search-openmobilesearch
Do not have an account?
Already have an account?

1. ଅବଲୋକନ

"ବ୍ୟାଙ୍କ କାଉଣ୍ଟରରେ ଦେୟ" ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲ୍‌ରେ କର ପୈଠ www.incometax.gov.in (ପ୍ରାକ୍‌-ଲଗ୍‌ଇନ୍‌ କିମ୍ବା ଲଗ୍‌ଇନ୍‌-ପର ପଦ୍ଧତିରେ) ସମସ୍ତ କରଦାତାଙ୍କ ପାଇଁ ଉପଲବ୍ଧ।ଏହି ସେବା ସହିତ, ଆପଣ ଚାଲାଣ ଫର୍ମ (CRN) ସୃଷ୍ଟି କରିବା ସମୟରେ (ନଗଦ / ଚେକ୍ / ଡିମାଣ୍ଡ ଡ୍ରାଫ୍ଟ ମାଧ୍ୟମରେ) ଆପଣଙ୍କ ଦ୍ୱାରା ମନୋନୀତ ବ୍ୟାଙ୍କ କାଉଣ୍ଟରରେ ଅର୍ଥ ପୈଠ କରି କର ପୈଠ କରିପାରିବେ।

2. ଏହି ସେବା ପାଇବା ପାଇଁ ପ୍ରାକ୍‌ ଆବଶ୍ୟକତାଗୁଡ଼ିକ

ଆପଣ ପ୍ରାକ୍-ଲଗ୍ଇନ୍ (ଇ-ଫାଇଲିଂ ପୋର୍ଟାଲରେ ଲଗ୍‌ଇନ୍‌ କରିବା ପୂର୍ବରୁ) କିମ୍ବା ଲଗ୍‌ଇନ୍‌-ପର (ଇ-ଫାଇଲିଂ ପୋର୍ଟାଲରେ ଲଗ୍‌ଇନ୍‌ କରିବା ପରେ) ପଦ୍ଧତିରେ "ବ୍ୟାଙ୍କ କାଉଣ୍ଟରରେ ଦେୟ ପୈଠ" ବ୍ୟବହାର କରି କର ପୈଠ କରିପାରିବେ।

ଏହି ବିକଳ୍ପ ଗୋଟିଏ କମ୍ପାନୀ କିମ୍ବା ଜଣେ ବ୍ୟକ୍ତି (ଏକ କମ୍ପାନୀ ବ୍ୟତୀତ) ଦ୍ୱାରା ବ୍ୟବହାର ହୋଇପାରିବ ନାହିଁ ଯାହାଙ୍କ ପାଇଁ CBDTର ବିଜ୍ଞପ୍ତି 34/2008 ଅନୁଯାୟୀ ଧାରା 44ABର ବ୍ୟବସ୍ଥା ପ୍ରଯୋଜ୍ୟ।


କରଦାତା ଅଧିସ୍ୱୀକୃତ ବ୍ୟାଙ୍କ କାଉଣ୍ଟରରେ କର ପୈଠ କରିବା ପାଇଁ ଏହି ପଦ୍ଧତି ବ୍ୟବହାର କରିପାରିବେ।

  • ଦେୟ ପୈଠ ପାଇଁ ଦେୟ ସାଧନ (ନଗଦ, ଚେକ୍ କିମ୍ବା ଡିମାଣ୍ଡ ଡ୍ରାଫ୍ଟ) ସହିତ ସ୍ୱାକ୍ଷରିତ ଚାଲାଣ ଫର୍ମ ଚୟନ କରଥିବା ଅଧିସ୍ୱୀକୃତ ବ୍ୟାଙ୍କ ଶାଖାରେ ପୈଠ କରିବା ପାଇଁ ଉପସ୍ଥାପନ କରାଯିବା ଆବଶ୍ୟକ।
  • 10,000 (କେବଳ ଦଶ ହଜାର ଟଙ୍କା)ରୁ ଅଧିକ ନଗଦ ଆକାରରେ କର ପୈଠ ଏହି ପଦ୍ଧତି ଅଧୀନରେ ଅନୁମୋଦିତ ନୁହେଁ।
  • ଏହି ମାଧ୍ୟମରେ କର ପୈଠ ପାଇଁ କୌଣସି ନେଣଦେଣ ଦେୟ/ଶୁଳ୍କ ପ୍ରଯୋଜ୍ୟ ନୁହେଁ।

