ଟ୍ରଷ୍ଟ / ପ୍ରତିଷ୍ଠାନଗୁଡିକ ଧ୍ୟାନ ଦିଅନ୍ତୁ
ଆୟକର ଅଧିନିୟମ,1961 (ଆଗକୁ ଯାହାକୁ ଅଧିନିୟମ କୁହାଯିବ)ର ଧାରା 10ର ଖଣ୍ଡ(23C)ର ଉପଖଣ୍ଡ (iv) କିମ୍ବା ଉପଖଣ୍ଡ (v) କିମ୍ବା ଉପଖଣ୍ଡ (vi) କିମ୍ବା ଉପଖଣ୍ଡ (via)ରେ ସୂଚିତ ନିର୍ଦ୍ଦିଷ୍ଟ କୌଣସି ପାଣ୍ଠି କିମ୍ବା ସଂସ୍ଥା କିମ୍ବା କୌଣସି ବିଶ୍ୱବିଦ୍ୟାଳୟ କିମ୍ବା ଅନ୍ୟ ଶୈକ୍ଷଣିକ ଅନୁଷ୍ଠାନ କିମ୍ବା କୌଣସି ଡାକ୍ତରଖାନା କିମ୍ବା ଚିକିତ୍ସା ଅନୁଷ୍ଠାନ (ଆଗକୁ ଯାହାକୁ ପ୍ରଥମ ବ୍ୟବସ୍ଥା ଅନ୍ତର୍ଗତରେ ଟ୍ରଷ୍ଟ କିମ୍ବା ଅନୁଷ୍ଠାନ କୁହାଯିବ) କିମ୍ବା ଅଧିନିୟମର ଧାରା 12AA କିମ୍ବା ଧାରା 12AB ଅଧିନରେ ପଂଜିକୃତ କୌଣସି ଟ୍ରଷ୍ଟ୍ କିମ୍ବା ଅନୁଷ୍ଠାନ (ଯାହାକୁ ଆଗକୁ ଦ୍ୱିତିୟ ବ୍ୟବସ୍ଥା ଅଧିନରେ ଟ୍ରଷ୍ଟ କିମ୍ବା ଅନୁଷ୍ଠାନ କୁହାଯିବ)ର ଆୟକୁ ଅଧିନିୟମର ବିଭିନ୍ନ ଧାରାଗୁଡିକ ଅଧିନରେ ନିର୍ଦ୍ଦିଷ୍ଟ କିଛି ସର୍ତ୍ତାବଳୀ ପୁରଣରେ ରିହାତି ପ୍ରଦାନ କରାଯିବ।
ପ୍ରଥମ ବ୍ୟବସ୍ଥା ଅଧିନରେ ରିହାତି ଦାବି କରିବା ପାଇଁ ଯୋଗ୍ୟତା ଅର୍ଜନ ଲାଗି ଟ୍ରଷ୍ଟ କିମ୍ବା ଅନୁଷ୍ଠାନ ଦ୍ୱାରା ପୁରଣ କରାଯିବାକୁ ଥିବା ସର୍ତ୍ତବଳୀ ମଧ୍ୟରୁ ଗୋଟିଏ ସର୍ତ୍ତ ଅଧିନିୟମର ଧାରା10ର ଖଣ୍ଡ (23C)ର ଦଶମ ପ୍ରାବଧାନର ଖଣ୍ଡ (B)ରେ ନିର୍ଦ୍ଧାରିତ କରାଯାଇଛି। ଏହା କୁହାଯାଇଛି ଯେ ଯଦି ଟ୍ରଷ୍ଟ କିମ୍ବା ଅନୁଷ୍ଠାନର ମୋଟ ଆୟ, ପ୍ରଥମ ବ୍ୟବସ୍ଥା ଅନୁଯାୟୀ ରିହାତି ବ୍ୟବସ୍ଥାକୁ କାର୍ଯ୍ୟକାରୀ ନକରି ଅଧିନିୟମ ଅଧିନରେ ଗଣନା କରାଯାଏ, ଯାହା ପୂର୍ବ ବର୍ଷର କୌଣସି ଆୟକର ପାଇଁ ଯୋଗ୍ୟ ହୋଇଥିବା ସର୍ବାଧିକ ରାଶିଠାରୁ ଅଧିକ ହୁଏ, ତେବେ ଟ୍ରଷ୍ଟ କିମ୍ବା ଅନୁଷ୍ଠାନକୁ ଏହାର ଆକାଉଣ୍ଟକୁ ଅଡିଟ୍ କରିବାକୁ ପଡ଼ିବ ଏବଂ ନିର୍ଦ୍ଦିଷ୍ଟ ତାରିଖ ପୂର୍ବରୁ ନିର୍ଦ୍ଧାରିତ ଫର୍ମରେ ଅଡିଟ୍ ରିପୋର୍ଟ ଦାଖଲ କରିବାକୁ ପଡ଼ିବ।
