ଆପଣଙ୍କ PAN ସତ୍ୟାପନ କରନ୍ତୁ - ଉପଭୋକ୍ତା ନିୟମାବଳୀ
1.ସମୀକ୍ଷା
ବାହାର ଏଜେନ୍ସି ବ୍ୟତୀତ ଅନ୍ୟ ସମସ୍ତ ଉପଭୋକ୍ତାଙ୍କ ପାଇଁ ଇ-ଫାଇଲିଂ ପୋର୍ଟାଲ୍ରେ 'PAN ସ୍ଥିତି ଯାଞ୍ଚ କରନ୍ତୁ' ଏକ ପୂର୍ବ-ଲଗ୍ଇନ୍ (ପୋର୍ଟାଲ୍ ଲଗ୍ଇନ୍ କରିବା ଆବଶ୍ୟକ ନୁହେଁ) ସେବା ।
ଇ-ଫାଇଲିଂ ପୋର୍ଟାଲ୍ରେ ଲଗ୍ଇନ୍ କରିବା ପରେ ବାହାର ଏଜେନ୍ସିଗୁଡିକ ଏହି PAN ସ୍ଥିତି ଯାଞ୍ଚ କରନ୍ତୁ ସେବା ଆକ୍ସେସ୍ କରିପାରିବେ ।
ଏହି ସେବା ସହିତ, ଆପଣ କରିପାରିବେ:
- PANର ବିବରଣୀ ଯେପରି PANରେ ନାମ, ଜନ୍ମ ତାରିଖ ଇତ୍ୟାଦି ଠିକ୍ ଅଛି କି ନାହିଁ ଯାଞ୍ଚ କରନ୍ତୁ
- PAN ସକ୍ରିୟ ଅଛି କି ନାହିଁ ଯାଞ୍ଚ କରନ୍ତୁ
ଏହି ସେବାର ଲାଭ ନେବା ପାଇଁ ପ୍ରାକ୍ ଆବଶ୍ୟକୀୟ ସର୍ତ୍ତ
- ବୈଧ PAN
- ବୈଧ ମୋବାଇଲ୍ ନମ୍ବର (ଆପଣ ବ୍ୟବହାର କରୁଥିବା)
- ବାହାର ଏଜେନ୍ସି ପାଇଁ: ଇ-ଫାଇଲିଂ ପୋର୍ଟାଲ୍ରେ ପଞ୍ଜୀକୃତ ଉପଭୋକ୍ତା ବୈଧ ଉପଭୋକ୍ତା ID ଓ ପାସ୍ୱାର୍ଡ ସହିତ ସଂସ୍ଥାପନ ତାରିଖ
3.ପଦକ୍ଷେପ ଅନୁସାରେ ନିର୍ଦ୍ଦେଶିକା
3.1 PAN ସ୍ଥିତି ଯାଞ୍ଚ୍ କରନ୍ତୁ
ସୋପାନ 1: ଇ-ଫାଇଲିଂ ପୋର୍ଟାଲ୍ର ମୂଳପୃଷ୍ଠାକୁ ଯାଆନ୍ତୁ ।
ସୋପାନ 2: କ୍ୱିକ୍ ଲିଙ୍କସ ସେକ୍ସନ୍ରେ 'PAN ସ୍ଥିତି ଯାଞ୍ଚ କରନ୍ତୁ' କ୍ଲିକ୍ କରନ୍ତୁ ।
ସୋପାନ 3: ଏହି 'PAN ସ୍ଥିତି ଯାଞ୍ଚ କରନ୍ତୁ' ପୃଷ୍ଠାରେ, ଆପଣଙ୍କ PAN, ସମ୍ପୂର୍ଣ୍ଣ ନାମ, ଜନ୍ମ ତାରିଖ ଓ ମୋବାଇଲ୍ ନମ୍ବର (ଆପଣ ବ୍ୟବହାର କରୁଥିବା) ଭରନ୍ତୁ ଓ 'ଜାରି ରଖନ୍ତୁ' ଉପରେ କ୍ଲିକ୍ କରନ୍ତୁ ।
ସୋପାନ 4:ଏହି'ଯାଞ୍ଚକରଣ' ପୃଷ୍ଠାରେ, ଆପଣଙ୍କ ମୋବାଇଲ୍ ନମ୍ବର ଯାହା ସୋପାନ 3ରେ ପ୍ରବେଶ କରାଯାଇଥିଲା ସେଥିରେ ପ୍ରାପ୍ତ ହୋଇଥିବା 6-ସଂଖ୍ୟକ OTPକୁ ପ୍ରବେଶ କରନ୍ତୁ ଓ 'ଯାଞ୍ଚ' ଉପରେ କ୍ଲିକ୍ କରନ୍ତୁ ।