 

ବିକଳ୍ପ

ପ୍ରାକ୍ ଆବଶ୍ୟକତା

ପ୍ରାକ୍-ଲଗ୍ଇନ୍

  • ବୈଧ PAN/TAN ଯାହା ପାଇଁ କର ପୈଠ କରାଯିବ;
  • ଏକକାଳୀନ ପାସୱାର୍ଡ ପାଇବା ପାଇଁ ବୈଧ ମୋବାଇଲ୍ ନମ୍ବର।

ଲଗ୍ଇନ୍-ପର

  • ଇ-ଫାଇଲିଂ ପୋର୍ଟାଲରେ ପଞ୍ଜୀକୃତ ଉପଭୋକ୍ତା www.incometax.gov.in ଏବଂ

ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ:

  • ବର୍ତ୍ତମାନ ସୁଦ୍ଧା, ଓଭର ଦ କାଉଣ୍ଟର (OTC) ମାଧ୍ୟମରେ ଇ-ଫାଇଲିଂ ପୋର୍ଟାଲ (କର ଇ-ପୈଠ ସେବା)ରେ କର ପୈଠ ଅଧିସ୍ୱୀକୃତ ବ୍ୟାଙ୍କ ଯଥା: ଆକ୍ସିସ୍ ବ୍ୟାଙ୍କ, ବନ୍ଧନ ବ୍ୟାଙ୍କ, ବରୋଦା ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ, କାନାରା ବ୍ୟାଙ୍କ, ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ସିଟି ୟୁନିଅନ୍ ବ୍ୟାଙ୍କ ଲିମିଟେଡ୍, DCB ବ୍ୟାଙ୍କ, ଫେଡେରାଲ୍ ବ୍ୟାଙ୍କ, HDFC ବ୍ୟାଙ୍କ, ICICI ବ୍ୟାଙ୍କ, IDBI ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ, ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କ, ଇଣ୍ଡସଇଣ୍ଡ ବ୍ୟାଙ୍କ, ଜମ୍ମୁ ଆଣ୍ଡ କାଶ୍ମୀର ବ୍ୟାଙ୍କ ଲିମିଟେଡ୍‌, କରୁର ବୈଶ୍ୟ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର, ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, ପଞ୍ଜାବ ଆଣ୍ଡ୍‌ ସିନ୍ଧ ବ୍ୟାଙ୍କ, RBI, RBL ବ୍ୟାଙ୍କ, ସାଉଥ୍‌ ଇଣ୍ଡିଆନ ବ୍ୟାଙ୍କ, ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, UCO ବ୍ୟାଙ୍କ ଏବଂ ଯୁନିଅନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ମାଧ୍ୟମରେ ଉପଲବ୍ଧ ଅଛି।
  • ଇ-ଫାଇଲିଂ ପୋର୍ଟାଲରେ କର ଇ-ପୈଠ ସେବା ବ୍ୟବହାର କରି ଏକ CRN ସୃଷ୍ଟି କରିବା ପରେ ହିଁ ଏହି ସୁବିଧା ଉପଲବ୍ଧ ହେବା ଆବଶ୍ୟକ।
  • ଏହି ଦୁଇଟି ବ୍ୟାଙ୍କର OTC ପଦ୍ଧତିରେ ବ୍ୟବହାର କରି ପୈଠ କରିବା ପାଇଁ କରଦାତାଙ୍କୁ ବ୍ୟାଙ୍କ କାଉଣ୍ଟରକୁ ଚାଲାଣ ଫର୍ମ ନେଇ ଯିବାକୁ ପଡ଼ିବ।
  • ଦୟାକରି ଧ୍ୟାନ ଦିଅନ୍ତୁ: ଉପରୋକ୍ତ ବ୍ୟାଙ୍କ ତାଲିକା ଗତିଶୀଳ ପ୍ରକୃତିର, ଭବିଷ୍ୟତ ତାରିଖରେ ବ୍ୟାଙ୍କଗୁଡ଼ିକ ଯୋଡ଼ା ଯାଇପାରିବ କିମ୍ବା ଅପସାରଣ କରାଯାଇପାରିବ। ଏହି ସୂଚନା 25 ଜୁଲାଇ,2023 ପର୍ଯ୍ୟନ୍ତ ଅଟେ।

