Do not have an account?
Already have an account?

 

ନିର୍ଦ୍ଧାରଣ ବର୍ଷ 2025-26 ପାଇଁ ବେତନ ପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ପ୍ରଯୁଜ୍ୟ ରିଟର୍ଣ୍ଣ ଏବଂ ଫର୍ମଗୁଡ଼ିକ

 

ଅସ୍ୱୀକରଣ: ଏହି ପୃଷ୍ଠାରେ ଥିବା ବିଷୟବସ୍ତୁ କେବଳ ଏକ ଅବଲୋକନ ଓ ସାଧାରଣ ମାର୍ଗଦର୍ଶନ ଦେବା ପାଇଁ ଉଦ୍ଦିଷ୍ଟ ଏବଂ ଏହା ସମ୍ପୂର୍ଣ୍ଣ ନୁହେଁ। ସଂପୂର୍ଣ୍ଣ ବିବରଣୀ ଏବଂ ମାର୍ଗଦର୍ଶିକା ପାଇଁ ଦୟାକରି ଆୟକର ଅଧିନିୟମ, ନିୟମାବଳୀ ଏବଂ ବିଜ୍ଞପ୍ତିଗୁଡ଼ିକ ଅନୁସରଣ କରନ୍ତୁ।

 

 

 

1. ITR -1 (ସହଜ) - କେବଳ ବ୍ୟକ୍ତିବିଶେଷଙ୍କ ପାଇଁ ପ୍ରଯୁଜ୍ୟ

ଏହି ରିଟର୍ଣ୍ଣ ଜଣେ ବାସିନ୍ଦା (ସାଧାରଣ ଭାବେ ବାସିନ୍ଦା ହୋଇନଥିବା ବ୍ୟକ୍ତିଙ୍କ ବ୍ୟତୀତ) ବ୍ୟକ୍ତିବିଶେଷଙ୍କ ପାଇଁ ପ୍ରଯୁଜ୍ୟ, ଯାହାଙ୍କର ନିମ୍ନଲିଖିତ ଯେକୌଣସି ଉତ୍ସରୁ ₹ 50 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମୁଦାୟ ଆୟ ରହିଛି।

ବେତନ / ପେନ୍‌ସନ୍

ଗୋଟିଏ ଗୃହ ସମ୍ପତ୍ତି

ଅନ୍ୟାନ୍ୟ ଉତ୍ସ (ସୁଧ, ପାରିବାରିକ ପେନ୍‌ସନ୍, ଲାଭାଂଶ ଇତ୍ୟାଦି)

₹ 5,000 ପର୍ଯ୍ୟନ୍ତ କୃଷି ଆୟ

112 ଅଧୀନରେ ପୁଞ୍ଜି ଲାଭରୁ ଆୟ ଟ.125000 ପର୍ଯ୍ୟନ୍ତ

 

ଟିପ୍ପଣୀ: ITR -1 ସେହି ବ୍ୟକ୍ତି ବ୍ୟବହାର କରିପାରିବେ ନାହିଁ ଯିଏ:

(a) ଏକ କମ୍ପାନୀରେ ଜଣେ ନିର୍ଦ୍ଦେଶକ ଅଟନ୍ତି
(b) ସ୍ୱଳ୍ପ ମିଆଦି ପୁଞ୍ଜି ଲାଭ କରୁଛନ୍ତି
(c) ଧାରା 112A ଅଧୀନରେ ଟ.1.25 ଲକ୍ଷରୁ ଅଧିକ ଦୀର୍ଘକାଳୀନ ପୁଞ୍ଜି ଲାଭ କରୁଛନ୍ତି
(d) ପୂର୍ବ ବର୍ଷ ଯେକୌଣସି ସମୟରେ କୌଣସି ଅଣତାଲିକାଭୁକ୍ତ ଇକ୍ୱିଟି ଶେୟାର୍‌ ରଖିଛନ୍ତି
(e) ଭାରତ ବାହାରେ ଯେକୌଣସି ସମ୍ପତ୍ତି ରହିଛି (ଯେକୌଣସି ସଂସ୍ଥାରେ ଆର୍ଥିକ ସମ୍ପୃକ୍ତି ସମେତ)
(f) ଭାରତ ବାହାରେ ଥିବା କୌଣସି ଖାତାରେ ସ୍ୱାକ୍ଷର କରିବାର ଅଧିକାର ରହିଛି
(g) ଭାରତ ବାହାରେ ଯେକୌଣସି ଉତ୍ସରୁ ଆୟ ରହିଛି
(h) ଜଣେ ବ୍ୟକ୍ତି ଯାହାଙ୍କ କ୍ଷେତ୍ରରେ ଧାରା 194N ଅଧୀନରେ କର କଟାଯାଇଛି
(e) ଜଣେ ବ୍ୟକ୍ତି ଯାହାଙ୍କ କ୍ଷେତ୍ରରେ ଦେୟ କିମ୍ବା କର କାଟ ESOPରେ ସ୍ଥଗିତ ରଖାଯାଇଛି
(i) ଯାହାଙ୍କର ଆୟର ଯେକୌଣସି ଶୀର୍ଷକ ଅଧୀନରେ କୌଣସି ପୂର୍ବରୁ ଆସିଥିବା କ୍ଷତି କିମ୍ବା ଆଗକୁ ନେବାକୁ ଥିବା କ୍ଷତି ରହିଛି

(h) ସମୁଦାୟ ଆୟ 50 ଲକ୍ଷ ଟଙ୍କାରୁ ଅଧିକ କରୁଛନ୍ତି।

     

2. ITR -2 - ବ୍ୟକ୍ତିବିଶେଷ (ITR 1 ପାଇଁ ଯୋଗ୍ୟ ନୁହେଁ) ଏବଂ HUF ପାଇଁ ପ୍ରଯୁଜ୍ୟ

ଏହି ରିଟର୍ଣ୍ଣ ବ୍ୟକ୍ତିବିଶେଷ ଏବଂ ହିନ୍ଦୁ ଅବିଭକ୍ତ ପରିବାର (HUF) ପାଇଁ ପ୍ରଯୁଜ୍ୟ

ବ୍ୟବସାୟ କିମ୍ବା ବୃତ୍ତିର ଲାଭ ଏବଂ ପ୍ରାପ୍ତି ବ୍ୟତୀତ ଅନ୍ୟ କୌଣସି ଶୀର୍ଷ ଅଧୀନରେ ଆୟ ରହିଛି।

ଯିଏ ITR -1 ଫାଇଲ୍ କରିବାକୁ ଯୋଗ୍ୟ ନୁହଁନ୍ତି

 

3. ITR-3- ବ୍ୟକ୍ତିବିଶେଷ ଏବଂ HUF ପାଇଁ ପ୍ରଯୁଜ୍ୟ

ଏହି ରିଟର୍ଣ୍ଣ ବ୍ୟକ୍ତିବିଶେଷ ଏବଂ ହିନ୍ଦୁ ଅବିଭକ୍ତ ପରିବାର (HUF) ପାଇଁ ପ୍ରଯୁଜ୍ୟ

ବେତନ / ପେନ୍‌ସନ୍‌, ଗୃହ ସମ୍ପତ୍ତି, ବ୍ୟବସାୟ କିମ୍ବା ବୃତ୍ତିରୁ ଲାଭ, ପୁଞ୍ଜି ଲାଭ କିମ୍ବା ଅନ୍ୟ ଉତ୍ସରୁ ଆୟ ଶୀର୍ଷକ ଅଧୀନରେ ଆୟ ରହିଛି।

ଯିଏ ITR-1, ITR-2 କିମ୍ବା ITR-4 ଫାଇଲ୍ କରିବାକୁ ଯୋଗ୍ୟ ନୁହଁନ୍ତି

 

4. ITR-4 (ସୁଗମ) - ବ୍ୟକ୍ତିବିଶେଷ, HUF ଏବଂ ଫାର୍ମ ପାଇଁ ପ୍ରଯୁଜ୍ୟ (LLP ବ୍ୟତୀତ)

ଏହି ରିଟର୍ଣ୍ଣ ବ୍ୟକ୍ତିବିଶେଷ କିମ୍ବା ହିନ୍ଦୁ ଅବିଭକ୍ତ ପରିବାର (HUF) ପାଇଁ ପ୍ରଯୁଜ୍ୟ, ଯିଏ ବାସିନ୍ଦା କିନ୍ତୁ ସାଧାରଣ ଭାବେ ବାସିନ୍ଦା ହୋଇନଥିବା ବ୍ୟକ୍ତି ବ୍ୟତୀତ କିମ୍ୱା ଏକ ଫାର୍ମ (LLP ବ୍ୟତୀତ) ଯାହାର ମୋଟ ଆୟ ବ୍ୟବସାୟ କିମ୍ବା ବୃତ୍ତିରୁ ଆସୁଛି ଯାହାର ଗଣନା ଅନୁମାନମୂଳକ ଆଧାରରେ (ଧାରା 44AD / 44ADA / 44AE) କରାଯାଏ ଏବଂ ନିମ୍ନଲିଖିତ ଯେକୌଣସି ଉତ୍ସରୁ ଆୟ ରହିଛି:

ବେତନ / ପେନ୍‌ସନ୍

ଗୋଟିଏ ଗୃହ ସମ୍ପତ୍ତି

ଅନ୍ୟାନ୍ୟ ଉତ୍ସ (ସୁଧ, ପାରିବାରିକ ପେନ୍‌ସନ୍, ଲାଭାଂଶ ଇତ୍ୟାଦି)

₹ 5,000 ପର୍ଯ୍ୟନ୍ତ କୃଷି ଆୟ

 

 

ଟିପ୍ପଣୀ 1:

ITR-4 ସେହି ବ୍ୟକ୍ତି ବ୍ୟବହାର କରିପାରିବେ ନାହିଁ ଯିଏ:

(a) ଏକ କମ୍ପାନୀରେ ଜଣେ ନିର୍ଦ୍ଦେଶକ ଅଟନ୍ତି

(b) ସ୍ୱଳ୍ପମିଆଦି ପୁଞ୍ଜି ଲାଭ ଅଛି

(c) ଧାରା 112A ଅଧୀନରେ ଟ.1.25ଲକ୍ଷରୁ ଅଧିକ ଦୀର୍ଘକାଳୀନ ପୁଞ୍ଜି ଲାଭ ଅଛି

(d) ପୂର୍ବ ବର୍ଷ ଯେକୌଣସି ସମୟରେ କୌଣସି ଅଣତାଲିକାଭୁକ୍ତ ଇକ୍ୱିଟି ଶେୟାର୍‌ ରଖିଛନ୍ତି

(e) ଭାରତ ବାହାରେ ଯେକୌଣସି ସମ୍ପତ୍ତି ରହିଛି (ଯେକୌଣସି ସଂସ୍ଥାରେ ଆର୍ଥିକ ସମ୍ପୃକ୍ତି ସମେତ)

