search-openmobilesearch
Do not have an account?
Already have an account?

ବୈଧାନିକ ଫର୍ମ - ବାରମ୍ବାର ପଚରାଯାଉଥିବା ପ୍ରଶ୍ନ

ଫର୍ମ 3CB-3CD

ପ୍ରଶ୍ନ; ଫର୍ମ 3CB-3CD ଦାଖଲ କରିବା ସମୟରେ, "ଅନନ୍ୟ ଦସ୍ତାବିଜ୍ ପରିଚୟ ସଂଖ୍ୟା" ପୃଷ୍ଠା ପ୍ରଦର୍ଶିତ ହୁଏ। ଯଦିଓ ଆମେ କର ଅଡିଟ୍ ରିପୋର୍ଟ ଅପ୍‌ଲୋଡ୍ କରିବା ପୂର୍ବରୁ ସଠିକ୍ ଭାବରେ UDIN ନେଇଛୁ, ମୁଁ UDIN ବିବରଣୀ ଯୋଡିବାକୁ ସକ୍ଷମ ହେଉ ନାହିଁ। ମୁଁ “ମୋର UDIN ସଂଖ୍ୟା ନାହିଁ / ମୁଁ ପରେ ଅଦ୍ୟତନ କରିବି” ଚୟନ କରିବା ଉଚିତ୍ କି?

ଉତ୍ତର; UDIN ପାଇଁ ସାମୂହିକ ଅପ୍‌ଲୋଡ୍ ସୁବିଧା କେବଳ ଫର୍ମ 15CB ପାଇଁ ସକ୍ଷମ କରା ହୋଇଛି। ଏହି ବୈଶିଷ୍ଟ୍ୟ ଖୁବ୍ ଶୀଘ୍ର ସକ୍ରିୟ କରା ହେବ। ଆପଣ ତଥାପି ଆଗକୁ ଯାଇପାରନ୍ତି ଏବଂ "ମୋର UDIN ନାହିଁ / ମୁଁ ପରେ ଅଦ୍ୟତନ କରିବି" ଚୟନ କରି ଫର୍ମ ଫାଇଲ୍ କରିପାରିବେ। ଥରେ ସମସ୍ତ ଫର୍ମ ପାଇଁ UDIN ବୈଶିଷ୍ଟ୍ୟ ଉପଲବ୍ଧ ହୋଇଗଲେ, ଆପଣ ପୋର୍ଟାଲ୍‌‌ରେ ତାହା ଅଦ୍ୟତନ କରିପାରିବେ।

 

ଫର୍ମ 10 B

ପ୍ରଶ୍ନ: ମୁଁ ଫର୍ମ 10B ଫାଇଲ୍ ଏବଂ ଦାଖଲ କରିବାକୁ ଚେଷ୍ଟା କରୁଛି। କିନ୍ତୁ ଦାଖଲ କରିବା ପରେ, ପୃଷ୍ଠାରେ ନିମ୍ନଲିଖିଛି ତ୍ରୁଟି ଦର୍ଶାଉଛି, "ARN ପାଇଁ ଅବୈଧ ଫର୍ମାଟ"। ମୁଁ କ’ଣ କରିବା ଉଚିତ୍?

ଉତ୍ତର; ଫର୍ମ 10B ଫାଇଲ୍ କରିବା ପୂର୍ବରୁ, ଦୟାକରି “ମୋ ପ୍ରୋଫାଇଲ୍” ବିଭାଗରୁ ଆପଣଙ୍କର ପ୍ରୋଫାଇଲ୍ ଅଦ୍ୟତନ କରନ୍ତୁ ଏବଂ ନିଶ୍ଚିତ କରନ୍ତୁ ଯେ ସମସ୍ତ ବାଧ୍ୟତାମୂଳକ କ୍ଷେତ୍ର ପୂରଣ ହୋଇଛି। ଆପଣଙ୍କର ପ୍ରୋଫାଇଲ୍‌ ବିବରଣୀ ଅଦ୍ୟତନ କରିବା ପରେ, ଆପଣ ପୁନଃ-ଲଗ୍‌ଇନ୍‌ କରିପାରିବେ ଏବଂ ପୁନର୍ବାର ଚେଷ୍ଟା କରିପାରିବେ।

 

ଫର୍ମ 67

ପ୍ରଶ୍ନ; ମୁଁ କାହିଁକି ଫର୍ମ 67 ଫାଇଲ୍ କରିବା ଆବଶ୍ୟକ?

ଉତ୍ତର: ଆପଣଙ୍କୁ ଫର୍ମ 67 ଦାଖଲ କରିବାକୁ ହେବ, ଯଦି ଆପଣ ଭାରତ ବାହାରେ କୌଣସି ଦେଶ କିମ୍ବା ନିର୍ଦ୍ଦିଷ୍ଟ ଅଞ୍ଚଳରେ ପୈଠ କରାଯାଇଥିବା ବିଦେଶୀ କରର କ୍ରେଡିଟ୍ ଦାବି କରିବାକୁ ଚାହିଁବେ। ଆପଣଙ୍କୁ କୌଣସି ପୂର୍ବ ବର୍ଷରେ ଦାବି କରାଯାଇଥିବା ବିଦେଶୀ କର ରିଫଣ୍ଡ୍ କାରଣରୁ ଚାଲୁ ବର୍ଷର କ୍ଷତିକୁ ପଛକୁ ନେବା କ୍ଷେତ୍ରରେ ଫର୍ମ 67କୁ ମଧ୍ୟ ଦାଖଲ କରିବାକୁ ହେବ।

ପ୍ରଶ୍ନ: କେଉଁ ପଦ୍ଧତିଗୁଡ଼ିକ ମାଧ୍ଯମରେ ଫର୍ମ 67 ଦାଖଲ କରାଯାଇପାରିବ?
ଉତ୍ତର; ଫର୍ମ 67 କେବଳ ଇ-ଫାଇଲିଂ ପୋର୍ଟାଲ୍‌‌ରେ ଅନ୍‌ଲାଇନ୍‌ ଯୋଗେ ଦାଖଲ କରାଯାଇପାରିବ। ଅନ୍‌ଲାଇନ୍‌ରେ ଫର୍ମ ଫାଇଲ୍‌ କରିବା ପାଇଁ ଇ-ଫାଇଲିଂ ପୋର୍ଟାଲ୍‌ରେ ଲଗ୍‌ଇନ୍‌ କରିବା ପରେ, ଫର୍ମ 67 ଚୟନ କରନ୍ତୁ, ପ୍ରସ୍ତୁତ କରନ୍ତୁ ଏବଂ ଫର୍ମ ଦାଖଲ କରନ୍ତୁ।

ପ୍ରଶ୍ନ. ଫର୍ମ 67 କିପରି ଇ-ସତ୍ୟାପିତ ହୋଇପାରିବ?
ଉତ୍ତର; ଆପଣ EVC କିମ୍ବା DSC ବ୍ୟବହାର କରି ଫର୍ମକୁ ଇ-ସତ୍ୟାପନ କରିପାରିବେ।ଅଧିକ ଜାଣିବା ପାଇଁ ଆପଣ ଇ-ସତ୍ୟାପନ କିପରି କରାଯିବ
ଉପଭୋକ୍ତା ମାନୁଆଲ୍ ଦେଖି ପାରିବେ।

ପ୍ରଶ୍ନ; ମୁଁ ମୋ ତରଫରୁ ଫର୍ମ 67 ଫାଇଲ୍ କରିବାକୁ ଜଣେ ପ୍ରାଧିକୃତ ପ୍ରତିନିଧିଙ୍କୁ ଯୋଡି କରିପାରିବି କି?
ଉତ୍ତର; ହଁ, ଆପଣ ଆପଣଙ୍କ ତରଫରୁ ଫର୍ମ 67 ଫାଇଲ୍ କରିବାକୁ ଜଣେ ପ୍ରାଧିକୃତ ପ୍ରତିନିଧିଙ୍କୁ ଯୋଡିପାରିବେ।

ପ୍ରଶ୍ନ; ଫର୍ମ 67 ଫାଇଲ୍ କରିବାର ସମୟ ସୀମା କେତେ?
ଉତ୍ତର; ଧାରା 139(1) ଅଧୀନରେ ନିର୍ଦ୍ଧାରିତ ରିଟର୍ଣ୍ଣ ଫାଇଲ୍ କରିବାର ଧାର୍ଯ୍ଯ ତାରିଖ ପୂର୍ବରୁ ଫର୍ମ 67 ଫାଇଲ୍ କରାଯିବା ଉଚିତ୍

ପ୍ରଶ୍ନ; ମୁଁ ଯେତେବେଳେ ବୈଧାନିକ ଫର୍ମ ପୂରଣ କରିବା ସମୟରେ ସଂଲଗ୍ନକଗୁଡ଼ିକୁ ଅପ୍‌ଲୋଡ୍ କରୁଛି, ପୃଷ୍ଠାରେ କିଛି ବିଶେଷ ତ୍ରୁଟି ପ୍ରଦର୍ଶିତ ହେଉଛି। ଇ-ଫାଇଲିଂ ପୋର୍ଟାଲ୍‌ରେ ସଂଲଗ୍ନକଗୁଡ଼ିକୁ ଅପ୍‌ଲୋଡ୍ କରିବା ସମୟରେ ମୁଁ କ'ଣ ମନେ ରଖିବା ଉଚିତ୍?

