କର ଇ-ପୈଠ କରନ୍ତୁ କାର୍ଯ୍ୟକାରିତା ସମ୍ବନ୍ଧିତ ବାରମ୍ବାର ପଚରାଯାଉଥିବା ପ୍ରଶ୍ନ
ପ୍ରଶ୍ନ 1
ପ୍ରୋଟିଆନ୍ ପୋର୍ଟାଲ୍ (ପୂର୍ବରୁ NSDL)ରେ ଉପଲବ୍ଧ "OLTAS କରର ଇ-ପୈଠ" ତୁଳନାରେ ଇ-ଫାଇଲିଂ ପୋର୍ଟାଲରେ ଉପଲବ୍ଧ ନୂତନ କର ଇ-ପୈଠ କରନ୍ତୁ ସେବାରେ କ'ଣ ପରିବର୍ତ୍ତନ ହୋଇଛି?
ସମାଧାନ:
ନୂତନ କର ଇ-ପୈଠ କରନ୍ତୁ ସେବା ଅନ୍ତର୍ଗତ, ପ୍ରତ୍ୟକ୍ଷ କର ସମ୍ବନ୍ଧୀୟ ସମଗ୍ର କାର୍ଯ୍ୟକଳାପର ଶୃଙ୍ଖଳା, ଚାଲାଣ ସୃଷ୍ଟିଠାରୁ (CRN) ଆରମ୍ଭ କରି ଦେୟ ପୈଠ କରିବା ପର୍ଯ୍ୟନ୍ତ ଏବଂ ଦେୟ ଇତିହାସର ରେକର୍ଡିଂ, ଅଧିସ୍ୱୀକୃତ ବ୍ୟାଙ୍କଗୁଡ଼ିକ ପାଇଁ ଇ-ଫାଇଲିଂ ପୋର୍ଟାଲ୍ (ମୂଳପୃଷ୍ଠା | ଆୟକର ବିଭାଗ) ମାଧ୍ୟମରେ ସକ୍ଷମ କରାଯାଇଛି। ଏହି କାର୍ଯ୍ୟକାରିତା ଅନ୍ତର୍ଗତ ଫର୍ମ 26QB/26QC/26QD/26QE ର ଦାଖଲ ମଧ୍ୟ ଉପଲବ୍ଧ।
ନୂତନ କାର୍ଯ୍ୟକାରିତାରେ କରଦାତାମାନଙ୍କୁ ନେଟ୍ ବ୍ୟାଙ୍କିଙ୍ଗ୍, ଡେବିଟ୍ କାର୍ଡ, ବ୍ୟାଙ୍କ କାଉଣ୍ଟରରେ ଦେୟ (କାଉଣ୍ଟରରେ) ସମେତ ଦେୟ ପାଇଁ ବିସ୍ତୃତ ବର୍ଗର
ପଦ୍ଧତି ପ୍ରଦାନ କରାଯାଇଛି। କରଦାତାମାନଙ୍କୁ RTGS/NEFT ଓ ପେମେଣ୍ଟ ଗେଟ୍ୱେ (ନେଟ୍ ବ୍ୟାଙ୍କିଙ୍ଗ୍, ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ ଏବଂ UPI) ପଦ୍ଧତି ବ୍ୟବହାର କରି ବ୍ୟାଙ୍କ ମାଧ୍ୟମରେ ଦେୟ ପୈଠ କରିବାର ବିକଳ୍ପ ମଧ୍ୟ ଦିଆଯାଇଛି, ଯେଉଁଗୁଡ଼ିକ ସିଧାସଳଖ କର ସଂଗ୍ରହ କରିବାକୁ ଅଧିସ୍ୱୀକୃତ ନୁହଁନ୍ତି। ଏହି କାର୍ଯ୍ୟକାରିତାକୁ ବ୍ୟବହାର କରି ଦେୟ ପୈଠ କରିବା ପାଇଁ, ଇ-ଫାଇଲିଂ ପୋର୍ଟାଲ୍ର କର ଇ-ପୈଠ କରନ୍ତୁ କାର୍ଯ୍ୟକାରିତାରେ ଚାଲାଣ (CRN) ବାଧ୍ୟତାମୂଳକ ଭାବରେ ତିଆରି କରାଯିବା ଆବଶ୍ୟକ।ଏହାବ୍ୟତୀତ, ଇ-ଫାଇଲିଂ ପୋର୍ଟାଲ୍ରେ CSI (ଚାଲାଣ ଷ୍ଟେଟସ୍ ଇନ୍କ୍ୱାରୀ) ସୁବିଧା ଯୋଡ଼ାଯାଇଛି। TAN ଉପଭୋକ୍ତାମାନେ କ୍ୱିକ୍ ଲିଙ୍କ୍ ବ୍ୟବହାର କରି ଲଗଇନ୍ କରିବା ପୂର୍ବରୁ CSI ଫାଇଲ୍ ଡାଉନଲୋଡ୍ କରିପାରିବେ ଏବଂ ବିକଳ୍ପ ଭାବରେ, ଲଗଇନ୍ କରିବା ପରେ ଉପଭୋକ୍ତାମାନେ CSI ଫାଇଲ୍ ଡାଉନଲୋଡ୍ କରନ୍ତୁ ଟାବ୍କୁ ଯାଇ ଇ-ଫାଇଲିଂ ପୋର୍ଟାଲରେ କର ଇ-ପୈଠ କରନ୍ତୁ ସେବା ମାଧ୍ୟମରେ କର ପୈଠ ପାଇଁ CSI ଫାଇଲ୍ ଡାଉନଲୋଡ୍ କରିପାରିବେ।
ପ୍ରଶ୍ନ 2
କେଉଁ ଅଧିସ୍ୱୀକୃତ ବ୍ୟାଙ୍କଗୁଡ଼ିକ ଯାହା ପାଇଁ ଇ-ଫାଇଲିଂ ପୋର୍ଟାଲ୍ ମାଧ୍ୟମରେ କର ପୈଠ କରିବା ଆବଶ୍ୟକ
ସମାଧାନ:
ବର୍ତ୍ତମାନ, ଆକ୍ସିସ୍ ବ୍ୟାଙ୍କ, ବନ୍ଧନ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର, କାନାରା ବ୍ୟାଙ୍କ, ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ସିଟୀ ୟୁନିଅନ୍ ବ୍ୟାଙ୍କ, DCB ବ୍ୟାଙ୍କ, ଫେଡେରାଲ୍ ବ୍ୟାଙ୍କ, HDFC ବ୍ୟାଙ୍କ, ICICI ବ୍ୟାଙ୍କ, IDBI ବ୍ୟାଙ୍କ, ଇଣ୍ଡିଆନ୍ ବ୍ୟାଙ୍କ, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ, ଇଣ୍ଡସଇଣ୍ଡ ବ୍ୟାଙ୍କ, ଜମ୍ମୁ ଓ କଶ୍ମୀର ବ୍ୟାଙ୍କ, କରୁର୍ ବୈଶ୍ୟ ବ୍ୟାଙ୍କ, କୋଟକ ମହିନ୍ଦ୍ରା ବ୍ୟାଙ୍କ, ପଞ୍ଜାବ ଓ ସିଣ୍ଡ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, RBL ବ୍ୟାଙ୍କ, ସାଉଥ୍ ଇଣ୍ଡିଆନ୍ ବ୍ୟାଙ୍କ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, UCO ବ୍ୟାଙ୍କ ଏବଂ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ କୁ ଇ-ଫାଇଲିଂ ପୋର୍ଟାଲ୍ ମାଧ୍ୟମରେ ପୈଠ କରିବାକୁ ସକ୍ଷମ କରାଯାଇଛି। ସମସ୍ତ ପୈଠ ଅଧିସ୍ୱୀକୃତ ବ୍ୟାଙ୍କ ମାଧ୍ୟମରେ କେବଳ ଇ-ଫାଇଲିଂ ପୋର୍ଟାଲ୍ ମାଧ୍ୟମରେ କରିବାକୁ ପଡ଼ିବ। କରଦାତାମାନେ ଇ-ଫାଇଲିଂ ପ୍ରଣାଳୀରେ ଦେୟ ପୈଠ କରିବାର ନୂତନ ପଦ୍ଧତି ଭାବରେ NEFT/RTGS ଏବଂ ପେମେଣ୍ଟ ଗେଟ୍ୱେ ଥିବା ଅଣ-ଅଧିକୃତ ବ୍ୟାଙ୍କ (ବର୍ତ୍ତମାନ ପାଇଁ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର, କାନାଡା ବ୍ୟାଙ୍କ, ଫେଡେରାଲ୍ ବ୍ୟାଙ୍କ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, HDFC ବ୍ୟାଙ୍କ ଏବଂ କୋଟାକ ବ୍ୟାଙ୍କ ଏହି ସୁବିଧା ପ୍ରଦାନ କରୁଛନ୍ତି] ମାଧ୍ୟମରେ ଦେୟ ପୈଠ କରିପାରିବେ।
ଇ-ଫାଇଲିଂ ପୋର୍ଟାଲରେ ଥିବା କର ଇ-ପୈଠ କରନ୍ତୁ ସେବାରେ ଉପଲବ୍ଧ କର ଦେୟ ପାଇଁ ବ୍ୟାଙ୍କଗୁଡ଼ିକର ତାଲିକା ନିମ୍ନରେ ଦିଆଯାଇଛି:
ଇ-ଫାଇଲିଂ ପୋର୍ଟାଲ୍ରେ ଉପଲବ୍ଧ ବ୍ୟାଙ୍କ |
ଆକ୍ସିସ୍ ବ୍ୟାଙ୍କ ବନ୍ଧନ ବ୍ୟାଙ୍କ ବ୍ୟାଙ୍କ ଅଫ୍ ବରୋଦା ବ୍ୟାଙ୍କ ଅଫ୍ ଇଣ୍ଡିଆ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର କାନାରା ବ୍ୟାଙ୍କ ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସିଟୀ ୟୁନିୟନ୍ ବ୍ୟାଙ୍କ DCB ବ୍ୟାଙ୍କ ଫେଡେରାଲ୍ ବ୍ୟାଙ୍କ HDFC ବ୍ୟାଙ୍କ ICICI ବ୍ୟାଙ୍କ IDBI ବ୍ୟାଙ୍କ ଇଣ୍ଡିଆନ୍ ବ୍ୟାଙ୍କ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଇଣ୍ଡସଇଣ୍ଡ ବ୍ୟାଙ୍କ ଜମ୍ମୁ ଓ କଶ୍ମୀର ବ୍ୟାଙ୍କ କରୁର୍ ବୈଶ୍ୟ ବ୍ୟାଙ୍କ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ପଞ୍ଜାବ ଓ ସିନ୍ଦ୍ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ RBL ବ୍ୟାଙ୍କ ସାଉଥ୍ ଇଣ୍ଡିଆନ୍ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ତିଆ ୟୁକୋ ବ୍ୟାଙ୍କ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ
|
ଅସ୍ୱୀକରଣ: ଅଧିସ୍ୱୀକୃତ ବ୍ୟାଙ୍କଗୁଡ଼ିକର ତାଲିକା 08 ଅଗଷ୍ଟ, 2023 ପର୍ଯ୍ୟନ୍ତ ଅଦ୍ୟତନ ହୋଇଛି ଏବଂ ପ୍ରକୃତିରେ ଗତିଶୀଳ ଅଟେ।
ପ୍ରଶ୍ନ 3
ଅଧିସ୍ୱୀକୃତ ବ୍ୟାଙ୍କଗୁଡ଼ିକ ବ୍ୟତୀତ ଅନ୍ୟ କେଉଁ ପ୍ରକ୍ରିୟା ମାଧ୍ୟମରେ କର ପୈଠ କରିହେବ?
ସମାଧାନ:
ଅଧିସ୍ୱୀକୃତ ବ୍ୟାଙ୍କଗୁଡ଼ିକ ବ୍ୟତୀତ ଇ-ଫାଇଲିଂ ପୋର୍ଟାଲ୍ରେ ଥିବା କର ଇ-ପୈଠ କରନ୍ତୁ ସେବା ଅନ୍ତର୍ଗତ NEFT/RTGS କିମ୍ବା ପେମେଣ୍ଟ ଗେଟ୍ୱେ ପଦ୍ଧତି ମାଧ୍ୟମରେ କର ପୈଠ କରାଯାଇପାରିବ।
ପ୍ରଶ୍ନ 4
କର ଇ-ପୈଠ କରନ୍ତୁ କାର୍ଯ୍ୟକାରିତାକୁ କିପରି ଆକସେସ୍ କରାଯାଏ?
ସମାଧାନ:
କର ଇ-ପୈଠ କରନ୍ତୁ କାର୍ଯ୍ୟକାରିତା ଆକସେସ୍ କରିବା ପାଇଁ, ଜଣେ କରଦାତାଙ୍କୁ ମୂଳପୃଷ୍ଠା | ଆୟକର ବିଭାଗ, ଯିବାକୁ ପଡ଼ିବ, ଯେଉଁଠାରେ ଲଗଇନ୍ ପରେ ପଦ୍ଧତି ସମେତ ଲଗଇନ୍ ପୂର୍ବରୁ (ମୂଳ ପୃଷ୍ଠାରେ ଥିବା କ୍ୱିକ୍ ଲିଙ୍କ୍ ଅନ୍ତର୍ଗତ) ଏହି କାର୍ଯ୍ୟକାରିତା ଉପଲବ୍ଧ ଅଛି।
(ଅଧିକ ବିବରଣୀ ପାଇଁ, ଦୟାକରି କର ଇ-ପୈଠ କରନ୍ତୁ ଉପଭୋକ୍ତା ମାନୁଆଲ୍ https://www.incometax.gov.in/iec/foportal/help/alltopics/e-filing-services/working-with-payments ଦେଖନ୍ତୁ)
ପ୍ରଶ୍ନ 5
କର ପୈଠ ପାଇଁ ଏକ ଚାଲାଣ (CRN) ତିଆରି କରିବା ଆବଶ୍ୟକ କି?
