ବୈଶିଷ୍ଟ୍ୟଗୁଡିକ
- ଆଇକନ୍
-
ଯେଉଁଠାରେ ଉପଯୁକ୍ତ ସେଠାରେ ଆଇକନ୍ଗୁଡ଼ିକ ସହ ଲେଖା ସଂଯୋଗ କରାଯାଇଛି, ଯାହା ଶିକ୍ଷଣ ଅକ୍ଷମତା ଥିବା ବ୍ୟବହାରକାରୀଙ୍କୁ ସହଜରେ ସୂଚନା ବୁଝିବା ପାଇଁ ସକ୍ଷମ କରିଥାଏ। ପ୍ରମୁଖ ନେଭିଗେସନ୍ ବିକଳ୍ପ ଏବଂ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ, ଯେପରିକି ପ୍ରିଣ୍ଟ, ଇମେଲ୍ ଇତ୍ୟାଦି ପାଇଁ ଟେକ୍ସଟ୍ ଲେବଲ୍ ସହିତ ଆଇକନ୍ ପ୍ରଦାନ କରାଯାଇଛି।
- ଫାଇଲ ପ୍ରକାର ଏବଂ ଫାଇଲ ଆକାରର ଚିହ୍ନଟ
-
ବିକଳ୍ପ ଫାଇଲ୍ ପ୍ରକାରଗୁଡିକ ବିଷୟରେ ସୂଚନା, ଯେପରିକି PDF ସହିତ ଫାଇଲ୍ ଆକାର ଲିଙ୍କ୍ ଟେକ୍ସଟ୍ ମଧ୍ୟରେ ପ୍ରଦାନ କରାଯାଇଛି ଯାହା ବ୍ୟବହାରକାରୀମାନଙ୍କୁ ତାହାକୁ ଚିହ୍ନିବାରେ ସାହାଯ୍ୟ କରିବ। ଏହା ବ୍ୟତୀତ, ବିଭିନ୍ନ ପ୍ରକାର ଫାଇଲ୍ ପାଇଁ ଲିଙ୍କ୍ ସହିତ ଆଇକନ୍ ପ୍ରଦାନ କରାଯାଇଛି। ଏହା ବ୍ୟବହାରକାରୀଙ୍କୁ ଲିଙ୍କ୍ ଆକ୍ସେସ୍ କରିବାକୁ ଚାହୁଁଛନ୍ତି କି ନାହିଁ ସ୍ଥିର କରିବାରେ ସାହାଯ୍ୟ କରେ। ଉଦାହରଣ ସ୍ୱରୂପ, ଯଦି ଏକ ଲିଙ୍କ୍ ଏକ PDF ଫାଇଲ୍ ଖୋଲେ, ଲିଙ୍କ୍ ଟେକ୍ସଟ୍ ଏହାର ଫାଇଲ୍ ଆକାର ଏବଂ ଫାଇଲ୍ ପ୍ରକାର ସୂଚିତ କରେ ।
- ଶୀର୍ଷକ
-
ୱେବ୍ ପେଜ୍ ବିଷୟବସ୍ତୁ ଉପଯୁକ୍ତ ଶୀର୍ଷକ ଏବଂ ଉପ-ଶୀର୍ଷକ ବ୍ୟବହାର କରି ସଂଗଠିତ ହୋଇଥାଏ ଯାହା ଏକ ପଠନୀୟ ସଂରଚନା ପ୍ରଦାନ କରିଥାଏ। H1 ମୁଖ୍ୟ ଶୀର୍ଷକକୁ ସୂଚାଇଥାଏ, ଯେତେବେଳେ କି H2 ଏକ ଉପ-ଶୀର୍ଷକକୁ ସୂଚାଇଥାଏ।
- ଶିରୋନାମା
-
ପ୍ରତ୍ୟେକ ୱେବ୍ ପେଜ୍ ପାଇଁ ଏକ ଉପଯୁକ୍ତ ନାମ ସୂଚିତ ହୋଇଛି ଯାହା ପେଜ୍ର ବିଷୟବସ୍ତୁକୁ ସହଜରେ ବୁଝିବାରେ ସାହାଯ୍ୟ କରେ।
- ବିକଳ୍ପ ଟେକ୍ସଟ୍
-