ଉତ୍ତର; - ଫାଇଲ୍‌ରେ ବ୍ୟବହୃତ ନାମକରଣ ପ୍ରକ୍ରିୟା ହେତୁ ତ୍ରୁଟି ହୋଇଥାଇପାରେ। ଦୟାକରି ଫାଇଲ୍ ନାମରେ କୌଣସି ବିଶେଷ ଅକ୍ଷର ବ୍ୟବହାର କରିବାରୁ ଦୂରେଇ ରୁହନ୍ତୁ ଏବଂ ଫାଇଲ୍ ନାମକୁ ଛୋଟ ରଖନ୍ତୁ। ଏହା ସହିତ ସଂଲଗ୍ନକର ଆକାର 5 MB ରୁ କମ୍ ହେବା ଉଚିତ୍ ଏବଂ ସଂଲଗ୍ନକର ଫର୍ମାଟ୍ କେବଳ PDF କିମ୍ବା Zip ଫର୍ମାଟରେ ହେବା ଉଚିତ୍।

 

ଫର୍ମ 29B ଏବଂ 29C

ପ୍ରଶ୍ନ; ମୁଁ ଫର୍ମ 29B ଅପ୍‌ଲୋଡ୍ କରିବାକୁ ସମର୍ଥ ହେଉନାହିଁ। ମୁଁ କିପରି ଫର୍ମ 29B ଫାଇଲ୍ ଏବଂ ଦାଖଲ କରିପାରିବି?

ଉତ୍ତର; ଫର୍ମ 29B ଇ-ଫାଇଲିଂ ପୋର୍ଟାଲ୍‌ରେ ଉପଲବ୍ଧ। ଫର୍ମ 29Bକୁ କରଦାତା ସେମାନଙ୍କ CAଙ୍କୁ ନ୍ୟସ୍ତ କରିବା ଆବଶ୍ୟକ।

ଥରେ କରଦାତା ଫର୍ମ ନ୍ୟସ୍ତ କରିଦେବା ପରେ, CA ସେହି ଫର୍ମକୁ ତାଙ୍କ କାର୍ଯ୍ୟ ତାଲିକାରେ ପ୍ରବେଶ କରିପାରିବ।

ପ୍ରଶ୍ନ; ଫର୍ମ ଦାଖଲ କରିବା ସମୟରେ, ପୃଷ୍ଠାଟି “ଅବୈଧ ମେଟାଡାଟା” ତ୍ରୁଟି ପ୍ରଦର୍ଶନ କରେ। ମୁଁ କ’ଣ କରିବା ଉଚିତ୍?

ଉତ୍ତର; ଯଦି ଏପରି ତ୍ରୁଟି ଅବ୍ୟାହତ ରହେ, ତେବେ ଚୟନ ଯାଇଥିବା କରଦାତା ମଧ୍ୟରେ ଅମେଳ ଥିବାର ଏକ ସମ୍ଭାବନା ରହିଛି କିମ୍ବା ଫାଇଲିଂ ପ୍ରକାର (ମୂଳ/ ସଂଶୋଧିତ) କିମ୍ବା ଆପଣଙ୍କ ଲଗଇନ୍ ପ୍ରତ୍ଯେୟ ସହିତ ମୂଲ୍ୟାୟନ ବର୍ଷ ସିଙ୍କ୍ ହେଉନାହିଁ। ଉଲ୍ଲେଖିତ ମାନଦଣ୍ଡ ସହିତ ଜଡିତ କୌଣସି ଅସଙ୍ଗତି ନହେବାକୁ ସୁନିଶ୍ଚିତ କରିବା ପାଇଁ ଆପଣଙ୍କୁ ପରାମର୍ଶ ଦିଆଯାଇଛି।

ପ୍ରଶ୍ନ; ମୁଁ ମୂଲ୍ୟାୟନ ବର୍ଷ 2021-22ପାଇଁ ଫର୍ମ 29B ଫାଇଲ୍ କରିବାକୁ ଅସମର୍ଥ ହେଉଛି। ପୃଷ୍ଠାରେ ନିମ୍ନଲିଖିତ ତ୍ରୁଟି ପ୍ରଦର୍ଶନ ହେଉଛି “ଦାଖଲ ବିଫଳ: ଅବୈଧ ଇନପୁଟ୍”। ମୁଁ କ’ଣ କରିବା ଉଚିତ୍?

ଉତ୍ତର; ଏହି ସମସ୍ୟା ସେତେବେଳେ ଉତ୍ପନ୍ନ ହୋଇଥାଏ ଯେତେବେଳେ "ଆକାଉଣ୍ଟାଣ୍ଟଙ୍କ ରିପୋର୍ଟ" କ୍ଷେତ୍ରର ଭାଗ 3 ଖାଲି ଛାଡି ଦିଆଯାଇଥାଏ। ଯଦି କ୍ଷେତ୍ରଟି ପ୍ରଯୋଜ୍ୟ ନୁହେଁ, ତେବେ ଆପଣ “ଆକାଉଣ୍ଟାଣ୍ଟଙ୍କ ପାଇଁ ରିପୋର୍ଟ” ର ପାରା 3 ତଳେ ଦିଆଯାଇଥିବା ଟେକ୍ସଟ୍ ବକ୍ସରେ “NA” ପ୍ରବେଶ କରିପାରିବେ ଏବଂ ଫର୍ମକୁ ପୁନଃ ଦାଖଲ କରିବାକୁ ଚେଷ୍ଟା କରିପାରିବେ।

ପ୍ରଶ୍ନ; ମୁଁ ମୂଲ୍ୟାୟନ ବର୍ଷ 2021-22ପାଇଁ ଫର୍ମ 29B ଫାଇଲ୍ କରିବାକୁ ଅସମର୍ଥ ହେଉଛି। ପୃଷ୍ଠାଟି ନିମ୍ନଲିଖିତ ତ୍ରୁଟି ପ୍ରଦର୍ଶନ କରୁଛି "ARN ପାଇଁ ଅବୈଧ ଫର୍ମାଟ"। ମୁଁ କ’ଣ କରିବା ଉଚିତ୍?

ଉତ୍ତର; ଏହା ସେତେବେଳେ ଲକ୍ଷ୍ୟ କରାଯାଏ ଯେତେବେଳେ ଉପଭୋକ୍ତାଙ୍କର "ପ୍ରୋଫାଇଲ୍" ସଠିକ୍ ଭାବରେ ଅଦ୍ୟତନ ହୋଇନଥାଏ। ଦୟାକରି ସୁନିଶ୍ଚିତ କରନ୍ତୁ ଯେ ଫର୍ମ ଏବଂ ଆପଣଙ୍କ ପ୍ରୋଫାଇଲ୍‌ରେ ପୁରଣ ଯାଇଥିବା ସୂଚନାରେ କୌଣସି ଅସଙ୍ଗତି ନାହିଁ। ଆପଣଙ୍କର ପ୍ରୋଫାଇଲ୍ ଅଦ୍ୟତନ କରିବା ପରେ, ଇ-ଫାଇଲିଂ ପୋର୍ଟାଲ୍‌‌ରେ ପୁନଃ-ଲଗ୍ଇନ୍ କରନ୍ତୁ ଏବଂ ପୁନର୍ବାର ଚେଷ୍ଟା କରନ୍ତୁ।

ପ୍ରଶ୍ନ; ଫର୍ମ 29B ଭାଗ C (ଧାରା 115JBର ଉପଧାରା (2C) ଅନୁଯାୟୀ ବୃଦ୍ଧି କିମ୍ବା ହ୍ରାସ କରିବାକୁ ଆବଶ୍ୟକ ରାଶିର ବିବରଣୀ), ଫାଇଲ୍ କରିବା ସମୟରେ, ମୁଁ ବୁକ୍ ପ୍ରଫିଟ୍ ବୃଦ୍ଧି କିମ୍ବା ହ୍ରାସ କରିବା ପାଇଁ ଆବଶ୍ୟକ ରାଶି ପ୍ରବେଶ କରିବାକୁ ଚେଷ୍ଟା କରୁଛି। ଅବଶ୍ୟ, ଫର୍ମ ନକାରାତ୍ମକ ମୂଲ୍ୟ ଗ୍ରହଣ କରେ ନାହିଁ। ମୁଁ କ’ଣ କରିବା ଉଚିତ୍?