ସମାଧାନ:
ଇ-ଫାଇଲିଂ ପୋର୍ଟାଲ୍ରେ ଥିବା କର ଇ-ପୈଠ କରନ୍ତୁ ସେବାରେ ପ୍ରତ୍ୟକ୍ଷ କର ଦେୟ ପାଇଁ ଚାଲାଣ ତିଆରି କରିବା ବାଧ୍ୟତାମୂଳକ ଅଟେ। ଏହିପରି ପ୍ରତ୍ୟେକ ପ୍ରସ୍ତୁତ ଚାଲାଣ ସହିତ ଏକ ଅନନ୍ୟ ଚାଲାଣ ସନ୍ଦର୍ଭ ନମ୍ବର (CRN) ଜଡ଼ିତ ରହିବ।
ପ୍ରଶ୍ନ 6
କିଏ ଏକ ଚାଲାଣ (CRN) ତିଆରି କରିପାରିବେ?
ସମାଧାନ:
ଯେକୌଣସି କରଦାତା (କର ରିହାତିକାରୀ ଓ ସଂଗ୍ରହକାରୀଙ୍କୁ ଅନ୍ତର୍ଭୁକ୍ତ କରି) ପ୍ରତ୍ୟକ୍ଷ କର ପୈଠ କରିବା ଆବଶ୍ୟକ ଏବଂ ଇ-ଫାଇଲିଂ ପୋର୍ଟାଲ୍ରେ କର ଇ-ପୈଠ କରନ୍ତୁ ସେବା ବ୍ୟବହାର କରିବାକୁ ଇଚ୍ଛୁକ ଥିଲେ, ସେମାନେ ଚାଲାଣ (CRN) ତିଆରି କରିପାରିବେ। ସେବାରେ ଉପଲବ୍ଧ ଲଗଇନ୍ ପରେ/ଲଗଇନ୍ ପୂର୍ବରୁ ବିକଳ୍ପ ମାଧ୍ୟମରେ ଚାଲାଣ (CRN) ତିଆରି କରାଯାଇପାରିବ।
ପ୍ରଶ୍ନ 7
ଚାଲାଣ (CRN) ତିଆରି ପରେ ଦେୟ ପୈଠ କରିବା ପାଇଁ କ’ଣ ସବୁ ପଦ୍ଧତି ଉପଲବ୍ଧ ରହିଛି?
ସମାଧାନ:
ଚାଲାଣ (CRN) ତିଆରି ପରେ, କର ପୈଠ ପାଇଁ ନିମ୍ନଲିଖିତ ପଦ୍ଧତି ଉପଲବ୍ଧ:
- ନେଟ୍ ବ୍ୟାଙ୍କିଙ୍ଗ୍ (ଚୟନିତ ଅଧିସ୍ୱୀକୃତ ବ୍ୟାଙ୍କ)
- ଚୟନିତ ଅଧିସ୍ୱୀକୃତ ବ୍ୟାଙ୍କଗୁଡ଼ିକର ଡେବିଟ୍ କାର୍ଡ
- ବ୍ୟାଙ୍କ କାଉଣ୍ଟରରେ ପୈଠ (ଚୟନିତ ଅଧିସ୍ୱୀକୃତ ବ୍ୟାଙ୍କ ଶାଖା କାଉଣ୍ଟରରେ ପୈଠ)
- RTGS / NEFT (ଏହିପରି ସୁବିଧା ଥିବା ଯେକୌଣସି ବ୍ୟାଙ୍କ ମାଧ୍ୟମରେ)
- ପେମେଣ୍ଟ ଗେଟ୍ୱେ (ସବ୍-ପେମେଣ୍ଟ ପଦ୍ଧତିକୁ ନେଟ୍ ବ୍ୟାଙ୍କିଙ୍ଗ୍, ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ ଏବଂ ଯେକୌଣସି ବ୍ୟାଙ୍କର UPI ଭାବରେ ବ୍ୟବହାର କରି)
ଧ୍ୟାନ ଦିଅନ୍ତୁ ଯେ, କରଦାତା ଏକ କମ୍ପାନୀ କିମ୍ବା ଜଣେ ବ୍ୟକ୍ତି (ଏକ କମ୍ପାନୀ ବ୍ୟତୀତ) ହୋଇଥିଲେ ବ୍ୟାଙ୍କ ପଦ୍ଧତିରେ କର ପୈଠ ବ୍ୟବହାର କରାଯାଇପାରିବ ନାହିଁ, ଯାହାଙ୍କ ପାଇଁ ଆୟକର ଅଧିନିୟମର ଧାରା 1961 ର 44AB ବ୍ୟବସ୍ଥା (କରଦାତାମାନେ ସେମାନଙ୍କ ଆକାଉଣ୍ଟ ଅଡିଟ୍ କରାଇବା ଆବଶ୍ୟକ) CBDTର ବିଜ୍ଞପ୍ତି 34/2008 ଅନୁଯାୟୀ ଲାଗୁ ହୁଏ (ଦୟାକରି ଏହି ଲିଙ୍କ ମୂଳପୃଷ୍ଠା | ଆୟକର ବିଭାଗ ଦେଖନ୍ତୁ)
ପ୍ରଶ୍ନ 8
କୌଣସି କରଦାତା ଭୁଲରେ ପୈଠ କରାଯାଇଥିବା କର ରାଶି ଫେରସ୍ତ/ପ୍ରତ୍ୟାହାର ପାଇଁ ଅନୁରୋଧ କରିପାରିବେ କି?
ସମାଧାନ:
ଚାଲାଣ ରାଶି ଫେରସ୍ତ/ପ୍ରତ୍ୟାହାର ପାଇଁ କୌଣସି ଅନୁରୋଧ ଇ-ଫାଇଲିଂ ପୋର୍ଟାଲ୍ ଦ୍ୱାରା ଗ୍ରହଣ କରାଯିବ ନାହିଁ। ପ୍ରାସଙ୍ଗିକ ମୂଲ୍ୟାୟନ ବର୍ଷ ପାଇଁ ଆୟକର ରିଟର୍ଣ୍ଣରେ କର କ୍ରେଡିଟ୍ ଭାବରେ ରାଶି ଦାବି କରିବା ପାଇଁ କରଦାତାଙ୍କୁ ପରାମର୍ଶ ଦିଆଯାଉଛି।
ପ୍ରଶ୍ନ 9
ଚାଲାଣ (CRN) ତିଆରି ହେବା ପରେ ଯଦି କୌଣସି ଦେୟ ଆରମ୍ଭ ନହୁଏ, ତେବେ କ'ଣ ହେବ?
ସମାଧାନ:
ଆଂଶିକ ଭାବରେ ତିଆରି ହୋଇଥିବା ଚାଲାଣ ସେପର୍ଯ୍ୟନ୍ତ "ସେଭ୍ ହୋଇଥିବା ଡ୍ରାଫ୍ଟ" ଟାବ୍ରେ ରହିଥାଏ, ଯେପର୍ଯ୍ୟନ୍ତ ତାହା ଚାଲାଣ ରେଫରେନ୍ସ ନମ୍ବର (CRN) ସମେତ ତିଆରି କରାନଯାଏ। CRN ତିଆରି ପରେ, ଏହା "ତିଆରି ହୋଇଥିବା ଚାଲାଣ" ଟାବ୍କୁ ଯାଏ ଏବଂ CRN ତିଆରି ତାରିଖଠାରୁ 15 ଦିନ ପର୍ଯ୍ୟନ୍ତ ବୈଧ ଅଟେ। କରଦାତା ଏହି ବୈଧତା ଅବଧି ମଧ୍ୟରେ CRN ବିପକ୍ଷରେ ପୈଠ ଆରମ୍ଭ କରିପାରିବେ। ଯଦି ଉକ୍ତ ଅବଧି ମଧ୍ୟରେ କୌଣସି ଦେୟ ପୈଠ ଆରମ୍ଭ ନକରାଯାଏ, ତେବେ CRN ର ଅବଧି ଶେଷ ହୋଇଯିବ ଏବଂ ଦେୟ ପ୍ରଦାନ ପାଇଁ କରଦାତାଙ୍କୁ ଏକ ନୂତନ CRN ତିଆରି କରିବାକୁ ପଡ଼ିବ।
ଯଦି 'ଅଗ୍ରୀମ କର' ପୈଠ ପାଇଁ 16 ମାର୍ଚ୍ଚରେ କିମ୍ବା ପରେ ଚାଲାଣ (CRN) ତିଆରି କରାଯାଇଥାଏ, ତେବେ ସେହି ଆର୍ଥିକ ବର୍ଷର 31 ମାର୍ଚ୍ଚ ଭାବରେ ପୂର୍ବନିର୍ଦ୍ଧାରିତ ତାରିଖ ପର୍ଯ୍ୟନ୍ତ ବୈଧ ଭାବରେ ଧାର୍ଯ୍ୟ କରାଯାଏ।
ପ୍ରଶ୍ନ 10
ଚାଲାଣ ଫର୍ମ (CRN) ରେ ମୁଦ୍ରିତ ତାରିଖ "ପର୍ଯ୍ୟନ୍ତ ବୈଧ"ର ଅର୍ଥ କ'ଣ?
ସମାଧାନ:
ତାରିଖ "ପର୍ଯ୍ୟନ୍ତ ବୈଧ" ହେଉଛି ସେହି ତାରିଖ, ଯେଉଁ ତାରିଖ ପର୍ଯ୍ୟନ୍ତ ଚାଲାଣ ଫର୍ମ (CRN) ଦେୟ ପୈଠ କରିବା ପାଇଁ ବୈଧ ରହିଥାଏ। “ପର୍ଯ୍ୟନ୍ତ ବୈଧ” ତାରିଖ ସମାପ୍ତ ହେବା ପରେ, ଏକ ଅବ୍ୟବହୃତ ଚାଲାଣ ଫର୍ମ (CRN) ର ସ୍ଥିତିକୁ ସମୟ ସମାପ୍ତ ଭାବରେ ପରିବର୍ତ୍ତନ କରାଯାଏ। ଉଦାହରଣ ସ୍ୱରୂପ, 1 ଏପ୍ରିଲରେ ପ୍ରସ୍ତୁତ ହୋଇଥିବା CRN, 16 ଏପ୍ରିଲ ପର୍ଯ୍ୟନ୍ତ ବୈଧ ରହିବ ଏବଂ ଯଦି ସେହି CRN ବଦଳରେ ଦେୟ ପୈଠ ଆରମ୍ଭ କରାନଯାଏ, ତେବେ 17 ଏପ୍ରିଲରେ CRN ର ସ୍ଥିତି ସମୟ ସମାପ୍ତ ଭାବରେ ପରିବର୍ତ୍ତିତ ହୋଇଯିବ।
ଯଦି ଜଣେ କରଦାତା ବ୍ୟାଙ୍କ କାଉଣ୍ଟର୍ରେ ପୈଠ ପଦ୍ଧତିରେ ‘ଚେକ୍’ ବ୍ୟବହାର କରିବା ସମୟରେ “ପର୍ଯ୍ୟନ୍ତ ବୈଧ” ତାରିଖ କିମ୍ବା ତାହା ପୂର୍ବରୁ ଅଧିସ୍ୱୀକୃତ ବ୍ୟାଙ୍କକୁ ପୈଠ ସାଧନ ପ୍ରଦାନ କରନ୍ତି, ତେବେ ଚାଲାଣ “ପର୍ଯ୍ୟନ୍ତ ବୈଧ” ତାରିଖକୁ ଅତିରିକ୍ତ 90 ଦିନ ବୃଦ୍ଧି କରାଯିବ।
ଯଦି, 'ଅଗ୍ରୀମ କର' ଦେୟ ପାଇଁ 16 ମାର୍ଚ୍ଚରେ କିମ୍ବା ପରେ ଚାଲାଣ ଫର୍ମ (CRN) ପ୍ରସ୍ତୁତ କରାଯାଏ, ତେବେ ଏହାର ବୈଧତା ତାରିଖ ସେହି ଆର୍ଥିକ ବର୍ଷର 31 ମାର୍ଚ୍ଚ ପର୍ଯ୍ୟନ୍ତ ଭାବରେ ଧାର୍ଯ୍ୟ କରାଯାଏ।
ପ୍ରଶ୍ନ 11
କରଦାତା ପ୍ରସ୍ତୁତ ହୋଇଥିବା ଚାଲାଣ (CRN) କେଉଁଠାରେ ଦେଖିପାରିବେ? କରଦାତା ସମୟ ସମାପ୍ତ ହୋଇଥିବା ଚାଲାଣ (CRN) ଦେଖିପାରିବେ କି?
