ଆୟକର ଅଧିନିୟମ, 1961ର ଧାରା 285B ଅଧୀନରେ ଏକ ସିନେମାଟୋଗ୍ରାଫ୍ ଚଳଚ୍ଚିତ୍ର ନିର୍ମାଣ କରୁଥିବା କିମ୍ବା ନିର୍ଦ୍ଧାରିତ କାର୍ଯ୍ୟକଳାପରେ ନିୟୋଜିତ କାର୍ଯ୍ୟ କିମ୍ବା ଉଭୟ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିଙ୍କ ଦ୍ୱାରା ପ୍ରଦାନ କରିବାକୁ ଥିବା ବିବୃତି।
ପ୍ରଶ୍ନ 1:
ଇ-ଫାଇଲିଂ ପୋର୍ଟାଲ୍ରେ କିଏ ଫର୍ମ 52A ଫାଇଲ୍ କରିବା ଆବଶ୍ୟକ?
ଉତ୍ତର:
କୌଣସି ଆର୍ଥିକ ବର୍ଷର ସମ୍ପୂର୍ଣ୍ଣ କିମ୍ବା କୌଣସି ଅଂଶରେ, ସିନେମାଟୋଗ୍ରାଫ୍ ଚଳଚ୍ଚିତ୍ର ନିର୍ମାଣ କରୁଥିବା କିମ୍ବା କୌଣସି ନିର୍ଦ୍ଧାରିତ କାର୍ଯ୍ୟକଳାପରେ ନିୟୋଜିତ ଥିବା କିମ୍ବା ଉଭୟ କାର୍ଯ୍ୟରେ ନିୟୋଜିତ ଥିବା ଯେକୌଣସି ବ୍ୟକ୍ତି, ତାଙ୍କ ଦ୍ୱାରା କରାଯାଇଥିବା ସମୁଦାୟ ପଚାଶ ହଜାର ଟଙ୍କାରୁ ଅଧିକ ଦେୟର ସମ୍ପୂର୍ଣ୍ଣ ବିବରଣୀ କିମ୍ବା ଏହିପରି ନିର୍ମାଣ କିମ୍ବା ନିର୍ଦ୍ଧାରିତ କାର୍ଯ୍ୟକଳାପରେ ତାଙ୍କ ଦ୍ୱାରା ନିୟୋଜିତ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ଥିବା ବକେୟାର ବିବରଣୀ ପ୍ରଦାନ କରିବାକୁ ହେବ।
ପ୍ରଶ୍ନ 2:
ନିର୍ଦ୍ଧାରିତ କାର୍ଯ୍ୟକଳାପଗୁଡ଼ିକ କ'ଣ?
ଉତ୍ତର:
ନିର୍ଦ୍ଧାରିତ କାର୍ଯ୍ୟକଳାପର ଅର୍ଥ ହେଉଛି, ଯେକୌଣସି ଇଭେଣ୍ଟ ପରିଚାଳନା, ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ, ଟେଲିଭିଜନ୍ କିମ୍ବା ଓଭର ଦ ଟପ୍ ପ୍ଲାଟଫର୍ମ କିମ୍ବା ଅନ୍ୟ ଯେକୌଣସି ଏହିପରି ପ୍ଲାଟଫର୍ମ, କ୍ରୀଡା ଇଭେଣ୍ଟ ପରିଚାଳନା, ଅନ୍ୟାନ୍ୟ ପ୍ରଦର୍ଶନ କଳା କିମ୍ବା ଅନ୍ୟ ଯେକୌଣସି କାର୍ଯ୍ୟକ୍ରମ ଯାହା କେନ୍ଦ୍ର ସରକାରଙ୍କ ରାଜପତ୍ର ବିଜ୍ଞପ୍ତି ଦ୍ୱାରା, ନିର୍ଦ୍ଧାରିତ କରାଯାଇପାରିବ।
ପ୍ରଶ୍ନ 3:
ଫର୍ମ 52A ଫାଇଲ୍ କରିବାର ଧାର୍ଯ୍ୟ ତାରିଖ କେତେ?
ଉତ୍ତର:
ଫର୍ମ 52A ପୂର୍ବ ବର୍ଷର ଶେଷ ହେବାର 60 ଦିନ ମଧ୍ୟରେ ପ୍ରସ୍ତୁତ କରାଯିବା ଆବଶ୍ୟକ।
ପ୍ରଶ୍ନ 4:
ଫର୍ମ 52A ଫାଇଲ୍ କରିବାର ପ୍ରାକ୍ ଆବଶ୍ୟକତାଗୁଡ଼ିକ କ'ଣ?
