search-openmobilesearch
Do not have an account?
Already have an account?

1. ଇ-କାର୍ଯ୍ୟପ୍ରକ୍ରିୟା କ’ଣ?
ଇ-କାର୍ଯ୍ୟପ୍ରକ୍ରିୟା ହେଉଛି ଇ-ଫାଇଲିଂ ପୋର୍ଟାଲ୍‌ ବ୍ୟବହାର କରି ଏଣ୍ଡ ଟୁ ଏଣ୍ଡ ପଦ୍ଧତିରେ କାର୍ଣିଯ୍ୟପ୍ରକ୍ରିୟା ପରିଚାଳନା କରିବା ନିମନ୍ତେ ଏକ ଇଲେକ୍ଟ୍ରୋନିକ୍‌ ପ୍ଲାଟଫର୍ମ। ଏହି ସେବା ବ୍ୟବହାର କରି, ଯେ କୌଣସି ପଞ୍ଜୀକୃତ ଉପଭୋକ୍ତା (କିମ୍ବା ତାଙ୍କର ଅଧିକୃତ ପ୍ରତିନିଧି) ଆୟକର ବିଭାଗ ଦ୍ୱାରା ଜାରି କରାଯାଇଥିବା ଯେ କୌଣସି ବିଜ୍ଞପ୍ତି / ସୂଚନା / ପତ୍ର ଦେଖିପାରିବେ ଏବଂ ଏଥିପାଇଁ ପ୍ରତିକ୍ରିୟା ଦାଖଲ କରିପାରିବେ।

2. ଇ-କାର୍ଯ୍ୟପ୍ରକ୍ରିୟାର ସୁବିଧାଗୁଡ଼ିକ କ’ଣ?
ଇ-କାର୍ଯ୍ୟପ୍ରକ୍ରିୟା ହେଉଛି ଆୟକର ବିଭାଗ ଦ୍ୱାରା ଜାରି କରାଯାଇଥିବା ସମସ୍ତ ବିଜ୍ଞପ୍ତି / ସୂଚନା / ପତ୍ରଗୁଡ଼ିକ ପ୍ରତି ଇଲେକ୍ଟ୍ରୋନିକ୍‌ ଭାବରେ ପ୍ରତିକ୍ରିୟା ପ୍ରଦାନ କରିବାର ଏକ ସରଳ ଉପାୟ। ଏହା କରଦାତାଙ୍କ ଅନୁପାଳନ ଦାୟିତ୍ୱକୁ ହ୍ରାସ କରିଥାଏ କାରଣ ଆୟକର କାର୍ଯ୍ୟାଳୟକୁ ଯିବାର କୌଣସି ଆବଶ୍ୟକତା ରହେନାହିଁ। ଏଥିସହିତ, ଭବିଷ୍ୟତର ସନ୍ଦର୍ଭ ପାଇଁ ରେକର୍ଡ ରଖିବା ଏବଂ ଦାଖଲକରଣର ଟ୍ରାକ୍ କରିବାକୁ ସହଜ କରିଥାଏ।

3.ମୋତେ ଜାରି ହୋଇଥିବା ବିଜ୍ଞପ୍ତି ନିମନ୍ତେ ମୁଁ ପ୍ରତିକ୍ରିୟା ଦାଖଲ କରିବା ପରେ ମୁଁ ମୋର ପ୍ରତିକ୍ରିୟା ଦେଖିପାରିବି କି?
ହଁ, ଆପଣ କିମ୍ବା ଆପଣଙ୍କ ଅଧିକୃତ ପ୍ରତିନିଧିଙ୍କ ଦ୍ୱାରା ଦାଖଲ କରାଯାଇଥିବା ପ୍ରତିକ୍ରିୟାକୁ ଆପଣ ଦେଖିପାରିବେ।

4. ଧାରା 143(1)(a) ଅଧୀନରେ ମୋତେ ଜାରି କରାଯାଇଥିବା ସମାଯୋଜନ ଉପରେ ପ୍ରଦାନ କରାଯାଇଥିବା ମୋର ପ୍ରତିକ୍ରିୟା ବିପକ୍ଷରେ କୌଣସି ପ୍ରଶ୍ନ ଉତ୍ଥାପିତ ହୋଇଛି କି ନାହିଁ ମୁଁ କେଉଁଠାରେ ଦେଖିପାରିବି?
ଆପଣ ଇ-କାର୍ଯ୍ୟପ୍ରକ୍ରିୟା ଅଧୀନରେ ଆୟକର ବିଭାଗ ଦ୍ୱାରା ଉତ୍ଥାପିତ ପ୍ରଶ୍ନଗୁଡ଼ିକ ଦେଖିପାରିବେ।

