Do not have an account?
Already have an account?

1. ଅବଲୋକନ

ଆୟ ଏବଂ କର ଆକଳକ ସେବା ପଞ୍ଜୀକୃତ ଇ-ଫାଇଲିଂ ଉପଭୋକ୍ତାମାନଙ୍କୁ ଆୟକର ଅଧିନିୟମ, ଆୟକର ନିୟମାବଳୀ ଏବଂ ବିଜ୍ଞପ୍ତିର ବ୍ୟବସ୍ଥା ଅନୁଯାୟୀ ଅର୍ଜିତ ଆୟ(ଗୁଡ଼ିକ) ଏବଂ ଅଧିନିୟମ ଅନୁସାରେ ଦାବି କରାଯାଇଥିବା ରିହାତି ସମ୍ବନ୍ଧରେ ସୂଚନା ପ୍ରଦାନ କରି ସେମାନଙ୍କର କର ଆକଳନ କରିବାକୁ ସକ୍ଷମ କରିଥାଏ। ଏହି ସେବା ପୁରୁଣା ଏବଂ ନୂତନ କର ବ୍ୟବସ୍ଥା ଅଧୀନରେ କରର ତୁଳନା ସହିତ ପୁରୁଣା କିମ୍ବା ନୂତନ କର ବ୍ୟବସ୍ଥା ଅଧୀନରେ କର ଆକଳନ ମଧ୍ୟ ପ୍ରଦାନ କରିଥାଏ।

2. ଏହି ସେବା ଉପଲବ୍ଧ ହେବାର ପ୍ରାକ୍‌ ଆବଶ୍ୟକତାଗୁଡ଼ିକ

  • ବୈଧ ଉପଭୋକ୍ତା ID ଏବଂ ପାସ୍‌ୱାର୍ଡ ସହିତ ଇ-ଫାଇଲିଂ ପୋର୍ଟାଲରେ ପଞ୍ଜୀକୃତ ଉପଭୋକ୍ତା

3. ସୋପନ କ୍ରମିକ ମାର୍ଗଦର୍ଶନ

ସୋପାନ 1: ଆପଣଙ୍କର ଉପଭୋକ୍ତା ID ଏବଂ ପାସ୍‌ୱାର୍ଡ୍ ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲ୍‌ରେ ଲଗ୍ଇନ୍ କରନ୍ତୁ।

Data responsive

ସୋପାନ 2: ଆପଣଙ୍କର ଡ୍ୟାଶ୍‌ବୋର୍ଡରୁ, ଆୟ ଏବଂ କର ଆକଳନରେ କ୍ଲିକ୍ କରନ୍ତୁ।

ସୋପାନ 3a: ମୌଳିକ ସୂଚନା ଟ୍ୟାବ୍‌ରେ, ଆବଶ୍ୟକ ବିବରଣୀ ଯେପରିକି ନିର୍ଦ୍ଧାରଣ ବର୍ଷ, ଆବାସିକ ସ୍ଥିତି, ବୟସ, ଏବଂ ଆୟକର ରିଟର୍ଣ୍ଣ ଫାଇଲ ପାଇଁ ଧାର୍ଯ୍ୟ ତାରିଖ ପୁରଣ କରନ୍ତୁ। ଆବଶ୍ୟକ ହେଲେ ପୂର୍ବରୁ ପୂରଣ ହୋଇଥିବା ତଥ୍ୟକୁ ସମ୍ପାଦନା କରନ୍ତୁ।

Data responsive

ସୋପାନ 3b: ଆୟ ବିବରଣୀ ଟ୍ୟାବ୍‌ରେ, ଏଗୁଡ଼ିକର ଆବଶ୍ୟକୀୟ ବିବରଣୀ ଭରନ୍ତୁ :

  • ବେତନ ଶୀର୍ଷକ ଅଧୀନରେ ଆୟ,
  • ଗୃହ ସମ୍ପତ୍ତି ଶୀର୍ଷକ ଅଧୀନରେ ଆୟ,
  • ପୁଞ୍ଜି ଲାଭ ଶୀର୍ଷକ ଅଧୀନରେ ଆୟ,
  • ବ୍ୟବସାୟ କିମ୍ବା ବୃତ୍ତି ଶୀର୍ଷକ ଅଧୀନରେ ଆୟ ଏବଂ
  • ଅନ୍ୟାନ୍ୟ ଉତ୍ସ ଶୀର୍ଷ ଅଧୀନରେ ଆୟ

Data responsive

ସୋପାନ 3c: ରିହାତି ବିବରଣୀ ଟ୍ୟାବରେ, PPF, LIC, ଗୃହ ଋଣ, NPS, ମେଡିକ୍ଲେମ୍, ଉଚ୍ଚଶିକ୍ଷା ଋଣ ଅନ୍ତୁର୍ଭୁକ୍ତ କରି ଆପଣଙ୍କ ପାଇଁ ପ୍ରଯୁଜ୍ୟ ପ୍ରାସଙ୍ଗିକ ରିହାତି ଭରନ୍ତୁ, କିନ୍ତୁ ଏତିକିରେ ସୀମିତ ନୁହେଁ।

Data responsive

ସୋପାନ 3d: କର ବିବରଣୀ ଟ୍ୟାବ୍‌ରେ, TDS/TCS.ବିବରଣୀ ଦେଖନ୍ତୁ ଏବଂ ସ୍ୱମୂଲ୍ୟାୟନ କର/ଅଗ୍ରୀମ କରର ବିବରଣୀ ପୁରଣ/ସମ୍ପାଦନ କରନ୍ତୁ ଯଦି ଆପଣଙ୍କ ପାଖରେ ପ୍ରମାଣ ଉପଲବ୍ଧ ଅଛି।

Data responsive

ସୋପାନ 4: ଥରେ ହୋଇଯିବା ପରେ, ଆକଳିତ କରରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 5: ଆପଣଙ୍କ ଦ୍ୱାରା ପ୍ରଦାନ କରାଯିବାକୁ ଥିବା ଆକଳିତ କର ଗଣନା କରାଯିବ ଏବଂ ପ୍ରଦର୍ଶିତ ହେବ। ଆନୁମାନିକ କର ଗଣନାକୁ ଆପଣଙ୍କ କମ୍ପୁଟରରେ PDF ଭାବରେ ସାଇତି ରଖିବାକୁ ଡାଉନଲୋଡ୍ ରେ କ୍ଲିକ୍ କରନ୍ତୁ।

Data responsive