ଉତ୍ତର:
ଫର୍ମ 52ଏ ଫାଇଲ୍ କରିବାର ପ୍ରାକ୍ ଆବଶ୍ୟକତାଗୁଡ଼ିକ ନିମ୍ନମତେ:
- କରଦାତାଙ୍କର ଏକ PANଥିବା ଉଚିତ୍
- କରଦାତାଙ୍କ PAN ସକ୍ରିୟ ଏବଂ ଇ-ଫାଇଲିଂ ପୋର୍ଟାଲ୍ରେ ପଞ୍ଜୀକୃତ ହେବା ଆବଶ୍ୟକ
ପ୍ରଶ୍ନ 5:
ଇ-ଫାଇଲିଂ ପୋର୍ଟାଲ୍ରେ ଫର୍ମ 52A ଫାଇଲ୍ କରିବାର ପ୍ରକ୍ରିୟା କ'ଣ?
ଉତ୍ତର:
ଇ-ଫାଇଲିଂ ପୋର୍ଟାଲ୍ରେ ଅନ୍ଲାଇନ୍ ଫର୍ମ 52A ଫାଇଲ୍ କରିବା ପାଇଁ ପଦକ୍ଷେପଗୁଡ଼ିକ ନିମ୍ନୋକ୍ତମତେ:
ସୋପାନ 1: କରଦାତାଙ୍କୁ ଆୟକର ପୋର୍ଟାଲ୍ ଅର୍ଥାତ୍ www.incometax.gov.in ରେ ଉପଭୋକ୍ତା ID ଭାବେ PANକୁ ବ୍ୟବହାର କରି ଲଗ୍ଇନ୍ କରିବାକୁ ହେବ
ସୋପାନ 2: ଇ-ଫାଇଲ୍ à ଆୟକର ଫର୍ମ à ଆୟକର ଫର୍ମ ଫାଇଲ୍ କରନ୍ତୁ à ବ୍ୟବସାୟିକ/ବୃତ୍ତିଗତ ଆୟ ଥିବା ବ୍ୟକ୍ତି à ଫର୍ମ 52A କୁ ଯାଆନ୍ତୁ
ସୋପାନ 3: 4 ପ୍ୟାନେଲ୍ରେ "ମୌଳିକ ସୂଚନା", "ଭାଗ - A", "ପାର୍ଟ - B", "ସତ୍ୟାପନ" ଆବଶ୍ୟକ ବିବରଣୀ ପୂରଣ କରନ୍ତୁ ଏବଂ ଯେଉଁଠାରେ ପ୍ରଯୋଜ୍ୟ ସେଠାରେ CSV ଫାଇଲ୍ଗୁଡିକ ଯୋଡ଼ନ୍ତୁ।
ସୋପାନ 4: ପୂର୍ବାବଲୋକନ ସ୍କ୍ରିନ୍ରେ ବିବରଣୀକୁ ସମୀକ୍ଷା କରନ୍ତୁ ଏବଂ ଯଦି ସମସ୍ତ ବିବରଣୀ ସଠିକ୍ ଭାବରେ ପ୍ରଦାନ କରାଯାଇଛି ତେବେ ଫର୍ମର ଇ-ସତ୍ୟାପନ କରିବା ଦିଗରେ ଅଗ୍ରସର ହୁଅନ୍ତୁ
ପ୍ରଶ୍ନ 6:
କିପରି ଫର୍ମ 52Aକୁ ସତ୍ୟାପିତ କରାଯାଇପାରିବ?
ଉତ୍ତର:
ଆପଣ EVC କିମ୍ବା DSC ବ୍ୟବହାର କରି ଫର୍ମ 52Aକୁ ଇ-ସତ୍ୟାପନ କରିପାରିବେ।
ଆପଣ ଅଧିକ ଜାଣିବା ପାଇଁ ଇ-ସତ୍ୟାପନ କିପରି କରାଯିବ (https://www.incometax.gov.in/iec/foportal//help/how-to-e-verify- ଆପଣଙ୍କ-ଇ-ଫାଇଲିଂ-ରିଟର୍ଣ୍ଣ) ଉପଭୋକ୍ତା ମାନୁଆଲ୍କୁ ଅନୁସରଣ କରିପାରିବେ।
ପ୍ରଶ୍ନ 7:
ଇ-ଫାଇଲିଂପୋର୍ଟାଲ୍ରେ ଫର୍ମ 52A ଫାଇଲ୍ କରିବା ପାଇଁ କେଉଁ ସୂଚନା/ବିବରଣୀ ଆବଶ୍ୟକ?