(f) ଭାରତ ବାହାରେ ଥିବା କୌଣସି ଖାତାରେ ସ୍ୱାକ୍ଷର କରିବାର ଅଧିକାର ରହିଛି

(g) ଭାରତ ବାହାରେ ଯେକୌଣସି ଉତ୍ସରୁ ଆୟ ରହିଛି

(h) ଜଣେ ବ୍ୟକ୍ତି ଯାହାଙ୍କ କ୍ଷେତ୍ରରେ ଦେୟ କିମ୍ବା କର କାଟ ESOPରେ ସ୍ଥଗିତ ରଖାଯାଇଛି

(i) ଯାହାଙ୍କର ଆୟର ଯେକୌଣସି ଶୀର୍ଷକ ଅଧୀନରେ କୌଣସି ପୂର୍ବରୁ ଆସିଥିବା କ୍ଷତି କିମ୍ବା ଆଗକୁ ନେଇଯିବା କ୍ଷତି ଅଛି।

(j) ଯାହାଙ୍କ ଆୟ ସମୁଦାୟ 50 ଲକ୍ଷ ଟଙ୍କାରୁ ଅଧିକ

 

ଟିପ୍ପଣୀ:2 ITR-4 (ସୁଗମ) ବାଧ୍ୟତାମୂଳକ ନୁହେଁ। ଏହା ଏକ ସରଳୀକୃତ ରିଟର୍ଣ୍ଣ ଫର୍ମ ଯାହା ଜଣେ କରଦାତାଙ୍କ ଦ୍ୱାରା ତାଙ୍କ ଇଛା ଅନୁଯାୟୀ ବ୍ୟବହୃତ ହେବ, ଯଦି ସେ ଧାରା 44AD, 44ADA କିମ୍ବା 44AE ଅଧୀନରେ ଆନୁମାନିକ ଆଧାରରେ ବ୍ୟବସାୟ କିମ୍ବା ବୃତ୍ତିରୁ ଲାଭ ଏବଂ ପ୍ରାପ୍ତି ଘୋଷଣା କରିବାକୁ ଉପଯୁକ୍ତ।

ପ୍ରଯୁଜ୍ୟ ଫର୍ମଗୁଡ଼ିକ

1. ଫର୍ମ 12BB - କର କାଟ ପାଇଁ ଜଣେ କର୍ମଚାରୀଙ୍କ ଦ୍ୱାରା ଦାବିର ବିବରଣୀ (ଧାରା 192 ଅଧୀନରେ)

ଯାହା ଦ୍ୱାରା ପ୍ରଦାନ କରାଯାଇଛି

ଫର୍ମରେ ଦିଆଯାଇଥିବା ବିବରଣୀ

ନିଯୁକ୍ତିଦାତା (ମାନ)ଙ୍କୁ ଜଣେ କର୍ମଚାରୀ

ଉତ୍ସରୁ କଟାଯିବାକୁ ଥିବା କର (TDS) ଗଣନା ଉଦ୍ଦେଶ୍ୟରେ HRA, LTC, ଗୃହ ଋଣ ଉପରେ ସୁଧ ରିହାତି, ଯୋଗ୍ୟ ପୈଠ କିମ୍ବା ନିବେଶ ଉପରେ କର ସଞ୍ଚୟ ଦାବି / ରିହାତିର ପ୍ରମାଣ ବା ବିବରଣୀ

 

2. ଫର୍ମ 16 - ବେତନ ଉପରେ ଉତ୍ସରୁ କଟାଯାଇଥିବା କର ପ୍ରମାଣପତ୍ର (ଆୟକର ଅଧିନିୟମ, 1961ର ଧାରା 203 ଅଧୀନରେ)

ଯାହା ଦ୍ୱାରା ପ୍ରଦାନ କରାଯାଇଛି

ଫର୍ମରେ ଦିଆଯାଇଥିବା ବିବରଣୀ

ବିତ୍ତ ବର୍ଷ ଶେଷରେ ଜଣେ ନିଯୁକ୍ତିଦାତା(ମାନେ) ତାଙ୍କ କର୍ମଚାରୀଙ୍କ ପାଇଁ

ପୈଠଯୋଗ୍ୟ / ଫେରସ୍ତଯୋଗ୍ୟ କର ହିସାବ କରିବା ଉଦ୍ଦେଶ୍ୟରେ କର୍ମଚାରୀଙ୍କ ଆୟ, ରିହାତି / ଛାଡ଼ ଉତ୍ସରେ କଟା ଯାଇଥିବା କର

 

3. ଫର୍ମ 16A - ବେତନ ବ୍ୟତୀତ ଅନ୍ୟ ଆୟ ଉପରେ TDS ପାଇଁ ଆୟକର ଅଧିନିୟମ, 1961ର ଧାରା 203 ଅଧୀନରେ ପ୍ରମାଣପତ୍ର

ଯାହା ଦ୍ୱାରା ପ୍ରଦାନ କରାଯାଇଛି

ଫର୍ମରେ ଦିଆଯାଇଥିବା ବିବରଣୀ

ରିହାତିକାରୀଙ୍କ ଠାରୁ ରିହାତି ପ୍ରାପକ

ଫର୍ମ 16A ହେଉଛି ଉତ୍ସରୁ କଟାଯାଇଥିବା କର (TDS) ପ୍ରମାଣପତ୍ର ଯାହା ତ୍ରୈମାସିକ ଭାବରେ ଜାରି କରାଯାଏ ଯେଉଁଥିରେ TDS ର ପରିମାଣ, ଦେୟର ପ୍ରକୃତି ଏବଂ ଆୟକର ବିଭାଗରେ ଜମା ହୋଇଥିବା TDS ପେମେଣ୍ଟର ବିବରଣୀ ରହିଥାଏ

 

4. ଫର୍ମ 67- ଭାରତ ବାହାରେ ଏକ ଦେଶ କିମ୍ବା ନିର୍ଦ୍ଦିଷ୍ଟ ଅଞ୍ଚଳରୁ ଆୟର ବିବରଣୀ ଏବଂ ବିଦେଶୀ କର ଜମା

ଯାହା ଦ୍ୱାରା ଦାଖଲ ହୋଇଛି

ଫର୍ମରେ ଦିଆଯାଇଥିବା ବିବରଣୀ

ଧାରା 139(1) ଅଧୀନରେ ଧାର୍ଯ୍ୟ ତାରିଖ କିମ୍ବା ଏହା ପୂର୍ବରୁ ITR ପ୍ରଦାନ କରିବାକୁ ଥିବା କରଦାତା

ଭାରତ ବାହାରେ ଥିବା ଏକ ଦେଶ କିମ୍ବା ନିର୍ଦ୍ଦିଷ୍ଟ ଅଞ୍ଚଳରୁ ଆୟ ଏବଂ ଦାବି କରାଯାଇଥିବା ବିଦେଶୀ କର ଜମା

 

5.

ଫର୍ମ 26 AS

AIS (ବାର୍ଷିକ ସୂଚନା ବିବରଣୀ)

ଯାହା ଦ୍ୱାରା ପ୍ରଦାନ କରାଯାଇଛି:

ଆୟକର ବିଭାଗ (ଏହା ଇ-ଫାଇଲିଂ ପୋର୍ଟାଲରେ ଉପଲବ୍ଧ:

ଲଗ୍‌ଇନ୍ କରନ୍ତୁ > ଇ-ଫାଇଲ୍ କରନ୍ତୁ > ଆୟକର ରିଟର୍ଣ୍ଣ > ଫର୍ମ 26AS ଦେଖନ୍ତୁ)

ଫର୍ମରେ ଦିଆଯାଇଥିବା ବିବରଣୀ:

ଉତ୍ସରୁ କର କଟାଯାଇଛି/ ସଂଗ୍ରହ କରାଯାଇଛି।

ଯାହା ଦ୍ୱାରା ପ୍ରଦାନ କରାଯାଇଛି:

ଆୟକର ବିଭାଗ (ଆୟକର ଇ-ଫାଇଲିଂ ପୋର୍ଟାଲରେ ଲଗ୍ ଇନ୍ କରିବା ପରେ ଏହା ଉପଲବ୍ଧ)

ଇ-ଫାଇଲିଂ ପୋର୍ଟାଲ୍ > ଲଗ୍ଇନ୍ କରନ୍ତୁ > AIS କୁ ଯାଆନ୍ତୁ

ଫର୍ମରେ ଦିଆଯାଇଥିବା ବିବରଣୀ:

  • ଉତ୍ସରୁ କଟାଯାଇଥିବା / ସଂଗୃହିତ କର
  • SFT ସୂଚନା
  • କରଗୁଡ଼ିକର ପୈଠ
  • ଦାବି / ରିଫଣ୍ଡ୍

ଅନ୍ୟାନ୍ୟ ସୂଚନା (ଯେପରିକି ବିଚାରାଧୀନ / ସମ୍ପୂର୍ଣ୍ଣ ହୋଇଥିବା ପ୍ରକ୍ରିୟା, GST ସୂଚନା, ବିଦେଶୀ ସରକାରଙ୍କଠାରୁ ପ୍ରାପ୍ତ ସୂଚନା ଇତ୍ୟାଦି)

 

6. ଫର୍ମ 15G - ନିବାସୀ କରଦାତାଙ୍କ (ଏକ କମ୍ପାନୀ କିମ୍ବା ଫାର୍ମ ନୁହେଁ) ଦ୍ୱାରା କର କାଟ ବିନା କେତେକ ପ୍ରାପ୍ତିର ଦାବି କରିବାର ଘୋଷଣା

ଯାହା ଦ୍ୱାରା ଦାଖଲ ହୋଇଛି

ଫର୍ମରେ ଦିଆଯାଇଥିବା ବିବରଣୀ

ଯଦି ଆୟ ମୌଳିକ ଛାଡ ସୀମାରୁ କମ୍ ଥାଏ, ତେବେ ସୁଧ ଆୟ ଉପରେ TDS ନ କାଟିବା ପାଇଁ ବ୍ୟାଙ୍କକୁ 60 ବର୍ଷରୁ କମ୍ ବୟସର ଜଣେ ନିବାସୀ ବ୍ୟକ୍ତିବିଶେଷ କିମ୍ବା HUF କିମ୍ବା ଅନ୍ୟ କୌଣସି ବ୍ୟକ୍ତି (କମ୍ପାନୀ / ଫାର୍ମ ବ୍ୟତୀତ)

ବିତ୍ତ ବର୍ଷ ପାଇଁ ଆକଳିତ ଆୟ

 

7. ଫର୍ମ 15H - ଜଣେ ନିବାସୀ ବ୍ୟକ୍ତିବିଶେଷଙ୍କ (ଯାହାଙ୍କର ବୟସ 60 ବର୍ଷ କିମ୍ବା ଅଧିକ) ଦ୍ୱାରା କର କାଟ ବିନା କେତେକ ପ୍ରାପ୍ତିର ଦାବି ପାଇଁ କରାଯିବାକୁ ଥିବା ଘୋଷଣା

ଯାହା ଦ୍ୱାରା ଦାଖଲ ହୋଇଛି

ଫର୍ମରେ ଦିଆଯାଇଥିବା ବିବରଣୀ

60 ବର୍ଷ କିମ୍ବା ତା'ଠାରୁ ଅଧିକ ବୟସର ଜଣେ ନିବାସୀ ବ୍ୟକ୍ତି, ବ୍ୟାଙ୍କକୁ ସୁଧ ଆୟ ଉପରେ TDS ନକାଟିବା ପାଇଁ

