2025-26 ନିର୍ଦ୍ଧାରଣ ବର୍ଷ ପାଇଁ ହିନ୍ଦୁ ଅବିଭକ୍ତ ପରିବାର (HUF) ପାଇଁ ପ୍ରଯୁଜ୍ୟ ରିଟର୍ଣ୍ଣ ଏବଂ ଫର୍ମଗୁଡ଼ିକ
ଅସ୍ୱୀକରଣ: ଏହି ପୃଷ୍ଠାରେ ଥିବା ବିଷୟବସ୍ତୁ କେବଳ ଏକ ଅବଲୋକନ ଓ ସାଧାରଣ ମାର୍ଗଦର୍ଶନ ଦେବା ପାଇଁ ଉଦ୍ଦିଷ୍ଟ ଏବଂ ଏହା ସମ୍ପୂର୍ଣ୍ଣ ନୁହେଁ। ସଂପୂର୍ଣ୍ଣ ବିବରଣୀ ଏବଂ ମାର୍ଗଦର୍ଶିକା ପାଇଁ ଦୟାକରି ଆୟକର ଅଧିନିୟମ, ନିୟମାବଳୀ ଏବଂ ବିଜ୍ଞପ୍ତିଗୁଡ଼ିକ ଅନୁସରଣ କରନ୍ତୁ।
|
1. ITR -2 - ବ୍ୟକ୍ତିବିଶେଷ (ITR 1 ପାଇଁ ଯୋଗ୍ୟ ନୁହେଁ) ଏବଂ HUF ପାଇଁ ପ୍ରଯୁଜ୍ୟ |
||
|
ଏହି ରିଟର୍ଣ୍ଣ ବ୍ୟକ୍ତିବିଶେଷ ଏବଂ ହିନ୍ଦୁ ଅବିଭକ୍ତ ପରିବାର (HUF) ପାଇଁ ପ୍ରଯୁଜ୍ୟ
|
|
2. ITR -3 - ବ୍ୟକ୍ତିବିଶେଷ ଏବଂ HUF ପାଇଁ ପ୍ରଯୁଜ୍ୟ |
||
|
ଏହି ରିଟର୍ଣ୍ଣ ବ୍ୟକ୍ତିବିଶେଷ ଏବଂ ହିନ୍ଦୁ ଅବିଭକ୍ତ ପରିବାର (HUF) ପାଇଁ ପ୍ରଯୁଜ୍ୟ
|
|
3. ITR -4 (ସୁଗମ) - ବ୍ୟକ୍ତିବିଶେଷ, HUF ଏବଂ ଫାର୍ମ ପାଇଁ ପ୍ରଯୁଜ୍ୟ (LLP ବ୍ୟତୀତ) |
|||||||
|
ଏହି ରିଟର୍ଣ୍ଣ ବ୍ୟକ୍ତିବିଶେଷ କିମ୍ବା ହିନ୍ଦୁ ଅବିଭକ୍ତ ପରିବାର (HUF) ପାଇଁ ପ୍ରଯୁଜ୍ୟ, ଯିଏ ବାସିନ୍ଦା କିନ୍ତୁ ସାଧାରଣ ଭାବେ ବାସିନ୍ଦା ହୋଇନଥିବା ବ୍ୟକ୍ତି ବ୍ୟତୀତ କିମ୍ୱା ଏକ ଫାର୍ମ (LLP ବ୍ୟତୀତ) ଯାହାଙ୍କର ମୋଟ ଆୟ ₹ 50 ଲକ୍ଷ ପର୍ଯ୍ୟନ୍ତ ରହିଛି ଏବଂ ବ୍ୟବସାୟ କିମ୍ବା ବୃତ୍ତିରୁ ଅନୁମାନମୂଳକ ଆଧାରରେ (ଧାରା 44AD / 44ADA / 44AE) ଗଣନା କରାଯାଉଥିବା ଆୟ ଏବଂ ନିମ୍ନଲିଖିତ ଯେକୌଣସି ଉତ୍ସରୁ ଆୟ ରହିଛି:
|
ପ୍ରଯୁଜ୍ୟ ଫର୍ମଗୁଡ଼ିକ
|
1. ଫର୍ମ 16A - ବେତନ ବ୍ୟତୀତ ଅନ୍ୟ ଆୟ ଉପରେ TDS ପାଇଁ ଆୟକର ଅଧିନିୟମ, 1961ର ଧାରା 203 ଅଧୀନରେ ପ୍ରମାଣପତ୍ର |
||||
|
|
2. |
||||
|
|
