search-openmobilesearch
Do not have an account?
Already have an account?

1. ଅବଲୋକନ


ଏହି ପ୍ରାକ୍‌-ଲଗ୍‌ଇନ୍ ସେବା ସମସ୍ତ କରଦାତା (କମ୍ପାନୀ ବ୍ୟତୀତ)ଙ୍କ ପାଇଁ ଉପଲବ୍ଧ ଅଟେ ଯେଉଁମାନେ ଇ-ଫାଇଲିଂ ପୋର୍ଟାଲ୍‌ରେ ପଞ୍ଜିକରଣ କରିବାକୁ ଓ ଆକ୍ସେସ କରିବାକୁ ଚାହୁଁଛନ୍ତି। ପଞ୍ଜିକରଣ ସେବା କରଦାତାଙ୍କୁ ସମସ୍ତ କର-ସମ୍ବନ୍ଧୀୟ କାର୍ଯ୍ୟକଳାପକୁ ଆକ୍ସେସ ଓ ଟ୍ରାକ୍ କରିବାକୁ ସକ୍ଷମ କରେ।

2. ଏହି ସେବା ପ୍ରାପ୍ତ କରିବା ପାଇଁ ପ୍ରାକ୍ ଆବଶ୍ୟକତା
 

  • ବୈଧ ଓ ସକ୍ରିୟ PAN
  • ବୈଧ ମୋବାଇଲ ନମ୍ବର
  • ବୈଧ ଇମେଲ୍ ID

3. ସୋପାନ-କ୍ରମିକ ମାର୍ଗଦର୍ଶନ


ସୋପାନ 1: ଇ-ଫାଇଲିଂ ପୋର୍ଟାଲ୍ ମୂଳପୃଷ୍ଠାକୁ ଯାଆନ୍ତୁ, ପଞ୍ଜିକରଣ କରନ୍ତୁରେ କ୍ଲିକ୍ କରନ୍ତୁ।

ସୋପାନ 1



ସୋପାନ 2: ଜଣେ କରଦାତା ଭାବରେ ପଞ୍ଜିକରଣ କରନ୍ତୁ ବିକଳ୍ପ ଅଧିନରେ ଆପଣଙ୍କର PAN ଭରନ୍ତୁ ଏବଂ ବୈଧିକରଣ କରନ୍ତୁରେ କ୍ଲିକ୍‌ କରନ୍ତୁ। ଯଦି PAN ପୂର୍ବରୁ ପଞ୍ଜିକରଣ କିମ୍ୱା ଅବୈଧ ହୋ‍ଇଥାଏ, ଏକ ତ୍ରୁଟି ବାର୍ତ୍ତା ପ୍ରଦର୍ଶିତ ହୋଇଥାଏ।

ସୋପାନ 2



ସୋପାନ 3: ମୌଳିକ ବିବରଣୀ ପୃଷ୍ଠାରେ ଆପଣଙ୍କ PAN ଅନୁଯାୟୀ ନାମ, DOB / DOI, ଲିଙ୍ଗ (ଯଦି ପ୍ରଯୁଜ୍ୟ) ଓ ଆବାସିକ ସ୍ଥିତି ସମେତ ସମସ୍ତ ବାଧ୍ୟତାମୂଳକ ବିବରଣୀ ଭରନ୍ତୁ ଓ ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ।

ସୋପାନ 3



ସୋପାନ 4:PAN ବୈଧିକୃତ ହେବା ପରେ, ବ୍ୟକ୍ତିଗତ କରଦାତାଙ୍କ ପାଇଁ ଯୋଗାଯୋଗ ବିବରଣୀ ପୃଷ୍ଠା ଆସିଥାଏ। ପ୍ରାଥମିକ ମୋବାଇଲ ନମ୍ବର, ଇମେଲ୍ ID ଠିକଣା ଅନ୍ତର୍ଭୁକ୍ତ କରି ଆପଣଙ୍କ ଯୋଗାଯୋଗ ବିବରଣୀ ଭରନ୍ତୁ।ଜାରି ରଖନ୍ତୁ ରେ କ୍ଲିକ୍ କରନ୍ତୁ।

ସୋପାନ 4




ସୋପାନ 5 : ଦୁଇଟି ପୃଥକ OTP ପ୍ରାଥମିକ ମୋବାଇଲ ନମ୍ବର ଓ ସୋପାନ 5 ରେ ଉଲ୍ଲେଖ କରାଯାଇଥିବା ଇମେଲ୍ IDକୁ ପଠାଯାଏ। ମୋବାଇଲ୍ ନମ୍ବର ଓ ଇମେଲ୍ IDରେ ପ୍ରାପ୍ତ ହୋ‍ଇଥିବା ପୃଥକ 6 ଅଙ୍କ ବିଶିଷ୍ଟ OTPଗୁଡ଼ିକୁ ଭରନ୍ତୁ ଓ ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ।

ସୋପାନ 6


ଧ୍ୟାନ ଦିଅନ୍ତୁ:

  • OTP କେବଳ 15 ମିନିଟ୍ ପାଇଁ ବୈଧ ରହିବ।
  • ସଠିକ୍ OTP ପ୍ରବେଶ କରିବାକୁ ଆପଣଙ୍କର 3ଟି ପ୍ରୟାସ ରହିଛି।
  • ସ୍କ୍ରିନରେ ଥିବା OTP ଏକ୍ସପ୍ୟାରି କାଉଣ୍ଟଡାଉନ ଟାଇମର କେତେବେଳେ OTPର ସମୟ ସୀମା ସମାପ୍ତ ହେବ ତାହା ଆପଣଙ୍କୁ ଜଣାଇଥାଏ।
  • ପୁନର୍ବାର OTP ପଠାନ୍ତୁରେ କ୍ଲିକ୍ କଲେ, ଏକ ନୂତନ OTP ଜେନେରେଟ୍ ହେବ ଏବଂ ପଠାଯିବ।

 

ସୋପାନ 6: ଯଦି ଆବଶ୍ୟକ ହୁଏ, ପୃଷ୍ଠାରେ ଥିବା ବିବରଣୀ ସମ୍ପାଦନା କରନ୍ତୁ ଓ ନିଶ୍ଚିତ କରନ୍ତୁରେ କ୍ଲିକ୍ କରନ୍ତୁ।

ସୋପାନ 7



ସୋପାନ 7: ପାସ୍‌‍ୱାର୍ଡ ସେଟ୍‍ କରନ୍ତୁ ପୃଷ୍ଠାରେ, ଉଭୟ ପାସ୍‌‍ୱାର୍ଡ ସେଟ୍‍ କରନ୍ତୁ ଏବଂ ପାସ୍‌‍ୱାର୍ଡ ନିଶ୍ଚିତ କରନ୍ତୁ ଟେକ୍ସଟ ବକ୍ସରେ ଆପଣଙ୍କର ଇପ୍‌ସିତ ପାସ୍‌‍ୱାର୍ଡ ଭରନ୍ତୁ। ଆପଣଙ୍କର ବ୍ୟକ୍ତିଗତକରଣ ହୋ‍ଇଥିବା ସନ୍ଦେଶ ଭରନ୍ତୁ ଓ ପଞ୍ଜିକରଣ କରନ୍ତୁରେ କ୍ଲିକ୍ କରନ୍ତୁ।

ସୋପାନ 8

ଧ୍ୟାନ ଦିଅନ୍ତୁ:

  • ରିଫ୍ରେଶ୍‍ କରନ୍ତୁ କିମ୍ବା ପଛକୁ ଫେରନ୍ତୁରେ କ୍ଲିକ୍ କରନ୍ତୁ ନାହିଁ।
  • ଆପଣଙ୍କର ନୂତନ ପାସ୍‌ୱାର୍ଡ ଭରିବା ସମୟରେ, ପାସ୍‌ୱାର୍ଡ ନୀତି ପ୍ରତି ସତର୍କ ରୁହନ୍ତୁ:
    • ଏହା ଅତି କମ୍‌ରେ 8 ଟି ବର୍ଣ୍ଣ ଏବଂ ସର୍ବାଧିକ 14ଟି ବର୍ଣ୍ଣ ହେବା ଆବଶ୍ୟକ।
    • ଏଥିରେ ଉଭୟ ଅପର୍‌ କେସ୍ ଏବଂ ଲୋୟରକେସ୍ ଅକ୍ଷର ଅନ୍ତର୍ଭୁକ୍ତ ଥିବା ଆବଶ୍ୟକ।
    • ଏଥିରେ ଗୋଟିଏ ସଂଖ୍ୟା ରହିବା ଆବଶ୍ୟକ।
    • ଏଥିରେ ଏକ ବିଶେଷ ବର୍ଣ୍ଣ ରହିବା ଉଚିତ (ଯେମିତିକି @#$%)।

ସୋପାନ 8: ଯେତେବେଳେ ଆପଣ ସଫଳତାର ସହ ପଞ୍ଜୀକୃତ ହୁଅନ୍ତି, ଲଗ୍‌ଇନ୍‌ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଲଗ୍‌ଇନ୍‌ କରିବା ପାଇଁ ଆଗକୁ ବଢ଼ନ୍ତୁରେ କ୍ଲିକ୍‌ କରନ୍ତୁ।

ସୋପାନ 9


ଧ୍ୟାନ ଦିଅନ୍ତୁ: ଇ-ଫାଇଲିଂ ପୋର୍ଟାଲ୍‌ରେ ଲଗ୍‌ଇନ୍ କରନ୍ତୁ ଓ ଉପଲବ୍ଧ ଥିବା ସମସ୍ତ ସେବା ଆକ୍ସେସ କରିବା ପାଇଁ ଆପଣଙ୍କ ପ୍ରୋଫାଇଲ୍ ଅଦ୍ୟତନ କରନ୍ତୁ।

4. ସମ୍ବନ୍ଧିତ ପ୍ରସଙ୍ଗଗୁଡ଼ିକ