ବିତ୍ତ ବର୍ଷ ପାଇଁ ଆକଳିତ ଆୟ

 

8. ଫର୍ମ 10E - ଯେତେବେଳେ ବେତନ ବାକି କିମ୍ବା ଅଗ୍ରୀମ ଭାବରେ ପୈଠ କରାଯାଇଥାଏ ସେତେବେଳେ ଧାରା 89(1) ଅଧୀନରେ ରିଲିଫ୍ ଦାବି ପାଇଁ ଆୟର ସବିଶେଷ ବିବରଣୀ ପ୍ରଦାନ କରିବା ପାଇଁ ଫର୍ମ

ଯାହା ଦ୍ୱାରା ପ୍ରଦାନ କରାଯାଇଛି

ଫର୍ମରେ ଦିଆଯାଇଥିବା ବିବରଣୀ

ଜଣେ କର୍ମଚାରୀ ଆୟକର ବିଭାଗକୁ

  • ବାକି / ଅଗ୍ରୀମ ବେତନ
  • ଆନୁତୋଷିକ
  • ସମାପ୍ତି ସମୟରେ କ୍ଷତିପୂରଣ
  • ପେନ୍‌ସନ୍‌ର ଲଘୁକରଣ

 

ନିର୍ଦ୍ଧାରଣ ବର୍ଷ 2025-26*** ପାଇଁ କର ସ୍ଲାବ୍

  • ବିତ୍ତ ଅଧିନିୟମ 2024 ନିର୍ଦ୍ଧାରଣ ବର୍ଷ 2024-25 ରୁ କାର୍ଯ୍ୟକ୍ଷମ ଭାବରେ ଧାରା 115 BAC ବ୍ୟବସ୍ଥାରେ ସଂଶୋଧନ କରିଛି ଯାହା ଦ୍ୱାରା ବ୍ୟକ୍ତିବିଶେଷ, HUF, AOP (ସମବାୟ ସମିତି ହୋଇ ନଥିବ), BOI କିମ୍ୱା AOP ପରି କରଦାତାମାନଙ୍କ ପାଇଁ ନୂତନ କର ବ୍ୟବସ୍ଥାକୁ ପୂର୍ବନିର୍ଦ୍ଧାରିତ କର ବ୍ୟବସ୍ଥା କରାଯାଇପାରିବ। ତେବେ, ଯୋଗ୍ୟ କରଦାତାଙ୍କ ପାଖରେ ଡିଫଲ୍ଟ କର ବ୍ୟବସ୍ଥାରୁ ଓହରିଯିବା ଏବଂ ପୁରୁଣା କର ବ୍ୟବସ୍ଥା ଅଧୀନରେ କର ଦେବାର ବିକଳ୍ପ ରହିଛି। ପୂରାତନ କର ବ୍ୟବସ୍ଥା ନୂତନ କର ବ୍ୟବସ୍ଥା ଆରମ୍ଭ ହେବା ପୂର୍ବରୁ ଥିବା ଆୟକର ଗଣନା ଓ ସ୍ଲାବ୍‌ ବ୍ୟବସ୍ଥାକୁ ବୁଝାଏ। ପୁରୁଣା କର ବ୍ୟବସ୍ଥାରେ କରଦାତାମାନଙ୍କୁ ବିଭିନ୍ନ କର ରିହାତି ଏବଂ ଛାଡ଼ ଦାବି କରିବାର ବିକଳ୍ପ ରହିଛି। ତେବେ ଡିଫଲ୍ଟ କର ବ୍ୟବସ୍ଥାରେ କର ହାର ପୁରୁଣା କର ବ୍ୟବସ୍ଥା ଠାରୁ କମ୍‌ ଅଟେ।
  • "ଅଣ-ବ୍ୟବସାୟ ମାମଲା" କ୍ଷେତ୍ରରେ, କ୍ଷେତ୍ରରେ ଡିଫଲ୍ଟ କର ବ୍ୟବସ୍ଥାକୁ ବଦଳାଇବା ବିକଳ୍ପ ପ୍ରତ୍ୟେକ ବର୍ଷ ପ୍ରତ୍ୟକ୍ଷ ଭାବେ ITRରେ ବ୍ୟବହାର କରାଯାଇ ପାରିବ ଏବଂ ଏପରି ITR ଧାରା 139(1) ଅନ୍ତର୍ଗତ ଧାର୍ଯ୍ୟ ତାରିଖ କିମ୍ୱା ତାହା ପୂର୍ବରୁ ପୂରଣ କରାଯିବା ଆବଶ୍ୟକ।
  • ବ୍ୟବସାୟ ଏବଂ ବୃତ୍ତିରୁ ଆୟ କରୁଥିବା ଯୋଗ୍ୟ କରଦାତାଙ୍କ କ୍ଷେତ୍ରରେ, ଯଦି କରଦାତା କର ବ୍ୟବସ୍ଥାରୁ ଓହରି ଯିବାକୁ ଚାହୁଁଛନ୍ତି, ତେବେ ସେମାନଙ୍କୁ ଆୟର ରିଟର୍ଣ୍ଣ ପ୍ରଦାନ କରିବା ପାଇଁ ଧାରା 139(1) ଅଧୀନରେ ଧାର୍ଯ୍ୟ ତାରିଖରେ କିମ୍ବା ପୂର୍ବରୁ ଫର୍ମ -10- IEA ଦାଖଲ କରିବାକୁ ହେବ। • ଏହାସହିତ, ଏହିପରି ବିକଳ୍ପ ପ୍ରତ୍ୟାହାର ଉଦ୍ଦେଶ୍ୟରେ ଅର୍ଥାତ୍ ନୂତନ କର ବ୍ୟବସ୍ଥାକୁ ପୁନଃପ୍ରବେଶ ମଧ୍ୟ ଆୟର ରିଟର୍ଣ୍ଣ ପ୍ରଦାନ କରିବା ପାଇଁ ଧାରା 139(4) ଅଧୀନରେ ଧାର୍ଯ୍ୟ ତାରିଖରେ କିମ୍ବା ପୂର୍ବରୁ ଫର୍ମ -.10- IEA ଦାଖଲ ମାଧ୍ୟମରେ କରିହେବ। ଅଥଚ, ପୁରୁଣା କର ବ୍ୟବସ୍ଥାକୁ ପ୍ରତ୍ୟାହାର କରିବା ଓ ଡିଫଲ୍ଟ କର ବ୍ୟବସ୍ଥାରେ ପୁନଃ ପ୍ରବେଶ କରିବା ବିକଳ୍ପ କେବଳ ପରବର୍ତ୍ତୀ AYରେ ଉପଲବ୍ଧ ହେବ ଓ ବ୍ୟବସାୟ ଓ ବୃତ୍ତିରୁ ଆୟ କରୁଥିବା ଜଣେ ଯୋଗ୍ୟ କରଦାତାଙ୍କ ପୂର୍ଣ୍ଣ ଜୀବନକାଳରେ କେବଳ ଥରେ ମାତ୍ର ଉପଲବ୍ଧ ହେବ।
  1. ପୂର୍ବ ବର୍ଷଗୁଡ଼ିକରେ ଯେକୌଣସି ସମୟରେ 60 ବର୍ଷରୁ କମ୍ ବ୍ୟକ୍ତି (ବାସିନ୍ଦା କିମ୍ବା ଅଣବାସିନ୍ଦା)ଙ୍କ ପାଇଁ କର ହାର ନିମ୍ନରେ ପ୍ରଦାନ କରାଯାଇଛି:

 

ପୁରୁଣା କର ବ୍ୟବସ୍ଥା

ଧାରା 115BAC ଅଧୀନରେ ନୂତନ କର ବ୍ୟବସ୍ଥା

ଆୟକର ସ୍ଲାବ

ଆୟକର ହାର

*ଅଧିକର

ଆୟକର ସ୍ଲାବ

ଆୟକର ହାର

*ଅଧିକର

₹ 2,50,000 ପର୍ଯ୍ୟନ୍ତ

ଶୂନ୍ୟ

ଶୂନ୍ୟ

₹ 3,00,000 ପର୍ଯ୍ୟନ୍ତ

ଶୂନ୍ୟ

ଶୂନ୍ୟ

₹ 2,50,001 - ₹ 5,00,000**

₹ 2,50,000 ଉପରେ 5%

ଶୂନ୍ୟ

₹ 3,00,001 - ₹ 7,00,000**

₹ 3,00,000 ଉପରେ 5%

ଶୂନ୍ୟ

₹ 5,00,001 - ₹ 10,00,000

₹ 5,00,000 ଉପରେ ₹ 12,500 + 20%

ଶୂନ୍ୟ

₹ 7,00,001 - ₹ 10,00,000

₹ 7,00,000 ଉପରେ ₹ 20,000 + 10%

ଶୂନ୍ୟ

₹ 10,00,001- ₹ 50,00,000

₹ 10,00,000 ଉପରେ ₹ 1,12,500 + 30%

ଶୂନ୍ୟ

₹ 10,00,001 - ₹ 12,00,000

₹ 10,00,000 ଉପରେ ₹ 50,000 + 15%

ଶୂନ୍ୟ

₹ 50,00,001- ₹ 100,00,000

₹ 10,00,000 ଉପରେ ₹ 1,12,500 + 30%

10%

₹ 12,00,001 - ₹ 15,00,000

₹ 12,00,000 ଉପରେ ₹ 80,000 + 20%

ଶୂନ୍ୟ

₹ 100,00,001- ₹ 200,00,000

₹ 10,00,000 ଉପରେ ₹ 1,12,500 + 30%

15%

₹ 15,00,001- ₹ 50,00,000

₹ 15,00,000 ଉପରେ ₹ 1,40,000 + 30%

ଶୂନ୍ୟ

₹ 200,00,001- ₹ 500,00,000

₹ 10,00,000 ଉପରେ ₹ 1,12,500 + 30%

25%

₹ 50,00,001- ₹ 100,00,000

₹ 15,00,000 ଉପରେ ₹ 1,40,000 + 30%

10%

₹ 500,00,000ରୁ ଅଧିକ

₹ 10,00,000 ଉପରେ ₹ 1,12,500 + 30%

37%

₹ 100,00,001- ₹ 200,00,000

₹ 15,00,000 ଉପରେ ₹ 1,40,000 + 30%

15%

 

 

 

₹ 200,00,001ରୁ ଅଧିକ

₹ 15,00,000 ଉପରେ ₹ 1,40,000 + 30%

25%

 

  1. ପୂର୍ବ ବର୍ଷରେ ଯେକୌଣସି ସମୟରେ 60 ବର୍ଷ କିମ୍ବା ଅଧିକ କିନ୍ତୁ 80 ବର୍ଷରୁ କମ୍ ଆୟୁର ବ୍ୟକ୍ତିବିଶେଷଙ୍କ (ବାସିନ୍ଦା କିମ୍ବା ଅଣ-ବାସିନ୍ଦା) ପାଇଁ କର ହାର ନିମ୍ନରେ ପ୍ରଦାନ କରାଯାଇଛି:

 

ପୁରୁଣା କର ବ୍ୟବସ୍ଥା

ଧାରା 115BAC(1A) ଅଧିନରେ ଡିଫଳ୍ଟ କର ବ୍ୟବସ୍ଥା

ଆୟକର ସ୍ଲାବ

ଆୟକର ହାର

*ଅଧିକର

ଆୟକର ସ୍ଲାବ

ଆୟକର ହାର

*ଅଧିକର

₹ 3,00,000 ପର୍ଯ୍ୟନ୍ତ

ଶୂନ୍ୟ

ଶୂନ୍ୟ

₹ 3,00,000 ପର୍ଯ୍ୟନ୍ତ

ଶୂନ୍ୟ

ଶୂନ୍ୟ

₹ 3,00,001 - ₹ 5,00,000**

₹ 3,00,000 ଉପରେ 5%

ଶୂନ୍ୟ

₹ 3,00,001 - ₹ 7,00,000**

₹ 3,00,000 ଉପରେ 5%

ଶୂନ୍ୟ

₹ 5,00,001 - ₹ 10,00,000

₹ 5,00,000 ଉପରେ ₹ 10,000 + 20%

ଶୂନ୍ୟ

₹ 7,00,001 - ₹ 10,00,000

₹ 7,00,000 ଉପରେ ₹ 20,000 + 10%

ଶୂନ୍ୟ

₹ 10,00,001- ₹ 50,00,000

₹ 10,00,000 ଉପରେ ₹ 1,10,000 + 30%

ଶୂନ୍ୟ

₹ 10,00,001 - ₹ 12,00,000

₹ 10,00,000 ଉପରେ ₹ 50,000 + 15%

ଶୂନ୍ୟ

₹ 50,00,001- ₹ 100,00,000

₹ 10,00,000 ଉପରେ ₹ 1,10,000 + 30%

10%

₹ 12,00,001 - ₹ 15,00,000

₹ 12,00,000 ଉପରେ ₹ 80,000 + 20%

ଶୂନ୍ୟ

₹ 100,00,001- ₹ 200,00,000

₹ 10,00,000 ଉପରେ ₹ 1,10,000 + 30%

15%

₹ 15,00,001- ₹ 50,00,000

₹ 15,00,000 ଉପରେ ₹ 1,40,000 + 30%

ଶୂନ୍ୟ

₹ 200,00,001- ₹ 500,00,000

₹ 10,00,000 ଉପରେ ₹ 1,10,000 + 30%

25%

₹ 50,00,001- ₹ 100,00,000

₹ 15,00,000 ଉପରେ ₹ 1,40,000 + 30%

10%

₹ 500,00,000ରୁ ଅଧିକ

₹ 10,00,000 ଉପରେ ₹ 1,10,000 + 30%

37%

₹ 100,00,001- ₹ 200,00,000

₹ 15,00,000 ଉପରେ ₹ 1,40,000 + 30%

15%

 

 

 

₹ 200,00,001ରୁ ଅଧିକ

₹ 15,00,000 ଉପରେ ₹ 1,40,000 + 30%

25%

  1. ପୂର୍ବ ବର୍ଷରେ ଯେକୌଣସି ସମୟରେ 80 ବର୍ଷ କିମ୍ବା ତା'ଠାରୁ ଅଧିକ ଆୟୁର ବ୍ୟକ୍ତିବିଶେଷଙ୍କ (ବାସିନ୍ଦା କିମ୍ବା ଅଣ-ବାସିନ୍ଦା) ପାଇଁ କର ହାର ନିମ୍ନରେ ପ୍ରଦାନ କରାଯାଇଛି:

ପୁରୁଣା କର ବ୍ୟବସ୍ଥା

ଧାରା 115BAC(1A) ଅଧିନରେ ନୂତନ କର ବ୍ୟବସ୍ଥା

ଆୟକର ସ୍ଲାବ

ଆୟକର ହାର

*ଅଧିକର

ଆୟକର ସ୍ଲାବ

ଆୟକର ହାର

*ଅଧିକର

₹ 5,00,000 ପର୍ଯ୍ୟନ୍ତ

ଶୂନ୍ୟ

ଶୂନ୍ୟ

₹ 3,00,000 ପର୍ଯ୍ୟନ୍ତ

ଶୂନ୍ୟ

ଶୂନ୍ୟ

₹ 5,00,001 - ₹ 10,00,000

₹ 5,00,000 ଉପରେ 20%

ଶୂନ୍ୟ

₹ 3,00,001 - ₹ 7,00,000**

₹ 3,00,000 ଉପରେ 5%

ଶୂନ୍ୟ

₹ 10,00,001- ₹ 50,00,000

₹ 10,00,000 ଉପରେ ₹ 1,00,000 + 30%

ଶୂନ୍ୟ

₹ 7,00,001 - ₹ 10,00,000

₹ 7,00,000 ଉପରେ ₹ 20,000 + 10%

ଶୂନ୍ୟ

₹ 50,00,001- ₹ 100,00,000

₹ 10,00,000 ଉପରେ ₹ 1,00,000 + 30%

10%

₹ 10,00,001 - ₹ 12,00,000

₹ 10,00,000 ଉପରେ ₹ 50,000 + 15%

ଶୂନ୍ୟ

₹ 100,00,001- ₹ 200,00,000

₹ 10,00,000 ଉପରେ ₹ 1,00,000 + 30%

15%

₹ 12,00,001 - ₹ 15,00,000

₹ 12,00,000 ଉପରେ ₹ 80,000 + 20%

ଶୂନ୍ୟ

₹ 200,00,001- ₹ 500,00,000

₹ 10,00,000 ଉପରେ ₹ 1,00,000 + 30%

25%

₹ 15,00,001- ₹ 50,00,000

₹ 15,00,000 ଉପରେ ₹ 1,40,000 + 30%

ଶୂନ୍ୟ

₹ 500,00,000ରୁ ଅଧିକ

₹ 10,00,000 ଉପରେ ₹ 1,00,000 + 30%

37%

₹ 50,00,001- ₹ 100,00,000

₹ 15,00,000 ଉପରେ ₹ 1,40,000 + 30%

10%

 

 

 

₹ 100,00,001- ₹ 200,00,000

₹ 15,00,000 ଉପରେ ₹ 1,40,000 + 30%

15%

 

 

 

₹ 200,00,001ରୁ ଅଧିକ

₹ 15,00,000 ଉପରେ ₹ 1,40,000 + 30%

25%

*ଟିପ୍ପଣୀ: ଧାରା 111A, 112, 112A ଏବଂ ଲାଭାଂଶ ଆୟ ଅଧୀନରେ କରଯୋଗ୍ୟ ଆୟରୁ ସ୍ଥିତି ଯେପରି ହେଲେ ମଧ୍ୟ 25% ଏବଂ 37% ବର୍ଦ୍ଧିତ ଅଧିକର ଆଦାୟ କରାଯାଏ ନାହିଁ। ଯେତେବେଳେ ଧାରା 115A, 115AB, 115AC, 115ACA ଏବଂ 115E ଅନୁଯାୟୀ ଆୟ କରଯୋଗ୍ୟ ହୋଇଥାଏ ତାହାକୁ ବାଦ୍‌ ଦେଲେ, ଏହିପରି ଆୟ ଉପରେ ଦେୟ କର ଉପରେ ସର୍ବାଧିକ ଅଧିକର ହାର 15% ହେବ।


**ଧାରା 87A ଅଧୀନରେ ଛାଡ଼: ନିବାସୀ ବ୍ୟକ୍ତିମାନେ ମଧ୍ୟ କର ବ୍ୟବସ୍ଥା ଉପରେ ନିର୍ଭର କରି ସର୍ବାଧିକ ସୀମା ଅଧୀନରେ ନିମ୍ନୋକ୍ତ ମତେ ଆୟକରର 100% ପର୍ଯ୍ୟନ୍ତ ରିହାତି ପାଇବାକୁ ଯୋଗ୍ୟ ଅଟନ୍ତି:

 

ସମୁଦାୟ ଆୟ

ପୁରୁଣା କର ବ୍ୟବସ୍ଥା

ନୂତନ କର ବ୍ୟବସ୍ଥା

ଧାରା 87 ଅଧୀନରେ ରିହାତି ପ୍ରଯୁଜ୍ୟ

ଟ. 5 ଲକ୍ଷ ପର୍ଯ୍ୟନ୍ତ

.12,500 ଟଙ୍କା ପର୍ଯ୍ୟନ୍ତ କର ରିହାତି ବାସିନ୍ଦାଙ୍କ ପାଇଁ ପ୍ରଯୁଜ୍ୟ ଯଦି ମୋଟ ଆୟ 5,00,000 ଟଙ୍କାରୁ ଅଧିକ ନୁହେଁ (ପ୍ରବାସୀ ଭାରତୀୟଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ)

.20,000 ଟଙ୍କା ପର୍ଯ୍ୟନ୍ତ କର ରିହାତି ବାସିନ୍ଦାଙ୍କ ପାଇଁ ପ୍ରଯୁଜ୍ୟ ଯଦି ମୋଟ ଆୟ 7,00,000 ଟଙ୍କାରୁ ଅଧିକ ନୁହେଁ (ପ୍ରବାସୀ ଭାରତୀୟଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ)

5 ଲକ୍ଷରୁ 7 ଲକ୍ଷ ପର୍ଯ୍ୟନ୍ତ

ଶୂନ୍ୟ

***ଟିପ୍ପଣୀ : 4% ହାରରେ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଉପକର ଉଭୟ ବ୍ୟବସ୍ଥାରେ ଆୟକର ଯୁକ୍ତ ଅଧିକର ପରିମାଣ ଉପରେ ପୈଠ କରାଯିବ (ଯଦି କିଛି ଥାଏ)।

ଯଦି ପୁରୁଣା କର ବ୍ୟବସ୍ଥାରେ ଯଥାକ୍ରମେ ₹50 ଲକ୍ଷ, ₹1 କୋଟି, ₹2 କୋଟି କିମ୍ବା ₹5 କୋଟିରୁ ଅଧିକ ଆୟ ହୋଇଛି ଏବଂ ନୂତନ କର ବ୍ୟବସ୍ଥାରେ ଯଥାକ୍ରମେ ଲକ୍ଷ, ₹50 କୋଟି ଏବଂ ₹1, ₹2 କୋଟିରୁ ଅଧିକ ଅର୍ଜନ ହୋଇଛି ତେବେ ନିମ୍ନ ପ୍ରକାରେ ପ୍ରାନ୍ତୀୟ ଆଶ୍ୱସ୍ତି ଦାବି କରିହେବ:

ମୋଟ ଆୟ ପରିସର

ନାମ ମାତ୍ର ରିହାତି

ଅତିକ୍ରମ କରେ (ଟ.)

ଅତିକ୍ରମ କରେ ନାହିଁ (ଟ.)