3. ଫର୍ମ 15G - ନିବାସୀ କରଦାତାଙ୍କ (ଏକ କମ୍ପାନୀ କିମ୍ବା ଫାର୍ମ ନୁହେଁ) ଦ୍ୱାରା କର କାଟ ବିନା କେତେକ ପ୍ରାପ୍ତିର ଦାବି କରିବାର ଘୋଷଣା |
||||
|
|
4. ଫର୍ମ 67- ଭାରତ ବାହାରେ ଏକ ଦେଶ କିମ୍ବା ନିର୍ଦ୍ଦିଷ୍ଟ ଅଞ୍ଚଳରୁ ଆୟର ବିବରଣୀ ଏବଂ ବିଦେଶୀ କର ଜମା |
||||
|
|
5. ଫର୍ମ 3CB-3CD |
||||
|
|
6. ଫର୍ମ 3CEB |
||||
|
ନିର୍ଦ୍ଧାରଣ ବର୍ଷ 2025-26*** ପାଇଁ କର ସ୍ଲାବ୍
- ବିତ୍ତ ଅଧିନିୟମ 2024 ନିର୍ଦ୍ଧାରଣ ବର୍ଷ 2024-25 ରୁ କାର୍ଯ୍ୟକ୍ଷମ ଭାବରେ ଧାରା 115 BAC ବ୍ୟବସ୍ଥାରେ ସଂଶୋଧନ କରିଛି ଯାହା ଦ୍ୱାରା ବ୍ୟକ୍ତିବିଶେଷ, HUF, AOP (ସମବାୟ ସମିତି ହୋଇ ନଥିବ), BOI କିମ୍ୱା AOP ପରି କରଦାତାମାନଙ୍କ ପାଇଁ ନୂତନ କର ବ୍ୟବସ୍ଥାକୁ ପୂର୍ବନିର୍ଦ୍ଧାରିତ କର ବ୍ୟବସ୍ଥା କରାଯାଇପାରିବ।। ତେବେ, ଯୋଗ୍ୟ କରଦାତାଙ୍କ ପାଖରେ ଡିଫଲ୍ଟ କର ବ୍ୟବସ୍ଥାରୁ ଓହରିଯିବା ଏବଂ ପୁରୁଣା କର ବ୍ୟବସ୍ଥା ଅଧୀନରେ କର ଦେବାର ବିକଳ୍ପ ରହିଛି। ପୂରାତନ କର ବ୍ୟବସ୍ଥା ନୂତନ କର ବ୍ୟବସ୍ଥା ଆରମ୍ଭ ହେବା ପୂର୍ବରୁ ଥିବା ଆୟକର ଗଣନା ଓ ସ୍ଲାବ୍ ବ୍ୟବସ୍ଥାକୁ ବୁଝାଏ। ପୁରୁଣା କର ବ୍ୟବସ୍ଥାରେ କରଦାତାମାନଙ୍କୁ ବିଭିନ୍ନ କର ରିହାତି ଏବଂ ଛାଡ଼ ଦାବି କରିବାର ବିକଳ୍ପ ରହିଛି। ତେବେ ଡିଫଲ୍ଟ କର ବ୍ୟବସ୍ଥାରେ କର ହାର ପୁରୁଣା କର ବ୍ୟବସ୍ଥା ଠାରୁ କମ୍ ଅଟେ।
- "ଅଣ-ବ୍ୟବସାୟ ମାମଲା"କ୍ଷେତ୍ରରେ ଡିଫଲ୍ଟ କର ବ୍ୟବସ୍ଥାକୁ ବଦଳାଇବା ବିକଳ୍ପ ପ୍ରତ୍ୟେକ ବର୍ଷ ପ୍ରତ୍ୟକ୍ଷ ଭାବେ ITRରେ ବ୍ୟବହାର କରାଯାଇ ପାରିବ ଏବଂ ଏପରି ITR ଧାରା 139(1) ଅଧୀନରେ ଧାର୍ଯ୍ୟ ତାରିଖ କିମ୍ୱା ତାହା ପୂର୍ବରୁ ପୂରଣ କରାଯିବା ଆବଶ୍ୟକ।
