1. ଅବଲୋକନ
ଇ-ଫାଇଲିଂ ପୋର୍ଟାଲ୍ରେ ପଞ୍ଜିକରଣ ଓ ଆକ୍ସେସ କରିବାକୁ ଚାହୁଁଥିବା ସମସ୍ତ କମ୍ପାନୀ ପାଇଁ ଏହି ପ୍ରି-ଲଗ୍ଇନ୍ ସୁବିଧା ଉପଲବ୍ଧ ଅଟେ। ପଞ୍ଜିକରଣ ସେବା ଉପଭୋକ୍ତାଙ୍କୁ କର-ସମ୍ବନ୍ଧିତ ସମସ୍ତ କାର୍ଯ୍ୟକଳାପକୁ ଆକ୍ସେସ ଓ ଟ୍ରାକ୍ କରିବାରେ ସାହାଯ୍ୟ କରିଥାଏ।
2. ଏହି ସେବା ପ୍ରାପ୍ତ କରିବା ପାଇଁ ପ୍ରାକ୍ ଆବଶ୍ୟକତା
- କମ୍ପାନୀର ବୈଧ ଓ ସକ୍ରିୟ PAN
- ପ୍ରମୁଖ ଯୋଗାଯୋଗ ବ୍ୟକ୍ତିଙ୍କର PAN ଇ-ଫାଇଲିଂ ପୋର୍ଟାଲ୍ରେ ପଞ୍ଜୀକୃତ ହେବା ଆବଶ୍ୟକ
- ନିର୍ଦ୍ଦିଷ୍ଟ କରାଯାଇଥିବା PAN ପାଇଁ ପଞ୍ଜୀକୃତ ହୋଇଥିବା ପ୍ରମୁଖ ଯୋଗାଯୋଗ ବ୍ୟକ୍ତିଙ୍କର ଡିଜିଟାଲ୍ ସିଗ୍ନେଚର୍ ସାର୍ଟିଫିକେଟ୍ (DSC)
3. ସୋପାନକ୍ରମିକ ମାର୍ଗଦର୍ଶନ
ସୋପାନ 1: ଇ-ଫାଇଲିଂ ପୋର୍ଟାଲ୍ ମୁଖ୍ୟ ପୃଷ୍ଠାକୁ ଯାଆନ୍ତୁ, ପଞ୍ଜିକରଣ କରନ୍ତୁରେ କ୍ଲିକ୍ କରନ୍ତୁ।
ସୋପାନ 2: କରଦାତା ଭାବରେ ପଞ୍ଜିକରଣ କରନ୍ତୁ ଚୟନ କରନ୍ତୁ ଓ କମ୍ପାନୀର PAN ଭରନ୍ତୁ। ବୈଧିକରଣ କରନ୍ତୁରେ କ୍ଲିକ୍ କରନ୍ତୁ। ଯଦି PAN ପୂର୍ବରୁ ପଞ୍ଜିକରଣ କିମ୍ୱା ଅବୈଧ ହୋଇଥାଏ, ଏକ ତ୍ରୁଟି ବାର୍ତ୍ତା ପ୍ରଦର୍ଶିତ ହୋଇଥାଏ।

ସୋପାନ 3: ଅନୁଷ୍ଠାନର ନାମ, DOI, କମ୍ପାନୀର ପ୍ରକାର ଓ CIN ପରି ସମସ୍ତ ବାଧ୍ୟତାମୂଳକ ବିବରଣୀକୁ ମୌଳିକ ବିବରଣୀ ପୃଷ୍ଠାରେ ଭରନ୍ତୁ ଓ ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ।
ସୋପାନ 4: PAN ବୈଧିକରଣ ହେବା ପରେ, ପ୍ରମୁଖ ଯୋଗାଯୋଗ ବ୍ୟକ୍ତିଙ୍କର ବିବରଣୀ ପୃଷ୍ଠା ପ୍ରଦର୍ଶିତ ହୁଏ। ପ୍ରମୁଖ ଯୋଗାଯୋଗ ବ୍ୟକ୍ତିଙ୍କର ପ୍ରାଥମିକ ମୋବାଇଲ ନମ୍ବର, ପ୍ରାଥମିକ ଇମେଲ୍ ID ଓ ଡାକ ଠିକଣା ପରି ବାଧ୍ୟତାମୂଳକ ବିବରଣୀ ଭରନ୍ତୁ ଓ ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ।
ଧ୍ୟାନ ଦିଅନ୍ତୁ:
- ପ୍ରମୁଖ ଯୋଗାଯୋଗ ବ୍ୟକ୍ତିଙ୍କର PAN ଇ-ଫାଇଲିଂ ପୋର୍ଟାଲ୍ରେ ପଞ୍ଜୀକୃତ ହୋଇଛି କି ନାହିଁ ତାହା ସିଷ୍ଟମ୍ ଯାଞ୍ଚ କରେ, ଯଦି ପଞ୍ଜୀକୃତ ହୋଇନଥାଏ, ତେବେ ପ୍ରମୁଖ ଯୋଗାଯୋଗ ବ୍ୟକ୍ତି ପ୍ରଥମେ PAN ପଞ୍ଜିକରଣ କରିବା ଆବଶ୍ୟକ।
- ପ୍ରଦତ୍ତ PAN ପାଇଁ ବୈଧ ଓ ସକ୍ରିୟ DSC ପଞ୍ଜୀକୃତ ହୋଇଛି କି ନାହିଁ ତାହା ସିଷ୍ଟମ୍ ଯାଞ୍ଚ କରେ। ଯଦି ନୁହେଁ, ତେବେ ପ୍ରଥମେ PAN ପାଇଁ DSC ପଞ୍ଜୀକୃତ/ଅଦ୍ୟତନ ହେବା ଆବଶ୍ୟକ।