ଉତ୍ତର:
ଫର୍ମ 52Aଫାଇଲ୍ କରିବାକୁ ନିମ୍ନଲିଖିତ ସୂଚନା/ବିବରଣୀ ଆବଶ୍ୟକ:
- ପୂର୍ବ ବର୍ଷରେ ନିର୍ମିତ ହୋଇଥିବା ସିନେମାଟୋଗ୍ରାଫ ଚଳଚ୍ଚିତ୍ର କିମ୍ବା ହାତକୁ ନିଆଯାଇଥିବା ନିର୍ଦ୍ଧାରିତ କାର୍ଯ୍ୟକଳାପ କିମ୍ବା ଉଭୟର ବିବରଣୀ, ଯେପରିକି ନିର୍ମିତ ହୋଇଥିବା ସିନେମାଟୋଗ୍ରାଫ ଚଳଚ୍ଚିତ୍ରର ନାମ କିମ୍ୱା ହାତକୁ ନିଆଯାଇଥିବା ନିର୍ଦ୍ଧାରିତ କାର୍ଯ୍ୟକଳାପ କିମ୍ବା ଉଭୟ, ଆରମ୍ଭ ହେବାର ତାରିଖ ଏବଂ ସମାପ୍ତ ହୋଇଥିଲେ ସମ୍ପୂର୍ଣ୍ଣ ହେବାର ତାରିଖର ବିବରଣୀ
- ନାମ, PAN, ଆଧାର (ଯଦି ଉପଲବ୍ଧ), ଯେଉଁ ବ୍ୟକ୍ତିମାନଙ୍କୁ 50,000 ଟଙ୍କାରୁ ଅଧିକ ଦେୟ ପ୍ରଦାନ କରାଯାଇଛି/ସିନେମାଟୋଗ୍ରାଫ ଚଳଚ୍ଚିତ୍ର ନିର୍ମାଣ କିମ୍ବା ହାତକୁ ନିଆଯାଇଥିବା ନିର୍ଦ୍ଧାରିତ କାର୍ଯ୍ୟକଳାପ କିମ୍ବା ଉଭୟରେ ନିୟୋଜିତ ଯେଉଁ ବ୍ୟକ୍ତିଙ୍କ ବକେୟା ରହିଛି ସେମାନଙ୍କ ଠିକଣା
- ଏହିପରି ବ୍ୟକ୍ତିଙ୍କୁ ପୈଠ ନଗଦ/ନଗଦ ବ୍ୟତୀତ/ ବକେୟା ରାଶି
- ଏଭଳି ବ୍ୟକ୍ତିଙ୍କୁ ପୈଠ ରାଶି/ବକେୟା ଥିବା ରାଶିର ବିପରୀତରେ ଉତ୍ସରୁ କଟାଯାଇଥିବା କରର ବିବରଣୀ, ଯେପରିକି କର କଟିଥିବା ରାଶିର ପରିମାଣ ଏବଂ କେଉଁ ଧାରା ଅଧୀନରେ ଆଦି
ପ୍ରଶ୍ନ 8:
ଫର୍ମ 52Aର ଭାଗ – Aରେ ମୁଁ କିପରି ବିବରଣୀ ପୂରଣ କରିପାରିବି?
ଉତ୍ତର:
କରଦାତାଙ୍କ ପାଖରେ ଏହି ବର୍ଷରେ ନିର୍ମିତ ସିନେମାଟୋଗ୍ରାଫି ଚଳଚ୍ଚିତ୍ର କିମ୍ବା ହାତକୁ ନିଆଯାଇଥିବା ନିର୍ଦ୍ଧାରିତ କାର୍ଯ୍ୟକଳାପର ବିବରଣୀ ପ୍ରଦାନ କରିବା ପାଇଁ 2 ଟି ବିକଳ୍ପ ରହିଛି:
- ବିବରଣୀଯୋଡ଼ନ୍ତୁ:
- କରଦାତା ପ୍ରତ୍ୟେକ ଚଳଚ୍ଚିତ୍ର କିମ୍ବା ନିର୍ଦ୍ଧାରିତ କାର୍ଯ୍ୟକଳାପ ପାଇଁ ପୃଥକ ଧାଡି ଯୋଡି ସାରଣୀରେ ହସ୍ତକୃତ ଭାବରେ, ନିର୍ମାଣ କରାଯାଇଥିବା ସିନେମାଟୋଗ୍ରାଫ୍ ଚଳଚ୍ଚିତ୍ରର ନାମ କିମ୍ୱା ହାତକୁ ନିଆଯାଇଥିବା କାର୍ଯ୍ୟକଳାପ ଉଲ୍ଲେଖ କରିବେ ବୋଲି ଆଶା ରଖାଯାଉଛି।
- ମୌଳିକ ସୂଚନା ପ୍ୟାନେଲ୍ରେ ଉଲ୍ଲେଖ କରାଯାଇଥିବା ସମସ୍ତ ସିନେମାଟୋଗ୍ରାଫ୍ ଚଳଚ୍ଚିତ୍ର କିମ୍ବା ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପ ପାଇଁ ସବିଶେଷ ବିବରଣୀ ପ୍ରଦାନ ପରେ ଯାଇ ଭାଗ – A ସେଭ୍ କରିବା ପାଇଁ “ସେଭ୍” ବଟନ୍ ସକ୍ଷମ ହେବ।