ଉତ୍ତର; ସମ୍ଭବତଃ ଆପଣ ଫର୍ମ 29Bର ପୁରୁଣା ଡ୍ରାଫ୍ଟ ଉପରେ କାମ କରୁଛନ୍ତି ଦୟାକରି ଡ୍ରାଫ୍ଟ ବିଲୋପ କରନ୍ତୁ ଏବଂ ଏକ ନୂଆ ଫର୍ମ ଫାଇଲ୍ କରନ୍ତୁ।

 

ଫର୍ମ 56F

ପ୍ରଶ୍ନ; ଧାରା 10AA ଅଧୀନରେ sez ଦାବି କରିବା ପାଇଁ ଫର୍ମ 56F ଦାଖଲ କରିବା ସମୟରେ, ପୃଷ୍ଠାରେ କିଛି ତ୍ରୁଟି ପ୍ରଦର୍ଶନ ହେଉଛି। 29 ଡିସେମ୍ବରର ଏକ ବିଜ୍ଞପ୍ତି ଉପରେ ଆଧାର କରି, 56F ଅପସାରଣ କରାଯାଇଛି ଏବଂ ତା' ସ୍ଥାନରେ 56FF ପ୍ରତିସ୍ଥାପନ କରାଯାଇଛି (କେବଳ ପୁନଃନିବେଶ ବିବରଣୀ ପାଇଁ)। ତଥାପି, 10A ସହିତ ପଠିତ ଧାରା 10AA ରେ କୌଣସି ପରିବର୍ତ୍ତନ କରା ଯାଇ ନାହିଁ। ମୁଁ 56F ଫାଇଲ୍ କରିବା ଆବଶ୍ୟକ କି?

ଉତ୍ତର; ପୋର୍ଟାଲ୍‌‌ରେ ଉପଭୋକ୍ତାମାନଙ୍କ ପାଇଁ ଉଭୟ ଫର୍ମ ଉପଲବ୍ଧ। ଆପଣ ଆୟକର ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତି/ମାର୍ଗଦର୍ଶିକା ଉପରେ ଆଧାର କରି ଏବଂ ଅଧିନିୟମ/ନିୟମାବଳୀର ପ୍ରଯୋଜ୍ୟ ବ୍ୟବସ୍ଥା ଅନୁଯାୟୀ ଫର୍ମ ଫାଇଲ୍ କରିପାରିବେ।

 

ଫର୍ମ 10E

ପ୍ରଶ୍ନ; ମୁଁ କେବେ ଫର୍ମ 10E ଫାଇଲ୍ କରିବା ଉଚିତ୍?
ଉତ୍ତର: ଆପଣଙ୍କ ଆୟକର ରିଟର୍ଣ୍ଣ ଫାଇଲ୍ କରିବା ପୂର୍ବରୁ ଫର୍ମ 10E ଫାଇଲ୍ କରିବାକୁ ହେବ।

ପ୍ରଶ୍ନ; ଫର୍ମ 10E ଫାଇଲ୍ କରିବା ବାଧ୍ୟତାମୂଳକ କି?
ଉତ୍ତର; ହଁ, ଯଦି ଆପଣ ଆପଣଙ୍କର ବକେୟା/ଅଗ୍ରୀମ ଆୟ ଉପରେ କର ରିହାତି ଦାବି କରିବାକୁ ଚାହାଁନ୍ତି ଫର୍ମ 10E ଫାଇଲ୍ କରିବା ବାଧ୍ୟତାମୂଳକ ଅଟେ।

ପ୍ରଶ୍ନ; ଯଦି ମୁଁ ଫର୍ମ 10E ଫାଇଲ୍ କରିବାରେ ବିଫଳ ହୁଏ କିନ୍ତୁ ମୋ ITRରେ ଧାରା 89 ଅଧୀନରେ ରିହାତି ଦାବି କରେ ତେବେ କ'ଣ ହେବ?
ଉତ୍ତର; ଯଦି ଆପଣ 10E ଫାଇଲ୍ କରିବାରେ ବିଫଳ ହୁଅନ୍ତି କିନ୍ତୁ ଆପଣ ITRରେ ଧାରା 89 ଅଧୀନରେ ରିହାତି ଦାବି କରନ୍ତି, ଆପଣଙ୍କ ITRର ପ୍ରକ୍ରିୟାକରଣ ହେବ, କିନ୍ତୁ ଧାରା 89 ଅଧୀନରେ ଦାବି କରାଯାଇଥିବା ରିହାତିକୁ ଅନୁମତି ଦିଆଯିବ ନାହିଁ।

ପ୍ରଶ୍ନ; ମୁଁ କିପରି ଜାଣିବି ଯେ ITD ମୋର ITRରେ ମୋ ଦ୍ୱାରା ଦାବି କରାଯାଇଥିବା ରିହାତିକୁ ଅସ୍ୱୀକାର କରିଛି?
ଉତ୍ତର; ଯଦି ଆପଣଙ୍କ ଦ୍ୱାରା ଧାରା 89 ଅଧୀନରେ ଦାବି କରାଯାଇଥିବା ରିହାତିକୁ ଅସ୍ୱୀକାର କରାଯାଇଛି, ତେବେ ଆପଣଙ୍କ ITRର ପ୍ରକ୍ରିୟାକରଣ ହେବା ପରେ ସେହି ତଥ୍ୟକୁ ଆୟକର ବିଭାଗ ଦ୍ୱାରା ଧାରା 143(1) ଅଧୀନରେ ଆପଣଙ୍କୁ ଅବଗତ କରାଇ ଦିଆଯିବ।

ପ୍ରଶ୍ନ; ଫର୍ମ 10E ଫାଇଲ୍ କରିବା ସମୟରେ ମୁଁ ଆର୍ଥିକ ବର୍ଷ 2019-20ପାଇଁ ଆୟ ବିବରଣୀ ଯୋଡିବାରେ ଅସମର୍ଥ ହେଉଛି। ମୁଁ କ’ଣ କରିବା ଉଚିତ୍?

ଉତ୍ତର: ସୁନିଶ୍ଚିତ କରନ୍ତୁ ଯେ ଆପଣ ମୂଲ୍ୟାୟନ ବର୍ଷ 2021-22 ପାଇଁ ଫର୍ମ 10E ଫାଇଲ୍ କରୁଛନ୍ତି। ମୂଲ୍ୟାୟନ ବର୍ଷ 2021-22 ପାଇଁ ଫର୍ମ 10E ଫାଇଲ୍ କରିବାକୁ, ଇ-ଫାଇଲ୍>ଆୟକର ଫର୍ମ>ଆୟକର ଫର୍ମ ଫାଇଲ୍ କରନ୍ତୁରେ କ୍ଲିକ୍ କରନ୍ତୁ। “ବ୍ୟବସାୟିକ/ବୃତ୍ତିଗତ ଆୟ ନଥିବା ବ୍ଯକ୍ତି" ଟ୍ୟାବ୍ ଖୋଜିବା ପାଇଁ ତଳକୁ ସ୍କ୍ରୋଲ୍ କରନ୍ତୁ, ବର୍ତ୍ତମାନ ଫାଇଲ୍ କରନ୍ତୁ ଉପରେ କ୍ଲିକ୍‌ କରନ୍ତୁ। ମୂଲ୍ୟାୟନ ବର୍ଷ 2021-22 ଭାବେ ଚୟନ କରନ୍ତୁ ଏବଂ ଜାରି ରଖନ୍ତୁରେ କ୍ଲିକ୍‌ କରନ୍ତୁ।

ପ୍ରଶ୍ନ; ମୁଁ ମୂଲ୍ୟାୟନ ବର୍ଷ 2021-22 ପାଇଁ ଆୟକର ରିଟର୍ଣ୍ଣ ଫାଇଲ୍ କରୁଛି। ଫର୍ମ 10E ଫାଇଲ୍ କରିବା ସମୟରେ ମୁଁ ମୂଲ୍ୟାୟନ ବର୍ଷ ଭାବରେ କ'ଣ ବାଛିବି?

ଉତ୍ତର; ଯଦି ଆପଣ ମୂଲ୍ୟାୟନ ବର୍ଷ 2021-22 ପାଇଁ ଆୟକର ରିଟର୍ଣ୍ଣ ଫାଇଲ୍ କରୁଛନ୍ତି, ତେବେ ଫର୍ମ 10E ଦାଖଲ କରିବା ସମୟରେ ଆପଣଙ୍କୁ ମୂଲ୍ୟାୟନ ବର୍ଷ 2021-22 ଚୟନ କରିବାକୁ ହେବ।

ପ୍ରଶ୍ନ: ଫର୍ମ 10E ଫାଇଲ୍ କରିବା ସମୟରେ, ମୁଁ ମୂଲ୍ୟାୟନ ବର୍ଷରେ ପ୍ରଯୋଜ୍ୟ କରଗୁଡ଼ିକ ଦେଖିବାକୁ ଅସମର୍ଥ ହେଉଛି। ମୁଁ କିପରି ଆଗକୁ ବଢ଼ିବା ଉଚିତ୍?

