ସମ୍ବାଦ ଏବଂ ଇ-ଅଭିଯାନ
ITBA 2.0 ପ୍ରକଳ୍ପ ପାଇଁ ପରିଚାଳିତ ସେବା ପ୍ରଦାନକାରୀ (MSP) ଚୟନ ନିମନ୍ତେ ପ୍ରସ୍ତାବ ପାଇଁ ଅନୁରୋଧ (RFP) ଲାଗି ଟେଣ୍ଡର ଆହ୍ୱାନ ବିଜ୍ଞପ୍ତି (NIT)
କାଉଣ୍ଟର ଏବଂ ଖୁଚୁରା ନେଟ୍ ବ୍ୟାଙ୍କିଙ୍ଗ୍ ବିକଳ୍ପ ମାଧ୍ୟମରେ କର୍ଣ୍ଣାଟକ ବ୍ୟାଙ୍କ ପାଇଁ ଇ-ପେ କର ସେବା ବର୍ତ୍ତମାନ ସକ୍ଷମ ହୋଇଛି ।
ଲ୍ୟାୟନ ବର୍ଷ 2023-24 ପାଇଁ ଫର୍ମ 56Fର ଇ-ଫାଇଲିଂ ଅନ୍ଲାଇନ୍ ପଦ୍ଧତି ମାଧ୍ୟମରେ ସକ୍ଷମ ହୋଇଛି। ଦୟାକରି ଧ୍ୟାନ ଦିଅନ୍ତୁ ଯେ ଫର୍ମକୁ ବିଜ୍ଞପ୍ତି ସଂଖ୍ୟା .91/2023 ଦିନାଙ୍କିତ ଅକ୍ଟୋବର 19, 2023ରେ ପୁନଃବିଜ୍ଞାପିତ କରାଯାଇଛି।
CBDT (କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ୍) ଦ୍ୱାରା ମୂଲ୍ୟାୟନ ବର୍ଷ 2023-24 ପାଇଁ ଫର୍ମ 56Fରେ ଆକାଉଣ୍ଟାଣ୍ଟଙ୍କ ରିପୋର୍ଟ ଫାଇଲ କରିବାର ନିର୍ଦ୍ଧାରିତ ତିଥିକୁ ଧାରା 44AB ଅଧିନରେ ନିର୍ଦ୍ଧିଷ୍ଟ ତାରିଖରୁ ଡିସେମ୍ବର 31, 2023 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। CBDT ପରିପତ୍ର ସଂଖ୍ୟା 18/2023 ଦିନାଙ୍କିତ ଅକ୍ଟୋବର 20, 2023କୁ ଅନୁସରଣ କରନ୍ତୁ।
CBDT ଦ୍ବାରା ମୂଲ୍ୟାୟନ ବର୍ଷ.2023–24 ପାଇଁ ITR-7ରେ ଆୟକର ରିଟର୍ଣ୍ଣ ଫାଇଲିଂ କରିବାର ଶେଷ ତାରିଖ ଅକ୍ଟୋବର 31 ରୁ ନଭେମ୍ବର 30, 2023 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। CBDT ପରିପତ୍ର ସଂଖ୍ୟା 16/2023 ଦିନାଙ୍କିତ ସେପ୍ଟେମ୍ବର 18, 2023କୁ ଅନୁସରଣ କରନ୍ତୁ।
CBDT ଦ୍ୱାରା ମୂଲ୍ୟାୟନ ବର୍ଷ 2023–24 ପାଇଁ ଫର୍ମ 10B/ଫର୍ମ 10BB ରେ ଅଡିଟ୍ ରିପୋର୍ଟ ଫାଇଲ୍ କରିବାର ନିର୍ଦ୍ଧାରିତ ଅନ୍ତିମ ତାରିଖ ସେପ୍ଟେମ୍ବର 30 ରୁ ଅକ୍ଟୋବର 31, 2023 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। CBDT (କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ) ପରିପତ୍ର ସଂଖ୍ୟା। 16/2023 ଦିନାଙ୍କିତ ସେପ୍ଟେମ୍ବର 18, 2023କୁ ଅନୁସରଣ କରନ୍ତୁ।