ସମାଧାନ:
କରଦାତା ଇ-ଫାଇଲିଂ ପୋର୍ଟାଲ୍ରେ ଲଗଇନ୍ କରିବା ପରେ “ପ୍ରସ୍ତୁତ ହୋଇଥିବା ଚାଲାଣ” ଟାବ୍ ଅନ୍ତର୍ଗତ କର ଇ-ପୈଠ କରନ୍ତୁ ପୃଷ୍ଠାରେ ପ୍ରସ୍ତୁତ ହୋଇଥିବା ଚାଲାଣ (CRN) ଦେଖିପାରିବେ। ଅବଧି ଶେଷ ହୋଇଥିବା ଚାଲାଣ (CRN) ମଧ୍ୟ ତାରିଖ "ପର୍ଯ୍ୟନ୍ତ ବୈଧ"ଠାରୁ 30 ଦିନ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଥିବା ଚାଲାଣ ଟାବ୍ ଅନ୍ତର୍ଗତ କା ଇ-ପୈଠ କରନ୍ତୁ ପୃଷ୍ଠାରେ ଉପଲବ୍ଧ ହେବ।
ପ୍ରଶ୍ନ 12
କରଦାତା ପ୍ରସ୍ତୁତ ହୋଇଥିବା ଚାଲାଣ (CRN) ରେ ପରିବର୍ତ୍ତନ କରିପାରିବେ କି?
ସମାଧାନ:
ନା। ଥରେ ଏକ ଚାଲାଣ (CRN) ପ୍ରସ୍ତୁତ ହୋଇଯିବା ପରେ ତାହାକୁ ପରିବର୍ତ୍ତନ କରାଯାଇପାରିବ ନାହିଁ। ତେବେ, ପୂର୍ବ ଚାଲାଣ (CRN) ରୁ ସୂଚନାର ପ୍ରତିଲିପି ଦ୍ୱାରା ଏକ ନୂତନ ଚାଲାଣ ତିଆରି କରାଯାଇପାରିବ।
ପ୍ରଶ୍ନ 13
ଚାଲାଣ (CRN) ପ୍ରସ୍ତୁତି ସମୟରେ ଜଣେ କରଦାତାଙ୍କୁ ଦେୟ ପଦ୍ଧତି ଚୟନ କରିବାକୁ ପଡ଼ିବ କି?
ସମାଧାନ:
ହଁ, କରଦାତାଙ୍କୁ ଚାଲାଣ (CRN) ପ୍ରସ୍ତୁତ କରିବା ସମୟରେ ଦେୟ ପଦ୍ଧତି ଚୟନ କରିବା ଅନିବାର୍ଯ୍ୟ ଅଟେ।
ପ୍ରଶ୍ନ 14
ଜଣେ କରଦାତା ଚାଲାଣ (CRN) ତିଆରି କରିବା ପରେ କର ଦେୟ ପଦ୍ଧତି ପରିବର୍ତ୍ତନ କରିପାରିବେ କି?
ସମାଧାନ:
ଥରେ ଏକ ଚାଲାଣ (CRN) ତିଆରି ହୋଇଯିବା ପରେ କରଦାତା ଦେୟ ପଦ୍ଧତି ପରିବର୍ତ୍ତନ କରିପାରିବେ ନାହିଁ।
ଯଦି କରଦାତା ଅନ୍ୟ କୌଣସି ପଦ୍ଧତି ମାଧ୍ୟମରେ କର ପୈଠ କରିବାକୁ ଚାହାଁନ୍ତି, ତେବେ ଏକ ନୂତନ ଚାଲାଣ (CRN) ତିଆରି କରିବାକୁ ପଡ଼ିବ ଏବଂ ପୁରୁଣା ଚାଲାଣର ସମୟ 15 ଦିନ ପରେ ସମାପ୍ତ ହୋଇଯିବ।
ପ୍ରଶ୍ନ 15
କର ପୈଠ ସଫଳ ହୋଇଥିବା ବିଷୟରେ ଜଣେ କରଦାତା କିପରି ଜାଣିବେ?
ସମାଧାନ:
କର ପୈଠ ସମାପ୍ତ ହେବା ପରେ, ଏକ ଚାଲାଣ ରସିଦ ଉତ୍ପନ୍ନ ହୁଏ। ଚାଲାଣ ରସିଦରେ ଚାଲାଣ ଚିହ୍ନଟ ନମ୍ବର (CIN), BSR କୋଡ୍ ଏବଂ ଦେୟ ତାରିଖ ଏବଂ ଅନ୍ୟାନ୍ୟ ସୂଚନା ରହିଥାଏ। ତତ୍ସମେତ, “ଦେୟ ଇତିହାସ” ଟାବ୍ ଅନ୍ତର୍ଗତ CRNର ସ୍ଥିତି ମଧ୍ୟ “ପୈଠ କରାଯାଇଛି” ଭାବରେ ଅଦ୍ୟତନ ହେବ। କରଦାତାମାନେ ଦେୟ ଇତିହାସରୁ ଚାଲାଣ ରସିଦ ଡାଉନଲୋଡ୍ କରିପାରିବେ ଏବଂ ଦେଖିପାରିବେ।
ପ୍ରଶ୍ନ:
|
ଏହାର ଅର୍ଥ କ’ଣ:
|
|
16. |
ଚାଲାଣର ଡ୍ରାଫ୍ଟ ସ୍ଥିତି? |
କର ଇ-ପୈଠ କରନ୍ତୁ କାର୍ଯ୍ୟକାରିତାର "ସେଭ୍ ହୋଇଥିବା ଡ୍ରାଫ୍ଟ " ଟାବ୍ ଅନ୍ତର୍ଗତ ଚାଲାଣଗୁଡ଼ିକ ସେଭ୍ ହୋଇଥାଏ। ଶେଷ ଡ୍ରାଫ୍ଟ ସେଭ୍ ହେବାର 15 ଦିନ ମଧ୍ୟରେ ଏଗୁଡ଼ିକୁ ଏଡିଟ୍ ଏବଂ CRN ପ୍ରସ୍ତୁତି ପାଇଁ ପୁନରୁଦ୍ଧାର କରାଯାଇପାରିବ। |
17. |
"ପ୍ରସ୍ତୁତ ହୋଇଥିବା ଚାଲାଣ" ଟାବ୍ରେ ଚାଲାଣ (CRN)ର "ପୈଠ ଆରମ୍ଭ ହୋଇନାହିଁ" ସ୍ଥିତି କାହିଁକି ପ୍ରଦର୍ଶିତ ହୁଏ?
|
"ପୈଠ ଆରମ୍ଭ ହୋଇନାହିଁ" ସ୍ଥିତି ସୂଚିତ କରେ ଯେ, ଯଦିଓ ଏକ ବୈଧ ଚାଲାଣ (CRN) ତିଆରି ହୋଇଛି, କିନ୍ତୁ ପୈଠ ଆରମ୍ଭ କରାଯାଇନାହିଁ।
|
|
|
|
18. |
“ପ୍ରସ୍ତୁତ ହୋଇଥିବା ଚାଲାଣ” ଟାବ୍ ଅନ୍ତର୍ଗତ ଚାଲାଣ (CRN)ର ସ୍ଥିତି "ଆରମ୍ଭ କରାଯାଇଛି" ଭାବରେ କାହିଁକି ପ୍ରଦର୍ଶିତ ହୁଏ?
|
ଯେତେବେଳେ କରଦାତା ଇ-ଫାଇଲିଂ ପୋର୍ଟାଲ୍ରୁ ନେଟ୍ ବ୍ୟାଙ୍କିଙ୍ଗ୍, ଡେବିଟ୍ କାର୍ଡ, କିମ୍ବା ପେମେଣ୍ଟ ଗେଟ୍ୱେ ପଦ୍ଧତି ମାଧ୍ୟମରେ CRN ବଦଳରେ ଦେୟ ଆରମ୍ଭ କରନ୍ତି ସେତେବେଳେ ସ୍ଥିତି "ଆରମ୍ଭ କରାଯାଇଛି" ପ୍ରଦର୍ଶିତ ହୁଏ। ଥରେ ଦେୟ ଆରମ୍ଭ କରାଯିବା ପରେ, କରଦାତା ଏହାର ସ୍ଥିତି ନିର୍ବିଶେଷରେ ସମାନ CRN ବଦଳରେ ଦେୟ ପୁନଃ ଆରମ୍ଭ କରିପାରିବେ ନାହିଁ। ଯଦି ଆବଶ୍ୟକ ହୁଏ, ଏକ ନୂତନ CRN ତିଆରି କରିବାକୁ କରଦାତା "ପ୍ରତିଲିପି କରନ୍ତୁ" କାର୍ଯ୍ୟକାରିତାକୁ ବ୍ୟବହାର କରିପାରିବେ।
|
19. |
"ପ୍ରସ୍ତୁତ ହୋଇଥିବା ଚାଲାଣ" ଟାବ୍ ଅନ୍ତର୍ଗତ ଚାଲାଣ (CRN)ର ସ୍ଥିତି "ବ୍ୟାଙ୍କରୁ କୌଣସି ପ୍ରତିକ୍ରିୟା ନାହିଁ" ଭାବରେ କାହିଁକି ପ୍ରଦର୍ଶିତ ହୁଏ?
|
ଯଦି ନେଟ୍ ବ୍ୟାଙ୍କିଙ୍ଗ୍, ଡେବିଟ୍ କାର୍ଡ କିମ୍ବା ପେମେଣ୍ଟ ଗେଟ୍ୱେ ପଦ୍ଧତି ମାଧ୍ୟମରେ ଦେୟ ଆରମ୍ଭ କରାଯାଏ, କିନ୍ତୁ ଦେୟ ଆରମ୍ଭ ହେବା ସମୟଠାରୁ 30 ମିନିଟ୍ ମଧ୍ୟରେ ଦେୟକାରୀଙ୍କ ବ୍ୟାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ପ୍ରାପ୍ତ ନହୁଏ, ତେବେ "ବ୍ୟାଙ୍କରୁ କୌଣସି ପ୍ରତିକ୍ରିୟା ନାହିଁ" ସ୍ଥିତି ପ୍ରଦର୍ଶିତ ହୁଏ। ଯଦି ବ୍ୟାଙ୍କରୁ କୌଣସି ପ୍ରତିକ୍ରିୟା ପ୍ରାପ୍ତ ନହୁଏ ଏବଂ ଦେୟକାରୀଙ୍କ ଆକାଉଣ୍ଟ ଡେବିଟ୍ ହୋଇଥାଏ, ତେବେ କରଦାତାଙ୍କୁ ଗୋଟିଏ ଦିନ ଅପେକ୍ଷା କରିବାକୁ ପରାମର୍ଶ ଦିଆଯାଏ, କାରଣ ଇ-ଫାଇଲିଂ ପୋର୍ଟାଲ୍ ବ୍ୟାଙ୍କ ସହିତ CRN କୁ ପୁନଃ ସଂଯୋଗ କରିବ ଏବଂ ତଦନୁଯାୟୀ CRN ସ୍ଥିତି ଅଦ୍ୟତନ କରିବ। ଯଦି CRN ସ୍ଥିତି ତଥାପି ଅଦ୍ୟତନ ନହୁଏ, ତେବେ କରଦାତାଙ୍କୁ ସେମାନଙ୍କ ବ୍ୟାଙ୍କ ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଏ।
|
20. |
"ପ୍ରସ୍ତୁତ ହୋଇଥିବା ଚାଲାଣ" ଟାବ୍ ଅନ୍ତର୍ଗତ ଚାଲାଣ (CRN)ର ସ୍ଥିତି "ପୈଠ ବିଫଳ ହୋଇଛି" ଭାବରେ କାହିଁକି ପ୍ରଦର୍ଶିତ ହୁଏ?