 

 

50 ଲକ୍ଷ

1 କୋଟି

ଆୟକର ଏବଂ ଅଧିକର ଭାବରେ ଦେୟ ରାଶି ମୋଟ ଟ. 50 ଲକ୍ଷ ଆୟ ଉପରେ ଆୟକର ଭାବରେ ଦେୟ ମୋଟ ପରିମାଣ ଟ. 50 ଲକ୍ଷରୁ ଅଧିକ ହୋଇଥିବା ଆୟ ରାଶିଠାରୁ ଅଧିକ ହେବ ନାହିଁ।

1 କୋଟି

2 କୋଟି

ଆୟକର ଏବଂ ଅଧିକର ଭାବରେ ଦେୟ ରାଶି ମୋଟ ଟ. 1 କୋଟି ଆୟ ଉପରେ ଆୟକର ଭାବରେ ଦେୟ ମୋଟ ପରିମାଣ ଟ. 1 କୋଟିରୁ ଅଧିକ ହୋଇଥିବା ଆୟ ରାଶିଠାରୁ ଅଧିକ ହେବ ନାହିଁ।

2 କୋଟି

5 କୋଟି

ଆୟକର ଏବଂ ଅଧିକର ଭାବରେ ଦେୟ ରାଶି ମୋଟ ଟ. 2 କୋଟି ଆୟ ଉପରେ ଆୟକର ଭାବରେ ଦେୟ ମୋଟ ପରିମାଣ ଟ. 2 କୋଟିରୁ ଅଧିକ ହୋଇଥିବା ଆୟ ରାଶିଠାରୁ ଅଧିକ ହେବ ନାହିଁ।

5 କୋଟି

ଆୟକର ଏବଂ ଅଧିକର ଭାବରେ ଦେୟ ରାଶି ମୋଟ ଟ. 5 କୋଟି ଆୟ ଉପରେ ଆୟକର ଭାବରେ ଦେୟ ମୋଟ ପରିମାଣ ଟ. 5 କୋଟିରୁ ଅଧିକ ହୋଇଥିବା ଆୟ ରାଶିଠାରୁ ଅଧିକ ହେବ ନାହିଁ।

 

ନିବେଶ / ପୈଠ / ଆୟ ଯାହା ଉପରେ ମୁଁ କର ସୁବିଧା ପାଇପାରିବି

115BAC ଅଧୀନରେ ନୂତନ କର ବ୍ୟବସ୍ଥାର ଚୟନ କରୁଥିବା କରଦାତାଙ୍କ ପାଇଁ ନିମ୍ନଲିଖିତ ରିହାତି ଉପଲବ୍ଧ ହେବ:
    1. ଧାରା 24(b) - ଗୃହ ଋଣ ଉପରେ ପୈଠ କରାଯାଇଥିବା ସୁଧ ଉପରେ ଗୃହ ସମ୍ପତ୍ତିରୁ ଆୟରୁ ରିହାତି:

ସମ୍ପତ୍ତିର ପ୍ରକାର

ଋଣର ଉଦ୍ଦେଶ୍ୟ

ଅନୁମୋଦନଯୋଗ୍ୟ (ସର୍ବାଧିକ ସୀମା)

ITR ଭରିବା ପାଇଁ ଆବଶ୍ୟକ ବିବରଣୀ

ଭଡ଼ା ଦିଆଯାଇଥିବା

ଗୃହ ସମ୍ପତ୍ତି ନିର୍ମାଣ କିମ୍ବା କ୍ରୟ

କୌଣସି ସୀମା ନଥିବା ବାସ୍ତବ ମୂଲ୍ୟ (କିନ୍ତୁ ଯଦି “ଗୃହ ସମ୍ପତ୍ତିରୁ ଆୟ” ଅନ୍ତର୍ଗତ କୌଣସି ହାନୀ ହୋଇଥାଏ ତେବେ ତାହାକୁ ଅନୁସୂଚୀ CYLAରେ କୌଣସି ଅନ୍ୟ ଶୀର୍ଷକ ପାଇଁ ସମାଯୋଜିତ ହେଇ ପାରିବନାହିଁ ଏବଂ ଆସନ୍ତା ବର୍ଷର ହିସାବରେ ସାମିଲ କରାଯାଇ ପାରିବନାହିଁ)

• ବ୍ୟାଙ୍କ / ବ୍ୟାଙ୍କ ବ୍ୟତୀତ ଅନ୍ୟଠାରୁ ନିଆଯାଇଥିବା ଋଣ
• ଯେଉଁ ବ୍ୟାଙ୍କ / ଅନୁଷ୍ଠାନ / ବ୍ୟକ୍ତିଙ୍କଠାରୁ ଋଣ ନିଆଯାଇଛି ତାହାର ନାମ
• ବ୍ୟାଙ୍କ / ଅନୁଷ୍ଠାନର ଋଣ ଖାତା ସଂଖ୍ୟା
• ଋଣ ମଞ୍ଜୁର ହୋଇଥିବା ତାରିଖ
• ସମୁଦାୟ ଋଣ ରାଶି
• ବିତ୍ତୀୟ ବର୍ଷର ଶେଷ ତାରିଖ ସୁଦ୍ଧା ଋଣ ବକେୟା
• ଧାରା 24(b) ଅଧୀନରେ ଋଣ କରାଯାଇଥିବା ପୁଞ୍ଜି ଉପରେ ସୁଧ
    1. ଆୟକର ଅଧିନିୟମର ଅଧ୍ୟାୟ VIA ଅଧୀନରେ ନିର୍ଦ୍ଧାରିତ କର ରିହାତି

ଧାରା 80CCD(2)

କେନ୍ଦ୍ର ସରକାରଙ୍କ ପେନ୍‌ସନ୍ ଯୋଜନାରେ ଜଣେ ନିଯୁକ୍ତିଦାତାଙ୍କ ଦ୍ୱାରା ଦିଆଯାଇଥିବା ଯୋଗଦାନ ଉପରେ ରିହାତି

ସମସ୍ତ ବର୍ଗର ନିଯୁକ୍ତିଦାତାଙ୍କ ପାଇଁ

ବେତନର ରିହାତି ସୀମା 14%

 

ଧାରା 80CCH

ଅଗ୍ନିପଥ ଯୋଜନାରେ ଯୋଗଦାନ ସମ୍ବନ୍ଧରେ ରିହାତି

ଯେଉଁଠାରେ ଜଣେ କରଦାତା, ବ୍ୟକ୍ତିବିଶେଷ ଭାବରେ ଅଗ୍ନିପଥ ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି ଏବଂ 1 ନଭେମ୍ବର, 2022 କିମ୍ବା ଏହା ପରେ ଅଗ୍ନିବୀର କର୍ପସ ପାଣ୍ଠିରେ ସଦସ୍ୟ ହୋଇଛନ୍ତି, ପୂର୍ବ ବର୍ଷରେ ଉକ୍ତ ପାଣ୍ଠିରେ ତାଙ୍କ ଖାତାରେ ଯେକୌଣସି ରାଶି ପୈଠ କିମ୍ବା ଜମା କରିଛନ୍ତି

 

ମୋଟ ଆୟ ଗଣନାରେ ଏହିପରି ପୈଠ କିମ୍ବା ଜମା ହୋଇଥିବା ସମଗ୍ର ରାଶିର ଏକ ରିହାତି ଅନୁମୋଦିତ ହୋଇଛି

ଯେଉଁଠାରେ କେନ୍ଦ୍ର ସରକାର ଅଗ୍ନିବୀର କର୍ପସ ପାଣ୍ଠିରେ ଜଣେ କରଦାତାଙ୍କ ଖାତାରେ କୌଣସି ଯୋଗଦାନ କରନ୍ତି

 

ଏହିପରି ଭାବରେ ଯୋଗଦାନ ଦିଆଯାଇଥିବା ସମୁଦାୟ ପରିମାଣର ମୋଟ ଆୟ ହିସାବରେ ଏକ ରିହାତି ଅନୁମୋଦିତ ହୋଇଛି

ପୁରୁଣା କର ବ୍ୟବସ୍ଥାରେ କର ରିହାତି

  1. ଧାରା 24(b) - ଗୃହ ଋଣ ଏବଂ ଗୃହ ଉନ୍ନୟନ ଋଣ ଉପରେ ପୈଠ କରାଯାଇଥିବା ସୁଧ ଉପରେ ଗୃହ ସମ୍ପତ୍ତିରୁ ଆୟରୁ ରିହାତି। ସ୍ୱ-ଅଧିକୃତ ସମ୍ପତ୍ତି କ୍ଷେତ୍ରରେ, ଆବାସ ଋଣ ଉପରେ ପୈଠ କରାଯାଉଥିବା ସୁଧ ରିହାତି ପାଇଁ ଉପର ସୀମା ହେଉଛି ₹ 2 ଲକ୍ଷ। ଧାରା 24(b) ଅଧୀନରେ ଋଣ ଉପରେ ସୁଧକୁ ନିମ୍ନରେ ସାରଣୀ କରାଯାଇଛି:

ସମ୍ପତ୍ତିର ପ୍ରକାର

କେବେ ଋଣ ନିଆଯାଇଥିଲା

ଋଣର ଉଦ୍ଦେଶ୍ୟ

ଅନୁମୋଦନଯୋଗ୍ୟ (ସର୍ବାଧିକ ସୀମା)

ବିବରଣୀ ଆବଶ୍ୟକ

ସ୍ୱ-ଭୋଗଦଖଲରେ ଥିବା

1/04/1999 ରେ କିମ୍ବା ପରେ

ଗୃହ ସମ୍ପତ୍ତି ନିର୍ମାଣ କିମ୍ବା କ୍ରୟ

₹ 2,00,000

• ବ୍ୟାଙ୍କ / ବ୍ୟାଙ୍କ ବ୍ୟତୀତ ଅନ୍ୟଠାରୁ ନିଆଯାଇଥିବା ଋଣ
• ଯେଉଁ ବ୍ୟାଙ୍କ / ଅନୁଷ୍ଠାନ / ବ୍ୟକ୍ତିଙ୍କଠାରୁ ଋଣ ନିଆଯାଇଛି ତାହାର ନାମ
• ବ୍ୟାଙ୍କ / ଅନୁଷ୍ଠାନର ଋଣ ଖାତା ସଂଖ୍ୟା
• ଋଣ ମଞ୍ଜୁର ହୋଇଥିବା ତାରିଖ
• ସମୁଦାୟ ଋଣ ରାଶି
• ବିତ୍ତୀୟ ବର୍ଷର ଶେଷ ତାରିଖ ସୁଦ୍ଧା ଋଣ ବକେୟା
• ଧାରା 24(b) ଅଧୀନରେ ଋଣ କରାଯାଇଥିବା ପୁଞ୍ଜି ଉପରେ ସୁଧ