ଡିଜିଟାଲ୍ ହସ୍ତାକ୍ଷର ପ୍ରମାଣପତ୍ର (DSC) ସମ୍ବନ୍ଧୀୟ ସମସ୍ୟା ଏବଂ ସମାଧାନ
କରଦାତାମାନଙ୍କୁ ପରାମର୍ଶ ଦିଆଯାଉଛି ଯେ, ଇ-ସତ୍ୟାପନରେ ଶେଷମୁହୂର୍ତ୍ତରେ ଆସୁଥିବା ସମସ୍ୟାରୁ ରକ୍ଷା ପାଇବା ପାଇଁ DSCର ସମାପ୍ତି ତାରିଖ ବାବଦରେ ଯାଞ୍ଚ କରିନିଅନ୍ତୁ, ଇ-ଫାଇଲିଂ ପୋର୍ଟାଲ୍ରେ ପଞ୍ଜିକରଣ କରିନିଅନ୍ତୁ ତଥା ସଦ୍ୟତମ ଏମବ୍ରିଜ୍ ଆପ୍ଲିକେସନ୍ ଇନଷ୍ଟଲ କରିନିଅନ୍ତୁ।
ଯଦି ଆପଣ DSC ମାଧ୍ୟମରେ ଇ-ସତ୍ୟାପନ ସମୟରେ କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଦୟାକରି ନିମ୍ନଲିଖିତ ବାରମ୍ବାର ପଚରାଯାଉଥିବା ପ୍ରଶ୍ନଗୁଡ଼ିକୁ ଅନୁସରଣ କରନ୍ତୁ:
ପ୍ରଶ୍ନ 1: DSC ବ୍ୟବହାର କରି ଇ-ସତ୍ୟାପନ ସମୟରେ, ମୋତେ "କିଛି ଭୁଲ୍ ହୋଇଛି" ତ୍ରୁଟି ସନ୍ଦେଶ ମିଳୁଛି, ମୁଁ କ'ଣ କରିବି?
ଉତ୍ତର: ଯଦି ଆପଣ DSCରେ ସମସ୍ୟା (କିଛି ଭୁଲ୍ ହୋଇଛି)ର ସମ୍ମୁଖୀନ ହେଉଛନ୍ତି, ତେବେ ଦୟାକରି ନିମ୍ନରେ ଦିଆଯାଇଥିବା ପର୍ଯ୍ୟାୟଗୁଡ଼ିକକୁ ଅନୁସରଣ କରନ୍ତୁ:
- ପ୍ରଥମେ ବିଦ୍ୟମାନ ଥିବା ଏମ୍ବ୍ରିଜ୍ ଆପ୍ଲିକେସନ୍ ଅଣସଂସ୍ଥାପନ କରନ୍ତୁ ଏବଂ ତା'ପରେ ସଦ୍ୟତମ ଆପ୍ଲିକେସନ୍ ଡାଉନ୍ଲୋଡ୍ କରନ୍ତୁ।
- ସଦ୍ୟତମ ଆପ୍ଲିକେସନ୍ ଡାଉନ୍ଲୋଡ୍ କରିବାକୁ: କୁ ଯାଆନ୍ତୁ https://embridge.emudhra.com/
- ନୂତନ ସଂସ୍କରଣ ସଂସ୍ଥାପନ କରନ୍ତୁ।
- ସାଧାରଣ ସମସ୍ୟାର ସମାଧାନ ପାଇଁ ଏମ୍ବ୍ରିଜ୍ ଇନଷ୍ଟଲରରେ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।
- ଦୟାକରି ବିଦ୍ୟମାନ ପ୍ରମାଣପତ୍ରକୁ ବିଲୋପ କରନ୍ତୁ ଏବଂ ଏହାକୁ ଇପାସ୍ଟୋକନ୍ ଉପକରଣରେ ପୁନର୍ବାର ଇମ୍ପୋର୍ଟ୍ କରନ୍ତୁ ଏବଂ ପୁନଃଚେଷ୍ଟା କରନ୍ତୁ।
ପ୍ରଶ୍ନ2: ଇ-ଫାଇଲିଂ ପୋର୍ଟାଲରେ ପଞ୍ଜିକୃତ ହୋଇଥିବା ମୋର DSCର ସମୟ ଅବଧି ସମାପ୍ତ ହୋଇଛି, ମୁଁ କ'ଣ କରିବି?