ଭିଜୁଆଲ୍ ଅକ୍ଷମତା ଥିବା ବ୍ୟବହାରକାରୀଙ୍କ ପାଇଁ ଏକ ପ୍ରତିଛବିର ସଂକ୍ଷିପ୍ତ ବର୍ଣ୍ଣନା ପ୍ରଦାନ କରାଯାଇଛି। ଯଦି ଆପଣ ଏକ ବ୍ରାଉଜର୍ ବ୍ୟବହାର କରୁଛନ୍ତି ଯାହା କେବଳ ଟେକ୍ସଟ୍କୁ ସମର୍ଥନ କରେ କିମ୍ବା ପ୍ରତିଛବି ପ୍ରଦର୍ଶନକୁ ବନ୍ଦ କରେ, ଆପଣ ତଥାପି ପ୍ରତିଛବିର ଅନୁପସ୍ଥିତିରେ ବିକଳ୍ପ ଟେକ୍ସଟ୍ ପଢ଼ି ପ୍ରତିଛବିଟି କ'ଣ ଜାଣିପାରିବେ।
- ସ୍ପଷ୍ଟ ଫର୍ମ ଲେବଲ୍ ଆସୋସିଏସନ୍
-
ଏକ ଲେବଲ୍ ଏହାର ସମ୍ପୃକ୍ତ ନିୟନ୍ତ୍ରଣ ଯେପରିକି ଟେକ୍ସଟ୍ ବକ୍ସ, ଚେକ୍ ବକ୍ସ, ରେଡିଓ ବଟନ୍ ଏବଂ ଡ୍ରପ୍-ଡାଉନ୍ ତାଲିକା ସହିତ ସଂଯୁକ୍ତ ହୋଇଛି। ଏହା ସହାୟକ ଉପକରଣଗୁଡ଼ିକୁ ଏକ ଫର୍ମରେ ନିୟନ୍ତ୍ରଣ ପାଇଁ ଲେବଲ୍ ଚିହ୍ନଟ କରିବାକୁ ସକ୍ଷମ କରିଥାଏ।
- ଫର୍ମ ନିର୍ଦ୍ଦେଶାବଳୀ ଏବଂ ତ୍ରୁଟି
-
ଯେତେବେଳେ ବ୍ୟବହାରକାରୀ ଫର୍ମକୁ ନେଭିଗେଟ୍ କରୁଛନ୍ତି ଏବଂ ଫର୍ମ ପୂରଣ କରୁଛନ୍ତି ସେତେବେଳେ ଫର୍ମଗୁଡିକ ପାଇଁ ନିର୍ଦ୍ଦେଶ ଟେକ୍ସଟ୍ ଏବଂ ତ୍ରୁଟି ସନ୍ଦେଶ ଗତିଶୀଳ ଭାବରେ ପ୍ରଦର୍ଶିତ ହୋଇଥାଏ।
- ସୁସଙ୍ଗତ ନାଭିଗେସନ୍ ବ୍ୟବସ୍ଥା
-
ସମଗ୍ର ୱେବ୍ସାଇଟ୍ରେ ନ୍ଯାଭିଗେସନ୍ ଏବଂ ଉପସ୍ଥାପନର ଶୈଳୀକୁ କ୍ରମାଗତ ଭାବରେ ଅନ୍ତର୍ଭୁକ୍ତ କରାଯାଇଛି। • କୀବୋର୍ଡ ସମର୍ଥନ: କୀବୋର୍ଡର ବ୍ୟବହାର କରି ଟ୍ୟାବ୍ ଏବଂ ସିଫ୍ଟ + ଟ୍ୟାବ୍ କୀ’କୁ ଟିପି ୱେବସାଇଟ୍ ବ୍ରାଉଜ୍ କରାଯାଇପାରିବ।
- କଷ୍ଟମାଇଜ୍ କରାଯାଇପାରୁଥିବା ଟେକ୍ସଟ୍ ଆକାର
-
ୱେବ୍ ପେଜ୍ଗୁଡ଼ିକରେ ଟେକ୍ସଟ୍ର ଆକାର ବ୍ରାଉଜର ମାଧ୍ୟମରେ କିମ୍ବା ଅଭିଗମ୍ୟତା ବିକଳ୍ପ ପେଜ୍ ମାଧ୍ୟମରେ କିମ୍ବା ପ୍ରତ୍ୟେକ ପେଜ୍ର ଶୀର୍ଷରେ ଥିବା ଟେକ୍ସଟ୍ ସାଇଜିଂ ଆଇକନ୍ ଉପରେ କ୍ଲିକ୍ କରି ପରିବର୍ତ୍ତନ କରାଯାଇପାରିବ। କଣ୍ଟ୍ରାଷ୍ଟ ସ୍କିମ୍ ଆଡଜଷ୍ଟ୍: ୱେବସାଇଟ୍ ଦୃଷ୍ଟିବାଧିତ ବ୍ୟବହାରକାରୀ ଯେମିତି ବର୍ଣ୍ଣାନ୍ଧ ବହାରକାରୀଙ୍କୁ ୱେବ୍ ପେଜ୍ ସୂଚନାକୁ ସହଜରେ ଦେଖିବା ପାଇଁ ସୁବିଧା ପ୍ରଦାନ କରେ। ୱେବ୍ ପେଜ୍ଗୁଡ଼ିକରେ କଣ୍ଟ୍ରାଷ୍ଟ ପରିବର୍ତ୍ତନ କରିବା ପାଇଁ ଉପଲବ୍ଧ ସୁବିଧା।