ସୁନିଶ୍ଚିତ କରନ୍ତୁ ଯେ ଆପଣ ଆୟର ସମସ୍ତ ବିବରଣୀ ପୂରଣ କରିଛନ୍ତି (ସାରଣୀ Aରେ ପୂର୍ବ ବର୍ଷର ଆୟ ବିବରଣୀ ସମେତ)। ସ୍ଲାବ୍ ହାର ଆଧାରରେ କରଗୁଡ଼ିକ ସ୍ୱୟଂଚାଳିତ ଭାବରେ ପ୍ରଦର୍ଶିତ ହେବ। ପୋର୍ଟାଲ୍‌ରେ ଉପଲବ୍ଧ ବିବରଣୀ ଅନୁଯାୟୀ ଆପଣଙ୍କ ଆୟର ଗଣନା ମେଳ ଖାଉଛି କି ନାହିଁ ସତ୍ୟାପିତ କରନ୍ତୁ ଏବଂ ସମ୍ପୃକ୍ତ ସାରଣୀରେ କର ପରିମାଣ ସନ୍ନିବେଶ କରନ୍ତୁ।

 

ଫର୍ମ 10IE

ପ୍ରଶ୍ନ; ମୁଁ କେବେ ଫର୍ମ 10IE ଦାଖଲ କରିବା ଉଚିତ୍?
ଉତ୍ତର: ଆୟକର ରିଟର୍ଣ୍ଣ ଫାଇଲ୍ କରିବା ପୂର୍ବରୁ ଫର୍ମ 10IE ଫାଇଲ୍ କରିବାକୁ ହେବ।

ପ୍ରଶ୍ନ; ଫର୍ମ 10IE ଫାଇଲ୍ କରିବା ବାଧ୍ୟତାମୂଳକ କି?
ଉତ୍ତର; ହଁ, ଯଦି ଆପଣ ନୂତନ କର ବ୍ୟବସ୍ଥା ଚୟନ କରିବାକୁ ଚାହୁଁଛନ୍ତି ଏବଂ “ବ୍ୟବସାୟ ଏବଂ ବୃତ୍ତିରୁ ଲାଭ ଏବଂ ପ୍ରାପ୍ତି” ଶୀର୍ଷକ ଅଧୀନରେ ଆୟ ଅଛି ତେବେ ଫର୍ମ 10IE ଫାଇଲ୍ କରିବା ବାଧ୍ୟତାମୂଳକ ଅଟେ।

ପ୍ରଶ୍ନ; ଯଦି ଫର୍ମ 10IE ମୋ ପାଇଁ ପ୍ରଯୋଜ୍ୟ ହୁଏ ଏବଂ ମୁଁ ITR ଫାଇଲ୍ କରିବା ପୂର୍ବରୁ ଏହାକୁ ଫାଇଲ୍ କରିବାରେ ବିଫଳ ହୁଏ ତେବେ କ'ଣ ହେବ?
ଉତ୍ତର; ଯଦି ଆପଣ ଆୟକର ରିଟର୍ଣ୍ଣ ଫାଇଲ୍ କରିବା ପୂର୍ବରୁ ଫର୍ମ 10IE ଫାଇଲ୍ ନକରନ୍ତି, ତେବେ ଆପଣ ନୂତନ କର ବ୍ୟବସ୍ଥା ଚୟନ କରିପାରିବେ ନାହିଁ।

ପ୍ରଶ୍ନ; ଫର୍ମ 10IE ଦାଖଲ କରିବା ସମୟରେ, "ଅବୈଧ ଇନ୍‌ପୁଟ୍" କିମ୍ବା "ଦାଖଲ ବିଫଳ ହୋଇଛି!" ଦର୍ଶାଉଛି। ମୁଁ କ’ଣ କରିବା ଉଚିତ୍?

ଉତ୍ତର; ଫର୍ମ 10-IE ଫାଇଲ୍ କରିବା ପୂର୍ବରୁ, ଦୟାକରି “ମୋର ପ୍ରୋଫାଇଲ୍” ଅଧୀନରେ “ଯୋଗାଯୋଗ ବିବରଣୀ” (କିମ୍ବା ଆପଣ ହିନ୍ଦୁ ଅବିଭାଜିତ ପରିବାରର ହୋଇଥିଲେ “ପ୍ରମୁଖ ବ୍ୟକ୍ତିଙ୍କ ବିବରଣୀ”) ଅଦ୍ୟତନ କରନ୍ତୁ ଏବଂ ସମସ୍ତ ବାଧ୍ୟତାମୂଳକ କ୍ଷେତ୍ର ପୂରଣ ହୋଇଥିବା ସୁନିଶ୍ଚିତ କରନ୍ତୁ।

ଆପଣଙ୍କ ପ୍ରୋଫାଇଲ୍‌ରୁ ଆପଣଙ୍କ ଯୋଗାଯୋଗ ବିବରଣୀ ଅଦ୍ୟତନ କରିବା ପରେ, ଆପଣ ପୁନଃ-ଲଗ୍‌ଇନ୍‌ କରିପାରିବେ ଏବଂ ପୁନର୍ବାର ଚେଷ୍ଟା କରିପାରିବେ।

ପ୍ରଶ୍ନ; ଫର୍ମ 10IE ଫାଇଲ୍ କରିବା ସମୟରେ, AOଙ୍କ ବିବରଣୀ କିମ୍ବା ଜନ୍ମ ତାରିଖ/କମ୍ପାନୀ ସ୍ଥାପନ ତାରିଖ ପୂର୍ବରୁ ପୂରଣ ହୋଇଯାଉଛି। ମୁଁ କ’ଣ କରିବା ଉଚିତ୍?

ଉତ୍ତର: ଦୟାକରି “ଡ୍ରାଫ୍ଟ ବିଲୋପ କରନ୍ତୁ”ରେ କ୍ଲିକ୍ କରି ଫର୍ମର ପୁରୁଣା ଡ୍ରାଫ୍ଟ ବିଲୋପ କରନ୍ତୁ ଏବଂ ଫର୍ମ 10-IE ପୁନଃ ଦାଖଲ କରିବାକୁ ଚେଷ୍ଟା କରନ୍ତୁ।

ପ୍ରଶ୍ନ; ଫର୍ମ 10IE ଦାଖଲ କରିବା ସମୟରେ, ହିନ୍ଦୁ ଅବିଭାଜିତ ପରିବାରର କର୍ତ୍ତାଙ୍କ ପରିବାରର ନାମ ସତ୍ୟାପନ ଟ୍ୟାବ୍ ଅଧୀନରେ ପୂର୍ବରୁ ପୂରଣ ହେଉନାହିଁ। ମୁଁ କ’ଣ କରିବା ଉଚିତ୍?

ଉତ୍ତର; ଆପଣଙ୍କୁ “ମୋ ପ୍ରୋଫାଇଲ୍” ବିଭାଗ ଅଧୀନରେ "ମୁଖ୍ୟ ବ୍ୟକ୍ତିଙ୍କ ବିବରଣୀ" ଅଦ୍ୟତନ କରିବାକୁ ଅନୁରୋଧ କରାଯାଇଛି। ଇ-ଫାଇଲିଂ ପୋର୍ଟାଲରେ ପୁନଃ ଲଗ୍ଇନ୍ କରନ୍ତୁ ଏବଂ ପୁନର୍ବାର ଚେଷ୍ଟା କରନ୍ତୁ।

ପ୍ରଶ୍ନ: ମୋର କୌଣସି ବ୍ୟାବସାୟିକ ଆୟ ନାହିଁ। ଫର୍ମ 10IE ଫାଇଲ୍ କରିବା ସମୟରେ, ମୁଁ “ମୌଳିକ ସୂଚନା” ଟ୍ୟାବ୍ ଅଧୀନରେ “ନା” ଚୟନ କରିବାକୁ ଅସମର୍ଥ ହେଉଛି। ମୁଁ କ’ଣ କରିବା ଉଚିତ୍?

ଉତ୍ତର; ଯଦି ଆପଣଙ୍କର କୌଣସି ବ୍ୟବସାୟିକ ଆୟ ନାହିଁ ଏବଂ ITR 1/ ITR 2 ଫାଇଲ୍ କରିବା ଆବଶ୍ୟକ, ଆୟକର ଅଧିନିୟମ, 1961ର ଧାରା 115BAC ଅଧୀନରେ ନୂତନ କର ବ୍ୟବସ୍ଥା ବାଛିବା ପାଇଁ ଫର୍ମ 10-IE ଫାଇଲ୍ କରିବାର କୌଣସି ଆବଶ୍ୟକତା ନାହିଁ। ଯଦି ଆପଣଙ୍କର ବ୍ୟବସାୟିକ ଆୟ ଅଛି, ଧାରା 115BAC ଅଧୀନରେ ସୁବିଧାଗୁଡ଼ିକ ବ୍ଯବହାର କରିବା ପାଇଁ ବିକଳ୍ପ, ସମ୍ପୃକ୍ତ ITR ଫର୍ମ (ITR 1/ ITR 2) ଫାଇଲ୍ କରିବା ସମୟରେ ଦାବି କରାଯାଇପାରିବ।

 

ଫର୍ମ 10BA

ପ୍ରଶ୍ନ; ଫର୍ମ 10BA ଦାଖଲ କରିବା ସମୟରେ, ପୃଷ୍ଠାଟି ଏହି ତ୍ରୁଟି ଦର୍ଶାଏ: "ତ୍ରୁଟି: ଦୟାକରି ବୈଧ ମୂଲ୍ୟ ପ୍ରବେଶ କରନ୍ତୁ"। ମୁଁ କ’ଣ କରିବା ଉଚିତ୍?

