ମୋ ଚାଟାର୍ଡ ଆକାଉଣ୍ଟାଣ୍ଟସ୍ (CA) ଉପଭୋକ୍ତା ମାନୁଆଲ୍
1. ସଂକ୍ଷିପ୍ତ ବିବରଣୀ
ମୋ CA ସେବା ଇ-ଫାଇଲିଂ ପୋର୍ଟାଲ୍ରେ ପଞ୍ଜିକୃତ ଉପଭୋକ୍ତାମାନେ ଯିଏ ନିମ୍ନ ଶ୍ରେଣୀରେ ଅନ୍ତର୍ଭୁକ୍ତ ସେମାନଙ୍କ ପାଇଁ ଉପଲବ୍ଧ:
- ବ୍ୟକ୍ତିବିଶେଷ
- ହିନ୍ଦୁ ଅବିଭକ୍ତ ପରିବାର(HUF)
- କମ୍ପାନୀ, ବ୍ୟକ୍ତିମାନଙ୍କର ସଂଗଠନ(AOP), ବ୍ୟକ୍ତିବିଶେଷ ସଂସ୍ଥା(BOI), କୃତ୍ରିମ ନ୍ୟାୟିକ ବ୍ୟକ୍ତି(AJP), ଟ୍ରଷ୍ଟ, ସରକାର, ସ୍ଥାନୀୟ କର୍ତ୍ତୃପକ୍ଷ(LA), ଫାର୍ମ
- କର ରିହାତିକାରୀ ଓ କଲେକ୍ଟର
ଏହି ସେବାରେ ପଞ୍ଜୀକୃତ ଉପଭୋକ୍ତାମାନେ ସକ୍ଷମ ହେବେ:
- ଅଧିସ୍ୱୀକୃତ କରାଯାଇଥିବା ଚାଟାର୍ଡ ଆକାଉଣ୍ଟାଣ୍ଟସ୍(CA)ଙ୍କ ସୂଚୀକରଣକୁ ଦେଖନ୍ତୁ
- CAଙ୍କୁ ଫର୍ମଗୁଡ଼ିକ ନ୍ୟସ୍ତ କରନ୍ତୁ
- ନ୍ୟସ୍ତ କରାଯାଇଥିବା ଫର୍ମଗୁଡ଼ିକୁ ପ୍ରତ୍ୟାହାର କରନ୍ତୁ
- CAଙ୍କୁ ସକ୍ରିୟ କରନ୍ତୁ
- CAଙ୍କୁ ନିସ୍କ୍ରିୟ କରନ୍ତୁ
2. ଏହି ସେବାର ଲାଭ ଉଠାଇବା ପାଇଁ ପ୍ରାକ୍-ଆବଶ୍ୟକତା
- ବୈଧ ଉପଭୋକ୍ତା ID ଏବଂ ପାସ୍ୱାର୍ଡ ଥିବା ଇ-ଫାଇଲିଂ ପୋର୍ଟାଲ୍ର ଜଣେ ପଞ୍ଜୀକୃତ ଉପଭୋକ୍ତା
- CAଙ୍କର ଏକ ବୈଧ CA ସଦସ୍ୟତା ନମ୍ବର ରହିବା ଉଚିତ ଓ ଇ-ଫାଇଲିଂ ପୋର୍ଟାଲ୍ରେ ପଞ୍ଜୀକୃତ ହୋଇଥିବା ଉଚିତ
- ବ୍ୟକ୍ତିବିଶେଷ କ୍ଷେତ୍ରରେ, PAN ସହିତ ଆଧାର ସଂଖ୍ୟା ଲିଙ୍କ ହୋଇଥିବ (ସୁପାରିଶ କରାଗଲା)
3.ପର୍ଯ୍ୟାୟ କ୍ରମିକ ମାର୍ଗଦର୍ଶିକା
3.1 CA ଦେଖନ୍ତୁ
ସୋପାନ 1: ଉପଭୋକ୍ତା ID ଓ ପାସ୍ୱାର୍ଡ ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲ୍ରେ ଲଗଇନ୍ କରନ୍ତୁ ।
ବ୍ୟକ୍ତିଗତ ୟୁଜରଙ୍କ ପାଇଁ, ଯଦି ଆଧାର ସହିତ PAN ଲିଙ୍କ୍ ହୋଇନଥାଏ ଆପଣ ଏକ ପପ୍-ଅପ୍ ସନ୍ଦେଶ ଦେଖିବେ ଯେ ଆପଣଙ୍କ ଆଧାର ସହିତ PAN ଲିଙ୍କ୍ ହୋଇନଥିବାରୁ ଏହା ଅଚଳ କରି ଦିଆଯାଇଛି ।