ଟିପ୍ପଣୀ:
• OTP କେବଳ 15 ମିନିଟ୍ ପାଇଁ ବୈଧ ରହିବ ।
• ସଠିକ୍ OTP ପ୍ରବେଶ କରିବା ପାଇଁ ଆପଣଙ୍କ ପାଖରେ 3ଟି ପ୍ରଚେଷ୍ଟା ରହିଛି ।
• OTP ଟାଇମର୍ ନୂଆ OTP ସୃଷ୍ଟି କରିବା ବେଳେ ଅବଶିଷ୍ଟ ବାକି ସମୟକୁ ପ୍ରଦର୍ଶିତ କରେ । 'ପୁନର୍ବାର OTP ପଠାନ୍ତୁ', କ୍ଲିକ୍ କଲା ପରେ ଗୋଟିଏ ନୂଆ OTP ସୃଷ୍ଟି ହେବ ଓ ମୋବାଇଲ୍କୁ ଚାଲିଯିବ ।
ସଫଳ ସତ୍ୟାପନ ପରେ, ଆପଣଙ୍କ PAN ସ୍ଥିତି ସ୍କ୍ରିନ୍ରେ ପ୍ରଦର୍ଶିତ ହେବ ।
ଟିପ୍ପଣୀ:
ଏହା କେବଳ ସୂଚନା ଦେବା ଉଦ୍ଦେଶ୍ୟରେ ଯେ, ଇ-ଫାଇଲିଂରେ ଏହା ଅନ୍ୟ କୌଣସି କାର୍ଯ୍ୟ ଉପରେ ପ୍ରଭାବ ପକାଇବ ନାହିଁ । ଯଦି କିଛି ପ୍ରଶ୍ନ ଆସେ ତେବେ ଉପଭୋକ୍ତା କେବଳ JAOକୁ ଯୋଗାଯୋଗ କରିବା ଆବଶ୍ୟକ
3.2 ବାହାର ଏଜେନ୍ସି ପାଇଁ PAN ସ୍ଥିତି ଯାଞ୍ଚ କରନ୍ତୁ
ସୋପାନ 1: ଆପଣଙ୍କ ଉପଭୋକ୍ତା ID ଓ ପାସ୍ୱାର୍ଡ ସାହାଯ୍ୟରେ ଇ-ଫାଇଲିଂ ପୋର୍ଟାଲ୍ରେ ଲଗ୍ଇନ୍ କରନ୍ତୁ .
ସୋପାନ 2:କ୍ଲିକ୍ କରନ୍ତୁ ‘ସେବା’ > ‘PAN ବିବରଣୀ ଦେଖନ୍ତୁ’.
ସୋପାନ 3: ‘ଆପଣଙ୍କ PAN ଯାଞ୍ଚ କରନ୍ତୁ’ ପୃଷ୍ଠାରେ, PAN (ଯାହାକୁ ଆପଣ ଯାଞ୍ଚ କରିବାକୁ ଚାହୁଁଛନ୍ତି), ସମ୍ପୂର୍ଣ୍ଣ ନାମ ଓ ସଂସ୍ଥାପନ ତାରିଖ (DOI) / ଜନ୍ମ ତାରିଖ (DOB) ଭରନ୍ତୁ ଓ ‘ଜାରି ରଖନ୍ତୁ’ କ୍ଲିକ୍ କରନ୍ତୁ ।
ସଫଳ ଯାଞ୍ଚ ପରେ, ଆପଣଙ୍କ PAN ସ୍ଥିତି ସ୍କ୍ରିନ୍ରେ ପ୍ରଦର୍ଶିତ ହେବ ।
4. ସମ୍ବନ୍ଧିତ ବିଷୟ
- ଆପଣଙ୍କ AO ଜାଣନ୍ତୁ
- ତାତ୍କ୍ଷଣିକ ଇ-PAN
- ଆଧାର ଲିଙ୍କ କରନ୍ତୁ
- ଏକ ସମୟରେ ଏକାଧିକ PAN / TAN ଯାଞ୍ଚ କରନ୍ତୁ