ଉତ୍ତର: କରଦାତାଙ୍କୁ ଇ-ଫାଇଲିଂ ପୋର୍ଟାଲ ସହିତ ଏକ ନୂତନ ବୈଧ DSC ପଞ୍ଜିକରଣ କରିବାକୁ ପଡିବ । ଦୟାକରି ନିମ୍ନରେ ଦିଆଯାଇଥିବା ପର୍ଯ୍ୟାୟଗୁଡ଼ିକୁ ଅନୁସରଣ କରନ୍ତୁ:
- DSC ପ୍ରଦାନକାରୀଙ୍କଠାରୁ ଏକ ନୂତନ ଡିଜିଟାଲ ସ୍ୱାକ୍ଷର ପ୍ରମାଣପତ୍ର ପ୍ରାପ୍ତ କରନ୍ତୁ।
- ଇ-ଫାଇଲିଂ ପୋର୍ଟାଲରେ ଲଗ୍ଇନ୍ କରନ୍ତୁ ଏବଂ "DSC ପଞ୍ଜିକରଣ କରନ୍ତୁ" କାର୍ଯ୍ୟକାରିତାକୁ ଯାଆନ୍ତୁ।
- ଇ-ଫାଇଲିଂ ପୋର୍ଟାଲରେ ନୂଆ DSC ପଞ୍ଜିକରଣ କରନ୍ତୁ।
ପ୍ରଶ୍ନ 3: ଇ-ଫାଇଲିଂ ପୋର୍ଟାଲରେ ପଞ୍ଜିକୃତ ହୋଇଥିବା ମୋର DSC ସମୟ ଅବଧି ସମାପ୍ତ ହୋଇଛି। ମୁଁ ଏକ ନୂତନ DSC ପଞ୍ଜିକୃତ କରିବାକୁ ଚେଷ୍ଟା କରୁଛି, କିନ୍ତୁ ଏହି ତ୍ରୁଟି ସନ୍ଦେଶ ପାଉଛି “ଗ୍ରାହକ ପୂର୍ବରୁ ବିଦ୍ୟମାନ ଅଛନ୍ତି”, କ’ଣ କରାଯିବା ଉଚିତ?
ଉତ୍ତର: ନୂତନ DSC ପଞ୍ଜିକରଣ କରିବା ପାଇଁ, ଦୟାକରି ଆପଣଙ୍କ PAN ବିପକ୍ଷରେରେ ଇ-ଫାଇଲିଂ ପୋର୍ଟାଲରେ ପଞ୍ଜିକୃତ ପୁରୁଣା DSCକୁ ଅଣ-ପଞ୍ଜିକୃତ କରନ୍ତୁ। ଦୟାକରି ନିମ୍ନରେ ଦିଆଯାଇଥିବା ପର୍ଯ୍ୟାୟଗୁଡ଼ିକୁ ଅନୁସରଣ କରନ୍ତୁ:
- DSC ପ୍ରଦାନକାରୀଙ୍କଠାରୁ ଏକ ନୂତନ ଡିଜିଟାଲ ସ୍ୱାକ୍ଷର ପ୍ରମାଣପତ୍ର ପ୍ରାପ୍ତ କରନ୍ତୁ।
- ପୁରୁଣା DSCକୁ ଅଣ-ପଞ୍ଜିକୃତ କରିବା ପାଇଁ ଇ-ଫାଇଲିଂ ପୋର୍ଟାଲରେ ଅଭିଯୋଗ ଉତ୍ଥାପନ କରନ୍ତୁ। ଅଭିଯୋଗ ଉତ୍ଥାପନ ସହିତ ତ୍ରୁଟି ସନ୍ଦେଶର ସ୍କ୍ରିନ୍ ସଟ୍ ମଧ୍ୟ ସଂଲଗ୍ନ କରନ୍ତୁ।
- ନୂତନ DSC ପଞ୍ଜିକରଣ କରିବାର କାରଣ ଉଲ୍ଲେଖ କରନ୍ତୁ।
- ଆପଣଙ୍କର ପୁରୁଣା DSC ଅଣପଞ୍ଜିକୃତ ହେବାପରେ, ଆପଣ ଏକ ଇମେଲ୍ ପ୍ରାପ୍ତ କରିବେ, ଏହାପରେ ଆପଣ DSC ପଞ୍ଜିକରଣର ପର୍ଯ୍ୟାୟଗୁଡିକ ଅନୁସରଣ କରି ଏକ ନୂତନ DSC ପଞ୍ଜିକୃତ କରିପାରିବେ।