3. ପର୍ଯ୍ୟାୟ କ୍ରମିକ ମାର୍ଗଦର୍ଶିକା

3.1. ଏକ ନୂତନ ଚାଲାଣ ଫର୍ମ (CRN) ସୃଷ୍ଟି କରିବା ପରେ ଦେୟ ପୈଠ କରନ୍ତୁ - ଲଗ୍ଇନ୍-ପର ସେବା। TDS ପୈଠ କରିବାକୁ, ଏହି ଅନୁଚ୍ଛେଦର 1 ରୁ 4 ସୋପାନ ଅନୁସରଣ କରନ୍ତୁ ଏବଂ ତା'ପରେ ଅନୁଚ୍ଛେଦ 3.3 ର 5-10 ସୋପାନକୁ ଅନୁସରଣ କରନ୍ତୁ।

ସୋପାନ 1: ଆପଣଙ୍କର ଉପଭୋକ୍ତା ID ଏବଂ ପାସ୍‌ୱାର୍ଡ ସହିତ ଇ-ଫାଇଲିଂ ପୋର୍ଟାଲ୍‌ରେ ଲଗ୍‌ଇନ୍ କରନ୍ତୁ।

_.

ସୋପାନ 2: ଡ୍ୟାଶ୍‌ବୋର୍ଡରେ, ଇ-ଫାଇଲ୍ > କର ଇ-ପୈଠ କରନ୍ତୁରେ କ୍ଲିକ୍ କରନ୍ତୁ। ଆପଣଙ୍କୁ କର ଇ-ପୈଠ କରନ୍ତୁକୁ ନେଭିଗେଟ୍ କରାଯିବ।

ସୋପାନ 3:କର ଇ-ପୈଠ କରନ୍ତୁ ପୃଷ୍ଠାରେ, ଅନ୍‌ଲାଇନ୍ କର ପୈଠ ଆରମ୍ଭ କରିବା ପାଇଁ ନୂତନ ପୈଠ ବିକଳ୍ପରେ କ୍ଲିକ୍ କରନ୍ତୁ।

ଟିପ୍ପଣୀ: ଏହି ପଦ୍ଧତି ମାଧ୍ୟମରେ କର ପୈଠ ବର୍ତ୍ତମାନ ଅଧିସ୍ୱୀକୃତ ବ୍ୟାଙ୍କ ଯଥା: ଆକ୍ସିସ୍ ବ୍ୟାଙ୍କ, ବନ୍ଧନ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ବରୋଦା, ବ୍ୟାଙ୍କ ଅଫ୍ ଇଣ୍ଡିଆ, କାନାରା ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ସିଟି ୟୁନିଅନ୍ ବ୍ୟାଙ୍କ ଲିମିଟେଡ୍, DCB ବ୍ୟାଙ୍କ, ଫେଡେରାଲ୍ ବ୍ୟାଙ୍କ, HDFC ବ୍ୟାଙ୍କ, ICICI ବ୍ୟାଙ୍କ, IDB ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ, ଇଣ୍ଡିଆନ ଓଭରସିଜ ବ୍ୟାଙ୍କ, ଇଣ୍ଡସଇଣ୍ଡ ବ୍ୟାଙ୍କ, ଜାମୁ ଆଣ୍ଡ କାଶ୍ମୀର ବ୍ୟାଙ୍କ ଲିମିଟେଡ୍, କରୁର ବୈଶ୍ୟ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର , ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, ପଞ୍ଜାବ ଆଣ୍ଡ୍‌ ସିନ୍ଧ ବ୍ୟାଙ୍କ, RBI, RBL ବ୍ୟାଙ୍କ ଲିମିଟେଡ୍‌, ସାଉଥ୍‌ ଇଣ୍ଡିଆନ ବ୍ୟାଙ୍କ, ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, UCO ବ୍ୟାଙ୍କ ଏବଂ ୟୁନିଅନ୍ ବ୍ୟାଙ୍କ ଉପଲବ୍ଧ।