- ମୌଳିକ ସୂଚନା ପ୍ୟାନଲ୍ରେ ସୂଚିତ ନିର୍ମିତ ସିନେମାଟୋଗ୍ରାଫ୍ ଚଳଚ୍ଚିତ୍ର କିମ୍ୱା ହାତକୁ ନିଆଯାଇଥିବା କାର୍ଯ୍ୟକଳାପର ସଂଖ୍ୟା ସହ ଭାଗ – Aରେ ପ୍ରଦାନ କରାଯାଇଥିବା ସିନେମାଟୋଗ୍ରାଫ ଚଳଚ୍ଚିତ୍ର କିମ୍ବା ନିର୍ଦ୍ଧାରିତ କାର୍ଯ୍ୟକଳାପର ବିବରଣୀ ବୈଧ ପ୍ରମାଣିତ ହେବା ଆବଶ୍ୟକ। ସମସ୍ତ ସିନେମାଟୋଗ୍ରାଫ୍ ଚଳଚ୍ଚିତ୍ର କିମ୍ବା ନିର୍ଦ୍ଧାରିତ କାର୍ଯ୍ୟକଳାପ ପାଇଁ ବିବରଣୀ ପ୍ରଦାନ କରାଯିବା ପରେ “ବିବରଣୀ ଯୋଡ଼ନ୍ତୁ” ବଟନକୁ ନିଷ୍କ୍ରିୟ କରା ହେବ। ଯଦି ଆପଣ ଅଧିକ ସିନେମାଟୋଗ୍ରାଫ୍ ଚଳଚ୍ଚିତ୍ର କିମ୍ବା ନିର୍ଦ୍ଧାରିତ କାର୍ଯ୍ୟକଳାପ ଯୋଡିବାକୁ ଚାହାଁନ୍ତି, ତେବେ ଦୟାକରି ନୂତନ ବିବରଣୀ ଯୋଡିବାକୁ ସକ୍ଷମ ହେବା ପାଇଁ ମୌଳିକ ସୂଚନାରେ ଗଣନା ସଂଶୋଧନ କରନ୍ତୁ।
- CSV ଯୋଡ଼ନ୍ତୁ:
- କରଦାତା ଏକ ଏକ୍ସେଲ ଟେମ୍ପଲେଟରେ ନିର୍ମିତ ସିନେମାଟୋଗ୍ରାଫ ଚଳଚ୍ଚିତ୍ର କିମ୍ବା ହାତକୁ ନିଆଯାଇଥିବା ନିର୍ଦ୍ଧାରିତ କାର୍ଯ୍ୟକଳାପର ନାମ ଉଲ୍ଲେଖ କରିବେ ବୋଲି ଆଶା କରାଯାଉଛି।
- ଏକ୍ସେଲ ଟେମ୍ପଲେଟରେ ସମସ୍ତ ବିବରଣୀ ପୂରଣ କରିବା ପରେ, ଏହାକୁ CSVରେ ରଖନ୍ତୁ ଏବଂ ତା'ପରେ CSV ଅପଲୋଡ୍ କରନ୍ତୁ।
- କୌଣସି ତ୍ରୁଟି ବିନା ଅପଲୋଡ୍ ହୋଇଥିବା CSV ସତ୍ୟାପିତ ହେବା ପରେ “ସେଭ୍” ବଟନ୍ ସକ୍ଷମ ହେବ।
ଦୟାକରି ଧ୍ୟାନ ଦିଅନ୍ତୁ ଯେ ଯଦି କରଦାତା ସିନେମାଟୋଗ୍ରାଫ ଚଳଚ୍ଚିତ୍ର କିମ୍ବା ନିର୍ଦ୍ଧାରିତ କାର୍ଯ୍ୟକଳାପ କିମ୍ବା ବିପରୀତ କ୍ରମ ପାଇଁ ବିବରଣୀ ଯୋଡ଼ନ୍ତୁ ଏବଂ ବିବରଣୀ ସେଭ୍ କରନ୍ତୁ ଚୟନ କରିବା ପରେ CSV ଯୋଡ଼ନ୍ତୁ ଚୟନ କରନ୍ତି, ତେବେ ପୂର୍ବ ବିକଳ୍ପରେ ସେଭ୍ ହୋଇଥିବା ତଥ୍ୟ ବିଲୋପ ହେବ। କରଦାତାଙ୍କୁ ପୁନର୍ବାର ବିବରଣୀ ପୂରଣ କରିବାକୁ ହେବ ଏବଂ ଭାଗ– A ସେଭ୍ କରିବେ ବୋଲି ଆଶା କରାଯିବ।
ପ୍ରଶ୍ନ 9:
ଯେତେବେଳେ ମୁଁ ଭାଗ – A ପାଇଁ CSV ଅପ୍ଲୋଡ୍ କରିବାକୁ ଚେଷ୍ଟା କରେ ମୁଁ ନିମ୍ନଲିଖିତ ତ୍ରୁଟିଗୁଡିକ ପାଉଛି। ଏହାର ଅର୍ଥ କ'ଣ ଏବଂ ମୁଁ ଏହାକୁ କିପରି ସଂଶୋଧନ କରିବି?