- ବ୍ୟବସାୟ ଏବଂ ବୃତ୍ତିରୁ ଆୟ କରୁଥିବା ଯୋଗ୍ୟ କର ଦାତାଙ୍କ କ୍ଷେତ୍ରରେ, ଯଦି କରଦାତା ଡିଫଲ୍ଟ କର ବ୍ୟବସ୍ଥାରୁ ଓହରିଯିବାକୁ ଚାହୁଁଛନ୍ତି, ତେବେ ସେମାନଙ୍କୁ ଆୟର ରିଟର୍ଣ୍ଣ ପ୍ରଦାନ କରିବାକୁ ଧାରା 139(1) ଅଧୀନରେ ଧାର୍ଯ୍ୟ ତାରିଖ କିମ୍ୱା ପୂର୍ବରୁ ଫର୍ମ -10- IEA ଦାଖଲ କରିବାକୁ ହେବ। ଆହୁରି ମଧ୍ୟ, ଏହିପରି ବିକଳ୍ପ ପ୍ରତ୍ୟାହାର ଉଦ୍ଦେଶ୍ୟରେ ଅର୍ଥାତ୍ ନୂତନ କର ବ୍ୟବସ୍ଥାରେ ପୁନଃ ପ୍ରବେଶ ଫର୍ମ ନଂ.10- IEA ଦାଖଲ ମାଧ୍ୟମରେ ମଧ୍ୟ କରାଯିବ। ଅଥଚ, ପୁରୁଣା କର ବ୍ୟବସ୍ଥାକୁ ପ୍ରତ୍ୟାହାର କରିବା ଓ ଡିଫଲ୍ଟ କର ବ୍ୟବସ୍ଥାରେ ପୁନଃ ପ୍ରବେଶ କରିବା ବିକଳ୍ପ କେବଳ ପରବର୍ତ୍ତୀ AYରେ ଉପଲବ୍ଧ ହେବ ଏବଂ ବ୍ୟବସାୟ ଓ ବୃତ୍ତିରୁ ଆୟ କରୁଥିବା ଜଣେ ଯୋଗ୍ୟ କରଦାତାଙ୍କ ପୂର୍ଣ୍ଣ ଜୀବନକାଳରେ କେବଳ ଥରେ ମାତ୍ର ଉପଲବ୍ଧ ହେବ।
- ପୂର୍ବ ବର୍ଷରେ HUF (ନିବାସୀ କିମ୍ବା ପ୍ରବାସୀ) ପାଇଁ ଟିକସ ହାର ନିମ୍ନ ଅନୁଯାୟୀ ରହିଛି:
|
ପୁରୁଣା କର ବ୍ୟବସ୍ଥା |
ଧାରା 115BAC (1A) ଅଧୀନରେ ଡିଫଲ୍ଟ କର ବ୍ୟବସ୍ଥା |
||||
|
ଆୟକର ସ୍ଲାବ |
ଆୟକର ହାର |
*ଅଧିକର |
ଆୟକର ସ୍ଲାବ |
ଆୟକର ହାର |
*ଅଧିକର |
|
₹ 2,50,000 ପର୍ଯ୍ୟନ୍ତ |
ଶୂନ୍ୟ |
ଶୂନ୍ୟ |
₹ 3,00,000 ପର୍ଯ୍ୟନ୍ତ |
ଶୂନ୍ୟ |
ଶୂନ୍ୟ |
|
₹ 2,50,001 - ₹ 5,00,000** |
₹ 2,50,000 ଉପରେ 5% |
ଶୂନ୍ୟ |
₹ 3,00,001 - ₹ 7,00,000** |
₹ 3,00,000 ଉପରେ 5% |
ଶୂନ୍ୟ |
|
₹ 5,00,001 - ₹ 10,00,000 |
₹ 5,00,000 ଉପରେ ₹ 12,500 + 20% |
ଶୂନ୍ୟ |
₹ 7,00,001 - ₹ 10,00,000 |
₹ 7,00,000 ଉପରେ ₹ 20,000 + 10% |
ଶୂନ୍ୟ |
|
₹ 10,00,001- ₹ 50,00,000 |
₹ 10,00,000 ଉପରେ ₹ 1,12,500 + 30% |
ଶୂନ୍ୟ |
₹ 10,00,001 - ₹ 12,00,000 |
₹ 10,00,000 ଉପରେ ₹ 50,000 + 15% |
ଶୂନ୍ୟ |
|
₹ 50,00,001- ₹ 100,00,000 |
₹ 10,00,000 ଉପରେ ₹ 1,12,500 + 30% |