|
ଯଦି ନେଟ୍ ବ୍ୟାଙ୍କିଙ୍ଗ୍, ଡେବିଟ୍ କାର୍ଡ କିମ୍ବା ପେମେଣ୍ଟ ଗେଟ୍ୱେ ପଦ୍ଧତି ମାଧ୍ୟମରେ ପୈଠ ଆରମ୍ଭ କରାଯାଏ, କିନ୍ତୁ ଇ-ଫାଇଲିଂ ପୋର୍ଟାଲ୍ ଦ୍ୱାରା ଦେୟକାରୀଙ୍କ ବ୍ୟାଙ୍କ ତରଫରୁ ପୈଠ ବିଫଳ ହୋଇଥିବାର ସ୍ଥିତି ପ୍ରାପ୍ତ ହୁଏ, ତେବେ "ପୈଠ ବିଫଳ ହୋଇଛି ସ୍ଥିତି ପ୍ରଦର୍ଶିତ ହୁଏ। ଯଦି CRN ର ପ୍ରଦର୍ଶିତ ସ୍ଥିତି "ପୈଠ ବିଫଳ ହୋଇଛି" ଅଟେ ଏବଂ କରଦାତାଙ୍କ ଆକାଉଣ୍ଟ ଡେବିଟ୍ ହୋଇଥାଏ, ତେବେ କରଦାତାଙ୍କୁ ସେମାନଙ୍କ ବ୍ୟାଙ୍କ ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଏ।
|
21. |
"ପ୍ରସ୍ତୁତ ହୋଇଥିବା ଚାଲାଣ" ଟାବ୍ ଅନ୍ତର୍ଗତ ଚାଲାଣ (CRN)ର ସ୍ଥିତି "ବ୍ୟାଙ୍କ ଅନୁମୋଦନ ଅପେକ୍ଷାରେ" ଭାବରେ କାହିଁକି ପ୍ରଦର୍ଶିତ ହୁଏ? |
ଯଦି ବ୍ୟାଙ୍କ କାଉଣ୍ଟର୍ରେ ପୈଠ ପଦ୍ଧତି ମାଧ୍ୟମରେ ଦେୟ ଆରମ୍ଭ କରାଯାଏ ଏବଂ କରଦାତା ବ୍ୟାଙ୍କର କାଉଣ୍ଟର୍ରେ ପୈଠ ସାଧନ ଉପସ୍ଥାପନ କରନ୍ତି, ତେବେ "ବ୍ୟାଙ୍କ ଅନୁମୋଦନ ଅପେକ୍ଷାରେ" ସ୍ଥିତି ପ୍ରଦର୍ଶିତ ହୁଏ। ବ୍ୟାଙ୍କ ପୈଠ ସାଧନର ସଫଳତାପୂର୍ବକ ଆଦାୟ ସୁନିଶ୍ଚିତ କରିବା ପରେ, ସ୍ଥିତି "ପୈଠ କରାଯାଇଛି"କୁ ଅଦ୍ୟତନ ହୋଇଯିବ।
|
22. |
“ପ୍ରସ୍ତୁତ ହୋଇଥିବା ଅନ୍ତର୍ଗତ ଚାଲାଣ (CRN)ର ସ୍ଥିତି "DD-MMMYYYYY ରେ ପୈଠ ନିର୍ଦ୍ଧାରିତ" ପ୍ରଦର୍ଶିତ ହୁଏ କରାଯାଇଛି" ଭାବରେ କାହିଁକି ପ୍ରଦର୍ଶିତ ହୁଏ?
|
ଏହି ସ୍ଥିତି ନେଟ୍ ବ୍ୟାଙ୍କିଙ୍ଗ୍ ପଦ୍ଧତି ଅଧୀନରେ ପ୍ରାକ୍-ଅଧିସ୍ୱୀକୃତ ଡେବିଟ୍ କାରବାର ପାଇଁ ପ୍ରଦର୍ଶିତ ହୁଏ, ଯାହା କରଦାତାଙ୍କ ଦ୍ୱାରା ଚୟନିତ ଦେୟ ପୈଠର ନିର୍ଦ୍ଧାରିତ ତାରିଖ ପ୍ରଦର୍ଶନ କରିଥାଏ। ଦେୟ ଆଦାୟ ଉପରେ ଆଧାର କରି ନିର୍ଦ୍ଧାରିତ ତାରିଖରେ ଏହି ସ୍ଥିତି ଅଦ୍ୟତନ ହେବ।
|
23. |
"ପ୍ରସ୍ତୁତ ହୋଇଥିବା ଚାଲାଣ" ଟାବ୍ ଅନ୍ତର୍ଗତ ଚାଲାଣ (CRN)ର ସ୍ଥିତି "ବ୍ୟାଙ୍କରୁ ଭୁଲ୍ ବିବରଣୀ" ଭାବରେ କାହିଁକି ପ୍ରଦର୍ଶିତ ହୁଏ?
|
ଯଦି ବ୍ୟାଙ୍କ ଦ୍ୱାରା ଇ-ଫାଇଲିଂକୁ ପ୍ରଦାନ କରାଯାଇଥିବା CIN ବିବରଣୀ (ଦେୟ ସୁନିଶ୍ଚିତୀକରଣ ବିବରଣୀ) ଇ-ଫାଇଲିଂ ପୋର୍ଟାଲ୍ରେ ଉପଲବ୍ଧ ବିବରଣୀ ସହିତ ମେଳ ହୁଏ ନାହିଁ, ତେବେ ଏହି ସ୍ଥିତି ଯେକୌଣସି ଦେୟ ପଦ୍ଧତି ପାଇଁ ପ୍ରଦର୍ଶିତ ହୁଏ। ସମାଧାନ ପରେ ଇ-ଫାଇଲିଂ ପୋର୍ଟାଲ୍ ଦ୍ୱାରା ସଠିକ୍ ବିବରଣୀ ପ୍ରାପ୍ତ ହେବା ପରେ ଏହି ସ୍ଥିତି ଅଦ୍ୟତନ ହେବ। |
24. |
"ପ୍ରସ୍ତୁତ ହୋଇଥିବା ଚାଲାଣ" ଟାବ୍ ଅନ୍ତର୍ଗତ ଚାଲାଣ (CRN)ର ସ୍ଥିତି "ଚେକ୍ / DD ଅଗ୍ରାହ୍ୟ" ଭାବରେ କାହିଁକି ପ୍ରଦର୍ଶିତ ହୁଏ?
|
କରଦାତାଙ୍କ ଦ୍ୱାରା ଦେୟ ପ୍ରଦାନ ପାଇଁ ଉପସ୍ଥାପିତ ଡିମାଣ୍ଡ ଡ୍ରାଫ୍ଟ/ଚେକ୍ ଯଦି ବ୍ୟାଙ୍କ କାଉଣ୍ଟର୍ ପଦ୍ଧତିରେ ଅଗ୍ରାହ୍ୟ କରାଯାଇଥାଏ, ତେବେ ଏହି ସ୍ଥିତି ପ୍ରଦର୍ଶିତ ହୁଏ। |
25. |
"ପ୍ରସ୍ତୁତ ହୋଇଥିବା ଚାଲାଣ" ଟାବ୍ ଅନ୍ତର୍ଗତ ଚାଲାଣ (CRN)ର ସ୍ଥିତି "ସମୟ ସମାପ୍ତ" ଭାବରେ କାହିଁକି ପ୍ରଦର୍ଶିତ ହୁଏ? କରାଯାଇଛି" ଭାବରେ କାହିଁକି ପ୍ରଦର୍ଶିତ ହୁଏ?
|
ଚାଲାଣ (CRN) ଉତ୍ପାଦନ ପରେ, ଏହା ପ୍ରସ୍ତୁତ ତାରିଖଠାରୁ 15 ଦିନ ପର୍ଯ୍ୟନ୍ତ ବୈଧ ଅଟେ। ଏହି ବୈଧତା ଅବଧି ସମାପ୍ତ ହେବା ପରେ ଅବ୍ୟବହୃତ CRN ର ସ୍ଥିତି ସମୟ ସମାପ୍ତକୁ ପରିବର୍ତ୍ତିତ ହୋଇଯାଏ। କରଦାତା ଏହି ବୈଧତା ଅବଧି ମଧ୍ୟରେ CRN ବିପକ୍ଷରେ ପୈଠ ଆରମ୍ଭ କରିପାରିବେ। ଯଦି ଜଣେ କରଦାତା ବ୍ୟାଙ୍କ କାଉଣ୍ଟର୍ ପଦ୍ଧତିରେ ପୈଠ ବ୍ୟବହାର କରିବା ସମୟରେ CRN ର ଅବଧି ଶେଷ ହେବା ପୂର୍ବରୁ ଅଧିସ୍ୱୀକୃତ ବ୍ୟାଙ୍କକୁ ଦେୟ ବିଲେଖ ପ୍ରଦାନ କରିଥା’ନ୍ତି, ତେବେ ଚାଲାଣ ବୈଧତା ଅବଧି ଅତିରିକ୍ତ 90 ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯିବ।
|
26. |
"ପ୍ରସ୍ତୁତ ହୋଇଥିବା ଚାଲାଣ" ଟାବ୍ ଅନ୍ତର୍ଗତ ଚାଲାଣ (CRN)ର ସ୍ଥିତି "ନେଣଦେଣ ବାତିଲ ହୋଇଛି" ଭାବରେ କାହିଁକି ପ୍ରଦର୍ଶିତ ହୁଏ?
|
ଯଦି କରଦାତା ନେଟ୍ ବ୍ୟାଙ୍କିଙ୍ଗ୍, ଡେବିଟ୍ କାର୍ଡ କିମ୍ବା ପେମେଣ୍ଟ ଗେଟ୍ୱେ ପଦ୍ଧତି ଜରିଆରେ ଆରମ୍ଭ ହୋଇଥିବା ନେଣଦେଣକୁ ବାତିଲ କରିଥା’ନ୍ତି, ତେବେ ଏହି ସ୍ଥିତି ପ୍ରଦର୍ଶିତ ହୁଏ।
|
27. |
"ପ୍ରସ୍ତୁତ ହୋଇଥିବା ଚାଲାଣ" ଟାବ୍ ଅନ୍ତର୍ଗତ ଚାଲାଣ (CRN)ର ସ୍ଥିତି "ବ୍ୟାଙ୍କ ନିଶ୍ଚିତୀକରଣ ଅପେକ୍ଷାରେ" ଭାବରେ କାହିଁକି ପ୍ରଦର୍ଶିତ ହୁଏ?
|
ନେଟ୍ ବ୍ୟାଙ୍କିଙ୍ଗ୍, ଡେବିଟ୍ କାର୍ଡ କିମ୍ବା ପେମେଣ୍ଟ ଗେଟ୍ୱେ ପଦ୍ଧତି ମାଧ୍ୟମରେ ଦେୟ ପୈଠ ପାଇଁ ଦେୟକାରୀଙ୍କ ବ୍ୟାଙ୍କରୁ ଦେୟ ପୈଠର ନିଶ୍ଚିତୀକରଣକୁ ଅପେକ୍ଷା କରାଯାଇଥିଲେ ଏହି ସ୍ଥିତି ପ୍ରଦର୍ଶିତ ହୁଏ।
|
28. |
ଚାଲାଣ (CRN)ର "ପୈଠ କରାଯାଇଛି" ସ୍ଥିତି?
|
ଯେତେବେଳେ କରଦାତାଙ୍କ ଦ୍ୱାରା ଦେୟ ସଫଳତାର ସହିତ ସମ୍ପୂର୍ଣ୍ଣ କରାଯାଇଥାଏ ଏବଂ ବ୍ୟାଙ୍କ ତରଫରୁ ନିଶ୍ଚିତୀକରଣ ପ୍ରାପ୍ତ ହୋଇଥାଏ, ସେତେବେଳେ ଏହି ସ୍ଥିତି ପ୍ରଦର୍ଶିତ ହୁଏ।
|
ନେଟ୍ ବ୍ୟାଙ୍କିଙ୍ଗ୍
ପ୍ରଶ୍ନ 29
ଇ-ଫାଇଲିଂ ପୋର୍ଟାଲ୍ ମାଧ୍ୟମରେ କର ପୈଠ ପାଇଁ ନେଟ୍ ବ୍ୟାଙ୍କିଙ୍ଗ୍ ପଦ୍ଧତି କ'ଣ?
ସମାଧାନ:
ଏହି ପଦ୍ଧତିରେ, ଅଧିସ୍ୱୀକୃତ ବ୍ୟାଙ୍କଗୁଡ଼ିକର ନେଟ୍ ବ୍ୟାଙ୍କିଙ୍ଗ୍ ସୁବିଧା ମାଧ୍ୟମରେ ଦେୟ ପ୍ରଦାନ କରାଯାଇପାରିବ। କରଦାତାମାନେ ଯଦି କୌଣସି ଅଧିସ୍ୱୀକୃତ ବ୍ୟାଙ୍କରେ ବ୍ୟାଙ୍କ ଆକାଉଣ୍ଟ ରଖିଥାନ୍ତି ତାହାହେଲେ କର ପୈଠ ପାଇଁ ଏହି ପଦ୍ଧତିର ଲାଭ ଉଠାଇପାରିବେ। ଏହି ମାଧ୍ୟମରେ କର ପୈଠ ପାଇଁ କୌଣସି ନେଣଦେଣ ଦେୟ/ଶୁଳ୍କ ପ୍ରଯୋଜ୍ୟ ନୁହେଁ।
ପ୍ରଶ୍ନ 30
ନେଟ୍ ବ୍ୟାଙ୍କିଙ୍ଗ୍ ପଦ୍ଧତିରେ ପରବର୍ତ୍ତୀ ତାରିଖ ପାଇଁ କରଦାତା ନିର୍ଦ୍ଧାରିତ ଦେୟ ପୈଠ କରିପାରିବେ କି?
ସମାଧାନ:
ଯଦି ବ୍ୟାଙ୍କ ଏହି ସେବା ପ୍ରଦାନ କରେ, ତାହାହେଲେ କରଦାତା ନେଟ୍ବ୍ୟାଙ୍କିଙ୍ଗ୍ ପଦ୍ଧତି ବ୍ୟବହାର କରି ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ କର ଦେୟ ଡେବିଟ୍ କରିପାରିବେ। ତଥାପି, ଦେୟ ପାଇଁ ନିର୍ଦ୍ଧାରିତ ତାରିଖ ଚାଲାଣ (CRN)ରେ ଉଲ୍ଲେଖ କରାଯାଇଥିବା " ବୈଧ ତାରିଖରେ" କିମ୍ବା ପୂର୍ବରୁ ପଡ଼ିବା ଆବଶ୍ୟକ। ଯଦି କରଦାତା ନେଟ୍ ବ୍ୟାଙ୍କିଙ୍ଗ୍ ପଦ୍ଧତି ବ୍ୟବହାର କରି ପରବର୍ତ୍ତୀ ତାରିଖ ପାଇଁ ଦେୟ ନିର୍ଦ୍ଧାରଣ କରିବାକୁ ଚୟନ କରନ୍ତି, ତେବେ ସେ କର ପୈଠ ତାରିଖରେ ଚୟନ କରିଥିବା ବ୍ୟାଙ୍କ ଆକାଉଣ୍ଟରେ ପର୍ଯ୍ୟାପ୍ତ ବାଲାନ୍ସ ରହିଥିବା ନିଶ୍ଚିତ କରିବା ଉଚିତ।
ପ୍ରଶ୍ନ 31
ଯଦି କରଦାତା ଏହି ପଦ୍ଧତିରେ ତାଙ୍କ ବ୍ୟାଙ୍କ ଦେଖିବା ପାଇଁ ସକ୍ଷମ ହେଉନାହାନ୍ତି ତାହାହେଲେ କ'ଣ କରିବେ?
