Do not have an account?
Already have an account?

ସେବା ଅନୁରୋଧ ଯାଞ୍ଚ କରନ୍ତୁ ଉପଭୋକ୍ତା ମାନୁଆଲ୍

1. ସମୀକ୍ଷା


ଇ-ଫାଇଲିଂ ପୋର୍ଟାଲ୍‌ରେ ସମସ୍ତ ୟୁଜର୍ ମାନଙ୍କ ପାଇଁ ERI ଗୁଡ଼ିକର ସେବା ଅନୁରୋଧ ଯାଞ୍ଚ କରନ୍ତୁ ସୁବିଧା ଉପଲବ୍ଧ ଅଛି। ଏହି ସେବା ମାଧ୍ୟମରେ, ଆପଣଙ୍କ ତରଫରୁ ଇ-ଫାଇଲିଂ ପୋର୍ଟାଲ୍‌ରେ ରିଟର୍ଣ୍ଣ ଏବଂ ଫର୍ମ ଦାଖଲ କରିବା ସହିତ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବା ସମୟରେ ଜଣେ ଇ-ରିଟର୍ଣ୍ଣ ମଧ୍ୟସ୍ଥଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅନୁରୋଧକୁ ଆପଣ ଯାଞ୍ଚ କରିପାରିବେ।

ERI ଗୁଡ଼ିକ ସେମାନଙ୍କ ଗ୍ରାହକଙ୍କ ତରଫରୁ ନିମ୍ନଲିଖିତ ସେବାଗୁଡ଼ିକୁ କାର୍ଯ୍ୟକାରୀ କରିପାରିବେ:

  • ଗ୍ରାହକ ଯୋଡ଼ନ୍ତୁ (ପଞ୍ଜୀକୃତ ଏବଂ ଅଣ-ପଞ୍ଜୀକୃତ ୟୁଜର୍ ମାନେ)
  • ଗ୍ରାହକ ସକ୍ରିୟ କରନ୍ତୁ
  • ଗ୍ରାହକଙ୍କ ବୈଧତା ଅବଧି ସମ୍ପ୍ରସାର କରନ୍ତୁ
  • ସେବା ବୈଧତା ଅବଧି ସମ୍ପ୍ରସାର କରନ୍ତୁ
  • ସେବା ଯୋଡନ୍ତୁ
  • ITR-V ଦାଖଲ କରିବାରେ ବିଳମ୍ବ ପାଇଁ କ୍ଷମା ପ୍ରାର୍ଥନା ଅନୁରୋଧ
  • ଅଧିସ୍ୱୀକୃତ ପ୍ରତିନିଧି ଯୋଡ଼ନ୍ତୁ
  • ଆପଣଙ୍କ ତରଫରୁ କାର୍ଯ୍ୟ କରିବା ପାଇଁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଅଧିସ୍ୱୀକୃତ କରନ୍ତୁ
  • ମୂଲ୍ୟାଙ୍କନକାରୀ ପ୍ରତିନିଧି ଭାବରେ ପଞ୍ଜୀକରଣ କରନ୍ତୁ
  • ଅନ୍ୟ ଜଣେ ବ୍ୟକ୍ତିଙ୍କ ତରଫରୁ କାର୍ଯ୍ୟ କରିବା ପାଇଁ ପଞ୍ଜୀକରଣ କରନ୍ତୁ
  • ଆୟକର ଫର୍ମ ଦାଖଲ କରନ୍ତୁ
  • ରିଫଣ୍ଡ ପୁନଃଜାରି ଅନୁରୋଧ
  • ସଂଶୋଧନ ଅନୁରୋଧ
  • ସମୟ ସୀମା ଶେଷ ହେବା ପରେ ITR ଦାଖଲ ପାଇଁ ବିଳମ୍ବ କ୍ଷମା ପ୍ରାର୍ଥନା
  • ବ୍ୟାଙ୍କ ଆକାଉଣ୍ଟ ଦ୍ୱାରା ଯାଞ୍ଚ ହୋଇଥିବା ବିବରଣୀ ଅନୁଯାୟୀ ପ୍ରାଥମିକ ଯୋଗାଯୋଗ ବିବରଣୀକୁ ଅପଡେଟ୍ କରନ୍ତୁ
  • ଡିମାଟ୍ ଆକାଉଣ୍ଟ ଦ୍ୱାରା ସତ୍ୟାପିତ ହୋଇଥିବା ବିବରଣୀ ଅନୁଯାୟୀ ପ୍ରାଥମିକ ଯୋଗାଯୋଗ ବିବରଣୀକୁ ଅପଡେଟ୍ କରନ୍ତୁ

