search-openmobilesearch
Do not have an account?
Already have an account?

1. ମୁଁ ମୋର ପାସ୍‌ୱାର୍ଡ୍ ରିସେଟ୍ କରିବା କାହିଁକି ଆବଶ୍ୟକ?
ଯଦି ଆପଣ ଆପଣଙ୍କର ଇ-ଫାଇଲିଂ ପୋର୍ଟାଲ୍‌ର ପାସ୍‌ୱାର୍ଡ ଭୁଲିଯାଆନ୍ତି କିମ୍ବା ଯଦି ଆପଣ କୌଣସି କାରଣରୁ ଆପଣଙ୍କ ପାସ୍‌ୱାର୍ଡ ବିଷୟରେ ଅବଗତ ନଥାନ୍ତି, ତେବେ ଆପଣ ଏହି ସେବା ବ୍ୟବହାର କରି ଏହାକୁ ରିସେଟ୍ କରିପାରିବେ।


2. ମୁଁ କିପରି ଜାଣିବି ଯେ ମୋର ପାସ୍‌‌ୱାର୍ଡ ସଫଳତାର ସହିତ ରିସେଟ୍ ହୋଇଛି?
ଯେତେବେଳେ ଆପଣଙ୍କ ପାସ୍‌ୱାର୍ଡ ରିସେଟ୍ ହେବ, ଏକ ବିନିମୟ ID ଜେନେରେଟ୍‍ ହେବ। ଇ-ଫାଇଲିଂ ପୋର୍ଟାଲ୍‌ରେ ପଞ୍ଜୀକୃତ ହୋଇଥିବା ଆପଣଙ୍କର ଇମେଲ୍ ID ଓ ମୋବାଇଲ ନମ୍ବରରେ ଆପଣ ଏକ ନିଶ୍ଚିତକରଣ ସନ୍ଦେଶ ମଧ୍ୟ ପାଇବେ।


3. DSC ବ୍ୟବହାର କରି ମୋର ପାସ୍‌ୱାର୍ଡ୍ ରିସେଟ୍ କରିବାବେଳେ ମୁଁ ଏକ ଅବୈଧ ଡିଜିଟାଲ୍ ସ୍ୱାକ୍ଷର ପ୍ରମାଣପତ୍ରର ସନ୍ଦେଶ ପାଉଛି। ମୁଁ କ'ଣ କରି ପାରିବି?
ଯଦି ଆପଣ DSC ବ୍ୟବହାର କରି ଆପଣଙ୍କ ପାସ୍‌ୱାର୍ଡ ରିସେଟ୍ କରୁଛନ୍ତି ତେବେ ଆପଣଙ୍କୁ ପ୍ରମାଣନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନୁମୋଦିତ ଏକ ସକ୍ରିୟ ଲେବଲ୍‌ 2 କିମ୍ବା ତଦୁର୍ଦ୍ଧ DSC ସାର୍ଟିଫିକେଟ୍ ଅପଲୋଡ୍ କରିବାକୁ ହେବ।


4. କେଉଁ କେଉଁ ଉପାୟରେ ମୁଁ ମୋର ପାସ୍‌‌ୱାର୍ଡ ରିସେଟ୍ କରି ପାରିବି?
ଆପଣ ଏହିସବୁ ବ୍ୟବହାର କରି ଆପଣଙ୍କ ପାସ୍‌‌ୱାର୍ଡ ରିସେଟ୍ କରିପାରିବେ:

  • ଇ-ଫାଇଲିଂ OTP (ଇ-ଫାଇଲିଂ ପୋର୍ଟାଲ୍‌ରେ ପଞ୍ଜୀକୃତ ହୋଇଥିବା ଆପଣଙ୍କର ମୋବାଇଲ ନମ୍ବରରେ ପ୍ରାପ୍ତ ହୋ‍ଇଥିବା)
  • ଆଧାର OTP (ଆଧାର ସହିତ ପଞ୍ଜୀକୃତ ହୋଇଥିବା ଆପଣଙ୍କର ମୋବାଇଲ ନମ୍ବରରେ ପ୍ରାପ୍ତ)
  • EVC (ଆପଣଙ୍କର ପ୍ରାକ୍‌-ସତ୍ୟାପିତ ବ୍ୟାଙ୍କ/ଡିମାଟ୍ ଆକାଉଣ୍ଟ ବ୍ୟବହାର କରି ଜେନେରେଟ୍‍ ହୋ‍ଇଥାଏ)
  • DSC

5. ମୁଁ EVC କେଉଁଠାରେ ପାଇବି?
ଆପଣଙ୍କ ଦ୍ୱାରା ଚୟନ କରାଯାଇଥିବା ବିକଳ୍ପ ଉପରେ ନିର୍ଭର କରି ଆପଣଙ୍କର ପ୍ରାକ୍‌-ବୈଧିକୃତ ବ୍ୟାଙ୍କ/ଡିମାଟ୍ ଆକାଉଣ୍ଟରେ ପଞ୍ଜୀକୃତ ହୋଇଥିବା ଆପଣଙ୍କ ମୋବାଇଲ ନମ୍ବରରେ ନିଜର EVC ପ୍ରାପ୍ତ କରିବେ।


6. ବ୍ୟାଙ୍କ ଆକାଉଣ୍ଟ EVC ବ୍ୟବହାର କରି ମୁଁ ମୋର ପାସ୍‌ୱାର୍ଡ ରିସେଟ୍ କରିବାକୁ ଚାହେଁ କିନ୍ତୁ ଏପରି ଏକ ବିକଳ୍ପ ତାଲିକାଭୁକ୍ତ ହୋଇନାହିଁ। ମୁଁ କ'ଣ କରି ପାରିବି?
କେବଳ ଆପଣଙ୍କ ଦ୍ୱାରା ଇ-ଫାଇଲିଂ ଆକାଉଣ୍ଟ ସୁରକ୍ଷିତ କରିବା ପାଇଁ ଇ-ଫାଇଲିଂ ଭଲ୍ଟ ଉଚ୍ଚତର ସୁରକ୍ଷା ସେବା ମାଧ୍ୟମରେ ମନୋନୀତ ହୋଇଥିବା ବିକଳ୍ପଗୁଡ଼ିକ ପ୍ରଦର୍ଶିତ ହେବ।ଯଦି ଆପଣ ବ୍ୟାଙ୍କ ଆକାଉଣ୍ଟ EVC କିମ୍ବା ଅନ୍ୟ ପଦ୍ଧତି ବ୍ୟବହାର କରି ଆପଣଙ୍କ ପାସ୍‌‍ୱାର୍ଡ ରିସେଟ୍ କରିବାକୁ ଚାହାଁନ୍ତି କିନ୍ତୁ ତାହା ଏକ ବିକଳ୍ପ ଭାବରେ ପ୍ରଦର୍ଶିତ ହେଉନାହିଁ, ତେବେ ଆପଣ ଇ-ଫାଇଲିଂ ଭଲ୍ଟ ଉଚ୍ଚତର ସୁରକ୍ଷା ସେବା ମାଧ୍ୟମରେ ଏହାକୁ ଯୋଡିପାରିବେ।


7. ଏହି ପଦ୍ଧତିଗୁଡ଼ିକ ମଧ୍ୟରୁ କୌଣସି ପଦ୍ଧତିରେ ମଧ୍ୟ ମୁଁ ପାସ୍‌ୱାର୍ଡ୍ ରିସେଟ୍ କରିବାକୁ ସକ୍ଷମ ହେଉ ନାହିଁ?
ଅଧିକ ସହାୟତା ପାଇଁ ହେଲ୍ପଡେସ୍କ (1800 103 0025) ସହିତ ଆପଣ ଯୋଗାଯୋଗ କରିପାରିବେ।