ଉତ୍ତର:
କ୍ରମିକ ନଂ. |
ତ୍ରୁଟି ସନ୍ଦେଶ |
ଆବଶ୍ୟକୀୟ ସମାଧାନ/କାର୍ଯ୍ୟାନୁଷ୍ଠାନ |
1. |
CSVରେ ପ୍ରବେଶ କରିଥିବା ସିନେମାଟୋଗ୍ରାଫ୍ ଚଳଚ୍ଚିତ୍ରର ସଂଖ୍ୟା ମୌଳିକ ସୂଚନା ପ୍ୟାନେଲ୍ରେ ଉଲ୍ଲେଖ କରାଯାଇଥିବା ସିନେମାଟୋଗ୍ରାଫ୍ ଚଳଚ୍ଚିତ୍ରର ସଂଖ୍ୟା ସହିତ ସମାନ ନୁହେଁ |
ଏହି ତ୍ରୁଟି ସନ୍ଦେଶ ସେତେବେଳେ ଆସେ ଯେତେବେଳେ ସିନେମାଟୋଗ୍ରାଫ୍ ଚଳଚ୍ଚିତ୍ରଗୁଡିକର ବିବରଣୀ ମୌଳିକ ସୂଚନା ପ୍ୟାନେଲ୍ରେ ପ୍ରଦାନ କରାଯାଇଥିବା ସିନେମାଟୋଗ୍ରାଫ୍ ଚଳଚ୍ଚିତ୍ରର ଗଣନା ସହ ସମାନ ହୁଏ ନାହିଁ। ଦୟାକରି ଆପଣ ସୁନିଶ୍ଚିତ କରନ୍ତୁ ଯେ ଫର୍ମର ମୌଳିକ ସୂଚନା ପ୍ୟାନେଲ୍ରେ ଆପଣଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସିନେମାଟୋଗ୍ରାଫ୍ ଚଳଚ୍ଚିତ୍ରର ସଂଖ୍ୟା ଆଧାରରେ ସମସ୍ତ ସିନେମାଟୋଗ୍ରାଫ୍ ଚଳଚ୍ଚିତ୍ରର ବିବରଣୀ ପ୍ରଦାନ କରୁଛନ୍ତି। |
2. |
CSVରେ ପ୍ରଦାନ କରାଯାଇଥିବା ନିର୍ଦ୍ଧାରିତ କାର୍ଯ୍ୟକଳାପର ସଂଖ୍ୟା ମୌଳିକ ସୂଚନା ପ୍ୟାନେଲ୍ରେ ଉଲ୍ଲେଖ କରାଯାଇଥିବା ହାତକୁ ନିଆଯାଇଥିବା ନିର୍ଦ୍ଧାରିତ କାର୍ଯ୍ୟକଳାପର ସଂଖ୍ୟା ସହିତ ସମାନ ନୁହେଁ |
ଏହି ତ୍ରୁଟି ସନ୍ଦେଶ ସେତେବେଳେ ଆସେ ଯେତେବେଳେ ସିନେମାଟୋଗ୍ରାଫ୍ ଚଳଚ୍ଚିତ୍ରଗୁଡିକର ବିବରଣୀ ମୌଳିକ ସୂଚନା ପ୍ୟାନେଲ୍ରେ ପ୍ରଦାନ କରାଯାଇଥିବା ସିନେମାଟୋଗ୍ରାଫ୍ ଚଳଚ୍ଚିତ୍ରର ଗଣନା ସହ ସମାନ ହୁଏ ନାହିଁ। ଦୟାକରି ଆରଣ ସୁନିଶ୍ଚିତ କରନ୍ତୁ ଯେ ଫର୍ମର ମୌଳିକ ସୂଚନା ପ୍ୟାନେଲ୍ରେ ଆପଣଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ନିର୍ଦ୍ଧାରିତ କାର୍ଯ୍ୟକଳାପର ସଂଖ୍ୟା ଆଧାରରେ ସମସ୍ତ ନିର୍ଦ୍ଧାରିତ କାର୍ଯ୍ୟକଳାପର ବିବରଣୀ ପ୍ରଦାନ କରୁଛନ୍ତି। |
CSVରେ ସମସ୍ତ ଆବଶ୍ୟକୀୟ ସଂଶୋଧନ କରିବା ପରେ, ଆପଣ ତାହାକୁ ପୁନଃ ଅପଲୋଡ୍ କରିବାକୁ ଚେଷ୍ଟା କରିପାରିବେ।