ସମାଧାନ:
ଏହି ପଦ୍ଧତିରେ, କେବଳ ଅଧିସ୍ୱୀକୃତ ବ୍ୟାଙ୍କଗୁଡିକର ନେଟ୍ ବ୍ୟାଙ୍କିଙ୍ଗ୍ ସୁବିଧା ମାଧ୍ୟମରେ ଦେୟ ପ୍ରଦାନ କରାଯାଇପାରିବ। ଅନ୍ୟ କୌଣସି ବ୍ୟାଙ୍କରେ ଆକାଉଣ୍ଟ ଥିବା କରଦାତା NEFT/RTGS ପଦ୍ଧତି କିମ୍ବା ପେମେଣ୍ଟ ଗେଟ୍ୱେ ପଦ୍ଧତି ଅଧୀନରେ ନେଟ୍ ବ୍ୟାଙ୍କିଙ୍ଗ୍ ବିକଳ୍ପ ଚୟନ କରିପାରିବେ। NEFT/RTGS କିମ୍ବା ପେମେଣ୍ଟ ଗେଟ୍ୱେ ପଦ୍ଧତିରେ ବ୍ୟାଙ୍କ ଶୁଳ୍କ ପ୍ରଯୋଜ୍ୟ ହୋଇପାରେ।
ପ୍ରଶ୍ନ 32
ପୈଠ ପ୍ରକ୍ରିୟା ମଧ୍ୟରେ, କରଦାତାଙ୍କ ଆକାଉଣ୍ଟ ଡେବିଟ୍ ହୋଇଯାଇଛି। ତଥାପି, CRN ସ୍ଥିତି "ପୈଠ ହୋଇଛି"କୁ ପରିବର୍ତ୍ତନ କରାଯାଇ ନାହିଁ। ଜଣେ କରଦାତା କ'ଣ କରିବା ଉଚିତ୍?
ସମାଧାନ:
କରଦାତା 30 ମିନିଟ୍ ପରେ CRNର ସ୍ଥିତି ପୁନଃଯାଞ୍ଚ କରିପାରିବେ କାରଣ ବ୍ୟାଙ୍କରୁ ଇ-ଫାଇଲିଂ ପୋର୍ଟାଲକୁ ପ୍ରତିକ୍ରିୟା ମିଳିବା ପରେ ଏହାକୁ ଅଦ୍ୟତନ କରା ଯାଇପାରିବ।
ଯଦି ଉକ୍ତ ସମୟ ମଧ୍ୟରେ ସେପରି କୌଣସି ପ୍ରତିକ୍ରିୟା ନମିଳେ, ତାହାହେଲେ କରଦାତାଙ୍କୁ ଗୋଟିଏ ଦିନ ଅପେକ୍ଷା କରିବାକୁ ପରାମର୍ଶ ଦିଆ ଯାଇପାରିବ। ଯଦି CRN ସ୍ଥିତି ଏପର୍ଯ୍ୟନ୍ତ ଅଦ୍ୟତନ ହୋଇନାହିଁ, ତାହାହେଲେ କରଦାତାଙ୍କୁ ବ୍ୟାଙ୍କ ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଏ।
ଡେବିଟ୍ କାର୍ଡ
ପ୍ରଶ୍ନ 33
ଡେବିଟ୍ କାର୍ଡ ପଦ୍ଧତି କ’ଣ?
ସମାଧାନ:
ଏହି ପଦ୍ଧତିରେ, ଚୟନିତ ଅଧିସ୍ୱୀକୃତ ବ୍ୟାଙ୍କଗୁଡିକର ଡେବିଟ୍ କାର୍ଡ ମାଧ୍ୟମରେ ଦେୟ ପ୍ରଦାନ କରା ଯାଇପାରିବ ଯାହା ସେମାନେ ନିଜସ୍ୱ ଡେବିଟ୍ କାର୍ଡ ମାଧ୍ୟମରେ ସଂଗ୍ରହ କରିବାର ବ୍ୟବସ୍ଥା ରହିଛି। ଏହି ମାଧ୍ୟମରେ କର ପୈଠ ପାଇଁ କୌଣସି ନେଣଦେଣ ଦେୟ/ଶୁଳ୍କ ପ୍ରଯୋଜ୍ୟ ନୁହେଁ। ଅନ୍ୟ ବ୍ୟାଙ୍କର ଡେବିଟ୍ କାର୍ଡ ପାଇଁ, ଦୟାକରି "ପେମେଣ୍ଟ ଗେଟ୍ୱେ" ପଦ୍ଧତି ବ୍ୟବହାର କରନ୍ତୁ। ତଥାପି, ପେମେଣ୍ଟ ଗେଟ୍ୱେ ପଦ୍ଧତିରେ ଅତିରିକ୍ତ ପେମେଣ୍ଟ ଗେଟ୍ୱେ ଶୁଳ୍କ ଲାଗୁ ହୋଇପାରେ।
.
ପ୍ରଶ୍ନ 34
ଏହି ପଦ୍ଧତି ଅଧୀନରେ ଦେୟ ପୈଠ ପାଇଁ ଚୟନ ହୋଇଥିବା ସମସ୍ତ ଅଧିସ୍ୱୀକୃତ ବ୍ୟାଙ୍କର ଡେବିଟ୍ କାର୍ଡ ବ୍ୟବହାର କରା ଯାଇପାରିବ କି?
ସମାଧାନ:
ଏହି ପଦ୍ଧତିରେ, ଚୟନିତ ଅଧିସ୍ୱୀକୃତ ବ୍ୟାଙ୍କଗୁଡିକର ଡେବିଟ୍ କାର୍ଡ ମାଧ୍ୟମରେ ଦେୟ ପ୍ରଦାନ କରାଯାଇପାରିବ ଯାହା ସେମାନଙ୍କର ନିଜସ୍ୱ ଡେବିଟ୍ କାର୍ଡ ମାଧ୍ୟମରେ ସଂଗ୍ରହ ସୁବିଧା ପ୍ରଦାନ କରୁଛି। ଅନ୍ୟ ବ୍ୟାଙ୍କର ଡେବିଟ୍ କାର୍ଡ ପାଇଁ, ଦୟାକରି "ପେମେଣ୍ଟ ଗେଟ୍ୱେ" ପଦ୍ଧତି ବ୍ୟବହାର କରନ୍ତୁ।
ବ୍ୟାଙ୍କରେ ପୈଠ କରନ୍ତୁ
ପ୍ରଶ୍ନ 35
ଅଫ୍ଲାଇନ ପଦ୍ଧତିରେ କର ପୈଠ କରାଯାଇପାରିବ କି?
ସମାଧାନ:
ହଁ, ବ୍ୟାଙ୍କ କାଉଣ୍ଟରରେ ବ୍ୟାଙ୍କ୍ରେ ପୈଠ କରନ୍ତୁ ଏବଂ RTGS/NEFT ପଦ୍ଧତିରେ କର ପୈଠ କରାଯାଇପାରିବ। ତଥାପି, କେବଳ ଇ-ଫାଇଲିଂ ପୋର୍ଟାଲର କର ଇ-ପୈଠ କରନ୍ତୁ କାର୍ଯ୍ୟକାରିତାରୁ ଚାଲାଣ (CRN) ସୃଷ୍ଟି କରାଯିବା ଆବଶ୍ୟକ। ଅଫ୍ଲାଇନ୍ ପଦ୍ଧତି ଅଧୀନରେ କର ପୈଠ ପାଇଁ ସାଧାରଣ ଭାବେ ପୂରଣ ହୋଇଥିବା ଚାଲାଣ ଫର୍ମ (CRN) ବୈଧ ନୁହେଁ।
ଧ୍ୟାନ ଦିଅନ୍ତୁ କରଦାତା ଏକ କମ୍ପାନୀ କିମ୍ବା ଜଣେ ବ୍ୟକ୍ତି (ଏକ କମ୍ପାନୀ ବ୍ୟତୀତ) ଯାହାଙ୍କ ପାଇଁ ଆୟକର ଅଧିନିୟମର ଧାରା 44ABର ବ୍ୟବସ୍ଥା, 1961 (କରଦାତାମାନେ ସେମାନଙ୍କ ଆକାଉଣ୍ଟ ଅଡିଟ୍ କରିବା ପାଇଁ ଆବଶ୍ୟକ) CBDTର ବିଜ୍ଞପ୍ତି 34/2008 ଅନୁଯାୟୀ ପ୍ରଯୋଜ୍ୟ (ଦୟାକରି ଏହି ଲିଙ୍କ ମୂଳ ପୃଷ୍ଠା | ଆୟକର ବିଭାଗ) ଦ୍ୱାରା ବ୍ୟାଙ୍କ ପୈଠ ପଦ୍ଧତି ବ୍ୟବହାର କରାଯାଇପାରିବ ନାହିଁ।
ପ୍ରଶ୍ନ 36
ଜଣେ କରଦାତା କୌଣସି ବ୍ୟାଙ୍କର କୌଣସି ଶାଖାରେ ବ୍ୟାଙ୍କ୍ରେ ପୈଠ କରନ୍ତୁ ପଦ୍ଧତିରେ ଦେୟ ପୈଠ କରିପାରିବେ କି?
ସମାଧାନ:
ବ୍ୟାଙ୍କ୍ରେ ପୈଠ କରନ୍ତୁ ପଦ୍ଧତିରେ ଦେୟ ପ୍ରଦାନରେ, କରଦାତା କେବଳ CRN ସୃଷ୍ଟି କରିବା ବେଳେ ଚୟନ ହୋଇଥିବା ଅଧିସ୍ୱୀକୃତ ବ୍ୟାଙ୍କର ଯେକୌଣସି ଶାଖାରେ ଅଫ୍ଲାଇନ୍ ପଦ୍ଧତି (ଚେକ୍/ଡିମାଣ୍ଡ ଡ୍ରାଫ୍ଟ/ ନଗଦ)ରେ କର ପୈଠ କରିପାରିବେ। ଏହି ପଦ୍ଧତିରେ କର ପୈଠ ପାଇଁ କୌଣସି ନେଣଦେଣ ଦେୟ/ଶୁଳ୍କ ପ୍ରଯୋଜ୍ୟ ନୁହେଁ।
ଅଧିସ୍ୱୀକୃତ ବ୍ୟାଙ୍କଗୁଡିକ ବ୍ୟତୀତ ଅନ୍ୟ ବ୍ୟାଙ୍କଗୁଡିକ ପାଇଁ କରଦାତାଙ୍କ ପାଖରେ RTGS/NEFT ପଦ୍ଧତି ମାଧ୍ୟମରେ ଦେୟ ପୈଠର ବିକଳ୍ପ ଅଛି।
ପ୍ରଶ୍ନ 37
ଜଣେ କରଦାତା ଚେକ୍ କିମ୍ବା ଡିମାଣ୍ଡ ଡ୍ରାଫ୍ଟ ମାଧ୍ୟମରେ ପ୍ରତ୍ୟକ୍ଷ କର ଦେଇପାରିବେ କି? ଏହି ଉପକରଣଗୁଡ଼ିକ ପାଇଁ ଅନୁମତି ଦିଆଯାଇଥିବା ପରିମାଣର କୌଣସି ସୀମା ରହିଛି କି?
ସମାଧାନ:
ହଁ, କରଦାତା ବ୍ୟାଙ୍କ୍ରେ ପୈଠ କରନ୍ତୁ ପଦ୍ଧତିରେ ଚେକ୍/ଡିମାଣ୍ଡ ଡ୍ରାଫ୍ଟ ମାଧ୍ୟମରେ ଦେୟ ପ୍ରଦାନ କରିପାରିବେ। ଡିମାଣ୍ଡ ଡ୍ରାଫ୍ଟ/ଚେକ୍ ମାଧ୍ୟମରେ କରାଯାଇଥିବା କର ଦେୟ ପରିମାଣ ଉପରେ ଆୟକର ବିଭାଗ କୌଣସି ସୀମା ଲାଗୁ କରେ ନାହିଁ। ତଥାପି, ସମ୍ପୃକ୍ତ ଅଧିସ୍ୱୀକୃତ ବ୍ୟାଙ୍କର ଆଭ୍ୟନ୍ତରୀଣ ନୀତି ଉପରେ ନିର୍ଭର କରି ଏହି ଉପ-ପଦ୍ଧତି ମାଧ୍ୟମରେ କର ପୈଠ ପାଇଁ ଏକ ସୀମା ରହି ଥାଇପାରେ।
ପ୍ରଶ୍ନ 38
ଜଣେ କରଦାତା ନଗଦ ମାଧ୍ୟମରେ ଦେୟ ଦେଇପାରିବେ କି? ନଗଦ ନେଣଦେଣର କୌଣସି ସୀମା ଅଛି କି?