10% |
₹ 12,00,001 - ₹ 15,00,000 |
₹ 12,00,000 ଉପରେ ₹ 80,000 + 20% |
ଶୂନ୍ୟ |
|
₹ 100,00,001- ₹ 200,00,000 |
₹ 10,00,000 ଉପରେ ₹ 1,12,500 + 30% |
15% |
₹ 15,00,001- ₹ 50,00,000 |
₹ 15,00,000 ଉପରେ ₹ 1,40,000 + 30% |
ଶୂନ୍ୟ |
|
₹ 200,00,001- ₹ 500,00,000 |
₹ 10,00,000 ଉପରେ ₹ 1,12,500 + 30% |
25% |
₹ 50,00,001- ₹ 100,00,000 |
₹ 15,00,000 ଉପରେ ₹ 1,40,000 + 30% |
10% |
|
₹ 500,00,000ରୁ ଅଧିକ |
₹ 10,00,000 ଉପରେ ₹ 1,12,500 + 30% |
37% |
₹ 100,00,001- ₹ 200,00,000 |
₹ 15,00,000 ଉପରେ ₹ 1,40,000 + 30% |
15% |
|
|
|
|
₹ 200,00,001ରୁ ଅଧିକ |
₹ 15,00,000 ଉପରେ ₹ 1,40,000 + 30% |
25% |
*ଟିପ୍ପଣୀ: ଧାରା 111A, 112, 112A ଏବଂ ଲାଭାଂଶ ଆୟ ଅଧୀନରେ କରଯୋଗ୍ୟ ଆୟରୁ ସ୍ଥିତି ଯେପରି ହେଲେ ମଧ୍ୟ 25% ଏବଂ 37% ବର୍ଦ୍ଧିତ ଅଧିକର ଆଦାୟ କରାଯାଏ ନାହିଁ। ଯେତେବେଳେ ଧାରା 115A, 115AB, 115AC, 115ACA ଏବଂ 115E ଅନୁଯାୟୀ ଆୟ କରଯୋଗ୍ୟ ହୋଇଥାଏ ତାହାକୁ ବାଦ୍ ଦେଲେ, ଏହିପରି ଆୟ ଉପରେ ଦେୟ କର ଉପରେ ସର୍ବାଧିକ ଅଧିକର ହାର 15% ହେବ।
***ଟିପ୍ପଣୀ: 4% ହାରରେ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଉପକର ଆୟକର ଯୁକ୍ତ ଅଧିକର ପରିମାଣ ଉପରେ ପୈଠ କରାଯିବ (ଯଦି କିଛି ଥାଏ)।
ଯଦି ଅର୍ଜିତ ଆୟର ପରିମାଣ ଯଥାକ୍ରମେ ₹ 50 ଲକ୍ଷ, ₹ 1 କୋଟି, ₹ 2 କୋଟି କିମ୍ବା ₹ 5 କୋଟି ରୁ ଅଧିକ ହୁଏ ତେବେ ଅଧିକରରୁ ନାମ ମାତ୍ର ରିହାତି ଦାବି ନିମ୍ନୋକ୍ତ ମତେ କରାଯାଇପାରିବ:
|
ମୋଟ ଆୟ ପରିସର |
ନାମ ମାତ୍ର ରିହାତି |
|
|
ଅତିକ୍ରମ କରେ (ଟ.) |
ଅତିକ୍ରମ କରେ ନାହିଁ (ଟ.)