ଉତ୍ତର: ଯଦି ଆପଣ ଫର୍ମ ଦାଖଲ କରିବା ସମୟରେ ଏହିପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ପ୍ରୋଫାଇଲ୍ ଅଦ୍ୟତନ ପାଇଁ ଉଲ୍ଲେଖ କରାଯାଇଥିବା ପଦକ୍ଷେପଗୁଡିକ ସମ୍ପୂର୍ଣ୍ଣ ହୋଇଛି କି ନାହିଁ ତାହା ସୁନିଶ୍ଚିତ କରନ୍ତୁ। ଏହା ସହିତ, “ଡ୍ରାଫ୍ଟ ବିଲୋପ କରନ୍ତୁ” ଉପରେ କ୍ଲିକ୍ କରି ଫର୍ମର ପୁରୁଣା ଡ୍ରାଫ୍ଟ ବିଲୋପ କରନ୍ତୁ। ଇ-ଫାଇଲିଂ ପୋର୍ଟାଲ୍‌‌ରେ ପୁନଃ ଲଗ୍ ଇନ୍ କରନ୍ତୁ ଏବଂ ପୁନର୍ବାର ଚେଷ୍ଟା କରନ୍ତୁ।

 

ଫର୍ମ 35

ପ୍ରଶ୍ନ; ଫର୍ମ 35 ଦାଖଲ କରିବା ସମୟରେ, ଆବେଦନ ଶୁଳ୍କ ଚାଲାଣ ବିବରଣୀ ପ୍ରବେଶ କରିବା ସମୟରେ, ପୃଷ୍ଠାରେ ତ୍ରୁଟି ପ୍ରଦର୍ଶନ ହେଉଛି "ପରିସ୍ଥିତି ଅନୁଯାୟୀ ପୈଠ ହୋଇଥିବା ଥିବା ଆବେଦନ ଶୁଳ୍କ 250, 500 କିମ୍ବା 1000ଟଙ୍କାର ହେବା ଉଚିତ୍‌" । ମୁଁ କ’ଣ କରିବା ଉଚିତ୍?

ଉତ୍ତର: 4ତମପ୍ୟାନେଲ୍ ଖୋଲନ୍ତୁ, ଅର୍ଥାତ୍ "ଆବେଦନ ବିବରଣୀ"

  • ଦୟାକରି ସୁନିଶ୍ଚିତ କରନ୍ତୁ ଯେ ବାଧ୍ୟତାମୂଳକ କ୍ଷେତ୍ରଗୁଡିକ ଯେପରିକି “ମୂଲ୍ୟାୟନ କରାଯାଇଥିବା ଆୟର ପରିମାଣ” ଆଦି ଅଦ୍ୟତନ ହୋଇଛି।
  • TDS ଆବେଦନ କ୍ଷେତ୍ରରେ, ଏହାକୁ "ପ୍ରଯୋଜ୍ୟ ନୁହେଁ" ଭାବରେ ଚୟନ କରାଯାଇପାରେ।

ଥରେ ଏହି କ୍ଷେତ୍ରଗୁଡିକ ଅଦ୍ୟତନ ହେବା ପରେ, 7ତମ ପ୍ୟାନେଲ୍‌କୁ ଯାଆନ୍ତୁ ଅର୍ଥାତ୍ “ଆବେଦନ ଦାଖଲ ବିବରଣୀ”କୁ ଯାଆନ୍ତୁ ଏବଂ ଚାଲାଣ ବିବରଣୀ ବିଲୋପ କରିବାକୁ ଏବଂ ପୁନଃ ପ୍ରବେଶ କରିବାକୁ ଚେଷ୍ଟା କରନ୍ତୁ।

 

ଫର୍ମ 10-IC

ପ୍ରଶ୍ନ; ଫର୍ମ 10IC ଦାଖଲ କରିବା ସମୟରେ, ମୁଁ “ଫର୍ମ10-IBରେ ଧାରା 115 BAର ଉପଧାରା (4) ଅଧୀନରେ ବିକଳ୍ପ ବ୍ୟବହାର କରାଯାଇଛି କି ନାହିଁ?” ପାଇଁ "ହଁ" ଚୟନ କରିଥିଲି। ଏପରିକି, ପୂର୍ବରୁ ପୂରଣ ହୋଇଥିବା "ପୂର୍ବ ବର୍ଷ" ଏବଂ "ଫର୍ମ 10-IB ଫାଇଲ୍ କରିବାର ତାରିଖ" କ୍ଷେତ୍ର ନ ଥିଲା। ମୁଁ କ’ଣ କରିବା ଉଚିତ୍?

ଉତ୍ତର: ଆପଣ ‘ଡ୍ରାଫ୍ଟ’ ଫର୍ମ 10-IC ବିଲୋପ କରିବା ଉଚିତ୍ ଯାହା "ଆୟକର ଫର୍ମ ପାଇଲ୍ କରନ୍ତୁ"ରେ ପୂର୍ବରୁ ସେଭ୍ ହୋଇସାରିଛି ଏବଂ ନୂତନ ଭାବେ ଫର୍ମ ଫାଇଲ୍ କରିବା ଆରମ୍ଭ କରିବା ଉଚିତ୍।

ପ୍ରଶ୍ନ; ଫର୍ମ 10IC ଫାଇଲ୍ କରିବା ସମୟରେ, “ ଫର୍ମ 10IBରେ ଧାରା 115BAର ଉପଧାରା (4) ଅଧୀନରେ ଥିବା ବିକଳ୍ପ ବ୍ୟବହୃତ ହୋଇଛି କି ନାହିଁ?”, ପାଇଁ ଥରେ ମୁଁ “ହଁ” ଚୟନ କରିବା ପରେ, “ମୁଁ ଏଠାରେ ଧାରା 115BAର ଉପଧାରା (4) ଅଧୀନରେ ବ୍ୟବହାର ହୋଇଥିବା ବିକଳ୍ପ ପ୍ରତ୍ୟାହାର କରୁଛି...” ପାଇଁ ଥିବା ଚେକ୍‌ବକ୍ସ ସେଭ୍ ହେଉନାହିଁ। ମୁଁ କ’ଣ କରିବା ଉଚିତ୍?

ଉତ୍ତର; ଆପଣ ଫର୍ମ 10-ICରୁ 'ଡ୍ରାଫ୍ଟ'କୁ ବିଲୋପ କରିବା ଉଚିତ୍, ଯାହା "ଆୟକର ଫର୍ମ ପାଇଲ୍ କରନ୍ତୁ"ରେ ପୂର୍ବରୁ ସେଭ୍ ହୋଇସାରିଛି ଏବଂ ନୂତନ ଭାବେ ଫର୍ମ ଫାଇଲ୍ କରିବା ଆରମ୍ଭ କରିବା ଉଚିତ୍।

 

ଫର୍ମ 10-IB ଏବଂ 10-ID

ପ୍ରଶ୍ନ; ଫର୍ମ 10-IB ଫାଇଲ୍ କରିବା ସମୟରେ, କମ୍ପାନୀର ମୌଳିକ ବିବରଣୀ ସଠିକ୍ ଭାବେ “ମୋ ପ୍ରୋଫାଇଲ୍”ରେ ସ୍ବତଃ ପୂରଣ ହୋଇନଥିଲା। ମୁଁ କ’ଣ କରିବା ଉଚିତ୍?

ଉତ୍ତର; ଆପଣ ଫର୍ମ 10-IBର 'ଡ୍ରାଫ୍ଟ'କୁ ବିଲୋପ କରିବା ଉଚିତ୍, ଯାହା "ଆୟକର ଫର୍ମ ପାଇଲ୍ କରନ୍ତୁ"ରେ ପୂର୍ବରୁ ସେଭ୍ ହୋଇସାରିଛି ଏବଂ ନୂତନ ଭାବେ ଫର୍ମ ଫାଇଲ୍ କରିବା ଆରମ୍ଭ କରିବା ଉଚିତ୍।

ପ୍ରଶ୍ନ; ଫର୍ମ 10-ID ଦାଖଲ କରିବା ସମୟରେ, “ମୂଲ୍ୟାୟନକାରୀ ଅଧିକାରୀ”ଙ୍କ ବିବରଣୀ “ମୋ ପ୍ରୋଫାଇଲ୍”ରୁ ସ୍ବତଃ ପୂରଣ ହୋଇପାରିଲା ନାହିଁ। ମୁଁ କ’ଣ କରିବା ଉଚିତ୍?

ଉତ୍ତର; ଆପଣ ଫର୍ମ 10-IDର 'ଡ୍ରାଫ୍ଟ'କୁ ବିଲୋପ କରିବା ଉଚିତ୍, ଯାହା "ଆୟକର ଫର୍ମ ପାଇଲ୍ କରନ୍ତୁ"ରେ ପୂର୍ବରୁ ସେଭ୍ ହୋଇସାରିଛି ଏବଂ ନୂତନ ଭାବେ ଫର୍ମ ଫାଇଲ୍ କରିବା ଆରମ୍ଭ କରିବା ଉଚିତ୍।

 

ଫର୍ମ 10DA

ପ୍ରଶ୍ନ; ମୁଁ ଫର୍ମ 10DA ଦାଖଲ କରିବାକୁ ଅସମର୍ଥ ହେଉଛି କାରଣ ନିମ୍ନଲିଖିତ ତ୍ରୁଟି ସନ୍ଦେଶ ଆସୁଛି ‘ଦାଖଲ ବିଫଳ ହୋଇଛି'। ମୁଁ କିପରି ଆଗକୁ ବଢ଼ିବା ଉଚିତ୍?