ପ୍ରଶ୍ନ4: କର୍ପୋରେଟ୍ ସହିତ ଜଡିତ ପ୍ରମୁଖ ବ୍ୟକ୍ତି କମ୍ପାନୀ ଛାଡି ଦେଇଛନ୍ତି ଏବଂ ନୂତନ ପ୍ରମୁଖ ବ୍ୟକ୍ତି ତାଙ୍କ ପାନ ବିପକ୍ଷରେ DSC ପଞ୍ଜିକୃତ କରିଛନ୍ତି କିନ୍ତୁ DSC ବ୍ୟବହାର କରି ଇ-ସତ୍ୟାପନ ସମୟରେ, ତଥାପି ପୂର୍ବ ପ୍ରମୁଖ ବ୍ୟକ୍ତିଙ୍କ PAN ଦେଖାଉଛି, ଦୟାକରି ମାର୍ଗଦର୍ଶନ କରନ୍ତୁ।
ଉତ୍ତର: ଯଦି ସମ୍ବନ୍ଧିତ ମୁଖ୍ୟ ବ୍ୟକ୍ତି ବଦଳି ଯାଇଛନ୍ତି, ତେବେ ଆପଣଙ୍କୁ ପ୍ରୋଫାଇଲରେ ନୂତନ ମୁଖ୍ୟ ବ୍ୟକ୍ତିଙ୍କ ବିବରଣୀ ଅଦ୍ଯତନ କରିବାକୁ ପଡିବ ଏବଂ ତାଙ୍କୁ ମୁଖ୍ୟ ଯୋଗାଯୋଗକାରୀ ଭାବରେ ନିଯୁକ୍ତ କରିବାକୁ ପଡିବ । ଦୟାକରି ନିମ୍ନରେ ଦିଆଯାଇଥିବା ପର୍ଯ୍ୟାୟଗୁଡ଼ିକୁ ଅନୁସରଣ କରନ୍ତୁ:
- କର୍ପୋରେଟ୍ PAN ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲରେ ଲଗ୍ଇନ୍ କରନ୍ତୁ ।
- ମାଇ ପ୍ରୋଫାଇଲ୍- > ମୁଖ୍ୟ ବ୍ୟକ୍ତିଙ୍କ ବିବରଣୀ - > ନୂତନ ମୁଖ୍ୟ ବ୍ୟକ୍ତିଙ୍କ ବିବରଣୀ ଯୋଡନ୍ତୁ - > ମୁଖ୍ୟ ଯୋଗାଯୋଗ ଭାବରେ ନିଯୁକ୍ତ କରନ୍ତୁକୁ ଯାଆନ୍ତୁ
- ମୁଖ୍ୟ ଯୋଗାଯୋଗକାରୀଙ୍କୁ ତାଙ୍କର PAN ସହିତ ଇ-ଫାଇଲିଂ ପୋର୍ଟାଲରେ ଲଗ୍ଇନ୍ କରିବାକୁ ଏବଂ ମାଇ ପ୍ରୋଫାଇଲ୍ - > DSC ପଞ୍ଜିକରଣ କରନ୍ତୁକୁ ଯିବାକୁ କୁହନ୍ତୁ।
- DSC ପଞ୍ଜିକରଣ ପର୍ଯ୍ୟାୟଗୁଡ଼ିକୁ ଅନୁସରଣ କରନ୍ତୁ।
- ଥରେ DSC ସଫଳତାର ସହିତ ପଞ୍ଜିକୃତ ହେବା ପରେ, ITRs/ଫର୍ମ/ କର୍ପୋରେଟ୍ PAN ପାଇଁ ଅନ୍ୟ ଅନୁରୋଧର ସତ୍ୟାପନ ପାଇଁ ଏହାକୁ ବ୍ୟବହାର କରାଯାଇପାରିବ।
ପ୍ରଶ୍ନ5: DSC ବ୍ୟବହାର କରି ସତ୍ୟାପନ କରିବା ସମୟରେ, ମୋତେ "ପ୍ରମାଣପତ୍ର ମେଳ ଖାଉନାହିଁ" ତ୍ରୁଟି ମିଳୁଛି ?