|
|
|
50 ଲକ୍ଷ |
1 କୋଟି |
ଆୟକର ଏବଂ ଅଧିକର ଭାବରେ ଦେୟ ରାଶି ମୋଟ ଟ. 50 ଲକ୍ଷ ଆୟ ଉପରେ ଆୟକର ଭାବରେ ଦେୟ ମୋଟ ପରିମାଣ ଟ. 50 ଲକ୍ଷରୁ ଅଧିକ ହୋଇଥିବା ଆୟ ରାଶିଠାରୁ ଅଧିକ ହେବ ନାହିଁ। |
|
1 କୋଟି |
2 କୋଟି |
ଆୟକର ଏବଂ ଅଧିକର ଭାବରେ ଦେୟ ରାଶି ମୋଟ ଟ. 1 କୋଟି ଆୟ ଉପରେ ଆୟକର ଭାବରେ ଦେୟ ମୋଟ ପରିମାଣ ଟ. 1 କୋଟିରୁ ଅଧିକ ହୋଇଥିବା ଆୟ ରାଶିଠାରୁ ଅଧିକ ହେବ ନାହିଁ। |
|
2 କୋଟି |
5 କୋଟି |
ଆୟକର ଏବଂ ଅଧିକର ଭାବରେ ଦେୟ ରାଶି ମୋଟ ଟ. 2 କୋଟି ଆୟ ଉପରେ ଆୟକର ଭାବରେ ଦେୟ ମୋଟ ପରିମାଣ ଟ. 2 କୋଟିରୁ ଅଧିକ ହୋଇଥିବା ଆୟ ରାଶିଠାରୁ ଅଧିକ ହେବ ନାହିଁ। |
|
5 କୋଟି |
– |
ଆୟକର ଏବଂ ଅଧିକର ଭାବରେ ଦେୟ ରାଶି ମୋଟ ଟ. 5 କୋଟି ଆୟ ଉପରେ ଆୟକର ଭାବରେ ଦେୟ ମୋଟ ପରିମାଣ ଟ. 5 କୋଟିରୁ ଅଧିକ ହୋଇଥିବା ଆୟ ରାଶିଠାରୁ ଅଧିକ ହେବ ନାହିଁ। |
ଯେଉଁ ନିବେଶ / ପୈଠ / ଆୟ ଉପରେ ଜଣେ କରଦାତା କର ସୁବିଧା ପାଇପାରିବେ
ଧାରା 115BAC (1A) ଅଧୀନରେ ନୂତନ କର ବ୍ୟବସ୍ଥା ଚୟନ କରୁଥିବା କରଦାତାଙ୍କ ପାଇଁ ନିମ୍ନଲିଖିତ କାଟ ଉପଲବ୍ଧ ହେବ:
-
- ଧାରା 24(b) - ଗୃହ ଋଣ ଉପରେ ପୈଠ କରାଯାଇଥିବା ସୁଧ ଉପରେ ଗୃହ ସମ୍ପତ୍ତିରୁ ଆୟରୁ ରିହାତି:
|
ସମ୍ପତ୍ତିର ପ୍ରକାର |
ଋଣର ଉଦ୍ଦେଶ୍ୟ |
ଅନୁମୋଦନଯୋଗ୍ୟ (ସର୍ବାଧିକ ସୀମା) |
ବିବରଣୀ ଆବଶ୍ୟକ |
|
ଭଡ଼ା ଦିଆଯାଇଥିବା |
ଗୃହ ସମ୍ପତ୍ତି ନିର୍ମାଣ କିମ୍ବା କ୍ରୟ |
କୌଣସି ସୀମା ନଥିବା ବାସ୍ତବ ମୂଲ୍ୟ (କିନ୍ତୁ ଯଦି “ଗୃହ ସମ୍ପତ୍ତିରୁ ଆୟ” ଅନ୍ତର୍ଗତ କୌଣସି ହାନୀ ହୋଇଥାଏ ତେବେ ତାହାକୁ ଅନୁସୂଚୀ CYLAରେ କୌଣସି ଅନ୍ୟ ଶୀର୍ଷକ ପାଇଁ ସମାଯୋଜିତ ହେଇ ପାରିବନାହିଁ ଏବଂ ଆସନ୍ତା ବର୍ଷର ହିସାବରେ ସାମିଲ କରାଯାଇ ପାରିବନାହିଁ) |