ଉତ୍ତର: ଆପଣ ପୁରୁଣା ଫର୍ମକୁ ପ୍ରତ୍ୟାହାର/ବିଲୋପ କରିବା ଉଚିତ୍ ଯାହା ପୂର୍ବରୁ “ଆୟକର ଫର୍ମ ଫାଇଲ୍ କରନ୍ତୁ”ରେ ସେଭ୍ ହୋଇସାରିଛି ଏବଂ ନୂତନ ଭାବରେ ଫର୍ମ ଫାଇଲ୍ କରିବା ଆରମ୍ଭ କରିବା ଉଚିତ୍। ସୁନିଶ୍ଚିତ କରନ୍ତୁ ଯେ ସତ୍ୟାପନ ପ୍ୟାନେଲ୍‌ରେ ଠିକଣା କ୍ଷେତ୍ର ସହିତ ସମସ୍ତ କ୍ଷେତ୍ର ସମ୍ପୂର୍ଣ୍ଣ ଭାବରେ ଅଦ୍ୟତନ ହୋଇଛି ଏବଂ ଫର୍ମ ଦାଖଲ କରିବାକୁ ପୁନଃଚେଷ୍ଟା କରନ୍ତୁ।

 

ଫର୍ମ 10 IF

ପ୍ରଶ୍ନ; ମୋର PAN କର୍ଣ୍ଣାଟକ କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟି ଅଧିନିୟମ, 1959 ଅଧୀନରେ ପଞ୍ଜୀକୃତ କ୍ରେଡିଟ୍ କୋ-ଅପରେଟିଭ୍ ବ୍ୟାଙ୍କ ଭାବରେ ପଞ୍ଜୀକୃତ ହୋଇଛି। ଧାରା 115BAD ଅନୁଯାୟୀ, ମୁଁ କରର ନିମ୍ନ ହାର ବାଛିବାକୁ ଚାହୁଁଛି। ଯଦିଓ ଧାରା 115BADରେ ଦର୍ଶାଯାଇଥିବା ସମସ୍ତ ସର୍ତ୍ତ ପୂରଣ ହେଉଛି, ତଥାପି ମୁଁ ଉକ୍ତ ଫର୍ମ 10-IF ଫାଇଲ୍ କରିବାକୁ ଅସମର୍ଥ ହେଉଛି। ମୁଁ କ'ଣ କରିବା ଉଚିତ୍?

ଉତ୍ତର: ଧାରା 115BAD ଅନୁଯାୟୀ ଧାରାର ସୁବିଧା କେବଳ ସମବାୟ ସମିତିଗୁଡ଼ିକ ପାଇଁ ଅନୁମୋଦିତ। ସମ୍ଭବତଃ ଆପଣ ଏକ କୃତ୍ରିମ ନ୍ୟାୟିକ ବ୍ୟକ୍ତି ଆଧାରରେ ପଞ୍ଜୀକୃତ ହୋଇଛନ୍ତି ଏବଂ AOP ଭାବରେ ନୁହେଁ। ତେଣୁ, ଫର୍ମ 10IF ଫାଇଲ୍ କରିବା ପାଇଁ ଉପଲବ୍ଧ ନାହିଁ। ଏପରି ପରିସ୍ଥିତିରେ, ଆପଣଙ୍କୁ NSDLମାଧ୍ୟମରେ ସବିଶେଷ ତଥ୍ୟ ଅଦ୍ୟତନ କରିବାକୁ ଅନୁରୋଧ କରାଯାଇଛି।

 

ସାଧାରଣ ପ୍ରଶ୍ନଗୁଡ଼ିକ

ପ୍ରଶ୍ନ: ବ୍ୟାଙ୍କ ଆକାଉଣ୍ଟର ବୈଧକରଣ କାହିଁକି ଆବଶ୍ୟକ? ମୋ ବ୍ୟାଙ୍କ ଆକାଉଣ୍ଟ କାହିଁକି ପୂର୍ବରୁ ବୈଧକରଣ ହୋଇନାହିଁ?

ଉତ୍ତର:

  • ଆୟକର ରିଫଣ୍ଡ୍ ପ୍ରାପ୍ତ କରିବା ପାଇଁ କେବଳ ଏକ ପୂର୍ବ-ବୈଧ ବ୍ୟାଙ୍କ ଆକାଉଣ୍ଟକୁ ମନୋନୀତ କରାଯାଇପାରିଥାଏ।ଆହୁରି ମଧ୍ୟ, ଇ-ସତ୍ୟାପନ ଉଦ୍ଦେଶ୍ୟରେ EVC ( ଇଲେକ୍ଟ୍ରୋନିକ୍ ଭେରିଫିକେସନ୍ କୋଡ୍) ସକ୍ଷମ କରିବା ପାଇଁ ବ୍ୟକ୍ତିଗତ କରଦାତାଙ୍କ ଦ୍ୱାରା ଏକ ପୂର୍ବ-ବୈଧ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ବ୍ୟବହୃତ ହୋଇପାରେ। ଆୟକର ରିଟର୍ଣ୍ଣ ଏବଂ ଅନ୍ୟାନ୍ୟ ଫର୍ମ, ଇ-କାର୍ଯ୍ୟପ୍ରକ୍ରିୟା, ରିଫଣ୍ଡ ପୁନଃ ଜାରିକରଣ, ପାସ୍‌ୱାର୍ଡ ପୁନଃସେଟ୍ ଏବଂ ଇ-ଫାଇଲିଂ ଆକାଉଣ୍ଟରେ ସୁରକ୍ଷିତ ଲଗ୍ଇନ୍ ପାଇଁ ଇ-ସତ୍ୟାପନ ବ୍ୟବହାର କରାଯାଇପାରିବ।
  • ସଫଳ ପୁର୍ବ-ବୈଧକରଣ ପାଇଁ, ଆପଣଙ୍କର ଇ-ଫାଇଲିଂ ସହିତ ପଞ୍ଜିକୃତ ଏକ ବୈଧ PAN ଏବଂ PAN ସହିତ ଲିଙ୍କ୍ ହୋଇଥିବା ଏକ ସକ୍ରିୟ ବ୍ୟାଙ୍କ ଆକାଉଣ୍ଟ୍ ରହିବା ଆବଶ୍ୟକ।
  • ଯଦି ବୈଧତା ବିଫଳ ହୁଏ, ତେବେ ସବିଶେଷ ତଥ୍ୟ ବିଫଳ ବ୍ୟାଙ୍କ ଆକାଉଣ୍ଟ ଅଧୀନରେ ପ୍ରଦର୍ଶିତ ହୁଏ। ଆପଣ ବିଫଳ ହୋଇଥିବା ବ୍ୟାଙ୍କ ଆକାଉଣ୍ଟ ବିଭାଗରେ ବ୍ୟାଙ୍କ ପାଇଁ ପୁନଃ-ବୈଧ କରନ୍ତୁରେ କ୍ଲିକ୍ କରିପାରିବେ।
  • ଅବଶ୍ୟ, ବୈଧତା ପାଇଁ ଅଗ୍ରସର ହେବା ପୂର୍ବରୁ ଦୟାକରି ସୁନିଶ୍ଚିତ କରନ୍ତୁ ଯେ ଆପଣଙ୍କର KYC ମଧ୍ୟ ଆପଣଙ୍କ ବ୍ୟାଙ୍କ ତରଫରୁ ସମ୍ପୂର୍ଣ୍ଣ ହୋଇଛି, ଅନ୍ୟଥା, ଏହା ପୁନର୍ବାର ତ୍ରୁଟି ଦର୍ଶାଇପାରେ।

ପ୍ରଶ୍ନ: ଇ-ଫାଇଲିଂ ପୋର୍ଟାଲ୍‌ରେ ପଞ୍ଜୀକରଣ କରିବା ସମୟରେ ନାମର ଫର୍ମାଟ୍ କ'ଣ?

ଉତ୍ତର: ଯଦି ଆପଣ ଜଣେ ବ୍ୟକ୍ତିଗତ ଉପଭୋକ୍ତା, ତେବେ ଆପଣଙ୍କୁ PANରେ ଥିବା ନାମର ଫର୍ମାଟ୍ ଅନୁଯାୟୀ ନାମ ପ୍ରବେଶ କରିବାକୁ ପଡିବ:

  • ପ୍ରଥମ ନାମ
  • ମଧ୍ୟମ ନାମ
  • ଉପ ନାମ

ପ୍ରଶ୍ନ: ମୁଁ DSC ବ୍ୟବହାର କରି ମୋର ପାସ୍‌‌ୱାର୍ଡ୍ ପୁନଃସେଟ୍ କରିବାକୁ ଅସମର୍ଥ ହେଉଛି। ମୁଁ କ’ଣ କରିବା ଉଚିତ୍?