ଦୟାକରି ଧ୍ୟାନ ଦିଅନ୍ତୁ ଯେ ଉପରୋକ୍ତ ବ୍ୟାଙ୍କ ତାଲିକା ଗତିଶୀଳ ପ୍ରକୃତିର, ଭବିଷ୍ୟତ ତାରିଖରେ ବ୍ୟାଙ୍କଗୁଡ଼ିକ ଯୋଡ଼ା ଯାଇପାରିବ କିମ୍ବା ଅପସାରଣ କରାଯାଇପାରିବ। ଏହି ସୂଚନା 25 ଜୁଲାଇ,2023 ପର୍ଯ୍ୟନ୍ତ ଅଟେ।

ସୋପାନ 4: ନୂତନ ପୈଠ ପୃଷ୍ଠାରେ, ଆପଣଙ୍କ ପାଇଁ ପ୍ରଯୋଜ୍ୟ କର ପୈଠ ଟାଇଲ୍ ଉପରେ ଆଗକୁ ବଢ଼ନ୍ତୁରେ କ୍ଲିକ୍ କରନ୍ତୁ।

ସୋପାନ 5: ପ୍ରଯୋଜ୍ୟ କର ପୈଠ ଶୀର୍ଷକ, ଚୟନ କରିବା ପରେ ମୂଲ୍ୟାୟନ ବର୍ଷ, ଲଘୁ ଶୀର୍ଷକ, ଅନ୍ୟାନ୍ୟ ବିବରଣୀ (ପ୍ରଯୋଜ୍ୟ) ଚୟନ କରନ୍ତୁ ଏବଂ ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ।

ସୋପାନ 6: କର ବିଭାଜନ ବିବରଣୀ ଯୋଡ଼ନ୍ତୁ ପୃଷ୍ଠାରେ, ମୋଟ କର ପୈଠ ପରିମାଣର ବିଭାଜନ ଯୋଡ଼ନ୍ତୁ ଏବଂ ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ।

ସୋପାନ 7: ଚୟନ କରାଯାଇଥିବା ପୈଠ ପଦ୍ଧତି ପୃଷ୍ଠାରେ, ବ୍ୟାଙ୍କ କାଉଣ୍ଟରରେ ପୈଠ ପଦ୍ଧତି ଚୟନ କରନ୍ତୁ ଏବଂ ଚେକ୍, ନଗଦ କିମ୍ବା ଡିମାଣ୍ଡ ଡ୍ରାଫ୍ଟ ମାଧ୍ୟମରେ ଦେୟ ଚୟନ କରନ୍ତୁ ଏବଂ ତା'ପରେ, ବିକଳ୍ପରୁ ବ୍ୟାଙ୍କ ନାମ ଚୟନ କରନ୍ତୁ ଏବଂ ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ।

ସୋପାନ 8: ପୂର୍ବାବଲୋକନ ଏବଂ ଚାଲାଣ ଫର୍ମ ଡାଉନଲୋଡ୍ କରନ୍ତୁ ପୃଷ୍ଠାରେ, ବିବରଣୀ ଏବଂ କର ବିଭାଜନ ବିବରଣୀ ସତ୍ୟାପନ କରନ୍ତୁ ଏବଂ ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ।

ସୋପାନ 9: ଚାଲାଣ ଫର୍ମ ସଫଳତାର ସହ ସୃଷ୍ଟି ହେବ। ଚାଲାଣ ଫର୍ମ (CRN) ମୁଦ୍ରଣ କରନ୍ତୁ ଏବଂ ଦେୟ ପୈଠ ପାଇଁ ଚୟନ କରିଥିବା ବ୍ୟାଙ୍କର କୌଣସି ଶାଖା ପରିଦର୍ଶନ କରନ୍ତୁ।