ବ୍ୟାଙ୍କ / ବ୍ୟାଙ୍କ ବ୍ୟତୀତ ଅନ୍ୟ ଠାରୁ ନିଆଯାଇଥିବା ଋଣ • ଯେଉଁ ବ୍ୟାଙ୍କ / ଅନୁଷ୍ଠାନ / ବ୍ୟକ୍ତିଙ୍କଠାରୁ ଋଣ ନିଆଯାଇଛି ତାହାର ନାମ • ଋଣ ଖାତା ସଂଖ୍ୟା • ଋଣ ମଞ୍ଜୁର ହୋଇଥିବା ତାରିଖ • ସମୁଦାୟ ଋଣ ରାଶି • ବିତ୍ତୀୟ ବର୍ଷର ଶେଷ ତାରିଖ ସୁଦ୍ଧା ଋଣ ବକେୟା • ଧାରା 24(b) ଅଧୀନରେ ଋଣ କରାଯାଇଥିବା ପୁଞ୍ଜି ଉପରେ ସୁଧ |
2.ଆୟକର ଅଧିନିୟମର ଅଧ୍ୟାୟ VI-A ଅଧୀନରେ ନିର୍ଦ୍ଧାରିତ କର କାଟ
ଧାରା 115 BAC ଅଧୀନରେ ନୂତନ କର ବ୍ୟବସ୍ଥାର ଚୟନ କରୁଥିବା କରଦାତାଙ୍କ ପାଇଁ ଅଧ୍ୟାୟ VI-A ରିହାତି ଉପଲବ୍ଧ ହେବ ନାହିଁ।
ଖ.ପୁରୁଣା କର ବ୍ୟବସ୍ଥା ଚୟନ କରିଥିବା କରଦାତାଙ୍କ ପାଇଁ ନିମ୍ନଲିଖିତ କାଟ ଉପଲବ୍ଧ ହେବ
- ଧାରା 24(b) - ଗୃହ ଋଣ ଏବଂ ଗୃହ ଉନ୍ନୟନ ଋଣ ଉପରେ ପୈଠ କରାଯାଇଥିବା ସୁଧ ଉପରେ ଗୃହ ସମ୍ପତ୍ତିରୁ ଆୟରୁ ରିହାତି। ସ୍ୱ-ଅଧିକୃତ ସମ୍ପତ୍ତି କ୍ଷେତ୍ରରେ, ଆବାସ ଋଣ ଉପରେ ପୈଠ କରାଯାଉଥିବା ସୁଧ ରିହାତି ପାଇଁ ଉପର ସୀମା ହେଉଛି ₹ 2 ଲକ୍ଷ। ଧାରା 24(b) ଅଧୀନରେ ଋଣ ଉପରେ ସୁଧକୁ ନିମ୍ନରେ ସାରଣୀ କରାଯାଇଛି:
|
ସମ୍ପତ୍ତିର ପ୍ରକାର |
କେବେ ଋଣ ନିଆଯାଇଥିଲା |
ଋଣର ଉଦ୍ଦେଶ୍ୟ |
ଅନୁମୋଦନଯୋଗ୍ୟ (ସର୍ବାଧିକ ସୀମା) |
ବିବରଣୀ ଆବଶ୍ୟକ |
|
ସ୍ୱ-ଭୋଗଦଖଲରେ ଥିବା |
1/04/1999 ରେ କିମ୍ବା ପରେ |
ଗୃହ ସମ୍ପତ୍ତି ନିର୍ମାଣ କିମ୍ବା କ୍ରୟ |
₹ 2,00,000 |
ବ୍ୟାଙ୍କ / ବ୍ୟାଙ୍କ ବ୍ୟତୀତ ଅନ୍ୟ ଠାରୁ ନିଆଯାଇଥିବା ଋଣ • ଯେଉଁ ବ୍ୟାଙ୍କ / ଅନୁଷ୍ଠାନ / ବ୍ୟକ୍ତିଙ୍କଠାରୁ ଋଣ ନିଆଯାଇଛି ତାହାର ନାମ • ଋଣ ଖାତା ସଂଖ୍ୟା • ଋଣ ମଞ୍ଜୁର ହୋଇଥିବା ତାରିଖ • ସମୁଦାୟ ଋଣ ରାଶି • ବିତ୍ତୀୟ ବର୍ଷର ଶେଷ ତାରିଖ ସୁଦ୍ଧା ଋଣ ବକେୟା • ଧାରା 24(b) ଅଧୀନରେ ଋଣ କରାଯାଇଥିବା ପୁଞ୍ଜି ଉପରେ ସୁଧ |
|
1/04/1999 ରେ କିମ୍ବା ପରେ |