ସମାଧାନ:
ହଁ, କରଦାତା ବ୍ୟାଙ୍କ୍ରେ ପୈଠ କରନ୍ତୁ ପଦ୍ଧତିରେ ନଗଦ ପୈଠ କରିପାରିବେ। ତଥାପି, ନଗଦ ମାଧ୍ୟମରେ କର ପୈଠ ପ୍ରତି ଚାଲାଣ ଫର୍ମ (CRN)ରେ ସର୍ବାଧିକ 10,000 ଟଙ୍କା ମଧ୍ୟରେ ସୀମିତ ଅଟେ।
ପ୍ରଶ୍ନ 39
ବ୍ୟାଙ୍କ୍ରେ ପୈଠ କରନ୍ତୁ ପଦ୍ଧତିରେ କର ପୈଠ କରିବା ପାଇଁ ପ୍ରକ୍ରିୟା କ'ଣ?
ସମାଧାନ:
ବ୍ୟାଙ୍କ୍ରେ ପୈଠ କରନ୍ତୁ ପଦ୍ଧତି ମାଧ୍ୟମରେ କର ପୈଠ କରିବା ପାଇଁ, ଚାଲାଣ ଫର୍ମ (CRN) ସୃଷ୍ଟି କରିବା ସମୟରେ, କରଦାତାଙ୍କୁ ଅଧିସ୍ୱୀକୃତ ବ୍ୟାଙ୍କ ତାଲିକାରୁ ବ୍ୟାଙ୍କ ଚୟନ କରିବାକୁ ପଡ଼ିବ ଯାହା ମାଧ୍ୟମରେ ଦେୟ ପ୍ରଦାନ କରିବାକୁ ପ୍ରସ୍ତାବ ଦିଆଯାଇଛି। ଚାଲାଣ ଫର୍ମ (CRN) ସୃଷ୍ଟି କରିବା ପରେ, କରଦାତାଙ୍କୁ ଦେୟ ଉପକରଣ (ଚେକ୍/ ଡିମାଣ୍ଡ ଡ୍ରାଫ୍ଟ/ନଗଦ) ସହିତ ଚୟନ କରିଥିବା ଅଧିସ୍ୱୀକୃତ ବ୍ୟାଙ୍କର ଶାଖାକୁ ଚାଲାଣ ଫର୍ମ (CRN)ର ଏକ ମୁଦ୍ରିତ ଏବଂ ସ୍ୱାକ୍ଷରିତ କପି ନେଇ ଯିବାକୁ ପଡ଼ିବ।
ପ୍ରଶ୍ନ 40
ବ୍ୟାଙ୍କ୍ରେ ପୈଠ କରନ୍ତୁ ପଦ୍ଧତି ଅଧୀନରେ ସୃଷ୍ଟି ହୋଇଥିବା ଚାଲାଣ ଫର୍ମ (CRN)ର ବୈଧତା ଅବଧି କେତେ?
ସମାଧାନ:
ଚାଲାଣ ଫର୍ମ (CRN)ର 15 ଦିନ ବୈଧତା ଅବଧି ଅଛି ଅର୍ଥାତ୍ ଯଦି 1 ଏପ୍ରିଲରେ CRN ଉତ୍ପନ୍ନ ହୁଏ, ତେବେ ଏହା 16 ଏପ୍ରିଲ ପର୍ଯ୍ୟନ୍ତ ବୈଧ ରହିବ। କରଦାତା ଏହି ସମୟସୀମା ମଧ୍ୟରେ ଚୟନ କରିଥିବା ଅଧିସ୍ୱୀକୃତ ବ୍ୟାଙ୍କ ଶାଖାରେ ପୈଠ ସାଧନ ଉପସ୍ଥାପନ କରିବା ଆବଶ୍ୟକ।ଯଦି କରଦାତା ଚାଲାଣ ଫର୍ମ (CRN)ରେ ଉଲ୍ଲେଖ କରାଯାଇଥିବା ବୈଧତା ଅବଧି ମଧ୍ୟରେ ଅଧିସ୍ୱୀକୃତ ବ୍ୟାଙ୍କ ସହିତ ଚେକ୍/ ଡିମାଣ୍ଡ ଡ୍ରାଫ୍ଟକୁ ଦେୟ ଉପକରଣ ଭାବେ ଦାଖଲ କରନ୍ତି, ତେବେ ଚାଲାଣ ବୈଧତା ତାରିଖ ଆହୁରି 90 ଦିନ ଅବଧି ପାଇଁ ବୃଦ୍ଧି କରାଯିବ।
ପ୍ରଶ୍ନ 41
ଯଦି ବ୍ୟାଙ୍କ ପଦ୍ଧତିରେ ପୈଠ ମାଧ୍ୟମରେ ଚେକ୍ / ଡିମାଣ୍ଡ ଡ୍ରାଫ୍ଟ ମାଧ୍ୟମରେ ଦେୟ ପ୍ରଦାନ କରାଯାଏ, ତେବେ କେଉଁ ତାରିଖକୁ କର ଦେବାର ତାରିଖ ଭାବରେ ବିବେଚନା କରାଯିବ?
ସମାଧାନ:
ବ୍ୟାଙ୍କ୍ରେ ପୈଠ କରନ୍ତୁ ପଦ୍ଧତିରେ ଚେକ୍/ଡିମାଣ୍ଡ ଡ୍ରାଫ୍ଟ ମାଧ୍ୟମରେ କର ପୈଠ କ୍ଷେତ୍ରରେ ବ୍ୟାଙ୍କ ଶାଖାରେ ସାଧନ ଉପସ୍ଥାପନା ତାରିଖକୁ କର ପୈଠ ତାରିଖ ଭାବରେ ବିବେଚନା କରାଯିବ।
RTGS/NEFT
ପ୍ରଶ୍ନ 42
RTGS/NEFT ପଦ୍ଧତି ମାଧ୍ୟମରେ କର ପୈଠ ପାଇଁ କରଦାତା କେଉଁ ବ୍ୟାଙ୍କକୁ ବ୍ୟବହାର କରିପାରିବେ?
ସମାଧାନ:
ଏହି ପଦ୍ଧତିରେ, କର ପୈଠ ପାଇଁ RTGS/NEFT ସେବା ପ୍ରଦାନ କରୁଥିବା ଯେକୌଣସି ବ୍ୟାଙ୍କ ମାଧ୍ୟମରେ କର ପୈଠ କରାଯାଇପାରିବ।
ପ୍ରଶ୍ନ 43
RTGS/NEFT ମାଧ୍ୟମରେ କର ପୈଠ କରିବା ପାଇଁ କୌଣସି ଅତିରିକ୍ତ ଶୁଳ୍କ/ଦେୟ ରହିଛି କି?
ସମାଧାନ:
ବ୍ୟାଙ୍କ ଶୁଳ୍କ, ଯଦି ପ୍ରଯୋଜ୍ୟ ତେବେ ସମ୍ପୃକ୍ତ ପ୍ରବର୍ତ୍ତକ ବ୍ୟାଙ୍କ ଦ୍ୱାରା ନିର୍ଦ୍ଧାରିତ ନିୟମ ଏବଂ ସର୍ତ୍ତାବଳୀ ଅଧୀନରେ ରହିବ(ଯେଉଁ ବ୍ୟାଙ୍କ ମାଧ୍ୟମରେ ହିତାଧିକାରୀ ଆକାଉଣ୍ଟକୁ କର ରାଶି ପଠାଇ ଦିଆଯିବ)। ବ୍ୟାଙ୍କ ଶୁଳ୍କ ଆଜ୍ଞାପତ୍ରରେ ନିର୍ଦ୍ଦିଷ୍ଟ କର ପରିମାଣ ଠାରୁ ଅଧିକ ହେବ ଏବଂ ଏହି ଶୁଳ୍କ କୌଣସି ପ୍ରକାରେ ଆୟକର ବିଭାଗ ପାଇଁ ଲାଭଦାୟକ ହେବ ନାହିଁ।
ପ୍ରଶ୍ନ 44
ମୁଁ RTGS/NEFT ପଦ୍ଧତି ଅଧୀନରେ ନଗଦ ଟଙ୍କା ଦେଇପାରିବି କି?
ସମାଧାନ:
ନା, କରଦାତା ଏହି ପଦ୍ଧତିରେ ଦେୟ ପୈଠ ପାଇଁ ନଗଦ ବ୍ୟବହାର କରିପାରିବେ ନାହିଁ।
ପ୍ରଶ୍ନ 45
RTGS/NEFT ପଦ୍ଧତି ଅଧୀନରେ କର ପୈଠ ପ୍ରକ୍ରିୟା କ'ଣ?
ସମାଧାନ:
ଏହି ପଦ୍ଧତିରେ, ଏକ ଆଜ୍ଞା ପତ୍ର ସୃଷ୍ଟି ହୁଏ ଯାହା ହିତାଧିକାରୀଙ୍କ ଆକାଉଣ୍ଟର ସୂଚନା ଧାରଣ କରେ ଯେଉଁଥିରେ କର ଟଙ୍କା ପ୍ରେରଣ କରାଯିବା ଆବଶ୍ୟକ। କରଦାତାଙ୍କୁ ମୁଦ୍ରିତ ଏବଂ ସ୍ୱାକ୍ଷରିତ ଆଜ୍ଞା ପତ୍ର ନେଇ ଦେୟ ଉପକରଣ (ଚେକ୍/ଡିଡି) ସହିତ ବ୍ୟାଙ୍କରେ ଦାଖଲ କରିବା ଆବଶ୍ୟକ।
କରଦାତାମାନେ ନିଜ ବ୍ୟାଙ୍କର ନେଟ୍ବ୍ୟାଙ୍କିଙ୍ଗ୍ ସୁବିଧା ଉପଯୋଗ କରି ଏହି ପଦ୍ଧତି ମାଧ୍ୟମରେ କର ପୈଠ କରିପାରିବେ, ଆଜ୍ଞା ପତ୍ରରେ ଉପଲବ୍ଧ ସୂଚନା ସହିତ ହିତାଧିକାରୀଙ୍କୁ ଯୋଡି ପାରିବେ ଏବଂ ଅତିରିକ୍ତ ଆକାଉଣ୍ଟକୁ ରାଶି ସ୍ଥାନାନ୍ତର କରି କର ପ୍ରେରଣ କରିପାରିବେ।
ପ୍ରଶ୍ନ 46
ନେଟ୍ ବ୍ୟାଙ୍କିଙ୍ଗ୍ ସୁବିଧା ବ୍ୟବହାର କରି କର ପୈଠ ପାଇଁ RTGS/NEFT କରାଯାଇପାରିବ କି?
ସମାଧାନ:
କରଦାତାମାନେ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟର ନେଟ୍ବ୍ୟାଙ୍କିଙ୍ଗ୍ (ଯଦି ସେମାନଙ୍କ ବ୍ୟାଙ୍କ ଦ୍ୱାରା ଏପରି ସୁବିଧା ପ୍ରଦାନ କରାଯାଇଥାଏ) ପଦ୍ଧତି ଅଧୀନରେ କର ପୈଠ ପାଇଁ ବ୍ୟବହାର କରିପାରିବେ, ଆଜ୍ଞା ପତ୍ରରେ ଉପଲବ୍ଧ ସୂଚନା ସହିତ ହିତାଧିକାରୀଙ୍କୁ ଯୋଡିବା ଏବଂ ଅତିରିକ୍ତ ଆକାଉଣ୍ଟକୁ ରାଶି ସ୍ଥାନାନ୍ତର କରି କର ପୈଠ କରିପାରିବେ।
ପ୍ରଶ୍ନ 47
ଆଜ୍ଞା ପତ୍ର କ'ଣ? ଏହା କେବେ ଆବଶ୍ୟକ?
ସମାଧାନ:
ଯେତେବେଳେ ଜଣେ କରଦାତା RTGS/NEFTକୁ କର ପୈଠ ପଦ୍ଧତି ଭାବରେ ବାଛିଥାନ୍ତି ସେତେବେଳେ ଆଜ୍ଞା ପତ୍ର ସୃଷ୍ଟି ହୁଏ। ଏଥିରେ ହିତାଧିକାରୀଙ୍କ ଆକାଉଣ୍ଟ ବିଷୟରେ ସବିଶେଷ ତଥ୍ୟ ରହିବ ଯେଉଁଥିରେ କର ଟଙ୍କା ପ୍ରେରଣ କରିବାକୁ ପଡ଼ିବ।
ପ୍ରଶ୍ନ 48
RTGS/NEFT ପଦ୍ଧତି ଅଧୀନରେ କର ପୈଠ ପାଇଁ କରଦାତାଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଆଜ୍ଞା ପତ୍ରର ବୈଧତା ଅବଧି କେତେ?