PAN ସହିତ ଆଧାର ଲିଙ୍କ୍ କରିବାକୁ ହେଲେ, ବର୍ତ୍ତମାନ ଲିଙ୍କ୍ କରନ୍ତୁ ବଟିନ୍ କ୍ଲିକ୍ କରନ୍ତୁ ଅନ୍ୟଥା ଜାରି ରଖନ୍ତୁ କ୍ଲିକ୍ କରନ୍ତୁ ।
ସୋପାନ 2: ଅଧିକୃତ ଅଂଶୀଦାର >ମୋ ଟାଟାର୍ଡ ଆକାଉଣ୍ଟାଣ୍ଟ୍ କ୍ଲିକ୍ କରନ୍ତୁ ।
ସୋପାନ 3: ମୋର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ(ମାନଙ୍କ) ପୃଷ୍ଠାଟି ସ୍କ୍ରିନ୍ରେ ଦେଖାଯିବ। ଏଥିରେ ସମ୍ପୃକ୍ତ ଟ୍ୟାବ୍ ଅଧୀନରେ ସକ୍ରିୟ ଏବଂ ନିଷ୍କ୍ରିୟ CA ମାନଙ୍କର ବିବରଣୀ ପ୍ରଦର୍ଶିତ ହେବ।
ସୋପାନ 4:ସମସ୍ତ ମ୍ୟାଚିଂ ରେକର୍ଡସ୍ ଦେଖିବା ପାଇଁ ନାମ ମାଧ୍ୟମରେ ସନ୍ଧାନ କରନ୍ତୁଟେକ୍ସଟ୍ବକ୍ସରେ ନାମ ପ୍ରବେଶ କରନ୍ତୁ ।
ସୋପାନ 5: ନିର୍ଦ୍ଧିଷ୍ଟ CAଙ୍କୁ ନ୍ୟସ୍ତ କରାଯାଇଥିବା ସମସ୍ତ ଫର୍ମର ସ୍ଥିତି ଓ ବିବରଣୀ ପ୍ରଦର୍ଶନ କରିବାକୁ ନ୍ୟସ୍ତ କରାଯାଇଥିବା ଫର୍ମଗୁଡିକୁ ଦେଖନ୍ତୁ ଉପରେ କ୍ଲିକ୍ କରନ୍ତୁ ।
ମୋ ଚାଟାର୍ଡ ଆକାଉଣ୍ଟାଣ୍ଟ(ମାନେ) ପୃଷ୍ଠାରେ ପହଁଞ୍ଚିଲା ପରେ ଆପଣ କରୁଥିବା ଅନ୍ୟ କାର୍ଯ୍ୟଗୁଡିକ ନିମ୍ନରେ ଦିଆଗଲା:
|
CA ଯୋଡନ୍ତୁ |
ଧାରା 3.2 ପ୍ରସଙ୍ଗକୁ ଦେଖନ୍ତୁ |
|
CAଙ୍କ ପାଇଁ ଫର୍ମ ନ୍ୟସ୍ତ କରିବା |
ଧାରା 3.3 ପ୍ରସଙ୍ଗକୁ ଦେଖନ୍ତୁ |
|
CAଙ୍କୁ ନିସ୍କ୍ରିୟ କରନ୍ତୁ |
ଧାରା 3.4 ପ୍ରସଙ୍ଗକୁ ଦେଖନ୍ତୁ |
|
CAଙ୍କୁ ସକ୍ରିୟ କରନ୍ତୁ |
ଧାରା 3.5 ପ୍ରସଙ୍ଗକୁ ଦେଖନ୍ତୁ |
|
ଏକ ଫର୍ମ ପ୍ରତ୍ୟାହାର କରନ୍ତୁ |
ଧାରା 3.6 ପ୍ରସଙ୍ଗକୁ ଦେଖନ୍ତୁ |
3.2: CAଙ୍କୁ ଯୋଡନ୍ତୁ
ସୋପାନ 1: CAଙ୍କୁ ଫର୍ମ ଦାୟିତ୍ୱ ଅର୍ପଣ କରିବା ପାଇଁ, ପ୍ରଥମେ ଆପଣଙ୍କ ପ୍ରୋଫାଇଲ୍ରେ ସେହି CA ଯୋଡ଼ା ହୋଇଥିବା ଏବଂ ଆପଣଙ୍କ ଦ୍ୱାରା ଅଧିସ୍ୱୀକୃତ ହୋଇଥିବା ଆବଶ୍ୟକ। ଯଦି ଆପଣ ଜଣେ CAଙ୍କୁ ଯୋଡ଼ିବାକୁ ଚାହୁଁଛନ୍ତି, ତେବେ CA ଯୋଡନ୍ତୁ ଉପରେ କ୍ଲିକ୍ କରନ୍ତୁ।