ଗୃହ ସମ୍ପତ୍ତିର ମରାମତି ପାଇଁ |
₹ 30,000 |
||
|
1/04/1999 ପୂର୍ବରୁ |
ଗୃହ ସମ୍ପତ୍ତି ନିର୍ମାଣ କିମ୍ବା କ୍ରୟ |
₹ 30,000 |
||
|
1/04/1999 ପୂର୍ବରୁ |
ଗୃହ ସମ୍ପତ୍ତିର ମରାମତି ପାଇଁ |
₹ 30,000 |
||
|
ଭଡ଼ା ଦିଆଯାଇଥିବା |
ଯେକୌଣସି ସମୟରେ |
ଗୃହ ସମ୍ପତ୍ତି ନିର୍ମାଣ କିମ୍ବା କ୍ରୟ |
କୌଣସି ସୀମା ବିନା ବାସ୍ତବିକ ମୂଲ୍ୟ |
2. ଆୟକର ଅଧିନିୟମର ଅଧ୍ୟାୟ VIA ଅଧୀନରେ ନିର୍ଦ୍ଧାରିତ କର ରିହାତି
|
80C |
||||
|
କରାଯାଇଥିବା ଦେୟ ପ୍ରତି ରିହାତି
|
|
|||
ଟିପ୍ପଣୀ:
80 C ଅଧୀନରେ କାଟ ଦାବି କରୁଥିବା କରଦାତାମାନେ ନିମ୍ନଲିଖିତ ବିବରଣୀ ପ୍ରଦାନ କରିବା ଆବଶ୍ୟକ:
• କାଟ ପାଇଁ ଯୋଗ୍ୟ ରାଶି
• ପଲିସି ସଂଖ୍ୟା କିମ୍ୱା ଦସ୍ତାବିଜ ଚିହ୍ନଟ ସଂଖ୍ୟା
|
80D |
||||||||||
|
ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍ ଏବଂ ପ୍ରତିଷେଧକାତ୍ମକ ସ୍ୱାସ୍ଥ୍ୟ ଯାଞ୍ଚ କରିବା ପାଇଁ ଦିଆଯାଇଥିବା ଦେୟ ନିମନ୍ତେ ରିହାତି
ଯଦି ସ୍ୱାସ୍ଥ୍ୟ ବୀମା ସୁରକ୍ଷା ଉପରେ କୌଣସି ପ୍ରିମିୟମ୍ ପୈଠ କରାଯାଇ ନାହିଁ, ତେବେ HUFର ସଦସ୍ୟ ହୋଇଥିବା ଜଣେ ବରିଷ୍ଠ ନାଗରିକଙ୍କ ନିମନ୍ତେ ହୋଇଥିବା ଚିକିତ୍ସା ଖର୍ଚ୍ଚ ନିମନ୍ତେ ରିହାତି ରିହାତି ସୀମା ₹ 50,000 |
||||||||||
| ଟିପ୍ପଣୀ: ଧାରା 80 D ଅଧୀନରେ କାଟ ଦାବି କରୁଥିବା କରଦାତାମାନେ ନିମ୍ନଲିଖିତ ବିବରଣୀ ପ୍ରଦାନ କରିବା ଆବଶ୍ୟକ: ବୀମାକର୍ତ୍ତାଙ୍କ (ବୀମା କମ୍ପାନୀ) ନାମ • ପଲିସି ସଂଖ୍ୟା • ସ୍ୱାସ୍ଥ୍ୟ ବୀମା ରାଶି |
|
80DD |
|
|||||
|
ଜଣେ ଭିନ୍ନକ୍ଷମ ନିର୍ଭରଶୀଳଙ୍କ ତତ୍ୱାବଧାନ କିମ୍ବା ଡାକ୍ତରୀ ଚିକିତ୍ସା ଦିଗରେ ହୋଇଥିବା ପୈଠ କିମ୍ବା ପ୍ରାସଙ୍ଗିକ ଅନୁମୋଦିତ ଯୋଜନା ଅଧୀନରେ ହୋଇଥିବା ପୈଠ/ଜମା ଦିଗରେ ରିହାତି। |
