1. ଫର୍ମ 10-IEA କେଉଁ କର ମୂଲ୍ୟାୟନ ବର୍ଷରୁ ଲାଗୁ ହେବ?
21 ଜୁନ୍ 2023 ତାରିଖର ବିଜ୍ଞପ୍ତି ସଂଖ୍ୟା 43/2023 ଅନୁଯାୟୀ ପ୍ରକାଶିତ ଫର୍ମ 10-IEA, କର ମୂଲ୍ୟାୟନ ବର୍ଷ 2024-25 ଏବଂ ଏହାର ପରବର୍ତ୍ତୀ ବର୍ଷଗୁଡ଼ିକ ପାଇଁ ଲାଗୁ ହେବ।
2. ଇ-ଫାଇଲିଂ ପୋର୍ଟାଲ୍ରେ କେଉଁମାନେ ଫର୍ମ 10-IEA ଦାଖଲ କରିପାରିବେ?
ବ୍ୟବସାୟ କିମ୍ବା ବୃତ୍ତିରୁ ଆୟ ଥିବା ବ୍ୟକ୍ତିବିଶେଷ, ହିନ୍ଦୁ ଅଭିଭକ୍ତ ପରିବାର (HUF), ବ୍ୟକ୍ତିମାନଙ୍କର ସଂଗଠନ (ସମବାୟ ସମିତି ବ୍ୟତୀତ), ବ୍ୟକ୍ତିବିଶେଷଙ୍କ ସମୂହ (BOI) ଏବଂ ଧାରା 2(31)(vii) ଅନ୍ତର୍ଗତ ଆସୁଥିବା କୃତ୍ରିମ ନ୍ୟାୟିକ ବ୍ୟକ୍ତିଙ୍କ ଦ୍ୱାରା ଏହି ଫର୍ମ ଦାଖଲ କରାଯାଇପାରିବ।
3. ମୋତେ ଫର୍ମ 10-IEA କାହିଁକି ଦାଖଲ କରିବାକୁ ହେବ?
ଯଦି ଆପଣ ନୂତନ ଆୟକର ବ୍ୟବସ୍ଥାରୁ ବାଦ୍ ପଡ଼ିବାକୁ ଚାହୁଁଛନ୍ତି କିମ୍ବା ଏଥିରେ ପୁନର୍ବାର ସାମିଲ ହେବାକୁ ଚାହୁଁଛନ୍ତି ଏବଂ ଆପଣଙ୍କର "ବ୍ୟବସାୟ ଏବଂ ବୃତ୍ତିରୁ ଲାଭ ଓ ପ୍ରାପ୍ତି" ଶୀର୍ଷକରେ ଆୟ ରହିଛି, ତେବେ ଆପଣଙ୍କୁ ଫର୍ମ 10-IEA ଦାଖଲ କରିବାକୁ ପଡ଼ିବ।
4. ଫର୍ମ 10-IEA କେଉଁ କେଉଁ ମାଧ୍ୟମରେ ଦାଖଲ କରାଯାଇପାରିବ?
ଫର୍ମ 10-IEA କେବଳ ଇ-ଫାଇଲିଂ ପୋର୍ଟାଲ୍ରେ ଅନଲାଇନ୍ ମାଧ୍ୟମରେ ଦାଖଲ କରାଯାଇପାରିବ।
5. ଫର୍ମ 10-IEA କୁ କିପରି ଇ-ଯାଞ୍ଚ କରାଯାଇପାରିବ?