ଅଧିନିୟର ଧାରା 12Aର ଉପଧାରା (1)ର ଖଣ୍ଡ (B)ର ଉପଖଣ୍ଡ (iii)ରେ ଦ୍ୱିତୀୟ ବ୍ୟବସ୍ଥା ଅଧିନରେ ଟ୍ରଷ୍ଟ୍ କିମ୍ବା ଅନୁଷ୍ଠାନ ପାଇଁ ମଧ୍ୟ ଏହିଭଳି ସମାନ ସର୍ତ୍ତ ପ୍ରଯୁଜ୍ୟ।
ଆୟକର ନିୟମାବଳୀ, 1962 (ଯାହାକୁ ଆଗକୁ ନିୟମାବଳୀ କୁହାଯିବ)ର ନିୟମ 16CC ଓ 17B କ୍ରମଶଃ ପ୍ରଥମ ଓ ଦ୍ୱିତୀୟ ବ୍ୟବସ୍ଥା ଅଧିନରେ ଟ୍ରଷ୍ଟ କିମ୍ବା ଅନୁଷ୍ଠାନ ପାଇଁ ଅଡ଼ିଟ୍ ରିପୋର୍ଟର ପ୍ରାରୁପ ନିର୍ଦ୍ଧାରଣ କରନ୍ତି। ଏଥିରେ ପ୍ରାବଧାନ ରହିଛି ଯେ କୌଣସି ଟ୍ରଷ୍ଟ କିମ୍ବା ଅନୁଷ୍ଠାନର ଆକାଉଣ୍ଟର ଅଡିଟ୍ ରିପୋର୍ଟ୍ ନିମ୍ନଲିଖିତ ରୂପରେ ପ୍ରସ୍ତୁତ କରାଯିବ-
(a) ଫର୍ମ ସଂଖ୍ୟା l0B ଯେଉଁଠାରେ,
(i) ଟ୍ରଷ୍ଟ କିମ୍ବା ଅନୁଷ୍ଠାନର ସମୁଦାୟ ଆୟ, ପୂର୍ବ ବର୍ଷରେ ପାଞ୍ଚ କୋଟିରୁ ଅଧିକ; କିମ୍ବା
(ii) ଏହିପରି ଟ୍ରଷ୍ଟ କିମ୍ବା ଅନୁଷ୍ଠାନ ପୂର୍ବ ବର୍ଷରେ କୌଣସି ବିଦେଶୀ ଯୋଗଦାନ ଗ୍ରହଣ କରିଛନ୍ତି; କିମ୍ବା
(iii) ଏଭଳି ଟ୍ରଷ୍ଟ କିମ୍ବା ଅନୁଷ୍ଠାନ ଗତ ବର୍ଷ ଭାରତ ବାହାରେ ଏହାର ଆୟର କୌଣସି ଅଂଶ ନିବେଶ କରିଛନ୍ତି;
(b) ଅନ୍ୟାନ୍ୟ କ୍ଷେତ୍ରରେ ଫର୍ମ୍ ସଂଖ୍ୟା 10BB
ନୂତନ ଫର୍ମ୍, ଫର୍ମ୍ ସଂଖ୍ୟା l0B/ଫର୍ମ୍ ସଂଖ୍ୟା l0BB, 2023ର ବିଜ୍ଞପ୍ତି ସଂଖ୍ୟା 7ଦିନାଙ୍କିତ ଫେବୃଆରୀ 21 ତାରିଖ 2023 ଦ୍ୱାରା ବିଜ୍ଞାପିତ କରାଯାଇଥିଲା। ଉପରୋକ୍ତ ନିର୍ଦ୍ଦେଶ ଆୟକର (ତୃତୀୟ ସଂଶୋଧନ) ନିୟମାବଳୀ, 2023 ଅଧିନରେ 01.04.2023 ଠାରୁ କାର୍ଯ୍ୟକାରୀ କରାଯାଇଛି ଓ ତେଣୁ ଏହା ଆୟକର ମୂଲ୍ୟାୟନ ବର୍ଷ 2023-24 ତଥା ପରବର୍ତ୍ତୀ ଆୟକର ମୂଲ୍ୟାୟନ ବର୍ଷଗୁଡ଼ିକ ପାଇଁ ପ୍ରଭାବଶାଳୀ ଅଟେ। ମୂଲ୍ୟାୟନ ବର୍ଷ 2023-24 ପାଇଁ ଏହିପରି ଅଡିଟ୍ ରିପୋର୍ଟ ଫାଇଲ କରିବାର ନିର୍ଦ୍ଧାରିତ ତାରିଖ 31 ଅକ୍ଟୋବର, 2023 ଥିଲା।