ଟିପ୍ପଣୀ: ସଫଳତାପୂର୍ବକ ଦେୟ ପୈଠ କରିବା ପରେ, ଇ-ଫାଇଲିଂ ପୋର୍ଟାଲରେ ପଞ୍ଜୀକୃତ ମୋବାଇଲ ନମ୍ବର ଓ ଇ-ମେଲ୍ IDରେ ଗୋଟିଏ ନିଶ୍ଚିତକରଣ ଇ-ମେଲ ଏବଂ ଗୋଟିଏ SMS ପାଇବେ। ଥରେ ପୈଠ ସଫଳ ହେବା ପରେ, ପୈଠ ବିବରଣୀ ଏବଂ ଚାଲାଣ ରସିଦ କର ଇ-ପୈଠ କରନ୍ତୁ ପୃଷ୍ଠାରେ ପୈଠ ଇତିହାସ ଟ୍ୟାବ୍‌ ଅଧୀନରେ ଉପଲବ୍ଧ ହେବ।

3.2. ଇ-ଫାଇଲିଂ ପୋର୍ଟାଲ୍‌ରେ ଲଗ୍‌ଇନ୍ ନକରି କର ପୈଠ କରନ୍ତୁ - ପ୍ରାକ୍-ଲଗ୍ଇନ୍ ସେବା। TDS ପୈଠ କରିବାକୁ, ଏହି ଅନୁଚ୍ଛେଦର 1 ରୁ 4 ସୋପାନ ଅନୁସରଣ କରନ୍ତୁ ଏବଂ ତା'ପରେ ଅନୁଚ୍ଛେଦ 3.3 ର 5-10 ସୋପାନକୁ ଅନୁସରଣ କରନ୍ତୁ।


ସୋପାନ 1: ଇ-ଫାଇଲିଂ ପୋର୍ଟାଲ୍ www.incometax.gov.in କୁ ଯାଆନ୍ତୁ ଏବଂ କର ଇ-ପୈଠ କରନ୍ତୁରେ କ୍ଲିକ୍ କରନ୍ତୁ।

ସୋପାନ 2: କର ଇ-ପୈଠ କରନ୍ତୁ ପୃଷ୍ଠାରେ, ଆବଶ୍ୟକ ବିବରଣୀ ପୂରଣ କରନ୍ତୁ ଏବଂ ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ।

 

ସୋପାନ 3:OTP ସତ୍ୟାପନ ପୃଷ୍ଠାରେ, ସୋପାନ 2ରେ ଭରାଯାଇଥିବା ମୋବାଇଲ୍ ନମ୍ବରରେ ପ୍ରାପ୍ତ 6-ଅଙ୍କ ବିଶିଷ୍ଟ OTP ଭରନ୍ତୁ ଏବଂ ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ।

ସୋପାନ 4: OTP ଯାଞ୍ଚ ପରେ, ଆପଣଙ୍କ PAN/TAN ଏବଂ ଆପଣଙ୍କ ମାସ୍କ ହୋଇଥିବା ନାମ ସହିତ ଏକ ସଫଳତା ସନ୍ଦେଶ ପ୍ରଦର୍ଶିତ ହେବ। ଆଗକୁ ବଢ଼ିବା ପାଇଁ ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।

ସୋପାନ 5: କର ଇ-ପୈଠ କରନ୍ତୁ ପୃଷ୍ଠାରେ, ଆପଣଙ୍କ ପାଇଁ ପ୍ରଯୋଜ୍ୟ କର ପୈଠ ବର୍ଗରେ ଆଗକୁ ବଢ଼ନ୍ତୁରେ କ୍ଲିକ୍ କରନ୍ତୁ। TDS ପୈଠ କରିବାକୁ, ଅନୁଚ୍ଛେଦ 3.2 ର 5-10 ସୋପାନ ଅନୁସରଣ କରନ୍ତୁ।

ସୋପାନ 6: ପ୍ରଯୋଜ୍ୟ କର ପୈଠ ଟାଇଲ୍ ଚୟନ କରିବା ପରେ, ନିର୍ଦ୍ଧାରଣ ବର୍ଷ, ଲଘୁ ଶୀର୍ଷକ, ଅନ୍ୟାନ୍ୟ ବିବରଣୀ (ପ୍ରଯୋଜ୍ୟ) ଚୟନ କରନ୍ତୁ ଏବଂ ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ।