5. ମୋର କାର୍ଯ୍ୟପ୍ରକ୍ରିୟା ସୀମାକୃତ ତାରିଖ ଠାରୁ 4 ଦିନ ବାକି ଅଛି। ମୁଁ କାହିଁକି ମୋର ପ୍ରତିକ୍ରିୟା ଦାଖଲ କରିବାକୁ ଅସମର୍ଥ ହେଉଛି?
ଯଦି ଆପଣଙ୍କର ପ୍ରକ୍ରିୟାକରଣ ସ୍ଥିତି ଖୋଲା ଅଛି, ଦାଖଲ ପ୍ରତିକ୍ରିୟା ବିକଳ୍ପ କେବଳ ପ୍ରକ୍ରିୟା ସୀମା ତାରିଖର 7 ଦିନ ପୂର୍ବରୁ, 6 ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ। ଯଦି କୌଣସି ପ୍ରକ୍ରିୟାକରଣ ସୀମା ନାହିଁ, ତେବେ ଆୟକର କର୍ତ୍ତୃପକ୍ଷ ଇ - ଦାଖଲ ବିକଳ୍ପକୁ ବନ୍ଦ କରିପାରିବେ। ତଥାପି, ଆୟକର କର୍ତ୍ତୃପକ୍ଷଙ୍କ ବିକଳ୍ପ ଅନୁଯାୟୀ ଏହି ଦାଖଲ ୱିଣ୍ଡୋ ପ୍ରକ୍ରିୟାକରଣ ସୀମା ତାରିଖ ପର୍ଯ୍ୟନ୍ତ ପୁନଃ ସକ୍ରିୟ କରାଯାଇପାରିବ।

6. ଇ-ଫାଇଲିଂ ପୋର୍ଟାଲ୍‌ରେ ଏକ ବିଜ୍ଞପ୍ତି ପ୍ରତି ପ୍ରତିକ୍ରିୟା ଦାଖଲ କରିବା ପରେ ମୁଁ ମୋର ପ୍ରତିକ୍ରିୟାକୁ ସମ୍ପାଦିତ କରିପାରିବି କି?
ନା, ଇ-ଫାଇଲିଂ ପୋର୍ଟାଲ୍‌ରେ ଏକ ବିଜ୍ଞପ୍ତି ପ୍ରତି ପ୍ରତିକ୍ରିୟା ଦାଖଲ କରିବା ପରେ ଆପଣ ଏହାକୁ ସମ୍ପାଦିତ କରିପାରିବେ ନାହିଁ।

7. ଇ-କାର୍ଯ୍ୟପ୍ରକ୍ରିୟା ଅଧୀନରେ ମୁଁ କେଉଁ ବିଜ୍ଞପ୍ତି/ ଆଦେଶଗୁଡ଼ିକ ପ୍ରତି ପ୍ରତିକ୍ରିୟା ପ୍ରଦାନ କରି ପାରିବି?
ଆୟକର ବିଭାଗ ଏବଂ CPC ଦ୍ୱାରା ଜାରି କରାଯାଇଥିବା ସମସ୍ତ ବିଜ୍ଞପ୍ତି/ ସୂଚନା/ ପତ୍ରଗୁଡ଼ିକ ଇ-କାର୍ଯ୍ୟପ୍ରକ୍ରିୟା ଅଧୀନରେ ଉପଲବ୍ଧ କରାଯାଏ ଯେଉଁଠାରେ ଆପଣ ଇ-ଫାଇଲିଂ ପୋର୍ଟାଲ୍‌ରେ ଅପ୍‌ଲୋଡ୍‌ କରି ସଂଲଗ୍ନକଗୁଡ଼ିକୁ ସହିତ ପ୍ରତିକ୍ରିୟାଗୁଡ଼ିକ ଦେଖିପାରିବେ ଏବଂ ଦାଖଲ କରିପାରିବେ। ଏହି ସେବା ମାଧ୍ୟମରେ ଆପଣ ନିମ୍ନ ବିଜ୍ଞପ୍ତିଗୁଡ଼ିକ ଦେଖିପାରିବେ ଏବଂ ଏଥିପ୍ରତି ପ୍ରତିକ୍ରିୟା ଦାଖଲ କରିପାରିବେ

  • ଧାରା 139(9) ଅଧୀନରେ ତ୍ରୁଟିପୂର୍ଣ୍ଣ ବିଜ୍ଞପ୍ତି
  • ଧାରା 245 ଅଧୀନରେ ସୂଚନା– ଦାବି ବିପକ୍ଷରେ ସମାଯୋଜନ
  • ଧାରା 143(1)(a) ଅଧୀନରେ ପ୍ରଥମ ଦୃଷ୍ଟିରେ ସମାଯୋଜନ
  • ଧାରା 154 ଅଧୀନରେ ସ୍ୱତଃ ସଂଶୋଧନ
  • ମୂଲ୍ୟାୟନ ଅଧିକାରୀଙ୍କ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତିଗୁଡ଼ିକ
  • ସ୍ପଷ୍ଟୀକରଣ ଯୋଗାଯୋଗ ଆବଶ୍ୟକତା