ଆପଣଙ୍କ ଗ୍ରାହକଙ୍କ ଦ୍ୱାରା ସତ୍ୟାପନ ହେବା ପରେ ହିଁ, ERI ଦ୍ୱାରା ଦାଖଲ ହୋଇଥିବା ଅନୁରୋଧ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ।

2. ଏହି ସେବାର ଲାଭ ଉଠାଇବା ପାଇଁ ପ୍ରାକ୍ ଆବଶ୍ୟକତା ଗୁଡିକ

  • ବୈଧ ଏବଂ ସକ୍ରିୟ PAN / TAN
  • ଏକ ଇ-ରିଟର୍ଣ୍ଣ ମଧ୍ୟସ୍ଥ କିମ୍ବା ERI ଦ୍ୱାରା ଏହି ଅନୁରୋଧ ଆରମ୍ଭ ହୋଇଥିବା ଆବଶ୍ୟକ
  • ERI ଦ୍ୱାରା ଦାଖଲ ହୋଇଥିବା ଅନୁରୋଧର ବିନିମୟ ID
  • ଅନୁରୋଧ ଯାଞ୍ଚ କରିବା ସମୟରେ ଦାଖଲ ହୋଇଥିବା ଅନୁରୋଧର ବିନିମୟ ID ବୈଧ ଏବଂ ସକ୍ରିୟ ହୋଇଥିବା ଆବଶ୍ୟକ

3. ପର୍ଯ୍ୟାୟକ୍ରମିକ ମାର୍ଗଦର୍ଶିକା


ସୋପାନ 1: ଇ-ଫାଇଲିଂ ପୋର୍ଟାଲ୍ ହୋମପେଜ୍‌କୁ ଯାଆନ୍ତୁ ଏବଂ ସେବା ଅନୁରୋଧ ଯାଞ୍ଚ କରନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive


ସୋପାନ 2: ସେବା ଅନୁରୋଧ ଯାଞ୍ଚ ପେଜ୍‌ରେ, ଆପଣଙ୍କର ଇ-ଫାଇଲିଂ ପୋର୍ଟାଲ୍‌ରେ ପଞ୍ଜୀକୃତ ହୋଇଥିବା ଇମେଲ୍ ଆଇଡି ଏବଂ ମୋବାଇଲ୍ ନମ୍ବରକୁ ଆସିଥିବା ଅନୁରୋଧର ବିନିମୟ ID ଏବଂPAN / TAN ପ୍ରବେଶ କରାନ୍ତୁ। ଏହାପରେ ଯାଞ୍ଚ କରନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive


ଟିପ୍ପଣୀ: ଯଦି ଆପଣ ପୋର୍ଟାଲ୍‌ରେ ପଞ୍ଜୀକୃତ ହୋଇନାହାନ୍ତି, ତେବେ ଅନୁରୋଧ ଦାଖଲ ସମୟରେ ERI ଦ୍ୱାରା ଆପଣଙ୍କ ଇମେଲ୍ ID ଏବଂ ମୋବାଇଲ୍ ନମ୍ବରକୁ ପଠାଯାଇଥିବା ବିନିମୟ ID ପ୍ରବେଶ କରାନ୍ତୁ।

ସୋପାନ 3: ସଫଳତାର ସହ ଅଧିପ୍ରାମାଣିକିକରଣ ହେବା ପରେ,ଆଗକୁ ବଢ଼ନ୍ତୁ
ଉପରେ କ୍ଲିକ୍ କରନ୍ତୁ।

Data responsive


ସୋପାନ 4:ସତ୍ୟାପନର ମାଧ୍ୟମ, ERI ଦ୍ୱାରା ଦାଖଲ କରାଯାଇଥିବା ଅନୁରୋଧର ପ୍ରକାର ଉପରେ ନିର୍ଭର କରିବ।