ପ୍ରଶ୍ନ 10:
ଯେତେବେଳେ ମୁଁ ଭାଗ – B ପାଇଁ CSV ଅପଲୋଡ୍ କରିବାକୁ ଚେଷ୍ଟା କରୁଛି ମୁଁ ନିମ୍ନଲିଖିତ ତ୍ରୁଟି ପାଉଛି "ପ୍ରତ୍ୟେକ ସିନେମାଟୋଗ୍ରାଫ୍ ଚଳଚ୍ଚିତ୍ର/ ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପ ବିପରୀତରେ ଅତି କମ୍ରେ ଗୋଟିଏ ପ୍ରବେଶ ଭାଗ B CSVରେ ରହିବା ଉଚିତ୍"। ଏହାର ଅର୍ଥ କ'ଣ ଏବଂ ମୁଁ ଏହାକୁ କିପରି ସଂଶୋଧନ କରିବି?
ଉତ୍ତର:
ନିମ୍ନଲିଖିତ 2ଟି ପରିସ୍ଥିତିରେ ଆପଣ ଏହି ତ୍ରୁଟି ପାଇପାରନ୍ତି:
କ୍ରମିକ ନଂ. |
ପରିଦୃଶ୍ୟ |
ଆବଶ୍ୟକୀୟ ସମାଧାନ/କାର୍ଯ୍ୟାନୁଷ୍ଠାନ |
1. |
ଭାଗ – Aରେ ସିନେମାଟୋଗ୍ରାଫ୍ ଚଳଚ୍ଚିତ୍ର/ ନିର୍ଦ୍ଧାରିତ କାର୍ଯ୍ୟକଳାପର ନାମ ଉଲ୍ଲେଖ କରାଯାଇଛି କିନ୍ତୁ ସେହି ସମାନ ବିବରଣୀ ଭାଗ – B CSVରେ ପ୍ରଦାନ କରାଯାଇଛି |
ଦୟାକରି ଧ୍ୟାନ ଦିଅନ୍ତୁ ଯେ ସିନେମାଟୋଗ୍ରାଫ୍ ଚଳଚ୍ଚିତ୍ର ନିର୍ମାଣ କିମ୍ବା ହାତକୁ ନିଆଯାଇଥିବା ନିର୍ଦ୍ଧାରିତ କାର୍ଯ୍ୟକଳାପରେ ନିୟୋଜିତ ବ୍ୟକ୍ତିଙ୍କୁ 50,000 ଟଙ୍କାରୁ ଅଧିକ ଦେୟ ଦିଆଯାଇଥିଲେ ଅତି କମ୍ରେ ଗୋଟିଏ ବିବରଣୀ ପ୍ରବେଶ ହେବା ଉଚିତ୍। ଦୟାକରି ଭାଗ – Aରେ ଉଲ୍ଲେଖ ଥିବା ସମସ୍ତ ସିନେମାଟୋଗ୍ରାଫ୍ ଚଳଚ୍ଚିତ୍ର କିମ୍ବା ନିର୍ଦ୍ଧାରିତ କାର୍ଯ୍ୟକଳାପର ସବିଶେଷ ତଥ୍ୟ ଭାଗ – B CSVରେ ପ୍ରଦାନ କରିବାକୁ ସୁନିଶ୍ଚିତ କରନ୍ତୁ। |
2. |
ସିନେମାଟୋଗ୍ରାଫ୍ ଚଳଚ୍ଚିତ୍ର ନିର୍ମାଣରେ କିମ୍ବା ହାତକୁ ନିଆଯାଇଥିବା ନିର୍ଦ୍ଧାରିତ କାର୍ଯ୍ୟକଳାପରେ ନିୟୋଜିତ ବ୍ୟକ୍ତିଙ୍କୁ ଦିଆଯାଇଥିବା 50,000ଟଙ୍କାରୁ ଅଧିକ ଦେୟର ବିବରଣୀ ଭାଗ – B CSVରେ ପ୍ରଦାନ କରାଯାଇଛି କିନ୍ତୁ ସିନେମାଟୋଗ୍ରାଫ୍ ଚଳଚ୍ଚିତ୍ର କିମ୍ବା ନିର୍ଦ୍ଧାରିତ କାର୍ଯ୍ୟକଳାପର ନାମ ଭାଗ – Aରେ ଉଲ୍ଲେଖ କରାଯାଇ ନାହିଁ |