8.In AOଙ୍କ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି ପ୍ରତି ପ୍ରତିକ୍ରିୟାରେ, ସଂଲଗ୍ନକଗୁଡ଼ିକର ସଂଖ୍ୟା/ଆକାର ଅନୁମୋଦିତ ଆକାର ତୁଳନାରେ ଅଧିକ, ମୁଁ କ’ଣ କରିବା ଉଚିତ୍‌ ହେବ?
ଗୋଟିଏ ସଂଲଗ୍ନକର ସର୍ବାଧିକ ଆକାର 5 MB ହେବା ଉଚିତ୍। ଯଦି ଆପଣଙ୍କ ପାଖରେ ଅପ୍‌ଲୋଡ୍ କରିବା ପାଇଁ 1 ରୁ ଅଧିକ ଦସ୍ତାବିଜ ଅଛି, ତେବେ ଆପଣ ସେଗୁଡିକୁ ଏକ ଜିପ୍ ହୋଇଥିବା ଫୋଲ୍ଡରରେ ଏକାଠି ରଖି ଫୋଲ୍ଡର ଅପ୍‌ଲୋଡ୍ କରିପାରିବେ। ଏକ ଜିପ୍ ଫୋଲଡରରେ ସମସ୍ତ ସଂଲଗ୍ନକର ସର୍ବାଧିକ ଆକାର 50 MB ହେବା ଉଚିତ୍। ଯଦି ଗୋଟିଏ ଦସ୍ତାବିଜର ଆକାର କିମ୍ବା ଜିପ୍ ହୋଇଥିବା ଫୋଲଡର ଅନୁମୋଦିତ ସୀମାକୁ ଅତିକ୍ରମ କରେ, ତେବେ ଆପଣ ଫାଇଲ ଆକାରକୁ ହ୍ରାସ କରି ଦସ୍ତାବିଜ/ଫୋଲ୍ଡରକୁ ଅନୁକୁଳିତ କରିପାରିବେ।

9. ଧାରା 245 ଅଧୀନରେ ସୁଚନା କ’ଣ ଏବଂ ଆୟକର ବିଭାଗ ଦ୍ୱାରା ମୋତେ ଜାରି ହୋଇଥିବା 245 ସୂଚନାର ପ୍ରତିକ୍ରିୟା ଦେବା ବାଧ୍ୟତାମୂଳକ କି?
ଆୟକର ବିଭାଗ ଦ୍ୱାରା ପୂର୍ବ ବର୍ଷର ବକେୟା କର ଦେୟ (ଦାବି)କୁ ଚଳିତ ବର୍ଷର ରିଫଣ୍ଡ୍ ରାଶି ସହ ସମାଯୋଜନ କରିବା ନିମନ୍ତେ ବିଭାଗ ପ୍ରସ୍ତାବ ରଖିଛି ଏ ସମ୍ପର୍କରେ କରଦାତାଙ୍କୁ ସୂଚିତ କରିବା ପାଇଁ ଧାରା 245 ଅଧୀନରେ ସୂଚନା ଜାରି କରାଯାଏ।ଯଦି ଏହି ସୂଚନା ଜାରି ହେବାର 30 ଦିନ ମଧ୍ୟରେ କୌଣସି ପ୍ରତିକ୍ରିୟା ମିଳେ ନାହିଁ, ଆବଶ୍ୟକ ସମାଯୋଜନ(ଗୁଡିକ) କରାଯିବା ପରେ ଆୟ ରିଟର୍ଣ୍ଣର ପ୍ରକ୍ରିୟାକରଣ କରାଯିବ।

10. ଏକ ତ୍ରୁଟିପୂର୍ଣ୍ଣ ରିଟର୍ଣ୍ଣ କ’ଣ?
ରିଟର୍ଣ୍ଣ କିମ୍ବା କାର୍ଯ୍ୟସୂଚୀରେ ଅସମ୍ପୂର୍ଣ୍ଣ କିମ୍ବା ଅସଙ୍ଗତ ସୂଚନା କିମ୍ବା ଅନ୍ୟ କୌଣସି କାରଣରୁ ରିଟର୍ଣ୍ଣଗୁଡିକ ତ୍ରୁଟିପୂର୍ଣ୍ଣ ବୋଲି ବିବେଚନା କରାଯାଇପାରେ।