ସୋପାନ 2: ଚାଟାର୍ଡ ଆକାଉଣ୍ଟାଣ୍ଟ(ମାନେ)(CA) ପୃଷ୍ଠା ଦୃଶ୍ୟମାନ ହେବ । CAଙ୍କ ସଦସ୍ୟତା ନମ୍ବର ପ୍ରବେଶ କରନ୍ତୁ । CAଙ୍କ ନାମ ଡାଟାବେସ୍ରୁ ଆପେଆପେ ପୂରଣ ହୋଇଯିବ ।
ସୋପାନ 3:CAଙ୍କୁ ଯୋଡିବା ପାଇଁ ସୁନିଶ୍ଚିନ୍ତ କରନ୍ତୁ ଉପରେ କ୍ଲିକ୍ କରନ୍ତୁ ।
ଭବିଷ୍ୟତ ସନ୍ଦର୍ଭ ପାଇଁ ଏକ ସଫଳତା ସନ୍ଦେଶ ବିନିମୟ ID ସହିତ ସ୍କ୍ରିନ୍ରେ ପ୍ରଦର୍ଶିତ ହେବ।
3.3 CAଙ୍କୁ ଫର୍ମଗୁଡ଼ିକ ନ୍ୟସ୍ତ କରନ୍ତୁ
ସୋପାନ 1:ମୋର ଚାର୍ଟର୍ଡ ଆକାଉଣ୍ଟାଣ୍ଟ(ମାନେ)ମୋର ପୃଷ୍ଠାରେ, ସକ୍ରିୟ CA ଟ୍ୟାବ୍ରେ ଥିବା ସମ୍ବନ୍ଧିତ CAଙ୍କ ସମ୍ମୁଖରେ ଫର୍ମ(ଗୁଡିକ)ନ୍ଯସ୍ତ କରନ୍ତୁ ଉପରେ କ୍ଲିକ୍ କରନ୍ତୁ।
ସୋପାନ 2: ଫର୍ମ(ଗୁଡିକ) ନ୍ୟସ୍ତ କରନ୍ତୁ ପୃଷ୍ଠାରେ ଫର୍ମ ଯୋଡନ୍ତୁ ଉପରେ କ୍ଲିକ୍ କରନ୍ତୁ ।
ସୋପାନ 3: “ଆୟକର ଅଧିନିୟମ 1961 ଅନୁଯାୟୀ ଫର୍ମସ, ଫର୍ମର ନାମ, ମୂଲ୍ୟାୟନ ବର୍ଷ, ଫାଇଲିଂ ପ୍ରକାର ଚୟନ କରନ୍ତୁ ଓ ଆୟ କର ଅଧିନିୟମ 1961 ଫର୍ମସ ନ୍ୟସ୍ତ କରିବାକୁ ଯୋଡନ୍ତୁ ଉପରେ କ୍ଲିକ୍ କରନ୍ତୁ ।
“ଆୟକର ଅଧିନିୟମ 2025 ଅନୁଯାୟୀ ଫର୍ମଗୁଡ଼ିକ, ଫର୍ମର ନାମ, କର ବର୍ଷ, ଫାଇଲିଂ ପ୍ରକାର ଚୟନ କରନ୍ତୁ ଓ ଆୟ କର ଅଧିନିୟମ 2025 ଫର୍ମଗୁଡ଼ିକ ନ୍ୟସ୍ତ କରିବାକୁ ଯୋଡନ୍ତୁ ଉପରେ କ୍ଲିକ୍ କରନ୍ତୁ ।
ସୋପାନ 4:ଫର୍ମ(ଗୁଡିକ) ନ୍ୟସ୍ତ କରନ୍ତୁପୃଷ୍ଠାଟି ଯୋଡା ଯାଇଥିବା ଚୟନିତ ଫର୍ମ ସହିତ ପ୍ରଦର୍ଶିତ ହେବ । ପ୍ରଦର୍ଶିତ ହୋଇଥିବା ସୂଚନାକୁ ସମୀକ୍ଷା କରନ୍ତୁ ଓଦାଖଲ କରନ୍ତୁ ଉପରେ କ୍ଲିକ୍ କରନ୍ତୁ ।
ଏକ ସଫଳତା ସନ୍ଦେଶ ବିନିମୟ ID ସହିତ ପ୍ରଦର୍ଶିତ ହେବ ।
3.4 CAଙ୍କୁ ନିସ୍କ୍ରିୟ କରନ୍ତୁ
ସୋପାନ 1:ମୋ ଚାଟାର୍ଡ ଆକାଉଣ୍ଟାଣ୍ଟ(ମାନେ)ପୃଷ୍ଠାରେ,ସକ୍ରିୟ ଟ୍ୟାବ୍ ଅଧୀନରେ ଆବଶ୍ୟକୀୟ ସକ୍ରିୟ CA ବିପକ୍ଷରେ ନିସ୍କ୍ରିୟ କରନ୍ତୁ ଉପରେ କ୍ଲିକ୍ କରନ୍ତୁ ।