ଦୟାକରି ଧ୍ୟାନ ଦିଅନ୍ତୁ ଯେ ଭାଗ – Aରେ ଉଲ୍ଲେଖ କରାଯାଇଥିବା ସିନେମାଟୋଗ୍ରାଫ୍ ଚଳଚ୍ଚିତ୍ର କିମ୍ବା ନିର୍ଦ୍ଧାରିତ କାର୍ଯ୍ୟକଳାପର ନାମ ସହିତ ଭାଗ – Bରେ ଉଲ୍ଲେଖ କରାଯାଇଥିବା ସିନେମାଟୋଗ୍ରାଫ୍ ଚଳଚ୍ଚିତ୍ର କିମ୍ବା ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପର ନାମ ବୈଧକରଣ କରା ହେବ। ଦୟାକରି ସୁନିଶ୍ଚିତ କରନ୍ତୁ ଉଭୟ ଭାଗ – A ଏବଂ ଭାଗ – Bରେ ସମସ୍ତ ସିନେମାଟୋଗ୍ରାଫ୍ ଚଳଚ୍ଚିତ୍ର କିମ୍ବା ନିର୍ଦ୍ଧାରିତ କାର୍ଯ୍ୟକଳାପର ନାମ ପ୍ରଦାନ କରାଯାଇଛି। |
ପ୍ରଶ୍ନ 11:
ଯଦି ମୁଁ ମୌଳିକ ସୂଚନା ପ୍ୟାନେଲ୍ରେ କୌଣସି ପରିବର୍ତ୍ତନ କରେ ତେବେ ଭାଗ - A କିମ୍ୱା ଭାଗ - B ସହ ସଂଲଗ୍ନ CSV କାହିଁକି ବିଲୋପ ହୋଇଯାଉଛି?
ଉତ୍ତର:
ଦୟାକରି ଧ୍ୟାନ ଦିଅନ୍ତୁ ଯେ ସିନେମାଟୋଗ୍ରଫ ଚଳଚ୍ଚିତ୍ର ନିର୍ମାଣ କିମ୍ବା ହାତକୁ ନିଆଯାଇଥିବା ନିର୍ଦ୍ଧାରିତ କାର୍ଯ୍ୟକଳାପର ସଂଖ୍ୟା ଏବଂ ବିବରଣୀ ସମସ୍ତ ତିନିଟି ପ୍ୟାନେଲ୍ ଯଥା “ମୌଳିକ ସୂଚନା”, “ଭାଗ - A” ଏବଂ “ଭାଗ - B”ରେ ବୈଧକରଣ କରା ହୁଏ। ଯଦି କରଦାତା ମୌଳିକ ସୂଚନା କିମ୍ବା ଭାଗ - A ପ୍ୟାନେଲ୍ରେ ସିନେମାଟୋଗ୍ରାଫ୍ ଚଳଚ୍ଚିତ୍ର କିମ୍ବା ନିର୍ଦ୍ଧାରିତ କାର୍ଯ୍ୟକଳାପ ବିପରୀତରେ ଦିଆଯାଇଥିବା ବିବରଣୀରେ ପରିବର୍ତ୍ତନ/ସଂଶୋଧନ କରନ୍ତି, ତେବେ ଭାଗ - A ଏବଂ ଭାଗ - Bରେ କରଦାତା ପ୍ରଦାନ କରିଥିବା ବିବରଣୀ ବିଲୋପ ହେବ। କରଦାତା ବିବରଣୀ ପୂରଣ କରିବେ କିମ୍ବା ଭାଗ - A ଏବଂ ଭାଗ - Bରେ ପୁଣି CSV ସଂଲଗ୍ନ କରିବେ ବୋଲି ଆଶା କରାଯାଉଛି।
ପ୍ରଶ୍ନ 12:
ପୂର୍ବ ବର୍ଷରେ ନିର୍ମିତ ପ୍ରତ୍ୟକ ସିନେମାଟୋଗ୍ରାଫ ଚଳଚ୍ଚିତ୍ର କିମ୍ବା ହାତକୁ ନିଆଯାଇଥିବା ନିର୍ଦ୍ଧାରିତ କାର୍ଯ୍ୟକଳାପ ପାଇଁ ମୋତେ ପୃଥକ ଫର୍ମ 52A ଫାଇଲ୍ କରିବାକୁ ହେବ କି?