11. ଯଦି ମୋର ରିଟର୍ଣ୍ଣ ତ୍ରୁଟିପୂର୍ଣ୍ଣ ହୋଇଥାଏ ତେବେ ମୁଁ କିପରି ଜାଣିବି?
ଯଦି ଆପଣଙ୍କର ରିଟର୍ଣ୍ଣ ତ୍ରୁଟିପୂର୍ଣ୍ଣ ବୋଲି ଜଣାପଡ଼େ, ତେବେ ଆୟକର ବିଭାଗ ଇମେଲ୍‌ ମାଧ୍ୟମରେ ଆପଣଙ୍କ ପଞ୍ଜୀକୃତ ଇ-ମେଲ୍‌ IDରେ ଆୟକର ଅଧିନିୟମର ଧାରା 139(9) ଅଧୀନରେ ଏକ ତ୍ରୁଟିପୂର୍ଣ୍ଣ ବିଜ୍ଞପ୍ତି ପଠାଇବ ଏବଂ ତାହା ଇ-ଫାଇଲିଂ ପୋର୍ଟାଲ୍‌ରେ ଲଗ୍‌ଇନ୍ କରିବା ଦ୍ୱାରା ଦେଖାଯାଇପାରିବ।

12. ଇ-ଫାଇଲିଂ ପୋର୍ଟାଲ୍‌ରେ ପ୍ରତିକ୍ରିୟା ଦାଖଲ କରିବା ପରେ ମୁଁ ମୋର ପ୍ରତିକ୍ରିୟାକୁ ଅଦ୍ଯତନ କିମ୍ବା ପ୍ରତ୍ୟାହାର କରିପାରିବି କି?
ନା, ଇ-ଫାଇଲିଂ ପୋର୍ଟାଲ୍‌ରେ ଆପଣଙ୍କର ପ୍ରତିକ୍ରିୟା ଥରେ ଦାଖଲ କରିବା ପରେ ଆପଣ ଏହାକୁ ଅଦ୍ଯତନ କିମ୍ବା ପ୍ରତ୍ୟାହାର କରିପାରିବେ ନାହିଁ।

13. ମୋର ତ୍ରୁଟିପୂର୍ଣ୍ଣ ବିଜ୍ଞପ୍ତି ପ୍ରତି ପ୍ରତିକ୍ରିୟା ଦେବାକୁ ମୁଁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଅଧିକୃତ କରିପାରିବି କି?
ହଁ, ଧାରା 139(9) ଅଧୀନରେ ଆପଣଙ୍କ ତ୍ରୁଟିପୂର୍ଣ୍ଣ ବିଜ୍ଞପ୍ତିର ପ୍ରତିକ୍ରିୟା ଦେବାକୁ ଆପଣ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଅନୁମତି ଦେଇପାରିବେ।

14. ମୁଁ ଅନ୍‌ଲାଇନ୍‌ ମାଧ୍ୟମରେ ITR ଫର୍ମରେ ତ୍ରୁଟି ସଂଶୋଧନ କରିପାରିବି କି?
ହଁ, ଆପଣ ITR ଫର୍ମରେ ଥିବା ତ୍ରୁଟିର ଅନ୍‌ଲାଇନ୍‌ ସଂଶୋଧନ କରି ପ୍ରତିକ୍ରିୟା ଦାଖଲ କରିପାରିବେ।

15. ଆୟକର ବିଭାଗ ଦ୍ୱାରା ପଠାଯାଇଥିବା ଏକ ତ୍ରୁଟିପୂର୍ଣ୍ଣ ବିଜ୍ଞପ୍ତିର ମୁଁ ପ୍ରତିକ୍ରିୟା ପ୍ରଦାନ କରିବାର ସମୟ ସୀମା କେତେ?
ଯଦି ଆପଣଙ୍କର ରିଟର୍ଣ୍ଣ ତ୍ରୁଟିପୂର୍ଣ୍ଣ ବୋଲି ଜଣାପଡେ, ଆପଣ ବିଜ୍ଞପ୍ତି ଗ୍ରହଣ କରିବାର ତାରିଖ ଠାରୁ 15 ଦିନ କିମ୍ବା ଆପଣଙ୍କ ଦ୍ୱାରା ଫାଇଲ୍ କରାଯାଇଥିବା ରିଟର୍ଣ୍ଣରେ ତ୍ରୁଟି ସୁଧାରିବା ପାଇଁ ବିଜ୍ଞପ୍ତିରେ ଉଲ୍ଲେଖିତ ନିର୍ଦ୍ଦିଷ୍ଟ ସମୟ ଅବଧି ପାଇବେ। ଅବଶ୍ୟ, ଆପଣ ସ୍ଥଗିତକରଣ କରିବାକୁ ଚାହିଁପାରିବେ ଏବଂ ଏକ ପରିବର୍ଦ୍ଧନ ନିମନ୍ତେ ଅନୁରୋଧ କରିପାରିବେ।

