search-openmobilesearch
Do not have an account?
Already have an account?

Know Your AO

1. କିଏ ଜଣେ ମୂଲ୍ୟାୟନ ଅଧିକାରୀ (ଏ.ଓ.) ?
ଜଣେ ମୂଲ୍ୟାୟନ ଅଧିକାରୀ (ଏ.ଓ.) ଆୟକର ବିଭାଗର ଜଣେ ଅଧିକାରୀ ଅଟନ୍ତି, ଯିଏ ନିଜ କ୍ଷେତ୍ରାଧିକାରରେ କରଦାତାଙ୍କ ଦ୍ୱାରା ଫାଇଲ କରା ଯାଇଥିବା ଆୟକର ରିଟର୍ନର ସଠିକତାର ସୁନିଶ୍ଚିନ୍ତତା ପାଇଁ ଉତ୍ତରଦାୟୀ ହୋଇଥାନ୍ତି।

2. କେବେ ମୁଁ ମୋର ଏ.ଓ. ଙ୍କ ସହିତ ଯୋଗାଯୋଗ କରିବା ଆବଶ୍ଯକ?
ଯଦି ଆପଣଙ୍କ ଫାଇଲିଂରେ କୌଣସି ସମସ୍ୟା ନାହିଁ, ତେବେ ଆପଣଙ୍କୁ ଆପଣଙ୍କର AOଙ୍କ ସହିତ ଯୋଗାଯୋଗ କରିବାର ଆବଶ୍ୟକତା ନାହିଁ। ଏକ ସାଧାରଣ ନିୟମ ଭାବରେ, ITD ସମସ୍ତ କରଦାତା ସେବାକୁ ପ୍ରତ୍ୟେକ୍ଷ ଯୋଗାଯୋଗ ବିନା ଅନଲାଇନ୍ ମାଧ୍ୟମରେ ପ୍ରଦାନ କରିବାର ପ୍ରୟାସ କରେ। ତଥାପି, କେତେକ ନିର୍ଦ୍ଦିଷ୍ଟ ବ୍ୟତିକ୍ରମ ପରିସ୍ଥିତିରେ, ଆଇ.ଟି.ଡି. ଆପଣଙ୍କୁ ଆପଣଙ୍କର କ୍ଷେତ୍ରାଧିକାର ଏ.ଓ.ଙ୍କ ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରିପାରେ।

3. ଆପଣଙ୍କର ଏ.ଓ. ସମ୍ବନ୍ଧରେ ଜାଣନ୍ତୁ - ଏହି ସେବାର ଉପଭୋଗ କରିବାକୁ ମୋତେ ଇ-ଫାଇଲିଂ‌ ପୋର୍ଟାଲରେ ମୋର ପଞ୍ଜୀକୃତ ମୋବାଇଲ୍ ନମ୍ବର ବ୍ୟବହାର କରିବା ଆବଶ୍ୟକ କି?
ଏହି ସେବା ଉପଭୋଗ କରିବା ପାଇଁ ଆପଣ ଯେକୌଣସି ବୈଧ ମୋବାଇଲ୍ ନମ୍ବର ବ୍ୟବହାର କରିପାରିବେ।

4. ମୁଁ ଏକ ଭିନ୍ନ ସହର/ରାଜ୍ୟକୁ ସ୍ଥାନାନ୍ତର ହୋଇଛି, ମୋତେ ମୋର ଏ.ଓ. ପରିବର୍ତ୍ତନ କରିବା ଆବଶ୍ୟକ କି?
ହଁ। ଯେତେବେଳେ ଆପଣ ଆପଣଙ୍କର ସ୍ଥାୟୀ ଠିକଣା କିମ୍ବା ଆବାସିକ ଠିକଣାକୁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର କରନ୍ତି, ସେତେବେଳେ ଆପଣଙ୍କ PAN ନୂତନ AOଙ୍କୁ ହସ୍ତାନ୍ତରିତ ହେବା ଆବଶ୍ୟକ। ଯଦିଓ ଆୟକର ବିଭାଗ କରଦାତାମାନଙ୍କୁ ଅନ୍‌ଲାଇନ୍‌ ମାଧ୍ୟମରେ ସମସ୍ତ ଆବଶ୍ୟକୀୟ ସେବା ପ୍ରଦାନ କରିବାର ପ୍ରୟାସ କରେ, ତଥାପି ବିରଳ ସମୟରେ ଆପଣଙ୍କୁ ଆପଣଙ୍କ AOଙ୍କ ସହିତ ଯୋଗାଯୋଗ କରିବାକୁ ପଡିପାରେ। ତେଣୁ, ଆପଣଙ୍କ PAN ଉପଯୁକ୍ତ କ୍ଷେତ୍ରାଧିକାର AOଙ୍କୁ ସ୍ଥାନାନ୍ତରିତ ହେବା ଆପଣଙ୍କ ପାଇଁ ହିତକର, ତେଣୁ ଯେତେବେଳେ ଆବଶ୍ୟକ ହେବ ଆପଣ ସହଜରେ ତାଙ୍କ ସହିତ ଯୋଗାଯୋଗ କରିପାରିବେ।

