search-openmobilesearch
Do not have an account?
Already have an account?
13-Sep-2023

ରିଫଣ୍ଡ୍ ପାଇଁ ବ୍ୟାଙ୍କ୍ ଆକାଉଣ୍ଟ ବୈଧକରଣ ସ୍ଥିତି ଯାଞ୍ଚ କରନ୍ତୁ।

ଆପଣଙ୍କ ବ୍ୟାଙ୍କ୍ ଅନ୍ୟ କୌଣସି ବ୍ୟାଙ୍କ୍ ସହ ବିଲୟ ହୋଇଛି କି?

ଆପଣଙ୍କର ବ୍ୟାଙ୍କ୍‌ର ଶାଖା ପରିବର୍ତ୍ତନ ହୋଇଛି କି?

ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ ନମ୍ବର ବଦଳିଯାଇଛି କି?

ବ୍ୟାଙ୍କ୍ ଆକାଉଣ୍ଟରେ ଆପଣଙ୍କ ନାମ ବଦଳିଯାଇଛି କି?

ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ ବନ୍ଦ ହୋଇଯାଇଛି କିମ୍ବା ନିଷ୍କ୍ରିୟ ହୋଇଛି କି?

ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟର IFSC କୋଡ୍ ପରିବର୍ତ୍ତନ ହୋଇଛି କି?

ଯଦି ହଁ...

ଆପଣଙ୍କୁ ଇ-ଫାଇଲିଂ ପୋର୍ଟାଲରେ ଆପଣଙ୍କର ବ୍ୟାଙ୍କ୍ ଆକାଉଣ୍ଟ ବିବରଣୀ ଅଦ୍ଯତନ (ଅଦ୍ୟତନ) / ପୁନଃବୈଧକରଣ କରିବାକୁ ପଡିବ।

ଆପଣଙ୍କର ବ୍ୟାଙ୍କ୍ ଆକାଉଣ୍ଟ ବିବରଣୀ ଅଦ୍ଯତନ/ପୁନଃବୈଧକରଣ କରିବାକୁ, ଲଗ୍‌ଇନ୍ କରନ୍ତୁ:https://eportal.incometax.gov.in > ପ୍ରୋଫାଇଲ୍ > ମୋର ବ୍ୟାଙ୍କ୍ ଆକାଉଣ୍ଟ > ତିନୋଟି ଭୂଲମ୍ବରେ ଥିବା ବିନ୍ଦୁ ଉପରେ କ୍ଲିକ୍ କରନ୍ତୁ > ପୁନଃବୈଧକରଣ ବାଛନ୍ତୁ > ବିବରଣୀ ଅଦ୍ଯତନ କରିବା ପାଇଁ ତଥ୍ୟରେ ଆବଶ୍ୟକ ପରିବର୍ତ୍ତନଗୁଡିକ କରନ୍ତୁ > ବୈଧକରଣ ବଟନ୍ ଉପରେ କ୍ଲିକ୍ କରନ୍ତୁ।

ଏକ ନୂତନ ବ୍ୟାଙ୍କ୍ ଆକାଉଣ୍ଟ ଯୋଡିବା ପାଇଁ, ଲଗ୍‌ଇନ୍ କରନ୍ତୁ https://eportal.incometax.gov.in > ପ୍ରୋଫାଇଲ୍ > ମୋ ବ୍ୟାଙ୍କ୍ ଆକାଉଣ୍ଟ > ବ୍ୟାଙ୍କ୍ ଆକାଉଣ୍ଟ ଯୋଡନ୍ତୁ > ଆବଶ୍ୟକ ବିବରଣୀ ପୂରଣ କରନ୍ତୁ > ବୈଧକରଣ ବଟନ୍ ଉପରେ କ୍ଲିକ୍ କରନ୍ତୁ ।

କିଛି ସମୟ ପରେ ଆପଣ ବ୍ୟାଙ୍କ୍ ଆକାଉଣ୍ଟର ବୈଧତା ଯାଞ୍ଚ କରିପାରିବେ।

ଥରେ ବ୍ୟାଙ୍କ୍ ଆକାଉଣ୍ଟର ସ୍ଥିତି ବୈଧ ହେବା ପରେ, ‘ରିଫଣ୍ଡ ପାଇଁ ମନୋନୀତ କରନ୍ତୁ’ ବଟନ୍ ସକ୍ଷମ କରି ଏହାକୁ ରିଫଣ୍ଡ ପାଇଁ ମନୋନୀତ କରିବାକୁ ଭୁଲନ୍ତୁ ନାହିଁ।

ଯଦି ବ୍ୟାଙ୍କ୍ ଆକାଉଣ୍ଟର ବୈଧକରଣ ବିଫଳ ହୋଇଛି, ତେବେ ଆପଣ “ମୋ ବ୍ୟାଙ୍କ୍ ଆକାଉଣ୍ଟ” ସ୍କ୍ରିନରେ ଥିବା ତିନୋଟି ଭୂଲମ୍ବରେ ଥିବା ବିନ୍ଦୁ ଉପରେ କ୍ଲିକ୍ କରି ସେହି ବ୍ୟାଙ୍କ୍ ଆକାଉଣ୍ଟକୁ ଅପସାରଣ କରିପାରିବେ।

ଦୟାକରି ସୁନିଶ୍ଚିତ କରନ୍ତୁ ଯେ କେବଳ PAN ସହିତ ସଂଯୁକ୍ତ ହୋଇଥିବା ଆକାଉଣ୍ଟଗୁଡିକ ଯେମିତି ରିଫଣ୍ଡ ପାଇଁ ବୈଧ ଓ ମନୋନୀତ କରାହେବ। PAN ସହିତ ଲିଙ୍କ୍ ହୋଇନଥିବା ବ୍ୟାଙ୍କ ଆକାଉଣ୍ଟକୁ ରିଫଣ୍ଡ କ୍ରେଡିଟ୍ କରାଯାଇପାରିବ ନାହିଁ।

ଅଧିକ ସୂଚନା ପାଇଁ: ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ କିପରି ପ୍ରାକ୍‌-ବୈଧକରଣ କରିବେ ଭିଡିଓ ଦେଖନ୍ତୁ -https://youtu.be/2ie86mHNeyc

ଅନ୍ୟ ଯେକୌଣସି ସହାୟତା ପାଇଁ ଆପଣ ଆମର ହେଲ୍ପଡେସ୍କ ଯୋଗାଯୋଗ ନମ୍ବରରେ ସମ୍ପର୍କ କରି ପାରିବେ:18001030025 180041940025 (ନିଃଶୁଳ୍କ) ଏବଂ +91-80-46122000 +91-80-61464700