ଦାଖଲ ହୋଇଥିବା ଅନୁରୋଧର ପ୍ରକାର ସତ୍ୟାପନର ମାଧ୍ୟମ
  • ଗ୍ରାହକ ଯୋଡ଼ନ୍ତୁ (ପଞ୍ଜୀକୃତ ୟୁଜର୍ ମାନେ)
  • ଗ୍ରାହକ ସକ୍ରିୟ କରନ୍ତୁ
  • ଗ୍ରାହକଙ୍କ ବୈଧତା ସମ୍ପ୍ରସାର କରନ୍ତୁ
  • ସେବାର ବୈଧତା ସମ୍ପ୍ରସାର କରନ୍ତୁ
  • ସେବା ଯୋଡନ୍ତୁ
  • ITR-V ଦାଖଲ କରିବାରେ ବିଳମ୍ବ ପାଇଁ କ୍ଷମା ପ୍ରାର୍ଥନା ଅନୁରୋଧ
  • ଅଧିସ୍ୱୀକୃତ ପ୍ରତିନିଧି ଯୋଡ଼ନ୍ତୁ
  • ଆପଣଙ୍କ ତରଫରୁ କାର୍ଯ୍ୟ କରିବା ପାଇଁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଅଧିସ୍ୱୀକୃତ କରନ୍ତୁ
  • ମୂଲ୍ୟାଙ୍କନକାରୀ ପ୍ରତିନିଧି ଭାବରେ ପଞ୍ଜୀକରଣ କରନ୍ତୁ
  • ଅନ୍ୟ ଜଣେ ବ୍ୟକ୍ତିଙ୍କ ତରଫରୁ କାର୍ଯ୍ୟ କରିବା ପାଇଁ ପଞ୍ଜୀକରଣ କରନ୍ତୁ
  • ବ୍ୟାଙ୍କ୍ / ଡିମାଟ୍ ଆକାଉଣ୍ଟ୍ ଦ୍ୱାରା ସତ୍ୟାପିତ ହୋଇଥିବା ଯୋଗାଯୋଗ ବିବରଣୀ ଅନୁଯାୟୀ ଆପଣଙ୍କର ପ୍ରାଥମିକ ଯୋଗାଯୋଗ ବିବରଣୀକୁ ଅପଡେଟ୍ କରନ୍ତୁ
ଇ-ଫାଇଲିଂ ପୋର୍ଟାଲ୍‌ରେ ପଞ୍ଜୀକୃତ ହୋଇଥିବା ମୋବାଇଲ୍ ନମ୍ବର ଏବଂ ଇମେଲ୍ ID କୁ ପଠାଯାଇଥିବା 6-ଅଙ୍କ ବିଶିଷ୍ଟ OTP
  • ଗ୍ରାହକ ପଞ୍ଜୀକରଣ କରନ୍ତୁ
  • ଗ୍ରାହକ ଯୋଡ଼ନ୍ତୁ (ଅଣ-ପଞ୍ଜୀକୃତ ୟୁଜର୍ ମାନେ)
ଇ-ଫାଇଲିଂ ପୋର୍ଟାଲ୍‌ରେ ପଞ୍ଜୀକୃତ ହୋଇଥିବା ମୋବାଇଲ୍ ନମ୍ବର ଏବଂ ଇମେଲ୍ ID କୁ ପଠାଯାଇଥିବା ଦୁଇଟି ପୃଥକ 6-ଅଙ୍କ ବିଶିଷ୍ଟ OTP
  • ଆୟକର ଫର୍ମସ ଦାଖଲ କରନ୍ତୁ
  • ରିଫଣ୍ଡ ପୁନଃଜାରି ଅନୁରୋଧ
  • ସଂଶୋଧନ ଅନୁରୋଧ
  • ସମୟ ସୀମା ଶେଷ ହେବା ପରେ ITR ଦାଖଲ ପାଇଁ କ୍ଷମା ପ୍ରାର୍ଥନା ଆବେଦନ

ଇ-ସତ୍ୟାପନ

ସୋପାନ 5a: 6-ଅଙ୍କ ବିଶିଷ୍ଟ ଓଟିପି/ଓଟିପିଗୁଡ଼ିକ ଭରନ୍ତୁ (ଅଧିକ ବିବରଣୀ ପାଇଁ ସୋପାନ 4 ରେ ଥିବା ଟେବୁଲ୍‌କୁ ଦେଖନ୍ତୁ)।ଆଗକୁ ବଢ଼ନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive


ଟିପ୍ପଣୀ:

  • ଓଟିପି ଗୁଡ଼ିକ କେବଳ 15 ମିନିଟ୍ ପାଇଁ ବୈଧ ରହିବ।
  • ସଠିକ୍ ଓଟିପି ପ୍ରବେଶ କରିବା ପାଇଁ ଆପଣଙ୍କ ପାଖରେ 3 ଥର ସୁଯୋଗ ଅଛି।
  • ସ୍କ୍ରିନ୍‌ରେ ଦେଖାଯାଉଥିବାଓଟିପି ଉଚ୍ଛେଦନକାଉଣ୍ଟଡାଉନ୍ ଟାଇମର୍ ଆପଣଙ୍କ ଓଟିପିର ବୈଧତା କେତେବେଳେ ଶେଷ ହେବ ସେ ବିଷୟରେ ସୂଚନା ଦିଏ।
  • ରିସେଣ୍ଡ ଓଟିପି, ଉପରେ କ୍ଲିକ୍ କଲେ,ଏକ ନୂତନ ଓଟିପି ପ୍ରସ୍ତୁତ କରାଯାଇ ପଠାଯିବ।
  • ଯଦି ଆପଣ ଜଣେ ଅଣ-ପଞ୍ଜୀକୃତ ଉପଭୋକ୍ତା ଅଟନ୍ତି, ତେବେ ଆପଣଙ୍କୁ ଗ୍ରାହକ ଭାବରେ ଯୋଡ଼ିବା ସମୟରେ ଆପଣଙ୍କ ERI ଦ୍ୱାରା ଦିଆଯାଇଥିବା ଇମେଲ୍ ID ଏବଂ ମୋବାଇଲ ନମ୍ବରରେ ଆସିଥିବା ଦୁଇଟି ପୃଥକ 6-ଅଙ୍କ ବିଶିଷ୍ଟ ଓଟିପି ପ୍ରବେଶ କରିବାକୁ ହେବ।

ସୋପାନ 5b: ଯଦି ଇଆର୍‌ଆଇ (ERI) ଆପଣଙ୍କ ତରଫରୁ ଆୟକର ଫର୍ମ ଦାଖଲ କରିବା, ରିଫଣ୍ଡ ପୁନଃଜାରି ପାଇଁ ଅନୁରୋଧ କରିବା, ସଂଶୋଧନ ପାଇଁ ଅନୁରୋଧ କରିବା, କିମ୍ବା ସମୟସୀମା ଶେଷ ହେବା ପରେ ITR ଦାଖଲ କରିବା ପାଇଁ କ୍ଷମା ପ୍ରାର୍ଥନା ଆବେଦନ ଭଳି ସେବା ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି, ତେବେ ଉପଲବ୍ଧ ବିକଳ୍ପଗୁଡ଼ିକୁ ବ୍ୟବହାର କରି ଆପଣଙ୍କୁ ଏହି ଅନୁରୋଧକୁ ଇ-ଭେରିଫାଇ କରିବାକୁ ହେବ।

ଟିପ୍ପଣୀ: ଅଧିକ ଜାଣିବା ପାଇଁ ଇ-ଭେରିଫାଏ କିପରି କରିବେୟୁଜର୍ ମାନୁଆଲ୍ ଦେଖନ୍ତୁ।


ସଫଳତାର ସହ ଯାଞ୍ଚ ହେବା ପରେ, ଏକ ସଫଳତା ସନ୍ଦେଶ ସହିତ ଏକ ବିନିମୟ ID ସ୍କ୍ରିନରେ ଦେଖାଯିବ। ଭବିଷ୍ୟତର ସନ୍ଦର୍ଭ ପାଇଁ ଦୟାକରି ଏହି ବିନିମୟ ID କୁ ନୋଟ୍ କରି ରଖନ୍ତୁ। ଆପଣ ଇ-ଫାଇଲିଂ ପୋର୍ଟାଲରେ ପଞ୍ଜୀକୃତ କରିଥିବା ମୋବାଇଲ୍ ନମ୍ବର ଏବଂ ଇମେଲ୍ ଆଇଡିରେ ମଧ୍ୟ ଏକ ନିଶ୍ଚିତକରଣ ସନ୍ଦେଶ ପାଇବେ।

Data responsive


4. ସମ୍ପର୍କିତ ପ୍ରସଙ୍ଗଗୁଡିକ