ଉତ୍ତର:
ନା, ପୂର୍ବ ବର୍ଷରେ କରାଯାଇଥିବା ପ୍ରତ୍ୟେକ ସିନେମାଟୋଗ୍ରାଫ୍ ଚଳଚ୍ଚିତ୍ର ପାଇଁ କିମ୍ବା ହାତକୁ ନିଆଯାଇଥିବା ନିର୍ଦ୍ଧାରିତ କାର୍ଯ୍ୟକଳାପ ପାଇଁ ଆପଣଙ୍କୁ ପୃଥକ ଫର୍ମ 52A ଫାଇଲ୍ କରିବାର ଅବଶ୍ୟକତା ନାହିଁ। ପ୍ରତ୍ୟେକ TAN ପାଇଁ ପୂର୍ବ ସମୟରେ ନିର୍ମିତ ଏବଂ/କିମ୍ବା ହାତକୁ ନିଆଯାଇଥିବା କାର୍ଯ୍ୟକଳାପ ପାଇଁ ସବିଶେଷ ତଥ୍ୟ ଏକତ୍ରିତ କରିବାକୁ ହେବ ଏବଂ ପ୍ରତ୍ୟେକ TAN ପଞ୍ଜୀକରଣ ପାଇଁ ଏକ ପୃଥକ ଫର୍ମ 52A ଦାଖଲ କରିବାକୁ ହେବ।
ପ୍ରଶ୍ନ 13:
ଭାଗ - A କିମ୍ବା ଭାଗ - Bରେ CSV ଅପ୍ଲୋଡ୍ କରିବା ପରେ ମୁଁ ଏକ ତ୍ରୁଟି ଫାଇଲ୍ ପାଇଛି?
ଉତ୍ତର:
ଆପଣ ଉଭୟ ଭାଗ - A କିମ୍ୱା ଭାଗ - Bରେ CSV ଅପଲୋଡ୍ କରିବା ପରେ, ପ୍ରଦାନ କରାଯାଇଥିବା ବିବରଣୀ ବୈଧକରଣ ହେବ ଏବଂ ଯଦି କୌଣସି ତ୍ରୁଟି ଦେଖାଯାଏ, ତେବେ ଏହିପରି ତ୍ରୁଟିର ବିବରଣୀ ଆପଣଙ୍କୁ ଏକ ଏକ୍ସେଲ ଫାଇଲ୍ରେ ପ୍ରଦାନ କରାଯିବ। ଦୟାକରି ଉଲ୍ଲେଖିତ ଧାଡିରେ କରାଯାଇଥିବା ତ୍ରୁଟି ଜାଣିବାକୁ ଏକ୍ସେଲ ଫାଇଲ୍କୁ ଦେଖନ୍ତୁ ଏବଂ ଏହାକୁ ସଂଶୋଧନ କରନ୍ତୁ। ସମସ୍ତ ଆବଶ୍ୟକୀୟ ସଂଶୋଧନ କରିବା ପରେ, ଆପଣ ଏହାକୁ ପୁନଃ ଅପ ଡ୍ କରିବାକୁ ଚେଷ୍ଟା କରିପାରିବେ।
ପ୍ରତ୍ୟେକ କ୍ଷେତ୍ର ପାଇଁ ବାଧ୍ୟତାମୂଳକ ଭାବରେ ଆବଶ୍ୟକ ଏବଂ ଗ୍ରହଣୀୟ ଫର୍ମାଟ୍ ବିଷୟରେ ସୂଚନା ପ୍ରାପ୍ତ କରିବା ପାଇଁ ଆପଣ ଉଭୟ ଭାଗ - A ଏବଂ ଭାଗ- Bରେ ପ୍ରଦାନ କରାଯାଇଥିବା CSV ନିର୍ଦ୍ଦେଶାବଳୀ ଫାଇଲ୍ ଦେଖି ପାରିବେ।