1. ଆୟକର କର୍ତ୍ତୃପକ୍ଷଙ୍କ ଦ୍ଵାରା ମୋତେ ଜାରି ହୋଇଥିବା ବିଜ୍ଞପ୍ତି/ଆଦେଶକୁ ମୁଁ କାହିଁକି ପ୍ରାମାଣିକରଣ କରିବା ଆବଶ୍ୟକ?
1 ଅକ୍ଟୋବର, 2019 ରେ କିମ୍ବା ଏହା ପରେ ଆୟକର ବିଭାଗ ଦ୍ୱାରା ଜାରି କରାଯାଇଥିବା କିମ୍ବା ପ୍ରତ୍ୟେକ ଯୋଗାଯୋଗର ଏକ ଅନନ୍ୟ ଦସ୍ତାବିଜ ଚିହ୍ନଟ ସଂଖ୍ୟା (DIN) ରହିବ। ଆପଣଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା କୌଣସି ବିଜ୍ଞପ୍ତି/ଆଦେଶ କିମ୍ବା କୌଣସି ଯୋଗାଯୋଗ ଅସଲି ଏବଂ ଏହା ଆୟକର କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ହୋଇଛି ତାହା ନିଜକୁ ହୃଦୟଙ୍ଗମ କରାଇବା ପାଇଁ, ଆପଣ ଏହି ସେବା ବ୍ୟବହାର କରି କୌଣସି ବିଜ୍ଞପ୍ତି/ଆଦେଶ କିମ୍ବା ଯୋଗାଯୋଗ ପ୍ରମାଣିକରଣ କରିପାରିବେ।
2. ଯଦି ITD ବିଜ୍ଞପ୍ତି/ ଆଦେଶରେ DIN ନଥାଏ ତେବେ କ’ଣ ହେବ?
ଏପରି କ୍ଷେତ୍ରରେ, ଆପଣଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଜ୍ଞପ୍ତି/ ଆଦେଶ/ ପତ୍ରକୁ ଅବୈଧ ଭାବରେ ବିବେଚନା କରାଯିବ ଏବଂ ଆଇନ ଅନୁଯାୟୀ ଅସ୍ତିତ୍ୱହୀନ ହେବ କିମ୍ବା ଏହା ଜାରି ହୋଇନଥିବା ମନେକରାଯିବ। ଏପରି ଯୋଗାଯୋଗ ପ୍ରତି ଆପଣ କୌଣସି ପଦକ୍ଷେପ ଗ୍ରହଣ କରିବା କିମ୍ବା ପ୍ରତିକ୍ରିୟା ଦେବା ଆବଶ୍ୟକ ନାହିଁ।
3. ମୁଁ କେଉଁଠାରେ ITD ଦ୍ୱାରା ମୋତେ ଜାରି କରାଯାଇଥିବା ଆଦେଶ ପ୍ରମାଣିକରଣ କରିପାରିବି?
ଆପଣ ଆୟକର କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ଆଦେଶକୁ ଇ-ଫାଇଲିଂ ପୋର୍ଟାଲ୍ରେ ITD ଦ୍ୱାରା ଜାରି ବିଜ୍ଞପ୍ତି/ ଆଦେଶ ପ୍ରମାଣିକରଣ କରନ୍ତୁ ସେବା ବ୍ୟବହାର କରି ପ୍ରମାଣିକରଣ କରିପାରିବେ।
4. ମୋତେ ITD ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି ପ୍ରମାଣିକରଣ କରିବା ପାଇଁ ଲଗ୍ଇନ୍ କରିବା ଆବଶ୍ୟକ କି?
ନା, ବିଜ୍ଞପ୍ତି/ଆଦେଶ ପ୍ରମାଣିକରଣ କରିବା ପାଇଁ ଆପଣ ଇ-ଫାଇଲିଂ ପୋର୍ଟାଲ୍ରେ ଲଗ୍ଇନ୍ କରିବା ଆବଶ୍ୟକ ନାହିଁ। ଆପଣ ଇ-ଫାଇଲିଂ ପୋର୍ଟାଲ୍ରେ ଉପଲବ୍ଧ ITD ଦ୍ୱାରା ଜାରି ବିଜ୍ଞପ୍ତି/ ଆଦେଶ ପ୍ରମାଣିକରଣ କରନ୍ତୁ ଲିଙ୍କ୍ ଉପରେ କ୍ଲିକ୍ କରି ବିଜ୍ଞପ୍ତି ପ୍ରମାଣିକରଣ କରିପାରିବେ।
5. ମୋ ବିଜ୍ଞପ୍ତି ପ୍ରମାଣିକରଣ କରିବା ପାଇଁ ମୋତେ ଇ-ଫାଇଲିଂ ପୋର୍ଟାଲ୍ରେ ପଞ୍ଜୀକୃତ ହୋଇଥିବା ସମାନ ମୋବାଇଲ୍ ନମ୍ବର ପ୍ରବେଶ କରିବାକୁ ହେବ କି?
ନା, ଆୟକର ବିଭାଗ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି/ ପତ୍ର କିମ୍ବା କୌଣସି ଯୋଗାଯୋଗ ପ୍ରମାଣିକରଣ କରିବା ପାଇଁ ଇ-ଫାଇଲିଂ ପୋର୍ଟାଲ୍ରେ ପଞ୍ଜୀକୃତ ମୋବାଇଲ୍ ନମ୍ବର ପ୍ରବେଶ କରିବା ବାଧ୍ୟତାମୂଳକ ନୁହେଁ। ଆପଣ ବ୍ୟବହାର କରିପାରୁଥିବା ଯେ କୌଣସି ମୋବାଇଲ୍ ନମ୍ବରକୁ ମୋବାଇଲ୍ ଟେକ୍ସଟ୍ ବକ୍ସରେ ପ୍ରବେଶ କରି ସେଥିରେ OTP ଗ୍ରହଣ ପାଇଁ ଚୟନ କରିପାରିବେ।
6. DIN କ’ଣ?
DIN ର ଅର୍ଥ ହେଉଛି ଦସ୍ତାବିଜ ଚିହ୍ନଟ ସଂଖ୍ୟା ଏହା ହେଉଛି ଏକ କମ୍ପ୍ୟୁଟର ଦ୍ବାରା ସୃଷ୍ଟି ହୋଇଥିବା 20 ଅଙ୍କ ବିଶିଷ୍ଟ ଅନନ୍ୟ ସଂଖ୍ୟା ଯାହା ଯେ କୌଣସି ଆୟକର କର୍ତ୍ତୃପକ୍ଷଙ୍କଠାରୁ ଯେ କୌଣସି କରଦାତାଙ୍କୁ ଜାରି କରାଯାଉଥିବା ପ୍ରତ୍ୟେକ ଯୋଗାଯୋଗ (ପତ୍ର/ ବିଜ୍ଞପ୍ତି/ ଆଦେଶ/ ଅନ୍ୟ କୌଣସି ଯୋଗାଯୋଗ)ରେ ନିଶ୍ଚିତ ଭାବରେ ଉଲ୍ଲେଖ ହେବା ଆବଶ୍ୟକ।