ସମାଧାନ:
ଆଜ୍ଞା ପତ୍ର ସୃଷ୍ଟି ହେବାର 15 ଦିନ ପର୍ଯ୍ୟନ୍ତ ବୈଧତା ଅବଧି ରହିଛି। RTGS/ NEFT ରେମିଟାନ୍ସ ଗନ୍ତବ୍ୟ ବ୍ୟାଙ୍କ (ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ) ରେ କିମ୍ବା ପୂର୍ବରୁ ଆଜ୍ଞା ପତ୍ରରେ ଉଲ୍ଲେଖ କରାଯାଇଥିବା “ବୈଧ” ତାରିଖ ସୁଦ୍ଧା କିମ୍ବା ପୂର୍ବରୁ ପହଞ୍ଚିବା ଆବଶ୍ୟକ। ବିଳମ୍ବ ହେଲେ, RTGS/ NEFT ନେଣଦେଣ ମୂଳ ଆକାଉଣ୍ଟକୁ ଫେରସ୍ତ କରାଯିବ। "ବୈଧ" ତାରିଖ ପୂର୍ବରୁ ହିତାଧିକାରୀଙ୍କ ଆକାଉଣ୍ଟରେ RTGS/ NEFT ଫେରସ୍ତ ରାଶି ପହଞ୍ଚିବା ନିଶ୍ଚିତ କରିବା ପ୍ରବର୍ତ୍ତକ ବ୍ୟାଙ୍କର ଦାୟିତ୍ୱ ହେବ ଏବଂ କୌଣସି ବିଳମ୍ବ ପାଇଁ ଆୟକର ବିଭାଗ କିମ୍ବା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦାୟୀ ରହିବେ ନାହିଁ।
ପ୍ରଶ୍ନ 49
ପ୍ରବର୍ତ୍ତକ ବ୍ୟାଙ୍କ/ କରଦାତା କର ପୈଠ ପାଇଁ ଆଜ୍ଞା ପତ୍ରରେ ଉଲ୍ଲେଖ କରାଯାଇଥିବା ବିବରଣୀକୁ ସାଧାରଣ ଭାବେ ଭରିବା ଆବଶ୍ୟକ କି?
ସମାଧାନ:
ହଁ, RTGS/NEFT କାରବାର କରିବା ସମୟରେ ଆଜ୍ଞା ପତ୍ରରେ ଉଲ୍ଲେଖ କରାଯାଇଥିବା ପରି ସଠିକ୍ ବିବରଣୀ ପ୍ରବେଶ କରିବା ପ୍ରବର୍ତ୍ତକ ବ୍ୟାଙ୍କ/କରଦାତା (ଅନଲାଇନ ସ୍ଥାନାନ୍ତର କ୍ଷେତ୍ରରେ)ଙ୍କର ଦାୟିତ୍ୱ ହେବ। କୌଣସି ଅସଙ୍ଗତି କ୍ଷେତ୍ରରେ, RTGS/ NEFT କାରବାରକୁ ପ୍ରତ୍ୟାଖ୍ୟାନ କରାଯିବ ଏବଂ ଏପରି ଅସଙ୍ଗତିରୁ ଉତ୍ପନ୍ନ କୌଣସି ଫଳାଫଳ ପାଇଁ ଆୟକର ବିଭାଗ କିମ୍ବା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦାୟୀ ରହିବେ ନାହିଁ।
ପେମେଣ୍ଟ ଗେଟ୍ୱେ
ପ୍ରଶ୍ନ 50
କେଉଁ ସାଧନ ମାଧ୍ୟମରେ କରଦାତା ଗେଟ୍ୱେ ମାଧ୍ୟମରେ କର ପୈଠ କରିପାରିବେ?
ସମାଧାନ:
ପେମେଣ୍ଟ ଗେଟ୍ୱେ ହେଉଛି ଦେୟ ପ୍ରଦାନର ଅନ୍ୟ ଏକ ପଦ୍ଧତି ଯାହା ଜଣେ କରଦାତାଙ୍କୁ ଚଯନ କରିଥିବା ବ୍ୟାଙ୍କଗୁଡିକର ନିମ୍ନଲିଖିତ ସାଧନ ବ୍ୟବହାର କରି କର ପୈଠ କରିବାକୁ ସକ୍ଷମ କରେ ଯାହା ଇ-ଫାଇଲିଂ ପୋର୍ଟାଲରେ କର ଇ-ପୈଠ କରନ୍ତୁ ସେବା ସହିତ ସମନ୍ୱିତ ପେମେଣ୍ଟ ଗେଟୱେ ସହିତ ଜଡ଼ିତ:
- ନେଟ୍ ବ୍ୟାଙ୍କିଙ୍ଗ୍
- ଡେବିଟ୍ କାର୍ଡ
- କ୍ରେଡିଟ୍ କାର୍ଡ
- ଯୁପିଆଇ
ଟିପ୍ପଣୀ: ଏକ ଅଧିସ୍ୱୀକୃତ ବ୍ୟାଙ୍କ ମାଧ୍ୟମରେ ଡେବିଟ୍ କାର୍ଡ ଏବଂ ନେଟ୍ବ୍ୟାଙ୍କିଙ୍ଗ୍ ପଦ୍ଧତି ବ୍ୟବହାର କରି ସିଧାସଳଖ କର ପୈଠ କରିବା ମଧ୍ୟ ସମ୍ଭବ।
ପ୍ରଶ୍ନ 51
ପେମେଣ୍ଟ ଗେଟ୍ୱେ ମାଧ୍ୟମରେ କର ପୈଠ ପାଇଁ କେତେ ଦେୟ ରହିଛି? କର ପରିମାଣ ମଧ୍ୟରେ ପେମେଣ୍ଟ ଗେଟ୍ୱେ ଫିସ୍ ଅନ୍ତର୍ଭୁକ୍ତ ହେବ କି?
ସମାଧାନ:
ପେମେଣ୍ଟ ଗେଟ୍ୱେ ପଦ୍ଧତି ମାଧ୍ୟମରେ କର ପୈଠ ପାଇଁ ଦେୟ/ସେବା ଶୁଳ୍କ ବ୍ୟାଙ୍କର ନିୟମ ଏବଂ ସର୍ତ୍ତାବଳୀ ଅନୁଯାୟୀ ହେବ ଏବଂ ଏହି ସମ୍ବନ୍ଧରେ RBI ନିର୍ଦ୍ଦେଶାବଳୀ ଅନୁଯାୟୀ ହେବ। ସୂଚନାଯୋଗ୍ୟ ଯେ ଇ-ଫାଇଲିଂ ପୋର୍ଟାଲ/ ଆୟ-କର ବିଭାଗ ଏହିପରି କୌଣସି ଶୁଳ୍କ ଆଦାୟ କରେ ନାହିଁ। ଏହିପରି ଶୁଳ୍କ/ଫିସ୍ ବ୍ୟାଙ୍କ/ ପେମେଣ୍ଟ ଗେଟ୍ୱେକୁ ଯିବ ଏବଂ କର ପରିମାଣଠାରୁ ଅଧିକ ହେବ। ତଥାପି, ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, ରୁପେ, ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) (BHIM-UPI QR Code) ଏବଂ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) (BHIM-UPI QR Code) ଦ୍ୱାରା ପରିଚାଳିତ ଡେବିଟ୍ କାର୍ଡ ମାଧ୍ୟମରେ କରାଯାଇଥିବା ଦେୟ ଉପରେ ସେପରି କୌଣସି ଶୁଳ୍କ/ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ୍ (MDR) ଆଦାୟ କରାଯିବ ନାହିଁ।
ଅତିରିକ୍ତ ଭାବେ ପୋର୍ଟାଲର ‘ପେମେଣ୍ଟ ଗେଟ୍ୱେ’ ପଦ୍ଧତିରେ ପେମେଣ୍ଟ ଗେଟ୍ୱେ ସେବା ପ୍ରଦାନ କରୁଥିବା ସମସ୍ତ ବ୍ୟାଙ୍କ ପାଇଁ ନେଣଦେଣ ଶୁଳ୍କ ତାଲିକାଭୁକ୍ତ ହୋଇଛି।
ପ୍ରଶ୍ନ 52
ପେମେଣ୍ଟ ଗେଟ୍ୱେ ମାଧ୍ୟମରେ କରାଯାଇଥିବା କର ପୈଠ ପାଇଁ କିପରି ପ୍ରଶ୍ନ ଉଠାଯିବ ସେଥିପାଇଁ କୌଣସି ନିଶ୍ଚିତକରଣ ପ୍ରାପ୍ତ ହୋଇନାହିଁ? କେଉଁ ପ୍ରାଧିକରଣ ସହିତ ଯୋଗାଯୋଗ କରିବା ଆବଶ୍ୟକ?
ସମାଧାନ:
ଯଦି କରଦାତାଙ୍କ ଆକାଉଣ୍ଟରୁ କଟାଯାଏ କିମ୍ବା କ୍ରେଡିଟ୍ କାର୍ଡ ଶୁଳ୍କ ନିଆଯାଇଛି କିନ୍ତୁ CRNର ସ୍ଥିତି “ପୈଠ ହୋଇଛି”କୁ ଅଦ୍ୟତନ ହୁଏ ନାହିଁ, ତେବେ କରଦାତା 30 ମିନିଟ୍ ପରେ CRNର ସ୍ଥିତି ପୁନଃ ଯାଞ୍ଚ କରିପାରିବେ କାରଣ ପେମେଣ୍ଟ ଗେଟୱେରୁ ଇ-ଫାଇଲିଂ ପୋର୍ଟାଲ୍ରୁ ପ୍ରତ୍ୟୁତ୍ତର ପାଇବା ପରେ ଏହା ଅଦ୍ୟତନ ହୋଇପାରେ। ଯଦି ଉକ୍ତ ସମୟ ମଧ୍ୟରେ ସେପରି କୌଣସି ପ୍ରତ୍ୟୁତ୍ତର ନମିଳେ, ତାହାହେଲେ କରଦାତାଙ୍କୁ ଗୋଟିଏ ଦିନ ଅପେକ୍ଷା କରିବାକୁ ପରାମର୍ଶ ଦିଆଯାଇଛି। ଯଦି CRNର ସ୍ଥିତି ଏପର୍ଯ୍ୟନ୍ତ ଅଦ୍ୟତନ ହୋଇନାହିଁ, ତେବେ କରଦାତାଙ୍କୁ ସମ୍ପୃକ୍ତ ଦେୟକାରୀ ବ୍ୟାଙ୍କ ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।
ବାରମ୍ବାର ପଚରା ଯାଉଥିବା ଅତିରିକ୍ତ ପ୍ରଶ୍ନସମୂହ
ପ୍ରଶ୍ନ 1
ଇ-ଫାଇଲିଂ ପୋର୍ଟାଲରେ କର ଇ-ପୈଠ କରନ୍ତୁ ସେବା ଅନ୍ଲାଇନ୍ କର ଦେୟ ଗ୍ରହଣ କରିବା ପାଇଁ ସମୟର ଏକ ନିର୍ଦ୍ଦିଷ୍ଟ ୱିଣ୍ଡୋ ଅଛି କି?
ସମାଧାନ:
ଇ-ଫାଇଲିଂ ପୋର୍ଟାଲରେ କର ଇ-ପୈଠ କରନ୍ତୁ ସେବା ମାଧ୍ୟମରେ ଅନଲାଇନ୍ ଦେୟ ଉପଲବ୍ଧ 24/7। ତେବେ ଅଧିକ ସୂଚନା ପାଇଁ ଆପଣଙ୍କୁ ବ୍ୟାଙ୍କର ୱେବସାଇଟକୁ ଯିବାକୁ ପରାମର୍ଶ ଦିଆଯାଇଛି।
ପ୍ରଶ୍ନ 2
ମୁଁ ପୂର୍ବର କୌଣସି ବର୍ଷ ପାଇଁ ଅବଶିଷ୍ଟ କର କିପରି ପୈଠ କରିପାରିବି?
ସମାଧାନ:
PAN ଓ AYର ମିଶ୍ରଣ ପାଇଁ ବକେୟା ଥିବା ସମସ୍ତ କର ଦାବି 'ଡିମାଣ୍ଡ ପେମେଣ୍ଟକୁ ନିୟମିତ ମୂଲ୍ୟାଙ୍କନ କର' ଆୟକର ପୋର୍ଟାଲରେ ଲଗ୍ଇନ୍ କରିବା ପରେ କର ଇ-ପୈଠ କରନ୍ତୁ ସେବାରେ ଉପଲବ୍ଧ ପୈଠ ଟାଇଲ୍ରେ ସ୍ୱୟଂଚାଳିତ ହେବ। ଉପଲବ୍ଧ ବିଭିନ୍ନ ପଦ୍ଧତି ମାଧ୍ୟମରେ କର ପ୍ରେରଣ ପାଇଁ ପ୍ରାସଙ୍ଗିକ ଦାବି ଚୟନ କରାଯାଇପାରିବ।
ଅଧିକନ୍ତୁ, କରଦାତା ପ୍ରାକ୍-ଲଗ୍ଇନ୍ (ଇ-ଫାଇଲିଂ ପୋର୍ଟାଲରେ ଲଗ୍ଇନ୍ କରିବା ପୂର୍ବରୁ) କିମ୍ବା ଲଗ୍ଇନ୍-ପର (ଇ-ଫାଇଲିଂ ପୋର୍ଟାଲରେ ଲଗ୍ଇନ୍ କରିବା ପରେ) ସୁବିଧା ବିନା ଡିମାଣ୍ଡ ରେଫରେନ୍ସ ଟ୍ୟାକ୍ସ (400) ଭାବରେ ଡିମାଣ୍ଡ ପେମେଣ୍ଟ କରିପାରିବେ।
ପ୍ରଶ୍ନ 3
ଯଦି ଆପଣ - 26QB ଫର୍ମ - 26QC, ଫର୍ମ - 26QD ଏବଂ 26QEରେ ଉପଭୋକ୍ତାଙ୍କ ବ୍ୟକ୍ତିଗତ ବିବରଣୀ ସମ୍ପାଦନ କରିବାକୁ ସକ୍ଷମ ନ ହୁଅନ୍ତି ତେବେ କ’ଣ କରାଯିବ?