16. ଯଦି ମୁଁ ଏକ ତ୍ରୁଟିପୂର୍ଣ୍ଣ ବିଜ୍ଞପ୍ତିର ପ୍ରତିକ୍ରିୟା ନ ଦିଏ, ତେବେ କ'ଣ ହେବ?
ଯଦି ଆପଣ ନିର୍ଦ୍ଧାରିତ ଅବଧି ମଧ୍ୟରେ ତ୍ରୁଟିପୂର୍ଣ୍ଣ ବିଜ୍ଞପ୍ତିର ପ୍ରତିକ୍ରିୟା ଦେବାରେ ବିଫଳ ହୁଅନ୍ତି ତେବେ ଆପଣଙ୍କର ରିଟର୍ଣ୍ଣ ଅବୈଧ ଭାବରେ ବିବେଚନା କରାଯିବ ଏବଂ ଆୟକର ଅଧିନିୟମ ଅନୁଯାୟୀ ଘଟଣାଟି ଯାହା ହୋଇଥାଉ ସେଥିପାଇଁ ଜୋରିମାନା, ସୁଧ, କ୍ଷତିଗୁଡ଼ିକ ଆଗକୁ ନ ନେବା, ନିର୍ଦ୍ଦିଷ୍ଟ ଛାଡ଼ ହରାଇବା ଆଦି ପରିଣାମ ହୋଇପାରେ।

17. ଧାରା 139(9) ଅଧୀନରେ ତ୍ରୁଟିପୂର୍ଣ୍ଣ ରିଟର୍ଣ୍ଣ ବିଷୟରେ ମୋତେ ସୂଚିତ କରାଯାଇଛି। ମୁଁ ସେହି ମୂଲ୍ୟାୟନ ବର୍ଷ ନିମନ୍ତେ ନୂତନ ରିଟର୍ଣ୍ଣ ଭାବରେ ରିଟର୍ଣ୍ଣ ଫାଇଲ୍‌ କରିପାରିବି କି?
ହଁ, ଆପଣ ଏକ ନିର୍ଦ୍ଦିଷ୍ଟ ମୂଲ୍ୟାୟନ ବର୍ଷ ରେ ପ୍ରଦାନ କରାଯାଇଥିବା ସମୟ ଶେଷ ହୋଇନଥିବା କ୍ଷେତ୍ରରେ ଆପଣ ଏକ ନୂତନ/ ସଂଶୋଧିତ ରିଟର୍ଣ୍ଣ ଭାବରେ ଏହି ରିଟର୍ଣ୍ଣ ଫାଇଲ୍‌ କରିପାରିବେ କିମ୍ବା ବିକଳ୍ପ ଭାବରେ ଆପଣ ଧାରା 139 ଅଧିନରେ ବିଜ୍ଞପ୍ତିର ପ୍ରତିକ୍ରିୟା ଦେବାକୁ ଚୟନ କରିପାରିବେ। ତଥାପି, ଗୋଟିଏ ନିର୍ଦ୍ଦିଷ୍ଟ ମୂଲ୍ୟାୟନ ବର୍ଷରେ ରିଟର୍ଣ୍ଣ ଫାଇଲ୍‌ କରିବା ନିମନ୍ତେ ପ୍ରଦାନ କରାଯାଇଥିବା ସମୟ ଶେଷ ହୋଇଯିବା ପରେ, ଆପଣ ଏକ ନୂତନ/ ସଂଶୋଧିତ ରିଟର୍ଣ୍ଣ ଭାବରେ ଏକ ରିଟର୍ଣ୍ଣ ଫାଇଲ୍‌ କରିବାକୁ ସମର୍ଥ ହେବେ ନାହିଁ ଏବଂ ଆପଣଙ୍କୁ ଧାରା 139(9) ଅଧୀନରେ ବିଜ୍ଞପ୍ତିର ଉତ୍ତର ଦେବାକୁ ହେବ। ଯଦି ଆପଣ ବିଜ୍ଞପ୍ତି ପ୍ରତି ଉତ୍ତର ଦେବାକୁ ଅସମର୍ଥ ହୁଅନ୍ତି ତେବେ ସେହି ରିଟର୍ଣ୍ଣ ଅବୈଧ କିମ୍ବା ସେହି ମୂଲ୍ୟାୟନ ବର୍ଷ ନିମନ୍ତେ ଫାଇଲ୍‌ ହୋଇନଥିବା ଭାବରେ ବିବେଚନା କରାଯିବ।

18. ଏକ ରିଟର୍ଣ୍ଣକୁ ତ୍ରୁଟିପୂର୍ଣ୍ଣ କରୁଥିବା ସାଧାରଣ ଭୁଲ୍‌ଗୁଡ଼ିକ କ’ଣ?
ଏକ ରିଟର୍ଣ୍ଣକୁ ତ୍ରୁଟିପୂର୍ଣ୍ଣ କରୁଥିବା କିଛି ସାଧାରଣ ଭୁଲଗୁଡିକ ନିମ୍ନୋକ୍ତ ପ୍ରକାରର:

  • TDS ପାଇଁ କ୍ରେଡିଟ୍‌ ଦାବି କରାଯାଇଛି କିନ୍ତୁ କର ନିର୍ଦ୍ଧାରଣ ପାଇଁ ପ୍ରଦାନ କରାଯିବା ସମ୍ପର୍କିତ ପ୍ରାପ୍ତି/ ଆୟକୁ ବାଦ୍‌ ଦିଆଯାଇଛି
  • ଫର୍ମ 26AS ରେ ଦର୍ଶାଯାଇଥିବା ମୋଟ ପ୍ରାପ୍ତି, ଯାହା ଉପରେ TDS ପାଇଁ କ୍ରେଡିଟ୍ ଦାବି କରାଯାଇଛି, ଆୟର ରିଟର୍ଣ୍ଣର ପ୍ରତିବଦଳରେ ସମସ୍ତ ଆୟର ଶୀର୍ଷକ ଅଧୀନରେ ଦର୍ଶାଯାଇଥିବା ସମୁଦାୟ ପ୍ରାପ୍ତିଠାରୁ ଅଧିକ।
  • ମୋଟ ସମୁଦାୟ ଆୟ ଏବଂ ଆୟର ସମସ୍ତ ଶୀର୍ଷକ ଶୂନ୍ୟ କିମ୍ବା 0 ଭାବରେ ପୂରଣ କରାଯାଇଛି କିନ୍ତୁ କର ଉତ୍ତରଦାୟିତା ହିସାବ ଏବଂ ପୈଠ କରାଯାଇଛି।
  • ITRରେ କରଦାତାଙ୍କ ନାମ PAN ଡାଟାବେସ୍‌ ଅନୁଯାୟୀ ଥିବା ନାମ ସହିତ ମେଳ ଖାଉନାହିଁ।
  • କରଦାତାଙ୍କର ଆୟ ଲାଭ ଏବଂ ବ୍ୟବସାୟ କିମ୍ବା ବୃତ୍ତିରୁ ଆୟ ଶୀର୍ଷକ ଅଧୀନରେ ଅଛି କିନ୍ତୁ ବାଲାନ୍ସ ସିଟ୍‌ ଏବଂ ଲାଭ ଓ କ୍ଷତି ହିସାବ ପୂରଣ କରାଯାଇନାହିଁ।

19. ସ୍ପଷ୍ଟୀକରଣ ଯୋଗାଯୋଗ ଆବଶ୍ୟକତା କ’ଣ?
ସ୍ପଷ୍ଟୀକରଣ ଯୋଗାଯୋଗ ଆବଶ୍ୟକତା କରଦାତାଙ୍କ ନିକଟକୁ ପ୍ରେରଣ କରାଯାଏ, ଯେଉଁ ପରିସ୍ଥିତିରେ ରିଟର୍ଣ୍ଣର ଏକ ଅନୁସୂଚୀ କିମ୍ବା ଅନୁବନ୍ଧ ଅଧୀନରେ ପ୍ରଦାନ କରାଯାଇଥିବା ସୂଚନା ଅପର୍ଯ୍ୟାପ୍ତ କିମ୍ବା ଅନୁପଯୁକ୍ତ ହୁଏ ଏବଂ କରଦାତାଙ୍କ ଦ୍ୱାରା କରାଯାଇଥିବା ନିର୍ଦ୍ଦିଷ୍ଟ ଦାବି ଉପରେ ସ୍ପଷ୍ଟୀକରଣ ଆବଶ୍ୟକ ହୋଇଥାଏ।

20. ଇ-କାର୍ଯ୍ୟପ୍ରକ୍ରିୟା ସେବା ବ୍ୟବହାର କରି ପ୍ରତିକ୍ରିୟା ଦେଖିବା ଏବଂ ଦାଖଲ କରିବା ପାଇଁ ମୁଁ ଇ-ଫାଇଲିଂ ପୋର୍ଟାଲ୍‌ରେ ଲଗ୍‌ଇନ୍ କରିବା ଆବଶ୍ୟକ କି?
ହଁ, ଇ-କାର୍ଯ୍ୟପ୍ରକ୍ରିୟା ସେବା ବ୍ୟବହାର କରି ପ୍ରତିକ୍ରିୟା ଦେଖିବା ଏବଂ ଦାଖଲ କରିବା ପାଇଁ ଆପଣଙ୍କୁ ଇ-ଫାଇଲିଂ ପୋର୍ଟାଲ୍‌ରେ ଲଗ୍‌ଇନ୍ କରିବା ଆବଶ୍ୟକ ହେବ।

21. ମୁଁ ଇ-କାର୍ଯ୍ୟପ୍ରକ୍ରିୟା ସେବା ବ୍ୟବହାର କରି କରାଯାଇଥିବା ପ୍ରତିକ୍ରିୟା/ ଦାଖଲକରଣର ଇ-ସତ୍ୟାପନ କରିବା ଆବଶ୍ୟକ କି?
ହଁ, ଆପଣ ଇ-କାର୍ଯ୍ୟପ୍ରକ୍ରିୟା ସେବା ବ୍ୟବହାର କରି ଆପଣଙ୍କ ଦ୍ୱାରା ଦାଖଲ କରାଯାଇଥିବା ପ୍ରତିକ୍ରିୟାର ଇ-ସତ୍ୟାପନ କରିବା ଆବଶ୍ୟକ ହେବ।

22. ମୁଁ ଇ-ଫାଇଲିଂ ପୋର୍ଟାଲ୍‌ରେ ଲଗ୍‌ଇନ୍‌ ନ କରି ସ୍ପଷ୍ଟୀକରଣ ଆବଶ୍ୟକ ବିଜ୍ଞପ୍ତି ପ୍ରତି ପ୍ରତିକ୍ରିୟା ଦେଇପାରିବି କି?
ନା, ଏକ ସ୍ପଷ୍ଟୀକରଣ ଯୋଗାଯୋଗ ଆବଶ୍ୟକତା ନିମନ୍ତେ ଉତ୍ତର ଦେବାକୁ ଆପଣଙ୍କୁ ଲଗ୍‌ଇନ୍‌ କରିବାକୁ ହେବ। ଆପଣ ଆପଣଙ୍କୁ ଜାରି ହୋଇଥିବା ବିଜ୍ଞପ୍ତିକୁ ଦେଖିବା କିମ୍ବା ବିଜ୍ଞପ୍ତି ପ୍ରତି ପ୍ରତିକ୍ରିୟା ଦାଖଲ କରିବାକୁ ସମର୍ଥ ହେବେ ନାହିଁ।

23. ଇ-କାର୍ଯ୍ୟପ୍ରକ୍ରିୟା ସେବା ବ୍ୟବହାର କରି ମୋ ପକ୍ଷରୁ ଅନ୍ୟ କେହି ଆୟକର କର୍ତ୍ତୃପକ୍ଷଙ୍କ ଦ୍ୱାରା ମୋତେ ଜାରି କରାଯାଇଥିବା ବିଜ୍ଞପ୍ତିଗୁଡ଼ିକ ପ୍ରତି ପ୍ରତିକ୍ରିୟା ଦେଇପାରିବେ କି?
ହଁ, ଧାରା 245 ଅଧୀନରେ ଥିବା ସୂଚନାଗୁଡ଼ିକ ବ୍ୟତୀତ ଅନ୍ୟଗୁଡ଼ିକ ପ୍ରତି ଇ-କାର୍ଯ୍ୟପ୍ରକ୍ରିୟା ସେବା ବ୍ୟବହାର କରି ଆପଣଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ନିମନ୍ତେ ପ୍ରତିକ୍ରିୟା ଦେବା ପାଇଁ ଆପଣ ଜଣେ ଅଧିକୃତ ପ୍ରତିନିଧି ଯୋଡ଼ି ପାରିବେ।

24. ମୁଁ ପୂର୍ବରୁ ଯୋଡ଼ା ଯାଇଥିବା/ ବିଦ୍ୟମାନ ଅଧିକୃତ ପ୍ରତିନିଧିଙ୍କୁ ଅପସାରଣ କରିପାରିବି କି?
ହଁ, ଆପଣ ଆପଣଙ୍କ ଦ୍ୱାରା ଅଧିକୃତ ହୋଇଥିବା ପ୍ରତିନିଧିଙ୍କୁ ଅପସାରଣ କିମ୍ବା ପ୍ରତ୍ୟାହାର କରିପାରିବେ।

25. ମୋତେ ଜାରି ହୋଇଥିବା ବିଜ୍ଞପ୍ତି ପ୍ରତି ପ୍ରତିକ୍ରିୟା ଦେବା ପାଇଁ ମୁଁ ଦୁଇ ଜଣ ଅଧିକୃତ ପ୍ରତିନିଧି ଯୋଡ଼ି ପାରିବି କି?
ନା, ଆପଣ ଗୋଟିଏ କାର୍ଯ୍ୟପ୍ରକ୍ରିୟା ପାଇଁ ଗୋଟିଏ ସମୟରେ ମାତ୍ର ଜଣେ ଅଧିକୃତ ପ୍ରତିନିଧିଙ୍କୁ ସକ୍ରିୟ ରଖିପାରିବେ।

26. ମୁଁ ଏକ ସଂଶୋଧିତ ରିଟର୍ଣ୍ଣ ଫାଇଲ୍‌ କରିଛି। ମୁଁ କ’ଣ ତଥାପି ମୋତେ ଜାରି କରାଯାଇଥିବା ସ୍ପଷ୍ଟୀକରଣ ଯୋଗାଯୋଗ ଆବଶ୍ୟକତାର ଉତ୍ତର ଦେବା ଆବଶ୍ୟକ?
ନା, ଆପଣ ସମାନ ମୂଲ୍ୟାୟନ ବର୍ଷ ନିମନ୍ତେ ଏକ ସଂଶୋଧିତ ରିଟର୍ଣ୍ଣ ଫାଇଲ୍‌ କରିସାରିଥିବା କ୍ଷେତ୍ରରେ ଏହା ଏକ ପ୍ରତିକ୍ରିୟା ଦାଖଲ କରିବା ପାଇଁ ଅନୁମତି ଦେବ ନାହିଁ। ‘ଏହି ବିଜ୍ଞପ୍ତି ବିପକ୍ଷରେ ସଂଶୋଧିତ ରିଟର୍ଣ୍ଣ ଫାଇଲ୍‌ ହୋଇସାରିଛି; ଅନ୍ୟ କୌଣସି ଗତିବିଧି ଆବଶ୍ୟକ ନାହିଁ’ ଦର୍ଶାଇ ଏକ ସନ୍ଦେଶ ପ୍ରଦର୍ଶିତ ହେବ।

27. ମୋତେ ଜାରି କରାଯାଇଥିବା ସ୍ପଷ୍ଟୀକରଣ ଯୋଗାଯୋଗ ଆବଶ୍ୟକତାର ଉତ୍ତର ଦେବା ମୋ ପାଇଁ ବାଧ୍ୟତାମୂଳକ କି? ଯଦି ହଁ, ତେବେ କେଉଁ ସମୟ ସୀମା ମଧ୍ୟରେ ମୁଁ ମୋର ପ୍ରତିକ୍ରିୟା ଦାଖଲ କରିବା ଉଚିତ୍‌?
ଆପଣ ଆପଣଙ୍କୁ ଜାରି କରାଯାଇଥିବା ଯୋଗାଯୋଗରେ ଉଲ୍ଲେଖ କରାଯାଇଥିବା ଧାର୍ଯ୍ୟ ତାରିଖ ଅନୁଯାୟୀ ଆପଣଙ୍କର ପ୍ରତିକ୍ରିୟା ଦାଖଲ/ ପ୍ରଦାନ କରିବା ଉଚିତ୍‌। ଧାର୍ଯ୍ୟ ତାରିଖ ଅତିକ୍ରାନ୍ତ ହୋଇଥିବା ଏବଂ କୌଣସି ପ୍ରତିକ୍ରିୟା ପ୍ରଦାନ କରାଯାଇନଥିବା କ୍ଷେତ୍ରରେ CPC ସେମାନଙ୍କ ନିକଟରେ ଉପଲବ୍ଧ ସୂଚନା ଅନୁଯାୟୀ ରିଟର୍ଣ୍ଣ ପ୍ରକ୍ରିୟାକରଣ କରିବେ।

28. ମୁଁ ଧାରା 245 ଅଧୀନରେ ଥିବା ସୂଚନା ପାଇଁ କୌଣସି ଅଧିକୃତ ପ୍ରତିନିଧି ଯୋଡ଼ିବାକୁ ସମର୍ଥ ହେଉନାହିଁ। ମୁଁ କ’ଣ କରିବା ଉଚିତ୍?
ଧାରା 245 ଅଧୀନରେ ଥିବା ସୂଚନା ପାଇଁ ଆପଣ ଜଣେ ଅଧିକୃତ ପ୍ରତିନିଧି ଯୋଡ଼ିପାରିବେ ନାହିଁ। ଜଣେ ଅଧିକୃତ ପ୍ରତିନିଧି ଆପଣଙ୍କ ପକ୍ଷରୁ ନିମ୍ନୋକ୍ତ ବିଜ୍ଞପ୍ତିଗୁଡ଼ିକ ପ୍ରତି ପ୍ରତିକ୍ରିୟା ଦେଇପାରିବେ:

  • ଧାରା 139(9) ଅଧୀନରେ ତ୍ରୁଟିପୂର୍ଣ୍ଣ ବିଜ୍ଞପ୍ତି
  • ଧାରା 143(1)(a) ଅଧୀନରେ ପ୍ରଥମ ଦୃଷ୍ଟିରେ ସମାଯୋଜନ
  • ଧାରା 154 ଅଧୀନରେ ସ୍ୱତଃ ସଂଶୋଧନ
  • ମୂଲ୍ୟାୟନ ଅଧିକାରୀମାନଙ୍କ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିଗୁଡ଼ିକ (ITBA ବିଜ୍ଞପ୍ତିଗୁଡ଼ିକ)
  • ସ୍ପଷ୍ଟୀକରଣ ଯୋଗାଯୋଗ ଆବଶ୍ୟକତା