କରଦାତା ଆଧାର ଓଟିପି, ଇଭିସି କିମ୍ବା ଡିଏସସି ବ୍ୟବହାର କରି ଏହି ଫର୍ମର ଇ-ଭେରିଫାଏ କରିପାରିବେ। ଏହି ବିଷୟରେ ଅଧିକ ଜାଣିବା ପାଇଁ ଆପଣ 'ଇ-ଯାଞ୍ଚ କିପରି କରିବେ ୟୁଜର ମାନୁଆଲ୍' ଦେଖିପାରିବେ। (ୟୁଜର ମାନୁଆଲ୍ର ଲିଙ୍କ୍ ଏଠାରେ ଦିଆଯିବ)।
6. ମୋ ପକ୍ଷରୁ ଫର୍ମ 10-IEA ଦାଖଲ କରିବା ପାଇଁ ମୁଁ ଜଣେ ଅଧିସ୍ୱୀକୃତ ପ୍ରତିନିଧି ଯୋଡ଼ିପାରିବି କି?
ହଁ, ଆପଣ ନିଜ ପକ୍ଷରୁ ଫର୍ମ 10-IEA ଦାଖଲ କରିବା ପାଇଁ ଜଣେ ଅଧିସ୍ୱୀକୃତ ପ୍ରତିନିଧି ଯୋଡ଼ିପାରିବେ। ଏହି ବିଷୟରେ ଅଧିକ ଜାଣିବା ପାଇଁ ଆପଣ 'ପ୍ରତିନିଧି ଭାବରେ ଅଧିକୃତ / ପଞ୍ଜିକରଣ କରନ୍ତୁ ୟୁଜର ମାନୁଆଲ୍' ଦେଖିପାରିବେ। (ୟୁଜର ମାନୁଆଲ୍ର ଲିଙ୍କ୍ ଏଠାରେ ଦିଆଯିବ)।
7. ଫର୍ମ 10-IEA ଦାଖଲ କରିବାର ସମୟ ସୀମା କଣ?
ଆୟକର ଅଧିନିୟମ, 1961 ର ଧାରା 139(1) ଅଧୀନରେ ନିର୍ଦ୍ଧାରିତ ରିଟର୍ଣ୍ଣ ଦାଖଲର ନିର୍ଦ୍ଧିଷ୍ଟ ତାରିଖ କିମ୍ବା ତା’ ପୂର୍ବରୁ ଫର୍ମ 10-IEA ଦାଖଲ କରାଯିବା ଆବଶ୍ୟକ। ଯଦି ଜଣେ କରଦାତା ଶେଷ ତାରିଖ ପରେ ଏହି ଫର୍ମ ଦାଖଲ କରନ୍ତି, ତେବେ ଉକ୍ତ ଫର୍ମଟିକୁ ଅବୈଧ ବୋଲି ଗଣ୍ୟ କରାଯିବ।
8. ମୁଁ ଆୟକର ରିଟର୍ଣ୍ଣ ଦାଖଲ କରିବା ପରେ ଫର୍ମ 10-IEA ଦାଖଲ କରିପାରିବି କି?
ଫର୍ମ 10-IEA ଦାଖଲ କରିବାର ସମ୍ପୂର୍ଣ୍ଣ ଲାଭ ପାଇବା ପାଇଁ, ଆୟକର ରିଟର୍ଣ୍ଣ ଦାଖଲ କରିବା ପୂର୍ବରୁ ଏହି ଫର୍ମଟିକୁ ଦାଖଲ କରିବାକୁ ପରାମର୍ଶ ଦିଆଯାଉଛି। ଆୟକର ରିଟର୍ଣ୍ଣରେ, ଦାଖଲ କରାଯାଇଥିବା ଫର୍ମ 10-IEA ର ପ୍ରାପ୍ତିସ୍ବୀକାର ସଂଖ୍ୟା ଏବଂ ଦାଖଲ କରିବାର ତାରିଖ ପ୍ରଦାନ କରିବା ଆବଶ୍ୟକ।
9. ଫର୍ମ 10-IEA ଦାଖଲ କରିବା ସମୟରେ, ଯାଞ୍ଚ ଟ୍ୟାବ୍ ଅଧୀନରେ ପଦବୀ ପୂର୍ବରୁ-ପୂର୍ଣ୍ଣ ହେଉନାହିଁ। ଏଥିପାଇଁ ମୋତେ କ'ଣ କରିବାକୁ ହେବ?