ସମାଧାନ:
ଲଗ୍ଇନ୍-ପର କାର୍ଯ୍ୟକାରିତା, ଫର୍ମ-26QB, ଫର୍ମ-26QC, ଫର୍ମ-26QD ଏବଂ ଫର୍ମ-26QEରେ ପୂର୍ବରୁ ଆପଣଙ୍କର ପ୍ୟାନ୍, ବର୍ଗ, ନାମ, ଠିକଣା, ଇମେଲ୍ ID ଏବଂ ମୋବାଇଲ୍ ନମ୍ବର ପୂରଣ ହୋଇ ରହିଥିବ। ଯଦି ଆପଣ ଏହି ବିବରଣୀଗୁଡିକ ମଧ୍ୟରୁ କୌଣସି ଅଦ୍ୟତନ କରିବାକୁ ଚାହାନ୍ତି, ତେବେ ଏହାକୁ ‘ମାଇଁ ପ୍ରୋଫାଇଲ୍’ ବିଭାଗରୁ ସମ୍ପାଦନ କରିବା ଆବଶ୍ୟକ।
ପ୍ରଶ୍ନ 4
ଯଦି କରଦାତା ଜଣେ ପ୍ରବାସୀ ତେବେ ବିକ୍ରୟ ହୋଇଥିବା ସମ୍ପତ୍ତି ଉପରେ TDS/ ଭଡ଼ା ଉଊପରେ TDS, ଭର୍ଚୁଆଲ୍ ଡିଜିଟାଲ୍ ପରିସମ୍ପତ୍ତି ହସ୍ତାତର ଉପରେ TDS, ଏବଂ ନିବାସୀ ଠିକାଦାର ଏବଂ ପେଶାଦାରଙ୍କୁ କରାଯାଇଥିବା ପୈଠ ଉପରେ TDS କ୍ଷେତ୍ରରେ ଜଣେ ଡିଡକ୍ଟରଙ୍କକ ଦ୍ୱାରା କେଉଁ ଫର୍ମ ପୂରଣ କରିବା ଆବଶ୍ୟକ ହେବ ?
ସମାଧାନ:
Form26QB, ଫର୍ମ-26QC, ଫର୍ମ-26QD ଏବଂ ଫର୍ମ 26QE କେବଳ ନିବାସୀ କର ରିହାତିକାରୀମାନଙ୍କ ପାଇଁ ଉପଲବ୍ଧ। ଯଦି ବିକ୍ରେତା/ଜମି ମାଲିକ/ ରିହାତି ଜଣେ ଅଣ-ବାସିନ୍ଦା, ପ୍ରଯୋଜ୍ୟ ଫର୍ମ 27Q ଅଟେ।
ପ୍ରଶ୍ନ 5
ଫର୍ମ 26QB, ଫର୍ମ 26QC, ଫର୍ମ 26QD ଏବଂ ଫର୍ମ 26QE ପାଇଁ ପୈଠ ସୂଚିତ କରିବା ଉଦ୍ଦେଶ୍ୟରେ ମୋତେ ଏକ TAN ପ୍ରାପ୍ତ କରିବାକୁ ପଡ଼ିବ କି?
ସମାଧାନ:
ପୈଠକାରୀ/ଡିଡକ୍ଟର କର ରିହାତି ଏବଂ ସଂଗ୍ରହ ଆକାଉଣ୍ଟ ନମ୍ବର (TAN) ପାଇବାର ଆବଶ୍ୟକତା ନାହିଁ। ଉପରୋକ୍ତ ଫର୍ମଗୁଡ଼ିକ ପାଇଁ ଚାଲାଣ କମ୍ ବିବୃତି PAN ଆଧାରିତ ଏବଂ ଆୟକର ପୋର୍ଟାଲରେ ଲଗ୍ଇନ୍ କରିବା ପରେ କର ଇ-ପୈଠ କରନ୍ତୁ ସେବାରେ ଉପଲବ୍ଧ।
ପ୍ରଶ୍ନ 6
କର ଇ-ପୈଠ କରନ୍ତୁ ଫ୍ଲୋ ମାଧ୍ୟମରେ ପୈଠ କରିବା ପରିବର୍ତ୍ତେ ମୁଁ ଅନଲାଇନ୍ ITR ଦାଖଲ କରିବା ସମୟରେ ପ୍ରତ୍ୟକ୍ଷ ଭାବେ କର ପୈଠ କରିପାରିବି କି?
ସମାଧାନ:
ହଁ, ଆପଣ ଏହାକୁ ଦାଖଲ କରିବା ସମୟରେ ପ୍ରତ୍ୟକ୍ଷ ଭାବେ କର ପୈଠ କରିପାରିବେ। ଅନ୍ଲାଇନ୍ ITR ପ୍ରବାହରୁ ପୁନଃନିର୍ଦ୍ଦେଶିତ ହେଲେ କର ଇ-ପୈଠ କରନ୍ତୁ ସେବାରେ ବିବରଣୀ ସ୍ୱତଃ-ପୂରଣ ହୋଇଥାଏ। ଚାଲାଣ ପୈଠ କରିବା ପରେ, ଦୟାକରି ନିଶ୍ଚିତ କରନ୍ତୁ ଯେ ଚାଲାଣ ଦାବି କରିବା ପୂର୍ବରୁ ଦେୟ ବିବରଣୀ ପ୍ରାସଙ୍ଗିକ କାର୍ଯ୍ୟସୂଚୀରେ କୌଣସି ବିଫଳତା ବିନା ପୂରଣ ହୋଇଛି।
ପ୍ରଶ୍ନ 7
ଦେୟ ଇତିହାସ ଟ୍ୟାବ୍ ଅଧୀନରେ ସଫଳତାର ସହିତ ପୈଠ କରାଯାଇଥିବା ଚାଲାଣଗୁଡିକ କେତେ ସମୟ ପ୍ରଦର୍ଶିତ ହେବ?
ସମାଧାନ:
ଏଥିପାଇଁ କୌଣସି ସମୟ ସୀମା ନାହିଁ। ତଥାପି, ଆପଣଙ୍କୁ ଆପଣଙ୍କ ରେକର୍ଡଗୁଡିକ ପାଇଁ ଚାଲାଣଗୁଡିକ ତୁରନ୍ତ ଡାଉନ୍ଲୋଡ୍ କରିବାକୁ ପରାମର୍ଶ ଦିଆଯାଇଛି।
ପ୍ରଶ୍ନ 8
ଯଦି ବ୍ୟାଙ୍କ ନାମ ଡେବିଟ୍ କାର୍ଡ୍ ଦେୟ ପଦ୍ଧତିରେ ଦେଖାଯାଏ ନାହିଁ?
ସମାଧାନ:
ଏହି କ୍ଷେତ୍ରରେ, କରଦାତା ଉପଲବ୍ଧତା ଅନୁଯାୟୀ ଅନ୍ୟ ଅଧିସ୍ୱୀକୃତ ବ୍ୟାଙ୍କର ଡେବିଟ୍ କାର୍ଡ ପଦ୍ଧତି ବ୍ୟବହାର କରି ଦେୟ ପୈଠ କରିବା ପାଇଁ ଉପଲବ୍ଧ ପୈଠ ଗେଟ୍ୱେ ପଦ୍ଧତି ଚୟନ କରିପାରିବେ।
ପ୍ରଶ୍ନ 9
କେଉଁ ପରିସ୍ଥିତିରେ ଅନ୍ଲାଇନ୍ କର ପୈଠ କରିବା ବାଧ୍ୟତାମୂଳକ ଅଟେ?
ସମାଧାନ:
CBDT ବିଜ୍ଞପ୍ତି 34/2008 ଅନୁଯାୟୀ, ନିମ୍ନଲିଖିତ ବର୍ଗର କରଦାତାମାନେ ଏପ୍ରିଲ 1, 2008 ରୁ ଅନ୍ଲାଇନ୍ରେ କର ଦେୟ ଦେବା ବାଧ୍ୟତାମୂଳକ:
- ପ୍ରତ୍ୟେକ କମ୍ପାନୀ
- ଜଣେ ବ୍ୟକ୍ତି (କମ୍ପାନୀ ବ୍ୟତୀତ) ଯିଏ ଆୟକର ଅଧିନିୟମ, 1961ର ଧାରା 44ABର ବ୍ୟବସ୍ଥା ଅଧୀନସ୍ଥ
ପ୍ରଶ୍ନ 10
ଯଦି ମୁଁ ଅଫଲାଇନ୍ ଦେୟ ପାଇଁ ମୋର କାଉଣ୍ଟର୍ ଫଏଲ୍କୁ ଭୁଲ୍ ଭାବରେ ସ୍ଥାନିତ କରିଛି, ତେବେ ମୁଁ କାହା ସହିତ ଯୋଗାଯୋଗ କରିବି?
ସମାଧାନ
ଯଦି ଦେୟ ପୈଠ ସଫଳ ହୁଏ, ଆୟକର ପୋର୍ଟାଲରେ ଲଗ୍ଇନ୍ କରିବା ପରେ କର ଇ-ପୈଠ କରନ୍ତୁ ସେବାର ପୈଠ ଇତିହାସ ଟ୍ୟାବ୍ରେ ଚାଲାଣ ରସିଦ ସର୍ବଦା ଡାଉନଲୋଡ୍ ପାଇଁ ଉପଲବ୍ଧ।
ପ୍ରଶ୍ନ 11
ଯଦି ଜଣେ କରଦାତା ଲଘୁ ଶୀର୍ଷକ 500 ଅଧୀନରେ ଦେୟ ପ୍ରଦାନ କରନ୍ତି ତେବେ ସେ ଫେରସ୍ତ ପାଇପାରିବେ କି?
ସମାଧାନ:
ପ୍ରଚଳିତ ଆଇନଗତ ଢାଞ୍ଚା ଅନୁଯାୟୀ, ଲଘୁ ଶୀର୍ଷକ 500 ଅଧୀନରେ ଦିଆଯାଇଥିବା ଦେୟ ଫେରସ୍ତ ପାଇଁ କୌଣସି ବ୍ୟବସ୍ଥା ନାହିଁ।
ପ୍ରଶ୍ନ 12
ଯଦି ମୁଁ TDS/TCS ପେମେଣ୍ଟ କରିଛି କିନ୍ତୁ ପେମେଣ୍ଟ ପରେ ଚାଲାଣ ଡାଉନ୍ଲୋଡ୍ କରିବାକୁ ଭୁଲିଯାଇଛି, ତେବେ ମୁଁ ଚାଲାଣ କିପରି ଆକ୍ସେସ୍ କରିପାରିବି?
ସମାଧାନ:
ଆପଣ ଆୟକର ପୋର୍ଟାଲରେ ଆପଣଙ୍କ TAN ଆକାଉଣ୍ଟରେ ଲଗ୍ଇନ୍ କରି TDS/TCS ଦେୟ ପାଇଁ ଚାଲାଣ ରସିଦ ଆକ୍ସେସ୍ କରିପାରିବେ।
ପ୍ରଶ୍ନ 13
ଯଦି ମୁଁ ମୋର କର ପୈଠ କରିବା ପାଇଁ କର ଇ-ପୈଠ ସେବା ବ୍ୟବହାର କରିବାରେ କୌଣସି ସମସ୍ୟା ଅନୁଭବ କରେ ତେବେ ମୁଁ କ'ଣ କରିବା ଉଚିତ୍?
ସମାଧାନ:
ଯଦି ଆପଣ ଇ-ଫାଇଲିଂ ପୋର୍ଟାଲରେ କର ଇ-ପୈଠ କରନ୍ତୁ ସେବା ସହିତ କୌଣସି ସମସ୍ୟା ଭୋଗ କରନ୍ତି, ତେବେ epay.helpdesk@incometax ରେ ଏକ ଇମେଲ୍ ପଠାନ୍ତୁ। gov.in କିମ୍ବା gov.inefilingwebmanager@incometax. କିମ୍ବା ନିମ୍ନରେ ତାଲିକାଭୁକ୍ତ ସଂଖ୍ୟାଗୁଡ଼ିକ ମଧ୍ୟରୁ ଗୋଟିଏରେ ଇ-ଫାଇଲିଂ କେନ୍ଦ୍ରକୁ କଲ୍ କରନ୍ତୁ:
- 1800 103 0025
- 1800 419 0025
- +91-80-46122000
- +91-80-61464700
ଅସ୍ୱୀକରଣ: ଏହି ବାରମ୍ବାର ପଚରାଯାଉଥିବା ପ୍ରଶ୍ନଗୁଡ଼ିକ କେବଳ ସୂଚନାତ୍ମକ ଉଦ୍ଦେଶ୍ୟ ପାଇଁ ଉଦ୍ଧିଷ୍ଟ। ଏହି ଦଲିଲରେ କୌଣସି ଆଇନଗତ ପରାମର୍ଶ ନାହିଁ।