ଉତ୍ତର: ବିକଳ୍ପ କେବଳ ସେହି ପରିସ୍ଥିତିରେ ସକ୍ଷମ ହୁଏ, ଯେଉଁଠାରେ ପୂର୍ବରୁ ପ୍ରୋଫାଇଲ୍‌ରେ କରଦାତାଙ୍କ ଦ୍ୱାରା DSC ପଞ୍ଜୀକୃତ ହୋଇସାରିଛି। ଯଦି ଆପଣ DSC ବ୍ୟବହାର କରି ପାସ୍‌‌ୱାର୍ଡ୍ ପୁନଃସେଟ୍ କରିବାକୁ ଚାହାଁନ୍ତି, ତେବେ ପାସ୍‌‌ୱାର୍ଡ୍ ପୁନଃସେଟ୍ କରିବା ପାଇଁ ଏହାକୁ ବ୍ୟବହାର କରିବା ପୂର୍ବରୁ DSCକୁ ପଞ୍ଜୀକୃତ କରିବାକୁ ପଡ଼ିବ। ଏଥିପାଇଁ ଉପଲବ୍ଧ ଅନ୍ୟ ବିକଳ୍ପକୁ ମଧ୍ୟ ଆପଣ ବ୍ୟବହାର କରିପାରିବେ।

ପ୍ରଶ୍ନ: ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ଆଧାର OTP କିମ୍ବା ଇ-ଫାଇଲିଂ OTP ବ୍ୟବହାର କରି ମୁଁ ମୋର ପାସ୍‌‌ୱାର୍ଡ୍ ପୁନଃସେଟ୍ କରିବାକୁ ଅସମର୍ଥ ହେଉଛି। ମୁଁ କ’ଣ କରିବା ଉଚିତ୍?

ଉତ୍ତର: ଯଦି ଆପଣ ବିକଳ୍ପଗୁଡିକ ବ୍ୟବହାର କରି ମୋର ପାସ୍‌‌ୱାର୍ଡ୍ ପୁନଃସେଟ୍ କରିବାକୁ ଅସମର୍ଥ, ତେବେ ନିମ୍ନଲିଖିତ ଦସ୍ତାବିଜଗୁଡିକୁ efilingwebmanager@incometax।gov.inରେ ଶେୟାର କରନ୍ତୁ।

  • ଯଦି ଆପଣ ଜଣେ ବ୍ୟକ୍ତିଗତ ଉପଭୋକ୍ତା ଅଟନ୍ତି:
  • ଆପଣଙ୍କ PANର ସ୍କାନ୍ ହୋଇଥିବା ପ୍ରତିଲିପି
  • ପରିଚୟ ପ୍ରମାଣର ସ୍କାନ ହୋଇଥିବା PDF ପ୍ରତିଲିପି (ଯେପରିକି ପାସ୍‌ପୋର୍ଟ/ଭୋଟର ପରିଚୟ ପତ୍ର/ଡ୍ରାଇଭିଂ ଲାଇସେନ୍ସ/ଆଧାର କାର୍ଡ/ ଫଟୋ ସହିତ ବ୍ୟାଙ୍କ ପାସ୍‌ବୁକ୍‌)
  • ଠିକଣା ପ୍ରମାଣର PDF ପ୍ରତିଲିପି (ଯେପରିକି ପାସ୍‌ପୋର୍ଟ / ଭୋଟର ପରିଚୟ ପତ୍ର / ଡ୍ରାଇଭିଂ ଲାଇସେନ୍ସ / ଆଧାର କାର୍ଡ / ଫଟୋ ସହିତ ବ୍ୟାଙ୍କ ପାସ୍‌ବୁକ୍‌)
  • କାରଣ ଦର୍ଶାଇ ପାସ୍‌ୱାର୍ଡ ପୁନଃସେଟ୍ କରିବାକୁ ଅନୁରୋଧ କରୁଥିବା ଚିଠି (ଆପଣ ଆପଣଙ୍କର ଇମେଲ୍ ID ଏବଂ OTP ସୃଷ୍ଟି ପାଇଁ ଏକ ଭାରତୀୟ ଯୋଗାଯୋଗ ନମ୍ବର ପ୍ରଦାନ କରିବା ଉଚିତ୍)
  • ଯଦି ଆପଣ ଜଣେ କର୍ପୋରେଟ୍ ଉପଭୋକ୍ତା ଅଟନ୍ତି:
    • କମ୍ପାନୀର PAN କାର୍ଡ କିମ୍ବା AO/ PAN ସେବା ପ୍ରଦାନକାରୀ/ ସ୍ଥାନୀୟ କମ୍ପ୍ୟୁଟର କେନ୍ଦ୍ର ଦ୍ୱାରା PAN ଆବଣ୍ଟନ ଚିଠିର ସ୍କାନ୍ ହୋଇଥିବା ପ୍ରତିଲିପି।
    • କମ୍ପାନୀ ସ୍ଥାପନ ତାରିଖର ପ୍ରମାଣର ସ୍କାନ୍ ହୋଇଥିବା ପ୍ରତିଲିପି।
    • ମୁଖ୍ୟ ଯୋଗାଯୋଗକାରୀଙ୍କ PANର ସ୍କାନ ହୋଇଥିବା ପ୍ରତିଲିପି (ଆୟକର ଅଧିନିୟମ -1961ର ଧାରା 140 ଅନୁଯାୟୀ ଆୟ ରିଟର୍ଣ୍ଣରେ ସ୍ବାକ୍ଷର କରିବାକୁ ଦାୟବଦ୍ଧ ବ୍ୟକ୍ତି)
    • ସରକାରୀ ସଂସ୍ଥାଗୁଡ଼ିକ ଦ୍ୱାରା ଜାରି କରାଯାଇଥିବା ମୁଖ୍ୟ ଯୋଗାଯୋଗକାରୀଙ୍କ ଆଉ ଏକ ପରିଚୟ ପ୍ରମାଣର ପ୍ରତିଲିପି (ପାସ୍‌ପୋର୍ଟ /ଭୋଟର ପରିଚୟ ପତ୍ର /ଡ୍ରାଇଭିଂ ଲାଇସେନ୍ସ / ଆଧାର କାର୍ଡ ଇତ୍ୟାଦି, ଯଦି ଅଛି)
    • କମ୍ପାନୀ କାର୍ଯ୍ୟାଳୟର ଠିକଣା ପ୍ରମାଣ ଯଥା କମ୍ପାନୀ ନାମରେ ଜାରି କରାଯାଇଥିବା ଯେକୌଣସି ଦସ୍ତାବିଜ ଯେପରିକି ବିଦ୍ୟୁତ୍ ବିଲ୍/ ଟେଲିଫୋନ୍ ବିଲ୍/ବ୍ୟାଙ୍କ ପାସ୍‌ବୁକ୍/ ଭଡ଼ା ଚୁକ୍ତି ଇତ୍ୟାଦି।
    • ମୁଖ୍ୟ ଯୋଗାଯୋଗକାରୀଙ୍କ ନିଯୁକ୍ତିର ପ୍ରମାଣ, ଯଦି ପରିଚାଳନା ନିର୍ଦ୍ଦେଶକ/ନିର୍ଦ୍ଦେଶକଙ୍କ ବ୍ୟତୀତ ଅନ୍ୟ ଦ୍ୱାରା ଅନୁରୋଧ କରାଯାଏ।
    • କମ୍ପାନୀର ପାସ୍‌ୱାର୍ଡ ପୁନଃସେଟ୍ କରିବା ପାଇଁ ମୁଖ୍ୟ ଯୋଗାଯୋଗକାରୀଙ୍କ ଦ୍ୱାରା କମ୍ପାନୀ ଲେଟର୍ ହେଡ୍ ଅଧୀନରେ ଯଥାବିଧି ସ୍ବାକ୍ଷର ହୋଇଥିବା ଏକ ଅନୁରୋଧ ପତ୍ର। ସମସ୍ତ ତାଲିକାଭୁକ୍ତ ଦସ୍ତାବିଜଗୁଡ଼ିକ ମୁଖ୍ୟ ଯୋଗାଯୋଗକାରୀଙ୍କ ଦ୍ୱାରା ସ୍ୱ-ପ୍ରମାଣିତ ହେବା ଆବଶ୍ୟକ। ଦସ୍ତାବିଜଗୁଡ଼ିକ ବୈଧ ହେବା ପରେ, ଅନୁରୋଧ ଗ୍ରହଣ କରାଯାଇଥିବା ମେଲ୍ ID ମାଧ୍ୟମରେ ପୁନଃସେଟ୍ ପାସ୍‌ୱାର୍ଡଟି ଶେୟାର କରାଯିବ।

ପ୍ରଶ୍ନ: DSC ମାଧ୍ୟମରେ ଆୟକର ପୋର୍ଟାଲ୍‌ରେ ପଞ୍ଜୀକରଣ କରିବା ସମୟରେ କେଉଁ କେଉଁ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ଧ୍ୟାନ ଦେବା ଆବଶ୍ୟକ?