ଆପଣଙ୍କୁ 'ମୋ ପ୍ରୋଫାଇଲ୍' ବିଭାଗରେ ଥିବା 'ମୁଖ୍ୟ ବ୍ୟକ୍ତିଙ୍କ ବିବରଣୀ' କୁ ଅପଡେଟ୍ କରିବା ପାଇଁ ଅନୁରୋଧ କରାଯାଉଛି। ଦୟାକରି ଇ-ଫାଇଲିଂ ପୋର୍ଟାଲ୍ରେ ପୁଣିଥରେ ଲଗ୍ଇନ୍ କରନ୍ତୁ ଏବଂ ଚେଷ୍ଟା କରନ୍ତୁ।
10. ମୋର କୌଣସି ବ୍ୟବସାୟିକ ଆୟ ନାହିଁ। ଫର୍ମ 10-IEA ଦାଖଲ କରିବା ସମୟରେ, ଯଦି ମୁଁ ଏହି ମୂଲ୍ୟାୟନ ବର୍ଷରେ ଆପଣଙ୍କର ବ୍ୟବସାୟ କିମ୍ବା ବୃତ୍ତିରୁ ଲାଭ ଏବଂ ପ୍ରାପ୍ତି ଅଛି କି? ପ୍ରଶ୍ନରେ "ନାହିଁ" ବାଛିଥାଏ, ତେବେ ମୁଁ ଆଗକୁ ଯାଇପାରୁନାହିଁ। ଏପରି ସ୍ଥିତିରେ ମୁଁ କଣ କରିବି?
ଯଦି ଆପଣଙ୍କର କୌଣସି ବ୍ୟବସାୟିକ ଆୟ ନାହିଁ ଏବଂ ଆପଣଙ୍କୁ ITR 1/ITR 2 ଦାଖଲ କରିବାକୁ ପଡ଼ୁଛି, ତେବେ ଆୟକର ଅଧିନିୟମ, 1961 ର ଧାରା 115BAC(1A) ଅଧୀନରେ ନୂତନ କର ବ୍ୟବସ୍ଥାରୁ ପ୍ରସ୍ଥାନ କରିବା କିମ୍ବା ସେଥିରେ ପୁଣି ପ୍ରବେଶ କରିବା ପାଇଁ ଫର୍ମ 10-IEA ଦାଖଲ କରିବାର କୌଣସି ଆବଶ୍ୟକତା ନାହିଁ। ଏଭଳି କ୍ଷେତ୍ରରେ, ଆୟକର ଅଧିନିୟମ, 1961 ର ଧାରା 139(1) ଅନୁଯାୟୀ ନିର୍ଦ୍ଧିଷ୍ଟ ତାରିଖ କିମ୍ବା ତା’ ପୂର୍ବରୁ ସମ୍ବନ୍ଧିତ ITR ଫର୍ମ (ITR 1 / ITR 2) ଦାଖଲ କରିବା ସମୟରେ ହିଁ ଆପଣ ଏହି ବିକଳ୍ପ ଚୟନ କରିପାରିବେ।
11. "ଆୟକର ରିଟର୍ଣ୍ଣ ଦାଖଲ ପାଇଁ ଲାଗୁ ହେଉଥିବା ନିର୍ଦ୍ଧିଷ୍ଟ ତାରିଖ" ସ୍ଥାନରେ ମୋତେ କେଉଁ ବିକଳ୍ପ ଚୟନ କରିବାକୁ ପଡ଼ିବ?