ଉତ୍ତର: ଅଣ-ବ୍ୟକ୍ତିଗତ (କମ୍ପାନୀ, ଫାର୍ମ, ଟ୍ରଷ୍ଟ, LLPs ଇତ୍ୟାଦି) PAN କ୍ଷେତ୍ରରେ ଦୟାକରି ନିଶ୍ଚିତ କରନ୍ତୁ ଯେ ସତ୍ୟାପନ ପାଇଁ ବ୍ୟବହୃତ DSCକୁ ମୁଖ୍ୟ ସମ୍ପର୍କଙ୍କ PAN ସହିତ ସଂଯୁକ୍ତ କରାଯିବା ଉଚିତ ଏବଂ DSCକୁ ମୁଖ୍ୟ ସମ୍ପର୍କଙ୍କ ଲଗ୍ଇନ୍ରୁ ଇ-ଫାଇଲିଂ ପୋର୍ଟାଲରେ ପଞ୍ଜିକୃତ କରିବା ଉଚିତ ।
ଯଦି ଆପଣ DSC ମାଧ୍ୟମରେ ଇ-ସତ୍ୟାପନରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଦୟାକରି ସହାୟତା ଡେସ୍କ ନମ୍ବର 18001030025 180041940025 ଏବଂ +91-80-46122000 +91-80-61464700
ରିଫଣ୍ଡ୍ ପାଇଁ ବ୍ୟାଙ୍କ୍ ଆକାଉଣ୍ଟ ବୈଧକରଣ ସ୍ଥିତି ଯାଞ୍ଚ କରନ୍ତୁ।
ଆପଣଙ୍କ ବ୍ୟାଙ୍କ୍ ଅନ୍ୟ କୌଣସି ବ୍ୟାଙ୍କ୍ ସହ ବିଲୟ ହୋଇଛି କି?
ଆପଣଙ୍କର ବ୍ୟାଙ୍କ୍ର ଶାଖା ପରିବର୍ତ୍ତନ ହୋଇଛି କି?
ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ ନମ୍ବର ବଦଳିଯାଇଛି କି?
ବ୍ୟାଙ୍କ୍ ଆକାଉଣ୍ଟରେ ଆପଣଙ୍କ ନାମ ବଦଳିଯାଇଛି କି?
ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ ବନ୍ଦ ହୋଇଯାଇଛି କିମ୍ବା ନିଷ୍କ୍ରିୟ ହୋଇଛି କି?
ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟର IFSC କୋଡ୍ ପରିବର୍ତ୍ତନ ହୋଇଛି କି?
ଯଦି ହଁ...