5. ଆୟକର ୱାର୍ଡ/ସର୍କଲ୍ କ’ଣ?
ଆୟକର ସମ୍ବନ୍ଧୀୟ ସେବା/କାର୍ଯ୍ୟର ପ୍ରଭାବଶାଳୀ ପ୍ରଶାସନ ପାଇଁ, ନିର୍ଦ୍ଦିଷ୍ଟ କ୍ଷେତ୍ରାଧିକାର ଆଧାରରେ ସାରା ଦେଶରେ ଅନେକ ୱାର୍ଡ/ସର୍କଲ ସ୍ଥାପନ କରାଯାଇଛି। ପ୍ରତ୍ୟେକ ୱାର୍ଡ/ସର୍କଲର ଡି.ସି.ଆଇ.ଟି / ଏ.ସି.ଆଇ.ଟି କିମ୍ବା ଆଇ.ଟି.ଓ ଭାବରେ ଜଣେ କ୍ଷେତ୍ରାଧିକାର ଏ.ଓ ଅଛନ୍ତି ।

6. ମୋର ପ୍ୟାନ୍‌କୁ ଜଣେ ନୂତନ ଏ.ଓ. ଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ମୋତେ କ’ଣ କରିବା ଦରକାର?
ଆପଣଙ୍କର PANକୁ ଆପଣଙ୍କର ସାମ୍ପ୍ରତିକ କ୍ଷେତ୍ରାଧିକାର AOଙ୍କୁ ହସ୍ତାନ୍ତର କରିବା ପାଇଁ ଆପଣଙ୍କୁ ଏକ ଆବେଦନ ଫାଇଲ୍ କରିବାକୁ ହେବ। ଏହି ପ୍ରକ୍ରିୟାରେ ନିମ୍ନୋକ୍ତଗୁଡ଼ିକ ଅନ୍ତର୍ଭୁକ୍ତ:

  1. ଠିକଣା ପରିବର୍ତ୍ତନର କାରଣ ଦର୍ଶାଇ ଆପଣଙ୍କର ବର୍ତ୍ତମାନ ଏ.ଓ.ଙ୍କୁ ଏକ ଆବେଦନ ପତ୍ର ଲେଖନ୍ତୁ।
  2. ନୂତନ ଏ.ଓ.ଙ୍କୁ ପରିବର୍ତ୍ତନ ପାଇଁ ବର୍ତ୍ତମାନର ଏ.ଓ.ଙ୍କୁ ଆବେଦନ କରିବାକୁ ଅନୁରୋଧ କରି ଏକ ଆବେଦନପତ୍ର ଲେଖନ୍ତୁ।
  3. ବର୍ତ୍ତମାନର ଏ.ଓ.ଙ୍କୁ ଏହି ଆବେଦନ ଗ୍ରହଣ କରିବାକୁ ହେବ।
  4. ଥରେ ଅନୁମୋଦନ ପାଇଲା ପରେ ଆବେଦନଟି ଆୟକର ଆୟୁକ୍ତଙ୍କ ନିକଟକୁ ପଠାଯାଏ।
  5. କମିଶନରଙ୍କ ଅନୁମୋଦନ ପରେ ଏ.ଓ.ଙ୍କୁ ପରିବର୍ତ୍ତନ କରାଯାଇଥାଏ।

ଆପଣଙ୍କ ନୂତନ ଠିକଣା ଉପରେ ଆଧାର କରି ଆପଣଙ୍କର ପ୍ୟାନ୍ ନୂତନ ଏ.ଓ.ଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ଆପଣଙ୍କର ବର୍ତ୍ତମାନ ଏ.ଓ.ଙ୍କୁ ଏକ ଲିଖିତ ଅନୁରୋଧ କରିବା ଆବଶ୍ୟକ।

7. ମୁଁ କିପରି ଜାଣିବି ଯେ ମୋର ପ୍ୟାନ୍ ନୂତନ ଏ.ଓ.ଙ୍କୁ ସ୍ଥାନାନ୍ତରିତ ହୋଇଛି?
ଆପଣଙ୍କ PAN ପାଇଁ କ୍ଷେତ୍ରାଧିକାର AOଙ୍କ ସାମ୍ପ୍ରତିକ ସ୍ଥିତି ଇ-ଫାଇଲିଂ ପୋର୍ଟାଲ୍ > ଆପଣଙ୍କର AOଙ୍କୁ ଜାଣନ୍ତୁରେ ସତ୍ୟାପନ କରାଯାଇପାରିବ। ଏହି ସେବା ବ୍ୟବହାର କରିବା ପାଇଁ ଆପଣଙ୍କୁ ପଞ୍ଜିକରଣ କିମ୍ବା ଲଗ୍ଇନ୍ କରିବାକୁ ପଡିବ ନାହିଁ।

 

ପେଜ୍‌ଟି ଶେଷଥର ସମୀକ୍ଷା କିମ୍ବା ଅଦ୍ୟତନ ହୋଇଛି: 21-ନଭେମ୍ବର-2024