ଆପଣଙ୍କୁ ଆୟକର ଅଧିନିୟମ, 1961 ର ଧାରା 139(1) ଅଧୀନରେ ଆୟକର ରିଟର୍ଣ୍ଣ ଦାଖଲ ପାଇଁ ଲାଗୁ ହେଉଥିବା ନିର୍ଦ୍ଧିଷ୍ଟ ତାରିଖ ଚୟନ କରିବାକୁ ପଡ଼ିବ। ଏଥିପାଇଁ ଆପଣ ସ୍କ୍ରିନ୍ରେ ଉପଲବ୍ଧ 'ସାହାଯ୍ୟ ଦସ୍ତାବିଜ'ର ସାହାଯ୍ୟ ନେଇପାରିବେ ଏବଂ ଫର୍ମ 10-IEA ଦାଖଲ କରିବା ପାଇଁ ଉପଯୁକ୍ତ ବିକଳ୍ପଟିକୁ ବାଛିପାରିବେ
12. ନୂତନ କର ବ୍ୟବସ୍ଥାରୁ ପ୍ରସ୍ଥାନ କରିବା ପାଇଁ ମୋତେ ପ୍ରତିବର୍ଷ ଫର୍ମ 10-IEA ଦାଖଲ କରିବାକୁ ପଡ଼ିବ କି?
ଯଦି ଆପଣ (ବ୍ୟବସାୟ କିମ୍ବା ବୃତ୍ତିଗତ ଆୟ ଥିବା ଜଣେ ବ୍ୟକ୍ତି ଭାବେ) ପୂର୍ବତର ମୂଲ୍ୟାୟନ ବର୍ଷରେ ନୂତନ କର ବ୍ୟବସ୍ଥାରୁ ବାହାରି ଯାଇଥିଲେ ଏବଂ ନିଜ ITR ରେ ପୁରୁଣା କର ବ୍ୟବସ୍ଥାକୁ ଜାରି ରଖିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ପ୍ରତିବର୍ଷ ଫର୍ମ 10-IEA ଦାଖଲ କରିବାକୁ ପଡ଼ିବ ନାହିଁ। କିନ୍ତୁ, ଯେଉଁ ବ୍ୟକ୍ତିମାନଙ୍କର କୌଣସି ବ୍ୟବସାୟ କିମ୍ବା ପେଶାଗତ ଆୟ ନାହିଁ, ସେମାନେ ପ୍ରତିବର୍ଷ ସିଧାସଳଖ ନିଜ ITR ମାଧ୍ୟମରେ କର ବ୍ୟବସ୍ଥା ବଦଳାଇ ପାରିବେ।
13. ମୋ କ୍ଷେତ୍ରରେ ଫର୍ମ 10-IEA ଲାଗୁ ହେଉଛି ଏବଂ ବର୍ତ୍ତମାନ ମୁଁ ମୋ ITR ରେ ପୁରୁଣା କର ବ୍ୟବସ୍ଥାର ବିକଳ୍ପକୁ ପ୍ରତ୍ୟାହାର କରିବାକୁ ଚାହୁଁଛି। ଏଥିପାଇଁ କଣ ପ୍ରକ୍ରିୟା ରହିଛି?
ଯଦି ଆପଣ ପୂର୍ବ କର ମୂଲ୍ୟାୟନ ବର୍ଷ ରେ ପୁରୁଣା କର ବ୍ୟବସ୍ଥା ବାଛିଥିଲେ ଏବଂ ବର୍ତ୍ତମାନ ନୂଆ କର ବ୍ୟବସ୍ଥାକୁ 'ପୁନଃ ପ୍ରବେଶ' କରିବାକୁ ଚାହୁଁଛନ୍ତି, ତେବେ ଚଳିତ କର ମୂଲ୍ୟାୟନ ବର୍ଷ ପାଇଁ ଆପଣଙ୍କୁ ପୂର୍ବ ବିକଳ୍ପକୁ ପ୍ରତ୍ୟାହାର କରିବା ପାଇଁ ଫର୍ମ 10-IEA ଦାଖଲ କରିବାକୁ ପଡ଼ିବ।
14. ମୁଁ ପୂର୍ବ କର ମୂଲ୍ୟାୟନ ବର୍ଷରେ ପୁଣିଥରେ ପ୍ରବେଶ କରିବା ବିକଳ୍ପ ଚୟନ କରି ଫର୍ମ 10-IEA ଦାଖଲ କରିବା ସହ ପୁରୁଣା କର ବ୍ୟବସ୍ଥାରୁ ବାହାରି ଯାଇଥିଲି। ମୁଁ କଣ ପୁଣିଥରେ ଫର୍ମ 10-IEA ମାଧ୍ୟମରେ ପୁରୁଣା କର ବ୍ୟବସ୍ଥାକୁ ବାଛିପାରିବି କି?