ଉତ୍ତର: ସହାୟତା କେନ୍ଦ୍ରକୁ ସମସ୍ୟାଗୁଡିକ ରିପୋର୍ଟ୍ କରିବା ପୂର୍ବରୁ ଆପଣ ନିମ୍ନରେ ଥିବା ପ୍ରାକ୍ ଆବଶ୍ୟକତାଗୁଡିକୁ ଯାଞ୍ଚ କରି ନେବା ଉଚିତ୍:

  • ସାମ୍ପ୍ରତିକ ଏମ୍‌ବ୍ରିଜ୍ ଆପ୍ଲିକେସନ୍ ସଂସ୍ଥାପିତ ହେବା ଉଚିତ୍
  • ଅଦ୍ୟତନ ହୋଇଥିବା ଇ-ମୁଦ୍ରା ଟୋକନ୍ ଡ୍ରାଇଭରଗୁଡ଼ିକ ଅଦ୍ୟତନ ହୋଇଛି
  • ଆପଣ ଟୋକନ୍ ମ୍ୟାନେଜରରେ ଲଗ୍ଇନ୍ କରିଛନ୍ତି
  • ସ୍ଥାନୀୟ ହୋଷ୍ଟ ଇ-ମୁଦ୍ରା ସିଷ୍ଟମ ଆଡମିନଙ୍କ ଦ୍ୱାରା ହ୍ୱାଇଟ୍‌ଲିଷ୍ଟ କରା ହୋଇଛି
  • ପ୍ରୋଫାଇଲ୍ ଏବଂ ଯୋଗାଯୋଗ ବିବରଣୀ (ବାଧ୍ୟତାମୂଳକ କ୍ଷେତ୍ର) ଅଦ୍ୟତନ ହୋଇଛି (ଆପଣ ଏହାକୁ ଅଦ୍ୟତନ କରିବା ପରେ ଲଗ୍ ଆଉଟ୍ କରନ୍ତୁ ଏବଂ ପୁନଃ-ଲଗ୍ଇନ୍ କରନ୍ତୁ)
  • ଗୋଟିଏ DSC ଗୋଟିଏ ଡୋଙ୍ଗଲରେ ରହିବା ସୁନିଶ୍ଚିତ କରନ୍ତୁ (ଇ-ଟୋକନ୍)

ପ୍ରଶ୍ନ: ମୁଁ DSCକୁ ପୁନଃପଞ୍ଜୀକରଣ କରିବାକୁ ଚେଷ୍ଟା କରୁଛି କିନ୍ତୁ PAN ମେଳ ଖାଉନଥିବା ତ୍ରୁଟି ପାଉଛି? ମୁଁ କ’ଣ କରିବା ଉଚିତ୍?

ଉତ୍ତର: ଯେହେତୁ ପୋର୍ଟାଲ୍‌ରେ DSC ପୂର୍ବରୁ ପଞ୍ଜୀକୃତ ହୋଇଛି, ତେଣୁ ଆପଣ ଏହାକୁ ପୁନଃ-ପଞ୍ଜୀକୃତ କରିବାର ଆବଶ୍ୟକତା ନାହିଁ। ଆପଣ 'ପ୍ରମାଣପତ୍ର ଦେଖନ୍ତୁ' ଅଧୀନରେ ପଞ୍ଜୀକୃତ DSC ଦେଖିବାକୁ ସକ୍ଷମ ହେବା ପରେ ଫର୍ମ/ITRକୁ ଇ-ସତ୍ୟାପନ କରିବାକୁ ଅଗ୍ରସର ହୋଇପାରିବେ।

ପ୍ରଶ୍ନ: ପୂର୍ବର ଇ-ଫାଇଲିଂ ପୋର୍ଟାଲ୍‌‌ରେ ମୁଁ ମୋର DSC ପଞ୍ଜୀକରଣ କରିଥିଲି। ମୋତେ ଏହାକୁ ନୂତନ ପୋର୍ଟାଲ୍‌‌ରେ ମଧ୍ୟ ପୁନଃ-ପଞ୍ଜୀକରଣ କରିବାକୁ ହେବ କି?

ଉତ୍ତର: ହଁ।

ପ୍ରଶ୍ନ: ମୁଁ ଜଣେ ଅଣ-ବ୍ୟକ୍ତିଗତ ଉପଭୋକ୍ତା। ଯଦି DSC ପଞ୍ଜୀକୃତ ହୋଇଥିବାର ଦର୍ଶାଉ ନାହିଁ ଏବଂ “ମୁଖ୍ୟ ବ୍ୟକ୍ତିଙ୍କ ବିବରଣୀ” ଅଧୀନରେ ବୈଧତା କ୍ଷେତ୍ର ଖାଲି ରହିଥିବା ଦେଖାଯାଉଛି ତେବେ ମୁଁ କ'ଣ କରିବା ଉଚିତ୍?

ଉତ୍ତର: ଆପଣ ନିମ୍ନ ପଦକ୍ଷେପଗୁଡ଼ିକ ଚେଷ୍ଟା କରିପାରିବେ:

  • ମୁଖ୍ୟ ଯୋଗାଯୋଗରେ, ପ୍ରୋଫାଇଲ୍ (ଅର୍ଥାତ୍ ବ୍ୟକ୍ତିଗତ ଉପଭୋକ୍ତା) ବିବରଣୀ ସହିତ ପ୍ରାପ୍ତ DSC - ଇମେଲ୍ ID, ଟୋକନ୍ ନାମ ଏବଂ DSCର ବୈଧତା ମେଳ ଖାଇବା ଉଚିତ୍
  • ଆପଣ ପୁନର୍ବାର ସେହି ସମାନ ମୁଖ୍ୟ ବ୍ୟକ୍ତିଙ୍କୁ ଯୋଡ଼ିବାକୁ ଚେଷ୍ଟା କରିପାରିବେ
  • ଯେତେବେଳେ ସୂଚନା ଆସେ ଯେ ସେହି ସମାନ ମୁଖ୍ୟ ବ୍ୟକ୍ତିଙ୍କୁ ଯୋଡ଼ା ଯାଇପାରିବ ନାହିଁ - ଦୟାକରି "ବାମ" ବିକଳ୍ପ ଚୟନ କରି 'ମୁଖ୍ୟ ବ୍ୟକ୍ତି' ଅପସାରଣ କରନ୍ତୁ ଏବଂ ସମାନ ମୁଖ୍ୟ ବ୍ୟକ୍ତିଙ୍କୁ ଯୋଡ଼ନ୍ତୁ।
  • ଯଦି ଏକରୁ ଅଧିକ ମୁଖ୍ୟ ବ୍ୟକ୍ତିଙ୍କୁ ଅଣ-ବ୍ୟକ୍ତିଗତ ପ୍ରୋଫାଇଲ୍‌ରେ ଯୋଗ କରାଯାଏ, ତେବେ ଆପଣ ଫର୍ମ / ITRକୁ ଇ-ସତ୍ୟାପନ କରିବା ପୂର୍ବରୁ ସଠିକ୍ "ମୁଖ୍ୟ ବ୍ୟକ୍ତି"ଙ୍କୁ ମୁଖ୍ୟ ଯୋଗାଯୋଗକାରୀ ଭାବରେ ଚୟନ କରିବା ଆବଶ୍ୟକ।

ପ୍ରଶ୍ନ: ଆପାତତଃ ସମାଯୋଜନ ପାଇଁ ଧାରା 143(1) (a) ଅଧୀନରେ ଯୋଗାଯୋଗ ଜାରି କରାଗଲେ ମୁଁ ସଂଶୋଧନ ଫାଇଲ୍ କରିପାରିବି କି?

ଉତ୍ତର: ନିମ୍ନଲିଖିତଗୁଡିକୁ ସୁନିଶ୍ଚିତ କରିବା ଉଚିତ୍।

  • PFA ପାଇଁ ଧାରା 143(1) (a) ଅଧୀନରେ ଯୋଗାଯୋଗ ଜାରି କରାଯିବା ସମୟରେ ସହମତ/ଅସହମତ ପାଇଁ ପ୍ରତିକ୍ରିୟା ଫାଇଲ୍ କରାଯିବା ଉଚିତ୍;
  • ଥରେ ରିଟର୍ଣ୍ଣ ପ୍ରକ୍ରିୟାକରଣ ହେବା ପରେ ଏବଂ ଧାରା 143 (1) ଅଧୀନରେ ସୂଚନା ଉତ୍ପନ୍ନ ହେବା ପରେ, ଆପଣ ସଂଶୋଧନ ଫାଇଲ୍ କରିବା ପାଇଁ ଚୟନ କରିପାରିବେ

ପ୍ରଶ୍ନ: ଫାଇଲ୍ କରିବା ପରେ ମୁଁ ସଂଶୋଧନ ପ୍ରତ୍ୟାହାର କରିପାରିବି କି?

ଉତ୍ତର: ନା। ଅନ୍‌ଲାଇନ୍‌ରେ ଫାଇଲ୍' ହୋଇଥିବା ସଂଶୋଧନ ଆବେଦନକୁ ପ୍ରତ୍ୟାହାର କରାଯାଇପାରିବ ନାହିଁ।

ପ୍ରଶ୍ନ: ଯଦି ସଂଶୋଧନ ଫାଇଲ୍ ହୋଇଛି, ମୁଁ ପୁନର୍ବାର ସଂଶୋଧନ ଫାଇଲ୍ କରିପାରିବି କି?

ଉତ୍ତର: ଥରେ ପୂର୍ବ ସଂଶୋଧନ ଅନୁରୋଧ ପ୍ରକ୍ରିୟାକରଣ ହୋଇଯିବା ପରେ ଏବଂ ଧାରା 154 ଅଧୀନରେ ଆଦେଶ ଜାରି କରାହେଲେ ଆପଣ ପୁନର୍ବାର ସଂଶୋଧନ ଫାଇଲ୍ କରିପାରିବେ।