search-openmobilesearch
Do not have an account?
Already have an account?


1. ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ କିଏ?
ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (CA) ହେଉଛନ୍ତି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ସ ଅଫ୍ ଇଣ୍ଡିଆର ଜଣେ ପଞ୍ଜୀକୃତ ସଦସ୍ୟ। ଜଣେ CA ତାଙ୍କ ଗ୍ରାହକମାନଙ୍କ ତରଫରୁ ITR, ଅଡିଟ୍ ରିପୋର୍ଟ ଓ ଅନ୍ୟାନ୍ୟ ବୈଧାନିକ ଫର୍ମ ଫାଇଲ୍ କରିପାରିବେ।

2. ଜଣେ CA ଭାବରେ ପଞ୍ଜିକରଣ କରିବା ପାଇଁ ପ୍ରାକ୍‌ ଆବଶ୍ୟକତାଗୁଡ଼ିକ କ’ଣ ରହିଛି?
ଜଣେ CA ଭାବରେ ପଞ୍ଜିକରଣ କରିବା ପାଇଁ ପ୍ରାକ୍‌ ଆବଶ୍ୟକତାଗୁଡ଼ିକ ହେଉଛି ସଦସ୍ୟତା ସଂଖ୍ୟା ଓ ନାମାଙ୍କନ ତାରିଖ। ଆପଣଙ୍କର PAN ଇ-ଫାଇଲିଂ ପୋର୍ଟାଲ୍‌ରେ ପଞ୍ଜୀକୃତ ହେବା ଓ ଏକ ବୈଧ ଓ ସକ୍ରିୟ DSC ନିର୍ଦ୍ଦିଷ୍ଟ ହୋ‍ଇଥିବା PANରେ ପଞ୍ଜୀକୃତ ହୋଇଥିବା ଆବଶ୍ୟକ।

3. ଜଣେ CA ଭାବରେ ପଞ୍ଜିକରଣ କରିବା ପାଇଁ ମୋର ଏକ DSC ଆବଶ୍ୟକ କି?
ହଁ, ଆପଣ CA ଭାବରେ ପଞ୍ଜିକରଣ କରିବାକୁ ଏକ DSC ଆବଶ୍ୟକ କରନ୍ତି। ଯଦି ଆପଣଙ୍କର DSC ପଞ୍ଜୀକୃତ ହୋଇନାହିଁ, ତେବେ ଆପଣଙ୍କୁ ପ୍ରଥମେ ଏହାକୁ ଇ-ଫାଇଲିଂ ପୋର୍ଟାଲରେ ପଞ୍ଜିକରଣ କରିବାକୁ ହେବ।

4. ଜଣେ CA ଭାବରେ ଇ-ଫାଇଲିଂ ପୋର୍ଟାଲ୍‌ରେ ପଞ୍ଜିକରଣ କରିବା ପାଇଁ ମୋ ପାଖରେ ଏମ୍‌ସାଇନର ୟୁଟିଲିଟି ଥିବା ଆବଶ୍ୟକ କି?
ହଁ, ଆପଣଙ୍କୁ ଏମ୍‌ସାଇନର ୟୁଟିଲିଟି ଡାଉନଲୋଡ୍ ଓ ଇନ୍‌ଷ୍ଟଲ୍‌ କରିବାକୁ ହେବ। ପଞ୍ଜିକରଣ ସମୟରେ ଆପଣଙ୍କ ପାଇଁ ଡାଉନଲୋଡ୍ କରିବା ପାଇଁ ଏହି ଲିଙ୍କ୍ ଉପଲବ୍ଧ ହୋ‍ଇଥାଏ।