ସୋପାନ 7: କର ବିଭାଜନ ବିବରଣୀ ଯୋଡ଼ନ୍ତୁ ପୃଷ୍ଠାରେ, ମୋଟ କର ପୈଠ ପରିମାଣର ବିଭାଜନ ଯୋଡନ୍ତୁ ଏବଂ ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ।

ସୋପାନ 8:ପୈଠ ପଦ୍ଧତି ଚୟନ କରନ୍ତୁ ପୃଷ୍ଠାରେ, ବ୍ୟାଙ୍କ କାଉଣ୍ଟରରେ ପୈଠ କରନ୍ତୁ ପଦ୍ଧତି ଚୟନ କରନ୍ତୁ ଏବଂ ଚେକ୍, ନଗଦ କିମ୍ବା ଡିମାଣ୍ଡ ଡ୍ରାଫ୍ଟ ମାଧ୍ୟମରେ ପୈଠ ଚୟନ କରନ୍ତୁ ଏବଂ ତା'ପରେ, ବିକଳ୍ପରୁ ବ୍ୟାଙ୍କ ନାମ ଚୟନ କରନ୍ତୁ ଏବଂ ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ।

ସୋପାନ 9: ପୂର୍ବାବଲୋକନ ଏବଂ ଚାଲାଣ ଫର୍ମ ଡାଉନଲୋଡ୍ କରନ୍ତୁ ପୃଷ୍ଠାରେ, ବିବରଣୀ ଏବଂ କର ବିଭାଜନ ବିବରଣୀ ସତ୍ୟାପନ କରନ୍ତୁ ଏବଂ ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ।

01

ସୋପାନ 10: ଚାଲାଣ ଫର୍ମ ସଫଳତାର ସହ ସୃଷ୍ଟି ହେବ। ଚାଲାଣ ଫର୍ମ (CRN) ମୁଦ୍ରଣ କରନ୍ତୁ ଏବଂ ଦେୟ ପୈଠ ପାଇଁ ଚୟନ କରିଥିବା ବ୍ୟାଙ୍କର କୌଣସି ଶାଖା ପରିଦର୍ଶନ କରନ୍ତୁ।

18

 

ଟିପ୍ପଣୀ: ସଫଳତା ସହ ଦେୟ ପୈଠ ପରେ, ଆପଣ ଇ-ମେଲ୍ ଆଇଡି ଏବଂ ଇ-ଫାଇଲିଂ ପୋର୍ଟାଲରେ ପଞ୍ଜୀକୃତ ଇ-ମେଲ୍‌ ID ଏବଂ ମୋବାଇଲ୍ ନମ୍ବରରେ ଏକ ନିଶ୍ଚିତକରଣ ଇ-ମେଲ୍ ଏବଂ ଗୋଟିଏ SMS ପାଇବେ। ଥରେ ଦେୟ ସଫଳ ହେବା ପରେ, ଭବିଷ୍ୟତ ପ୍ରସଙ୍ଗରେ ଚାଲାଣ ରସିଦ ଡାଉନଲୋଡ୍ ହୋଇପାରିବ। ଲଗ୍‌ଇନ୍‌ ପରେ କର ଇ-ପୈଠ କରନ୍ତୁ ପୃଷ୍ଠାର ପୈଠ ଇତିହାସ ଟ୍ୟାବ ଅଧୀନରେ ପୈଠ ଏବଂ ଚାଲାଣ ରସିଦର ବିବରଣୀ ମଧ୍ୟ ଉପଲବ୍ଧ।

 

3.3 ବ୍ୟାଙ୍କ କାଉଣ୍ଟରରେ ପୈଠ କରନ୍ତୁ ବ୍ୟବହାର କରି TDS ପୈଠ କରନ୍ତୁ

ସୋପାନ 5: କର ଇ-ପୈଠ କରନ୍ତୁ’ ପୃଷ୍ଠାରେ, ଆପଣଙ୍କ ପାଇଁ ପ୍ରଯୋଜ୍ୟ ଏକ କର ପୈଠ ବର୍ଗ ଉପରେ ଆଗକୁ ବଢ଼ନ୍ତୁରେ କ୍ଲିକ୍ କରନ୍ତୁ।