ଆପଣଙ୍କୁ ଇ-ଫାଇଲିଂ ପୋର୍ଟାଲରେ ଆପଣଙ୍କର ବ୍ୟାଙ୍କ୍ ଆକାଉଣ୍ଟ ବିବରଣୀ ଅଦ୍ଯତନ (ଅଦ୍ୟତନ) / ପୁନଃବୈଧକରଣ କରିବାକୁ ପଡିବ।
ଆପଣଙ୍କର ବ୍ୟାଙ୍କ୍ ଆକାଉଣ୍ଟ ବିବରଣୀ ଅଦ୍ଯତନ/ପୁନଃବୈଧକରଣ କରିବାକୁ, ଲଗ୍ଇନ୍ କରନ୍ତୁ:https://eportal.incometax.gov.in > ପ୍ରୋଫାଇଲ୍ > ମୋର ବ୍ୟାଙ୍କ୍ ଆକାଉଣ୍ଟ > ତିନୋଟି ଭୂଲମ୍ବରେ ଥିବା ବିନ୍ଦୁ ଉପରେ କ୍ଲିକ୍ କରନ୍ତୁ > ପୁନଃବୈଧକରଣ ବାଛନ୍ତୁ > ବିବରଣୀ ଅଦ୍ଯତନ କରିବା ପାଇଁ ତଥ୍ୟରେ ଆବଶ୍ୟକ ପରିବର୍ତ୍ତନଗୁଡିକ କରନ୍ତୁ > ବୈଧକରଣ ବଟନ୍ ଉପରେ କ୍ଲିକ୍ କରନ୍ତୁ।
ଏକ ନୂତନ ବ୍ୟାଙ୍କ୍ ଆକାଉଣ୍ଟ ଯୋଡିବା ପାଇଁ, ଲଗ୍ଇନ୍ କରନ୍ତୁ https://eportal.incometax.gov.in > ପ୍ରୋଫାଇଲ୍ > ମୋ ବ୍ୟାଙ୍କ୍ ଆକାଉଣ୍ଟ > ବ୍ୟାଙ୍କ୍ ଆକାଉଣ୍ଟ ଯୋଡନ୍ତୁ > ଆବଶ୍ୟକ ବିବରଣୀ ପୂରଣ କରନ୍ତୁ > ବୈଧକରଣ ବଟନ୍ ଉପରେ କ୍ଲିକ୍ କରନ୍ତୁ ।
କିଛି ସମୟ ପରେ ଆପଣ ବ୍ୟାଙ୍କ୍ ଆକାଉଣ୍ଟର ବୈଧତା ଯାଞ୍ଚ କରିପାରିବେ।
ଥରେ ବ୍ୟାଙ୍କ୍ ଆକାଉଣ୍ଟର ସ୍ଥିତି ବୈଧ ହେବା ପରେ, ‘ରିଫଣ୍ଡ ପାଇଁ ମନୋନୀତ କରନ୍ତୁ’ ବଟନ୍ ସକ୍ଷମ କରି ଏହାକୁ ରିଫଣ୍ଡ ପାଇଁ ମନୋନୀତ କରିବାକୁ ଭୁଲନ୍ତୁ ନାହିଁ।
ଯଦି ବ୍ୟାଙ୍କ୍ ଆକାଉଣ୍ଟର ବୈଧକରଣ ବିଫଳ ହୋଇଛି, ତେବେ ଆପଣ “ମୋ ବ୍ୟାଙ୍କ୍ ଆକାଉଣ୍ଟ” ସ୍କ୍ରିନରେ ଥିବା ତିନୋଟି ଭୂଲମ୍ବରେ ଥିବା ବିନ୍ଦୁ ଉପରେ କ୍ଲିକ୍ କରି ସେହି ବ୍ୟାଙ୍କ୍ ଆକାଉଣ୍ଟକୁ ଅପସାରଣ କରିପାରିବେ।
ଦୟାକରି ସୁନିଶ୍ଚିତ କରନ୍ତୁ ଯେ କେବଳ PAN ସହିତ ସଂଯୁକ୍ତ ହୋଇଥିବା ଆକାଉଣ୍ଟଗୁଡିକ ଯେମିତି ରିଫଣ୍ଡ ପାଇଁ ବୈଧ ଓ ମନୋନୀତ କରାହେବ। PAN ସହିତ ଲିଙ୍କ୍ ହୋଇନଥିବା ବ୍ୟାଙ୍କ ଆକାଉଣ୍ଟକୁ ରିଫଣ୍ଡ କ୍ରେଡିଟ୍ କରାଯାଇପାରିବ ନାହିଁ।