ବୋର୍ଡର ଦୃଷ୍ଟିଗୋଚର ହୋଇଛି ଯେ, ଅନେକ କ୍ଷେତ୍ରରେ ଟ୍ରଷ୍ଟ/ଅନୁଷ୍ଠାନଗୁଡ଼ିକ ଫର୍ମ ସଂଖ୍ୟା 10Bରେ ଅଡିଟ୍ ରିପୋର୍ଟ ଦାଖଲ କରିଛନ୍ତି, ଯଦିଓ ମୂଲ୍ୟାୟନ ବର୍ଷ 2023-24 ପାଇଁ ଫର୍ମ୍ ସଂଖ୍ୟା 10BB ଦାଖଲ କରିବାର ଥିଲା। ସେହିଭଳି, ଅନେକ କ୍ଷେତ୍ରରେ ଟ୍ରଷ୍ଟ୍/ଅନୁଷ୍ଠାନଗୁଡ଼ିକ ଫର୍ମ୍ ସଂଖ୍ୟା 10BBରେ ଅଡିଟ୍ ରିପୋର୍ଟ୍ ଦାଖଲ କରିଛନ୍ତି, ଯେତେବେଳେକି ମୂଲ୍ୟାୟନ ବର୍ଷ 2023-24 ପାଇଁ ଫର୍ମ୍ ସଂଖ୍ୟା 10Bରେ ଦାଖଲ କରିବାର ଥିଲା। ଯେମିତିକି ଉପରେ ଉଲ୍ଲେଖିତ ଅଛି ଯେ, ନିର୍ଦ୍ଧାରିତ ଅନୁମୋଦିତ ଫର୍ମରେ ଅଡିଟ୍ ରିପୋର୍ଟ୍ ଦାଖଲ ନକରିଲେ ଏଭଳି କ୍ଷେତ୍ରରେ ରିହାତି ପ୍ରଦାନ କରାଯିବ ନାହିଁ କାରଣ ଏହା ସେହି ସର୍ତ୍ତ ମଧ୍ୟରୁ ଗୋଟିଏ ଯାହାକୁ ରିହାତି ଦାବି ପାଇଁ ପୁରଣ କରିବା ଆବଶ୍ୟକ।
ଉପରୋକ୍ତ ପ୍ରସଙ୍ଗକୁ ଦୃଷ୍ଟିରେ ରଖି, କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ୍ ଅଧିନିୟମର ଧାରା 119 ଅଧିନରେ ନିଜ ଶକ୍ତି ପ୍ରୟୋଗ କରି ସେହି ଟ୍ରଷ୍ଟ୍/ଅନୁଷ୍ଠାନଙ୍କୁ, ଯେଉଁମାନେ ଫ୍ରର୍ମ୍ ସଂଖ୍ୟା 10Bରେ 31 ଅକ୍ଟୋବର,2023 ଦିନ କିମ୍ବା ତା ପୂର୍ବରୁ ଅଡିଟ୍ ରିପୋର୍ଟ୍ ଦାଖଲ କରିଛନ୍ତି, ଯେଉଁଠାରେ ଫର୍ମ୍ ସଂଖ୍ୟା 10BB ପ୍ରଯୋଜ୍ୟ ଥିଲା ଓ ଏହାର ବିପରୀତରେ, ଆୟକର ଅଧିନିୟମର, 1961ର ଧାରା 10ର ଖଣ୍ଡ (23C)ର ଦଶମ ପ୍ରାବଧାନର ଖଣ୍ଡ (b) ଓ ଧାରା 12Aର ଉପଧାରା (1)ର ଖଣ୍ଡ (b)ର ଉପଖଣ୍ଡ (ii) ଅଧିନରେ ମୂଲ୍ୟାୟନ ବର୍ଷ 2023-24 ପାଇଁ ପ୍ରଯୋଜ୍ୟ ଫର୍ମ୍ ସଂଖ୍ୟା 10B/10BBରେ 31 ମାର୍ଚ୍ଚ,2024 ଦିନ କିମ୍ବା ତା ପୂର୍ବରୁ ଅଡିଟ୍ ରିପୋର୍ଟ ଦାଖଲ କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ଦୟାକରି CBDT (କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ୍) ପରିପତ୍ର 2/2024 ଦିନାଙ୍କିତ: 05 ମାର୍ଚ୍ଚ 2024 କୁ ଦେଖନ୍ତୁ। ରିହାତି ଦାବି କରିବାକୁ ଦୟାକରି 31 ମାର୍ଚ୍ଚ 2024 ରେ କିମ୍ବା ଏହା ପୂର୍ବରୁ ମୂଲ୍ୟାୟନ ବର୍ଷ 2023-24 ପାଇଁ ସଠିକ୍ ନିର୍ଦ୍ଧାରିତ ଫର୍ମରେ ଅଡିଟ୍ ରିପୋର୍ଟ ଦାଖଲ କରନ୍ତୁ।