ସୋପାନ 5: ଦୁଇଟି ପୃଥକ OTP ସୋପାନ 4ରେ ଭରାଯାଇଥିବା ଅନୁଯାୟୀ ପ୍ରାଥମିକ ମୋବାଇଲ ନମ୍ବର ଓ ପ୍ରମୁଖ ଯୋଗାଯୋଗ ବ୍ୟକ୍ତିଙ୍କର ଇମେଲ୍ IDକୁ ପଠାଯାଏ।- ମୋବାଇଲ ନମ୍ବର ଓ ଇମେଲ୍ IDରେ ପ୍ରାପ୍ତ କରାଯାଇଥିବା ଦୁଇଟି ପୃଥକ 6-ଅଙ୍କ ବିଶିଷ୍ଟ OTP ଭରନ୍ତୁ ଓ ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ।
ଧ୍ୟାନ ଦିଅନ୍ତୁ:
- OTP କେବଳ 15 ମିନିଟ୍ ପାଇଁ ବୈଧ ରହିବ।
- ସଠିକ୍ OTP ପ୍ରବେଶ କରିବାକୁ ଆପଣଙ୍କର 3ଟି ପ୍ରୟାସ ରହିଛି।
- ସ୍କ୍ରିନରେ ଥିବା OTP ଏକ୍ସପ୍ୟାରି କାଉଣ୍ଟଡାଉନ ଟାଇମର କେତେବେଳେ OTPର ସମୟ ସୀମା ସମାପ୍ତ ହେବ ତାହା ଆପଣଙ୍କୁ ଜଣାଇଥାଏ।
- OTP ପୁନଃପ୍ରେରଣ କରନ୍ତୁରେ କ୍ଲିକ୍ କଲେ, ଏକ ନୂଆ OTP ଜେନେରେଟ୍ ହେବ ଓ ପଠାଯିବ।
ସୋପାନ 6: ଯଦି ଆବଶ୍ୟକ ହୁଏ, ତେବେ ବିବରଣୀ ସତ୍ୟାପନ କରନ୍ତୁ ପୃଷ୍ଠାରେ ବିବରଣୀ ସଂପାଦନା କରନ୍ତୁ, ଓ ନିଶ୍ଚିତ କରନ୍ତୁରେ କ୍ଲିକ କରନ୍ତୁ।
ସୋପାନ 7: ପାସ୍ୱାର୍ଡ ସେଟ୍ କରନ୍ତୁ ପୃଷ୍ଠାରେ, ଉଭୟ ପାସ୍ୱାର୍ଡ ସେଟ୍ କରନ୍ତୁ ଓ ପାସ୍ୱାର୍ଡ ନିଶ୍ଚିତ କରନ୍ତୁ କ୍ଷେତ୍ରରେ ଆପଣଙ୍କ ପସନ୍ଦର ପାସ୍ୱାର୍ଡ ଭରନ୍ତୁ। ଆପଣଙ୍କର ବ୍ୟକ୍ତିଗତକରଣ କରାଯାଇଥିବା ସନ୍ଦେଶ ପ୍ରଦାନ କରନ୍ତୁ ଓ ପଞ୍ଜିକରଣ କରନ୍ତୁରେ କ୍ଲିକ୍ କରନ୍ତୁ।

ଧ୍ୟାନ ଦିଅନ୍ତୁ:
- ରିଫ୍ରେଶ୍ କରନ୍ତୁ କିମ୍ବା ପଛକୁ ଫେରନ୍ତୁ ରେ କ୍ଲିକ୍ କରନ୍ତୁ ନାହିଁ।
- ଆପଣଙ୍କର ନୂତନ ପାସ୍ୱାର୍ଡ ଭରିବା ସମୟରେ, ପାସ୍ୱାର୍ଡ ନୀତି ପ୍ରତି ସତର୍କ ରୁହନ୍ତୁ:
- ଏହା ଅତି କମ୍ରେ 8 ଟି ବର୍ଣ୍ଣ ଏବଂ ସର୍ବାଧିକ 14ଟି ବର୍ଣ୍ଣ ହେବା ଆବଶ୍ୟକ।
- ଏଥିରେ ଉଭୟ ଅପର୍ କେସ୍ ଏବଂ ଲୋୟରକେସ୍ ଅକ୍ଷର ଅନ୍ତର୍ଭୁକ୍ତ ଥିବା ଆବଶ୍ୟକ।
- ଏଥିରେ ଗୋଟିଏ ସଂଖ୍ୟା ରହିବା ଆବଶ୍ୟକ।
- ଏଥିରେ ଏକ ବିଶେଷ ବର୍ଣ୍ଣ ରହିବା ଉଚିତ (ଯେମିତିକି @#$%)।
ସୋପାନ 8: ଯେତେବେଳେ ଆପଣ ସଫଳତାର ସହ ପଞ୍ଜୀକୃତ ହୋଇଯାଆନ୍ତି, ଲଗ୍ଇନ୍ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଲଗ୍ଇନ୍ ପାଇଁ ଆଗକୁ ବଢନ୍ତୁରେ କ୍ଲିକ୍ କରନ୍ତୁ।
ଟିପ୍ପଣି: ଇ-ଫାଇଲିଂ ପୋର୍ଟାଲ୍ରେ ଲଗ୍ଇନ୍ କରନ୍ତୁ ଓ ସମସ୍ତ ଉପଲବ୍ଧ ସେବାଗୁଡିକୁ ଆକ୍ସେସ କରିବା ପାଇଁ ଆପଣଙ୍କ ପ୍ରୋଫାଇଲ୍ ଅଦ୍ୟତନ କରନ୍ତୁ।