ଯଦି ଆପଣ ଥରେ ପୁରୁଣା କର ବ୍ୟବସ୍ଥା ଆପଣାଇବା ପରେ ସେଥିରୁ ବାହାରି ଯାଉଛନ୍ତି, ତେବେ ଆପଣ ଆଉ କେବେ ହେଲେ ପୁରୁଣା କର ବ୍ୟବସ୍ଥାକୁ ବାଛିବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ; କେବଳ ଯଦି ଆପଣଙ୍କର ବ୍ୟବସାୟ କିମ୍ବା ବୃତ୍ତିରୁ ଆୟ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଏ, ତେବେ ଯାଇ ଆପଣ ଏହି ସୁଯୋଗ ପାଇପାରିବେ।
15. ମୁଁ ଫର୍ମ 10-IEA ମାଧ୍ୟମରେ ନୂତନ କର ବ୍ୟବସ୍ଥାରୁ ବାହାରିବାକୁ ଚାହୁଁଥିଲି, କିନ୍ତୁ ଆୟକର ରିଟର୍ଣ୍ଣ ଦାଖଲ କରିବାର ନିର୍ଦ୍ଧିଷ୍ଟ ତାରିଖ ପରେ ମୁଁ ଫର୍ମ 10-IEA ଦାଖଲ କଲି। ମୋତେ କଣ ପୁରୁଣା କର ବ୍ୟବସ୍ଥାର ଲାଭ ମିଳିବ କି?
ଯଦି ଆପଣ ନୂତନ କର ବ୍ୟବସ୍ଥାରୁ ବାହାରିବାକୁ ଚାହୁଁଛନ୍ତି ଏବଂ ନିର୍ଦ୍ଧିଷ୍ଟ ତାରିଖ ମଧ୍ୟରେ ଏହି ଫର୍ମ ଦାଖଲ କରିବାରେ ଅସଫଳ ହୁଅନ୍ତି, ତେବେ ଆପଣ ନିଜ ITR ରେ ପୁରୁଣା କର ବ୍ୟବସ୍ଥାର ଲାଭ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ।
16. ମୁଁ ଫର୍ମ 10-IEA ଦାଖଲ କରିଛି ଏବଂ ଏହାର ସ୍ଥିତି ଅବୈଧ ଫର୍ମ ଦେଖାଉଛି। ବର୍ତ୍ତମାନ ମୋତେ କଣ କରିବାକୁ ପଡ଼ିବ?
ଯଦି ଆପଣ ଆୟକର ରିଟର୍ଣ୍ଣ ଦାଖଲ କରିବାର ନିର୍ଦ୍ଧିଷ୍ଟ ତାରିଖ ପରେ ଫର୍ମ 10-IEA ଦାଖଲ କରିଛନ୍ତି, ତେବେ ସେହି ଫର୍ମର ସ୍ଥିତି ବଦଳିଯାଇ 'ଅବୈଧ ଫର୍ମ' ହୋଇଯିବ। ଏଭଳି ପରିସ୍ଥିତିରେ, ଆପଣ ପରବର୍ତ୍ତୀ କର ମୂଲ୍ୟାୟନ ବର୍ଷରେ ପୁଣିଥରେ ଏକ ନୂଆ ଫର୍ମ ଦାଖଲ କରିପାରିବେ।
17. ଦାଖଲ ହୋଇଥିବା ଫର୍ମ 10-IEA ର ସ୍ଥିତି 'ବୈଧ ଫର୍ମ'ରୁ ବଦଳିଯାଇ 'ଅବୈଧ ଫର୍ମ' ହୋଇଯାଇଛି। ବର୍ତ୍ତମାନ ମୋତେ କଣ କରିବାକୁ ପଡ଼ିବ?