ସୋପାନ 2: CAଙ୍କୁ ନିଷ୍କ୍ରିୟ କରନ୍ତୁ ପୃଷ୍ଠାରେ, ନିଷ୍କ୍ରିୟକରଣ ପାଇଁ କାରଣ ଚୟନ କରନ୍ତୁ ଓ ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ ।
ଏକ ସଫଳତା ସନ୍ଦେଶ ବିନିମୟ ID ସହିତ ସ୍କ୍ରିନ୍ରେ ପ୍ରଦର୍ଶିତ ହେବ । ଦୟାକରି ଭବିଷ୍ୟତ ସନ୍ଦର୍ଭ ପାଇଁ ବିନିମୟ IDକୁ ଟିପ୍ପଣୀ କରି ରଖନ୍ତୁ ।
3.5 CAଙ୍କୁ ସକ୍ରିୟ କରନ୍ତୁ
ସୋପାନ 1: ମୋ ଚାଟାର୍ଡ ଆକାଉଣ୍ଟାଣ୍ଟ(ମାନେ) ପୃଷ୍ଠାରୁ ଏକ ନିସ୍କ୍ରିୟ CAଙ୍କୁ ସକ୍ରିୟ କରିବା ପାଇଁ,ନିସ୍କ୍ରିୟ ଟ୍ୟାବ୍ ଅଧୀନରେ ଅନୁରୂପ CA ବିପକ୍ଷରେ ସକ୍ରିୟ କରନ୍ତୁ ଉପରେ କ୍ଲିକ୍ କରନ୍ତୁ ।
ସୋପାନ 2: ସକ୍ରିୟ ହେବାକୁ ଥିବା CAଙ୍କ ପ୍ରାକ୍ ପୂରଣ ହୋଇଥିବା ବିବରଣୀ ପ୍ରଦର୍ଶିତ ହୋଇ ଚାଟାର୍ଡ ଆକାଉଣ୍ଟାଣ୍ଟ(ମାନେ) ଯୋଡନ୍ତୁ ପୃଷ୍ଠାରେ ଉପସ୍ଥିତ ହେବ ।
ସୋପାନ 3: ଯଦି ପ୍ରବେଶ କରାଯାଇଥିବା ବିବରଣୀ ଠିକ ଅଛି ତେବେ ସୁନିଶ୍ଚିନ୍ତ କରନ୍ତୁ ଉପରେ କ୍ଲିକ୍ କରନ୍ତୁ । ଅନ୍ୟଥା, ବାତିଲ୍ କରନ୍ତୁ ଉପରେ କ୍ଲିକ୍ କରନ୍ତୁ ।
ଏକ ସଫଳତା ସନ୍ଦେଶ ବିନିମୟ ID ସହିତ ସ୍କ୍ରିନ୍ରେ ପ୍ରଦର୍ଶିତ ହେବ । ଦୟାକରି ଭବିଷ୍ୟତ ସନ୍ଦର୍ଭ ପାଇଁ ବିନିମୟ IDକୁ ଟିପ୍ପଣୀ କରି ରଖନ୍ତୁ ।
3.6 ଫର୍ମ ପ୍ରତ୍ୟାହାର କରନ୍ତୁ
ସୋପାନ 1: ସକ୍ରିୟ ଟ୍ୟାବ୍ ଅଧୀନରେ ନ୍ୟସ୍ତ କରାଯାଇଥିବା ଫର୍ମ(ଗୁଡିକ) ଦେଖନ୍ତୁ ଉପରେ କ୍ଲିକ୍ କରନ୍ତୁ।
ସୋପାନ 2: ପ୍ରତ୍ୟାହୃତ ହେବାକୁ ଥିବା ଅନୁରୂପ ଫର୍ମ ବିପକ୍ଷରେ ପ୍ରତ୍ୟାହାର କରନ୍ତୁ କ୍ଲିକ୍ କରନ୍ତୁ ।
ସୋପାନ 3: ଫର୍ମ ପ୍ରତ୍ୟାହାର ପାଇଁ ସୁନିଶ୍ଚିନ୍ତ କରନ୍ତୁ କ୍ଲିକ୍ କରନ୍ତୁ ।
ଏକ ସଫଳତା ସନ୍ଦେଶ ପ୍ରଦର୍ଶିତ ହେବ ଯେ ଚୟନ କରାଯାଇଥିବା ଫର୍ମଟିକୁ ପ୍ରତ୍ୟାହାର କରିନିଆଯାଇଛି , ଏବଂ CA ଏହି ଫର୍ମ ଉପରେ ଆଉ କୌଣସି ପଦକ୍ଷେପ ନେଇପାରିବେ ନାହିଁ।