19

ସୋପାନ 6: ନିର୍ଦ୍ଧାରଣ ବର୍ଷ ଏବଂ TDS ପୈଠ କରନ୍ତୁ ଟାଇଲ୍ ଚୟନ କରିବା ପରେ, ଲଘୁ ଶୀର୍ଷକ (ପ୍ରଯୋଜ୍ୟତା ଅନୁସାରେ) ଚୟନ କରନ୍ତୁ ଏବଂ ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ।

20

ସୋପାନ 7: କର ବିଭାଜନ ବିବରଣୀ ଯୋଡ଼ନ୍ତୁ ପୃଷ୍ଠାରେ, ମୋଟ କର ପୈଠ ପରିମାଣର ବିଭାଜନ ଯୋଡନ୍ତୁ ଏବଂ ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ।

21

ସୋପାନ 8: ଦେୟ ପୈଠ ପଦ୍ଧତି ପୃଷ୍ଠାରେ, ବ୍ୟାଙ୍କ କାଉଣ୍ଟରରେ ପୈଠ ପଦ୍ଧତି ଚୟନ କରନ୍ତୁ ଏବଂ ଚେକ୍, ନଗଦ, ଡିମାଣ୍ଡ ଡ୍ରାଫ୍ଟ କିମ୍ବା ଆଭ୍ୟନ୍ତରୀଣ ସ୍ଥାନାନ୍ତର (କେବଳ RBI ପାଇଁ ପ୍ରଯୋଜ୍ୟ) ମାଧ୍ୟମରେ ଦେୟ ଚୟନ କରନ୍ତୁ ଏବଂ ତା'ପରେ, ବିକଳ୍ପରୁ ବ୍ୟାଙ୍କ ନାମ ଚୟନ କରନ୍ତୁ ଏବଂ ଜାରି ରଖନ୍ତୁ ରେ କ୍ଲିକ୍ କରନ୍ତୁ।

22

ସୋପାନ 9: ପୂର୍ବାବଲୋକନ ଏବଂ ଚାଲାଣ ଫର୍ମ ଡାଉନଲୋଡ୍ କରନ୍ତୁ ପୃଷ୍ଠାରେ, ବିବରଣୀ ଏବଂ କର ବିଭାଜନ ବିବରଣୀ ସତ୍ୟାପନ କରନ୍ତୁ ଏବଂ ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ।

23

ସୋପାନ 10: ଚାଲାଣ ଫର୍ମ ସଫଳତାର ସହ ସୃଷ୍ଟି ହେବ। ଚାଲାଣ ଫର୍ମ (CRN) ମୁଦ୍ରଣ କରନ୍ତୁ ଏବଂ ଦେୟ ପୈଠ ପାଇଁ ଚୟନ କରିଥିବା ବ୍ୟାଙ୍କର କୌଣସି ଶାଖା ପରିଦର୍ଶନ କରନ୍ତୁ।

24

ଟିପ୍ପଣୀ: ସଫଳତା ସହ ଦେୟ ପୈଠ ପରେ, ଆପଣ ଇ-ମେଲ୍ ଆଇଡି ଏବଂ ଇ-ଫାଇଲିଂ ପୋର୍ଟାଲରେ ପଞ୍ଜୀକୃତ ଇ-ମେଲ୍‌ ID ଏବଂ ମୋବାଇଲ୍ ନମ୍ବରରେ ଏକ ନିଶ୍ଚିତକରଣ ଇ-ମେଲ୍ ଏବଂ ଗୋଟିଏ SMS ପାଇବେ। ଥରେ ଦେୟ ସଫଳ ହେବା ପରେ, ଭବିଷ୍ୟତ ପ୍ରସଙ୍ଗରେ ଚାଲାଣ ରସିଦ ଡାଉନଲୋଡ୍ ହୋଇପାରିବ। ଲଗ୍‌ଇନ୍‌ ପରେ କର ଇ-ପୈଠ କରନ୍ତୁ ପୃଷ୍ଠାର ପୈଠ ଇତିହାସ ଟ୍ୟାବ ଅଧୀନରେ ପୈଠ ଏବଂ ଚାଲାଣ ରସିଦର ବିବରଣୀ ମଧ୍ୟ ଉପଲବ୍ଧ।