ଯଦି ଫର୍ମ 10-IEA ଦାଖଲ କରିବା ସମୟରେ ଆପଣ ITR ପାଇଁ ଉଦ୍ଦିଷ୍ଟ ସଠିକ୍ ନିର୍ଦ୍ଧିଷ୍ଟ ତାରିଖ ବାଛି ନାହାଁନ୍ତି, ଏବଂ ITR ଦାଖଲର ଶେଷ ତାରିଖ ପରେ ଏହି ଫର୍ମ ଦାଖଲ କରିବା ହେତୁ ଆପଣଙ୍କର ITR କାର୍ଯ୍ୟପଦ୍ଧତି ପାଇଁ ଏହାକୁ ଗ୍ରହଣ କରାଯାଇନାହିଁ, ତେବେ ଏଭଳି ପରିସ୍ଥିତିରେ ଆପଣଙ୍କ ଫର୍ମର ସ୍ଥିତି ବଦଳିଯାଇ ଅବୈଧ ଫର୍ମ ହୋଇଯିବ। ଏହିପରି ସ୍ଥଳେ, ଆପଣ ପରବର୍ତ୍ତୀ କର ମୂଲ୍ୟାୟନ ବର୍ଷରେ ପୁଣିଥରେ ଏକ ନୂଆ ଫର୍ମ 10-IEA ଦାଖଲ କରିପାରିବେ।
18. ମୁଁ ଫର୍ମ 10-IEA ଦାଖଲ କରିବା ପରେ ସେଥିରେ କୌଣସି ସଂଶୋଧନ କିମ୍ବା ପରିବର୍ତ୍ତନ କରିପାରିବି କି?
ନାଁ, ଫର୍ମ 10-IEA ର ପୁନନିରୀକ୍ଷଣ କରିବା ପାଇଁ ଅନୁମତି ନାହିଁ। ଏହା ସହିତ, ଫର୍ମ 10-IEA ଥରେ ଦାଖଲ ହୋଇଗଲା ପରେ, ସେହି ସମାନ ବର୍ଷରେ ଏହାକୁ ଆଉ ପ୍ରତ୍ୟାହାର କରାଯାଇପାରିବ ନାହିଁ।
19. ଫର୍ମ 10-IEA ଦାଖଲ କରିବା ପରେ ମୁଁ ଏହାର ସ୍ଥିତି କେମିତି ଯାଞ୍ଚ କରିପାରିବି?
ଆପଣ ଆୟକର ବିଭାଗର ଇ-ଫାଇଲିଂ ପୋର୍ଟାଲ୍ରେ ଲଗ୍ଇନ୍ କରି ଫର୍ମ 10-IEA ଦାଖଲର ସ୍ଥିତି ଯାଞ୍ଚ କରିପାରିବେ। ଦାଖଲ ହୋଇଥିବା ଫର୍ମର ସମ୍ପୂର୍ଣ୍ଣ ବିବରଣୀ ଦେଖିବା ପାଇଁ ଏହି ସୋପାନ ଅନୁସରଣ କରନ୍ତୁ: ଇ-ଫାଇଲ୍ ଟ୍ୟାବ୍ > ଆୟକର ଫର୍ମଗୁଡ଼ିକ > ଦାଖଲ ହୋଇଥିବା ଫର୍ମଗୁଡ଼ିକୁ ଦେଖନ୍ତୁ > ଆୟକର ଅଧିନିୟମ, 1961 ଅନୁଯାୟୀ ଫର୍ମଗୁଡିକ > ଏହାପରେ, ଫର୍ମ 10-IEA ଖୋଜନ୍ତୁ ଏବଂ ଏହାର ସ୍ଥିତି ବୈଧ କିମ୍ବା ଅବୈଧ ଅଛି କି ଯାଞ୍ଚ କରନ୍ତୁ।
20. ଯଦି ମୁଁ ପରବର୍ତ୍ତୀ ସମୟରେ ମୋର ଆୟର ଉତ୍ସକୁ ବ୍ୟବସାୟ କିମ୍ବା ବୃତ୍ତିକୁ ବଦଳାଏ, ତେବେ କଣ ହେବ? ମୋତେ କଣ ପୁଣିଥରେ ଫର୍ମ 10-IEA ପୂରଣ କରିବାକୁ ପଡ଼ିବ କି?