|
|||||
ଟିପ୍ପଣୀ:
ଧାରା 80 DD ଅଧୀନରେ କାଟ ଦାବି କରିବା ପାଇଁ ITRରେ ନିମ୍ନଲିଖିତ ବିବରଣୀ ପ୍ରଦାନ କରାଯିବା ଆବଶ୍ୟକ:
• ଅକ୍ଷମତାର ପ୍ରକୃତି
• ଅକ୍ଷମତା ପ୍ରକାର
• କଟା ଯାଇଥିବା ରାଶି ପରିମାଣ
• ନିର୍ଭରଶୀଳଙ୍କ ପ୍ରକାର - "HUFର ସଦସ୍ୟ" ହେବା ସ୍ଥଳେ
• ନିର୍ଭରଶୀଳଙ୍କ PAN
• ନିର୍ଭରଶୀଳଙ୍କ ଆଧାର
• ଅଟିଜିମ୍, ସେରେବ୍ରାଲ୍ ପାଲ୍ସି କିମ୍ବା ଏକାଧିକ ଅକ୍ଷମତା ରହିଥିବା କ୍ଷେତ୍ରରେ ଦାଖଲ ହୋଇଥିବା ଫର୍ମ 10 IAର ପ୍ରାପ୍ତି ସ୍ୱୀକାର ସଂଖ୍ୟା
UDID ନମ୍ବର (ଯଦି ଉପଲବ୍ଧ ଥାଏ)
|
80DDB |
|
||||
|
ନିର୍ଦ୍ଦିଷ୍ଟ ରୋଗ ପାଇଁ ନିଜର କିମ୍ବା ନିର୍ଭରଶୀଳଙ୍କ ଡାକ୍ତରୀ ଚିକିତ୍ସା ପାଇଁ ଦିଆଯାଇଥିବା ଦେୟ ଦିଗରେ ରିହାତି। |
|
||||
|
80G |
||||||||
|
ନିର୍ଦ୍ଧାରିତ ପାଣ୍ଠି, ଦାତବ୍ୟ ଅନୁଷ୍ଠାନ ଇତ୍ୟାଦି ପାଇଁ ଦିଆଯାଇଥିବା ଦାନ ନିମନ୍ତେ ରିହାତି। ନିମ୍ନ ବର୍ଗ ଅଧୀନରେ କରାଯାଇଥିବା ଦାନ ରିହାତି ପାଇଁ ଯୋଗ୍ୟ ଅଟେ
ଟିପ୍ପଣୀ: ଏହି ଧାରା ଅଧୀନରେ ₹2,000/-ରୁ ଅଧିକ ନଗଦ ଆକାରରେ ଦିଆଯାଇଥିବା ଦାନ ସମ୍ବନ୍ଧରେ କୌଣସି ରିହାତିକୁ ଅନୁମତି ଦିଆଯିବ ନାହିଁ। |
|
80GGA |
|||||
|
ବୈଜ୍ଞାନିକ ଗବେଷଣା କିମ୍ବା ଗ୍ରାମୀଣ ବିକାଶ ପାଇଁ ଦିଆଯାଇଥିବା ଦାନ ଉପରେ ରିହାତି ନିମ୍ନ ବର୍ଗଗୁଡ଼ିକ ଅଧୀନରେ ଦାନ ରିହାତି ପାଇଁ ଯୋଗ୍ୟ:
ଟିପ୍ପଣୀ: ଏହି ଧାରା ଅଧୀନରେ ₹2,000/-ରୁ ଅଧିକ ନଗଦ ଆକାରରେ ଦିଆଯାଇଥିବା ଦାନ ସମ୍ବନ୍ଧରେ କୌଣସି ରିହାତିକୁ ଅନୁମତି ଦିଆଯିବ ନାହିଁ। |
|
80GGC |
|
||||
|
ରାଜନୈତିକ ଦଳ କିମ୍ବା ନିର୍ବାଚନୀ ଟ୍ରଷ୍ଟକୁ ଦିଆଯାଇଥିବା ଦାନ ଦିଗରେ ରିହାତି |
|
||||
|
80TTA |
|
||||
|
ସଞ୍ଚୟ ବ୍ୟାଙ୍କ ଖାତା ଜମା ବାବଦରେ ପ୍ରାପ୍ତ ସୁଧ ଉପରେ କାଟ |
|
||||