ଅଧିକ ସୂଚନା ପାଇଁ: ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ କିପରି ପ୍ରାକ୍-ବୈଧକରଣ କରିବେ ଭିଡିଓ ଦେଖନ୍ତୁ -https://youtu.be/2ie86mHNeyc
ଅନ୍ୟ ଯେକୌଣସି ସହାୟତା ପାଇଁ ଆପଣ ଆମର ହେଲ୍ପଡେସ୍କ ଯୋଗାଯୋଗ ନମ୍ବରରେ ସମ୍ପର୍କ କରି ପାରିବେ:18001030025 180041940025 (ନିଃଶୁଳ୍କ) ଏବଂ +91-80-46122000 +91-80-61464700
ଇ-ଫାଇଲିଂ ପୋର୍ଟାଲରେ ଅନ୍ଲାଇନ୍ ପଦ୍ଧତିରେ ମୂଲ୍ୟାୟନ ବର୍ଷ 2023-24 ପାଇଁ ଫର୍ମ 10BBର ଇ-ଫାଇଲିଂ ସକ୍ଷମ କରାହୋଇଛି। ଦୟାକରି ଧ୍ୟାନ ଦିଅନ୍ତୁ ଯେ, CBDT ବିଜ୍ଞପ୍ତି ସଂଖ୍ୟା .07/2023 ଦିନାଙ୍କିତିତ ଫେବୃଆରୀ 21, 2023 ଅନୁସାରେ ଫର୍ମ୍ 10BBକୁ ମୂଲ୍ୟାୟନ ବର୍ଷ 23-24ରୁ ପୁନଃବିଜ୍ଞାପିତ କରାଯାଇଛି। ଦୟାକରି ସାମ୍ପ୍ରତିକ ନିର୍ଦ୍ଧାରଣ ବର୍ଷର ଫାଇଲିଂ ପାଇଁ ମୂଲ୍ୟାୟନ ବର୍ଷ23-24 ପାଇଁ ଉପଲବ୍ଧ ସଦ୍ୟତମ ଅନ୍ଲାଇନ୍ ଫର୍ମ ବ୍ୟବହାର କରନ୍ତୁ ।
ମୂଲ୍ୟାୟନ ବର୍ଷ 2023-24 ପାଇଁ ଫର୍ମ 10Bର ଇ-ଫାଇଲିଂ ଅଫ୍ଲାଇନ୍ ପଦ୍ଧତି ମାଧ୍ୟମରେ ସକ୍ଷମ କରା ହୋଇଛି। କରଦାତାମାନେ ଅଫ୍ଲାଇନ୍ ଉପଯୋଗିତା “ଡାଉନ୍ଲୋଡ୍” ମେନ୍ୟୁ ବିକଳ୍ପ - > ଫର୍ମ 10ବି ଉପରେ କ୍ଲିକ୍ କରନ୍ତୁ -> ଫର୍ମ୍ ଉପଯୋଗିତା (ମୂଲ୍ୟାୟନ ବର୍ଷ.23-24 ପରଠାରୁ) ମାଧ୍ୟମରେ ଡାଉନ୍ଲୋଡ୍ କରିପାରିବେ।
ଦୟାକରି ଧ୍ୟାନ ଦିଅନ୍ତୁ ଯେ, ଦିନାଙ୍କିତିତ ଫେବୃଆରୀ21,2023ର ବିଜ୍ଞପ୍ତି ସଂଖ୍ୟା .07/2023 ଅନୁସାରେ ଫର୍ମକୁ ମୂଲ୍ୟାୟନ ବର୍ଷ.23-24ରୁ ପୁନଃବିଜ୍ଞାପିତ କରାଯାଇଛି। ଦୟାକରି ସାମ୍ପ୍ରତିକ କର ନିର୍ଦ୍ଧାରଣ ବର୍ଷର ଫାଇଲିଂ ପାଇଁ ମୂଲ୍ୟାୟନ ବର୍ଷ 23-24 ଠାରୁ ପରବର୍ତ୍ତି ସମୟ ପାଇଁ ଉପଲବ୍ଧ ସଦ୍ୟତମ ଉପଯୋଗିତାକୁ ବ୍ୟବହାର କରନ୍ତୁ ।