ଏହି ଇ-ଫାଇଲିଂ ୱେବସାଇଟ୍ (ଯାହାକୁ ଏହାର ପରବର୍ତ୍ତୀ ଅଂଶରେ “ପୋର୍ଟାଲ୍ ” କୁହାଯିବ) ଆୟକର ବିଭାଗ (ଯାହାକୁ ଏହାର ପରବର୍ତ୍ତୀ ଅଂଶରେ “ବିଭାଗ“ କୁହାଯିବ) ଦ୍ୱାରା ଡିଜାଇନ୍ ଏବଂ ରକ୍ଷଣାବେକ୍ଷଣ କରାଯାଇଛି। ଏହି ପୋର୍ଟାଲ୍ କିମ୍ବା ଏହାର କୌଣସି ଉପାଦାନର ଦୁରୁପଯୋଗ କଡ଼ାକଡ଼ି ଭାବରେ ନିଷିଦ୍ଧ ଏବଂ ଏହାର ପରିଣାମସ୍ୱରୂପ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇପାରେ। ଯଦିଓ ଏହି ପୋର୍ଟାଲରେ ଥିବା ବିଷୟବସ୍ତୁର ସଠିକତା ଏବଂ ଶୁଦ୍ଧତା ସୁନିଶ୍ଚିତ କରିବା ପାଇଁ ସମସ୍ତ ପ୍ରୟାସ କରାଯାଇଛି, ତଥାପି ଏହାକୁ ଆଇନଗତ ଭାବେ ବାଧ୍ୟତାମୂଳକ ବିବୃତ୍ତି ଭାବରେ ବିବେଚନା କରାଯିବା ଉଚିତ ନୁହେଁ ଏବଂ/କିମ୍ବା କୌଣସି ଆଇନଗତ ଉଦ୍ଦେଶ୍ୟ ପାଇଁ ବ୍ୟବହାର କରିବା ଉଚିତ୍ ନୁହେଁ ।
ଏହି ନିୟମ ଏବଂ ସର୍ତ୍ତାବଳୀଗୁଡିକ ଭାରତରେ ପ୍ରଯୁଜ୍ୟ ନିୟମ ଅନୁଯାୟୀ ପରିଚାଳିତ ହେବ ଏବଂ ବ୍ୟାଖ୍ୟା କରାଯିବ। ଏହି ନିୟମ ଏବଂ ସର୍ତ୍ତାବଳୀ ଅନୁଯାୟୀ ଉତ୍ପନ ହେବାକୁ ଥିବା କୌଣସି ପ୍ରକାରର ବିବାଦ ଭାରତୀୟ ଅଦାଲତର ସ୍ୱତନ୍ତ୍ର କ୍ଷେତ୍ରାଧିକାର ଅଧୀନରେ ରହିବ।