1/04/1999 ରେ କିମ୍ବା ପରେ

ଗୃହ ସମ୍ପତ୍ତିର ମରାମତି ପାଇଁ

₹ 30,000

1/04/1999 ପୂର୍ବରୁ

ଗୃହ ସମ୍ପତ୍ତି ନିର୍ମାଣ କିମ୍ବା କ୍ରୟ

₹ 30,000

1/04/1999 ପୂର୍ବରୁ

ଗୃହ ସମ୍ପତ୍ତିର ମରାମତି ପାଇଁ

₹ 30,000

ଭଡ଼ା ଦିଆଯାଇଥିବା

ଯେକୌଣସି ସମୟରେ

ଗୃହ ସମ୍ପତ୍ତି ନିର୍ମାଣ କିମ୍ବା କ୍ରୟ

କୌଣସି ସୀମା ବିନା ବାସ୍ତବ ମୂଲ୍ୟ।

ନିର୍ଦ୍ଧାରଣ ବର୍ଷରେ ଅନ୍ୟ ଆୟ ଶୀର୍ଷକ ବିରୁଦ୍ଧରେ ସମାଯୋଜନ ପାଇଁ ଅନୁମତିପ୍ରାପ୍ତ ସର୍ବାଧିକ କ୍ଷତି ହେଉଛି ଟ..2,00,000 ଓ ଅବଶିଷ୍ଟ ରାଶି ଭବିଷ୍ୟତରେ ଆଗାମୀ 8 ନିର୍ଦ୍ଧାରଣ ବର୍ଷ ପର୍ଯ୍ୟନ୍ତ ଆଗକୁ ନିଆଯାଇ ପାରିବ।

ଆୟକର ଅଧିନିୟମର ଅଧ୍ୟାୟ VIA ଅଧୀନରେ ନିର୍ଦ୍ଧାରିତ କର ରିହାତି

ଧାରା 80C, 80CCC, 80CCD (1)

କରାଯାଇଥିବା ଦେୟ ପ୍ରତି ରିହାତି

80C

  • ଜୀବନ ବୀମା ପ୍ରିମିୟମ୍
  • ଭବିଷ୍ୟନିଧି ପାଣ୍ଠି
  • ନିର୍ଦ୍ଦିଷ୍ଟ ପୁଞ୍ଜି ପତ୍ରର ସଦସ୍ୟତା
  • ଟ୍ୟୁସନ ଦେୟ
  • ଜାତୀୟ ସଞ୍ଚୟ ପ୍ରମାଣପତ୍ର
  • ଆବାସ ଋଣର ମୂଳ
  • ଅନ୍ୟାନ୍ୟ ବିଭିନ୍ନ ଜିନିଷ

 

ସଂଯୁକ୍ତ ରିହାତି ସୀମା ₹ 1,50,000

ପ୍ରତ୍ୟେକ ଯୋଗ୍ୟ ଦେୟ ପାଇଁ ITR ରେ ଭରିବାକୁ ଥିବା ବିବରଣୀ:

  • ପଲିସୀ ସଂଖ୍ୟା କିମ୍ବା ଦସ୍ତାବିଜ ଚିହ୍ନଟ ସଂଖ୍ୟା
  • • ଧାରା 80C ଅଧୀନରେ ରିହାତି ଯୋଗ୍ୟ ରାଶି

80CCC

ପେନ୍‌ସନ୍ ଯୋଜନା ପ୍ରତି LIC କିମ୍ବା ଅନ୍ୟ ବୀମାକାରୀଙ୍କ ବାର୍ଷିକ ଯୋଜନା

80CCD(1)

କେନ୍ଦ୍ର ସରକାରଙ୍କ ପେନ୍‌ସନ୍ ଯୋଜନା

 

 

ଧାରା 80CCD(1B)

 

80CCD (1) ଅଧୀନରେ ଦାବି କରାଯାଇଥିବା ରିହାତି ବ୍ୟତୀତ କେନ୍ଦ୍ର ସରକାରଙ୍କ ପେନ୍‌ସନ୍ ଯୋଜନାରେ ଦିଆଯାଇଥିବା ଦେୟ ପ୍ରତି ରିହାତି

ରିହାତି ସୀମା ₹ 50,000

 
 

ଦୟାକରି ଧ୍ୟାନ ଦିଅନ୍ତୁ;


1. 80 C ଅଧୀନରେ କାଟ ଦାବି କରୁଥିବା କରଦାତାମାନେ ନିମ୍ନଲିଖିତ ବିବରଣୀ ପ୍ରଦାନ କରିବା ଆବଶ୍ୟକ:

 

  • • ଧାରା 80C ଅଧୀନରେ ରିହାତି ଯୋଗ୍ୟ ରାଶି
  • ପଲିସୀ ସଂଖ୍ୟା କିମ୍ବା ଦସ୍ତାବିଜ ଚିହ୍ନଟ ସଂଖ୍ୟା


2.ଧାରା 80 CCD (1),80 CCD (1b) ଅଧୀନରେ କାଟ ଦାବି କରୁଥିବା କରଦାତାମାନେ ନିମ୍ନଲିଖିତ ବିବରଣୀ ପ୍ରଦାନ କରିବା ଆବଶ୍ୟକ:

 

  • ଯୋଗଦାନ ରାଶିର ପରିମାଣ
  • କରଦାତାଙ୍କ PRAN।

ଧାରା 80CCD(2)

କେନ୍ଦ୍ର ସରକାରଙ୍କ ପେନ୍‌ସନ୍ ଯୋଜନାରେ ଜଣେ ନିଯୁକ୍ତିଦାତାଙ୍କ ଦ୍ୱାରା ଦିଆଯାଇଥିବା ଯୋଗଦାନ ଉପରେ ରିହାତି

ଯଦି ନିଯୁକ୍ତିଦାତା ଜଣେ PSU କିମ୍ବା ଅନ୍ୟ

ବେତନର ରିହାତି ସୀମା 10%

ଯଦି ନିଯୁକ୍ତିଦାତା କେନ୍ଦ୍ର କିମ୍ବା ରାଜ୍ୟ ସରକାର ହୋଇଥାନ୍ତି

ବେତନର ରିହାତି ସୀମା 14%

 

ଧାରା 80CCH

ଅଗ୍ନିପଥ ଯୋଜନାରେ ଯୋଗଦାନ ସମ୍ବନ୍ଧରେ ରିହାତି

ଯେଉଁଠାରେ ଜଣେ କରଦାତା, ବ୍ୟକ୍ତିବିଶେଷ ଭାବରେ ଅଗ୍ନିପଥ ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି ଏବଂ 1 ନଭେମ୍ବର, 2022 କିମ୍ବା ଏହା ପରେ ଅଗ୍ନିବୀର କର୍ପସ ପାଣ୍ଠିରେ ସଦସ୍ୟ ହୋଇଛନ୍ତି, ପୂର୍ବ ବର୍ଷରେ ଉକ୍ତ ପାଣ୍ଠିରେ ତାଙ୍କ ଖାତାରେ ଯେକୌଣସି ରାଶି ପୈଠ କିମ୍ବା ଜମା କରିଛନ୍ତି

 

ମୋଟ ଆୟ ଗଣନାରେ ଏହିପରି ପୈଠ କିମ୍ବା ଜମା ହୋଇଥିବା ସମଗ୍ର ରାଶିର ଏକ ରିହାତି ଅନୁମୋଦିତ ହୋଇଛି

ଯେଉଁଠାରେ କେନ୍ଦ୍ର ସରକାର ଅଗ୍ନିବୀର କର୍ପସ ପାଣ୍ଠିରେ ଜଣେ କରଦାତାଙ୍କ ଖାତାରେ କୌଣସି ଯୋଗଦାନ କରନ୍ତି

ଏହିପରି ଭାବରେ ଯୋଗଦାନ ଦିଆଯାଇଥିବା ସମୁଦାୟ ପରିମାଣର ମୋଟ ଆୟ ହିସାବରେ ଏକ ରିହାତି ଅନୁମୋଦିତ ହୋଇଛି

 

ଧାରା 80D

ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍ ଏବଂ ପ୍ରତିଷେଧକାତ୍ମକ ସ୍ୱାସ୍ଥ୍ୟ ଯାଞ୍ଚ କରିବା ପାଇଁ ଦିଆଯାଇଥିବା ଦେୟ ନିମନ୍ତେ ରିହାତି

ନିଜର/ ଜୀବନସାଥୀ କିମ୍ବା ନିର୍ଭରଶୀଳ ସନ୍ତାନମାନଙ୍କ ପାଇଁ

₹ 25,000 (ଯଦି କୌଣସି ବ୍ୟକ୍ତି ଜଣେ ବରିଷ୍ଠ ନାଗରିକ ତେବେ ₹ 50,000)

ପ୍ରତିଷେଧକାତ୍ମକ ସ୍ୱାସ୍ଥ୍ୟ ଯାଞ୍ଚ କରିବା ପାଇଁ ₹ 5,000 ଉପରୋକ୍ତ ସୀମାରେ ଅନ୍ତର୍ଭୁକ୍ତ

ପିତାମାତାଙ୍କ ପାଇଁ

₹ 25,000 (ଯଦି କୌଣସି ବ୍ୟକ୍ତି ଜଣେ ବରିଷ୍ଠ ନାଗରିକ ତେବେ ₹50,000)

ପ୍ରତିଷେଧକାତ୍ମକ ସ୍ୱାସ୍ଥ୍ୟ ଯାଞ୍ଚ କରିବା ପାଇଁ ₹ 5,000 ଉପରୋକ୍ତ ସୀମାରେ ଅନ୍ତର୍ଭୁକ୍ତ

 

 

 

 

 

 

 

 

ଯଦି ସ୍ୱାସ୍ଥ୍ୟ ବୀମା ସୁରକ୍ଷା ଉପରେ କୌଣସି ପ୍ରିମିୟମ୍ ପୈଠ କରାଯାଇ ନାହିଁ, ତେବେ ଜଣେ ବରିଷ୍ଠ ନାଗରିକଙ୍କ ନିମନ୍ତେ ହୋଇଥିବା ଚିକିତ୍ସା ଖର୍ଚ୍ଚ ନିମନ୍ତେ ରିହାତି

 

ନିଜ ପାଇଁ / ଜୀବନସାଥୀ କିମ୍ବା ନିର୍ଭରଶୀଳ ସନ୍ତାନସନ୍ତତିଙ୍କ ପାଇଁ

ରିହାତି ସୀମା ₹ 50,000

ପିତାମାତାଙ୍କ ପାଇଁ

ରିହାତି ସୀମା ₹ 50,000

ଟିପ୍ପଣୀ:

ଧାରା 80 D ଅଧୀନରେ କାଟ ଦାବି କରୁଥିବା କରଦାତାମାନେ ନିମ୍ନଲିଖିତ ବିବରଣୀ ପ୍ରଦାନ କରିବା ଆବଶ୍ୟକ:

  • ବୀମାକର୍ତ୍ତାଙ୍କ (ବୀମା କମ୍ପାନୀ) ନାମ
  • ନୀତି ସଂଖ୍ୟା
  • ସ୍ୱାସ୍ଥ୍ୟ ବୀମା ରାଶି

ଧାରା 80DD

 

 

 

ଜଣେ ଭିନ୍ନକ୍ଷମ ନିର୍ଭରଶୀଳଙ୍କ ରକ୍ଷଣାବେକ୍ଷଣ କିମ୍ବା ଚିକିତ୍ସା ଉପଚାର ପାଇଁ ଦିଆଯାଇଥିବା ପୈଠ କିମ୍ବା ପ୍ରାସଙ୍ଗିକ ଅନୁମୋଦିତ ଯୋଜନା ଅଧୀନରେ ପୈଠ କରାଯାଇଥିବା / ଜମା କରାଯାଇଥିବା ଯେ କୌଣସି ପରିମାଣ ପ୍ରତି ରିହାତି