ହଁ, ଯଦି ପରବର୍ତ୍ତୀ ସମୟରେ ଆପଣଙ୍କର ଆୟର ଉତ୍ସ ବ୍ୟବସାୟ ଏବଂ ବୃତ୍ତିକୁ ବଦଳିଯାଏ ଏବଂ ଆପଣ ପୁରୁଣା କର ବ୍ୟବସ୍ଥା ଆପଣାଇବାକୁ ଚାହାଁନ୍ତି ତେବେ ଆୟକର ଅଧିନିୟମର ଧାରା 139(1) ଅନୁଯାୟୀ ନିର୍ଦ୍ଧାରିତ ଶେଷ ତାରିଖ ମଧ୍ୟରେ ଫର୍ମ 10-IEA ଦାଖଲ କରିବା ଆବଶ୍ୟକ।
21. ମୁଁ ପ୍ରତିବର୍ଷ ପୁରୁଣା ଏବଂ ନୂତନ କର ବ୍ୟବସ୍ଥା ମଧ୍ୟରେ ବିକଳ୍ପ ବଦଳାଇ ପାରିବି କି?
ବ୍ୟବସାୟ କିମ୍ବା ବୃତ୍ତି ବ୍ୟତୀତ ଅନ୍ୟାନ୍ୟ ସୂତ୍ରରୁ ଆୟ କରୁଥିବା କରଦାତାମାନେ, ଆୟକର ଅଧିନିୟମର ଧାରା 139(1) ଅନୁଯାୟୀ ଧାର୍ଯ୍ୟ ସମୟସୀମା ମଧ୍ୟରେ ନିଜର ଆୟକର ରିଟର୍ଣ୍ଣ ଫାଇଲିଂ ସମୟରେ ପ୍ରତିବର୍ଷ ପୁରୁଣା କର ବ୍ୟବସ୍ଥା କିମ୍ବା ନୂତନ କର ବ୍ୟବସ୍ଥା ମଧ୍ୟରୁ ଯେକୌଣସି ଗୋଟିଏକୁ ଚୟନ କରିପାରିବେ। ଅନ୍ୟପକ୍ଷରେ, ବ୍ୟବସାୟ ଏବଂ ବୃତ୍ତିରୁ ଆୟ କରୁଥିବା କରଦାତାମାନେ ଧାରା 139(1) ଅଧୀନରେ ଧାର୍ଯ୍ୟ ସମୟସୀମା ମଧ୍ୟରେ ଫର୍ମ 10-IEA ଦାଖଲ କରି ପୁରୁଣା କର ବ୍ୟବସ୍ଥାକୁ ଚୟନ କରିପାରିବେ ଏବଂ ଏହା ପରେ ସେମାନେ ପୁଣିଥରେ ରି-ଏଣ୍ଟର ବିକଳ୍ପ ସହିତ ଫର୍ମ 10-IEA ଦାଖଲ କରି କେବଳ ଥରେ ମାତ୍ର ନୂତନ କର ବ୍ୟବସ୍ଥାକୁ ଫେରିପାରିବେ।