଲିକ୍‌ କରନ୍ତୁ।

Data responsive


ସୋପାନ 4: ଆପଣଙ୍କ ଅନୁରୋଧ ଦାଖଲ ହେବା ପରେ, ଆପଣଙ୍କୁ ଇ-ସତ୍ୟାପନ ପୃଷ୍ଠାକୁ ନିଆଯିବ

ଟିପ୍ପଣୀ: ଅଧିକ ଜାଣିବା ପାଇଁ କିପରି ଇ-ସତ୍ୟାପନ କରିବେ ଉପଭୋକ୍ତା ମାନୁଆଲ୍‌ ଦେଖନ୍ତୁ।

 

5.9 ସମ୍ପତ୍ତି କର ସଂଶୋଧନ: ରିଟର୍ଣ୍ଣ ତଥ୍ୟ ସଂଶୋଧନ (XML)

ସୋପାନ 1: ଅନୁରୋଧ ପ୍ରକାରକୁ ରିଟର୍ଣ୍ଣ ତଥ୍ୟ ସଂଶୋଧନ (XML) ଭାବରେ ଚୟନ କରନ୍ତୁ।

Data responsive


ସୋପାନ 2: ଟେକ୍ସଟ ବକ୍ସରେ ସଂଶୋଧନର କାରଣ ପ୍ରବେଶ କରନ୍ତୁ, ଏବଂ ITR ଅଫ୍‌ଲାଇନ୍‌ ଉପଯୋଗିତାରୁ ପ୍ରସ୍ତୁତ ହୋଇଥିବା ସଂଶୋଧନ XML ଅପ୍‌ଲୋଡ୍‌ କରିବା ପାଇଁ ସଂଲଗ୍ନକ ରେ କ୍ଲିକ୍‌ କରନ୍ତୁ। ତା’ପରେ, ଦାଖଲ କରନ୍ତୁରେ କ୍ଲିକ୍‌ କରନ୍ତୁ।

Data responsive

ଟିପ୍ପଣୀ: ଗୋଟିଏ ସଂଲଗ୍ନକର ସର୍ବାଧିକ ଆକାର 5 MB ହେବା ଉଚିତ୍।


ସୋପାନ 4: ଆପଣଙ୍କ ଅନୁରୋଧ ଦାଖଲ ହେବା ପରେ, ଆପଣଙ୍କୁ ଇ-ସତ୍ୟାପନ ପୃଷ୍ଠାକୁ ନିଆଯିବ

ଟିପ୍ପଣୀ: ଅଧିକ ଜାଣିବା ପାଇଁ କିପରି ଇ-ସତ୍ୟାପନ କରିବେ ଉପଭୋକ୍ତା ମାନୁଆଲ୍‌ ଦେଖନ୍ତୁ।


ସଫଳ ବୈଧକରଣ ପରେ, ଆପଣଙ୍କ ଅନୁରୋଧ ଦାଖଲ ହୋଇଯିବ। ଏକ ସଫଳତା ସନ୍ଦେଶ ପ୍ରଦର୍ଶିତ ହେବ। ଆପଣ ମଧ୍ୟ ଇ-ଫାଇଲିଂ ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା ଆପଣଙ୍କ ଇ-ମେଲ୍‌ ID ଏବଂ ମୋବାଇଲ୍‌ ନମ୍ବରରେ ଏକ ପୁଷ୍ଟିକରଣ ସନ୍ଦେଶ ପ୍ରାପ୍ତ କରନ୍ତୁ।

Data responsive

4. ସମ୍ବନ୍ଧିତ ବିଷୟଗୁଡ଼ିକ