ଏହାର ସିଧାସଳଖ ରିହାତି
₹ 75,000
କରାଯାଇଥିବା ବ୍ୟୟ ନିର୍ବିଶେଷରେ ଭିନ୍ନକ୍ଷମତା ଥିବା ଜଣେ ବ୍ୟକ୍ତିଙ୍କ ନିମନ୍ତେ ଉପଲବ୍ଧ।

ଏହି ରିହାତି ହେଉଛି
₹ 1,25,000
ଯଦି ବ୍ୟକ୍ତିଙ୍କର ଗୁରୁତର ଅକ୍ଷମତା (80% କିମ୍ୱା ଅଧିକ) ଅଛି।=

 
 

 

 

 


ଦୟାକରି ଧ୍ୟାନ ଦିଅନ୍ତୁ:ଧାରା 80DD ଅଧୀନରେ କାଟ ଦାବି କରିବା ପାଇଁ, ITR ରେ ନିମ୍ନଲିଖିତ ବିବରଣୀ ପ୍ରଦାନ କରାଯିବା ଆବଶ୍ୟକ:

 

  • ଅକ୍ଷମତାର ପ୍ରକୃତି
  • ଅକ୍ଷମତାର ପ୍ରକାର
  • କାଟ ପରିମାଣ
  • ନିର୍ଭରଶୀଳ ବ୍ୟକ୍ତିଙ୍କ ପ୍ରକାର
  • ନିର୍ଭରଶୀଳ ବ୍ୟକ୍ତିଙ୍କ PAN
  • ନିର୍ଭରଶୀଳ ବ୍ୟକ୍ତିଙ୍କ ଆଧାର
  • ଅଟିଜିମ୍, ସେରେବ୍ରାଲ୍ ପାଲ୍‌ସି କିମ୍ବା ଏକାଧିକ ଅକ୍ଷମତା ରହିଥିବା କ୍ଷେତ୍ରରେ ଦାଖଲ ହୋଇଥିବା ଫର୍ମ 10 IAର ପ୍ରାପ୍ତିସ୍ୱୀକାର ସଂଖ୍ୟା।
  • UDID ସଂଖ୍ୟା (ଯଦି ଉପଲବ୍ଧ ଥାଏ)

ଧାରା 80DDB

 

 

ନିର୍ଦ୍ଦିଷ୍ଟ ରୋଗ ପାଇଁ ନିଜର କିମ୍ବା ନିର୍ଭରଶୀଳଙ୍କ ଚିକିତ୍ସା ଦିଗରେ ପୈଠ କରାଯାଇଥିବା ଦେୟ ପ୍ରତି ରିହାତି

 

ରିହାତି ସୀମା
₹ 40,000
(ଯଦି ବରିଷ୍ଠ ନାଗରିକ ତେବେ ₹ 1,00,000)

 
 

 

ଧାରା 80E

ନିଜର କିମ୍ବା ସମ୍ପର୍କୀୟଙ୍କ ଉଚ୍ଚଶିକ୍ଷା ପାଇଁ ଋଣ ଉପରେ ଦିଆଯାଇଥିବା ସୁଧ ଦେୟ ପ୍ରତି ରିହାତି

ନିଆଯାଇଥିବା ଋଣ ଉପରେ ସୁଧ ଦିଗରେ ପୈଠ କରାଯାଇଥିବା ମୋଟ ରାଶି

ଟିପ୍ପଣୀ:


ଧାରା 80E ଅନୁଯାୟୀ କାଟ ଦାବି କରିବା ପାଇଁ, ITR ରେ ନିମ୍ନଲିଖିତ ବିବରଣୀ ପ୍ରଦାନ କରାଯିବା ଆବଶ୍ୟକ:

  • ବ୍ୟାଙ୍କ / ଅନୁଷ୍ଠାନରୁ ନିଆଯାଇଥିବା ଋଣ
  • ଯେଉଁ ଅନୁଷ୍ଠାନ / ବ୍ୟାଙ୍କରୁ ଋଣ ନିଆଯାଇଛି ତାହାର ନାମ
  • ବ୍ୟାଙ୍କ / ଅନୁଷ୍ଠାନର ଋଣ ଖାତା ସଂଖ୍ୟା
  • ଋଣ ମଞ୍ଜୁର ହୋଇଥିବା ତାରିଖ
  • ଋଣର ମୋଟ ପରିମାଣ
  • ଆର୍ଥିକ ବର୍ଷର ଶେଷ ତାରିଖ ସୁଦ୍ଧା ଋଣ ବକେୟା
  • ଧାରା 80E ଅଧୀନରେ ସୁଧ

ଦୟାକରି ଧ୍ୟାନ ଦିଅନ୍ତୁ ଯେ ଧାରା 24(b) ରେ ଥିବା ସୀମା ସମାପ୍ତ ହେବାପରେ ହିଁ ଧାରା 80E ଅଧୀନରେ କାଟ ଦାବି କରାଯାଇପାରିବ।

ଧାରା 80EE

ଆବାସିକ ଗୃହ ସମ୍ପତ୍ତି ଅଧିଗ୍ରହଣ ପାଇଁ ନିଆଯାଇଥିବା ଋଣ ଉପରେ ଦିଆଯାଇଥିବା ସୁଧ ଦେୟ ପ୍ରତି ରିହାତି ଉପଲବ୍ଧ ଯେଉଁଠାରେ 1 ଏପ୍ରିଲ 2016 ରୁ 31 ମାର୍ଚ୍ଚ 2017ମଧ୍ୟରେ ଋଣ ମଞ୍ଜୁର ହୋଇଛି।

ରିହାତି ସୀମା
₹ 50,000
ନିଆଯାଇଥିବା ଋଣ ନିମନ୍ତେ ପ୍ରଦାନ କରାଯାଇଥିବା ସୁଧ ଉପରେ

ଟିପ୍ପଣୀ:


ଧାରା 80E ଅନୁଯାୟୀ କାଟ ଦାବି କରିବା ପାଇଁ, ITR ରେ ନିମ୍ନଲିଖିତ ବିବରଣୀ ପ୍ରଦାନ କରାଯିବା ଆବଶ୍ୟକ:

  • ବ୍ୟାଙ୍କ / ଅନୁଷ୍ଠାନରୁ ନିଆଯାଇଥିବା ଋଣ
  • ଯେଉଁ ଅନୁଷ୍ଠାନ / ବ୍ୟାଙ୍କରୁ ଋଣ ନିଆଯାଇଛି ତାହାର ନାମ
  • ବ୍ୟାଙ୍କ / ଅନୁଷ୍ଠାନର ଋଣ ଖାତା ସଂଖ୍ୟା
  • ଋଣ ମଞ୍ଜୁର ହୋଇଥିବା ତାରିଖ
  • ଋଣର ମୋଟ ପରିମାଣ
  • ଆର୍ଥିକ ବର୍ଷର ଶେଷ ତାରିଖ ସୁଦ୍ଧା ଋଣ ବକେୟା
  • ଧାରା 80E ଅଧୀନରେ ସୁଧ

ଧାରା 80EEA

ଆବାସିକ ଗୃହ ସମ୍ପତ୍ତି ଅଧିଗ୍ରହଣ ପାଇଁ ନିଆଯାଇଥିବା ଋଣ ଉପରେ ଦିଆଯାଇଥିବା ସୁଧ ଦେୟ ପ୍ରତି କେବଳ ବ୍ୟକ୍ତିବିଶେଷଙ୍କ ପାଇଁ ଉପଲବ୍ଧ ରିହାତି ଯେଉଁଠାରେ ପ୍ରଥମ ଥର ପାଇଁ 1 ଏପ୍ରିଲ 2019 ରୁ 31 ମାର୍ଚ୍ଚ 2022 ମଧ୍ୟରେ ଋଣ ମଞ୍ଜୁର ହୋଇଛି ଏବଂ ଧାରା 80EE ଅଧୀନରେ ରିହାତି ଦାବି କରାଯାଇ ନାହିଁ।

 

ରିହାତି ସୀମା
₹ 1,50,000
ନିଆଯାଇଥିବା ଋଣ ନିମନ୍ତେ ପ୍ରଦାନ କରାଯାଇଥିବା ସୁଧ ଉପରେ

ଟିପ୍ପଣୀ:


ଧାରା 80E ଅନୁଯାୟୀ କାଟ ଦାବି କରିବା ପାଇଁ, ITR ରେ ନିମ୍ନଲିଖିତ ବିବରଣୀ ପ୍ରଦାନ କରାଯିବା ଆବଶ୍ୟକ:

  • ଆବାସିକ ଗୃହ ସମ୍ପତ୍ତିର ଷ୍ଟାମ୍ପ ମୂଲ୍ୟ
  • ବ୍ୟାଙ୍କ / ଅନୁଷ୍ଠାନରୁ ନିଆଯାଇଥିବା ଋଣ
  • ଯେଉଁ ଅନୁଷ୍ଠାନ / ବ୍ୟାଙ୍କରୁ ଋଣ ନିଆଯାଇଛି ତାହାର ନାମ
  • ବ୍ୟାଙ୍କ / ଅନୁଷ୍ଠାନର ଋଣ ଖାତା ସଂଖ୍ୟା
  • ଋଣ ମଞ୍ଜୁର ହୋଇଥିବା ତାରିଖ
  • ଋଣର ମୋଟ ପରିମାଣ
  • ଆର୍ଥିକ ବର୍ଷର ଶେଷ ତାରିଖ ସୁଦ୍ଧା ଋଣ ବକେୟା
  • ଧାରା 80E ଅଧୀନରେ ସୁଧ

ଦୟାକରି ଧ୍ୟାନ ଦିଅନ୍ତୁ ଯେ ଧାରା 24(b) ରେ ଥିବା ସୀମା ସମାପ୍ତ ହେବାପରେ ହିଁ ଧାରା 80E ଅଧୀନରେ କାଟ ଦାବି କରାଯାଇପାରିବ। ଏହାସହିତ, ଋଣ ମଞ୍ଜୁର ହୋଇଥିବା ତାରିଖ ଓ ଅନ୍ୟ ଯୋଗ୍ୟ ସ୍ଥିତି ଆଧାରରେ 80EE କିମ୍ୱା 80EEA କରଦାତା ଦାବି କରିପାରିବେ।

ଧାରା 80EEB

ଇଲେକ୍ଟ୍ରିକ୍ ବାହନ କ୍ରୟ ପାଇଁ ଋଣ ଉପରେ ଦିଆଯାଇଥିବା ସୁଧ ଦେୟ ପ୍ରତି ରିହାତି ଯେଉଁଠାରେ 1 ଏପ୍ରିଲ 2019 ରୁ 31 ମାର୍ଚ୍ଚ 2023 ମଧ୍ୟରେ ଋଣ ମଞ୍ଜୁର ହୋଇଛି।

ରିହାତି ସୀମା
₹ 1,50,000
ନିଆଯାଇଥିବା ଋଣ ନିମନ୍ତେ ପ୍ରଦାନ କରାଯାଇଥିବା ସୁଧ ଉପରେ

ଟିପ୍ପଣୀ:


ଧାରା 80E ଅନୁଯାୟୀ କାଟ ଦାବି କରିବା ପାଇଁ, ITR ରେ ନିମ୍ନଲିଖିତ ବିବରଣୀ ପ୍ରଦାନ କରାଯିବା ଆବଶ୍ୟକ:

  • ବ୍ୟାଙ୍କ / ଅନୁଷ୍ଠାନରୁ ନିଆଯାଇଥିବା ଋଣ
  • ଯେଉଁ ଅନୁଷ୍ଠାନ / ବ୍ୟାଙ୍କରୁ ଋଣ ନିଆଯାଇଛି ତାହାର ନାମ
  • ବ୍ୟାଙ୍କ / ଅନୁଷ୍ଠାନର ଋଣ ଖାତା ସଂଖ୍ୟା
  • ଋଣ ମଞ୍ଜୁର ହୋଇଥିବା ତାରିଖ
  • ଋଣର ମୋଟ ପରିମାଣ
  • ଆର୍ଥିକ ବର୍ଷର ଶେଷ ତାରିଖ ସୁଦ୍ଧା ଋଣ ବକେୟା
  • ଧାରା 80E ଅଧୀନରେ ସୁଧ

ଧାରା 80G

ନିର୍ଦ୍ଧାରିତ ପାଣ୍ଠି, ଦାତବ୍ୟ ଅନୁଷ୍ଠାନ ଇତ୍ୟାଦି ପାଇଁ ଦିଆଯାଇଥିବା ଦାନ ନିମନ୍ତେ ରିହାତି।

ନିମ୍ନ ବର୍ଗ ଅଧୀନରେ କରାଯାଇଥିବା ଦାନ ରିହାତି ପାଇଁ ଯୋଗ୍ୟ ଅଟେ

କୌଣସି ସୀମା ବିନା

100% ରିହାତି

50% ରିହାତି

ଯୋଗ୍ୟତା ସୀମା ଅଧୀନରେ

100% ରିହାତି

50% ରିହାତି

 

 

 

ଟିପ୍ପଣୀ:ଏହି ଧାରା ଅଧୀନରେ ₹ 2000/ - ରୁ ଅଧିକ ନଗଦ ଆକାରରେ ଦିଆଯାଇଥିବା ଦାନ ସମ୍ବନ୍ଧରେ କୌଣସି ରିହାତିର ଅନୁମତି ଦିଆଯିବ ନାହିଁ।

 

ଧାରା 80GG

ଗୃହ ପାଇଁ ପ୍ରଦାନ କରାଯାଉଥିବା ଭଡ଼ା ପ୍ରତି ରିହାତି ଏବଂ ଏହା କେବଳ ଯେଉଁମାନେ ଆତ୍ମ-ନିଯୁକ୍ତ କିମ୍ବା ଯେଉଁମାନଙ୍କ ପାଇଁ HRA ବେତନର ଅଂଶ ନୁହେଁ ସେମାନଙ୍କ ପାଇଁ ପ୍ରଯୁଜ୍ୟ

ନିମ୍ନଲିଖିତ ମଧ୍ୟରୁ ସର୍ବନିମ୍ନ ରିହାତି ଭାବରେ ଅନୁମୋଦିତ ହେବ

ଏହି ରିହାତି ପୂର୍ବରୁ ମୋଟ ଆୟର 10%କୁ ହ୍ରାସ କରାଯାଇଥିବା ପୈଠ ଭଡ଼ା

ମାସ ପ୍ରତି ₹ 5,000

ସମୁଦାୟ ଆୟର 25% (ଧାରା 111A ଅଧୀନରେ ଦୀର୍ଘକାଳୀନ ପୁଞ୍ଜି ଲାଭ, ସ୍ୱଳ୍ପ ମିଆଦି ପୁଞ୍ଜି ଲାଭ କିମ୍ବା ଧାରା 115A କିମ୍ବା 115D ଅଧୀନରେ ଆୟକୁ ବାଦ୍ ଦେଇ)


ଟିପ୍ପଣୀ: ଟିପ୍ପଣୀ: ଧାରା 80GG ଅଧୀନରେ କାଟ ଦାବି କରିବା ପାଇଁ, ଆୟକର ରିଟର୍ଣ୍ଣ ଫାଇଲ କରିବା ସମୟରେ ଅନୁସୂଚୀ 80 GGରେ Form10 BA ଫାଇଲ କରିବା ଓ 10BAର ପ୍ରାପ୍ତି ସ୍ୱୀକରା ସଂଖ୍ୟା ପ୍ରବେଶ କରିବା ବାଧ୍ୟତାମୂଳକ ଅଟେ।

 

ଧାରା 80GGA

ବୈଜ୍ଞାନିକ ଗବେଷଣା କିମ୍ବା ଗ୍ରାମୀଣ ବିକାଶ ପାଇଁ ଦିଆଯାଇଥିବା ଦାନ ଉପରେ ରିହାତି


ନିମ୍ନ ବର୍ଗଗୁଡ଼ିକ ଅଧୀନରେ ଦାନ ରିହାତି ପାଇଁ ଯୋଗ୍ୟ:

ଗବେଷଣା ଅନୁଷ୍ଠାନ କିମ୍ବା ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ କିମ୍ବା ଅନ୍ୟ ଅନୁଷ୍ଠାନ ପାଇଁ

  • ବୈଜ୍ଞାନିକ ଗବେଷଣା
  • ସାମାଜିକ ବିଜ୍ଞାନ କିମ୍ବା ପରିସଂଖ୍ୟାନ ଗବେଷଣା

ସଙ୍ଗଠନ କିମ୍ବା ଅନୁଷ୍ଠାନ

  • ଗ୍ରାମୀଣ ବିକାଶ
  • ପ୍ରାକୃତିକ ସମ୍ପଦର ସଂରକ୍ଷଣ କିମ୍ବା ବୃକ୍ଷରୋପଣ ପାଇଁ

କୌଣସି ଉପଯୁକ୍ତ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଜାତୀୟ ସମିତି ଦ୍ୱାରା ଅନୁମୋଦିତ PSU କିମ୍ବା ସ୍ଥାନୀୟ କର୍ତ୍ତୃପକ୍ଷ କିମ୍ବା ଏକ ସଂଗଠନ କିମ୍ବା ସଂସ୍ଥା।

ଏଗୁଡ଼ିକ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଅଧିସୂଚିତ ପାଣ୍ଠି

  • ବନୀକରଣ
  • ଗ୍ରାମୀଣ ବିକାଶ

କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ଥାପିତ ଏବଂ ଅଧିସୂଚିତ ଜାତୀୟ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ପାଣ୍ଠି

 

ଟିପ୍ପଣୀ: ₹ 2000/- ରୁ ଅଧିକ ପରିମାଣର ଦାନ ନଗଦ ଆକାରରେ ଦିଆଯାଇଥିବା ସମ୍ବନ୍ଧରେ କିମ୍ବା ଯଦି ସର୍ବମୋଟ ଆୟରେ ବ୍ୟବସାୟ / ବୃତ୍ତିରୁ ଲାଭ / ପ୍ରାପ୍ତି ଅନ୍ତର୍ଭୁକ୍ତ ହୋଇଥାଏ ଏହି ଧାରା ଅଧୀନରେ କୌଣସି ରିହାତି ଅନୁମୋଦିତ ହେବ ନାହିଁ

 

 

ଧାରା 80GGC

 

 

ରାଜନୈତିକ ଦଳ କିମ୍ବା ନିର୍ବାଚନୀ ଟ୍ରଷ୍ଟକୁ ଦିଆଯାଇଥିବା ଦାନ ହେତୁ କାଟ

ରାଜନୈତିକ ଦଳ କିମ୍ବା ନିର୍ବାଚନୀ ଟ୍ରଷ୍ଟକୁ ଦିଆଯାଇଥିବା ଦାନ ହେତୁ କାଟ।


ନଗଦ ଆକାରରେ କୌଣସି ପ୍ରକାର ଦାନ କରାଯାଇଥିଲେ କୌଣସି କାଟ ଅନୁମତିପ୍ରାପ୍ତ ନୁହେଁ।

 
 

 

ଧାରା 80TTA

 

 

ଅଣ-ବରିଷ୍ଠ ନାଗରିକଙ୍କ ଦ୍ୱାରା ସଞ୍ଚୟ ବ୍ୟାଙ୍କ ଖାତା ଉପରେ ଗ୍ରହଣ କରାଯାଇଥିବା ସୁଧ ଉପରେ ରିହାତି

ରିହାତି ସୀମା
₹ 10,000/-

 
 

 

ଧାରା 80TTB

 

 

ନିବାସୀ ବରିଷ୍ଠ ନାଗରିକଙ୍କ ଦ୍ୱାରା ଜମା ଉପରେ ପ୍ରାପ୍ତ ସୁଧ ଉପରେ ରିହାତି

ରିହାତି ସୀମା
₹ 50,000/-

 
 

 

ଧାରା 80U

 

 

ଭିନ୍ନକ୍ଷମତା ଥିବା ଜଣେ ନିବାସୀ ଏକକ କରଦାତାଙ୍କ ପାଇଁ ରିହାତି

କରାଯାଇଥିବା ବ୍ୟୟ ନିର୍ବିଶେଷରେ ଅକ୍ଷମତା ଥିବା ଜଣେ ବ୍ୟକ୍ତିଙ୍କ ପାଇଁ ଫ୍ଲାଟ୍ ₹ 75,000 ରିହାତି

କରାଯାଇଥିବା ବ୍ୟୟ ନିର୍ବିଶେଷରେ ଗୁରୁତର ଅକ୍ଷମତା ଥିବା (80% କିମ୍ବା ଅଧିକ) ବ୍ୟକ୍ତିଙ୍କ ପାଇଁ ଫ୍ଲାଟ୍ ₹ 1,25,000 ରିହାତି

 
 

ଟିପ୍ପଣୀ:

80U ଅଧୀନରେ କାଟ ଦାବି କରିବା ପାଇଁ, ନିମ୍ନଲିଖିତ ବିବରଣୀ ପ୍ରଦାନ କରାଯିବା ଆବଶ୍ୟକ:

  • ଅକ୍ଷମତାର ପ୍ରକୃତି
  • ଅକ୍ଷମତାର ପ୍ରକାର
  • କାଟ ପରିମାଣ
  • ଅଟିଜିମ୍, ସେରେବ୍ରାଲ୍ ପାଲ୍‌ସି କିମ୍ବା ଏକାଧିକ ଅକ୍ଷମତା ରହିଥିବା କ୍ଷେତ୍ରରେ ଦାଖଲ ହୋଇଥିବା ଫର୍ମ 10IAର ପ୍ରାପ୍ତିସ୍ୱୀକାର ସଂଖ୍ୟା।
  • UDID ସଂଖ୍ୟା (ଯଦି ଉପଲବ୍ଧ ଥାଏ)

 

 
ପେଜ୍‌ଟି ଶେଷଥର ସମୀକ୍ଷା କିମ୍ବା ଅଦ୍ୟତନ ହୋଇଛି: