search-openmobilesearch
Do not have an account?
Already have an account?

1. ଫର୍ମ 29B କ’ଣ?
ଫର୍ମ 29B ହେଉଛି କମ୍ପାନୀର ବୁକ୍‌ ପ୍ରଫିଟ୍‌ସ ହିସାବ କରିବା ପାଇଁ ଧାରା 115JB ଅଧୀନରେ ଏକ ରିପୋର୍ଟ। ତାହା ଧାରା 11JB ପ୍ରଯୁଜ୍ୟ ହେଉଥିବା ଏକ କମ୍ପାନୀ ନିମନ୍ତେ ଜଣେ CAଙ୍କ ଦ୍ୱାରା ପ୍ରଦାନ କରାଯିବ। ଏହା ଆୟକର ଅଧିନିୟମ ଅନୁଯାୟୀ କର ହିସାବରୁ ସୃଷ୍ଟି ହୋଇଥିବା ପରିଣାମଗତ MAT କ୍ରେଡିଟ୍‌ର ଲାଭ ନେବା ପାଇଁ ବୁକ୍‌ ପ୍ରଫିଟ୍ସର ସଠିକ ହିସାବ ସୁନିଶ୍ଚିତ କରିବାରେ କରଦାତାଙ୍କୁ ସାହାଯ୍ୟ କରିଥାଏ।


2. ଫର୍ମ 29B ଫାଇଲ୍ କରିବା ବାଧ୍ୟତାମୂଳକ କି?
ପ୍ରତ୍ୟେକ କମ୍ପାନୀ ଯେଉଁଠାରେ ଆୟ ବୁକ୍‌ ପ୍ରଫିଟ୍‌ର 15% ରୁ କମ୍‌ (ନିର୍ଦ୍ଧାରଣ ବର୍ଷ 2020-21ରୁ ଲାଗୁ ହୋଇ) ସେଗୁଡ଼ିକ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କଠାରୁ ଫର୍ମ 29Bରେ ଏକ ରିପୋର୍ଟ ପ୍ରାପ୍ତ କରିବା ଆବଶ୍ୟକ। ଏହି ରିପୋର୍ଟ ଧାରା 139(1) ଅଧୀନରେ ରିଟର୍ଣ୍ଣ ଫାଇଲ୍‌ କରିବା ନିମନ୍ତେ ଧାର୍ଯ୍ୟ ତାରିଖର ଏକ ମାସ ପୂର୍ବରୁ କିମ୍ବା ଧାରା 142 (1)(i) ଅଧୀନରେ ଏକ ବିଜ୍ଞପ୍ତି ପ୍ରତି ପ୍ରତିକ୍ରିୟାରେ ପ୍ରଦାନ କରାଯାଇଥିବା ଆୟର ରିଟର୍ଣ୍ଣ ସହିତ ଫାଇଲ୍‌ କରାଯିବା ଉଚିତ୍‌।


3. ଫର୍ମ 29B ପୂରଣ କରିବାର ପ୍ରକ୍ରିୟା କ’ଣ?
ଏହି ଫର୍ମ କରଦାତା (କମ୍ପାନୀ) ଦ୍ୱାରା ନ୍ୟସ୍ତ କରାଯାଇଥିବା ଜଣେ CAଙ୍କ ଦ୍ୱାରା ପୂରଣ ହେବା ଆବଶ୍ୟକ। ଏହି ଫର୍ମ CAଙ୍କ ଦ୍ୱାରା ପୂରଣ ଏବଂ ଅପ୍‌ଲୋଡ୍‌ ହେବା ପରେ ଏହା ସଫଳତାର ସହ ଦାଖଲ ହେବା ପାଇଁ କରଦାତାଙ୍କ ଦ୍ୱାରା ଗ୍ରହଣ ଏବଂ ଇ-ସତ୍ୟାପନ (କାର୍ଯ୍ୟତାଲିକାରୁ) ହେବା ଆବଶ୍ୟକ।


4. ମୋ CA ଫର୍ମ 29B ପ୍ରସ୍ତୁତ ଏବଂ ଦାଖଲ କରିଛନ୍ତି ବୋଲି ମୁଁ କିପରି ଜାଣିବି?
ଆପଣ ଇ-ଫାଇଲିଂ ପୋର୍ଟାଲରେ ପଞ୍ଜୀକୃତ ଆପଣଙ୍କର ଇମେଲ୍ ID ଏବଂ ମୋବାଇଲ୍ ନମ୍ବରରେ ଏକ ନିଶ୍ଚିତକରଣ ସନ୍ଦେଶ ପାଇବେ। ଅତିରିକ୍ତ ଭାବରେ, ଆପଣ ମଧ୍ୟ ଆପଣଙ୍କ କାର୍ଯ୍ୟ ତାଲିକା (ଆପଣଙ୍କ କାର୍ଯ୍ୟ ପାଇଁ)ରେ ସ୍ଥିତି ଦେଖିପାରିବେ। ଯଦି CA ଫର୍ମ 29B ଅପ୍‌ଲୋଡ୍‌ କରିଛନ୍ତି, ତେବେ ଆପଣଙ୍କୁ ଅପ୍‌ଲୋଡ୍‌ ହୋଇଛି-କରଦାତାଙ୍କ ଦ୍ୱାରା ଗ୍ରହଣ ହେବା ବାକି ଅଛି ପ୍ରଦର୍ଶିତ ହେବ।


5. ମୋ CA ଫର୍ମ 29B ଫାଇଲ୍‌ କରିବା ପାଇଁ ମୋ ଅନୁରୋଧ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ମୁଁ କିପରି ଜାଣିବି?
ଯଦି ଆପଣଙ୍କ ଦ୍ୱାରା ନ୍ୟସ୍ତ ହୋଇଥିବା CA ଫର୍ମ 29B ପୂରଣ କରିବା ନିମନ୍ତେ ଆପଣଙ୍କ ଅନୁରୋଧ ପ୍ରତ୍ୟାଖ୍ୟାନ କରିଛନ୍ତି, ତେବେ ଇ-ଫାଇଲିଂ ପୋର୍ଟାଲ୍‌ରେ ପଞ୍ଜୀକୃତ ହୋଇଥିବା ଆପଣଙ୍କ ଇମେଲ୍‌ ID ଏବଂ ମୋବାଇଲ୍‌ ନମ୍ବରରେ ଆପଣ ଏକ ଯୋଗାଯୋଗ ସନ୍ଦେଶ ପାଇବେ।


6.ମୋ CA ଫର୍ମ 29B ଫାଇଲ୍‌ କରିବା ପାଇଁ ମୋ ଅନୁରୋଧ ଗ୍ରହଣ କରିଛନ୍ତି ବୋଲି ମୁଁ କିପରି ଜାଣିବି?
ଯଦି ଆପଣଙ୍କ ଦ୍ୱାରା ନ୍ୟସ୍ତ ହୋଇଥିବା CA ଅନୁରୋଧ ସ୍ୱୀକାର କରନ୍ତି ତେବେ ଆପଣଙ୍କ କାର୍ଯ୍ୟତାଲିକା (ଆପଣଙ୍କ କାର୍ଯ୍ୟ ପାଇଁ)ରେ ନିମ୍ନ ସ୍ଥିତି ପ୍ରଦର୍ଶିତ ହେବ:

  • ଅପ୍‌ଲୋଡ୍‌ ହୋଇଛି- CAଙ୍କ ଦ୍ୱାରା ଗ୍ରହଣ କରିବା ବାକି ଅଛି: ଅର୍ଥାତ୍‌ CA ଜଣକ ଆପଣଙ୍କ ଅନୁରୋଧ ଏ ପର୍ଯ୍ୟନ୍ତ ଗ୍ରହଣ କରିନାହାନ୍ତି; କିମ୍ବା
  • ଅପ୍‌ଲୋଡ୍‌ ହୋଇଛି- କରଦାତାଙ୍କ ଦ୍ୱାରା ଗ୍ରହଣ କରିବା ବାକି ଅଛି: ଅର୍ଥାତ୍‌ CA ଫର୍ମ 29B ଅପ୍‌ଲୋଡ୍‌ ଏବଂ ଦାଖଲ କରିସାରିଛନ୍ତି।